Categories
ଆଞ୍ଚଳିକ

ବାଣପୁର ତୁମୁରାପୁଟ ପଞ୍ଚାୟତରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ତୁମୁରାପୁଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସଡ଼କ ସୁରକ୍ଷା, ଏମଏସିଟି, ଯାନବାହାନ ଅଧିନିୟମ, ବିକଳ୍ପ ବିବାଦ ସମାଧାନ ସୂତ୍ର ଓ ସ୍ଥାୟୀ ଲୋକ ଅଦାଲତ ଆଦି ବିଷୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଇପ୍ସିତା ପ୍ରିୟା ଏକ୍କା, ସରପଞ୍ଚ ଅକ୍ଷୟ ସେଠି,ଫ୍ରଣ୍ଟ ଅଫିସ ରିଟେନର ଦେବି ସାମନ୍ତରାୟ,ଆଇନ ସେବା ସମିତିର ସଦସ୍ୟ ଆଇନଜୀବୀ ଜଗଦୀଶ ପଟ୍ଟନାୟକ ଓ ବିପ୍ଳବ ମୁଦୁଲି ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର ଉପସ୍ଥିତ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା,ଏମଏସିଟି,ଯାନବାହାନ ଅଧିନିୟମ,ବିକଳ୍ପ ବିବାଦ ସମାଧାନ ସୂତ୍ର ଓ ସ୍ଥାୟୀ ଲୋକ ଅଦାଲତ ଆଦି ବିଷୟରେ ସଚେତନ କରାଇଥିଲେ। ଏବଂ ଏହାର ବିଭିନ୍ନ ଆଇନଗତ ଦିଗ ବିଷୟରେ ଆଲୋଚନା କରିଥିଲେ। ବିକଳ୍ପ ବିବାଦ ସମାଧାନ ସୂତ୍ର ଓ ସ୍ଥାୟୀ ଲୋକ ଅଦାଲତ ଦ୍ୱାରା ବିଭିନ୍ନ ମାମଲା ଆପୋଷ ସମାଧାନ ହୋଇଥାଏ ଯାହାଦ୍ୱାରା ନାଗରିକ ମାନେ ଅଯଥା କୋର୍ଟରେ ମାମଲରେ ଛନ୍ଦି ନହୋଇ ନ୍ୟାୟ ପାଇଥାନ୍ତି ବୋଲି ବିଚାରପତି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ବାସିନ୍ଦା ଯୋଗଦେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ରୋଟାରି କ୍ଲବ ଓ ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ଓ ତାଲୁକ ଆଈନ ସେବା ସମିତି, ବାଣପୁରର ମିଳିତ ଆନୁକୁଲ୍ୟରେ ବାଲୁଗାଁ ଅଶୋକ ନଗରସ୍ଥିତ ଉମାମହେଶ୍ଵର ବଣିକ ସଂଘ ସଭାଗୃହରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ତାଲୁକ ଆଈନ ସେବା ସମିତିର ଅଧ୍ୟକ୍ଷ ତଥା ବାଣପୁର କୋର୍ଟର ବରିଷ୍ଠ ଦେୱନୀ ବିଚାରପତି ଅମରେଶ ମହାପାତ୍ର ଉଦଘାଟନ କରିବା ସହିତ ନିଜେ ମଧ୍ଯ ରକ୍ତ ଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

ଓଡିଶା ରକ୍ତ କେନ୍ଦ୍ର, ଖୋର୍ଦ୍ଧାର ଟିମ୍ ଦ୍ୱାରା ଉକ୍ତ ଶିବିରରୁ ମୋଟ ୭୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଉପସଭାପତି ରାମଚନ୍ଦ୍ର ପଲେଇ, କାର୍ଯ୍ୟକାରୀ ସଭ୍ୟ ସନ୍ତୋଷ ମହାପାତ୍ରଙ୍କ ସମେତ ଏକାଧିକ ଓକିଲ, ଗୋଦାବରୀଶ ମହାବିଦ୍ୟାଳୟର ଏନ ସି ସି କ୍ୟାଡେଟ, ଏକତା ପରିଷଦ ଟ୍ରଷ୍ଟର ସଦସ୍ଯ ଓ ରୋଟାରି କ୍ଳବ ସଭାପତି ଶ୍ୟାମସୁନ୍ଦର ପୃଷ୍ଟି, ସମ୍ପାଦକ ଅଶୋକ କୁମାର ନାୟକ, ରୋଟାରୀଆନ ନନ୍ଦ କିଶୋର ମିଶ୍ରଙ୍କ ସମେତ ସମସ୍ତ ସଦସ୍ୟଙ୍କ ସକ୍ରିୟ ଯୋଗଦାନ ଶିବିରକୁ ସଫଳ କରିଥିଲା।

ସୂଚନା ଥାଉକି ଉକ୍ତ ଶିବିରରୁ ଏକ ୟୁନିଟ ବିରଳ ଏ ନେଗେଟିଭ ରକ୍ତ ସଂଗ୍ରହ ହୋଇଥିଲା।

Categories
ଆଞ୍ଚଳିକ

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ନନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଫ୍ରଣ୍ଟ ଅଫିସ ରିଟେନର ପ୍ରଦୀପ୍ତ ପ୍ରଧାନ, ଆଇନଜୀବୀ ସଚ୍ଚିତ ମିଶ୍ର, ବିପ୍ଳବ ମୁଦୁଲି, ନନ୍ଦପୁର ପଞ୍ଚାୟତ ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ଏକାଧିକ ଏସଏଚଜି ମହିଳା, ଶ୍ରମିକ ଓ ପଞ୍ଚାୟତବାସି ଯୋଗଦେଇଥିଲେ।

ଏହି ଅବସରରେ ସମସ୍ତ ଅତିଥି ମାନେ ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଓ ନିରାକରଣ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ପରିଶେଷରେ କମିଟି ଅଧ୍ୟକ୍ଷ ବିଚାରପତି ଶ୍ରୀ ମିଶ୍ର ଉକ୍ତ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇ ନିଜର ଅଭିଭାଷଣ ଶେଷ କରିଥିଲେ। ସମସ୍ତଙ୍କୁ ପ୍ରବାସୀ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ, ନିର୍ମାଣ ଶ୍ରମିକଙ୍କ ପାଇଁ ଲେବର କାର୍ଡ ଦ୍ୱାରା ବିଭିନ୍ନ ସୁବିଧା ସୁଯୋଗ, ସଙ୍ଗଠିତ ଏବଂ ଅଣସଙ୍ଗଠିତ ଶ୍ରମିକଙ୍କ ପାଇଁ କାର୍ଡ ତିଆରି, ଏହାର ନବୀକରଣ, ଅନଲାଇନ୍‌ ଦ୍ୱାରା ସରକାରଙ୍କ ସୁବିଧା ପାଇବା ପାଇଁ ଆବେଦନ ଇତ୍ୟାଦି ଉପରେ ସଚେତନ କରାଯାଇଥିଲା।