Categories
ଆଜିର ଖବର ରାଜ୍ୟ ଖବର

କଟକ ଆଗ୍ରାଭେଟ କମ୍ପାନୀଙ୍କୁ ରାଜ୍ୟ ସରକାର ୨୫ ଏକର ଜମି ପ୍ରଦାନ ନେଇ କଂଗ୍ରେସର ଅଭିଯୋଗ

ଭୁବନେଶ୍ୱର: କଟକ ଜିଲ୍ଳା ବାଙ୍କି ତହସିଲର ବାଁରା ଗ୍ରାମ ନିକଟବର୍ତୀ ଅଂଳଚରେ ୨୫.୬୦୦ ଏକର ଜମି ରାଜ୍ୟ ସରକାର ୨୦୨୧ ମସିହା ସେପ୍ଟେମ୍ବର ମାସ ୧୩ ତାରିଖ ଦିନ ପଞ୍ଜାବର ଶ୍ରୀଯୁକ୍ତ ସିଙ୍ଗଲା ନାମକ ଜୈନିକ ବ୍ୟବସାୟୀଙ୍କ କଟକ ଆଗ୍ରାଭେଟ ନାମକ କମ୍ପାନୀକୁ ୬୭ଲକ୍ଷ ୨୧ ହଜାର ୨ଶହ ୨ଟଙ୍କାରେ ୯୦ ବର୍ଷ ପାଇଁ ଇଡକୋ ଦ୍ୱାରା ଜମି ଯୋଗା ଯାଇଅଛି।

କିଛି ନିହତ ସ୍ୱାର୍ଥ ଉଦ୍ଦେଶ୍ୟରେ ଏ ଜମିକୁ ହସ୍ତାନ୍ତର କରାଯାଇଅଛି ବୋଲି ଆଜି ପ୍ରଦେଶ କଂଗ୍ରେସ କାର‌୍ୟ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବାଙ୍କିର ପୂର୍ବତନ ବିଧାୟକ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ଉପସଭାପତି ଡ. ଦେବାଶିଷ ପଟ୍ଟନାୟକଙ୍କୁ ଗଣମାଧ୍ୟମ ସାମନାରେ ବିଶୋଦଗାର କରିଛନ୍ତି ।

ସେ କହିଛନ୍ତି ଯେ, ଏଠାରେ କଟକ ଆଗ୍ରାଭେଟ ଏକ ଇଥାନଲ କାରଖାନା ବସାଇବ। ଏହି କାରଖାନାରୁ ୧୨୫ କେଏଲପିଡି ଇଥାନଲ ଉତ୍ପାଦିତ ହେବ ବୋଲି କୁହାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାର ଯୋଗାଇଦେଇଥିବା ଉପରୋକ୍ତ ଜମି ଡମପଡ଼ା ବାଙ୍କି ନିଶିଦ୍ଧାଂଚଳ ଜଙ୍ଗଲକୁ ଲାଗିଛି। ଏହି ଜମି ରାସ୍ତାଦେଇ ହାତିମାନେ ପ୍ରତିଦିନ ଗମନାଗମନ କରନ୍ତି। ମହାନଦୀ ମୂହାଣରୁ ପାଣି ପିଅନ୍ତି।

ଏହି ଅଂଚଳକୁ ବହୁ ବିଦେଶାଗତ ସାଇବେରିଆ ଅଂଚଳରୁ ପକ୍ଷୀ ପ୍ରତିବର୍ଷ ଆସନ୍ତି। ତତ୍‌ସହିତ ଏହି ଜମି ସଂଲଗ୍ନ ଅଂଚଳଟିରେ ଭାଲୁ, ହରିଣ, ସମ୍ବର, ଠେକୁଆ, ଗୋଧି, ମୟୁର ଏବଂ ଅଜଗର ଇତ୍ୟାଦି ପଶୁ, ସରିଶୃପ ଓ ପକ୍ଷୀ ମାନଙ୍କର ବାସସ୍ଥଳିତ ଅଟେ । ରାଜ୍ୟ ସରକାର ଏହି ଜମିକୁ ଶିଳ୍ପ ସ୍ଥାପନ ନିମନ୍ତେ ଦେବାବେଳେ ଇଡକୋ, କଟକ ଜିଲ୍ଲା ପ୍ରଶାସନ ବାଙ୍କି ସବ୍‌କଲେକ୍ଟର ତହସିଲଦାର ତଥା ରାଜ୍ୟ ପ୍ରଶାସନର ଜଙ୍ଗଲ ଓ ପର‌୍ୟ୍ୟାବରଣ ବିଭାଗ ସମସ୍ତ ଆଇନ କାନୁନକ୍ ଉଲ୍ଲଙ୍ଘନ କରି ଶିଳ୍ପପତିଙ୍କ ସ୍ୱାର୍ଥରକ୍ଷା ତଥା ଅନ୍ୟ

ତେଣୁ ସରକାର ଖୋଦ ମୁଖ୍ୟମନ୍ତ୍ରୀ ଏହି ନଷ୍ପତିର ପୂର୍ନବିଚାର କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ନିବଦେନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ପ୍ରବକ୍ତା ମହମ୍ମଦ ହୁସେନ ଓ ରଜନୀ ମହାନ୍ତି ଉପସ୍ଥିତ ଥିଲେ ।