Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଙ୍ଗାଲୁରୁରେ ଲଜ୍ୟାଜନକ ଘଟଣା: ବସ୍ ପାଇଁ ଅପେକ୍ଷା କରିଥିବା ମହିଳାଙ୍କୁ ଗଣଦୁଷ୍କର୍ମ ଓ ଚୋରୀ

ବେଙ୍ଗାଲୁରୁ: ରବିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁର କେ ଆର ମାର୍କେଟ ଅଞ୍ଚଳ ନିକଟରୁ ଜଣେ ୩୭ ବର୍ଷୀୟା ମହିଳାଙ୍କୁ ଅପହରଣ ଏବଂ ବଳାତ୍କାର କରିବା ଅଭିଯୋଗରେ ସିଟି ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ତାମିଲନାଡୁରୁ ଆସିଥିବା ପିଡିତା ଜଣଙ୍କ ଗୋଡାଉନ ଷ୍ଟ୍ରିଟ୍ ନିକଟରେ ରାତି ପ୍ରାୟ ୧୧:୩୦ ସମୟରେ ବସକୁ ଅପେକ୍ଷା କରିଥିବା ବେଳେ ତାଙ୍କୁ ବଳତ୍କାର କରାଯାଇଥିବାର ଅଭିଯୋଗ ହୋଇଛି।

ପୋଲିସ ଅନୁଯାୟୀ, ଘଟଣାର କିଛି ଦିନ ପୂର୍ବରୁ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ଝଗଡା କରି ଘରୁ ରାଗି ପଳାଇଆସିଥିଲେ। ସେ ରାତିରେ କିଛି ବ୍ୟକ୍ତିଙ୍କୁ ୟେଲାହାଙ୍କା ଯିବାକୁ ବସ୍ ବିଷୟରେ ପଚାରିଥିଲେ। ସେମାନେ ତାଙ୍କୁ ସାହାଯ୍ୟ କରିବା ଆଳରେ ବସଷ୍ଟାଣ୍ଡ ଅନ୍ୟସ୍ଥାନରେ ଅଛି ବୋଲି କହି ତାଙ୍କୁ ସାଥିରେ ନେଇଯାଇଥିଲେ।

ତା’ପରେ ସେମାନେ ତାଙ୍କୁ ଗୋଡାଉନ ଷ୍ଟ୍ରିଟର ଏକ ନିର୍ଜନ ସ୍ଥାନକୁ ନେଇ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ତାଙ୍କ ମୋବାଇଲ୍ ଫୋନ୍, ଅଳଙ୍କାର ଏବଂ ନଗଦ ଟଙ୍କା ଛଡାଇ ନେଇଥିଲେ ବୋଲି ଦି ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ରେ କୁହାଯାଇଛି।ଏହାପରେ ତାଙ୍କୁ ବଳତ୍କାର କରାଯାଇଛି ବୋଲି ଅଭିଯୋଗ ହୋଇଛି। ବେଙ୍ଗାଲୁରୁ ପୋଲିସ କମିଶନର ବି ଦୟାନନ୍ଦ କହିଛନ୍ତି ଯେ ପୀଡିତାଙ୍କୁ ଏକ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ଏବଂ ମାମଲାର ଅଧିକ ତଦନ୍ତ ଚାଲିଛି।

ଏହାକୁ ନେଇ କର୍ଣ୍ଣାଟକରେ ରାଜନୀତି ବୟାନବାଜି ଆରମ୍ଭ ହୋଇଯାଇଛି। ବିଜେପି ରାଜ୍ୟ ସରକାରଙ୍କୁ ଏହି ମାମଲା ରେ ଘେରିଯାଇଛି। ଏହାର ଜବାବରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ପ୍ରଶ୍ନ କରିଛନ୍ତି ଯେ ବିଜେପି କାର୍ଯ୍ୟକାଳ ମଧ୍ୟରେ ଏପରି ଅପରାଧ ଘଟିନଥିଲା କି? “ବିଜେପି କାର୍ଯ୍ୟକାଳରେ କ’ଣ ବଳାତ୍କାର ଘଟଣା ଘଟି ନ ଥିଲା? ମହିଳାମାନଙ୍କୁ ସୁରକ୍ଷା ମିଳିବା ଉଚିତ, କିନ୍ତୁ କିଛି ସମାଜ ବିରୋଧୀ ଲୋକ ଏପରି ଅପରାଧ କରନ୍ତି ବୋଲି ସିଦ୍ଧରମୈୟା କହିଛନ୍ତି।