Trump in Danger: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ଆସୁଛି ସେଠାକାର ରାଜନୀତି ସେତିକି ସରଗରମ ହୋଇପଡୁଛି। ବର୍ତ୍ତମାନ ସାରା ବିଶ୍ବର ନଜର ଆମେରିକା ରାଷ୍ଟ୍ରପତି ନିର୍ବାଚନ।
ଏହି ନିର୍ବାଚନରେ ରିପବ୍ଲିକାନ ପାର୍ଟିରୁ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ ପାର୍ଟିରୁ କମଳା ହାରିସ ପ୍ରାର୍ଥୀ ହୋଇଛନ୍ତି। ଏଥିରେ କିଏ ଜିତିବ ହାରିବ ଭିନ୍ନ କଥା, ହେଲେ ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଚାରିଆଡେ ଚର୍ଚ୍ଚା।
ନିକଟରେ ଟ୍ରମ୍ପ ନ୍ୟୁଜ ନେସନ ରିପୋର୍ଟର ଅଲି ବାର୍ଡଲିଙ୍କୁ ସାକ୍ଷାତକାର ଦେଉଥିବା ବେଳେ ହଠାତ ଅଧାରୁ ଚାଲିଯାଇଥିଲେ। ଏହାକୁ ନେଇ ବର୍ତ୍ତମାନ ସାରା ବିଶ୍ବରେ ଚର୍ଚ୍ଚା ଚାଲିଛି।
ଘଟଣାଟି ହେଲା ଯେ, ଟ୍ରମ୍ପ ୟୁଏସଏ- ମେକ୍ସିକୋ ସୀମା ନିକଟରେ ପ୍ରଚାର କରୁଥିଲେ। ସେହି ସମୟରେ ନ୍ୟୁଜ ନେସନର ରିପୋର୍ଟର ବାର୍ଡଲି ତାଙ୍କର ସାକ୍ଷାତକାର ନେଲେ। ଟ୍ରମ୍ପ କିଛି ସମୟ ସାକ୍ଷାତକାର ଦେବା ପରେ ହଠାତ ସେ ଅଧାରୁ ଚାଲିଗଲେ। ଗଲା ବେଳେ ସେ କହିଲେ ଯେ, We are in Danger. ଏତିକି କହି ସେ ତରତର ହୋଇ ତାଙ୍କର କାର ଭିତରକୁ ପଶିଗଲେ।
ସେ ଏହା ମଧ୍ୟ କହିଲେ ଯେ, ଆମେ ଏଠାରେ କଥାବାର୍ତ୍ତା ହେବା ବଡ ବିପଦ। ଆମେ ଆଉ ଅଧିକ କଥାବାର୍ତ୍ତା କରିବା ନାହିଁ। ସେମାନେ ଚାହାଁନ୍ତି ନାହିଁ ମୁଁ ଏଠାରେ କିଛି କହେ। ଏପରିକି ଆପଣ ମଧ୍ୟ ଏଠାରେ ଛିଡା ହୁଅନ୍ତୁ ବୋଲି ସେମାନେ ଚାହାଁନ୍ତି ନାହିଁ। ଏହା କହି ସେ କାରରେ ତରତର ହୋଇ ଚାଲିଗଲେ। ତାଙ୍କ ଚାରିପଟେ ତାଙ୍କର ସୁରକ୍ଷା କର୍ମୀ ଘେରି ରହିଥିଲେ।