Categories
ଆଜିର ଖବର ବ୍ୟବସାୟ

ବନ୍ଦଥିବା ଟ୍ୟାପରୁ ଯଦି ପାଣି ଖସେ ତେବେ ଘରର କଣ ହେବ ଜାଣିଛନ୍ତି କି ?

ନୂଆଦିଲ୍ଲୀ, ଆମର ଅଜାଣନ୍ତରେ ଏପରି କଥା ହୋଇଯାଏ ଯାହା ଆମେ ହେୟଜ୍ଞାନ କରୁ ହେଲେ ବାସ୍ତୁ ଅନୁସାରେ ସେଗୁଡିକ ବଡ ଅସୁବିଧା ସୃଷ୍ଟି କରିଥାନ୍ତି। ଏହିପରି ଅନେକ ତ୍ରୁଟି ରହିଛି ଯାହା ଦ୍ବାରା ଘରେ ଆଶାନ୍ତି ସୃଷ୍ଟି ହେବା ସହିତ ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇଥାଏ। ଏପରି ଘରକୁ ଟଙ୍କା ଆସିବ ହେଲେ ତାହା ହଠାତ କୁଆଡେ ଶେଷ ହୋଇଯିବ। ଏପରି ବିଭ୍ରାଟ କେବଳ ଘରେ ଥିବା କେତେକ ଉପକରଣର ଠିକ ସ୍ଥାନରେ ନ ରଖିବା ଏବଂ ସେଗୁଡିକର ଠିକ୍ ଯତ୍ନ ନ ନେବା ଦ୍ବାରା ହୋଇଥାଏ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଝାଡୁ, ପାଣି ଟ୍ୟାପ୍ ଏବଂ ଶୟନ କକ୍ଷ ଠିକ ଭାବେ ନ ରହିବା ବାସ୍ତୁ ଦୋଷ ହୋଇଥାଏ। ସେଗୁଡିକ ମଧ୍ୟରୁ କେତେକ ତଥ୍ୟ ଉପସ୍ଥାପିତ କରୁଛୁ।

# ଯଦି ଘରେ ଟଙ୍କା ରହୁ ନାହିଁ, ତେବେ ଏହା ବନ୍ଦ ଟ୍ୟାପରୁ ପାଣି ଖସିବା କିମ୍ବା ବେଡରୁମଟି ବାସ୍ତୁ ଅନୁସାରେ ନ ହୋଇଥିବା କାରଣ ହୋଇପାରେ।

# ଘରର ଏକ ବନ୍ଦ ଟ୍ୟାପରୁ ପାଣି ଖସିବା ଅର୍ଥ ଖର୍ଚ୍ଚର ସଙ୍କେତ ଅଟେ। ଏହି କାରଣରୁ ଅନେକ ଥର ଟଙ୍କା ଆସିଲେ ମଧ୍ୟ ତାହା ଖର୍ଚ୍ଚ ହୋଇଯାଏ। ସେଥିପାଇଁ ଟ୍ୟାପ୍ ମରାମତି କରି ଜଳ ପ୍ରବାହିତ ହେବା ବନ୍ଦ କରିବା ଆବଶ୍ୟକ। ଏହା ମଧ୍ୟ ଚନ୍ଦ୍ରର ଦୋଷକୁ ସୂଚିତ କରେ।

# ଭଙ୍ଗା କାଚ, ଭଙ୍ଗା ପଲଙ୍କ, ଭଙ୍ଗା ଆଲମାରୀ କିମ୍ବା ଅନ୍ୟାନ୍ୟ ଭଙ୍ଗା ଜିନିଷ ଘରେ ରଖିବା ଉଚିତ୍ ନୁହେଁ। ଘରେ ଭଙ୍ଗା ଜିନିଷ ରଖିଲେ ମା ଲକ୍ଷ୍ମୀ କୋପ କରନ୍ତି ଏପରି ଘରକୁ ଆସନ୍ତି ନାହିଁ।

# ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଘର ଜଳ ନିଷ୍କାସନ ହେଉଥିଲେ ତାହା ଅର୍ଥର ଅଭାବ ଦେଖାଦେବ। ଏପରି ଘରେ ଟଙ୍କା ରହେ ନାହିଁ। ଘରର ଜଳ ନିଷ୍କାସନ ଉତ୍ତର ଦିଗରେ ରହିବା ଉଚିତ୍ ।