Categories
ଆଜିର ଖବର ରାଜ୍ୟ ଖବର

ମୟୂରଭଞ୍ଜରେ ପିଏମ୍‌ ବିଶ୍ୱକର୍ମା-ଜାତୀୟ ଏସସି-ଏସଟି ହବ୍‌ ଉପରେ ସମ୍ମିଳନୀ ଆୟୋଜିତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ସମ୍ମିଳନୀ କକ୍ଷ ଠାରେ ପିଏମ ବିଶ୍ୱକର୍ମା-ଜାତୀୟ ଏସସି-ଏସଟି ହବ୍ ଉପରେ ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରଣାଳୟ ପକ୍ଷରୁ ସମ୍ମିଳନୀ ଆୟୋଜନ କରାଯାଇଥିଲା।

ଏକ ପ୍ରଦର୍ଶନୀର ଉଦଘାଟନ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ବିଭିନ୍ନ ଅଂଶୀଦାର, ହିତାଧିକାରୀ ଏବଂ ସରକାରୀ ଅଧିକାରୀମାନଙ୍କୁ ଏକତ୍ରିତ ହେବା ସହିତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଏବଂ ଜାତୀୟ ଏସସିଏସଟି ହବ୍ ଭଳି ପ୍ରମୁଖ ପଦକ୍ଷେପ ଉପରେ ବିଚାରବିମର୍ଶ କରିଥିଲେ।

କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଜିତନ ରାମ ମାଞ୍ଝୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀରେ ସହଅଧ୍ୟକ୍ଷତା କରିଥିଲେ। ବିଶିଷ୍ଟ ଅତିଥିମାନେ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ ମଧ୍ୟ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ମାଞ୍ଝି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନିଯୁକ୍ତି ସୃଷ୍ଟି ଏବଂ ଜୀବିକା ନିର୍ବାହରେ ଏମଏସଏମଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିଥିଲେସାଧାରଣ ଲୋକଙ୍କୁ ସଶକ୍ତ କରିବା ଏବଂ ଜୀବିକା ନିର୍ବାହରେ ଉନ୍ନତି ଆଣିବାରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଏବଂ ଜାତୀୟ ଏସସିଏସଟି ହବ୍ ଯୋଜନାର ଗୁରୁତ୍ୱ ଏବଂ ଭୂମିକା ସହିତ କତା ବୋର୍ଡ ଏବଂ ଖଦୀର ଯୋଗଦାନ ଉପରେ ସେ ଆଲୋକପାତ କରିଥିଲେ

କେନ୍ଦ୍ର ମନ୍ତ୍ରୀ କହିଥିଲେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନରେ ଏମଏସଏମଇର ପ୍ରୋତ୍ସାହନ ପାଇଁ ସେ ଏହି ଅଞ୍ଚଳକୁ ଆସିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଏବଂ ୨୦୨୭-୨୮ ସୁଦ୍ଧା ଏହାକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ଭାବେ ପ୍ରତିଷ୍ଠିତ କରିବା ଲାଗି ପରିକଳ୍ପନା କରିଛନ୍ତି। ଏହି ସଂକଳ୍ପକୁ ନେଇ ଏମଏସଏମଇ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ସବୁ ଉଦ୍ୟୋଗୀଙ୍କୁ ଆଗକୁ ବଢ଼ିବା ଲାଗି ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ଶ୍ରୀ ମାଞ୍ଝୀ ଆହୁରି କହିଥିଲେ, ଏମଏସଏମଇ କ୍ଷେତ୍ରରେ ଓଡ଼ିଶାର ପ୍ରଗତି ଉଲ୍ଲେଖନୀୟ ରହିଛି। ଏବେ ପ୍ରାୟ ସବୁ ଉଦ୍ୟୋଗୀ ଉଦ୍ୟମ ପୋର୍ଟାଲରେ ପଞ୍ଜୀକରଣ କରୁଛନ୍ତି। ମନ୍ତ୍ରଣାଳୟର ପ୍ରୟାସକ୍ରମେ ଓଡ଼ିଶାର ଏମଏସଏମଇ କ୍ଷେତ୍ର ଆହୁରି ଆଗକୁ ବଢ଼ିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଭିଭାଷଣ ପ୍ରଦାନ କରି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଏବଂ ଜାତୀୟ ଏସସି-ଏସଟି କେନ୍ଦ୍ର ଯୋଜନାର ସଫଳତା ଉପରେ ଆଲୋକପାତ କରିଥିଲେ। କେନ୍ଦ୍ର ଏମଏସଏମଇ ମନ୍ତ୍ରଣାଳୟର ସମର୍ଥନ ଓ ଏହାର ପଦକ୍ଷେପ ଦ୍ୱାରା ରାଜ୍ୟର ଲୋକମାନେ କିପରି ଉପକୃତ ହୋଇଛନ୍ତି ସେ ବିଷୟରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଶ୍ରୀ ମାଝୀ କହିଥିଲେ, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ମଧ୍ୟବିତ୍ତଙ୍କ ଜୀବନରେ  ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏମଏସଏମଇ ମନ୍ତ୍ରଣାଳୟ ଓଡ଼ିଶା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି ଏବଂ ଏଠାରେ ପି.ଏମ୍. ବିଶ୍ୱକର୍ମା-ଜାତୀୟ ଏସସି-ଏସଟି କେନ୍ଦ୍ର ସମ୍ମିଳନୀ ଆୟୋଜନ କରିଛି।

କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଏମଏସଏମଇ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ର ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଗୃହ ନିର୍ମାଣ ଓ ସହରୀ ବିକାଶ ମନ୍ତ୍ରୀ  ଡକ୍ଟର କୃଷ୍ଣଚନ୍ଦ୍ର  ମହାପାତ୍ର, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାଂସଦ ମମତା ମହାନ୍ତ, ଶିଳ୍ପ ଓ ଏମଏସଏମଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା, ପିଏମଇଜିପି ଏବଂ ଏସସି-ଏସଟି ହବ୍ ପଦକ୍ଷେପର ହିତାଧିକାରୀ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ, ଋଣ ଚେକ୍ ବଣ୍ଟନ ସହିତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହିତାଧିକାରୀମାନଙ୍କୁ ଇ-ପ୍ରମାଣପତ୍ର ବିତରଣ କରାଯାଇଥିଲା। ଜାତୀୟ ଏସସି-ଏସ୍.ଟି. ହବ୍ ହିତାଧିକାରୀ ଏବଂ ପି.ଏମ୍.ଇ.ଜି.ପି. ହିତାଧିକାରୀମାନଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ୧୭ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଦକ୍ଷତା ବିକାଶ, ଆର୍ଥିକ ସହାୟତା ଏବଂ ଟୁଲକିଟ୍ ସହିତ ପାରମ୍ପରିକ କାରିଗର ଏବଂ ଶିଳ୍ପୀମାନଙ୍କୁ ସମର୍ଥନ ଯୋଗାଇ ଦେଇଥାଏ। ସେହିପରି ଅକ୍ଟୋବର ୨୦୧୬ରେ ଆରମ୍ଭ ହୋଇଥିବା ଜାତୀୟ ଏସସି-ଏସଟି ହବ୍ କ୍ଷମତା ନିର୍ମାଣ, ବଜାର ସଂଯୋଗ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଋଣ ଉପଲବ୍ଧତା ମାଧ୍ୟମରେ ଏସସି/ଏସଟି ଉଦ୍ୟୋଗୀମାନଙ୍କୁ ସଶକ୍ତ କରିଥାଏ।

୬.୨୫ କୋଟିରୁ ଅଧିକ ଉଦ୍ୟୋଗ ଏବଂ ୨୬.୭ କୋଟି ଲୋକଙ୍କୁ ନିଯୁକ୍ତି ପ୍ରଦାନ କରୁଥିବା ଏମଏସଏମଇ କ୍ଷେତ୍ର ଭାରତର ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଯାହା ଜି.ଡି.ପି.ରେ ପ୍ରାୟ ୩୦ ପ୍ରତିଶତ ଏବଂ ରପ୍ତାନିରେ ୪୫ ପ୍ରତିଶତରୁ ଅଧିକ ଯୋଗଦାନ ଦେଇଥାଏ।

Categories
ବିଶେଷ ଖବର

ଆଜି ପାରମ୍ପରିକ କାରିଗର ଏବଂ ଶିଳ୍ପୀମାନଙ୍କ ପାଇଁ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ବିଶ୍ୱକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନ୍ସନ୍ ଆଣ୍ଡ ଏକ୍ସପୋ ସେଣ୍ଟରରେ “ପିଏମ୍ ବିଶ୍ୱକର୍ମା” ନାମକ ଏକ ନୂତନ ଯୋଜନାର ଶୁଭାରମ୍ଭ କରିବେ।

ପାରମ୍ପରିକ ଶିଳ୍ପରେ ନିୟୋଜିତ କାରିଗର ମାନଙ୍କୁ ସହାୟତା ପ୍ରଦାନ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କର ନିରନ୍ତର ଲକ୍ଷ୍ୟ ରହିଛି। କେବଳ କାରିଗର ଓ ଶିଳ୍ପୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନୁହେଁ ବରଂ ସ୍ଥାନୀୟ ଉତ୍ପାଦ, କଳା ଓ ହସ୍ତଶିଳ୍ପ ମାଧ୍ୟମରେ ବହୁ ପୁରୁଣା ପରମ୍ପରା, ସଂସ୍କୃତି ଓ ବିବିଧ ଐତିହ୍ୟକୁ ବଞ୍ଚାଇ ରଖିବା ଓ ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଦ୍ୱାରା ଏହି ଯୋଜନା ଅନୁପ୍ରାଣିତ ହୋଇଛି।

୧୩,୦୦୦ କୋଟି ଟଙ୍କା ବ୍ୟୟ ଅଟକଳ ସହିତ କେନ୍ଦ୍ର ସରକାର ପିଏମ୍ ବିଶ୍ୱକର୍ମା ଯୋଜନାକୁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି ଯୋଜନା ଅଧୀନରେ ବାୟୋମେଟ୍ରିକ୍ ଆଧାରିତ ପିଏମ୍ ବିଶ୍ୱକର୍ମା ପୋର୍ଟାଲ ବ୍ୟବହାର କରି ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ବିଶ୍ୱକର୍ମା ମାନଙ୍କୁ ମାଗଣାରେ ପଞ୍ଜୀକୃତ କରାଯିବ। ସେମାନଙ୍କୁ ପିଏମ୍ ବିଶ୍ୱକର୍ମା ସାର୍ଟିଫିକେଟ୍ ଏବଂ ପରିଚୟ ପତ୍ର, ମୌଳିକ ଓ ଉନ୍ନତ ଦକ୍ଷତା ବିକାଶ ପ୍ରଶିକ୍ଷଣ ସହିତ ୧୫,୦୦୦ ଟଙ୍କାର ଟୁଲକିଟ୍ ପ୍ରୋତ୍ସାହନ ରାଶି, ୫% ରିହାତି ସୁଧ ହାରରେ ୧ ଲକ୍ଷ ଟଙ୍କା (ପ୍ରଥମ କିସ୍ତି) ଏବଂ ୨ ଲକ୍ଷ ଟଙ୍କା (ଦ୍ୱିତୀୟ କିସ୍ତି) ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହାୟତା, ଡିଜିଟାଲ କାରବାର ପାଇଁ ପ୍ରୋତ୍ସାହନ ଏବଂ ମାର୍କେଟିଂ ସହାୟତା ପ୍ରଦାନ କରାଯିବ।

ଗୁରୁ – ଶିଷ୍ୟ ପରମ୍ପରା ବା ପରିବାର ଭିତ୍ତିକ ପାରମ୍ପରିକ କୌଶଳ ଓ ବୃତ୍ତିକୁ ସୁଦୃଢ଼ ଓ ଦୀର୍ଘସ୍ଥାୟୀ କରିବା ଏହି ଯୋଜନାର ଉଦ୍ଦେଶ୍ୟ। କାରିଗର ଏବଂ ଶିଳ୍ପୀ ମାନଙ୍କର ଉତ୍ପାଦ ଏବଂ ସେବାର ଗୁଣବତ୍ତା ତଥା ପ୍ରସାରରେ ଉନ୍ନତି ଆଣିବା ଏବଂ ସେମାନଙ୍କୁ ଘରୋଇ ଏବଂ ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳ ସହିତ ସମନ୍ୱିତ କରିବାକୁ ସୁନିଶ୍ଚିତ କରିବା ହେଉଛି ପିଏମ୍ ବିଶ୍ୱକର୍ମା ଯୋଜନାର ମୁଖ୍ୟ ଲକ୍ଷ୍ୟ।

ଏହି ଯୋଜନା ସମଗ୍ର ଭାରତରେ ଗ୍ରାମାଂଚଳ ଏବଂ ସହରାଞ୍ଚଳର କାରିଗର ଏବଂ ଶିଳ୍ପୀ ମାନଙ୍କୁ ସହାୟତା ପ୍ରଦାନ କରିବ। ପିଏମ୍ ବିଶ୍ୱକର୍ମା ଯୋଜନା ଅଧୀନରେ ୧୮ଟି ପାରମ୍ପରିକ ହସ୍ତଶିଳ୍ପ ଅନ୍ତର୍ଭୁକ୍ତ ହେବ। ଏଗୁଡିକ ମଧ୍ୟରେ ରହିଛି (୧) ବଢ଼େଇ କାମ ; (୨) ଡଙ୍ଗା ନିର୍ମାଣ; (୩) ଅସ୍ତ୍ରଶସ୍ତ୍ର ନିର୍ମାଣ; (୪) କମାର କାମ ; (୪) ହାତୁଡି ଏବଂ ଟୁଲ୍ କିଟ୍ ପ୍ରସ୍ତୁତି ; (୬) ତାଲା ନିର୍ମାଣ; (୭) ବଣିଆ ; (୮) କୁମ୍ଭାର କାମ; (୯) ମୂର୍ତ୍ତିଶିଳ୍ପୀ, ପଥର ଶିଳ୍ପୀ; (ଙ୍ଘ) ମୋଚି (ଚପଲ / ଜୋତା କାରିଗର); (୧୧) ମିସ୍ତ୍ରୀ (ରାଜମିସ୍ତ୍ରୀ); (୧୨) ଟୋକେଇ / ଚଟେଇ / ଝାଡୁ ପ୍ରସ୍ତୁତକାରୀ / ନଡିଆ କତା ବୁଣାଳୀ; (୧୩) କଣ୍ଢେଇ ଏବଂ ଖେଳନା ନିର୍ମାଣ (ପାରମ୍ପରିକ); (୧୪) ଭଣ୍ଡାରୀ; (୧୫) ଫୁଲମାଳ ପ୍ରସ୍ତୁତି ; (୧୬) ଧୋବା; (୧୭) ଦରଜୀ; ଏବଂ (୧୮) ମାଛ ଧରା ଜାଲ ପ୍ରସ୍ତୁତି।

Categories
ଆଜିର ଖବର ଜାତୀୟ ଖବର

ସେପ୍ଟେମ୍ବର ୧୭ରେ ପାରମ୍ପରିକ କାରିଗର ଏବଂ ଶିଳ୍ପୀମାନଙ୍କ ପାଇଁ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ବିଶ୍ୱକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭, ୨୦୨୩ ପୂର୍ବାହ୍ନ ପ୍ରାୟ ୧୧ଟାରେ ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନ୍ସନ୍ ଆଣ୍ଡ ଏକ୍ସପୋ ସେଣ୍ଟରରେ “ପିଏମ୍ ବିଶ୍ୱକର୍ମା” ନାମକ ଏକ ନୂତନ ଯୋଜନାର ଶୁଭାରମ୍ଭ କରିବେ।

ପାରମ୍ପରିକ ଶିଳ୍ପରେ ନିୟୋଜିତ କାରିଗର ମାନଙ୍କୁ ସହାୟତା ପ୍ରଦାନ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କର ନିରନ୍ତର ଲକ୍ଷ୍ୟ ରହିଛି। କେବଳ କାରିଗର ଓ ଶିଳ୍ପୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନୁହେଁ ବରଂ ସ୍ଥାନୀୟ ଉତ୍ପାଦ, କଳା ଓ ହସ୍ତଶିଳ୍ପ ମାଧ୍ୟମରେ ବହୁ ପୁରୁଣା ପରମ୍ପରା, ସଂସ୍କୃତି ଓ ବିବିଧ ଐତିହ୍ୟକୁ ବଞ୍ଚାଇ ରଖିବା ଓ ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଦ୍ୱାରା ଏହି ଯୋଜନା ଅନୁପ୍ରାଣିତ ହୋଇଛି।

୧୩,୦୦୦ କୋଟି ଟଙ୍କା ବ୍ୟୟ ଅଟକଳ ସହିତ କେନ୍ଦ୍ର ସରକାର ପିଏମ୍ ବିଶ୍ୱକର୍ମା ଯୋଜନାକୁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି ଯୋଜନା ଅଧୀନରେ ବାୟୋମେଟ୍ରିକ୍ ଆଧାରିତ ପିଏମ୍ ବିଶ୍ୱକର୍ମା ପୋର୍ଟାଲ ବ୍ୟବହାର କରି ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ବିଶ୍ୱକର୍ମା ମାନଙ୍କୁ ମାଗଣାରେ ପଞ୍ଜୀକୃତ କରାଯିବ। ସେମାନଙ୍କୁ ପିଏମ୍ ବିଶ୍ୱକର୍ମା ସାର୍ଟିଫିକେଟ୍ ଏବଂ ପରିଚୟ ପତ୍ର, ମୌଳିକ ଓ ଉନ୍ନତ ଦକ୍ଷତା ବିକାଶ ପ୍ରଶିକ୍ଷଣ ସହିତ ୧୫,୦୦୦ ଟଙ୍କାର ଟୁଲକିଟ୍ ପ୍ରୋତ୍ସାହନ ରାଶି, ୫% ରିହାତି ସୁଧ ହାରରେ ୧ ଲକ୍ଷ ଟଙ୍କା (ପ୍ରଥମ କିସ୍ତି) ଏବଂ ୨ ଲକ୍ଷ ଟଙ୍କା (ଦ୍ୱିତୀୟ କିସ୍ତି) ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହାୟତା, ଡିଜିଟାଲ କାରବାର ପାଇଁ ପ୍ରୋତ୍ସାହନ ଏବଂ ମାର୍କେଟିଂ ସହାୟତା ପ୍ରଦାନ କରାଯିବ।

ଗୁରୁ – ଶିଷ୍ୟ ପରମ୍ପରା ବା ପରିବାର ଭିତ୍ତିକ ପାରମ୍ପରିକ କୌଶଳ ଓ ବୃତ୍ତିକୁ ସୁଦୃଢ଼ ଓ ଦୀର୍ଘସ୍ଥାୟୀ କରିବା ଏହି ଯୋଜନାର ଉଦ୍ଦେଶ୍ୟ। କାରିଗର ଏବଂ ଶିଳ୍ପୀ ମାନଙ୍କର ଉତ୍ପାଦ ଏବଂ ସେବାର ଗୁଣବତ୍ତା ତଥା ପ୍ରସାରରେ ଉନ୍ନତି ଆଣିବା ଏବଂ ସେମାନଙ୍କୁ ଘରୋଇ ଏବଂ ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳ ସହିତ ସମନ୍ୱିତ କରିବାକୁ ସୁନିଶ୍ଚିତ କରିବା ହେଉଛି ପିଏମ୍ ବିଶ୍ୱକର୍ମା ଯୋଜନାର ମୁଖ୍ୟ ଲକ୍ଷ୍ୟ।

ଏହି ଯୋଜନା ସମଗ୍ର ଭାରତରେ ଗ୍ରାମାଂଚଳ ଏବଂ ସହରାଞ୍ଚଳର କାରିଗର ଏବଂ ଶିଳ୍ପୀ ମାନଙ୍କୁ ସହାୟତା ପ୍ରଦାନ କରିବ। ପିଏମ୍ ବିଶ୍ୱକର୍ମା ଯୋଜନା ଅଧୀନରେ ୧୮ଟି ପାରମ୍ପରିକ ହସ୍ତଶିଳ୍ପ ଅନ୍ତର୍ଭୁକ୍ତ ହେବ। ଏଗୁଡିକ ମଧ୍ୟରେ ରହିଛି (୧) ବଢ଼େଇ କାମ ; (୨) ଡଙ୍ଗା ନିର୍ମାଣ; (୩) ଅସ୍ତ୍ରଶସ୍ତ୍ର ନିର୍ମାଣ; (୪) କମାର କାମ ; (୪) ହାତୁଡି ଏବଂ ଟୁଲ୍ କିଟ୍ ପ୍ରସ୍ତୁତି ; (୬) ତାଲା ନିର୍ମାଣ; (୭) ବଣିଆ ; (୮) କୁମ୍ଭାର କାମ; (୯) ମୂର୍ତ୍ତିଶିଳ୍ପୀ, ପଥର ଶିଳ୍ପୀ; (ଙ୍ଘ) ମୋଚି (ଚପଲ / ଜୋତା କାରିଗର); (୧୧) ମିସ୍ତ୍ରୀ (ରାଜମିସ୍ତ୍ରୀ); (୧୨) ଟୋକେଇ / ଚଟେଇ / ଝାଡୁ ପ୍ରସ୍ତୁତକାରୀ / ନଡିଆ କତା ବୁଣାଳୀ; (୧୩) କଣ୍ଢେଇ ଏବଂ ଖେଳନା ନିର୍ମାଣ (ପାରମ୍ପରିକ); (୧୪) ଭଣ୍ଡାରୀ; (୧୫) ଫୁଲମାଳ ପ୍ରସ୍ତୁତି ; (୧୬) ଧୋବା; (୧୭) ଦରଜୀ; ଏବଂ (୧୮) ମାଛ ଧରା ଜାଲ ପ୍ରସ୍ତୁତି।

Categories
ଆଜିର ଖବର ଜାତୀୟ ଖବର

ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘ପିଏମ୍ ବିଶ୍ୱକର୍ମା’କୁ ଅନୁମୋଦନ କଲେ କେନ୍ଦ୍ର କ୍ୟାବିନେଟ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଆଜି ପାଞ୍ଚ ବର୍ଷ (୨୦୨୩-୨୪ ଆର୍ଥିକ ବର୍ଷ ଠାରୁ ୨୦୨୭-୨୮ ଆର୍ଥିକ ବର୍ଷ) ପାଇଁ ୧୩ ହଜାର କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା “ପିଏମ୍ ବିଶ୍ୱକର୍ମା”କୁ ଅନୁମୋଦନ କରାଯାଇଛି। ନିଜର ହାତ ଓ ପାରମ୍ପରିକ ଉପକରଣରେ କାର୍ଯ୍ୟ କରୁଥିବା କାରିଗର ଏବଂ ଶିଳ୍ପକାରଙ୍କୁ ଗୁରୁ-ଶିଷ୍ୟ ପରମ୍ପରା ବା ପରିବାର ଭିତ୍ତିକ ପାରମ୍ପରିକ କୌଶଳ ଅଭ୍ୟାସକୁ ସୁଦୃଢ଼ କରିବା ପ୍ରୋତ୍ସାହନ ଦେବା ଏହି ଯୋଜନାର ଉଦ୍ଦେଶ୍ୟ।

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ କାରିଗର ଏବଂ ଶିଳ୍ପୀମାନଙ୍କୁ ପିଏମ ବିଶ୍ୱକର୍ମା ସାର୍ଟିଫିକେଟ୍ ଏବଂ ପରିଚୟପତ୍ର ପ୍ରଦାନ ଦିଆଯାଇ ମାନ୍ୟତା ଦିଆଯିବ। ୫% ରିହାତି ସୁଧ ହାରରେ ୧ ଲକ୍ଷ ଟଙ୍କା (ପ୍ରଥମ ପର୍ଯ୍ୟାୟ) ଏବଂ ୨ ଲକ୍ଷ ଟଙ୍କା (ଦ୍ୱିତୀୟ ପର୍ଯ୍ୟାୟ) ପର୍ଯ୍ୟନ୍ତ ଋଣ ସହାୟତା ପ୍ରଦାନ କରାଯିବ। ଏହି ଯୋଜନାରେ ଦକ୍ଷତା ଉନ୍ନତି, ଉପକରଣ ପାଇଁ ସହାୟତା, ଡିଜିଟାଲ କାରବାର ପାଇଁ ପ୍ରୋତ୍ସାହନ ଏବଂ ମାର୍କେଟିଂ ସହାୟତା ପ୍ରଦାନ କରାଯିବ। ଏହି ବେଉସା ମଧ୍ୟରେ ରହିଛି ବଢ଼େଇ, ଡଙ୍ଗା ନିର୍ମାତା, ଅସ୍ତ୍ରନିର୍ମାତା, କମାର, ହାତୁଡ଼ି ଓ ଉପକରଣ ନିର୍ମାତା, ତାଲା କାରିଗର, ବଣିଆ, କୁମ୍ଭାର, ମୂର୍ତ୍ତିକାରିଗର, ପଥର କଟାଳି, ମୋଚି, ଜୋତା କାରିଗର, ରାଜମିସ୍ତ୍ରୀ, ଝୁଡ଼ି/ମସିଣା/ଝାଡ଼ୁ/କପା ବୁଣାକାର, ଖେଳନା ଓ କଣ୍ଢେଇ କାରିଗର (ପାରମ୍ପରିକ), ଭଣ୍ଡାରୀ, ମାଳୀ, ଧୋବା, ଦରଜି ଓ ମାଛ ଜାଲ ନିର୍ମାତା।