Categories
ବିଶେଷ ଖବର ରାଜ୍ୟ ଖବର

ଲଘୁଚାପ ବର୍ଷାରେ ଭୁବନେଶ୍ବର ଅବସ୍ଥା ବେହାଲ, ଜନଜୀବନ ଅସ୍ତବ୍ୟସ୍ତ, ପାଣି ଘେରରେ ଲୋକେ

ଭୁବନେଶ୍ବର: ଆଜି ଦିନତମାମ ଲଘୁଚାପ ବର୍ଷା ଯୋଗୁଁ ଭୁବନେଶ୍ବର ଅବସ୍ଥା ବେହାଲ ହୋଇପଡିଛି। ରାସ୍ତାଘାଟରେ ପାଣି ଜମି କୃତିମ ହ୍ରଦ ସୃଷ୍ଟି ହୋଇଛି। ଆଜି ପୁରା ଦିନ ରାଜଧାନୀରେ ବର୍ଷା ସହିତ ପବନ ଲାଗି ରହିଛି। ଦିନ ହୋଇଥିଲେ ମଧ୍ୟ ମେଘରେ ପୁର ରାଜଧାନୀ ଅନ୍ଧାର ରହିଥିଲା। ମଝିରେ ମଝିରେ ଅଳ୍ପ ସମୟ ପାଇଁ ବର୍ଷା ଛାଡି ଯାଉଥିଲେ ମଧ୍ୟ ତାହା ଅଳ୍ପ ସମୟ ପାଇଁ ଥିଲା। ହେଲେ ବେଳେ ବେଳେ ପ୍ରବଳ ବର୍ଷା ହେଉଥିଲା ଯେ ବାହାରେ ଯିବା ଅସମ୍ଭବ ହୋଇପଡୁଥିଲା।

ରାଜଧାନୀର ନୂଆପଲ୍ଲୀସ୍ଥିତ ଇସ୍କନ୍ ମନ୍ଦିର ସାମନାରେ ପୂର୍ବପରି କୁତ୍ରିମ ନଦୀର ଭ୍ରମ ସୃଷ୍ଟି କରିଥିଲା। ବର୍ଷା ପାଣିରେ ସୁଅରେ ବହୁ ଗାଡ଼ି ଭାସି ଯିବା ସହ ଅଣ୍ଟେ ଉଚ୍ଚା ପାଣିରେ ଫସିଯାଇଥିବାବେଳେ ବହୁ ଗାଡ଼ି ଅଧା ବାଟରେ ଅଟକି ଯାଇଥିଲେ। ରାସ୍ତା କଡରେ ଛିଡା ହୋଇରହିଥିବା ଗାଡି ଗୁଡିକ ଅଧା ବୁଡି ହୋଇରହିଥିବା ବେଳେ, ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଛି ।

ସେହିପରି ରାଜଧାନୀରେ ଶତାବ୍ଦୀ ନଗର, ବମିଖାଲ, ଶିଶୁପାଳଗଡ଼, ପାଣ୍ଡରା, ରସୁଲଗଡ଼, ସାଇମନ୍ଦିର, ଟଙ୍କପାଣି -ଶହୀଦ ଦିବାକର ମାର୍ଗ, ଲିଂଗିପୁର, ମଦନପୁର, ବରମୁଣ୍ଡା, କୁରଡ଼କଣ୍ଟା, ଇଟିପୁର, ଶ୍ରୀରାମ ନଗର, ଭୀମଟାଙ୍ଗୀ, ଗଣ୍ଡମୁଣ୍ଡା ତଳିଆ ଅଂଚଳରେ ପାଣି ସୁଅ ଛୁଟୁଛି। ବସ୍ତି ଅଞ୍ଚଳ ଘରଗୁଡିକର ଅବସ୍ଥା ମଧ୍ୟ ତଦ୍ରୁପ ହୋଇଛି। ଅନେକ ଘର ବର୍ଷାରେ ଧୋଇ ହୋଇଯାଇଥିବାର ଜଣାପଡିଛି।

ସେହିପରି ଭୁବନେଶ୍ବରର ଷ୍ଟେସନ ମଧ୍ୟ ପାଣିରେ ଭାସୁଥିବାର ଲକ୍ଷ୍ୟ କରାଯାଇଛି। ଯାତ୍ରୀମାନେ ଟ୍ରେନରୁ ଆସିବା ପରେ ବାହାରକୁ ବାହିରିବା ସମ୍ଭବ ହୋଇପାରି ନ ଥିଲା। ଫଳରେ ଷ୍ଟେସନ ଭିତରେ ଯାତ୍ରୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିଥିଲା। କେତେକ ସ୍ଥାନରେ ପାଣି ପମ୍ପ ଲଗାଇ ରାସ୍ତାରୁ ପାଣି କାଢିବାର ଲକ୍ଷ୍ୟ କରାଯାଇଥିଲା। ତେବେ ଏହି ବର୍ଷା ଆହୁରି ଦୁଇଦିନ ଧରି ଲାଗି ରହିବାର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲଘୁଚାପ ବର୍ଷାରେ ରାଜଧାନୀ ଅବସ୍ଥା ସାଂଘାତିକ, ପାଣି ନିଷ୍କାସନ ପାଇଁ ବିଏମସି ତରଫରୁ ପଦକ୍ଷେପ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜଧାନୀର ଅବସ୍ଥା ସଂଘାତିକ ହୋଇପଡିଛି। ବିଭିନ୍ନ ସ୍ଥାନରେ ପାଣି ଜମା ହୋଇ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଗତକାଲି ରାଜଧାନୀରେ ପ୍ରବଳ ବର୍ଷା ହୋଇ ନ ଥିଲେ ମଧ୍ୟ ଧାରାବାହିକ ଭାବେ ବର୍ଷା ଯୋଗୁଁ ଏପରି ପରିସ୍ଥିତି ହୋଇଛି। ଆଜି ବିଏମସି ତରଫରୁ ବିଭିନ୍ନ ସ୍ଥାନରେ ଜମି ରହିଥିବା ପାଣିକୁ ନିଷ୍କାସନ ଆରମ୍ଭ ହୋଇଛି।

ଏହି ବର୍ଷାରେ ନୂଆପଲ୍ଲୀ ବେହେରା ସାହି, କଟକରୋଡ, ବମିଖାଲ, ପଞ୍ଚସଖା ନଗର, ଶତାବ୍ଦୀ ନଗର,  ହଂସପାଳ ଭୋଇସାହି, ନୂଆପାଟଣା, ଶ୍ରୀରାମ ସିଟି, ଝାରପଡ଼ା ଶାନ୍ତି ନଗର, ଲକ୍ଷ୍ମୀସାଗରର, ଗଧିଆଖାଲ, ଅଢେଇ ଖାଲ, ପାଣ୍ଡବ ନଗର, ଗୌରୀନଗର, ପବିତ୍ର ଗେଷ୍ଟହାଉସ୍, ବୈରାଗୀ ନଗର, ଗାୟତ୍ରୀ ନଗର, ଜଗମୋହନ ନଗରରେ ପାଣି ଜମିଥିଲା।