Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଇ ଭାଇ କଳିରେ ବଳି ପଡ଼ିଲେ ସିପାହୀ: ଖଣ୍ଡା ଆକ୍ରମଣରେ ଗୁରୁତର ହେଲେ ପୋଲିସ କର୍ମଚାରୀ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥପୁରୁ ଥାନା ଅନ୍ତର୍ଗତ ଗୋଲାପୋଲି ସାହିରେ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହେଉଥିବା ବେଳେ ୧୧୨ ଗାଡ଼ି ପହଞ୍ଚି ପରିସ୍ଥିତି ବୁଝିବା ସମୟରେ ଜଣେ ଭାଇ ହାତରେ ଧରିଥିବା ଖଣ୍ଡାରେ କାର୍ଯ୍ୟରତ ସିପାହୀଙ୍କୁ ଆକ୍ରମଣ କରିଥିଲା। ଯାହା ଫଳରେ ସିପାହୀ ଜଣକ ଖଣ୍ଡା ଟିକୁ ହାତରେ ଧରିଦେଇଥିବାରୁ ନିଶ୍ଚିତ ଗଭୀର ଆଘାତରୁ ବର୍ତ୍ତି ଯାଇଥିଲେ।

ଆହତ ସିପାହୀ ଜଣକ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଥାନାରେ ଅଭିଯୋଗ କରିଥିଲେ। ଏହି ଭଳି ସମ୍ବେଦନଶୀଳ ପରିସ୍ଥିତିରେ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଓ ଅନ୍ୟାନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ।

ପୋଲିସ ପ୍ରଶାସନର ଜରୁରୀ ପଦକ୍ଷେପ ସ୍ୱରୂପ ପୋଲିସ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଅଭିଯୁକ୍ତକୁ ପୋଲିସ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ନିକଟରୁ ଧରିଥିବା ସୁଚନା ମିଳିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ ଆକ୍ରମଣ: ଜଣେ ମୃତ, ପୋଲିସ କର୍ମଚାରୀଙ୍କ ସମେତ ୨୪ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆଜି ଅମିରା କଦଲଙ୍କ ହରି ସିଂ ହାଇ ଷ୍ଟ୍ରିଟ ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗ୍ରେନେଡ ଫିଙ୍ଗିଥିଲେ। ଯେଉଁଥିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଅପରାହ୍ନ ୪ ଟା ସମୟରେ ଆତଙ୍କବାଦୀମାନେ ହରି ସିଂ ହାଇ ଷ୍ଟ୍ରିଟରେ ନିୟୋଜିତ ପୋଲିସ ଏବଂ ସୁରକ୍ଷା ବାହିନୀକୁ ଗ୍ରେନେଡ ସାହାଯ୍ୟରେ ଆକ୍ରମଣ କରିଥିଲେ। ଆହତମାନଙ୍କୁ ଶ୍ରୀ ମହାରାଜା ହରି ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୋଲିସ କହିଛି।

ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ଅପରାଧୀଙ୍କୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି। ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ଅନ୍ୟ ୨୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଶ୍ରୀ ମହାରାଜା ହରି ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତ ବ୍ୟକ୍ତି ଜଣକ ମହମ୍ମଦ ଅସଲମ ମଖଦୁମି (୭୦) ବୋଲି ଜଣା ପଡିଛି।

ଜାମ୍ମୁ କାଶ୍ମୀରର ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଅବଦୁଲ୍ଲା ଟ୍ୱିଟ୍ କରି କହିଛନ୍ତି ଯେ, ମୁଁ ଏହି ଆକ୍ରମଣକୁ ଦୃଢ ନିନ୍ଦା କରୁଛି।

ମୁଫତି ଟ୍ୱିଟ୍ କରି କହିଛନ୍ତି ଯେ, ଏହି ଆକ୍ରମଣକୁ ନିନ୍ଦା କର। ଜମ୍ମୁ କାଶ୍ମୀରର ଲୋକମାନେ ପ୍ରାଣ ହରାଉଛନ୍ତି ଏବଂ ଦୁଃଖର ବିଷୟ ଯେ ଏହି ବିବାଦ ଏବଂ ରକ୍ତପାତର ମୁକାବିଲା ପାଇଁ ଭାରତ କିମ୍ବା ପାକିସ୍ତାନ କିଛି କରୁନାହାଁନ୍ତି। ମୁଁ ଶୋକସନ୍ତପ୍ତ ପରିବାର ପାଇଁ ପ୍ରାର୍ଥନା କରୁଛି।