Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ଅଠର ଜଣିଆ ନୂଆ ଟିଭି ପ୍ୟାନେଲିଷ୍ଟ, ହଟିଲେ ମାନସ ମଙ୍ଗରାଜଙ୍କ ଚେଲା

ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ନୂଆ ଟିଭି ପ୍ୟାନେଲିଷ୍ଟଙ୍କ ନାମ ଘୋଷଣା କରିଛି। ଏଥିରେ ଦଳ ଅଠର ଜଣଙ୍କୁ ଏହି ପ୍ୟାନେଲରେ ନେଇଛି।ଏଥିରେ ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟ, ସୁବାସ ସିଂ ପ୍ରମୁଖ ରହିଛନ୍ତି। ସେମାନେ ହେଲେ

ତେବେ ଏହି ତାଲିକାରୁ ବିଜେଡି ବିପର୍ଯ୍ୟୟ ପାଇଁ ଅନ୍ୟତମ କାରଣ ହୋଇଥିବା ମାନସ ମଙ୍ଗରାଜଙ୍କ ଚେଲାମାନଙ୍କ ନାମ କାଟି ଦିଆଯାଇଛି। ସେଥିପାଇଁ ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ପୂର୍ବରୁ ଯେଉଁ ତାଲିକା କରାଯାଇଥିଲା ତାହାକୁ ବାତିଲ କରାଯାଗଲା। ଏହି ବିଜ୍ଞପ୍ତି ଦଳର ବରିଷ୍ଠ ରାଜ୍ୟ ମିଡିଆ ସଂଯୋଜକ ପ୍ରତାପ ଜେନାଙ୍କ ଦସ୍ତଖତରେ ପ୍ରକାଶ ପାଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମାହାଙ୍ଗାରୁ ଟିକେଟ ହାତେଇଲେ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା

ଭୁବନେଶ୍ବର: ଶେଷରେ ବିଜେଡି ପ୍ରତାପ ଜେନାଙ୍କୁ ଆଉ ମାହାଙ୍ଗା ବିଧାନସଭା ପାଇଁ ଟିକେଟ ଦେଇ ନାହିଁ। ତାଙ୍କ ବଦଳରେ ଦଳ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ ଦେଇଛି। ପ୍ରତାପ ଜେନା ବହୁ ବିବାଦୀୟ ତଥା କୋର୍ଟ ମାମଲାରେ ଛନ୍ଦି ହୋଇପଡିଥିବାରୁ ଦଳ ତାଙ୍କୁ ବାଦ ଦେଇଛି। ତେବେ ଅଙ୍କିର ଯୁବ ଚେହେରା ହୋଇଥିବାରୁ ସେ ବିଜୟ ଲାଭ କରିବେ ବୋଲି ଦଳ ଆଶା କରିଛି।

ପ୍ରତାପ ମାହାଙ୍ଗାରୁ ଲଗାତର ୫ ଥର ଧରି ବିଜୟ ଲାଭ କରି ଆସୁଛନ୍ତି। ବର୍ତ୍ତମାନ ମଧ୍ୟ ସେ ମାହାଙ୍ଗାର ବିଧାୟକ ଅଛନ୍ତି। ସେ ପୂର୍ବରୁ ନବୀନ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ।

ଆଜି ବିଜେଡି ବିଧାନସଭାର ଦ୍ବିତୀୟ ତାଲିକାରେ ୨୭ ବିଧାନସଭା ଆସନ ଏବଂ ୫ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିରେ ମିଶିଲେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ, କହିଲେ ଘରକୁ ବାହୁଡିଲି

ଭୁବନେଶ୍ୱର: ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଲକର ୨୦୨୨ ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଦୁର୍ଗା ଚରଣ ପ୍ରଧାନ ଆଜି ଶଙ୍ଖ ଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍‌ ହୋଇଥିବା ଶ୍ରୀ ପ୍ରଧାନଙ୍କୁ ଉପଢୌକନ ଦେଇ ଶ୍ରୀ ଜେନା ଦଳକୁ ସ୍ୱାଗତ କରିଥିଲେ। ଶ୍ରୀ ପ୍ରଧାନଙ୍କ ଏହା ହେଉଛି ଘରବାହୁଡ଼ା ଏବଂ ବିଜୁ ଜନତା ଦଳରେ ତାଙ୍କ ଯୋଗଦାନ ଫଳରେ ବିଶେଷ କରି ଅନୁଗଳ ବ୍ଲକ ଏବଂ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଧାୟକ ଶ୍ରୀଜେନା କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ବିଜେପି ନେତା ଦୁର୍ଗା ଚରଣ ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ମୁଁ ଦୀର୍ଘଦିନ ଧରି ବିଜେଡ଼ିରେ ଥିଲି, କିଛିଦିନ ପାଇଁ ବିଜେପିରେ ସାମିଲ୍‌ ହୋଇଥିଲି । ବିଜେପିର କାର୍ଯ୍ୟଶୈଳୀ ମୋତେ ଭଲ ନ ଲାଗିବାରୁ ମୁଁ ପୁନର୍ବାର ବିଜେଡ଼ିକୁ ଫେରିବାକୁ ମନସ୍ଥକଲି।

ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲିା ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛିା

ଏହି ମିଶ୍ରଣ ପର୍ବରେ ପୂର୍ବତନ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନବିହାରୀ ଦାସ, ଅନୁଗୁଳ ଜିଲ୍ଲା ସଭାପତି ମହେନ୍ଦ୍ ରବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କ୍ଷେତ୍ରରେ ଓଡ଼ିଶାକୁ ଅଣଦେଖା କରୁଛି କେନ୍ଦ୍ର: ସମାଜବାଦୀ ପାର୍ଟି

ଭୁବନେଶ୍ୱର: ଆଜି ରାଜ୍ୟ ପଞ୍ଚାୟତିରାଜ ଓ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା କେନ୍ଦ୍ର ଗ୍ରାମ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖି ତୁରନ୍ତ ଓଡ଼ିଶାର ଆଦିବାସୀ ଇଲାକା ଓ ଫନି ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଅଧିକ ଘର ଯୋଗାଇ ଦେବାକୁ ଦାବି କରିଛନ୍ତି। ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ବାରମ୍ବାର ଚିଠି ଲେଖିଛନ୍ତି। ରାଜ୍ୟର ସାଂସଦମାନେ ଗତ ପାର୍ଲାମେଣ୍ଟ ଅଧିବେଶନ ସମୟରେ କନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ସାକ୍ଷାତ୍ କରି ଏ ସମ୍ପର୍କରେ ସ୍ମାରକପତ୍ର ପ୍ରଦାନ କରିଥିଲେ। କିନ୍ତୁ ଏ ସବୁ ସତ୍ତ୍ୱେ କେନ୍ଦ୍ର ସରକାର ଓଡ଼ିଶାର ହକ୍ ଓ ଯୁକ୍ତିଯୁକ୍ତ ଦାବିକୁ ଅଣଦେଖା କରି ଚାଲିଛନ୍ତି।

ଚଳିତମାସ ୧୩ ତାରିଖ ଦିନ କେନ୍ଦ୍ର ସରକାର କର୍ଣ୍ଣାଟକ ରାଜ୍ୟ ପାଇଁ ଆବାସ ଯୋଜନାରେ ଅନୁମତି ପ୍ରଦାନ କରିଥିଲେ ହେଁ ଓଡ଼ିଶା କ୍ଷେତ୍ରରେ ୬ଲକ୍ଷ ୬୫ହଜାର ପରିବାରର ଆବାସ ତଥ୍ୟକୁ ସିନ୍‌କ୍ରୋନାଇଜ କରିବା ପାଇଁ କୌଣସି ପଦକ୍ଷେପ ନେଇନାହାଁନ୍ତି। ସେହିଭଳି ଫନି କ୍ଷତିଗ୍ରସ୍ତଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ୨୦୧୯ ମେ ମାସରେ ୧.୮୪ଲକ୍ଷ ଗୃହ ନିର୍ମାଣ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ମଧ୍ୟ କେନ୍ଦ୍ର କୌଣସି ପଦକ୍ଷେପ ନେଇନାହାଁନ୍ତି।

ଗୋଟିଏ ପଟେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଚିଠି, ମୁଖ୍ୟମନ୍ତ୍ରୀଙ୍କର ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ ଓ ରାଜ୍ୟ ମାନ୍ୟବର ସାଂସଦମାନଙ୍କର ଗତ ସଂସଦ ଅଧିବେସନ ସମୟରେ ସ୍ମାରକପତ୍ର ପ୍ରଦାନ ସତ୍ତ୍ୱେ କେନ୍ଦ୍ର ସରକାର ଓଡ଼ିଶାର ହକ୍‌କୁ ଅଣଦେଖା କରିଚାଲିଛନ୍ତି । ତେଣୁ ଏଥିପାଇଁ ଏକମାତ୍ର ବାଟ ରାଜ୍ୟର ସାଂସଦମାନେ ପାର୍ଲାମେଣ୍ଟ ଅଧିବେଶନ ତ୍ୟାଗ କରି ରାଜ୍ୟର ବାସହୀନ ଲୋକଙ୍କ ଲଢେଇଙ୍କୁ ଜୋରଦାର କରିବା ପାଇଁ ପାର୍ଲାମେଣ୍ଟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦେବାକୁ ସମାଜବାଦୀ ପାର୍ଟି ଦାବି କରିଛି।

ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ଏହି ଦାବିକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସାଂସଦମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକ ସର୍ବଦଳୀୟ ବୈଠକ ଡ଼ାକି ରାଜଭବନ ସମ୍ମୁଖରେ ସର୍ବଦଳୀୟ ପ୍ରତିବାଦ ସଭା କରିବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟ ସରକାର କେନ୍ଦ୍ରର ଓଡ଼ିଶା ପ୍ରତି ଥିବା ଏହି ବୈମାତୃକ ମନୋଭାବକୁ ନେଇ ଲୋକଙ୍କ ପାଖକୁ ଯିବା ସହିତ ରାଜ୍ୟର ହକ୍‌ର ଲଢେଇକୁ ଦୃଢ ଓ ଶକ୍ତିଶାଳୀ କରି ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀ ନିଜେ ଆଗେଇ ଆସିବାକୁ ଶ୍ରୀ ବେହେରା ନିବେଦନ କରିଛନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଘୁଞ୍ଚିବ କି?, ଜାଣନ୍ତୁ ଏହାକୁ ନେଇ କଣ କହିଲେ ପଞ୍ଚାୟତରାଜ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଆଉ କିଛି ମାସ ପରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ସମସ୍ତ ରାଜନୈତିକ ଦଳଗୁଡିକ ନିର୍ବାଚନ ଲଢିବା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ହେଲେ ନିର୍ବାଚନ ସ୍ଥଗିତ ରହିବା ପାଇଁ କଳ୍ପନା ଜଳ୍ପନା ଲାଗି ରହିଛି।

ତେଣୁ ଏହାକୁ ନେଇ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ଘୁଞ୍ଚିବାର କୌଣସି ସମ୍ଭାବନା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କୁ ରାଜ୍ୟ ସରକାର ସମସ୍ତ ରିପୋର୍ଟ ଦିଆଯାଇଥିବା ଶ୍ରୀ ଜେନା କହିଛନ୍ତି। ତେବେ ନିର୍ବାଚନ କମିଶନ ପକ୍ଷରୁ ଖୁବ ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଫୁଲବାଣୀ ଗସ୍ତରେ ଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ: ଏୟାର ଲିଫ୍ଟିଂରେ ଆସିବେ ଭୁବନେଶ୍ଵର

ଭୁବନେଶ୍ବର: ମନ୍ତ୍ରୀ ପ୍ରତାପ ଜେନା ଫୁଲବାଣୀ ଗସ୍ତରେ ଯାଇଛନ୍ତି। କିନ୍ତୁ ଏହି ଗସ୍ତ ବେଳେ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। ତାଙ୍କୁ ଫୁଲବାଣୀ ସର୍କିଟ ହାଉସରେ ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ପ୍ରାଥମିକ ଚିକିତ୍ସା କରୁଥିବା ଜଣାପଡିଛି। ମନ୍ତ୍ରୀଙ୍କୁ ଭୁବନେଶ୍ଵର ଏୟାର ଲିଫ୍ଟିଂ କରାଯିବା ନେଇ ସୂଚନା ରହିଛି। ନିମ୍ନ ରକ୍ତଚାପ ଏବଂ ନିଶ୍ଵାସ ନେବାରେ ମନ୍ତ୍ରୀଙ୍କ କଷ୍ଟ ହେଉଥିବା କୁହାଯାଉଛି। ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଏଡିଏମଓ ଅଭୟ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଠିକା କର୍ମଚାରୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର: ପ୍ରଥମ ବର୍ଷରୁ ପାଇବେ ଏଭଳି ସୁବିଧା

ଭୁବନେଶ୍ବର: ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟ ବଡ ନିଷ୍ପତ୍ତି ନେଇଛି। ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ରାଜ୍ୟର ସମସ୍ତ କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ଅଧିକ ୫୦ ପ୍ରତିଶତ ଦରମା ମିଳିବା ଲାଗି କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏଥିପାଇଁ ବାର୍ଷିକ ୨୫୦ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ। ନିୟମିତ କର୍ମଚାରୀଙ୍କ ଭଳି ନୂତନ ଭାବେ ଯୋଗ ଦେଉଥିବା କର୍ମଚାରୀମାନେ ମେଡିକାଲ ଖର୍ଚ୍ଚ ପାଇବେ। କିନ୍ତୁ ପୂର୍ବ ନିୟମାନୁସାରେ ୬ ବର୍ଷ ପରେ ଠିକା କର୍ମଚାରୀମାନେ ନିୟମିତ ହେବେ। ଏନେଇ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବସ୍ତି ମୁକ୍ତ ହେବ ଓଡିଶା, ୭୦ ହଜାର ଲୋକଙ୍କୁ ମିଳିବ ପଟ୍ଟା: ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର: ଓଡିଶାକୁ ବସ୍ତି ମୁକ୍ତ କରାଯିବ। ୨୦୨୩ ମସିହା ସୁଦ୍ଧା ଓଡିଶାକୁ ବସ୍ତିମୁକ୍ତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ବସ୍ତି ଅଞ୍ଚଳରେ ଉନ୍ନତିକରଣ କରାଯିବ। ୨୯୯୨ ଟି ବସ୍ତିରେ ୭୦ ହଜାର ଲୋକଙ୍କୁ ପଟ୍ଟା ମିଳିବ।

ଅନ୍ୟ ଜନବସତି ଅଞ୍ଚଳ ଭଳି ବସ୍ତିରେ ଉନ୍ନତିକରଣକୁ ଗୁରୁତ୍ଵ ଦିଆଯିବ। ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଆଲୋକ ଆଦିକୁ ବସ୍ତିଅଞ୍ଚଳରେ ଗୁରୁତ୍ଵ ଦିଆଯିବ। ପୌରାଞ୍ଚଳକୁ ମିଳୁଥିବା ୨୫ ପ୍ରତିଶତ ଅନୁଦାନ ବସ୍ତି ଅଞ୍ଚଳ ପାଇଁ ଖର୍ଚ୍ଚ କରାଯିବ। ଏନେଇ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗୃହରେ ଉଠିଲା ଟ୍ଵିନ୍ ସିଟିରେ ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ: ଉତ୍ତର ରଖିଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ଵର:ଆଜି ବିଧାନସଭାରେ ଟ୍ଵିନ୍ ସିଟିରେ ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା। ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ଗୃହରେ କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରଶ୍ନ ରଖିଥିଲେ। ଏହି ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ମଧ୍ୟ ରଖିଥିଲେ। ମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ବର-କଟକରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ପ୍ରସ୍ତାବ ନାହିଁ। ଏଥିପାଇଁ କୌଣସି କମ୍ପାନୀକୁ ଅର୍ଥ ଦିଆଯାଇ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ସର୍ଭେ ହୋଇଥିଲା। ଟେଣ୍ଡର ହୋଇଥିଲା। ଏଥିରେ ୫ଟି କମ୍ପାନୀ ଭାଗ ନେଇଥିଲେ। ଏଥିରେ ଵାଲାଜି କମ୍ପାନୀକୁ ସର୍ଭେ ପାଇଁ ଟେଣ୍ଡର ଦିଆଯାଇଥିଲା।

ଜନସଂଖ୍ୟା ଆଧାରରେ ଫିଜିବିଲିଟି ନଥିବାରୁ ମେଟ୍ରୋ ଟ୍ରେନ୍ ଚଳାଚଳ ହେବ ନାହିଁ। ମେଟ୍ରୋ ଟ୍ରେନ୍ ଚଳାଚଳ ୨୦୪୧ ଯାଏଁ ହୋଇପାରିବ ନାହିଁ ବୋଲି ସର୍ଭେରୁ ଜଣାପଡିଛି। କମ୍ପାନୀକୁ ଏହି ସର୍ଭେ ପାଇଁ କେନ୍ଦ୍ର ସରକାର ୧୨ଲକ୍ଷ ୬୧ ହଜାର ଦେଇଥିବା ବେଳେ ରାଜ୍ୟ ସରକାର ୫୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରତାପ ଜେନାଙ୍କୁ କାହିଁକି ଗିରଫ କରାଯାଉନି: ଡି. ପୁରେନ୍ଦେଶ୍ଵରୀ

ମାହାଙ୍ଗା: ବିଜେପିର ରାଜ୍ୟ ପ୍ରଭାରୀ ଡି. ପୁରେନ୍ଦିଶ୍ଵରୀ ଆଜି ମାହାଙ୍ଗା ଗସ୍ତ କରିଛନ୍ତି। ସେଠାରେ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କ ହତ୍ୟାଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ କଡ଼ା ସମାଲୋଚନା କରିଛନ୍ତି। କଟକର ନୃର୍ତ୍ତାଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୁରନ୍ଦେଶ୍ଵରୀ ରାଜ୍ୟସରାକାରଙ୍କୁ ଟାର୍ଗେଟ କରିଥିଲେ। ଦୁର୍ନୀତିରେ ରାଜ୍ୟ ସରାକର ବୁଡି ରହିଛି ବୋଲି ସେ ଅଭିଯୋଗ କରିଥିଲେ। ବିଜେପିନେତା କୁଳମଣି ଏବଂ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କାହିଁକି ଗିରଫ କରାଯାଉନି।

ଏତଲାରେ ପ୍ରତାପଙ୍କ ନାମ ଉଲ୍ଲେଖ ହୋଇଥିଲେ ମଧ୍ୟ କାହିଁକି ଗିରଫ କରାଯାଉନି ବୋଲି ପୁରେନ୍ଦେଶ୍ଵରୀ ପ୍ରଶ୍ନ କରିଥିଲେ। ବର୍ଷକ ତଳେ ବିକାଶ ଜେନାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ପିଏମ ଆବାସ ଯୋଜନା ଦୁର୍ନୀତି ଉଠାଇବା ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଆଉ ଏବେ ସେହି ସମାନ ଦୁର୍ନୀତି ଉଠାଇବା ପରେ କୁଳମଣି ଓ ଦିବ୍ୟସିଂହଙ୍କୁ ମଧ୍ୟ ହତ୍ୟା କରାଗଲା। ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ, ନଚେତ ଜନସାଧାରଣଙ୍କ ବିଶ୍ଵାସ ଉଠିଯିବ। ଆମେ କୁଳମଣି ଓ ଦିବ୍ୟସିଂହଙ୍କ ପରିବାର ସହ ଅଛୁ। ନ୍ୟାୟ ନ ମିଳିବା ଯାଏଁ ଆମେ ଏହି ଲଢାଇ ଜାରି ରଖିବୁ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ବଢିଲା ସର୍ବକ୍ଷମା ଅବଧି

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର :

ବିନା ପ୍ଲାନ୍‌ ଆପ୍ରୁଭାଲରେ ନିର୍ମାଣ ନେଇ ସର୍ବକ୍ଷମା ଯୋଜନା ଅବଧି ବଢିଲା । ଅବଧି ବୃଦ୍ଧି ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଯୋଜନାରୁ ସୁଫଳ ପାଇବାକୁ ଲୋକଙ୍କ ଆଗ୍ରହ  ଓ ଭିଡକୁ ଦେଖି ଏହି ଘୋଷଣା କରାଯାଇଛି । ମହଲତ ସରିଲେ, ଆଉ ସୁଯୋଗ ମିଳିବନି, କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ସହରାଞ୍ଚଳରେ ବେଆଇନ୍‌ ନିର୍ମାଣ ପ୍ରସଙ୍ଗରେ ରାଜ୍ୟ ସରକାର ସମୟ ଆସନ୍ତା ଫେବୃଆରୀ 5 ତାରିଖ ଯାଏଁ ଡେଡ୍‌ଲାଇନ୍‌ ଦେଇଥିଲେ । ଏବେ ଏହାର ଅବଧିକୁ ଆଉ 15 ଦିନକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଫେବୃଆରୀ 5 ତାରିଖ ପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିର୍ଦ୍ଦେଶ ରହିଥିଲ । ପୂର୍ବରୁ ମଧ୍ୟ ସରକାର ବେଆଇନ ନିର୍ମାଣକୁ ଆଇନ ସମ୍ମତ କରିବା ପ୍ରକ୍ରିୟା ‘ସର୍ବକ୍ଷମା’ ଆବେଦନର ଅବଧି ବଢ଼ାଇଥିଲେ ।

Categories
ବିଶେଷ ଖବର

ହାଇଦ୍ରାବାଦ ଏନକାଉଣ୍ଟରକୁ ସମର୍ଥନ କରି ବିବାଦରେ ଛନ୍ଦି ହେଲେ ପ୍ରତାପ ଜେନା

ସମୀକ୍ଷା ବ୍ୟୁରୋ

ହାଇଦ୍ରାବାଦ ଏନକାଉଣ୍ଟରକୁ ପ୍ରଶଂସା କରି ବିବାଦରେ ଛନ୍ଦି ହୋଇ ପଡିଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପ୍ରତାପ ଜେନା। ହାଇଦ୍ରାବାଦ ପୋଲିସର କାର୍ଯ୍ୟକୁ ପ୍ରଶଂସା କରିବା ପରେ ପ୍ରତାପ ଜେନା ଦେଇଥିବା ମନ୍ତବ୍ୟକୁ ନେଇ କିଛି ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି ବୋଲି ଏକ ହ୍ବାଟସ୍‌ଆପ୍‌ ପୋଷ୍ଟରୁ ଜଣାପଡିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରତାପଙ୍କ ବିରୋଧରେ ଏକ ଚିଠି ଦିଆଯାଇଛି। ଉକ୍ତ ଚିଠିରେ ଉଲ୍ଲେଖ ଅଛି ଯେ, ଏପରି କରିବା ଦ୍ୱାରା ସମ୍ବିଧାନିକ ପଦ ମର୍ଯ୍ୟାଦାର ଉଲ୍ଲଂଘନ ହୋଇଥିବାର ଅଭିଯୋଗ କରିବା ସହିତ ଏନେଇ  ମୁଖ୍ୟମନ୍ତ୍ରୀ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାର ଅଛି ବୋଲି ସାମାଜିକକର୍ମୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦ ମହିଳା ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ପୁଲିସର ଏନକାଉଣ୍ଟର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ପ୍ରତାପ ଜେନା ହାଇଦ୍ରାବାଦ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇବା ସହ ଦୋଷୀଙ୍କୁ ଏଭଳି କଠୋର ଦଣ୍ଡ ମିଳିବା ଦରକାର ବୋଲି କହିଥିଲେ। ହାଇଦ୍ରାବାଦରେ ଯେଉଁ ଏନକାଉଣ୍ଟର ହୋଇଛି ସେଥିରୁ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି। ଏମାନେ ବହୁତ ବଡ ଦୋଷୀ ତେଣୁ କଠୋର ଦଣ୍ଡର ଆବଶ୍ୟକତା ଥିଲା ବୋଲି କହିଥିଲେ ପ୍ରତାପ ଜେନା। ଏଭଳି ଅପରାଧର ଦୋଷୀଙ୍କୁ ଉଚିତ ଶାସ୍ତି ଦେବା ପାଇଁ ଆମ ଦେଶରେ ମଧ୍ୟ ଆଇନ କଠୋର ହେବା ଦରକାର ବୋଲି ମତ ରଖିଥିଲେ ପ୍ରତାପ ଜେନା।

ବୋଧହୁଏ ସାଧାରଣ ଜନତାଙ୍କ ଭଳି ସେ ମଧ୍ୟ ଉକ୍ତ ଏନକାଉଣ୍ଟରଙ୍କୁ ସ୍ୱାଗତ କରିଛନ୍ତି କିନ୍ତୁ ଏବେ କେମିତି ଏଇ କଥାକୁ ନେଇ ନିଜର ସଫେଇ ଦେବେ ତାହା ତାଙ୍କ ଉପରେ ନିର୍ଭର କରୁଛି।  ଭିଡ଼ ଭିତରେ ନିଜର ପରିଚୟ ବଢାଇବାକୁ ଯାଇ ସେ ଏପରି କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।  ଏବେ ଏହା ମୁଖ୍ୟମନ୍ତ୍ରୀଙ୍କ ନିର୍ଭର କରୁଛି ଯେ, ଏଇ କାର୍ଯ୍ୟ ପାଇଁ ଆଇନ ମନ୍ତ୍ରୀଙ୍କ ପ୍ରତି କ‘ଣ କାର୍ଯ୍ୟାନୁଷ୍ଠାନ ନେବେ। ଯଦି ଏଇ କାର୍ଯ୍ୟ ପାଇଁ ଉକ୍ତ ମନ୍ତ୍ରୀ କ୍ଷମା ପାଇବା ଯୋଗ୍ୟ ତେବେ ସେ କ୍ଷମା ଦେଇ ପାରନ୍ତି ନ ହେଲେ ଉକ୍ତ ମନ୍ତ୍ରୀଙ୍କୁ କ୍ଷମା ପ୍ରାର୍ଥନା ପାଇଁ ନିର୍ଦ୍ଦେଶ ଦେଇ ପାରନ୍ତି।

ଜଣେ ରାଜନୀତିକୁ ଆସିଲା ବେଳେ ଯଦି ସ୍ୱଚ୍ଛ ଶାସନର ଦ୍ୱାହି ଦେଉଛନ୍ତି ତେବେ ଏକ୍ଷେତ୍ରରେ ଶ୍ରୀ ଜେନା ଭୁଲ କରିଛନ୍ତି ଏବାଂ ତାଙ୍କୁ ଅନୁତାପ କରିବାକୁ ହେବ ବୋଲି କହିଛନ୍ତି  ସମାଜିକ କର୍ମୀ।

ହାଇଦ୍ରାବାଦଠାରେ ଶୁକ୍ରବାର ଦିନ ଯେଉଁ ଏନକାଉଣ୍ଟର କରାଗଲା ତାହା ଏବେ ରାଜନୀତିରେ ବହୁତ ବିବାଦକୁ ଜନ୍ମ ଦେଇଛି। ବର୍ତ୍ତମାନ ରାଜନେତାମାନେ ଅତ୍ୟନ୍ତ ବେପରୁଆ ଭାବେ ମନ୍ତବ୍ୟ ରଖୁଥିବାର ନଜର ଆସୁଛି। ଅନେକେ ବିବାଦୀୟ କଥା କହି ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍‌ ମଧ୍ୟ ହେଉଛନ୍ତି ।

ତେବେ ରାଜନେତାମାନେ ଯେଉଁ ଆସନରେ ବସିଛନ୍ତି ସେଠାରେ ନିଜର ବାକ୍ୟ ଏବଂ ସମ୍ବିଧାନ ପଦ ମର୍ଯ୍ୟାଦା ପ୍ରତି ଉତ୍ତରଦାୟୀ ରହିବା ଉଚିତ୍‌। ପଦର ମର୍ଯ୍ୟାଦା ଦୃଷ୍ଟିରୁ କଣ କରିବା ଉଚିତ ଓ ଅନୁଚିତ ସେମାନେ ଦେଖିବା ଓ ଭାବିବା ଅନିବାର୍ଯ୍ୟ।  ସମ୍ବେଦନଶୀଳ ପ୍ରସଙ୍ଗରେ ସାଧାରଣ ଲୋକଙ୍କ ଭଳି ମତ ମନ୍ତବ୍ୟ ରଖିବା ଉଚିତ ନୁହେଁ ବୋଲି ସାମାଜିକ କର୍ମୀ ଜଣକ କହିଛନ୍ତି। ଜଣେ ଆଇନ୍‌ ମନ୍ତ୍ରୀ ହୋଇ ଆଇନ ସମ୍ବନ୍ଧରେ ଏପରି ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇପଡ଼ିଥିବା ପ୍ରତାପ ଜେନାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା କ’ଣ ରହୁଛି, ତାହା ଦେଖିବାକୁ ବାକି ରହିଲା।