Categories
ଆଜିର ଖବର ଜାତୀୟ ଖବର

ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ବାଇଡେନ୍‌ଙ୍କ ଦ୍ୱାରା ତାଙ୍କ ନିଜ ସହର ୱିଲମିଙ୍ଗଟନ୍‌ରେ ଆୟୋଜିତ ହେବାକୁ ଯାଉଥିବା କ୍ୱାଡ୍ ସମ୍ମିଳନୀରେ ଅଂଶଗ୍ରହଣ କରିବା ଏବଂ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭାରେ ଭବିଷ୍ୟତ ସମ୍ମିଳନୀକୁ ସମ୍ବୋଧିତ କରିବା ପାଇଁ ମୁଁ ଏକ ତିନି ଦିନିଆ ଗସ୍ତରେ ଯୁକ୍ତରାଷ୍ଟ୍ର ଆମେରିକା ଯାଉଛି।

କ୍ୱାଡ୍ ସମ୍ମିଳନୀରେ ମୋର ସହଯୋଗୀ ରାଷ୍ଟ୍ରପତି ବାଇଡେନ୍‌, ପ୍ରଧାନମନ୍ତ୍ରୀ ଆଲ୍‌ବନିଜ୍ ଏବଂ ପ୍ରଧାନମନ୍ତ୍ରୀ କିଶିଦାଙ୍କ ସହ ଯୋଗଦେବାକୁ ମୁଁ ଉତ୍ସୁକ ଅଛି। ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ସମାନ ବିଚାରଧାରାର ଦେଶମାନଙ୍କର ଏକ ଗୋଷ୍ଠୀ ଭାବରେ ଏହି ଫୋରମ୍ ଉଭା ହୋଇଛି।

ରାଷ୍ଟ୍ରପତି ବାଇଡେନ୍‌ଙ୍କ ସହ ମୋର ସାକ୍ଷାତ ଆମକୁ ଆମ ଲୋକମାନଙ୍କର ଲାଭ ତଥା ବିଶ୍ୱର ମଙ୍ଗଳ ପାଇଁ ଭାରତ-ଆମେରିକାର ବ୍ୟାପକ ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରିତାକୁ ଅଧିକ ସୁଦୃଢ଼ କରିବାକୁ ନୂତନ ପଥ ସମୀକ୍ଷା ଏବଂ ଚିହ୍ନଟ କରିବାକୁ ସୁଯୋଗ ପ୍ରଦାନ କରିବ।

ପ୍ରବାସୀ ଭାରତୀୟ ଏବଂ ଗୁରୁତ୍ୱପୂର୍ଣ୍ଣ ଆମେରିକୀୟ ବ୍ୟବସାୟୀ ମୁଖ୍ୟମାନଙ୍କ ସହ ଜଡିତ ହେବାକୁ ମୁଁ ଉତ୍ସାହର ସହ ଅପେକ୍ଷା କରିଛି, ଯେଉଁମାନେ ପ୍ରମୁଖ ଅଂଶୀଦାର ଅଟନ୍ତି ଏବଂ ବିଶ୍ୱର ସର୍ବବୃହତ ତଥା ସର୍ବପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ଅନନ୍ୟ ଭାଗିଦାରୀକୁ ସୁଦୃଢ଼ କରିଥାନ୍ତି।

ଭବିଷ୍ୟତ ସମ୍ମିଳନୀ ବିଶ୍ୱ ସମୁଦାୟ ପାଇଁ ମାନବତାର ଉନ୍ନତି ନିମନ୍ତେ ଆଗାମୀ ପଥ ନିର୍ଦ୍ଧାରଣ କରିବାର ଏକ ସୁଯୋଗ ଅଟେ। ମୁଁ ମାନବତାର ଏକ ଷଷ୍ଠାଂଶ ବିଷୟରେ ମୋର ମତାମତ ବାଣ୍ଟିବି, କାରଣ ଶାନ୍ତିପୂର୍ଣ୍ଣ ଏବଂ ନିରାପଦ ଭବିଷ୍ୟତରେ ସେମାନଙ୍କର ଅଂଶ ବିଶ୍ୱରେ ସର୍ବାଧିକ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଇଣ୍ଡୋନେସିଆର ଜାକାର୍ତ୍ତା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ଜାକାର୍ତ୍ତା ଗସ୍ତ ଆରମ୍ଭ କରିଥିଲେ। ଏହି ଗସ୍ତ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ବିବୃତ୍ତି ଦେଇଥିଲେ। ଆସନ୍ତୁ ଜାଣିବା ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କ’ଣ କହିଥିଲେ?

ଆସିଆନ୍ ସମ୍ବନ୍ଧୀୟ ବୈଠକରେ ଅଂଶଗ୍ରହଣ କରିବା ପାଇଁ ମହାମହିମ ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣକ୍ରମେ ମୁଁ ଇଣ୍ଡୋନେସିଆର ଜାକାର୍ତ୍ତା ଗସ୍ତ କରୁଛି।

ମୋର ପ୍ରଥମ କାର୍ଯ୍ୟକ୍ରମ ହେବ ୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ। ବର୍ତ୍ତମାନ ଚତୁର୍ଥ ଦଶନ୍ଧିରେ ପ୍ରବେଶ କରିଥିବା ଆମର ଭାଗିଦାରୀର ଭବିଷ୍ୟତ ରୂପରେଖ ବିଷୟରେ ମୁଁ ଆସିଆନ୍ ନେତାମାନଙ୍କ ସହ ଆଲୋଚନା କରିବାକୁ ଆଗ୍ରହୀ। ଆସିଆନ ସହ ସମ୍ପର୍କ ଭାରତର “ଆକ୍ଟ ଇଷ୍ଟ” ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଗତ ବର୍ଷ ହୋଇଥିବା ବ୍ୟାପକ ରଣନୈତିକ ଭାଗିଦାରୀ ଆମ ସମ୍ପର୍କରେ ନୂତନ ଗତିଶୀଳତା ସୃଷ୍ଟି କରିଛି।

ଏହାପରେ ମୁଁ ୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବି। ଖାଦ୍ୟ ଓ ଶକ୍ତି ନିରାପତ୍ତା, ପରିବେଶ, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ ରୂପାନ୍ତରଣ ସମେତ ଏହି ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରିବା ପାଇଁ ଏହି ଫୋରମ୍ ଏକ ଉପଯୋଗୀ ସୁଯୋଗ ପ୍ରଦାନ କରେ। ଏହି ବୈଶ୍ୱିକ ଆହ୍ୱାନର ସାମୂହିକ ମୁକାବିଲା କରିବା ପାଇଁ ବ୍ୟବହାରିକ ସହଯୋଗ ପଦକ୍ଷେପ ଉପରେ ମୁଁ ଅନ୍ୟ ଇଏଏସ୍ ନେତାମାନଙ୍କ ସହିତ ମତ ବିନିମୟ କରିବାକୁ ଆଗ୍ରହୀ।

ଗତବର୍ଷ ବାଲିରେ ଜି-୨୦ ଶିଖର ସମ୍ମିଳନୀ ପାଇଁ ମୋର ଇଣ୍ଡୋନେସିଆ ଗସ୍ତକୁ ମୁଁ ମନେ ପକାଉଛି ଏବଂ ମୋର ବିଶ୍ୱାସ ଯେ ଏହି ଗସ୍ତ ଆସିଆନ ଅଞ୍ଚଳ ସହିତ ଆମର ସମ୍ପର୍କକୁ ଆହୁରି ଦୃଢ କରିବ ।

Categories
ବିଶେଷ ଖବର

ଜର୍ମାନୀ ଓ ୟୁଏଇ ଗସ୍ତ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

ନୂଆଦିଲ୍ଲୀ: ଜର୍ମାନ ଚାନସେଲର ମହାମହିମ ଓଲାଫ ସୋଜଙ୍କ ଆମନ୍ତ୍ରଣ କ୍ରମେ ଜି୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମୁଁ ଜର୍ମାନୀର ସୋଲସ ଏଲାମୁ ଗସ୍ତରେ ଯାଉଛି। ଗତ ମାସର ଭାରତ-ଜର୍ମାନୀ ଆନ୍ତଃ ସରକାରୀ ଫଳପ୍ରଦ ବିଚାରବିମର୍ଶ ପରେ ଚାନସେଲର ସୋଜଙ୍କୁ ପୁଣି ଦେଖାକରିବା ଏକ ନିଶ୍ଚିତ ଭାବେ ସୁଖଦ ଅବସର।

ମାନବତା ଉପରେ ପ୍ରଭାବ ବିସ୍ତାରକାରୀ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ସମସ୍ୟାକୁ ନେଇ ଆନ୍ତର୍ଜାତିକ ସହଯୋଗକୁ ମଜବୁତ କରିବା ନିମନ୍ତେ ଜର୍ମାନୀ ଏବଂ ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ଯଥା ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗାଲ ଓ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଜି୭ ଶିଖର ସମ୍ମିଳନୀକୁ ଆମନ୍ତ୍ରଣ କରିଛୁ। ଶିଖର ସମ୍ମିଳନୀର ଅଧିବେଶନ କାଳରେ ମୁଁ ଜି-୭ ଦେଶ ସମୂହ, ଜି-୭ ସହଯୋଗୀ ରାଷ୍ଟ୍ର ଓ ଅତିଥି ଆନ୍ତର୍ଜାତିକ ସଂଗଠନଗୁଡ଼ିକ ସହ ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ, ସୁରକ୍ଷା, ସ୍ୱାସ୍ଥ୍ୟ, ଆତଙ୍କବାଦ ନିରୋଧ, ଲିଙ୍ଗଗତ ସମାନତା ଓ ଗଣତନ୍ତ୍ର ଉପରେ ମତ ବିନିମୟ କରିବି। ସମ୍ମିଳନୀ କାଳରେ ମୁଁ କେତେକ ଜି-୭ ଅଂଶଗ୍ରହଣକାରୀ ଦେଶ ଓ ଅତିଥି ଦେଶ ନେତୃବୃନ୍ଦଙ୍କ ସହ ଆଲୋଚନା କରିବି।

ଜର୍ମାନୀ ଗସ୍ତ କାଳରେ ମୁଁ ମଧ୍ୟ ୟୁରୋପର ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କ ସହ ସାକ୍ଷାତ କରିବି। ସେମାନେ ସ୍ଥାନୀୟ ଅର୍ଥନୀତିକୁ ଏକ ବିରାଟ ଅବଦାନ ଦେବା ସହ ୟୁରୋପୀୟ ଦେଶଗୁଡ଼ିକ ସହ ଆମର ସୁସମ୍ପର୍କ ପାଇଁ ଅନେକ କିଛି କରିଛନ୍ତି।

ଭାରତ ପ୍ରତ୍ୟାବର୍ତ୍ତନ କାଳରେ ମୁଁ ୟୁଏଇ ରାଜଧାନୀ ଆବୁଧାବିରେ ଅଳ୍ପ ସମୟ ପାଇଁ ଜୁନ ୨୮, ୨୦୨୨ରେ ଅଟକି ୟୁଏଇ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ମହାମହିମ ଶେଖ ମହମ୍ମଦବିନ ଜାୟେଦ ଆଲ ନାହ୍ୟାନଙ୍କୁ ଭେଟିବି। ତାଙ୍କୁ ମୁଁ ୟୁଏଇର ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ଖାଲିଫାବିନ ଜାୟେଦ ଆଲ ନାହ୍ୟାନଙ୍କ ଶୋକ ସନ୍ଦେଶ ବ୍ୟକ୍ତିଗତ ଭାବେ ଜଣାଇବି।