Categories
ଆଜିର ଖବର ରାଜ୍ୟ ଖବର

ଦିନକରେ ରେକର୍ଡ ସଂଖ୍ୟକ 18 ହଜାର 500 ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ, 384 ମୃତ

ନୂଆଦିଲ୍ଲୀ : ସାରା ବିଶ୍ବରେ କାୟା ବିସ୍ତାର କରିଛି ମହାମାରୀ କରୋନା । ଦେଶରେ କରୋନାସ୍ଥିତି ବିସ୍ଫୋରକ ସ୍ଥିତି ଆଡ଼େ ଗତି କରୁଛି । ପ୍ରତିଦିନ ଦେଶରେ ଉଦବେଗଜନକ ଭାବେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।  ଆଜି ପୁଣି ଦେଶରେ ପ୍ରାୟ 18 ହଜାର 500 ରୁ ଅଧିକ ମାମଲା ଚିହ୍ନଟ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 5 ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 15 ହଜାର 500 ପାର ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ 24 ଘଣ୍ଟାରେ 18 ହଜାର 552 ନୂଆ ମାମଲା ସାମନାକୁ ଆସିଛି। 384 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 5 ଲକ୍ଷ 8  ହଜାର 953 ରେ ପହଂଚିଛି । ଏପର୍ଯ୍ୟନ୍ତ ଭାରତରେ 15 ହଜାର 685 ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 2, 95 ହଜାର 881 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1 ଲକ୍ଷ 97 ହଜାର 387 ସକ୍ରିୟ ଅଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଦିନକରେ 5000ରୁ ଅଧିକ ନୂତନ ମାମଲା ଆସିଥିବାବେଳେ ତାମିଲନାଡୁରେ ମଧ୍ୟ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି।

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 445 ଜଣ କରୋନା ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଲକ୍‌ଡାଉନ ଜାରି ରହିଥିବା ସତ୍ତ୍ବେ କରୋନା ହୁ ହୁ ହୋଇ ମାଡି ଚାଲିଛି । ବର୍ତ୍ତମାନ ଦେଶରେ ସଂକ୍ରମିତ କରୋନା ରୋଗୀଙ୍କ ସଂଖ୍ୟା ସାଢେ ଚାରି ଲକ୍ଷ ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ ଭାରତରେ ଆହୁରି 445 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଏଥି ସହିତ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 14821 ନୂତନ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ମୋଟ ପଜିଟିଭ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ଚାରି ଲକ୍ଷ 25 ହଜାର 282 କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ 1 ଲକ୍ଷ 74 ହଜାର ସକ୍ରିୟ ମାମଲା ରହିଥିବାବେଳେ, ଦୁଇ ଲକ୍ଷ 37 ହଜାର କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ଏବଂ ମୋଟ 13 ହଜାର 699 ଜଣ ଲୋକ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ବରଣ କରିଛନ୍ତି । କରୋନା ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ଭାରତ ହେଉଛି ବିଶ୍ୱର ଚତୁର୍ଥ ସର୍ବାଧିକ ପ୍ରଭାବିତ ଦେଶ । ଆମେରିକା, ବ୍ରାଜିଲ, ଋଷ ପରେ ଭାରତ କରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି ।

ଦେଶରେ ସର୍ବାଧିକ କରୋନା ରୋଗୀ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ 6170ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ 2175, ଗୁଜୁରାଟରେ 1663, ତାମିଲନାଡୁରେ 757 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ମୃତ୍ୟୁ ପାଞ୍ଚ ହଜାର ଟପିଲା

ନୂଆଦିଲ୍ଲୀ : ଦିନକୁ ଦିନ ମହାମାରୀ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ବେକାବୁ ହେବାରେ ଲାଗିଛି। ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 82 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 5 ହଜାର ପାର ହେଲାଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଅନୁଯାୟୀ,  ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 82 ହଜାର 143ରେ ପହଂଚିଛି। ଏପର୍ଯ୍ୟନ୍ତ ଭାରତରେ 5 ହଜାର 164 ଜଣଙ୍କ ମୃତ୍ୟୁ ଘଟିଛି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 86,984 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 89,995 ସକ୍ରିୟ ଅଛନ୍ତି। ଏବେ 89 ହଜାର 995 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 8380ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଛି। ଏହାସହ 193 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା 65ହଜାର 168ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 21 ଶହ 97କୁ ବୃଦ୍ଧି ପାଇଛି। ସେହିପରି ଗୁଜରାଟରେ 16ହଜାର 562ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା 1007କୁ ବୃଦ୍ଧି ପାଇଛି। ସେହିଭଳି ଦିଲ୍ଲୀରେ 18ହଜାର 549ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି 416 । ସେହିପରି ଆନ୍ଧ୍ରପ୍ରଦେଶରେ 3569 କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 60ରେ ପହଂଚିଛି । ମଧ୍ୟପ୍ରଦେଶରେ 7 ହଜାର 891 ଜଣ ଆକ୍ରାନ୍ତ  ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 343କୁ ବୃଦ୍ଧି ପାଇଛି। କର୍ଣ୍ଣାଟକରେ 2922 ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 48 ରହିଛି। ସେହିପରି ପଞ୍ଜାବରେ ଆକ୍ରାନ୍ତଙ୍କ ସଂଖ୍ୟା 2233 ରହିଥିବାବେଳେ  44ଜଣଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ଭାରତରେ କରୋନା ସ୍ଥିତି ଜଟିଳ : ଦିନକରେ 265 ମୃତ

ନୂଆଦିଲ୍ଲୀ :   ଦିନକୁ ଦିନ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି । ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ  ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ  ଭାଙ୍ଗୁଛି । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 73 ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା4 ହଜାର 9 ଶହ ଟପିଲାଣି ।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ 7964ଟି ନୂଆ କରୋନା ମାମଲା ସାମନାକୁ ଆସିଛି।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 73  ହଜାର 763 ରେ ପହଂଚିଛି।  ଏପର୍ଯ୍ୟନ୍ତ ଭାରତରେ 4 ହଜାର 971 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 82,370 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 86,422 ସକ୍ରିୟ ଅଛନ୍ତି। ଏବେ 86 ହଜାର 422 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 62 ହଜାର 228 ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି 2098 ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ 980, ମଧ୍ୟପ୍ରଦେଶରେ 334  ଓ ପଶ୍ଚିମବଙ୍ଗରେ 302 ଜଣ ଲୋକ ଜୀବନ ହରାଇଛନ୍ତି । ସେହିପରି ରାଜସ୍ଥାନରେ 184, ଦିଲ୍ଲୀରେ 398 ଓ ତାମିଲନାଡୁରେ 154 ଜଣଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ମୃତ୍ୟୁ 1200 ଟପିଲା

ନୂଆଦିଲ୍ଲୀ: ମହାମାରୀ କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା 1218ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଦେଶରେ 37 ହଜାର 336ଜଣ ସଂକ୍ରମିତ ହୋଇଥିବାବେଳେ 9 ହଜାର 991 ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି । ମହାରାଷ୍ଟ୍ରରେ 485ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 236ଜଣ ମୃତ୍ୟୁ ହୋଇଛନ୍ତି । ସେହିପରି ମଧ୍ୟପ୍ରଦେଶ 145 ଜଣ, ରାଜସ୍ଥାନରେ 62, ଦିଲ୍ଲୀରେ 61, ଉତ୍ତରପ୍ରଦେଶରେ 42, ପଶ୍ଚିମବଙ୍ଗରେ 33, ତାମିଲନାଡୁରେ 28, ତେଲେଙ୍ଗାନାରେ 26, କର୍ଣ୍ଣାଟକରେ 22, ପଞ୍ଜାବରେ 19, ଜମ୍ମୁକାଶ୍ମୀରରେ 8, ହରିୟାଣାରେ 4, କେରଳରେ 4, ଝାଡଖଣ୍ଡରେ 3, ବିହାରରେ ତିନି , ଆସାମ, ହିମାଚଳ ପ୍ରଦେଶ, ମେଘାଳୟ ଓ ଓଡ଼ିଶାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ର ସରକାର କରୋନା ସହ ମୁକାବିଲା କରିବା ପାଇଁ ତୃତୀୟ ଥର ପାଇଁ ଲକ ଡାଉନର ଅବଧିକୁ ବୃଦ୍ଧି କରାଯାଇଛି ।(ଏଜେନ୍ସି)