Categories
ଆଜିର ଖବର ରାଜ୍ୟ ଖବର

ଭାରତୀୟ ନୌସେନାର ନାଭାଲ ବ୍ୟାଣ୍ଡ କନସର୍ଟ କାର୍ଯ୍ୟକ୍ରମ 

ନୂଆଦିଲ୍ଲୀ: ପୁରୀ ସହରର ଟାଉନ ହଲ ପରିସରରେ ଭାରତୀୟ ନୌସେନାର ନାଭାଲ ବ୍ୟାଣ୍ଡ କନସର୍ଟ କାର୍ଯ୍ୟକ୍ରମ ଥିଲା ବେଶ ଚିତାକର୍ଷକ ଓ ଆନନ୍ଦ ଦାୟକ। ଦେଶ ମାତୃତ୍ବ ଭାବନା ସୃଷ୍ଟି କରିଥିଲା ନାଭାଲ ବ୍ୟାଣ୍ଡ କନସର୍ଟ କାର୍ଯ୍ୟକ୍ରମ। ନୌସେନା ବ୍ୟାଣ୍ଡ ଦାୟିତ୍ୱ ରେ ଥିବା ଅଭିଜ୍ଞ କଳାକାରଙ୍କ ଦ୍ଵାରା ଏହି କନସର୍ଟ ବା ବାଦ୍ୟ ବିଚିତ୍ରା ପରିବେଷଣ କରାଯାଉଥିବା ବେଳେ ଆଗାମୀ ଡିସେମ୍ବର ୪ତାରିଖରେ ପୁରୀରେ ନୌସେନା ଦିବସ ପାଳନ ପୂର୍ବରୁ ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ମନରେ ନୌସେନା ପ୍ରତି ଆଣିଥିଲା ଦେଶ ଦେଶାତ୍ମବୋଧକ।

ତେବେ ନୌସେନାର ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବରିଷ୍ଠ ନୌସେନା ଅଧିକାରୀ ରିଅର ଆଡ଼ମିରାଲ ସଲିଲ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।ତେବେ ଆଇଏନଏସ ଚିଲିକା ନୌସେନା କେନ୍ଦ୍ରର ବ୍ୟାଣ୍ଡ ଅଧିକାରୀ ହନୁମାନ ଥାପଙ୍କ ପ୍ରତ୍ୟେକ୍ଷ ତ୍ୱବାଧାନରେ ଏହି କନସର୍ଟ ଚାଲିଥିବା ବେଳେ ଏହାକୁ ବହୁ ସଂଖ୍ୟାରେ ପୁରୀ ବାସୀ ପସନ୍ଦ କରିତଜିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆବର୍ଷ ପାଇଁ ସଜେଇ ହେଲା ଜଗନ୍ନାଥ ଧାମ ପୁରୀ, ଅଠର ନଳାରେ ଆଖି ଝଲସି ଯାଉଛି

ପୁରୀ, ଆସୁଛି ନୂଆ ବର୍ଷ। ସେଥିପାଇଁ ଚାରିଆଡେ ଚାଲିଛି ସାଜସଜା। ହେଲେ ଏଥର କରୋନା ପାଇଁ ଖିଆପିଆ ହୋଇ ନ ପାରେ। ହେଲେ ବୁଲାବୁଲି କରିବା ପାଇଁ ଅନେକ ଅନେଇ ବସିଛନ୍ତି। ବିଶେଷ କରି ପୁରୀ ଯିବା ପାଇଁ ଅନେକଙ୍କ ଆଗ୍ରହ ଥାଏ। ଏହାକୁ ଦୃଷ୍ଟିରେ ରଖି ପୁରୀ ସହରକୁ ପ୍ରଶାସନ ତରଫରୁ ବେଶ ସାଜସଜା କରାଯାଇଛି।
ପୁରୀ ସହର ଭିତରକୁ ପଶିବା ପାଇଁ ଥିବା ଅଠର ନଳା ପ୍ରବେଶ ପଥକୁ ବେଶ ସାଜସଜା କରାଯାଇଛି। ବିଭିନ୍ନ ରଂଗୀନ ଆଲୋକମାଳାରେ ସେହି ସ୍ଥାନଟି ଝଲସି ଉଠିଛି। ବିଶେଷ କରି ଐତିହାସିକ ଅଠର ନଳାକୁ ମଧ୍ୟ ଆକର୍ଷଣୀୟ ଆଲୋକମାଳାରେ ସଜାଯାଇଛି ।
ଯେକେହି ଦେଖିଲେ ତାଙ୍କର ଆଖି ଝଲସି ଯିବ। ନୂଆ ବର୍ଷରେ ଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ ମନା। ତଥାପି ଲୋକମାନେ ପୁରୀ ସହରକୁ ନିଶ୍ଚିତ ଆସିବେ। ସେଥିପାଇଁ ପୁରୀ ପ୍ରଶାସନ ତରଫରୁ ଏପରି ପଦକ୍ଷେପ ନିଆଯାଇଛି।