Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସ୍ତରୀୟ ସରଗିଫୁଲ ଶିଶୁ ଉତ୍ସବ ଓ ବିଜ୍ଞାନ ମେଳା ୨୦୨୪ ପାଳିତ 

ଭୁବନେଶ୍ଵର: ନୂଆପଡା ଜିଲ୍ଲା ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସାଂସ୍କୃତିକ ରଙ୍ଗମଞ୍ଚରେ ଜିଲ୍ଲା ସ୍ତରୀୟ ସରଗିଫୁଲ ଶିଶୁ ଉତ୍ସବ ଓ ବିଜ୍ଞାନମେଳା ୨୦୨୪ ଉଦଯାପିତ ହୋଇଯାଇଛି। ଉତ୍ସବରେ ପାଞ୍ଚ ଗୋଟି ବ୍ଲକ ଅଞ୍ଚଳରୁ ହଜାର ହଜାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ପ୍ରତିଭାକୁ ପ୍ରଦର୍ଶନ କରିଛନ୍ତି ଏଲୋକେଶନ, ଡ୍ରଇଂ, କ୍ରିଏଟିଭ ରାଇଟିଂ, ରଚନା, ବକୃତା, ସଙ୍ଗୀତ, ନୃତ୍ୟ, ଅଭିନୟ ଆଦି ବିଭିନ୍ନ ଇଭେଣ୍ଟରେ ଛାତ୍ରଛାତ୍ରୀ ଭାଗନେଇ ନିଜଠାରେ ଲୁଚି ରହିଥିବା ଲୁକାୟିତ ପ୍ରତିଭାକୁ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସା ସାଉଁଟିଛନ୍ତି।

ପ୍ରତିଯୋଗିତାରେ ଯେଉଁ ଛାତ୍ରଛାତ୍ରୀ ମାନେ ପ୍ରଥମ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ପ୍ରତିଯିଗୀତାକୁ ଅଂଶ ଗ୍ରହଣ ନୂଆପଡାର ପ୍ରତିନିଧିତ୍ଵ କରିବେ। ଉତ୍ସବ ରେ ଜିଲ୍ଲାପାଳ ମଧୁସୂଦନ ଦାସ। ସେହିଭଳି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଛାତ୍ରଛାତ୍ରୀ ଙ୍କ ନୃତ୍ୟ ଗୀତ କୁ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ରୂପେ ବାସୁଦେବ ସୁନାନୀ, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ଜିଲ୍ଲା ଶିକ୍ଷା ନିରୀକ୍ଷକ କଳାହାଣ୍ଡି ଉଦୟ ସିଂ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଆନୁକୂଲ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ବର: ନୂଆପଡ଼ା ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ପକ୍ଷ ରୁ ସାଂସ୍କୃତିକ ବିଭାଗ ଉତ୍କଳ କଳା ଓ ସାଂସ୍କୃତିକ ପ୍ରତିଷ୍ଠାନ ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକ ଯଥା କୋମନା, ସିନାପାଲି, ବୋଡେ଼ନ, ସିନାପାଲି, ନୂଆପଡା ସମେତ ଖରିଆର ବ୍ଲକ ରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପରିବେଶ, ପର୍ଯ୍ୟାବରଣ ଏବଂ କୃଷି ପ୍ରଣାଳୀ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି। ଖଡ଼ିଆଳ ବ୍ଲକର ବିଭିନ୍ନ ସ୍କୁଲରେ ମୋଟ ୯୯୦ ଜଣ ଛାତ୍ରଛାତ୍ରୀ ଭାଗ ନେଇ ଥିଲେ।

ଖଡ଼ିଆଳ ବ୍ଲକ ଦାୟିତ୍ୱରେ ଥିବା ଗୌରାଙ୍ଗ ସାହୁ ଓ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ନୂଆପଡା ଜିଲ୍ଲା ଅଧ୍ୟକ୍ଷ ବିଭୂତି ଭୂଷଣ ବିଶିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହଯୋଗୀ ଶିକ୍ଷକଙ୍କ ସହଯୋଗରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଚିତ୍ରାଙ୍କନ ପ୍ରତିଯୋଗିତାରେ ହର୍ମିତ କୌର, ବିଘ୍ନରାଜ ମହାଉତି, ରୀନା ମେହେର, ଜଗନ୍ନାଥ ମେହେର, ଯଶୋବନ୍ତ ପଣ୍ଡା ଓ ପପୁ ଶତନାମୀ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

 ନୂଆପଡ଼ାକୁ ୧୨ ଜଣିଆ ପ୍ରଶାସନିକ ସେବାର ପ୍ରତିନିଧି ଦଳଙ୍କ ପରିଦର୍ଶନ

ଭୁବନେଶ୍ଵର: ନୂଆପଡା ଜିଲ୍ଲାକୁ ୧୨ ଜଣିଆ ପ୍ରଶାସନିକ ସେବାରେ ତାଲିମ୍ ନେଉଥିବା ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି। ନୂଆପଡ଼ା ବ୍ଲକର ଧରମବନ୍ଧା ଏବଂ କୋମନା ବ୍ଲକର ସମରସିଂ ଗ୍ରାମପଞ୍ଚାୟତ ବୁଲି ଦେଖିଥିଲେ। ସରକାରୀ ଯୋଜନା ସଫଳ ରୂପାୟନର ବିଭିନ୍ନ ଦିଗ ଉପରେ ବୁଲି ଦେଖିବା ସହ ସ୍ୱଚ୍ଛ ଭାରତ ମିଶନ ରେ ସଫେଇ କରିଥିଲେ। ପଞ୍ଚାୟତ ପ୍ରତିନିଧି ଏବଂ ହିତାଧିକାରୀଙ୍କୁ ସାକ୍ଷାତ କରି ତାଙ୍କ ଲାଭ ନେଇଥିବା ବିଭିନ୍ନ ଯୋଜନା ଉପରେ ବୁଝିଥିଲେ।

ସେହିପରି ଯୋଜନା ରେ ଅର୍ନ୍ତଭୁକ୍ତ ହୋଇନଥିବା ନାଗରିକଙ୍କୁ ସାକ୍ଷାତ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଛାତ, ଶ୍ରମିକଙ୍କୁ କାମ ଯୋଗାଣ, ତରବୋର୍ଡ ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଆନୁସଙ୍ଗିକ ବ୍ୟବସ୍ଥା ଏବଂ ଚିକିତ୍ସା ସୁବିଧା ନେଇ ଆଲୋଚନା କରିଥିଲେ। ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ନିଜ ଆଗାମୀ ଭବିଷ୍ୟତରେ ଏହା କାର୍ଯ୍ୟକାରୀ ହେବା ନେଇ ପ୍ରକାଶ କରିଛନ୍ତି।

ଏହି ଗସ୍ତରେ ଜିଲ୍ଲା ସ୍ତରୀୟ ଅଧିକାରୀ ଏପିଡି ଡି କେ ବେହେରା, ପ୍ରଭୂଦତ୍ତ ବାବୁ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସହ ଅନେକ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଜନା କାର୍ଯ୍ୟକାରିତା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି।

Categories
ଆଜିର ଖବର

ଦୁଇ ଦିନିଆ ନୂଆପଡା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ସାବିତ୍ରୀ ଠାକୁର 

ନୂଆପଡା: ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ କେନ୍ଦ୍ର ମହିଳା ଓ ବାଲ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁର ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଦଳୀୟ କର୍ମୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ। ପରେ ଜିଲ୍ଲା ସର୍କିଟ ହାଉସ ଠାରେ ଆକାଂକ୍ଷା ଜିଲ୍ଲା ନୂଆପଡ଼ା ଏବଂ ନବରଙ୍ଗପୁରକୁ ଗସ୍ତ ରହିଥିବା ପ୍ରକାଶ କରିଛନ୍ତି।

ଭାରତ ସରକାରଙ୍କ ୧୦ ବର୍ଷ ର ଶାସନ ଏବଂ ୬୦ ବର୍ଷ ଶାସନକୁ ଅନୁଧ୍ୟାନ କଲେ ୧୦ ବର୍ଷ ଶାସନ ଭାରି ପଡିବ ବୋଲି ପ୍ରକାଶ କରିଛନ୍ତି। ଆକାଂକ୍ଷା ଜିଲ୍ଲାକୁ ସମସ୍ତ ମାପ ଦଣ୍ଡରେ ଶତ ପ୍ରତିଶତ ହାସଲ କାର୍ଯ୍ୟ ସମୀକ୍ଷା କରିଛନ୍ତି। କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ ଏବଂ ଗରିବ କଲ୍ୟାଣ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ବିମା ଯୋଜନା ହେଉ ପ୍ରକୃତ ଲୋକଙ୍କ ନିକଟକୁ ପହଞ୍ଚିଲେ ଭାରତ ବିକଶିତ ହେବ ବୋଲି ପ୍ରକାଶ କରିଛନ୍ତି।

ସମୀକ୍ଷା ପରେ ନୂଆପଡ଼ା ସର୍କିଟ ହାଉସରେ ରାତ୍ରି ଯାପନ କରିବେ। ଆସନ୍ତାକାଲି ନୂଆପଡ଼ାରେ ସମୀକ୍ଷା କରି ଅଙ୍ଗନୱାଡ଼ି କେନ୍ଦ୍ର ପରିକ୍ରମା କରିବା ସହ ନବରଙ୍ଗପୁର ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ଅଛି।

Categories
ଆଜିର ଖବର ରାଜ୍ୟ ଖବର

ନୂଆପଡ଼ା ଜିଲ୍ଲା ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ, ଗ୍ରାମାଞ୍ଚଳ ଅର୍ଥନୀତି ଉପରେ ଗୁରୁତ୍ବ

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଅର୍ଥନୀତିର ଉନ୍ନତି ସକାଶେ କୁକୁଡ଼ା ପାଳନ ପ୍ରମୁଖ ବେଉସା ହୋଇପାରିବ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ପଶ୍ଚିମ ଓଡ଼ିଶା ଗସ୍ତରେ ନୂଆପଡ଼ାଠାରେ ଏହା ପ୍ରକାଶ କରିଛନ୍ତି । ବିଶେଷ ଭାବେ ନୂଆପଡ଼ା ଜିଲ୍ଲା ଏ କ୍ଷେତ୍ରରେ ଅଧିକ ଲାଭାନ୍ୱିତ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ତ୍ରିପାଠୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମରୁଡ଼ି ପ୍ରପୀଡ଼ିତ ନୂଆପଡ଼ା ଜିଲ୍ଲାରେ ପୂର୍ବାପେକ୍ଷା ଏବେ ଅନେକ ପରିବର୍ତ୍ତନ ଆସିଛି । ଜିଲ୍ଲାରେ କୃଷି, ଗମନାଗମନ, ଟେଲି ଯୋଗାଯୋଗ, ବିଦ୍ୟୁତ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭୃତି କ୍ଷେତ୍ରରେ ଅନେକ ବିକାଶ ହୋଇଛି ।

ବିଶେଷ ଭାବେ ସ୍ଥାନୀୟ ମୃର୍ତ୍ତିକା କପାଚାଷ ପାଇଁ ପ୍ରକୃଷ୍ଟ ଥିବାବେଳେ ଜିଲ୍ଲାରେ ବର୍ତ୍ତମାନ ୪୬ଟି କୁକୁଡ଼ା ଫାର୍ମ ଗଢ଼ି ଉଠିଥିବା ଏକ ଭଲ ଖବର ବୋଲି ସେ କହିଥିଲେ । ତା’ଛଡ଼ା ଉଦ୍ୟାନକୃଷି, ମାଛଚାଷ, ପ୍ରାଣୀପାଳନ ଆଦି ଗ୍ରାମାଞ୍ଚଳରେ ବସବାସ କରୁଥିବା କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀଙ୍କ ପାଇଁ ଅର୍ଥକରୀ ବେଉସା ହୋଇପାରିବ । ସେହିପରି ସୂର୍ଯ୍ୟମୁଖୀ ଚାଷକୁ ବ୍ୟାପକ ଭାବେ କରିବା ପାଇଁ ସ୍ଥାନୀୟ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ସେ ଉଦ୍ୟାନକୃଷି ବିଭାଗକୁ ପ୍ରବର୍ତ୍ତାଇଥିଲେ । ଏବେ ଜୈବିକ ଫସଲ ବିକ୍ରିବଟାର ଚାହିଦା ରହିଥିବା ହେତୁ ଚାଷୀଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ମାଣ୍ଡିଆ ଚାଷର ଭଲ ରେକର୍ଡ ଥିବା ହେତୁ ନୂଆପଡ଼ା ଜିଲ୍ଲାରେ ମାଣ୍ଡିଆ ପ୍ରକ୍ରିୟାକରଣ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଥିବା ସେ ପ୍ରକାଶ କରିଥିଲେ । ବିଜୁ ଏକ୍ସପ୍ରେସ୍‌ େୱ ଜିଲ୍ଲା ପାଇଁ ବରଦାନ ପାଲଟିବ । ଏହି ରାସ୍ତାର ଉଭୟ ପାଶ୍ୱର୍ରେ ଏମ୍‌ଏସ୍‌ଏମ୍‌ଇ ପାର୍କ, ଶିଳ୍ପାଞ୍ଚଳ ଗଢ଼ିଉଠିଲେ ଜିଲ୍ଲାର ଅର୍ଥନୀତିରେ ପ୍ରଭୂତ ଉନ୍ନତି ସାଧନ ହେବା ସହିତ ସ୍ଥାନୀୟ ଲୋକେ କର୍ମସଂସ୍ଥାନ ପାଇପାରିବେ ବୋଲି ସେ ଉଲ୍ଲେଖ କରିଥିଲେ । ଏଥିପାଇଁ କେତେକ ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଇଡ୍‌କୋ ତରଫରୁ ୧୦ଟି ସ୍ଥାନ ଚିହ୍ନଟ କରାଯାଇଥିବା ସେ ଦର୍ଶାଇଥିଲେ ।

ଜିଲ୍ଲାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ରହିଥିବାରୁ ଏସବୁ ସ୍ଥାନଗୁଡ଼ିକର ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଜିଲ୍ଲାକୁ ବାହାର ପର୍ଯ୍ୟଟକ କିପରି ଆସିପାରିବେ ସେଥିପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ସେ କହିଥିଲେ । ପତୋରା ଡ୍ୟାମ୍‌ଠାରେ ନେଚର କ୍ୟାମ୍ପ୍‌ ପ୍ରତିଷ୍ଠା ଏବଂ ତିଖାଲିଠାରେ ବୋଟିଂ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ସାମ୍ବାଦିକମାନଙ୍କୁ କହିଥିଲେ । ଏଥି ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ଆବଶ୍ୟକୀୟ ପାଣ୍ଠିର ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ତାଙ୍କର ଗସ୍ତ କାଳରେ ସେ ବିଜୁ ଏକ୍ସପ୍ରେସ୍‌ ୱେ ନିର୍ମାଣର ଅଗ୍ରଗତି ପରିଦର୍ଶନ କରିବା ସହ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ, ସେଠାରେ ଥିବା ୱାଚ୍‌ ଟାୱାର, ସ୍ପିଲ୍‌ୱେ, ଡ୍ୟାମ୍‌ହେଡ୍‌, ଉଦ୍ୟାନ ପ୍ରଭୃତି ବୁଲି ଦେଖିଥିଲେ । ପରେ ସେ ଖଡ଼ିଆଳ ନିକଟସ୍ଥ ବାଦୀଗାଆଁଠାରେ ନିର୍ମିତ ସରକାରୀ ଆଇଟିଆଇ ପରିଦର୍ଶନ କରିଥିଲେ । ତାଙ୍କ ଗସ୍ତ ସମୟରେ ସେ ସ୍ଥାନୀୟ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରି ସ୍ଥାନୀୟ ସମସ୍ୟାଗୁଡ଼ିକ ସଂପର୍କରେ ଅବଗତ ହୋଇଥିଲେ । ତାଙ୍କର ଏହି ଚାରିଦିନିଆ ଗସ୍ତରେ ସେ ସମ୍ବଲପୁର, ବରଗଡ଼ ଓ ନୂଆପଡ଼ାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଗୋଟିଏ ଗାଁରୁ ଚିହ୍ନଟ ହେଲେ ୨୯ ଜଣ ଆକ୍ରାନ୍ତ: ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ

ଭୁବନେଶ୍ବର: ଆଜି ଗୋଟିଏ ଗାଁରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆପଡା ଜିଲ୍ଲା ସିନାପାଲୀ ବ୍ଲକର ଏକ ଗାଁରୁ ୨୯ ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୫୬ ଟି ନମୁନା ମଧ୍ୟରୁ ୨୯ ଟି ପଜିଟିଭ ଚିହ୍ନଟ ହୋଇଛନ୍ତି। ସିନାପାଲୀ ବିଡିଓ ଏନେଇ ସୂଚନା ଦେଇଛନ୍ତି।

ଏହା ପରେ ସମ୍ପୃକ୍ତ ଗାଁ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ବିଡିଓ କହିଛନ୍ତି। ସେହି ଗାଁରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଗାଁର ସମସ୍ତ ଲୋକଙ୍କ କରୋନା ପରୀକ୍ଷା କରାଯିବ ବୋଲି ବିଡିଓ କହିଛନ୍ତି। ଏହା ସହ ଗାଁରେ ହେବାକୁ ଥିବା ବାହାଘର କାର୍ଯ୍ୟକ୍ରମ ଏବଂ ସାପ୍ତାହିକ ହାଟକୁ ମଧ୍ୟ ସରପଞ୍ଚ ବନ୍ଦ କରିଦେଇଛନ୍ତି।

ତେବେ ଏହି ଗାଁଟି ଛତିଶଗଡ ସୀମାକୁ ଲାଗିଥିବାରୁ ଏତେ ମାତ୍ରାରେ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି।

Categories
ବିଶେଷ ଖବର ରାଜ୍ୟ ଖବର

କଳାହାଣ୍ଡି ପରେ ଏବେ ନୂଆପଡା, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିବେ ନୂଆପଡା

ଭୁବନେଶ୍ବର, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଗସ୍ତ କରୁଛନ୍ତି। ସେ ସକାଳୁ ହେଲିକାପ୍ଟରରେ ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଖଡିଆଳସ୍ଥିତ ରାଜା ଆତ୍ରତ୍ରାଣ ହାଇସ୍କୁଲ ପଡିଆରେ ଓହ୍ଲାଇବେ। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ କାଳରେ ସେ ନୂଆପଡାର ବହୁ ପ୍ରତିକ୍ଷିତ ଲୋୟାର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପ ଦ୍ବାରା ନୂଆପଡାର 13 ହଜାର ଏବଂ ବଲାଙ୍ଗିରର 16 ହଜାର ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ମିଳିବ।

ଏଥିସହିତ ମୁଖ୍ୟମନ୍ତ୍ରୀ ନୂଆପଡା ପାଇଁ ପ୍ରାୟ 4 ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ। ଏଥିସହିତ ନୂଆପଡା ଏସଏଚଜି ମା ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ନବୀନ ଖଡିଆଳ ହାଇସ୍କୁଲ ପଡିଆରେ ବିଶାଳ ଜନସମାବେଶରେ ଉଦବୋଧନ ଦେବେ। ନିକଟରେ ନବୀନ କଳାହାଣ୍ଡି ଗସ୍ତ କରି ସେହି ଜିଲ୍ଲା ପାଇଁ ପ୍ରାୟ ଦୁଇ ହଜର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନୂଆପଡା ଜିଲ୍ଲାର ୨୭ ବର୍ଷୀୟ ସ୍ୱାସ୍ଥ୍ୟ କର୍ମୀ ମୃତ: ତିନି ଦିନ ପୂର୍ବରୁ ନେଇଥିଲେ କରୋନା ଟିକା

ଭୁବନେଶ୍ବର: କରୋନା ଟିକା ନେବାର ତିନି ଦିନ ପରେ ରାଜ୍ୟର ଜଣେ ୨୭ ବର୍ଷୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ହୋଇଛି। ମୃତ ସ୍ଵାସ୍ଥ୍ୟକର୍ମୀଙ୍କ ଘର ନୂଆପଡା ଜିଲ୍ଲାର ବୋଲି ଜଣାପଡିଛି। ସେ ୨୩ ଜାନୁୟାରୀରେ କରୋନା ଟିକା ନେଇଥିଲେ। ତାଙ୍କର ଆଜି ସକାଳେ ସମ୍ବଲପୁରର ଭୀମସାର ହସ୍ପିଟାଲରେ ମୃତ୍ୟୁ ହୋଇଛି। କିନ୍ତୁ ଟିକା ଯୋଗୁଁ ତାଙ୍କର ମୃତ୍ୟୁ ହୋଇନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ  କୁହାଯାଇଛି। ଏହାସହିତ କରୋନା ଟିକା ନେଇଥିବା ଆଉ ଦୁଇଜଣ ସ୍ଵାସ୍ଥ୍ୟ କର୍ମୀ ଅସୁସ୍ଥ ହୋଇପଡିଥିବା ଖବର ମିଳୁଛି।

ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ନୂଆପଡା ଜିଲ୍ଲାର ଜଣେ ୨୪ ବର୍ଷିୟା ମହିଳା ଏବଂ ଝାରସୁଗୁଡା ଜିଲ୍ଲାର ଜଣେ ୨୩ ବର୍ଷୀୟ ପୁରୁଷ ଟିକା ନେବା ପରେ ଅସୁସ୍ଥ ହୋଇପଡିଥିଲେ। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି।