Categories
ଆଜିର ଖବର ଜାତୀୟ ଖବର

ନିରାପଦ ଏବଂ ସୁଗମ ଯାତ୍ରା ପାଇଁ ପ୍ରଶାସନର ନିର୍ଦ୍ଦେଶ ପାଳନ କରନ୍ତୁ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ମୌନୀ ଅମାବାସ୍ୟା ଦିନ, ସଙ୍ଗମରେ ସ୍ନାନ କରି ଘରକୁ ଫେରୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ରେଳ ପ୍ରଶାସନ ପ୍ରୟାଗରାଜର ବିଭିନ୍ନ ଷ୍ଟେସନରୁ ୩୬୪ ଟି ବାହାର ଟ୍ରେନ ପରିଚାଳନା କରିଥିଲା। ପ୍ରୟାଗରାଜ ମହାକୁମ୍ଭ ସମୟରେ ଗୋଟିଏ ଦିନରେ ଟ୍ରେନ ଚଳାଚଳ କରିବାର ଏହା ଏକ ନୂତନ ରେକର୍ଡ। ଏହା ବ୍ୟତୀତ, ଏହି ସମୟ ମଧ୍ୟରେ ରେଳବାଇ ଦ୍ୱାରା ୭୭ ଟି ସ୍ବଳ୍ପଦୂରଗାମୀ ଲୋକାଲ ଟ୍ରେନ୍ ମଧ୍ୟ ପରିଚାଳିତ ହୋଇଥିଲା। ବାହାରକୁ ଯାଉଥିବା ଟ୍ରେନଗୁଡ଼ିକରେ ୧୪୨ଟି ନିୟମିତ ଏବଂ ୨୨୨ଟି ମହାକୁମ୍ଭ ମେଳା ସ୍ୱତନ୍ତ୍ର ଟ୍ରେନ ଅନ୍ତର୍ଭୁକ୍ତ ଥିଲା।

ନୂଆଦିଲ୍ଲୀରେ ପ୍ରେସ୍ ରିପୋର୍ଟରଙ୍କ ସହ ଆଲୋଚନା ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ମୌନି ଅମାବାସ୍ୟା ଦିନ ପ୍ରୟାଗରାଜରୁ ୩୬୪ ଟି ଟ୍ରେନ୍ ଚଳାଚଳ କରିଥିଲା। ରେଳବାଇର ସମସ୍ତ ବରିଷ୍ଠ ଅଧିକାରୀଙ୍କ ଦଳ ରେଳ ଭବନରେ ଅବସ୍ଥିତ ଯୁଦ୍ଧ କକ୍ଷରୁ ବାସ୍ତବ ସମୟରେ ସମଗ୍ର ପରିସ୍ଥିତି ଉପରେ ନଜର ରଖୁଛନ୍ତି, ରାଜ୍ୟ ସରକାରଙ୍କ ସହିତ ନିରନ୍ତର ସମନ୍ୱୟରେ ଟ୍ରେନଗୁଡ଼ିକ ପରିଚାଳିତ ହେଉଛି। ତିନୋଟି ରେଳ ଜୋନର ଜିଏମ ଏବଂ ରେଳ ବୋର୍ଡର ଅଧ୍ୟକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇବାରେ ନିୟୋଜିତ ଅଛନ୍ତି ଏବଂ ମେଳା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗରେ ଅଛନ୍ତି।

ପ୍ରଶାସନ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ସଙ୍ଗମ ସ୍ନାନ ପାଇଁ ଆସିଥିବା ସମସ୍ତ ଭକ୍ତଙ୍କୁ ସେ ଅନୁରୋଧ କରିଛନ୍ତି। ରେଳବାଇ ଯାତ୍ରୀମାନଙ୍କ ପାଇଁ ବଡ଼ ବଡ଼ ସ୍ଥାନ ସୃଷ୍ଟି କରିଛି ଯେଉଁଠାରେ ସେମାନେ ବସି ନିଜ ଅଞ୍ଚଳର ଟ୍ରେନ୍ ପାଇଁ ଅପେକ୍ଷା କରିପାରିବେ। ଏହା ପରେ, ପ୍ରଶାସନ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ଟ୍ରେନ୍ ଧରି ସେମାନଙ୍କ ଗନ୍ତବ୍ୟ ସ୍ଥାନକୁ ଯିବା ପାଇଁ ରେଳ ଷ୍ଟେସନକୁ ଯିବାର ବ୍ୟବସ୍ଥା କରାଯାଇଥିଲା।

ରେଳବାଇ ବୋର୍ଡର ସୂଚନା ଏବଂ ପ୍ରଚାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିଲୀପ କୁମାର କହିଛନ୍ତି ଯେ ଏହି ଦିନ ଉତ୍ତର କେନ୍ଦ୍ରୀୟ ରେଳବାଇ ଦ୍ୱାରା ସ୍ୱଳ୍ପ ଦୂରଗାମୀ ଲୋକାଲ ଏବଂ ବାହାରକୁ ମିଶାଇ ୨୮୦ ଟି ଟ୍ରେନ୍ ପରିଚାଳିତ ହୋଇଥିଲା, ଯେତେବେଳେ ଉତ୍ତର ପୂର୍ବ ରେଳବାଇ ୭୩ ଟି ଟ୍ରେନ୍ ଏବଂ ଉତ୍ତର ରେଳବାଇ ୮୮ ଟି ଟ୍ରେନ୍ ପରିଚାଳିତ କରିଥିଲା। ଉତ୍ତର କେନ୍ଦ୍ରୀୟ ରେଳବାଇ ଦ୍ୱାରା ସର୍ବାଧିକ ୧୫୭ଟି ମହାକୁମ୍ଭମେଳା ସ୍ୱତନ୍ତ୍ର ଟ୍ରେନ୍ ପରିଚାଳିତ ହୋଇଥିଲା। ଉତ୍ତର ରେଳବାଇ ୨୮ଟି ଟ୍ରେନ୍ ଏବଂ ଉତ୍ତର ପୂର୍ବ ରେଳବାଇ ୩୭ଟି ଟ୍ରେନ୍ ପରିଚାଳନା କରିଥିଲା।

ମେଳାର ସମଗ୍ର ଅବଧିରେ ରେଳବାଇ ପ୍ରାୟ ୧୩,୪୫୦ଟି ଟ୍ରେନ୍ ଚଳାଇବାକୁ ଯୋଜନା କରିଛି, ଯେଉଁଥିରେ ୧୦,୦୨୮ଟି ନିୟମିତ ଟ୍ରେନ୍ ଏବଂ ୩,୪୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଅନ୍ତର୍ଭୁକ୍ତ। ଏପର୍ଯ୍ୟନ୍ତ ୧୯୦୦ ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିଛି। ରେଳବାଇ ସ୍ପଷ୍ଟ କରିଛି ଯେ ସମସ୍ତ ଟ୍ରେନ ଯୋଜନା ଅନୁଯାୟୀ ପରିଚାଳିତ ହେଉଛି। ପୂର୍ବରୁ ଦିଆଯାଇଥିବା ସୂଚନା ଅନୁଯାୟୀ, କିଛି ଟ୍ରେନ୍‌ର ରୁଟ୍‌ ପରିବର୍ତ୍ତନ କରି ଚଳାଚଳ କରାଯାଉଛି, ଯେତେବେଳେ କିଛି ଟ୍ରେନ୍‌ର ଟର୍ମିନାଲ ଷ୍ଟେସନ୍‌କୁ ପ୍ରୟାଗରାଜ ପରିବର୍ତ୍ତେ ସୁବେଦାରଗଞ୍ଜକୁ ପରିବର୍ତ୍ତନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

‘ବିବିଧତା ମଧ୍ୟରେ ଏକତା’ର ବାର୍ତ୍ତା ପ୍ରଦାନ କରୁଛି ପ୍ରୟାଗରାଜର ଡିଜିଟାଲ ପ୍ରଦର୍ଶନୀ

ପ୍ରୟାଗରାଜ: ଭାରତ ସରକାରଙ୍କ ବିଭିନ୍ନ ଯୋଜନା କେମିତି ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ପ୍ରଦାନ କରୁଛି, ତାହା ଦର୍ଶାଉଛି ହାକୁମ୍ଭ ୨୦୨୫ର ଡିଜିଟାଲ ପ୍ରଦର୍ଶନୀ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଆୟୋଜିତ ଏହି ଡିଜିଟାଲ ପ୍ରଦର୍ଶନୀ ଦେଖିବାକୁ ବହୁତ ଲୋକ ଆସୁଛନ୍ତି।

ଗୋଟିଏ ଦେଶ ଗୋଟିଏ କର, ଗୋଟିଏ ଦେଶ ଗୋଟିଏ ପାଓ୍ୱାର ଗ୍ରୀଡ, ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ପରି କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ‘ବିବିଧତା ମଧ୍ୟରେ ଏକତା’ କୁ ଅନୁଭବ କରାଯାଉଛି। ଦେଶର ଏକତାକୁ ଆହୁରି ମଜଭୁତ କରୁଥିବା ଏହି ସବୁ କାର୍ଯ୍ୟକ୍ରମ ସଂପର୍କରେ ପ୍ରୟାଗରାଜ ମହାକୁମ୍ଭର ତ୍ରିବେଣୀ ମାର୍ଗରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଡିଜିଟାଲ ପ୍ରଦର୍ଶନୀରେ ଦର୍ଶକଙ୍କୁ ସୂଚନା ପ୍ରଦାନ କରାଯାଉଛି। ଜାତୀୟ ଏକତାର ପ୍ରତୀକ ସର୍ଦ୍ଦାର ପଟେଲଙ୍କ ଏକ ପ୍ରତିମୂର୍ତ୍ତିର ଏକ ଚିତ୍ର ମଧ୍ୟ ଏଠାରେ ସ୍ଥାନ ପାଇଛି ଯାହାକି ଏକତାର ବାର୍ତ୍ତା ବହନ କରୁଛି।

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସହିତ ପୂରଣ ହୋଇଛି ‘ଗୋଟିଏ ଦେଶ ଗୋଟିଏ ସମ୍ୱିଧାନ’ର ସଂକଳ୍ପ। ବିକଶିତ ଭାରତର ସ୍ୱପ୍ନ ପୂରଣ କରିବା ପାଇଁ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଓ ‘ଗୋଟିଏ ଦେଶ ଗୋଟିଏ ନାଗିରକ ସଂହିତା’ ପାଇଁ ଜୋରସୋରରେ ପ୍ରୟାସ କରାଯାଉଛି। ପ୍ରଦର୍ଶନୀରେ ଆକର୍ଷଣୀୟ ଶୈଳୀରେ ଏହା ପ୍ରଦର୍ଶିତ ହୋଇଛି।

ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ନୀତି ଓ ସଫଳତାକୁ ନେଇ ଆୟୋଜିତ ଏହି ପ୍ରଦର୍ଶନୀରେ ଉଦ୍ୟୋଗୀକରଣ ଓ ଆତ୍ମନିଯୁକ୍ତିର ପ୍ରୋତ୍ସାହନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମୁଦ୍ରା ଯୋଜନା, ପିଏମ୍ ବିଶ୍ୱକର୍ମା ଯୋଜନା, ପିଏମଇଜିପି ଓ କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ପରି ଯୋଜନା ଜରିଆରେ ସମ୍ଭବ ହୋଇ ପାରିଛି ଉଦ୍ୟୋଗୀକରଣ ଓ ଆତ୍ମନିଯୁକ୍ତି।

ଜାନୁଆରି ୧୩ରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀକୁ ବହୁ ଲୋକ ଆସିଛନ୍ତି। ଦୃଶ୍ୟ-ଶ୍ରାବ୍ୟ ମିଡିଆ ଜରିଆରେ ସେମାନେ ବିକାଶ ଓ ଐତିହ୍ୟ ସଂପର୍କରେ ଅନେକ କଥା ଜାଣିପାରୁଛନ୍ତି। ଏଲଇଡି ପରଦାରେ ପ୍ରଦର୍ଶିତ ହେଉଥିବା ବିଭିନ୍ନ ସରକାରୀ ଯୋଜନା ମଧ୍ୟ ଲୋକଙ୍କୁ ଆକର୍ଷିତ କରୁଛି। ଏହା ସହିତ ସେମାନେ ସେଲଫି ମଧ୍ୟ ନେଉଛନ୍ତି।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ମହାକୁମ୍ଭ ନଗରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ, ଧର୍ମ ଏବଂ ଜାତୀୟତାବାଦର ମହାସଂଗମ

ନୂଆଦିଲ୍ଲୀ: ଦେବଭୂମି ପ୍ରୟାଗରାଜରେ ଆନନ୍ଦ ଉଲ୍ଲାସର ସହ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ବିଶ୍ୱାସ ଓ ଭକ୍ତିର ଏହି ଅନନ୍ୟ ମେଳାରେ ସଙ୍ଗମରେ ବୁଡ ପକାଇବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ତେବେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମହାକୁମ୍ଭ ଯାତ୍ରା ପଡିଆ ଓ ଆଖଡାରେ ଜାତୀୟତାବୋଧ ଛାଇଯାଇଥିଲା। ସାଧୁ ସନ୍ଥଙ୍କ ଆଖଡା, ଶ୍ରଦ୍ଧାଳୁଙ୍କ କ୍ୟାମ୍ପ, ବିଭିନ୍ନ ସରକାରୀ ଅସ୍ଥାୟୀ ଶିବିରରେ ଜାତୀୟ ପତାକା ଉତୋଳନ ଉତ୍ସବ ପାଳିତ ହୋଇଥିଲା।

ସାଧାରଣତନ୍ତ୍ର ଦିବସରେ ମହାକୁମ୍ଭରେ ବରିଷ୍ଠମାନଙ୍କ ଯୋଗଦାନ ଏହାକୁ ଅଧିକ ଉଚ୍ଚକିତ କରିଥିଲା। ସ୍ୱତନ୍ତ୍ର କ୍ୟାମ୍ପ ଓ ବୃଦ୍ଧାଶ୍ରମରେ ବି ଅନୁରୂପ ଆୟୋଜନ କରାଯାଇଥିଲା। ସଙ୍ଗମରେ ବୁଡ ପକାଇ ଏହି ଅସ୍ଥାୟୀ ଶିବିରରେ ବରିଷ୍ଠ ନାଗରିକମାନେ ଆରାମ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ମହାକୁମ୍ଭର ପଡିଥିବା ସାମାଜିକ ସଶକ୍ତିକରଣ କ୍ୟାମ୍ପରେ ଏକ ଅନନ୍ୟ କଥା ଦୃଷ୍ଟି ଗୋଚର ହୋଇଥିଲା। ମୀର୍ଜାପୁର ବୃଦ୍ଧାଶ୍ରମରୁ ଆସିଥିବା ୭୦ ବର୍ଷୀୟ ଜନୈକ ମୁନ୍ନି ଦେବୀ ପତାକା ଉତୋଳନ କରିଥିଲେ । ମହାକୁମ୍ଭ କେବଳ ବିଶ୍ୱାସ ଓ ଆସ୍ଥାର ପ୍ରତୀକ ନୁହେଁ ବରଂ ଏହା ସମାଜର ବିଭିନ୍ନବର୍ଗର ଲୋକଙ୍କ ଏକ ଅନନ୍ୟ ଉତ୍ସବ ବୋଲି ପ୍ରତୀତ ହୋଇଥିଲା। ମୁନ୍ନି ଦେବୀଙ୍କ ପରି ଜଣେ ବୟୋବୃଦ୍ଧ ମହିଳାଙ୍କ ଉପସ୍ଥିତି ଏହା ପ୍ରତିପାଦିତ କରିଥିଲା।

ବୃଦ୍ଧାଶ୍ରମରେ ରହୁଥିବା ଲୋକଙ୍କ ପାଇଁ ଉତରପ୍ରଦେଶ ସରକାରଙ୍କ ଦ୍ୱାରା ମହାକୁମ୍ଭରେ ଶହେ ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ ଶିବିର ବି ଆୟୋଜନ କରାଯାଇଛି । ସଙ୍ଗମରେ ବୁଡ ପକାଇବା କିମ୍ବା ଯାତ୍ରା ବେଳେ କୌଣସି ସମସ୍ୟାରେ ପଡୁଥିବା ବୟୋବୃଦ୍ଧଙ୍କ ବିଶ୍ରାମ ପାଇଁ ଏହା ନିର୍ମାଣ କରାଯାଇଥିବା କୁହାଯାଇଛି। ତେବେ ଆଜିଯାଏ ସାରା ରାଜ୍ୟରୁ ପ୍ରାୟ ୪୫୦ ବୟୋବୃଦ୍ଧ ସଙ୍ଗମରେ ବୁଡ ପକାଇଥିବା ସୂଚନା ମିଳିଛି।

ଏହି ଅବସରରେ ବିଭିନ୍ନ ଆଖଡା, ସରକାରୀ ଓ ସାମାଜିକ ସଙ୍ଗଠନ କ୍ୟାମ୍ପରେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା। ଏହାଛଡା ଏହି ଅବସରରେ ବି ଯୋଗ ଶିବିର ଆୟୋଜନ କରାଯାଇଥିଲା। ମହାକୁମ୍ଭରେ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଏହି ଯୋଗ ଶିବିର ଯଥେଷ୍ଟ ଉପାଦାନ ଯୋଗାଇଥିଲା।

ମହାକୁମ୍ଭରେ ସାଧାରଣତନ୍ତ୍ର ଦିବସ ପାଳନ କେବଳ ଜାତୀୟତାବୋଧ  ଉଦ୍ରେକ କରିନାହିଁ ବରଂ ସାମାଜର ସବୁବର୍ଗର ଲୋକଙ୍କୁ ଏକାଠି କରିବାରେ ଏହା ପ୍ରମୁଖ ସହାୟକ ହୋଇ ପାରିଛି । ଏହି କାର୍ଯ୍ୟକ୍ରମ କେବଳ ସାମ୍ୟତାର ବାର୍ତା ପ୍ରଚାର କରିନାହିଁ ବରଂ ବରିଷ୍ଠଙ୍କୁ ସମ୍ମାନ ଦେବା କ୍ଷେତ୍ରରେ ଏକ ଅନନ୍ୟ ଉତ୍ସବରେ ପରିଣତ ହୋଇପାରିଛି।

Categories
ଜାତୀୟ ଖବର ବିଶେଷ ଖବର

ଭାରତୀୟ ଆଧ୍ୟାତ୍ମିକ ଚେତନା, ସାଂସ୍କୃତିକ, ପରମ୍ପରାର ଅପୂର୍ବ ସମ୍ମେଳନ: ପ୍ରୟାଗରାଜ ମହାକୁମ୍ଭ  

ପ୍ରୟାଗରାଜ: ଭାରତର ମହାନ ଓ ସମୃଦ୍ଧ ଆଧ୍ୟାତ୍ମିକ ଚେତନାର ପ୍ରତୀକ ହେଉଛି ପ୍ରୟାଗରାଜ ମହାକୁମ୍ଭ। ଚଳିତ ବର୍ଷ ଜାନୁଆରୀ ୨୩ ସୁଦ୍ଧା ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ଏହି ପୁଣ୍ୟଭୂମି ପ୍ରୟାଗରାଜକୁ ଆସି ତ୍ରିବେଣୀ ସଂଗମରେ ସ୍ନାନ କରିବାର ସୌଭାଗ୍ୟପ୍ରାପ୍ତ ହୋଇଛନ୍ତି। ମକର ସଂକ୍ରାନ୍ତିରେ (୧୪ ଜାନୁଆରୀ ୨୦୨୫), କେବଳ ଗୋଟିଏ ଦିନରେ ସାଢ଼େ ୩ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଂଗମରେ ବୁଡ଼ ପକାଇ ରାଜସ୍ନାନ କରିଛନ୍ତି। ଆଶା କରାଯାଉଛି ଚଳିତ ବର୍ଷ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ଯୋଗ ଦେବେ। ଏଇ ଜାନୁଆରୀ ୧୬ ତାରିଖରେ ୧୦ଟି ଦେଶରୁ ଆସିଥିବା ୨୫ ଜଣିଆ ବିଦେଶୀ ପ୍ରତିନିଧି ଦଳ ମଧ୍ୟ ପବିତ୍ର ତ୍ରିବେଣୀ ସଂଗମରେ ବୁଡ଼ ପକାଇଛନ୍ତି। ଏହି ପ୍ରତିନିଧି ଦଳରେ ଥିଲେ ଫିଜି, ଫିନଲାଣ୍ଡ, ଗୁଏନା, ମାଲେସିଆ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକ, ଶ୍ରୀଲଙ୍କା, ତ୍ରିନିଦାଦ ଓ ଟବାଗୋ ଏବଂ ୟୁଏଇର ନାଗରିକ। ମହାକୁମ୍ଭର ଆଧ୍ୟାତ୍ମିକ ମହତ୍ୱ ଓ ଐତିହ୍ୟ ଦେଖି ସେମାନେ ହୋଇଥିଲେ ବିମୋହିତ। ଏହି ବିଦେଶୀ ଅତିଥିଙ୍କ ରହିବାର ସରକାରଙ୍କ ପକ୍ଷରୁ ଅରାଇଲ୍ ର ଟେଣ୍ଟ ସିଟିରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିଲା।

ଦେଶର କୋଣ ଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁ ଏପରିକି ବିଦେଶରୁ ଆସିଥିବା ଅତିଥିଙ୍କ ରହଣିକୁ ସ୍ମରଣୀୟ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ଟିକିନିଖି ଭାବେ ସବୁ ସୁବ୍ୟବସ୍ଥିତ କରାଯାଇଛି। ଅତ୍ୟାଧୁନିକ ଟେକ୍ନୋଲଜି, ଭିତ୍ତିଭୂମିର ବିକାଶ ଓ ନିରନ୍ତର ଯୋଜନାକୁ ଦେଖିଲେ କୌଣସି ସମାବେଶ ଆୟୋଜନ ଓ ସାଂସ୍କୃତିକ ବିନିମୟରେ ଏକ ବେଞ୍ଚମାର୍କ ସ୍ଥାପନ କରିଛି ମହାକୁମ୍ଭର ଏହି ସଂସ୍କରଣ। ରାଜସ୍ନାନଠୁ ଆରମ୍ଭ କରି ଆକର୍ଷଣୀୟ ଆଖଡ଼ା ଶୋଭାଯାତ୍ରା, ଡିଜିଟାଲ ସୃଜନଠାରୁ ଆରମ୍ଭ କରି ନିରନ୍ତର ପ୍ରଗତିର ବଡ଼ ବଡ଼ ପ୍ରକଳ୍ପ ପର୍ଯ୍ୟନ୍ତ ଏଇ ମହାକୁମ୍ଭ ୨୦୨୫  ହେଉଛି ଅତୀତ ଓ ଭବିଷ୍ୟତର ଅପୂର୍ବ ସଂଗମ।

ମହାକୁମ୍ଭର ପ୍ରମୁଖ ଆକର୍ଷଣ

ଆସ୍ଥା, ସଂସ୍କୃତି ଓ ଅନୁସୃଜନର ଏକ ସମୃଦ୍ଧ ପଟ୍ଟଚିତ୍ର ହେଉଛି ପ୍ରୟାଗରାଜର ମହାକୁମ୍ଭ ମେଳା ୨୦୨୫। ଏହାର ମଧ୍ୟ ଭାଗରେ ଶୋଭା ପାଉଛି ତେଜସ୍ ପେଣ୍ଡାଲ। ୮୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ବିରାଟ ତେଜସ୍ ପେଣ୍ଡାଲ ହେଉଛି ହାଲ୍ ର ତେଜସ୍ ଯୁଦ୍ଧ ବିମାନର ଏକ ମଡେଲ। ପ୍ରୟାଗରାଜ ମହାକୁମ୍ଭ ମେଳାର ଆଉ ଏକ ପ୍ରମୁଖ ପରିଚୟ ହେଉଛି ଆଖଡ଼ା । ଉଭୟ ଆଧ୍ୟାତ୍ମିକ ଓ ସାମରିକ କୌଶଳ ପରମ୍ପରାର ତତ୍ତ୍ୱାବଧାରକ ହେଉଛନ୍ତି ଏହି ଆଖଡ଼ା।

ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା କାରିଗରଙ୍କୁ ନିଜ ହାତର ଯାଦୁ ଦେଖାଇବାର ଅପୂର୍ବ ସୁଯୋଗ ଆଣି ଦେଇଛି “ଏକ ଜିଲ୍ଲା ଏକ ଉତ୍ପାଦ” ପ୍ରଦର୍ଶନୀ। ସେହିପରି ଭାରତୀୟ ହସ୍ତଶିଳ୍ପ, ଖାଦ୍ୟ ପାନୀୟ ଓ ସଂସ୍କୃତିର ଏକ ଜୀବନ୍ତ ସଂଗ୍ରହାଳୟ ହେଉଛି କଳାଗ୍ରାମ।

ଦର୍ଶକଙ୍କ ମନ ମୋହୁଛି ପ୍ରୟାଗ ମାହ୍ୟତ୍ମମ୍ ଓ ସମୁଦ୍ର ମନ୍ଥନ ଉପରେ ଆଧାରିତ ଡ୍ରୋନ ସୋ। ଏହା ସହିତ ପ୍ରତିଦିନ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ ସଂଗୀତ ପରିବେଷଣ କରୁଛନ୍ତି ଶଙ୍କର ମହାଦେବନ, ମୋହିତ ଚୌହାନ, କୈଳାସ ଖେରଙ୍କ ପରି ବହୁ ନାମୀ ଦାମୀ କଳାକାର। ସେମାନଙ୍କର ଭକ୍ତିଭାବ ପୂର୍ଣ୍ଣ ସଂଗୀତ ମହାକୁମ୍ଭରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି। ଏପରି କାର୍ଯ୍ୟକ୍ରମ ୨୦୨୫ ଫେବ୍ରୁଆରି ୨୪ ଯାଏ ଚାଲିବ।

ପ୍ରମୁଖ ସ୍ନାନର ତିଥି ଓ ସେଗୁଡ଼ିକର ମହତ୍ତ୍ୱ

ମହାକୁମ୍ଭର ପ୍ରାଣ ହେଉଛି ଏହାର ପବିତ୍ର ସ୍ନାନ ରୀତିନୀତି ( ରାଜସ୍ନାନ)

ମହାକୁମ୍ଭ ୨୦୨୫ର ପ୍ରମୁଖ ରାଜସ୍ନାନଗୁଡ଼ିକ ହେଲା

୨୦୨୫ ଜାନୁଆରି ୨୯ ତାରିଖ: ମୌନି ଅମାବାସ୍ୟାରେ ହେବ ଦ୍ୱିତୀୟ ରାଜସ୍ନାନ

ବିଶ୍ୱାସ କରାଯାଏ, ମୌନି ଅମାବାସ୍ୟାର ଏହି ମାହେନ୍ଦ୍ର ବେଳାରେ ଗଙ୍ଗା ପରି ପବିତ୍ର ନଦୀରେ ବୁଡ଼ ପକାଇବା ଦ୍ୱାରା ସୌଭାଗ୍ୟପ୍ରାପ୍ତି ହୋଇଥାଏ। ପୌରାଣିକ କଥା ଅନୁସାରେ, ଏହି ଦିନ ମହାମୁନି ରିଷଭ ଦେବ ମୌନବ୍ରତ ଭାଙ୍ଗି ସଂଗମର ଏହି ପବିତ୍ର ଜଳରେ ସ୍ନାନ କରିଥିଲେ। ଏହି କାରଣରୁ କୁମ୍ଭମେଳାର ମୌନି ଅମାବାସ୍ୟା ତିଥିରେ ସବୁଠୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏଥିପାଇଁ ମୌନି ଅମାବାସ୍ୟା ହେଉଛି ଆଧ୍ୟାତ୍ମିକ, ଭକ୍ତି ଓ ଆତ୍ମା ଶୁଦ୍ଧିକରଣର ଏକ ଅପୂର୍ବ ଦିନ।

୩ ଫେବ୍ରୁଆରି ୨୦୨୫ ବସନ୍ତ ପଞ୍ଚମୀରେ ତୃତୀୟ ରାଜସ୍ନାନ

ହିନ୍ଦୁ ପୌରାଣିକ ଆଖ୍ୟାନ ଅନୁସାରେ ବସନ୍ତ ପଞ୍ଚମୀରେ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ଆବାହନ କରାଯାଇଥାଏ। ଋତୁ ପରିବର୍ତ୍ତନର ପ୍ରତୀକ ମଧ୍ୟ ହେଉଛି ଏହି ବସନ୍ତ ପଞ୍ଚମୀ।

୧୨ ଫେବ୍ରୁଆରି ୨୦୨୫ ମାଘ ପୂର୍ଣ୍ଣିମା ସ୍ନାନ

ମାଘ ପୂର୍ଣ୍ଣିମାରେ ଗୁରୁ ବୃହସ୍ପତିଙ୍କ ଉପାସନା କରାଯାଇଥାଏ। ଏହା ସହିତ ବିଶ୍ୱାସ କରାଯାଏ ଯେ, ଗନ୍ଧର୍ବ ଏହି ଦିନ ସ୍ୱର୍ଗରୁ ପବିତ୍ର ସଂଗମକୁ ଅବତରଣ କରିଥିଲେ

୧୨ ଫେବ୍ରୁଆରୀ ୨୦୨୫ ମହା ଶିବରାତ୍ରି

ମହାଶିବରାତ୍ରିରେ ସ୍ନାନ ହେଉଛି କଳ୍ପବାସୀଙ୍କ ଅନ୍ତିମ ପବିତ୍ର ସ୍ନାନ। ଶିବରାତ୍ରୀ ହେଉଛି ଭଗବାନ ଶିବଙ୍କ ପର୍ବ।

ମହାକୁମ୍ଭ ୨୦୨୫ ପାଇଁ ଭିତ୍ତିଭୂମି ଓ ଆୟୋଜନ

କୋଟି କୋଟି ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିବାକୁ ଓ ସେମାନେ ଯେମିତି ସୁରୁଖୁରୁରେ ପ୍ରୟାଗରାଜର ସଂଗମରେ ବୁଡ଼ ପକାଇବେ ଓ ସେମାନଙ୍କ ରହିବା ଖାଇବା ପିଇବା ବ୍ୟବସ୍ଥା ପାଇଁ ସରକାରଙ୍କ ତରଫରୁ ବିଶ୍ୱସ୍ତରୀୟ ସୁବିଧା କରାଯାଇଛି।

ସୁରକ୍ଷା ଓ ଭିଡ଼ ପରିଚାଳନା: ଅତ୍ୟାଧୁନିକ ସର୍ଭେଲାନସ ବ୍ୟବସ୍ଥା, ଡ୍ରୋନ ସହାୟତାରେ ମନିଟରିଂ ଓ ପରସ୍ପର ସହିତ ସୁସମନ୍ୱୟ ରଖିଥିବା ସୁରକ୍ଷା ସଂସ୍ଥା ଦିନ ରାତି କାମ କରୁଛନ୍ତି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଅର୍ଦ୍ଧ ସାମରିକ ବାହିନୀ ସହିତ ୫୦ ହଜାରରୁ ଅଧିକ ପୋଲିସ କର୍ମଚାରୀ, ୧୪ ହଜାର ହୋମଗାର୍ଡ ମୁତୟନ ହୋଇଛନ୍ତି। ଏହା ସହିତ ୨୭୫୦ ଏଆଇ ଆଧାରିତ ସିସିଟିଭି ଲଗାଯାଇଛି। ଅଧିକ ସୁରକ୍ଷା ଓ କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଅତ୍ୟାଧୁନିକ ବହୁମୁଖୀ ଗାଡ଼ି ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି।

ସାର୍ବଜନୀନ ଭିତ୍ତିଭୂମି : ପ୍ରୟାଗରାଜର ଏହି ମହାକୁମ୍ଭମେଳାକୁ ଦୃଷ୍ଟିରେ ରଖି ୧୪ଟି ନୂଆ ଫ୍ଲାଏ ଓଭର, ୯ଟି ସ୍ଥାୟୀ ଘାଟ, ୭ଟି ନୂଆ ବସଷ୍ଟାଣ୍ଡ, ୧୨ କିଲୋମିଟର ଧରି ଅସ୍ଥାୟୀ ଘାଟ ନିର୍ମାଣ କରାଯାଇଛି। ଏହା ସହିତ ୨୦୦ରୁ ଅଧିକ ରାସ୍ତା ନୂଆ ଭାବେ ନିର୍ମାଣ କରାଯାଇଛି ବା ମରାମତି କରାଯାଇଛି ।

ଗମନାଗମନ : ରାସ୍ତାଘାଟ ସଂପର୍କରେ ଲୋକଙ୍କୁ ସୂଚନା ପ୍ରଦାନ କରିବା ପାଇଁ ୮୦୦ଟି ବହୁଭାଷୀୟ ସାଇନ୍ ବୋର୍ଡ ଲଗାଯାଇଛି। କେଉଁଠି କେତେ ଲୋକ ଅଛନ୍ତି, ଜରୁରୀକାଳୀନ ଆଲର୍ଟ, ଦିଗ ପ୍ରଦର୍ଶନ ଓ ହୋଟେଲ ସଂପର୍କରେ ସେହି ମୁହୂର୍ତ୍ତରେ ସୂଚନା ପ୍ରଦାନ କରୁଛି ଏକ ସ୍ୱତନ୍ତ୍ର ଆପ୍।

ସ୍ୱାସ୍ଥ୍ୟ ଓ ପରିମଳ : ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ୬ ହଜାର ଶଯ୍ୟା, ୪୩ଟି ହସପିଟାଲର ବ୍ୟବସ୍ଥା କରାଯାଇଛି। ଏହା ସହିତ ମହାକୁମ୍ଭରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ୧୦, ୨୦୦ ସଫେଇ କର୍ମଚାରୀ, ୧୮୦୦ ଗଙ୍ଗା ସେବାଦୂତ ନିୟୋଜିତ ହୋଇଛନ୍ତି।

ଆବାସ: ମହାକୁମ୍ଭ ନଗରକୁ ଏକ ଅସ୍ଥାୟୀ ସହରରେ ପରିଣତ କରାଯାଇଛି। ଭକ୍ତଙ୍କ ରହିବା ପାଇଁ ଏଠାରେ ତିଆରି କରାଯାଇଛି ଟେଣ୍ଟ, ଆଶ୍ରୟସ୍ଥଳୀ ଓ ସୁପର୍ ଡିଲକ୍ସ ଆବାସ।

ଆକାଶବାଣୀର କୁମ୍ଭବାଣୀ : ମହାକୁମ୍ଭ ନଗରରେ ସମସ୍ତ ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀଙ୍କୁ ସମସ୍ତ ଜରୁରୀ ସୂଚନା ପ୍ରଦାନ କରିବା ପାଇଁ ଆକାଶବାଣୀର କୁମ୍ଭବାଣୀରେ ଲାଇଭ୍ ଖବର ପ୍ରସାରଣ କରାଯାଉଛି।

ନୂଆ ଇଲେକଟ୍ରିକ ବସ୍: ମହାକୁମ୍ଭ ଆରମ୍ଭ ହେବା ଆଗରୁ ୧୦-୧୫ଟି ଇଲେକଟ୍ରିକ ବସ୍ ଚାଲୁଥିଲା। ଜାନୁଆରି ୨୯ ମୌନି ଅମାବାସ୍ୟା ପୂର୍ବରୁ ଆହୁରି ୩୦ଟି ଇଲେକଟ୍ରିକ ବସ୍ ଚଳାଯାଇଛି। ପ୍ରତ୍ୟେକ ବସ୍ ର ଲମ୍ୱ ହେଉଛି ୧୨ ମିଟର। ଥରେ ଚାର୍ଜ କରାଗଲେ, ଏହା ୨୦୦ କିଲୋମିଟର ପର୍ଯ୍ୟନ୍ତ ଚାଲି ଥାଏ।

ଡବଲ୍ ଡେକର୍ ବସ୍ : ଦ୍ୱିତୀୟ ପର୍ଯ୍ୟାୟରେ ୧୨୦ଟି ବସ୍ ଆସିବାର ଅଛି। ସେଥି ମଧ୍ୟରୁ ୨୦ଟି ହେଉଛି ଡବଲ୍ ଡେକର୍ ବସ୍। ୯ ମିଟର ଓ ୧୨ ମିଟରର ୧୦୦ଟି ବସ୍ ଆସିବାର ଅଛି।

ସଂପ୍ରସାରିତ ରେଳ ସେବା : କୁମ୍ଭ ମେଳା ପାଇଁ ୧୫ ଦିନ ଆଗରୁ ଟିକଟ ବୁକିଂ କରିବାର ବ୍ୟବସ୍ଥା କରିଛି ରେଳ ବିଭାଗ। ଟୋଲ୍ ଫ୍ରି ହେଲପ ଲାଇନ, ଓ୍ୱେବସାଇଟ୍ ଓ ମହାକୁମ୍ଭ ମେଳା ଆପ୍ ରୁ ରେଳ ଚଳାଚଳ ସଂପର୍କରେ ସୂଚନା ମିଳି ପାରିବ।

ମହାକୁମ୍ଭ ୨୦୨୫ରେ ଖାଦ୍ୟ ଓ ସୁରକ୍ଷା ବ୍ୟବସ୍ଥା

ମହାକୁମ୍ଭ ମେଳାରେ ପ୍ରତିଦିନ ପ୍ରାୟ ୨୦ ହଜାର ଲୋକଙ୍କୁ ମାଗଣାରେ ଭୋଜନ ଦିଆଯାଉଛି। ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତର ପ୍ରଦେଶ ସରକାର ୨୫ ହଜାର ନୂଆ ରାସନ କାର୍ଡ ପ୍ରଦାନ କରିଛନ୍ତି। ମହାକୁମ୍ଭର ଶ୍ରଦ୍ଧାଳୁଙ୍କ ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୩୫ ହଜାରରୁ ଅଧିକ ଗ୍ୟାସ ସିଲିଣ୍ଡର ରିଫିଲ୍ କରାଯାଇଥିବା ବେଳେ ୩୫୦୦ ନୂଆ କନେକସନ ପ୍ରଦାନ କରାଯାଇଛି। କୁମ୍ଭ ମେଳାରେ ପ୍ରତିଦିନ ୫୦୦୦ ଗ୍ୟାସ ସିଲିଣ୍ଡର ରିଫିଲ୍ କରାଯାଉଛି। ମହାକୁମ୍ଭରେ ମୁଖ୍ୟତଃ ଆଖଡ଼ାର ଅନ୍ତେବାସୀ ଓ କଳ୍ପବାସୀଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି।

ଉତ୍ତର ପ୍ରଦେଶ ସରକାର ଖାଦ୍ୟ ପାନୀୟର ଗୁଣବତ୍ତା ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି। ସେଥିପାଇଁ ମହାକୁମ୍ଭ ଅଞ୍ଚଳକୁ ୫ଟି ଜୋନ୍ ଓ ୨୫ଟି ସେକ୍ଟରରେ ବିଭକ୍ତ କରାଯାଇଛି। ହୋଟେଲ, ଢାବା, ଷ୍ଟଲରେ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ଫୁଡ୍ ସେଫଟି ଅଧିକାରୀ। ଅପମିଶ୍ରଣକୁ ରୋକିବା ପାଇଁ ସେହି ସ୍ଥାନରେ ହିଁ ଫୁଡ୍ ସେଫଟି ଅନ୍ ହ୍ୱିଲ୍ ଲାବରୋଟୋରି ଦ୍ୱାରା ଯାଞ୍ଚ କରାଯାଉଛି। ଯେଉଁ ଖାଦ୍ୟ ବଣ୍ଟନ କରାଯାଉଛି, ତାହା ଯେମିତି ସଫାସୁତୁରା ଓ ସ୍ୱାସ୍ଥ୍ୟକର ହୋଇଥିବ, ତାହା ଯାଞ୍ଚ କରୁଛନ୍ତି ୧୦ଟି ମୋବାଇଲ୍ ଫୁଡ୍ ଲାବ୍।

ଶେଷ କଥା

ଶ୍ରଦ୍ଧାଳୁଙ୍କ ସମାଗମ, ଭିତ୍ତିଭୂମି ଓ ବିଶ୍ୱର ଧ୍ୟାନ ଆକର୍ଷଣ କରିବାରେ ମହାକୁମ୍ଭ ୨୦୨୫ ନୂଆ ରେକର୍ଡ କରିଛି। ମହାକୁମ୍ଭରେ ଏପର୍ଯ୍ୟନ୍ତ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳଙ୍କୁ ସମାଗମ ହେବା କେବଳ ଏହାର ଆଧ୍ୟାତ୍ମିକ ଗୁରୁତ୍ୱ ଦର୍ଶାଉ ନାହିଁ ବରଂ ଏତେ ବଡ଼ କାର୍ଯ୍ୟକ୍ରମକୁ ଅସାଧାରଣ ଭାବେ ଯୋଜନା କରି ସୁରୁଖୁରୁରେ କାର୍ଯ୍ୟକାରୀ କରିବାରେ ଭାରତ ଯେ କେତେ ପାରଙ୍ଗମ, ତାହା ଏଥିରୁ ପ୍ରତିଫଳିତ ହେଉଛି। ପ୍ରୟାଗରାଜର ତ୍ରିବେଣୀ ସଂଗମରେ ବୁଡ଼ ପକାଇବାକୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଥିବା ବେଳେ ଆସ୍ଥା, ଏକତା ଓ ସାଂସ୍କୃତିକ ମହାମିଳନ ପାଲଟିଛି ମହାକୁମ୍ଭ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୨୫ ମହାକୁମ୍ଭରେ ଖଦି ଓ ଗ୍ରାମୋଦ୍ୟୋଗ କମିଶନଙ୍କ ଦ୍ୱାରା ଜାତୀୟସ୍ତରୀୟ ଖଦି ମେଳା ଉଦଘାଟିତ

ପ୍ରୟାଗରାଜ: ପ୍ରୟାଗରାଜ କୁମ୍ଭନଗରୀ ମହାତ୍ମାଗାନ୍ଧୀ ମାର୍ଗ ସେକ୍ଟର-୧ରେ ଶୁକ୍ରବାର ଦିନ ଖଦି ଓ ଗ୍ରାମୋଦ୍ୟୋଗ କମିଶନ (କେଭିଆଇସି) ଅଧ୍ୟକ୍ଷ ମନୋଜ କୁମାରଙ୍କ ଦ୍ୱାରା ଜାତୀୟସ୍ତରୀୟ ଖଦି ମେଳା ଉଦଘାଟିତ ହୋଇଛି। ଏହି ଅବସରରେ ଅନ୍ୟମାନଙ୍କ ଭିତରେ ଉତର ପ୍ରୟାଗରାଜ ବିଧାୟକ ହର୍ଷ ବର୍ଦ୍ଧନ ବାଜପେୟୀ ଓ ମେୟର ଗଣେଶ କେଶରବାନି ଉପସ୍ଥିତ ଥିଲେ। ଫେବୃୟାରୀ ୨୬ ପର୍ଯ୍ୟନ୍ତ ଏହି ମେଳା ଚାଲୁ ରହିବ ବୋଲି ସୂଚନା ମିଳିଛି। ପଡିଥିବା ୧୫୨ଟି ଷ୍ଟଲ ଭିତରୁ ୯୮ଟି ଷ୍ଟଲରେ ଖଦି ସାମଗ୍ରୀ ଓ ୫୪ଟି ଷ୍ଟଲରେ ଗ୍ରାମୋଦ୍ୟୋଗ ସାମଗ୍ରୀ ପ୍ରଦର୍ଶିତ ହେଉଛି।

ଉଦଘାଟନୀ ଅଭିଭାଷଣ ଦେଇ କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର କହିଥିଲେ ଯେ, ମହାକୁମ୍ଭ କେବଳ ବିଶ୍ୱାସର ପ୍ରତୀକ ନୁହେଁ ବରଂ ଏହା ଭାରତୀୟ ସଂସ୍କୃତି, ପରମ୍ପରା ଓ ଆତ୍ମ ନିର୍ଭରଶୀଳତାର ଦ୍ୟୋତକ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆତ୍ମ ନିର୍ଭରତା ଓ ସ୍ୱଦେଶୀର ପ୍ରତୀକ ଖଦି ପ୍ରତିଭାତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହା ଖଦି କ୍ରାନ୍ତିରେ ପରିଣତ ହୋଇ ଆତ୍ମ ନିର୍ଭର ଭାରତର ପ୍ରତୀକ ଭାବେ ପରିଗଣିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଖଦି ଫର ନେସନ, ଖଦି ଫର ଫେସନ, ଖଦି ଫର ଟ୍ରାନ୍ସଫର୍ମେସନ ମିଶନ ଜରିଆରେ ଖଦି ଓ ଗ୍ରାମୋଦ୍ୟୋଗ ଉଚ୍ଚତର ସୋପାନକୁ ଉନ୍ନୀତ ହୋଇପାରିଛି।

କାଶ୍ମୀରରୁ ତାମିଲନାଡୁ ଓ ମହାରାଷ୍ଟ୍ରରୁ ନାଗାଲାଣ୍ଡ ପର୍ଯ୍ୟନ୍ତ କୋଡିଏଟି ବିଭିନ୍ନ ରାଜ୍ୟର ସାମଗ୍ରୀ ଏହି ପ୍ରଦର୍ଶନୀରେ ସ୍ଥାନିତ ହୋଇଛି। ଖଦି ପ୍ରଦର୍ଶନୀକୁ ବୁଲି ଆସି ଉଭୟ ଶ୍ରଦ୍ଧାଳୁ ଓ ପରିଦର୍ଶକ ଭୋକାଲ ଫର ଲୋକାଲ ମିଶନକୁ ପ୍ରୋତ୍ସାହିତ କରିବା ଦରକାର ବୋଲି ଅଧ୍ୟକ୍ଷ ଆହ୍ୱାନ ଦେଇଥିଲେ। ଗତ ଦଶ ବର୍ଷ ଭିତରେ ଖଦି ଓ ଗ୍ରାମୋଦ୍ୟୋଗର ବିକାଶ ସମ୍ପର୍କରେ ମନୋଜ କୁମାର ଆଲୋକପାତ କରିଥିଲେ।

ଉତ୍ପାଦରେ ବିକାଶ : ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦ ୨୬ ହଜାର କୋଟିରୁ ଏକ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି

ବିକ୍ରି ପରିମାଣ : ୩୧ ହଜାର କୋଟିରୁ ୧.୫୫ ଲକ୍ଷ କୋଟି ଟଙ୍କାକୁ ଉତ୍ପାଦ ବିକ୍ରି

ନିଯୁକ୍ତି ସୁଯୋଗ : ନିଯୁକ୍ତି କ୍ଷେତ୍ରରେ ୪୩.୬୫ ପ୍ରତିଶତ ବୃଦ୍ଧି ପାଇ ୧.୮୭ କୋଟି ଲୋକଙ୍କୁ ମିଳିଛି ଫାଇଦା ଗତ ଆର୍ଥିକ ବର୍ଷରେ ୧୦.୧୭ ଲକ୍ଷ ନୂଆ ଚାକିରି ସୃଷ୍ଟି

କୁଶଳୀ କାରିଗରଙ୍କ ରୋଜଗାର : ଖଦି କାରିଗରଙ୍କ ରୋଜଗାର ୨୧୩ ପ୍ରତିଶତ ବୃଦ୍ଧି ପାଇ ପ୍ରତି ବଣ୍ଡଲ ପିଛା ୪ ଟଙ୍କାରୁ ୧୨ ଟଙ୍କା ୫୦ ପଇସାକୁ ବୃଦ୍ଧି

ଉତର ପ୍ରଦେଶର ୪୫୦ଟି ଖଦି ଶିଳ୍ପୋଦ୍ୟୋଗରେ ୧.୪ ଲକ୍ଷ କୁଶଳୀ କାରିଗର ନିଯୁକ୍ତି ପାଇଥିବା ଏହି ଅବସରରେ କେଭିଆଇସି ଅଧ୍ୟକ୍ଷ ସୂଚନା ଦେଇଥିଲେ। ଚଳିତ ଆର୍ଥିକ ବର୍ଷରେ ୟୁପିରେ ଏମଏମଡିଏ ଯୋଜନାରେ ୧୫ କୋଟି ଓ ଆଇଏସଇସି ଯୋଜନାରେ ୪ କୋଟି ଟଙ୍କା ବିତରଣ କରାଯାଇଛି। ଗ୍ରାମୋଦ୍ୟୋଗ ବିକାଶ ଯୋଜନାରେ ଗତବର୍ଷ ୧,୫୫୦ ହିତାଧିକାରୀଙ୍କୁ ଆବଶ୍ୟକୀୟ ଯନ୍ତ୍ରପାତି ପ୍ରଦାନ କରାଯାଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧, ୮୫୦କୁ ବୃଦ୍ଧି ପାଇବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ନିଯୁକ୍ତି ସୁଯୋଗ କାର୍ଯ୍ୟକ୍ରମ (ପିଏମଇଜିପି) ଅଧୀନରେ ଡିସେମ୍ବର ସୁଦ୍ଧା ୟୁପିରେ ୧୩୭ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଫଳରେ ୩୮, ୫୮୮ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି।

ଭାରତର ଗ୍ରାମୀଣ ଅର୍ଥନୀତିକୁ ମଜଭୂତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିବା ଖଦି ବିପ୍ଲବର ପ୍ରମୁଖ ଭୂମିକା ରହିଥିବା ମନୋଜ କୁମାର କହିଥିଲେ । ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିବା ମହାକୁମ୍ଭ ପ୍ରୟାଗରାଜକୁ ଏକ ପ୍ରମୁଖ ତୀର୍ଥସ୍ଥାନରେ ପରିଣତ କରିବ ବୋଲି ମନୋଜ କୁମାର କହିଥିଲେ। ଖଦି ପ୍ରଦର୍ଶନୀକୁ ଭାରତୀୟ ସଂସ୍କୃତି ଓ ଆତ୍ମନିର୍ଭରଶୀଳତାର ପ୍ରକୃଷ୍ଟ ଉଦାହରଣ ବୋଲି ଅଭିହିତ କରି ପ୍ରଦର୍ଶନୀରେ ସ୍ଥାନିତ ହୋଇଥିବା ଖଦି ସାମଗ୍ରୀ କିଣି ଆତ୍ମନିର୍ଭର ଭାରତ ଯାତ୍ରାରେ ନିଜକୁ ସାମିଲ କରିବା ପାଇଁ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସେ ଆହ୍ୱାନ ଦେଇଥିଲେ।

ଉଦଘାଟନୀ ଉତ୍ସବରେ ଖଦି ପ୍ରତିଷ୍ଠାନର ପ୍ରତିନିଧି, ପିଏମଇଜିପି ହିତାଧିକାରୀ, ୟୁପି ସରକାରଙ୍କ ଖଦି କର୍ମଚାରୀ ଓ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ୨୦୨୫: ପ୍ରୟାଗରାଜର ସଙ୍ଗମରେ ପବିତ୍ର ବୁଡ ପକାଇଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ

ପ୍ରୟାଗରାଜ: ମହାକୁମ୍ଭ ୨୦୨୫ରେ ଯୋଗଦେବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ପ୍ରୟାଗରାଜରେ ପହଞ୍ଚିଛନ୍ତି। ରାଜନାଥ ସିଂହଙ୍କ ସହ ରାଜ୍ୟସଭା ସାଂସଦ ଶ୍ରୀ ସୁଧାଂଶୁ ତ୍ରିବେଦୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରୟାଗରାଜରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ପ୍ରଥମେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଥିଲେ । ଏହାପରେ ସେ ଅକ୍ଷୟ ବଟ, ପାତାଳପୁରୀ ଓ ବଡ ହନୁମାନ ମନ୍ଦିର ପରିଦର୍ଶନ କରିବା ସହ ମହାକୁମ୍ଭ ବ୍ୟବସ୍ଥାର ସମୀକ୍ଷା କରିଥିଲେ।

ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ପ୍ରୟାଗରାଜର ସଙ୍ଗମରେ ସେ ଆଜି ବୁଡ ପକାଇବା ସୌଭାଗ୍ୟର ବିଷୟ। ଏହା ଭାରତୀୟତାର ଏକ ଭବ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପର୍ବ। ଭାରତୀୟତାର ମର୍ମ ବୁଝିବା ପାଇଁ ସମସ୍ତେ ମହାକୁମ୍ଭ ପରିଦର୍ଶନ କରିବା ଉଚିତ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ନଗରରେ ସରକାରଙ୍କ ସଫଳତା, ଯୋଜନା, ନୀତି ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ସଂପର୍କରେ ପ୍ରଦର୍ଶନୀ

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ତ୍ରିବେଣୀ ରୋଡ୍ ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ଡିଜିଟାଲ ପ୍ରଦର୍ଶନୀ ମଣ୍ଡପ ସ୍ଥାପନ କରିଛି। ଭାରତ ସରକାରଙ୍କ ସଫଳତା, ଯୋଜନା, ନୀତି ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ କରାଯାଇଛି ଏହି ଡିଜିଟାଲ ପ୍ରଦର୍ଶନୀ ମଣ୍ଡପ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ପ୍ରକାଶନ ବିଭାଗ ପକ୍ଷରୁ ମଧ୍ୟ ମଣ୍ଡପ କରାଯାଇଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଡିଜିଟାଲ ପ୍ରଦର୍ଶନୀରେ ଏନାମର୍ଫିକ କାନ୍ଥ, ଏଲଇଡି ଟିଭି ସ୍କ୍ରିନ, ଏଲଇଡି କାନ୍ଥ ଓ ହୋଲୋଗ୍ରାଫିକ ସିଲିଣ୍ଡର ଜରିଆରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଦର୍ଶିତ ହୋଇଛି।

ଏହି ଡିଜିଟାଲ ପ୍ରଦର୍ଶନୀରେ ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା, ବିଭିନ୍ନ କମ୍ପାନୀ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ କେମିତି ଛାତ୍ରଛାତ୍ରୀମାନେ ଏହି ଇଣ୍ଟର୍ନସିପ୍ ପାଇବେ, ସେ ସଂପର୍କରେ ସାଧାରଣ ଲୋକଙ୍କୁ ସୂଚନା ପ୍ରଦାନ କରାଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଛି ବନ୍ୟା, ଅଗ୍ନିକାଣ୍ଡ, ଭୂମିକମ୍ପ, ପ୍ରବଳ ଶୀତ, ଜଙ୍ଗଲୀ ନିଆଁ ପରି ପ୍ରାକୃତିକ ବିପର୍ଯ୍ୟୟ ଓ ମଣିଷକୃତ୍ୟ ବିପତ୍ତିକୁ ରୋକିବାକୁ କଣ ସବୁ ପଦକ୍ଷେପ ନିଆଯାଉଛି। ଡିଜିଟାଲ ମାଧ୍ୟମରେ ଏସବୁ ପ୍ରଦର୍ଶିତ ହୋଇଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗର ଷ୍ଟଲରେ ସ୍ଥାନ ପାଇଛି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଲେଖା ଯାଇଥିବା ବହି ଓ ମହାପୁରୁଷଙ୍କ ଜୀବନୀ ଉପରେ ଲେଖା ଯାଇଥିବା ପୁସ୍ତକ।

କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଷ୍ଟଲରେ ମିଳୁଛି ବିଭିନ୍ନ ପ୍ରକାର ମାଣ୍ଡିଆ ଜାତୀୟ ଖାଦ୍ୟ ସାମଗ୍ରୀ ଓ ପନିପରିବା ବିହନ।

ମହାକୁମ୍ଭକୁ ଆସୁଥିବା ହଜାର ହଜାର ଲୋକ ଏହି ସବୁ ଜିନିଷ ଓ ଅନ୍ୟ ଷ୍ଟଲ ବୁଲି ଦେଖୁଛନ୍ତି। ବିଭିନ୍ନ ପ୍ରକାର ଚିତ୍ର, ଫିଲ୍ମ ଜରିଆରେ ଲୋକଙ୍କୁ ଯେଉଁ ସୂଚନା ପ୍ରଦାନ କରାଯାଉଛି, ତାକୁ ସେମାନେ ପ୍ରଶଂସା କରୁଛନ୍ତି। ସେମାନେ କହୁଛନ୍ତି, ଏହି ଡିଜିଟାଲ ପ୍ରଦର୍ଶନୀ ବହୁତ ସୂଚନା ଦେଉଛି ଓ ଏହା ଶିକ୍ଷଣୀୟ ମଧ୍ୟ।

ମହାକୁମ୍ଭ ନଗର ତ୍ରିବେଣୀ ମାର୍ଗର ପ୍ରଦର୍ଶନୀ କଂପ୍ଲେକ୍ସ ରେ ଆୟୋଜିତ ହୋଇଥିବା ଏହି ପ୍ରଦର୍ଶନୀ ଲୋକେ ମାଗଣାରେ ଦେଖିପାରିବେ। ଏହା ୨୬ ଫେବ୍ରୁଆରି ୨୦୨୫ ଯାଏ ଖୋଲା ରହିବ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭରେ ଡିଜିଟାଲ୍ ପ୍ରଦର୍ଶନୀ ଉଦଘାଟିତ; ପ୍ରଥମ ଦିନରେ ହଜାର ହଜାର ଲୋକଙ୍କ ସମାଗମ

ନୂଆଦିଲ୍ଲୀ: ଗତ ଦଶନ୍ଧିରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘ଜନଭାଗିଦାରୀ ମାଧ୍ୟମରେ ଜନକଲ୍ୟାଣ’ ଏବଂ ଭାରତ ସରକାରଙ୍କ ସଫଳତା, କାର୍ଯ୍ୟକ୍ରମ, ନୀତି ଏବଂ ଯୋଜନା ଉପରେ ଆଧାରିତ ଏକ ଡିଜିଟାଲ ପ୍ରଦର୍ଶନୀ ପ୍ରୟାଗରାଜର ତ୍ରିବେଣୀ ମାର୍ଗସ୍ଥିତ ପ୍ରଦର୍ଶନୀ ପରିସରରେ ଉଦଘାଟିତ ହୋଇଛି।

ଉଦ୍ଘାଟନ ଦିନ ହିଁ ହଜାର ହଜାର ଲୋକ ଏକାଠି ହୋଇ ପ୍ରଦର୍ଶନୀ ଦେଖିଥିଲେ।

ତ୍ରିବେଣୀ ପଥ ପ୍ରଦର୍ଶନୀ ପରିସରରେ ଆୟୋଜିତ ଏହି ପ୍ରଦର୍ଶନୀ ଜାନୁଆରୀ ୧୩ରୁ ଫେବ୍ରୁଆରି ୨୬, ୨୦୨୫ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପର୍ଯ୍ୟବେକ୍ଷଣ ପାଇଁ ମାଗଣାରେ ଖୋଲା ରହିବ। ଡିଜିଟାଲ ପ୍ରଦର୍ଶନୀରେ ଆନାମୋର୍ଫିକ ୱାଲ, ଏଲଇଡି ଟିଭି ସ୍କ୍ରିନ, ଏଲଇଡି ୱାଲ, ହୋଲୋଗ୍ରାଫିକ ସିଲିଣ୍ଡର ଜରିଆରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦର୍ଶିତ ହେଉଛି ।

ପ୍ରଦର୍ଶନୀ ମୁଖ୍ୟ ବିଷୟ : ପ୍ରଦର୍ଶିତ ହେଉଛି ପ୍ରମୁଖ ସରକାରୀ କଲ୍ୟାଣକାରୀ ଯୋଜନା

ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ନମୋ ଡ୍ରୋନ୍ ଦିଦି, ଲଖପତି ଦିଦି, ୱେଭସ, ପ୍ରଧାନମନ୍ତ୍ରୀ ଇଣ୍ଟରନସିପ୍ ଯୋଜନା, ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଡିଜିଟାଲ ଇଣ୍ଡିଆ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଦ୍ୟାଞ୍ଜଳି, ଆତ୍ମନିର୍ଭର ଭାରତ, ସ୍କିଲ୍ ଇଣ୍ଡିଆ, ଏକ ଭାରତ ଶ୍ରେଷ୍ଠ ଭାରତ ଭଳି ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯାଉଛି। ଏହା ସହିତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରତ୍ୟେକ ଘରକୁ ଜଳ ଯୋଜନା, ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ ମିଶନ, ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି, ସ୍ୱାଧୀନ ଭାରତର ତିନୋଟି ନୂତନ ଅପରାଧିକ ଆଇନ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସହିତ ମହିଳା ସଶକ୍ତୀକରଣ ଯୋଜନା ଏବଂ ଅନ୍ୟାନ୍ୟ ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯାଉଛି।

ସାଂସ୍କୃତିକ ବିଶେଷତ୍ତ୍ବ : ସମଗ୍ର ଉତ୍ତର ପ୍ରଦେଶରେ ବିବିଧ ଲୋକ ଓ ଶାସ୍ତ୍ରୀୟ କାର୍ଯ୍ୟକ୍ରମ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଡିଜିଟାଲ ପ୍ରଦର୍ଶନୀ ବ୍ୟତୀତ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳର ୨୦୦ରୁ ଅଧିକ ଲୋକ ଓ ଶାସ୍ତ୍ରୀୟ କାର୍ଯ୍ୟକ୍ରମ ମଧ୍ୟ ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦର୍ଶିତ ହେଉଛି । ବିଗତ ୧୦ ବର୍ଷ ମଧ୍ୟରେ ଭାରତ ସରକାରଙ୍କ ଗତ ୧୦ ବର୍ଷର ସଫଳତା, ଯୋଜନା, କାର୍ଯ୍ୟକ୍ରମ ଓ ନୀତିକୁ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଦର୍ଶିତ କରାଯିବ। ଜାନୁଆରୀ ୧୩ରୁ ଫେବ୍ରୁଆରି ୨୬ ତାରିଖ ପର୍ଯ୍ୟନ୍ତ ମହାକୁମ୍ଭ ମେଳାର ସମଗ୍ର ଅବଧି ରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ପ୍ରତ୍ୟେକ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ନିଆରା କାହାଣୀ କହିଥାଏ ଏବଂ ନିଜ ଅଞ୍ଚଳର ସ୍ଥାନୀୟ ରୀତିନୀତି ତଥା ଆଧ୍ୟାତ୍ମିକତାକୁ ପ୍ରଦର୍ଶିତ କରେ, ଯାହା ମହାକୁମ୍ଭକୁ ଆସୁଥିବା ସାଧାରଣ ଜନତାଙ୍କ ପାଇଁ ଏକ ଚମତ୍କାର ଦୃଶ୍ୟ ଏବଂ କଳାତ୍ମକ ଅନୁଭୂତି ସୃଷ୍ଟି କରିବ। ଶତାଧିକ ପ୍ରତିଭାସମ୍ପନ୍ନ କଳାକାର ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଭିନ୍ନ ଆଞ୍ଚଳିକ ନୃତ୍ୟ ଓ ଗୀତ ଶୈଳୀକୁ ପ୍ରତିନିଧିତ୍ୱ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ଓଡିଶାରୁ ଓ ଓଡିଶା ମଧ୍ୟଦେଇ ମହାକୁମ୍ଭ ମେଳା-2025 ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ପ୍ରୟାଗରାଜ ଠାରେ ଆୟୋଜିତ ହେବାକୁଥିବା ଆଗାମୀ ମହାକୁମ୍ଭ ମେଳା 2025 ରେ ଯୋଗଦେବାକୁ ଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ଟ୍ରେନ ସୁବିଧା ଆୟୋଜନ କରାଯାଇଅଛି ଯାହାକି ଓଡିଶାରୁ ଉତ୍ପତ୍ତି ଏବଂ ଏହା ମଧ୍ୟଦେଇ ଯାତ୍ରା କରିବ। ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ଏହି ଓଡ଼ିଶାର ବିଭିନ୍ନ ପ୍ରମୁଖ ସହରରୁ ପବିତ୍ର ସହର ପ୍ରୟାଗରାଜକୁ ସହଜ ଗମନାଗମନ ସଂଯୋଗ ଯୋଗାଇବ।

ନିମ୍ନଲିଖିତ ଭାବେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ:

1. ଭୁବନେଶ୍ୱର-ତୁଣ୍ଡଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା କଟକ, ଯଖପୁରା (ଯାଜପୁର), କେନ୍ଦୁଝରଗଡ, ନୟାଗଡ଼ (ଯୋଡ଼ା ଅଞ୍ଚକ)-ବୋକାରୋ-ଗୟା-ପ୍ରୟାଗରାଜ।

ଏହି ଟ୍ରେନ୍ 2025 ଜାନୁୟାରୀ ମାସ 1, 8, 22 ତାରିଖ ଓ ଫେବୃୟାରୀ ମାସ 5, 19, 26 ତାରିଖ ଦିନ ବୁଧବାର ଦିନମାନଙ୍କରେ ଭୁବନେଶ୍ୱର ଠାରୁ ଅପରାହ୍ନ 12ଘ.30ମି.ରେ ଛାଡି କେନ୍ଦୁଝରଗଡ-ବୋକାରୋ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ। ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ।

2. ପୁରୀ-ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଭାୟା ଖୋର୍ଦ୍ଧା ରୋଡ଼ -ଭୁବନେଶ୍ୱର-କଟକ -ଯାଜପୁର କେନ୍ଦୁଝର ରୋଡ଼ -ଭଦ୍ରକ-ବାଲେଶ୍ୱର -ଗୟା-ପ୍ରୟାଗରାଜ।

ଏହି ଟ୍ରେନ୍ 2025 ଜାନୁୟାରୀ ମାସ 6 ଓ 20 ତାରିଖ ଓ ଫେବୃୟାରୀ ମାସ 17 ତାରିଖ ଦିନ ସୋମବାର ଦିନମାନଙ୍କରେ ପୁରୀ ଠାରୁ ଅପରାହ୍ନ 12ଘ.30ମି.ରେ ଛାଡି ଭୁବନେଶ୍ୱର-ଭଦ୍ରକ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ। ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ।

3. ଟିଟିଲାଗଡ-ତୁଣ୍ଡଲା-ଟିଟିଲାଗଡ଼ ସ୍ୱତନ୍ତ୍ର ଟ୍ରେନ୍ ଭାୟା ବଲାଙ୍ଗୀର – ବରଗଡ଼ – ସମ୍ବଲପୁର-ଝାରସୁଗୁଡା-ରାଉରକେଲା (ସୁନ୍ଦରଗଡ଼ ଜିଲ୍ଲା )-ଡ଼ିଡ଼ିୟୁ-ପ୍ରୟାଗରାଜ।

ଏହି ଟ୍ରେନ୍ 2025 ଜାନୁୟାରୀ ମାସ 9, 16, 23 ତାରିଖ ଓ ଫେବୃୟାରୀ ମାସ 6, 20, 27 ତାରିଖ ଦିନ ଗୁରୁବାର ଦିନମାନଙ୍କରେ ଟିଟିଲାଗଡ଼ ଠାରୁ ଅପରାହ୍ନ 12ଘ.30ମି.ରେ ଛାଡି ବଲାଙ୍ଗୀର, ବରଗଡ଼ ରୋଡ, ସମ୍ବଲପୁର-ଝାରସୁଗୁଡା-ରାଉରକେଲା, ଡ଼ିଡ଼ିୟୁ-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ। ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ।

4. ବିଶାଖାପାଟନମ୍-ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ (ଡ଼ିଡ଼ିୟୁ)-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଭାୟା ରାୟଗଡା-ଟିଟିଲାଗଡ-ରାୟପୁର-କାଟନୀ।

ଏହି ଟ୍ରେନ୍ 2025 ଜାନୁୟାରୀ ମାସ 9, 16, 23 ତାରିଖ ଓ ଫେବୃୟାରୀ ମାସ 6, 20, 27 ତାରିଖ ଦିନ ଗୁରୁବାର ଦିନମାନଙ୍କରେ ବିଶାଖାପାଟନମ୍ ଠାରୁ ଅପରାହ୍ନ 05ଘ.35ମି.ରେ ଛାଡି ରାୟଗଡା-ଟିଟିଲାଗଡ-ରାୟପୁର-କାଟନୀ ମାର୍ଗ ଦେଇ ଡ଼ିଡ଼ିୟୁ ଯାତ୍ରା କରିବ। ଡ଼ିଡ଼ିୟୁ ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ମାର୍ଗ ପ୍ରଦାନ କରିବ ଯାହାକି ଦକ୍ଷିଣ ଓଡିଶା ଅଞ୍ଚଳକୁ ସୁବିଧା ପ୍ରଦାନ କରିବ।

5. ବିଶାଖାପାଟନମ୍-ଗୋରଖପୁର-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଭାୟା ବ୍ରହ୍ମପୁର/ଗଞ୍ଜାମ ଜିଲ୍ଲା, ଖୋର୍ଦ୍ଧା ରୋଡ଼,-ଭୁବନେଶ୍ୱର-ନରାଜ ମାର୍ଥାପୁର (କଟକ ଅଞ୍ଚଳ)-ଢେଙ୍କାନାଳ -ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା।

ଏହି ଟ୍ରେନ୍ 2025 ଜାନୁୟାରୀ ମାସ 5 ଓ 19 ତାରିଖ ଏବଂ ଫେବୃୟାରୀ ମାସ 16 ତାରିଖ ଦିନ ରବିବାର ଦିନମାନଙ୍କରେ ବିଶାଖାପାଟନମ୍ ଠାରୁ ରାତ୍ରି 10ଘ.20ମି.ରେ ଛାଡି ଭୁବନେଶ୍ୱର-ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା ମାର୍ଗ ଦେଇ ଡ଼ିଡ଼ିୟୁ ଯାତ୍ରା କରିବ।  ଡ଼ିଡ଼ିୟୁ ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ମାର୍ଗ ପ୍ରଦାନ କରିବ।

6. ତିରୁପତି – ବନାରସ -ତିରୁପତି ସ୍ୱତନ୍ତ୍ର ଟ୍ରେନ୍ ଭାୟା ରାୟଗଡା, ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡା, ରାଉରକେଲା।

7. ନରସପୁର – ବନାରସ -ନରସପୁର ସ୍ୱତନ୍ତ୍ର ଟ୍ରେନ୍ ଭାୟା ରାୟଗଡା, ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡା, ରାଉରକେଲା।

ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ବିଶ୍ୱର ସର୍ବବୃହତ ଧାର୍ମିକ ସମାବେଶ ମହାକୁମ୍ଭ ମେଳାକୁ ଯାତ୍ରା କରୁଥିବା ହଜାର ହଜାର ଭକ୍ତଙ୍କୁ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ବିଶେଷ ଭାବେ ଚଳାଚଳ କରୁଅଛି। ରେଳ ଦ୍ୱାରା ଯଥେଷ୍ଟ ଗମନାଗମନ ସଂଯୋଗ ଏବଂ ସୁବିଧାଜନକ କାର୍ଯ୍ୟସୂଚୀ ସହିତ ସମସ୍ତ ଯାତ୍ରୀଙ୍କ ପାଇଁ ଏକ ନିରାପଦ, ସୁଗମ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ପ୍ରତିବଦ୍ଧ ଅଟେ।

ଟ୍ରେନ୍ କାର୍ଯ୍ୟସୂଚୀ, ବୁକିଂ ଏବଂ ଅନ୍ୟାନ୍ୟ ଭ୍ରମଣ ସମ୍ବନ୍ଧୀୟ ସୂଚନା ଗୁଡିକ ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଯାତ୍ରୀମାନଙ୍କୁ ରେଳବାଇ ୱେବସାଇଟ୍ ପରିଦର୍ଶନ କରିବାକୁ କିମ୍ବା ଷ୍ଟେସନ ମାନଙ୍କ ଠାରେ ଉପଲବ୍ଧ ଇନକ୍ୱାରୀ କାଉଣ୍ଟର ସହିତ ଯୋଗାଯୋଗ କରିବାକୁ କୁହାଯାଇଅଛି।

ଓଡିଶାରୁ ଓ ଓଡିଶା ମଧ୍ୟଦେଇ ଚଳାଚଳ କରୁଥିବା କୁମ୍ଭମେଳା ସ୍ୱତନ୍ତ୍ର ଟ୍ରେନ ଗୁଡିକ ଓଡ଼ିଶାର ସମସ୍ତ ରେଳମାର୍ଗ ସହିତ ଯୋଡ଼ାଯାଇଅଛି ଯେପରିକି ସମସ୍ତ ଜିଲ୍ଲା ମାନଙ୍କରୁ ପ୍ରୟାଗ କୁମ୍ଭମେଳା ଯିବାପାଇଁ ଯାତ୍ରା ସୁବିଧା ଯୋଗାଇ ପାରିବ।

Categories
ଆଜିର ଖବର ଜାତୀୟ ଖବର

ମହା କୁମ୍ବ 2025: ରେଳବାଇ ଦ୍ୱାରା ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ଵର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହା କୁମ୍ଭ 2025 ପାଇଁ ପ୍ରୟାଗରାଜ ଅଞ୍ଚଳରେ ରେଳବାଇର ପ୍ରସ୍ତୁତିକୁ ଏକ ନୂତନ ଦିଗ ଦେଇ ଅନେକ ପ୍ରମୁଖ ପ୍ରକଳ୍ପ ଏବଂ ସୁବିଧା ଆରମ୍ଭ କରିଛନ୍ତି।

ମୁଖ୍ୟ ଘୋଷଣା ଏବଂ ଉଦ୍ଘାଟନ:

କୁମ୍ବ ଯୁଦ୍ଧ ପ୍ରକୋଷ୍ଠର ଉଦ୍ଘାଟନ:

ରେଳ ବୋର୍ଡରେ କୁମ୍ବ ଯୁଦ୍ଧ କକ୍ଷର ଉଦ୍ଘାଟନ:

ଏହି ଯୁଦ୍ଧ କକ୍ଷ 24×7 କାର୍ଯ୍ୟ କରିବ, ଯେଉଁଥିରେ ଅପରେଟିଂ, ବାଣିଜ୍ୟିକ, ଆରପିଏଫ୍, ମେକାନିକାଲ୍, ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଭଳି ବିଭିନ୍ନ ବିଭାଗର ଅଧିକାରୀ ନିୟୋଜିତ ହେବେ |

1,176 ସିସିଟିଭି କ୍ୟାମେରାରୁ ଲାଇଭ ଫିଡ୍ ପ୍ଲାଟଫର୍ମ ସ୍ତରରୁ ରେଳ ବୋର୍ଡ ସ୍ତର ପର୍ଯ୍ୟନ୍ତ ନଜର ରଖାଯିବ |

ମନିଟରିଂ ଗଠନ:

• ପ୍ଲାଟଫର୍ମ → ଷ୍ଟେସନ୍ → ଡିଭିଜନ୍ → ଜିଲ୍ଲା → ଜୋନାଲ → ରେଳ ବୋର୍ଡ।

• ଏହି ଯୁଦ୍ଧ କକ୍ଷ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଏବଂ ରେଳବାଇ ମଧ୍ୟରେ ସମନ୍ୱୟ ମଜବୁତ ହେବ, ଯାହାଦ୍ୱାରା ଯାତ୍ରୀମାନଙ୍କୁ ତୁରନ୍ତ ସହାୟତା ଏବଂ ସୁବିଧା ଯୋଗାଇ ଦିଆଯାଇପାରିବ।

2। ଘୋଷଣାନାମା ଏବଂ ପାସେଞ୍ଜର ବୁକ୍ ରିଲିଜ୍:

ପ୍ରୟାଗରାଜ, ନୈନି, ଚିଭକି ଏବଂ ସୁବେଦରଗଞ୍ଜ ଷ୍ଟେସନରେ 12 ଟି ଭାଷାରେ ଘୋଷଣା ପ୍ରଣାଳୀର ଉପଲବ୍ଧ।

ଯାତ୍ରୀମାନଙ୍କୁ ଉପଯୋଗୀ ସୂଚନା ଯୋଗାଇବା ପାଇଁ 22 ଭାଷାରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ବୁକଲେଟ୍ ରିଲିଜ୍।

ପ୍ରୟାଗରାଜ ଅଞ୍ଚଳରେ ଯାତ୍ରୀ ସୁବିଧା:

ରେଳ ନେଟୱାର୍କରେ ବିସ୍ତାର ଏବଂ ଉନ୍ନତି:

ମୋଟ 13,000 ଟ୍ରେନର ଚଳାଚଳ:

10,000 ନିୟମିତ ଟ୍ରେନ୍

3,134 ସ୍ୱତନ୍ତ୍ର ଟ୍ରେନ୍ (ଗତ କୁମ୍ବ ଠାରୁ 4.5 ଗୁଣ ଅଧିକ):
1,869 ସ୍ୱଳ୍ପ ଦୂରତା ଟ୍ରେନ୍
706 ଦୂର ଦୂରଗାମୀ ଟ୍ରେନ୍
559 ରିଙ୍ଗ୍ ଟ୍ରେନ୍

ଜରୁରୀ ସମୟରେ ପଣ୍ୟବାହୀ ଟ୍ରେନ୍ ଗୁଡିକ ଉତ୍ସର୍ଗୀକୃତ ମାଲ ପରିବହନ କରିଡର (DFC) କୁ ସ୍ଥାନାନ୍ତରିତ କରାଯିବ।

ମହା କୁମ୍ବଙ୍କ ପାଇଁ ଗତ 3 ବର୍ଷରେ ₹5,000 କୋଟି ବିନିଯୋଗ।

ଯାତ୍ରୀ ସୁବିଧାଗୁଡ଼ିକର ସମ୍ପ୍ରସାରଣ:

48 ପ୍ଲାଟଫର୍ମ, ବ୍ରିଜ୍ ଉପରେ 21 ଫୁଟ (FoBs)।

1 ଲକ୍ଷରୁ ଅଧିକ କ୍ଷମତା ବିଶିଷ୍ଟ 23 ସ୍ଥାୟୀ ହୋଲ୍ଡିଂ କ୍ଷେତ୍ର।

151 ମୋବାଇଲ୍ UTS କାଉଣ୍ଟର ସହିତ 554 ଟିକେଟ୍ କାଉଣ୍ଟର।

ସଡ଼କ ଏବଂ ରେଳର ସୁଗମ ଗତି ପାଇଁ 21 ROBs / RUB ନିର୍ମାଣ।

ସମସ୍ତ 9 ଷ୍ଟେସନରେ 12 ଟି ଭାଷାରେ ଘୋଷଣା ବ୍ୟବସ୍ଥା।

3। ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡିକ:

7 3,700 କୋଟି ମୂଲ୍ୟରେ ପ୍ରକଳ୍ପଗୁଡିକ:

ବନାରସ-ପ୍ରୟାଗରାଜ ଦୋହରୀକରଣ (ଗଙ୍ଗା ବ୍ରିଜକୁ ଅନ୍ତର୍ଭୁକ୍ତ କରି)।

ଫାଫାମାଉ-ଜାଙ୍ଗାଇ ଦୋହରୀକରଣ।

ଭକ୍ତଙ୍କ ସଂଖ୍ୟା ଏବଂ କୁମ୍ବ ପାଇଁ ପ୍ରସ୍ତୁତି:

40 କୋଟି ଭକ୍ତ ମହା କୁମ୍ବରେ ଅଂଶଗ୍ରହଣ କରିବେ।

ମାଉନି ଅମାବାସ୍ୟା ଦିନ 5 କୋଟି ଭକ୍ତଙ୍କ ଉପସ୍ଥିତି

କୁମ୍ବ ସମୟରେ ଭିଡ଼ ପରିଚାଳନା ପାଇଁ:

1,176 ସିସିଟିଭି କ୍ୟାମେରାରୁ ଲାଇଭ୍ ମନିଟରିଂ।

1 ଲକ୍ଷରୁ ଅଧିକ କ୍ଷମତା ବିଶିଷ୍ଟ 23 ଟି ହୋଲ୍ଡିଂ କ୍ଷେତ୍ର।

ଯାତ୍ରୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ରଙ୍ଗ-କୋଡ୍ ଟିକେଟ୍ ଏବଂ ବାରକୋଡ୍ UTS ସିଷ୍ଟମର କାର୍ଯ୍ୟ।

ଏହି ପ୍ରୟାସ ମହା କୁମ୍ବ 2025 ସମୟରେ ଭକ୍ତମାନଙ୍କୁ ଏକ ନିରାପଦ, ସୁବିଧାଜନକ ଏବଂ ବୈଷୟିକ ଦୃଷ୍ଟିରୁ ଉନ୍ନତ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ।

Categories
ଜାତୀୟ ଖବର ବିଶେଷ ଖବର

ମହାକୁମ୍ଭ ହେଉଛି ଏକତାର ମହାଯଜ୍ଞ: ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ପ୍ରାୟ ୫୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସଙ୍ଗମର ପବିତ୍ର ଭୂମିକୁ ପ୍ରଣାମ କରିଥିଲେ ଓ ମହାକୁମ୍ଭକୁ ଆସୁଥିବା ସାଧୁସନ୍ୟାସୀଙ୍କ ପ୍ରତି ନିଜର ସମ୍ମାନ ପ୍ରକଟ କରିଥିଲେ । ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ମହାକୁମ୍ଭକୁ ସଫଳ କରିଥିବା ଶ୍ରମିକ, ସଫାଇ କର୍ମଚାରୀମାନଙ୍କୁ ମଧ୍ୟ ଶ୍ରୀ ମୋଦୀ ନିଜର କୃତଜ୍ଞତା ଜଣାଇଥିଲେ । ମହାକୁମ୍ଭର ବୃହତ୍ ଆୟୋଜନ ଓ ବିଶାଳ ଆକାର କଥା ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ବିଶ୍ବର ଅନ୍ୟତମ ବୃହତ୍ ଜନସମାଗମ । ୪୫ ଦିନ ପାଇଁ ଆୟୋଜନ ହେଉଥିବା ଏହି ମହାଯଜ୍ଞକୁ ପ୍ରତିଦନ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ବାଗତ କରାଯାଇଥାଏ ଓ ଏଥିପାଇଁ ଏକ ସମ୍ପୂର୍ଣ୍ଣ ନୂଆ ସହର ଛିଡ଼ା କରିଦିଆଯାଏ । “ପ୍ରୟାଗରାଜର ଭୂମିରେ ଏକ ନୂଆ ଇତିହାସ ଲେଖାଯାଉଛି” ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସନ୍ତା ବର୍ଷ ଆୟୋଜନ ହେଉଥିବା ମହାକୁମ୍ଭ ଦେଶର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଚୟକୁ ଏକ ନୂଆ ଉଚ୍ଚତାକୁ ନେଇଯିବ ଓ ଏକତାର ଏପରି ଏକ ମହାଯଜ୍ଞ ସଂପର୍କରେ ସମଗ୍ର ବିଶ୍ବରେ ଚର୍ଚ୍ଚା ହେବ । ମହାକୁମ୍ଭର ସଫଳ ଆୟୋଜନ ନିମସ୍ତେ ସେ ଲୋକମାନଙ୍କୁ ନିଜର ଶୁଭେଚ୍ଛା ଜଣାଇଛନ୍ତି ।

“ଭାରତ ପବିତ୍ର ସ୍ଥାନ ଓ ତୀର୍ଥକ୍ଷେତ୍ରର ଏକ ଭୂମି” ଶ୍ରୀ ମୋଦୀ କହିଛନ୍ତି । ସେ କହିଛନ୍ତି, ଏହା ଗଙ୍ଗା, ଯମୁନା, ସରସ୍ବତୀ, କାବେରୀ, ନର୍ମଦା ଓ ଆହୁରି ଅନେକ ନଦୀର ଭୂମି । ପ୍ରୟାଗକୁ ଏହି ନଦୀଗୁଡ଼ିକର ପବିତ୍ର ପ୍ରବାହର ସଂଗମ, ସଂଗ୍ରହ, ସମାବେଶ, ସମ୍ମିଶ୍ରଣ, ପ୍ରଭାବ ଏବଂ ଶକ୍ତି, ଅନେକ ତୀର୍ଥସ୍ଥଳୀର ମହତ୍ତ୍ୱ ଏବଂ ସେଗୁଡ଼ିକର ମହାନତା ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରୟାଗ କେବଳ ତିନୋଟି ନଦୀର ସଂଗମ ନୁହେଁ, ବରଂ ଏହାଠାରୁ ଅନେକ କିଛି ଅଧିକ । ଏହାର ମହତ୍ତ୍ବକୁ ବୁଝାଇ ସେ କହିଛନ୍ତି ଯେ ପ୍ରୟାଗ ସମ୍ପର୍କରେ ଏହା କୁହାଯାଏ ଯେ ଯେତେବେଳେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି ସେତେବେଳେ ସମଗ୍ର ଦିବ୍ୟଶକ୍ତି, ଅମୃତ, ସାଧୁସନ୍ୟାସୀଗଣ ପ୍ରୟାଗକୁ ଆସନ୍ତି । ସେ କହିଥିଲେ, ପ୍ରୟାଗ ଏପରି ଏକ ସ୍ଥାନ ଯାହାର ବିମାନ ପୁରାଣଗୁଡ଼ିକ ଅସମ୍ପୂର୍ଣ୍ଣ । ପ୍ରୟାଗ ଏପରି ଏକ ସ୍ଥାନ ଯାହାର ପ୍ରସଂଶା ବୈଦିକ ସୁକ୍ତରେ କରାଯାଇଛି ।

“ପ୍ରୟାଗ ହେଉଛି ସେହି ସ୍ଥାନ ଯାହାର କୋଣ ଅନୁକୋଣରେ ପବିତ୍ର ସ୍ଥାନ ଓ ପୂଣ୍ୟକ୍ଷେତ୍ର ଅଛି” ଶ୍ରୀ ମୋଦୀ କହିଛନ୍ତି । ପ୍ରୟାଗର ସାଂସ୍କୃତିକ ଓ ଅଧ୍ୟାତ୍ମିକ ମହତ୍ତ୍ବ ବର୍ଣ୍ଣନା କରି ଶ୍ରୀ ମୋଦୀ ଏକ ସଂସ୍କୃତ ଶ୍ଳୋକ ଆବୃତି କରିଥିଲେ ଓ ବୁଝାଇଥିଲେ, “ତ୍ରିବେଣୀର ପ୍ରଭାବ, ବେଣୀମାଧବର ମହତ୍ତ୍ବ, ସୋମେଶ୍ବରର ଆଶିର୍ବାଦ, ଋଷି ଭରଦ୍ବାଜଙ୍କ ତପୋଭୂମି, ନାଗରାଜ ଭଗବାନ ବାସୁକୀଙ୍କ ଭୂମି, ଅକ୍ଷୟବଟର ଅମରତ୍ବ ଓ ଇଶ୍ବରଙ୍କ ଆଶିର୍ବାଦ- ଏସବୁକୁ ନେଇ  ହୋଇଛି ଆମ ତୀର୍ଥରାଜ ପ୍ରୟାଗ ।“ସେ ଆହୁରି ମଧ୍ୟ କହିଥିଲେ, ପ୍ରୟାଗରାଜ ସେହିସ୍ଥାନ ଯେଉଁଠାରେ ଧର୍ମ, ଅର୍ଥ,କାମ ଓ ମୋକ୍ଷ ପ୍ରାପ୍ତ ହୋଇଥାଏ । “ପ୍ରୟାଗରାଜ କେବଳ ଏକ ଭୌଗୋଳିକ ଭୂଖଣ୍ଡ ନୁହେଁ, ଏହା ଆଧ୍ୟାତ୍ମିକ ଅନୁଭୂତିର କ୍ଷେତ୍ର”ପ୍ରଧାନମନ୍ତ୍ରୀ କହିଥିଲେ ଓ ପ୍ରୟାଗରାଜକୁ ଆସିଥିବା ଲୋକମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଗତ କୁମ୍ଭ ସମୟରେ ପବିତ୍ର ସଂଗମରେ ସ୍ନାନ କରିବା କଥା ସେ ମନେ ପକାଇଥିଲେ ଓ ଆଜି ସେହି ସୁଯୋଗ ମିଳିଥିବା ସେ କହିଥିଲେ ।  ଏହା ପୂର୍ବରୁ ହନୁମାନ ମନ୍ଦିର ଏବଂ ଅକ୍ଷୟବଟ ଦର୍ଶନ ଏବଂ ପୂଜା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭକ୍ତ ମାନଙ୍କ ସହଜରେ ଯାତାୟାତ ପାଇଁ ହନୁମାନ କରିଡର ଏବଂ ଅକ୍ଷୟବଟ କରିଡରର ବିକାଶ କରାଯାଇଛି । ସରସ୍ୱତୀ କୂପର ପୁନଃନିର୍ମାଣ ପ୍ରକଳ୍ପ ବିଷୟରେ ମଧ୍ୟ ପଚାରି ବୁଝିଥିଲେ ବୋଲି କହିଥିଲେ । ହଜାର ହଜାର କୋଟିର ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ସେ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଶ୍ରୀ ମୋଦୀ କହିଥିଲେ “ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ଆମ ଦେଶର ସାଂସ୍କୃତିକ, ଆଧ୍ୟାତ୍ମିକ ଯାତ୍ରାର ଏକ ପୁଣ୍ୟ ଓ ଜୀବନ୍ତ ପ୍ରତୀକ ହେଉଛି ମହାକୁମ୍ଭ ।“ ସେ କହିଥିଲେ, ପ୍ରତ୍ୟେକଥର ଏହି ବିଶାଳ ଆୟୋଜନ  ଧର୍ମ, ଜ୍ଞାନ, ଭକ୍ତି ଓ କଳାର ଦିବ୍ୟ ସମାଗମର ପ୍ରତୀକ ହୋଇଥାଏ। ଏକ ସଂସ୍କୃତ ଶ୍ଲୋକ ଆବୃତି କରି ପ୍ରଧାନମନ୍ତ୍ରୀ  ବୁଝାଇଥିଲେ ଯେ  ସଙ୍ଗମସ୍ଥଳରେ ସ୍ନାନ କଲେ କୋଟି କୋଟି ତୀର୍ଥଯାତ୍ରା ସହ ସମାନ ଫଳ ମିଳିଥାଏ।  ପ୍ରୟାଗରେ ସ୍ନାନ କରୁଥିବା ବ୍ୟକ୍ତି ପ୍ରତ୍ୟେକ ପାପରୁ ମୁକ୍ତି ପାଇଥାଏ  ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହଥିଲେ, ରାଜା-ସମ୍ରାଟଙ୍କ ଯୁଗ ହେଉ ଅବା ଶହ ଶହ ବର୍ଷର ବ୍ରିଟିସ ଦାସତ୍ୱର ଯୁଗ ହେଉ, ବିଶ୍ୱାସର ଏହି ପ୍ରବାହ କେବେ ବନ୍ଦ ହୋଇନଥିଲା। ଏହାର ଏକ ପ୍ରମୁଖ କାରଣ ହେଉଛି କୁମ୍ଭ କୌଣସି ବାହ୍ୟ ଶକ୍ତି  ଦ୍ବାରା ପରିଚାଳିତ ନୁହେଁ । ସେ କହିଥିଲେ, କୁମ୍ଭ ମନୁଷ୍ୟର ଆଭ୍ୟନ୍ତରୀଣ ଚେତନାର ନାମ, ଯେଉଁ ଚେତନା ଆପେ ଆପେ ଜାଗ୍ରତ ହୋଇଯାଏ ଓ ତାହା ଭାରତର କୋଣ ଅନୁକୋଣରୁ ଲୋକଙ୍କୁ ସଙ୍ଗମ କୂଳକୁ ଆକର୍ଷିତ କରିଥାଏ । ଗାଁ, ସହର ଓ ସହରର ଲୋକମାନେ ପ୍ରୟାଗରାଜ ଆଡ଼କୁ ଆକର୍ଷିତ ହୋଇଆସନ୍ତି ଓ ସାମୂହିକତାର ଏଭଳି ଶକ୍ତି, ଏପରି ଜନସମାଗମ ଅନ୍ୟ କେଉଁଠି ଖୁବ୍ କମ୍ ଦେଖିବାକୁ ମିଳେ। ଶ୍ରୀ ମୋଦୀ କହିଥିଲେ, ଥରେ ଜଣେ ବ୍ୟକ୍ତି ମହାକୁମ୍ଭକୁ ଆସିଲେ ସେ ଅନ୍ୟମାନଙ୍କ ସହ ସମାନ ହୋଇଯାଏ, ସେ ସନ୍ୟାସୀ ହୁଅନ୍ତୁ ଅର୍ଥବା ସାଧୁ ବା ସାଧାରଣ ଲୋକ ଏବଂ ଜାତି ସଂପ୍ରଦାୟର ଭେଦଭାବ ଏଠାରେ ଶେଷ ହୋଇଯାଏ । କୋଟି କୋଟି ଲୋକ ଗୋଟିଏ ଲକ୍ଷ୍ୟ ଓ ଧାରଣା ନେଇ ଏକାଠି ହୋଇଥାନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ଏଥର ମଧ୍ୟ ମହାକୁମ୍ଭ ସମୟରେ ବିଭିନ୍ନ ରାଜ୍ୟରୁ ଭିନ୍ନ ଭିନ୍ନ ଭାଷା, ଜାତି, ବିଶ୍ବାସର ଲୋକେ ସଂଗମରେ ଏକାଠି ହେବେ ଓ ଏକତାସୁତ୍ରରେ ବାନ୍ଧି ହେବେ । ସେ କହିଥିଲେ ଯେ ଏଥିପାଇଁ ତାଙ୍କର ବିଶ୍ବାସ ଯେ ମହାକୁମ୍ଭ ହେଉଛି ଏକତାର ମହାଯଜ୍ଞ, ଯେଉଁଠାରେ ସବୁ ପ୍ରକାର ଭେଦଭାବକୁ ତ୍ୟାଗ କରାଯାଏ ଓ ସଙ୍ଗମରେ ସ୍ନାନ କରୁଥିବା ପ୍ରତ୍ୟେକ ଭାରତୀୟ ଏକ ଭାରତ-ଶ୍ରେଷ୍ଠ ଭାରତର ଏକ ଚମତ୍କାର ଚିତ୍ର ଉପସ୍ଥାପନ କରନ୍ତି ।

ଶ୍ରୀ ମୋଦୀ ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାରେ କୁମ୍ଭର ମହତ୍ତ୍ବ ସଂପର୍କରେ ଉଲ୍ଲେଖ କରିଥିଲେ ଓ ବୁଝାଇଥିଲେ କିପରି ଦେଶର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଓ ସମସ୍ୟା ସଂପର୍କରେ ମୁନଋଷିମାନଙ୍କର ଆଲୋଚନାର ଏକ ମଞ୍ଚ ରହିଆସିଛି । ସେ କହିଥିଲେ ଯେ, ଅତୀତରେ ଯେତେବେଳେ କୌଣସି ପ୍ରକାରର ଆଧୁନିକ ଯୋଗାଯୋଗ ମାଧ୍ୟମ ନଥିଲା, ସେତେବେଳେ କୁମ୍ଭ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପରିବର୍ତ୍ତନର ମୂଳଦୁଆ ପାଲଟିଥିଲା ଯେଉଁଠାରେ ସାଧୁ ସନ୍ଥ ଏବଂ ପଣ୍ଡିତମାନେ ଏକତ୍ରିତ ହୋଇ ଦେଶର କଲ୍ୟାଣ ବିଷୟରେ ଆଲୋଚନା କରୁଥିଲେ ଏବଂ ଉଭୟ ସାଂପ୍ରତିକ ଏବଂ ଭବିଷ୍ୟତର ଆହ୍ୱାନ ଉପରେ ବିଚାର ବିମର୍ଶ କରୁଥିଲେ, ଯାହା ଦ୍ୱାରା ଦେଶର ଚିନ୍ତାଧାରାକୁ ନୂତନ ଦିଗ ଏବଂ ଶକ୍ତି ମିଳୁଥିଲା । ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ମଧ୍ୟ କୁମ୍ଭ ଏକ ମଞ୍ଚଭାବେ ନିଜର ମହତ୍ତ୍ବକୁ ବଜାୟ ରଖିଛି, ଯେଉଁଠାରେ ଏପରି ଆଲୋଚନା ଜାରି ରହିଛି, ସାରାଦେଶକୁ ସକାରାତ୍ମକ ବାର୍ତ୍ତା ପ୍ରଦାନ କରାଯାଉଛି ଓ ଦେଶର ମଙ୍ଗଳ ଉପରେ ମିଳିତ ଚିନ୍ତାଧାରାକୁ ଅନୁପ୍ରାଣିତ କରାଯାଉଛି ।  ସେ କହିଥିଲେ, ଯଦିଓ ଏହି ସମାବେଶର ନାମ, ମାଇଲଖୁଣ୍ଟ ଏବଂ ମାର୍ଗ ଭିନ୍ନ ଭିନ୍ନ ହୋଇପାରେ, ଏହାର ଉଦ୍ଦେଶ୍ୟ ଏବଂ ଯାତ୍ରା ଅପରିବର୍ତ୍ତିତ ରହିଛି । କୁମ୍ଭ ଏବେ ବି ସାଂପ୍ରତିକ ଜାତୀୟ ଆଲୋଚନା ଏବଂ ଭବିଷ୍ୟତର ପ୍ରଗତିର ଆଲୋକସ୍ତମ୍ଭ ହୋଇ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ ପୂର୍ବ ସରକାରମାନଙ୍କ ଦ୍ୱାରା କୁମ୍ଭ ଏବଂ ଧାର୍ମିକ ତୀର୍ଥଯାତ୍ରାକୁ ଅବହେଳା ବିଷୟରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ଏହି ମେଳାର ଗୁରୁତ୍ୱ ସତ୍ତ୍ୱେ ତୀର୍ଥଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଭାରତର ସଂସ୍କୃତି ଏବଂ ବିଶ୍ୱାସ ସହ ସଂପର୍କର ଅଭାବକୁ ସେ ଦାୟୀ କରିଥିଲେ ଏବଂ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଥିବା ବର୍ତ୍ତମାନର ସରକାରଙ୍କ ଅଧୀନରେ ଭାରତର ପରମ୍ପରା ଏବଂ ବିଶ୍ୱାସ ପ୍ରତି ଗଭୀର ସମ୍ମାନ ରହିଛି ବୋଲି ନାଗରିକମାନଙ୍କୁ ଆଶ୍ୱାସନା ଦେଇଥିଲେ । କୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇଦେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ଦାୟିତ୍ୱ ବୋଲି ସେ କହିଥିଲେ।

ବିଭିନ୍ନ ପ୍ରକଳ୍ପ ପାଇଁ ହଜାର ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରସ୍ତୁତି ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ । ଅଯୋଧ୍ୟା, ବାରଣାସୀ, ରାଏବରେଲି ଏବଂ ଲକ୍ଷ୍ନୌ ଭଳି ସହରକୁ ପ୍ରୟାଗରାଜର ଯୋଗାଯୋଗରେ ଉନ୍ନତି ଆଣିବା ଉପରେ ଗୁରୁତ୍ବ ଦିଆଯାଉଥିବା ସେ କହିଥିଲେ । ଏହି ବୃହତ୍ ସମାରୋହର ପ୍ରସ୍ତୁତିରେ ଅନେକ ସରକାରୀ ବିଭାଗ ପକ୍ଷରୁ କରାଯାଉଥିବା ସାମୂହିକ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ, ଯାହା “ସରକାରଙ୍କ ସାମଗ୍ରିକ ଆଭିମୁଖ୍ୟ”କୁ ଦର୍ଶାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶ ସହିତ ଭାରତର ଐତିହ୍ୟକୁ ସମୃଦ୍ଧ କରିବା ସରକାରଙ୍କ ଲକ୍ଷ୍ୟ ରହିଛି। ସେ ଦେଶବ୍ୟାପୀ ବିକଶିତ ହେଉଥିବା ବିଭିନ୍ନ ପର୍ଯ୍ୟଟନ ସର୍କିଟ୍ ବିଷୟରେ ଉଲ୍ଲେଖ କରିବା ସହ ରାମାୟଣ ସର୍କିଟ୍, କ୍ରିଷ୍ଣା ସର୍କିଟ୍, ବୌଦ୍ଧ ସର୍କିଟ୍ ଓ ତୀର୍ଥଙ୍କର ସର୍କିଟ୍ ର ଉଦାହରଣ ଦେଇଥିଲେ। ସ୍ୱଦେଶ ଦର୍ଶନ ଏବଂ ପ୍ରସାଦ ଭଳି ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ତୀର୍ଥସ୍ଥଳୀଗୁଡ଼ିକରେ ସୁବିଧାଗୁଡ଼ିକର ବିକାଶ କରୁଛନ୍ତି । ଭବ୍ୟ ରାମ ମନ୍ଦିର ନିର୍ମାଣ ସହିତ ଅଯୋଧ୍ୟାର ପରିବର୍ତ୍ତନ ଉପରେ ସେ ଆଲୋକପାତ କରିଥିଲେ ଯାହା ସମଗ୍ର ସହରର ଉନ୍ନତି କରିଚାଲିଛି । ସେ ବିଶ୍ୱନାଥ ଧାମ ଏବଂ ମହାକାଳ ମହାଲୋକ ଭଳି ପ୍ରକଳ୍ପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ବିଶ୍ୱସ୍ତରରେ ସ୍ୱୀକୃତି ପାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରୟାଗରାଜରେ ଅକ୍ଷୟ ବଟ କରିଡର, ହନୁମାନ ମନ୍ଦିର କରିଡର ଏବଂ ଭରଦ୍ୱାଜ ଋଷି ଆଶ୍ରମ କରିଡର ଏହି ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଥିବା ବେଳେ ତୀର୍ଥଯାତ୍ରୀଙ୍କ ପାଇଁ ସରସ୍ୱତୀ କୂପ, ପାତାଳପୁରୀ, ନାଗବାସୁକି ଏବଂ ଦ୍ୱାଦଶ ମାଧବ ମନ୍ଦିର ଭଳି ସ୍ଥାନର ଉନ୍ନତୀକରଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ନିଶାଦରାଜଙ୍କ ଭୂମି ପ୍ରୟାଗରାଜ ମର୍ଯ୍ୟାଦା ପୁରୁଷୋତ୍ତମ ହେବାରେ ଭଗବାନ ରାମଙ୍କ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ସେ କହିଥିଲେ ଯେ ଭଗବାନ ରାମ ଏବଂ କେୱଟଙ୍କ ଘଟଣା ଆମକୁ ପ୍ରେରଣା ଦେଇଥାଏ । କେୱଟ ଭଗବାନ ରାମଙ୍କ ପାଦ ଧୋଇ ତାଙ୍କୁ ଡଙ୍ଗାରେ ନଦୀ ପାର ହେବାରେ ସାହାଯ୍ୟ କରିଥିଲେ ଯାହାକି ଭକ୍ତି ଓ ବନ୍ଧୁତାର ପ୍ରତୀକ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣା ବାର୍ତ୍ତା ଦେଉଛି ଯେ ଭଗବାନ ମଧ୍ୟ ନିଜ ଭକ୍ତଙ୍କ ଠାରୁ ସାହାଯ୍ୟ ମାଗିପାରିବେ । ଶ୍ରୀଙ୍ଗବରପୁର ଧାମର ବିକାଶ ଏହି ବନ୍ଧୁତାର ପ୍ରମାଣ ଏବଂ ଭଗବାନ ରାମ ଓ ନିଶାଦରାଜଙ୍କ ପ୍ରତିମୂର୍ତ୍ତି ଆଗାମୀ ପିଢ଼ିକୁ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇ ଚାଲିବ ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭବ୍ୟ କୁମ୍ଭକୁ ସଫଳ କରିବାରେ ସ୍ୱଚ୍ଛତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରୟାଗରାଜରେ ଉପଯୁକ୍ତ ପରିମଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସୁନିଶ୍ଚିତ କରିବା ପାଇଁ ନମାମି ଗଙ୍ଗେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଗଙ୍ଗା ଦୂତ, ଗଙ୍ଗା ପ୍ରହରୀ ଏବଂ ଗଙ୍ଗା ମିତ୍ର ନିଯୁକ୍ତି ଭଳି ପଦକ୍ଷେପ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି। ଏଥର କୁମ୍ଭର ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ୧୫,୦୦୦ରୁ ଅଧିକ ସଫେଇ କର୍ମଚାରୀ ନିୟୋଜିତ ହେବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଏହି କର୍ମଚାରୀମାନଙ୍କୁ ଆଗୁଆ କୃତଜ୍ଞତା ଜଣାଇବା ସହ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ଆଧ୍ୟାତ୍ମିକ ଓ ସ୍ୱଚ୍ଛ ପରିବେଶ ପ୍ରଦାନରେ ସେମାନଙ୍କର ସମର୍ପଣକୁ ସ୍ୱୀକାର କରିଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗବାନ ଶ୍ରୀକୃଷ୍ଣ ଅଇଁଠାପତ୍ର ଉଠାଇ ପ୍ରତ୍ୟେକ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବାର୍ତ୍ତା ଦେଇଥିଲେ ଏବଂ ସଫେଇ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ମାଧ୍ୟମରେ କାର୍ଯ୍ୟକ୍ରମର ମହାନତାକୁ ବଢ଼ାଇବେ ବୋଲି କହିଥିଲେ । ୨୦୧୯ ର କୁମ୍ଭ ସମୟରେ ସ୍ୱଚ୍ଛତା ପାଇଁ ତାଙ୍କୁ ମିଳିଥିବା ପ୍ରଶଂସା ଏବଂ ସଫେଇ କର୍ମଚାରୀଙ୍କ ପାଦ ଧୋଇ ସେ କିପରି କୃତଜ୍ଞତା ଜ୍ଞାପନ କରିଥିଲେ ତାହା ତାଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ବୋଲି ସେ କହିଥିଲେ ।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ କୁମ୍ଭ ମେଳା ଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥାଏ, ଯାହା ପ୍ରାୟତଃ ନଜରକୁ ଆସେ ନାହିଁ । ସେ କହିଛନ୍ତି ଯେ କୁମ୍ଭ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ସଙ୍ଗମ କୂଳରେ ଏକ ଅସ୍ଥାୟୀ ସହର ପ୍ରତିଷ୍ଠା କରାଯିବ, ଯେଉଁଠାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆସିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସମୟରେ ପ୍ରୟାଗରାଜରେ ଶୃଙ୍ଖଳା ବଜାୟ ରଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଆବଶ୍ୟକତା ପଡ଼ିବ । ୬ ହଜାରରୁ ଅଧିକ ନାବିକ, ହଜାର ହଜାର ଦୋକାନୀ ଏବଂ ଧାର୍ମିକ ରୀତିନୀତି ଓ ପବିତ୍ର ସ୍ନାନରେ ସହଯୋଗ କରୁଥିବା ବ୍ୟକ୍ତିଙ୍କ ଭୂମିକା ବୃଦ୍ଧି ପାଇବ, ଯାହା ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି। ଯୋଗାଣ ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟବସାୟୀଙ୍କୁ ଅନ୍ୟ ସହରରୁ ସାମଗ୍ରୀ ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି। କୁମ୍ଭର ପ୍ରଭାବ ଆଖପାଖ ଜିଲ୍ଲାରେ ମଧ୍ୟ ଅନୁଭୂତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଅନ୍ୟ ରାଜ୍ୟରୁ ଆସୁଥିବା ତୀର୍ଥଯାତ୍ରୀମାନେ ଟ୍ରେନ୍ କିମ୍ବା ବିମାନ ସେବା ବ୍ୟବହାର କରିବେ, ଯାହା ଅର୍ଥନୀତିକୁ ଆହୁରି ପ୍ରୋତ୍ସାହିତ କରିବ। କୁମ୍ଭ କେବଳ ସମାଜକୁ ସୁଦୃଢ଼ କରିବ ନାହିଁ ବରଂ ଲୋକଙ୍କ ଆର୍ଥିକ ସଶକ୍ତୀକରଣରେ ମଧ୍ୟ ଯୋଗଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଆଗାମୀ ମହାକୁମ୍ଭ ୨୦୨୫କୁ ସାକାର କରିବା ପାଇଁ ବୈଷୟିକ ଜ୍ଞାନକୌଶଳର ବଡ଼ ଭୂମିକା ରହିବ । ସେ କହିଥିଲେ, ପୂର୍ବ ବର୍ଷ ତୁଳନାରେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ଏବଂ ୨୦୧୩ ତୁଳନାରେ ଡାଟା ବହୁତ ଶସ୍ତା ହୋଇଯାଇଛି। ସେ କହିଥିଲେ ଯେ ଆଜିକାଲି ବ୍ୟବହାରୀ ଅନୁକୂଳ ଆପ ଆସିବା ଦ୍ବାରା ଯେଉଁମାନଙ୍କର ବୈଷୟିକ ଜ୍ଞାନ ନାହିଁ ସେମାନେ ବି ସେଗୁଡ଼ିକୁ ସହଜରେ ବ୍ୟବହାର କରିପାରୁଛନ୍ତି । କୁମ୍ଭରେ ପ୍ରଥମ ଥର ପାଇଁ ଏଆଇ ଏବଂ ଚାଟବଟ୍ ଟେକ୍ନୋଲୋଜିର ବ୍ୟବହାର ସମ୍ପର୍କରେ ସେ କହିଛନ୍ତି ଯେ ୧୧ଟି ଭାରତୀୟ ଭାଷାରେ ଯୋଗାଯୋଗ କରିବାରେ ସକ୍ଷମ ।

କୁମ୍ଭକୁ ଏକତାର ପ୍ରତୀକ ଭାବରେ ପ୍ରଦର୍ଶିତ କରିବା ପାଇଁ ଫଟୋଗ୍ରାଫି ପ୍ରତିଯୋଗିତା ଆୟୋଜନ କରିବା ଏବଂ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ପାଇଁ ଡାଟା ଏବଂ ଟେକ୍ନୋଲୋଜିର ଉପଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର ହୋଇ ଏହି ଫଟୋଗୁଡ଼ିକ ଅଗଣିତ ଭାବନା ଏବଂ ରଙ୍ଗକୁ ମିଶାଇ ଏକ ବିଶାଳ କ୍ୟାନଭାସ ତିଆରି କରିବ । ଏଥିସହିତ ଆଧ୍ୟାତ୍ମିକତା ଓ ପ୍ରକୃତିକୁ କେନ୍ଦ୍ର କରି ପ୍ରତିଯୋଗିତା ଆୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ, ଯାହା କି ଯୁବପିଢ଼ିଙ୍କ ମଧ୍ୟରେ କୁମ୍ଭ ପ୍ରତି ଆକର୍ଷଣକୁ ଆହୁରି ବଢ଼ାଇବ।

ମହାକୁମ୍ଭରୁ ମିଳୁଥିବା ସାମୂହିକ ଓ ଆଧ୍ୟାତ୍ମିକ ଶକ୍ତି ବିକଶିତ ଭାରତ ପ୍ରତି ଦେଶର ସଂକଳ୍ପକୁ ଆହୁରି ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ। ସେ କୁମ୍ଭ ସ୍ନାନକୁ ଐତିହାସିକ ଓ ଅବିସ୍ମରଣୀୟ କରିବା ପାଇଁ କାମନା କରିବା ସହ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ପବିତ୍ର ସଂଗମ ମାଧ୍ୟମରେ ମାନବ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ସେ ସମସ୍ତ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପବିତ୍ର ସହର ପ୍ରୟାଗରାଜକୁ ସ୍ୱାଗତ କରିଛନ୍ତି।

ଏହି ଅବସରରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରୟାଗରାଜ ଗସ୍ତ କରି ସଙ୍ଗମ ସ୍ଥଳରେ ପୂଜା ଓ ଦର୍ଶନ ଓ ତାପରେ ଅକ୍ଷୟ ବଟରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ହନୁମାନ ମନ୍ଦିର ଓ ସରସ୍ୱତୀ କୂପ ନିକଟରେ ପୂଜା କରିଥିଲେ। ପ୍ରଧାନମନ୍ତ୍ରୀ ମହାକୁମ୍ଭ ପ୍ରଦର୍ଶନୀ ସ୍ଥଳ ମଧ୍ୟ ପରିଦର୍ଶନ କରିଥିଲେ ।

ମହାକୁମ୍ଭ ୨୦୨୫ ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଥିରେ ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପ ଯଥା ୧୦ଟି ନୂଆ ରୋଡ୍ ଓଭର ବ୍ରିଜ୍ (ଆରଓବି) ବା ଫ୍ଲାଏଓଭର, ସ୍ଥାୟୀ ଘାଟ ଏବଂ ରିଭରଫ୍ରଣ୍ଟ ରାସ୍ତା ଅନ୍ତର୍ଭୁକ୍ତ ଯେଉଁଗୁଡ଼ିକ ପ୍ରୟାଗରାଜରେ ଭିତ୍ତିଭୂମି ବିକାଶ କରିବା ସହ ଯାତାୟାତକୁ ସୁଗମ କରିବ ।

ସ୍ୱଚ୍ଛ ଏବଂ ନିର୍ମଳ ଗଙ୍ଗା ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀକୁ ଯାଉଥିବା ଛୋଟ ଛୋଟ ଡ୍ରେନ୍ ଗୁଡ଼ିକୁ ଅବରୋଧକ, ଟାପିଂ, ଡାଇଭର୍ସନ ଏବଂ ସଫା କରିବା ପାଇଁ ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ । ପାନୀୟ ଜଳ ଓ ବିଜୁଳି ସମ୍ବନ୍ଧୀୟ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ମଧ୍ୟ ସେ ଉଦଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ଭରଦ୍ୱାଜ ଆଶ୍ରମ କରିଡର, ଶୃଙ୍ଗଭରପୁର ଧାମ କରିଡର, ଅକ୍ଷୟବଟ କରିଡର, ହନୁମାନ ମନ୍ଦିର କରିଡର ସମେତ କେତେକ ପ୍ରମୁଖ ମନ୍ଦିର କରିଡରକୁ ଉଦଘାଟନ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ଭକ୍ତଙ୍କୁ ମନ୍ଦିରକୁ ସହଜରେ ପହଞ୍ଚାଇବା ସହ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ। ପ୍ରଧାନମନ୍ତ୍ରୀ କୁମ୍ଭ ସହାୟକ ଚାଟବଟ୍ ର ଶୁଭାରମ୍ଭ କରିଥିଲେ ଯାହା ମହାକୁମ୍ଭ ମେଳା ୨୦୨୫ର କାର୍ଯ୍ୟକ୍ରମ ବିଷୟରେ ଭକ୍ତମାନଙ୍କୁ ସହାୟତା ଏବଂ ସର୍ବଶେଷ ସୂଚନା ପ୍ରଦାନ କରିବ ।

Categories
ଆଜିର ଖବର ଜାତୀୟ ଖବର

ଆଜି ଉତ୍ତରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶ ଗସ୍ତରେ ଯିବେ। ସେ ଅପରାହ୍ନ ପ୍ରାୟ ୧୨ଟା ୧୫ରେ ପ୍ରୟାଗରାଜ ଯାଇ ସଙ୍ଗମ ସ୍ଥଳରେ ପୂଜାର୍ଚ୍ଚନା ଓ ଦର୍ଶନ କରିବେ। ଏହାପରେ ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ରେ ପ୍ରଧାନମନ୍ତ୍ରୀ ଅକ୍ଷୟ ବଟବୃକ୍ଷ ସ୍ଥଳରେ ପୂଜାର୍ଚ୍ଚନା କରିବେ ଓ ତା’ ପରେ ହନୁମାନ ମନ୍ଦିର ଓ ସରସ୍ୱତୀ କୂପ ଯାଇ ପୂଜାର୍ଚ୍ଚନା କରିବେ। ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ସେ ମହାକୁମ୍ଭ ପ୍ରଦର୍ଶନୀ ସ୍ଥଳ ପରିଦର୍ଶନ କରିବେ। ଏହାପରେ ଅପରାହ୍ନ ପ୍ରାୟ ୨ଟାରେ ସେ ପ୍ରୟାଗରାଜରେ ୫୫୦୦ କୋଟି ରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ କରିବେ।

ମହାକୁମ୍ଭ ୨୦୨୫ ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ। ପ୍ରୟାଗରାଜରେ ଭିତ୍ତିଭୂମି ସୁବିଧା ଉନ୍ନତୀକରଣ ଏବଂ ନିରବଚ୍ଛିନ୍ନ ଯାତାୟାତକୁ ସୁଗମ କରିବା ପାଇଁ  ଏସବୁ ପ୍ରକଳ୍ପ ଉଦ୍ଦିଷ୍ଟ । ଏସବୁ ପ୍ରକଳ୍ପ ମଧ୍ୟରେ ରହିଛି ୧୦ଟି ନୂତନ ରୋଡ୍ ଓଭରବ୍ରିଜ୍ (ଆରଓବି) କିମ୍ବା ଫ୍ଲାଏଓଭର, ସ୍ଥାୟୀ ଘାଟ ଏବଂ ରିଭରଫ୍ରଣ୍ଟ ରାସ୍ତା ଭଳି ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପ।

ସ୍ୱଚ୍ଛ ଏବଂ ନିର୍ମଳ ଗଙ୍ଗା ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀକୁ ଯାଉଥିବା କ୍ଷୁଦ୍ର ଡ୍ରେନ୍ ଗୁଡ଼ିକର ପ୍ରତିରୋଧକ, ଟ୍ୟାପ୍, ଡାଇଭର୍ଟ ଏବଂ ବିଶୋଧନ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ। ଏହା ଦ୍ବାରା ଗଙ୍ଗା ନଦୀକୁ ବିଶୋଧିତ ହୋଇନଥିବା ଜଳ ପ୍ରବେଶ କରିପାରିବ ନାହିଁ । ସେ ମଧ୍ୟ ପାନୀୟ ଜଳ ଓ ବିଜୁଳି ସମ୍ବନ୍ଧୀୟ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀ କେତେକ ପ୍ରମୁଖ ମନ୍ଦିର କରିଡରକୁ ଉଦଘାଟନ କରିବେ। ସେଗୁଡ଼ିକ ହେଲା ଭରଦ୍ୱାଜ ଆଶ୍ରମ କରିଡର, ଶୃଙ୍ଗବେରପୁର ଧାମ କରିଡର, ଅକ୍ଷୟବଟ କରିଡର, ହନୁମାନ ମନ୍ଦିର କରିଡର ଇତ୍ୟାଦି। ଏହି ପ୍ରକଳ୍ପଗୁଡ଼ିକ ଭକ୍ତଙ୍କ ଯାତାୟାତକୁ ସୁଗମ କରାଇବା ସହ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କୁମ୍ଭ ‘ସହାୟକ’ (Sah’AI’yak) ଚାଟ୍ ବଟ୍ ର ଶୁଭାରମ୍ଭ କରିବେ। ଏହି ଚାଟବଟ୍ ମହାକୁମ୍ଭ ମେଳା ୨୦୨୫ ସମ୍ପର୍କରେ ଭକ୍ତମାନଙ୍କୁ ସହାୟତା କରିବା ସହ ଏବଂ କାର୍ଯ୍ୟସୂଚୀ ସମ୍ପର୍କରେ ସଦ୍ୟତମ ସୂଚନା ପ୍ରଦାନ କରିବ।

Categories
ଆଜିର ଖବର ଜାତୀୟ ଖବର

ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ଏହି ସହର, ଏହାର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଯଦି ଆପଣ ଭ୍ରମଣ କରିବାକୁ ଭଲ ପାଆନ୍ତି, ତେବେ ଆପଣ ମଧ୍ୟ ପ୍ରତ୍ୟେକ ସହର ବିଷୟରେ ଜାଣିବାକୁ ଚାହାଁନ୍ତି। ଅନେକ ସହର ଯଥେଷ୍ଟ ଇତିହାସ ଅଛି ଏବଂ ସେଗୁଡିକର ଇତିହାସ ଅତ୍ୟନ୍ତ ଆକର୍ଷଣୀୟ। ବହୁତ କମ୍ ଲୋକ ଜାଣନ୍ତି ଯେ, ଭାରତରେ ଏପରି ଏକ ସହର ଅଛି ଯାହାକି ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଏହା କେବେ, କିପରି ଏବଂ କେଉଁଠାରେ ଘଟିଲା? ତେଣୁ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଆସନ୍ତୁ ଆପଣଙ୍କୁ ଜଣାଇବା କେଉଁ ସହରକୁ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ କରାଯାଇଥିଲା ଏବଂ କାହିଁକି …

ଆହ୍ଲାବାଦର ଇତିହାସ:

ଆମେ ଆହ୍ଲାବାଦର ସଙ୍ଗମ ସହର ବିଷୟରେ କହୁଛୁ, ଯାହା ବର୍ତ୍ତମାନ ପ୍ରୟାଗରାଜ ନାମରେ ଜଣାଶୁଣା। ଇତିହାସ ଅନୁଯାୟୀ, ମୋଗଲ ଶାସକ ଆକବର ଏହି ସହରର ନାମ ଆହ୍ଲାବାଦ ବୋଲି କହିଥିଲେ। ଏହାର ଅର୍ଥ ହେଉଛି ‘ଆଲ୍ଲାଙ୍କର ସହର’। ପରେ ଏହା ଆହ୍ଲାବାଦ ହୋଇଗଲା। ମୋଗଲ ଶାସନ ସମୟରେ ଏହି ସହରକୁ ଏକ ପ୍ରାଦେଶିକ ରାଜଧାନୀ କରାଯାଇଥିଲା। ମୋଗଲ ଶାସକ ଜାହାଙ୍ଗୀର ୧୫୯୯ ରୁ ୧୬୦୪ ପର୍ଯ୍ୟନ୍ତ ସହରରେ ତାଙ୍କର ମୁଖ୍ୟାଳୟ କରିଥିଲେ।

ଭାରତର ଗୋଟିଏ ଦିନ ରାଜଧାନୀ:

ଯେତେବେଳେ ମୋଗଲମାନଙ୍କ ପତନ ହେଲା ଏବଂ ଭାରତ ଉପରେ ବ୍ରିଟିଶ ଶାସନ ପ୍ରତିଷ୍ଠା ହେଲା, ଆହ୍ଲାବାଦକୁ ଗୋଟିଏ ଦିନ ପାଇଁ ରାଜଧାନୀ କରାଗଲା। ସେହି ବର୍ଷ ୧୮୫୮ ଥିଲା। ଯେତେବେଳେ ଆହ୍ଲାବାଦ ଦେଶର ରାଜଧାନୀ ହେଲା, ସେହି ସମୟରେ ଏହି ସହର ମଧ୍ୟ ଉତ୍ତର ପଶ୍ଚିମ ପ୍ରଦେଶର ରାଜଧାନୀ ଥିଲା।

ସଙ୍ଗମ ନଗରୀ ପର୍ଯ୍ୟଟନ କେନ୍ଦ୍ର:

ଦୀର୍ଘ ଦିନ ଧରି ଶିକ୍ଷା ଓ ପ୍ରଶାସନର କେନ୍ଦ୍ର ହୋଇଆସୁଛି। ଏହା ମଧ୍ୟ ପର୍ଯ୍ୟଟନର ଏକ କେନ୍ଦ୍ର ଅଟେ। ସହର ଏବଂ ଆଖପାଖରେ ଅନେକ ଐତିହାସିକ ଏବଂ ଧାର୍ମିକ ସ୍ଥାନ ଅଛି। ଲକ୍ଷ ଲକ୍ଷ ଲୋକ ସଙ୍ଗମ ସହର ପରିଦର୍ଶନ କରିବାକୁ ଆସନ୍ତି। ଏଠାରେ ତିନୋଟି ପବିତ୍ର ନଦୀ ଗଙ୍ଗା, ଯମୁନା ଏବଂ ସରସ୍ୱତୀର ମିଳନ ଧାର୍ମିକ ମହତ୍ତ୍ୱ ରହିଛି। ପ୍ରତି ୧୨ ବର୍ଷରେ ମହାକୁମ୍ବ ଏଠାରେ ଅନୁଷ୍ଠିତ ହୁଏ ଏବଂ ଅର୍ଦ୍ଧ କୁମ୍ବ ପ୍ରତି ୬ ମାସରେ ଠାରେ ଅନୁଷ୍ଠିତ ହୁଏ।

ପ୍ରୟାଗରାଜରେ ପରିଦର୍ଶନ କରିବା ସ୍ଥାନ:

ଯଦି ଆପଣ ପ୍ରୟାଗରାଜକୁ ଯାଉଛନ୍ତି ତେବେ ସଙ୍ଗମ ବ୍ୟତୀତ ଆପଣ ଖୁସ୍ରୋ ବାଗକୁ ଯାଇପାରିବେ। ସେହି ସ୍ଥାନର ମୋଗଲ ସ୍ଥାପତ୍ୟ ଆପଣଙ୍କୁ ଆକର୍ଷିତ କରିବା ପାଇଁ ଯଥେଷ୍ଟ। ଏହା ବ୍ୟତୀତ ଆନନ୍ଦ ଭବନ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରିଥାଏ। ଏହା ଏକଦା ପଣ୍ଡିତ ନେହେରୁଙ୍କ ପରିବାରର ମହଲ ଥିଲା। ୧୯୭୦ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ମହଲକୁ ଭାରତ ସରକାରଙ୍କୁ ଦାନ କରିଥିଲେ ଏବଂ ସେହି ଦିନଠାରୁ ଏହି ସ୍ଥାନ ଆନନ୍ଦ ଭବନ ନାମରେ ଜଣାଶୁଣା। ଏହା ବ୍ୟତୀତ ଆକବର ଦୁର୍ଗ ମଧ୍ୟ ପ୍ରୟାଗରାଜରେ ପରିଦର୍ଶନ କରିବାର ସ୍ଥାନ ଅଟେ।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ଏହି ସହର, ଏହାର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଯଦି ଆପଣ ଭ୍ରମଣ କରିବାକୁ ଭଲ ପାଆନ୍ତି, ତେବେ ଆପଣ ମଧ୍ୟ ପ୍ରତ୍ୟେକ ସହର ବିଷୟରେ ଜାଣିବାକୁ ଚାହାଁନ୍ତି। ଅନେକ ସହର ଯଥେଷ୍ଟ ଇତିହାସ ଅଛି ଏବଂ ସେଗୁଡିକର ଇତିହାସ ଅତ୍ୟନ୍ତ ଆକର୍ଷଣୀୟ। ବହୁତ କମ୍ ଲୋକ ଜାଣନ୍ତି ଯେ, ଭାରତରେ ଏପରି ଏକ ସହର ଅଛି ଯାହାକି ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଏହା କେବେ, କିପରି ଏବଂ କେଉଁଠାରେ ଘଟିଲା? ତେଣୁ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଆସନ୍ତୁ ଆପଣଙ୍କୁ ଜଣାଇବା କେଉଁ ସହରକୁ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ କରାଯାଇଥିଲା ଏବଂ କାହିଁକି …

ଆହ୍ଲାବାଦର ଇତିହାସ:

ଆମେ ଆହ୍ଲାବାଦର ସଙ୍ଗମ ସହର ବିଷୟରେ କହୁଛୁ, ଯାହା ବର୍ତ୍ତମାନ ପ୍ରୟାଗରାଜ ନାମରେ ଜଣାଶୁଣା। ଇତିହାସ ଅନୁଯାୟୀ, ମୋଗଲ ଶାସକ ଆକବର ଏହି ସହରର ନାମ ଆହ୍ଲାବାଦ ବୋଲି କହିଥିଲେ। ଏହାର ଅର୍ଥ ହେଉଛି ‘ଆଲ୍ଲାଙ୍କର ସହର’। ପରେ ଏହା ଆହ୍ଲାବାଦ ହୋଇଗଲା। ମୋଗଲ ଶାସନ ସମୟରେ ଏହି ସହରକୁ ଏକ ପ୍ରାଦେଶିକ ରାଜଧାନୀ କରାଯାଇଥିଲା। ମୋଗଲ ଶାସକ ଜାହାଙ୍ଗୀର ୧୫୯୯ ରୁ ୧୬୦୪ ପର୍ଯ୍ୟନ୍ତ ସହରରେ ତାଙ୍କର ମୁଖ୍ୟାଳୟ କରିଥିଲେ।

ଭାରତର ଗୋଟିଏ ଦିନ ରାଜଧାନୀ:

ଯେତେବେଳେ ମୋଗଲମାନଙ୍କ ପତନ ହେଲା ଏବଂ ଭାରତ ଉପରେ ବ୍ରିଟିଶ ଶାସନ ପ୍ରତିଷ୍ଠା ହେଲା, ଆହ୍ଲାବାଦକୁ ଗୋଟିଏ ଦିନ ପାଇଁ ରାଜଧାନୀ କରାଗଲା। ସେହି ବର୍ଷ ୧୮୫୮ ଥିଲା। ଯେତେବେଳେ ଆହ୍ଲାବାଦ ଦେଶର ରାଜଧାନୀ ହେଲା, ସେହି ସମୟରେ ଏହି ସହର ମଧ୍ୟ ଉତ୍ତର ପଶ୍ଚିମ ପ୍ରଦେଶର ରାଜଧାନୀ ଥିଲା।

ସଙ୍ଗମ ନଗରୀ ପର୍ଯ୍ୟଟନ କେନ୍ଦ୍ର:

ଦୀର୍ଘ ଦିନ ଧରି ଶିକ୍ଷା ଓ ପ୍ରଶାସନର କେନ୍ଦ୍ର ହୋଇଆସୁଛି। ଏହା ମଧ୍ୟ ପର୍ଯ୍ୟଟନର ଏକ କେନ୍ଦ୍ର ଅଟେ। ସହର ଏବଂ ଆଖପାଖରେ ଅନେକ ଐତିହାସିକ ଏବଂ ଧାର୍ମିକ ସ୍ଥାନ ଅଛି। ଲକ୍ଷ ଲକ୍ଷ ଲୋକ ସଙ୍ଗମ ସହର ପରିଦର୍ଶନ କରିବାକୁ ଆସନ୍ତି। ଏଠାରେ ତିନୋଟି ପବିତ୍ର ନଦୀ ଗଙ୍ଗା, ଯମୁନା ଏବଂ ସରସ୍ୱତୀର ମିଳନ ଧାର୍ମିକ ମହତ୍ତ୍ୱ ରହିଛି। ପ୍ରତି ୧୨ ବର୍ଷରେ ମହାକୁମ୍ବ ଏଠାରେ ଅନୁଷ୍ଠିତ ହୁଏ ଏବଂ ଅର୍ଦ୍ଧ କୁମ୍ବ ପ୍ରତି ୬ ମାସରେ ଠାରେ ଅନୁଷ୍ଠିତ ହୁଏ।

ପ୍ରୟାଗରାଜରେ ପରିଦର୍ଶନ କରିବା ସ୍ଥାନ:

ଯଦି ଆପଣ ପ୍ରୟାଗରାଜକୁ ଯାଉଛନ୍ତି ତେବେ ସଙ୍ଗମ ବ୍ୟତୀତ ଆପଣ ଖୁସ୍ରୋ ବାଗକୁ ଯାଇପାରିବେ। ସେହି ସ୍ଥାନର ମୋଗଲ ସ୍ଥାପତ୍ୟ ଆପଣଙ୍କୁ ଆକର୍ଷିତ କରିବା ପାଇଁ ଯଥେଷ୍ଟ। ଏହା ବ୍ୟତୀତ ଆନନ୍ଦ ଭବନ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରିଥାଏ। ଏହା ଏକଦା ପଣ୍ଡିତ ନେହେରୁଙ୍କ ପରିବାରର ମହଲ ଥିଲା। ୧୯୭୦ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ମହଲକୁ ଭାରତ ସରକାରଙ୍କୁ ଦାନ କରିଥିଲେ ଏବଂ ସେହି ଦିନଠାରୁ ଏହି ସ୍ଥାନ ଆନନ୍ଦ ଭବନ ନାମରେ ଜଣାଶୁଣା। ଏହା ବ୍ୟତୀତ ଆକବର ଦୁର୍ଗ ମଧ୍ୟ ପ୍ରୟାଗରାଜରେ ପରିଦର୍ଶନ କରିବାର ସ୍ଥାନ ଅଟେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପ୍ରୟାଗରାଜରେ ପହଞ୍ଚିଲା ଅତିକ୍ ଅହମ୍ମଦଙ୍କ ଯାନ: ୨୪ ଘଣ୍ଟା ମଧ୍ୟରେ ସମାପ୍ତ ହେଲା ଯାତ୍ରା

ନୂଆଦିଲ୍ଲୀ: ଗୁଜୁରାଟର ସାବରମତି ଜେଲରୁ ପ୍ରୟାଗରାଜକୁ ଅଣାଯାଇଥିବା ମାଫିଆ ଅତିକ୍ ବର୍ତ୍ତମାନ ନୈନି କେନ୍ଦ୍ରୀୟ ଜେଲରେ ପହଞ୍ଚିଛନ୍ତି। ମାଫିଆ ଅତିକ୍ ଙ୍କୁ ଆଣିଥିବା ୟୁପି ପୋଲିସ୍ ଯାନ ପ୍ରାୟ ୨୪ ଘଣ୍ଟା ମଧ୍ୟରେ ପ୍ରୟାଗରରେ ପହଞ୍ଚିଛି। କଡା ସୁରକ୍ଷା ମଧ୍ୟରେ ୟୁପି ପୋଲିସ ମାଫିଆ ଅତିକ୍ ଙ୍କୁ ତିନୋଟି ରାଜ୍ୟ ଅତିକ୍ରମ କରି ଆଣିଛି। ମାଫିଆ ଅତିକ୍ ଙ୍କୁ ଗୁଜୁରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଦେଇ ୟୁପିକୁ ଅଣାଯାଇଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆସନ୍ତୁ ସମସ୍ତ ହିନ୍ଦୁମାନେ ଏକଜୁଟ ହୋଇ ଗଠନ କରିବା ହିନ୍ଦୁ ରାଷ୍ଟ୍ର: ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ

ନୂଆଦିଲ୍ଲୀ: ବାଗେଶ୍ୱର ଧାମ ସରକାରର ପୀଠଧୀଶ୍ଵର ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କ୍ରମାଗତ ଭାବରେ ବିବାଦରେ ଅଛନ୍ତି। ବର୍ତ୍ତମାନ ସେ ହିନ୍ଦୁ ରାଷ୍ଟ୍ର ବିଷୟରେ ଆଉ ଏକ ହଙ୍ଗମା ସୃଷ୍ଟି କରିଛନ୍ତି। ପ୍ରୟାଗରାଜରେ ତାଙ୍କ ଅଭିଭାଷଣରେ ସେ କହିଛନ୍ତି ଯେ, ଯଦି ଆମେ ସମସ୍ତେ ଏକାଠି ତେବେ ଭାରତ ଏକ ହିନ୍ଦୁ ରାଷ୍ଟ୍ର ହେବ। ସେ ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ହିନ୍ଦୁ ରାଷ୍ଟ୍ରର ବିଗୁଲ ବଜାଇଦିଅ। ଆସନ୍ତୁ ଜାତିବାଦକୁ ଭାଙ୍ଗି ଆମେ ସମସ୍ତ ହିନ୍ଦୁମାନେ ଏକଜୁଟ ହେବା।

Categories
ଆଜିର ଖବର ଜାତୀୟ ଖବର

ପ୍ରୟାଗରାଜରୁ ଆରମ୍ଭ ହେଲା ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନ

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜରୁ ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନ ଆରମ୍ଭ କରିଛନ୍ତି। ନେହେରୁ ଯୁବ କେନ୍ଦ୍ର, ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଏବଂ ବହୁ ସଂଖ୍ୟାରେ ବ୍ୟକ୍ତିଙ୍କ ସହ ପ୍ରୟାଗରାଜର ସଙ୍ଗମ ବେଳାଭୂମିରେ ସ୍ୱଚ୍ଛତା ଅଭିଯାନରେ ଶ୍ରୀ ଠାକୁର ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସ୍ୱଚ୍ଛତା ପ୍ରତିଶ୍ରୁତି ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା। ଯୁବ ବ୍ୟାପାର ଏବଂ କ୍ରୀଡ଼ା ବିଭାଗର ସଚିବ ସଞ୍ଜୟ କୁମାର ଏବଂ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନେ ଏହି  ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ଠାକୁର ସୂଚନା ଦେଇଛନ୍ତି ଯେ ଗତ ବର୍ଷ ସମାନ ଅଭିଯାନ ଆୟୋଜିତ ହୋଇଥିଲା ଯାହା ୭୫ ଲକ୍ଷ କିଲୋଗ୍ରାମ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ତଥା ବିଘଟନ କରିବାର ଲକ୍ଷ୍ୟଠାରୁ ବହୁଗୁଣା ଅତିକ୍ରମ କରିଛି ଏବଂ ଚଳିତ ବର୍ଷ ସ୍ୱଚ୍ଛ ଭାରତ ୨୦୨୨ ମାଧ୍ୟମରେ ଯୁବ ବ୍ୟାପାର ବିଭାଗ ୧ କୋଟି କିଲୋଗ୍ରାମ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଏବଂ ବିଘଟନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି।

ଶ୍ରୀ ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ହୋଇଥିବା ‘ପଞ୍ଚ ପ୍ରଣ’ ମଧ୍ୟରୁ ଗୋଟିଏ ହେଉଛି ଏକ ବିକଶିତ ଭାରତର ଲକ୍ଷ୍ୟ, ତେଣୁ ସ୍ୱଚ୍ଛ ଭାରତ ବିନା ଆମେ ଏକ ବିକଶିତ ଭାରତର ସ୍ୱପ୍ନ ପୂରଣ କରିପାରିବୁ ନାହିଁ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ପ୍ଲାଷ୍ଟିକ କ୍ଷୟ ହୁଏ ନାହିଁ, ଯାହା ବିଭିନ୍ନ ପ୍ରକାରର ରୋଗ ଏବଂ ସମସ୍ୟା ସୃଷ୍ଟି କରିଥାଏ। ସେ କହିଛନ୍ତି ଯେ ଦେଶକୁ ପ୍ଲାଷ୍ଟିକରୁ ରକ୍ଷା କରିବାକୁ ପଡିବ ଏବଂ ସମସ୍ତଙ୍କୁ ପୃଥିବୀ ମା’କୁ ବଞ୍ଚାଇବାର ଦାୟିତ୍ୱ ପୂରଣ କରିବାକୁ ପଡିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପରିଷ୍କାର ପରିଚ୍ଛନ୍ନତାକୁ ଜୀବନଶୈଳୀ ଭାବରେ ଗ୍ରହଣ କରି ରୋଗର ମାତ୍ରା ବହୁଳ ଭାବେ ହ୍ରାସ କରାଯାଇପାରେ।

ଶ୍ରୀ ଠାକୁର କହିଛନ୍ତି ଯେ ନେହେରୁ ଯୁବ କେନ୍ଦ୍ର ସଂଗଠନ (ଏନ୍‍ୱାଇକେଏସ୍‍) ଅନୁବନ୍ଧିତ ଯୁବ କ୍ଲବ ଏବଂ ଜାତୀୟ ସେବା ଯୋଜନା ଅନୁବନ୍ଧିତ ଅନୁଷ୍ଠାନର ନେଟୱାର୍କ ମାଧ୍ୟମରେ ଦେଶର ୭୪୪ ଜିଲ୍ଲାର ୬ ଲକ୍ଷ ଗ୍ରାମରେ ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଲୋକଙ୍କୁ ସ୍ୱଚ୍ଛତାର ମହତ୍ୱ ବୁଝାଇବା ପାଇଁ ଏକ ଗମ୍ଭୀର ପ୍ରୟାସ।

ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ୧ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଦେଶର ସମସ୍ତ ଜିଲ୍ଲାରେ ସର୍ବସାଧାରଣ ସ୍ଥାନ ଏବଂ ଘର ସଫା କରିବା, ସମାଜର ସମସ୍ତ ବର୍ଗ, ପଞ୍ଚାୟତି ରାଜ ଅନୁଷ୍ଠାନ ଏବଂ ଅଣ-ସରକାରୀ ସଂଗଠନ ସହିତ ଜଡିତ ହେବା, ସଚେତନତା ସୃଷ୍ଟି କରିବା  ଏବଂ ସେମାନଙ୍କ ପରିବେଶକୁ ପରିଷ୍କାର ଏବଂ ବର୍ଜ୍ୟବସ୍ତୁ ମୁକ୍ତ ରଖି ନାଗରିକମାନେ ଗର୍ବ ଅନୁଭବ କରିବା। ଏହି ଅଭିଯାନ ସହିତ “ସ୍ୱଚ୍ଛ କାଳ : ଅମୃତ କାଳ” ର ମନ୍ତ୍ର ପ୍ରଦାନ କରିବ ଏବଂ ଜନ ଭାଗିଦାରୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଏକ ଲୋକ ଆନ୍ଦୋଳନରେ ପରିଣତ କରିବ।

Categories
ଆଜିର ଖବର ଜାତୀୟ ଖବର

ଅତୀକ ଅହମ୍ମଦଙ୍କ ଘରେ ଯୋଗୀ ସରକାରଙ୍କ ଚାଲିଲା ବୁଲଡୋଜର, ବଡ ସୁରକ୍ଷା ମଧ୍ୟରେ ହେଲା କାର୍ଯ୍ୟାନୁଷ୍ଠାନ

ପ୍ରୟାଗରାଜ: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଗଠନ ପରେ ପୁଣି ଥରେ ମାଫିଆ ଏବଂ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଛି। ପ୍ରୟାଗରାଜରେ ପୂର୍ବତନ ସାଂସଦ ବାହୁବଲୀ ଅତୀକ୍ ଅହମ୍ମଦଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେଆଇନ ନିର୍ମାଣ ଅଭିଯୋଗରେ ପ୍ରୟାଗରାଜ ବିକାଶ କର୍ତ୍ତୃପକ୍ଷ ଅତୀକ୍ ଅହମ୍ମଦଙ୍କ ସମ୍ପତ୍ତିଙ୍କୁ ନଷ୍ଟ କରି ଦେଇଛନ୍ତି। ଜୋନାଲ ଅଫିସର ଆଲୋକ ପାଣ୍ଡେ କହିଛନ୍ତି ଯେ, ୧୦ ଫୁଟ ଉଚ୍ଚ ସୀମା ପ୍ରାଚୀର ନିର୍ମାଣ କରାଯାଇଥିଲା। ଏହା ଆବଶ୍ୟକତା ଠାରୁ ବଡ ଆକାର ହେଉଛି। ତେଣୁ ଏହାକୁ ହଟାଯାଉଛି। ମାଫିଆ ଏବଂ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ପ୍ରୟାଗ ବିକାଶ ବିକାଶ ପ୍ରାଧିକରଣ ଏକ ବୁଲଡୋଜର ଚଳାଇ ଅତୀକଙ୍କ ସୀମା କାନ୍ଥକୁ ଭାଙ୍ଗି ଦେଇଛି। ଏହି କାର୍ଯ୍ୟାନୁଷ୍ଠାନ ପାଇଁ ବହୁ ସଂଖ୍ୟକ ପୋଲିସ ଏବଂ ପିଏସି କର୍ମଚାରୀ ସେଠାରେ ପହଞ୍ଚିଥିଲେ। ଏଥିପାଇଁ କୌଣସି ବିରୋଧ କରାଯାଇ ନଥିଲା। କାର୍ଯ୍ୟ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ମଧ୍ୟ ସେଠାରେ ପହଞ୍ଚିଥିଲେ। ଅତୀକଙ୍କ ପୈତୃକ ଘରେ ବୁଲଡୋଜର ଚଳାଇ ଯୋଗୀ ସରକାର ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ସରକାର ଗଠନ ହେବା ମାତ୍ରେ ମାଫିଆ ଏବଂ ଅପରାଧୀଙ୍କ ସହ ମୁକାବିଲା କରିବାର ପ୍ରତିଶ୍ରୁତି ପୂରଣ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ଅତୀକଙ୍କ ପୈତୃକ ବାସଭବନକୁ ପ୍ରଶାସନ ଦ୍ୱାରା ଏକ ବୁଲଡୋଜର ଚଳାଇ ଭାଙ୍ଗି ଦିଆଯାଇଥିଲା। କିନ୍ତୁ ସୀମା ପ୍ରାଚୀର ଏଠାରେ ପୁନର୍ବାର ନିର୍ମାଣ କରାଯାଇଥିଲା। ଯାହା ପରେ ଏହାକୁ ପୁଣି ଭାଙ୍ଗି ଦିଆଯାଇଛି।