Categories
ଆଞ୍ଚଳିକ

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାରେ ପାଞ୍ଚ ଦିନ ବ୍ୟାପି ଆଇନ ସଚେତନତା ଶିବିର

ବାଣପୁର: ଐତିହାସିକ ବାଣପୁର ପଞ୍ଚୁଦୋଳ ମେଳନ ପଡିଆରେ ଜିଲ୍ଲା ତଥା ଦୌରା ଜଜ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ନିଶିଥ ନିଶାଙ୍କଙ୍କ ନିର୍ଦ୍ଦେଶକ୍ରମେ ତାଲୁକ ଆଇନ ସେବା ସମିତି ବାଣପୁର ତରଫରୁ ଏକ ଆଇନ ସଚେତନତା ସ୍ଥାୟୀ ଶିବିର ଖୋଲାଯାଇଥିଲା। ଉକ୍ତ ଶିବିରକୁ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଉଦଘାଟନ କରିଥିଲେ।

ଉକ୍ତ ସ୍ଥାୟୀ ଶିବିରଟି ଗତ ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ନିମନ୍ତେ ଜାରି ରହିଥିଲା। ମେଳନ ଦେଖିବା ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଉକ୍ତ ଶିବିରକୁ ଆସି ବିଭିନ୍ନ ଆଇନ ସେବା ସମ୍ପର୍କିତ ତଥ୍ୟ ଜାଣିଥିଲେ। ଉକ୍ତ ଶିବିରରେ ବିଭିନ୍ନ ଆଇନ ସେବା ତଥା ଆଇନ ପରାମର୍ଶ, ଯୋଗ୍ୟ ହିତାଧିକାରୀ, ସମ୍ମୁଖ ଅଫିସର କାର୍ଯ୍ୟ, ପାରା ଲିଗାଲ ସ୍ବେଛାସେବୀଙ୍କ ଭୂମିକା, ମଧ୍ୟସ୍ଥତା କେନ୍ଦ୍ରର କାର୍ଯ୍ୟ ଏବଂ ନ୍ୟାୟ ସଂଯୋଗ ବିଷୟରେ ବ୍ୟାନର, ପ୍ରଚାରପତ୍ର ତଥା ଡାକବାଜି ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ନିଃଶୁଳ୍କ ଆଇନ ସେବାର ପ୍ରଚାର ପ୍ରସାର ତଥା ପ୍ରାଧିକରଣ ର ବିଭିନ୍ନ କାର୍ଯ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଉକ୍ତ ଶିବିରଟି ଖୋଲାଯାଇଥିଲା।

ଉକ୍ତ ଶିବିରରେ ପାରା ଲିଗାଲ ସ୍ବେଛାସେବୀ ତଥା ଆଇନ ସେବା ସମିତିର ସଚିବ ପ୍ରମୋଦ କୁମାର ଭୋଇ, ସମିତି ସହାୟକ ଶିବ ଚରଣ ବେହେରା ଆଦି ଉପସ୍ଥିତ ରହି ଶିବିରକୁ ସଫଳ ଭାବେ ପରିଚାଳିତ କରିଥିଲେ। ଉକ୍ତ ଶିବିର ପ୍ରତିଷ୍ଠାରେ ପଞ୍ଚୁଦୋଳ କମିଟିର ସଭାପତି ତଥା ତହସିଲଦାର ଟି. ପଦ୍ମନାଭ ଦୋରା, ସମ୍ପାଦକ ମାଧବ ବାରିକି ଏବଂ କମିଟିର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

ତେବେ ତାଲୁକ ଆଇନ ସେବା ସମିତି ପକ୍ଷରୁ ଚଳିତବର୍ଷ ପ୍ରଥମଥର ପାଇଁ ଜନସାଧାରଣଙ୍କ ନିମନ୍ତେ ପଞ୍ଚୁଦୋଳରେ ଉକ୍ତ ଆଇନ ସଚେତନତା ଶିବିର ଖୋଲାଯାଇଥିବାରୁ ବୁଦ୍ଧିଜୀବୀ ମାନେ ଉକ୍ତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା ପ୍ରସ୍ତୁତି ତଦାରଖ କଲେ ଆଇନ ମନ୍ତ୍ରୀ

ବାଣପୁର: ଖୋର୍ଦ୍ଧା ଜିଲ୍ଲାର ଓଡ଼ିଶା ପ୍ରସିଦ୍ଧ ବାଣପୁର ଐତିହାସିକ ପଞ୍ଚୁଦୋଳ ଯାତ୍ରା ମାର୍ଚ୍ଚ ୧୯-୨୦ ତାରିଖରେ ପଲଟଣ ପଡ଼ିଆ ଠାରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଆୟୋଜିତ ପ୍ରସ୍ତୁତି ବୈଠକରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଆଇନ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଠାକୁର ଓ ଠାକୁରାଣୀ ମାନଙ୍କ ଆଗମନ, ନିରବଛିନ୍ନ ବିଦ୍ୟୁତ ସେବା, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା, ଶ୍ରଦ୍ଧାଳୁ ମାନଙ୍କ ନିରାପତ୍ତା ବ୍ୟବସ୍ଥା, ପରିଷ୍କାର, ପରିଚ୍ଛନ୍ନତା ଆଦି ସମସ୍ତ ବିଷୟରେ ବିସ୍ମୃତ ଭାବେ ଆଲୋଚ଼ନା କରିବା ସହ ପଞ୍ଚୁଦୋଳ ଯାତ୍ରାକୁ ମହାଆଡମ୍ବରରେ ପାଳନ କରିବାପାଇଁ ଯାହା ଯାହା ଆବଶ୍ୟକ, ତାହା ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତବର୍ଷ ପଞ୍ଚୁଦୋଳ ଯାତ୍ରାକୁ ଚିତାକର୍ଷକ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଏକାଧିକ ପଦକ୍ଷେପ ନେଇଥିବା ଜଣାପଡିଛି। ରାଜ୍ୟ ସଂକୃତି ବିଭାଗର ସହଯୋଗରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ଉକ୍ତ ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଚ଼ଞ୍ଚଳ ରଣା, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ପଞ୍ଚୁଦୋଳ କମିଟି ସଭାପତି ତଥା ବାଣପୁର ତହସିଲଦାର ଟି.ପଦ୍ମନାଭ ଦୋରା, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସଞ୍ଚୟ କୁମାର ପଟ୍ଟନାୟକ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ନିଗମାନନ୍ଦ ନନ୍ଦ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍, ବାଣପୁର ଥାନାଧିକାରୀ ରମେଶ କୁମାର ଦେବତ୍ତା, ବାଲୁଗାଁ ଥାନାଧିକାରୀ ଜୟପ୍ରକାଶ ପରିଡ଼ା, ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ, ବିଦ୍ୟୁତ୍ ବିଭାଗର ଏସଡ଼ିଓ ଟୁକୁନା ଦଳାଇ, ପଞ୍ଚୁଦୋଳ କମିଟିର ସମ୍ପାଦକ ମାଧବ ବାରିକି, ଉପସଭାପତି ବୀରଭଦ୍ର କାଣ୍ଡିଙ୍କ ସମେତ ପଞ୍ଚୁଦୋଳ କମିଟି ର ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।