ପୁରୀ: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପବିତ୍ର ମାସ କାର୍ତ୍ତିକର ଆଜି ହେଉଛି ଶେଷ ଦିନ। ଏହି ଦିନରେ ଡଙ୍ଗା ଭସାଇବା ଏକ ପରଂପରା କାହିଁ କେଉଁ କାଳରୁ ରହିଆସିଛି। ସାଧାବ ପୁଅମାନେ ବୋଇତରେ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ବାଣିଜ୍ୟ କରିବାକୁ ଯାଇଥିଲେ। ସେହି ସ୍ମୃତି ଅନୁସାରେ ଆଜି ସାରା ଓଡିଶାରେ ବୋଇତ ବନ୍ଦାଣ ଉତ୍ସବ ବା ଡଙ୍ଗା ଭସା ଉତ୍ସବ ପାଳିତ ହେଉଛି।
ଏହି ଉପଲକ୍ଷେ ଆଜି ପୁରୀ ସମୁଦ୍ର କୂଳରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଲକ୍ଷ ଲକ୍ଷ ଲୋକ ବଡି ଭୋରରୁ ସମୁଦ୍ର କୂଳରେ ପୂଜାପାଠ କରି ଡଙ୍ଗା ଭସାଇଛନ୍ତି। ସମୁଦ୍ରରେ ସାଧାବ ପୁଅମାନେ ବାଣିଜ୍ୟ କରିବାକୁ ଯାଉଥିବାରୁ ପୁରୀ ସମୁଦ୍ର କୂଳରେ ସେଥିପାଇଁ ଏହି ଭିଡ ପରିଲକ୍ଷିତ ହୋଇଛି। କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ପୁରୀ ଆସିଥିବା ହବିଷ୍ୟାଳିମାନେ ମଧ୍ୟ ଏହି ଡଙ୍ଗା ଭସା ଉତ୍ସବରେ ଯୋଗ ଦେଇଛନ୍ତି।
ଭକ୍ତମାନେ ସମୁଦ୍ରରେ ଡଙ୍ଗା ଭସାଇବା ପରେ ଶ୍ରୀମନ୍ଦିରକୁ ଆସି ଜଗନ୍ନାଥ ଦର୍ଶନ କରିଛନ୍ତି।