Categories
ଆଜିର ଖବର ରାଜ୍ୟ ଖବର

କରୋନାକୁ ନେଇ ସାମ୍ବାଦିକ ସମ୍ମିଳନୀ: ଜାଣନ୍ତୁ ରାଜ୍ୟବାସୀଙ୍କୁ କଣ କହିଲେ ଡିଜିପି

ଭୁବନେଶ୍ବର: କରୋନାକୁ ନେଇ ଡିଜିପି ଅଭୟ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, କରୋନା ନିୟମ ମାନୁନଥିବା ଅଭିଯୋଗରେ ଅମାନିଆଙ୍କ ଠାରୁ ଆମେ ଫାଇନ ଆଦାୟ କରିଛୁ। ମାସ୍କ ପିନ୍ଧିନଥିବା ଅମାନିଆଙ୍କ ଠାରୁ ଏପ୍ରିଲ ମାସରେ ୫ କୋଟି ପୋଲିସ ୨୪ ଲକ୍ଷ ଟଙ୍କା ପୋଲିସ ଫାଇନ ଆଦାୟ କରିଛି। ୧୮ ହଜାର ଗାଡିକୁ ଜବତ କରାଯାଇଛି। ୧୩ ଶହରୁ ଅଧିକ ଅବକାରୀ ମାମଲା ରୁଜ୍ଜୁ କରାଯାଇଛି।

ସେହିଭଳି ଏପ୍ରିଲ ମାସରେ ସାଢେ ୩ ଶହରୁ ଉର୍ଦ୍ଧ୍ଵ ଦୋକାନ, କୋଚିଂ ସେଣ୍ଟର ଆଦିକୁ କୋଭିଡ଼ ନିୟମ ଉଲ୍ଲଂଘନ ଯୋଗୁଁ ପୋଲିସ ସିଲ୍ କରିଛି। ହେଲେ ଏସବୁ କରିବା ଆମକୁ ଦୁଃଖ ଦେଉଛି। ଆମେ ଅପରାଧୀକୁ ଧରିଲେ ସନ୍ତୁଷ୍ଟ ଅନୁଭବ କରୁ। ରାଜ୍ୟର ସୁରକ୍ଷା ଏବଂ ଆପଣମାନଙ୍କ ସୁରକ୍ଷା ପାଇଁ ଆମେ ଏଭଳି କରିବାକୁ ବାଧ୍ୟ ହେଉଛୁ।

ତେଣୁ ସମସ୍ତେ କୋଭିଡ଼ ନିୟମକୁ ଠିକ ଭାବେ ମାନନ୍ତୁ। ନଚେତ ଆମେ ଆହୁରି କଠୋର ହେବାକୁ ବାଧ୍ୟ ହେବୁ। ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୁରତ୍ଵ ରଖିବା ଏବଂ ଭିଡ ନକରିବା ପାଇଁ ଡିଜିପି ଅଭୟ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।