Categories
ଆଜିର ଖବର ରାଜ୍ୟ ଖବର

ବାଣ ତିଆରି ବେଳେ ବିସ୍ଫୋରଣ, ସ୍ୱାମୀ-ସ୍ତ୍ରୀ ଗୁରୁତର 

ନୟାଗଡ଼: ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ହୋଇଛି। ଯେଉଁଥିରେ ଦମ୍ପତି ଗୁରୁତର ହୋଇଛନ୍ତି। ଗୁରୁତର ସ୍ୱାମୀ-ସ୍ତ୍ରୀଙ୍କୁ ପ୍ରଥମେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ଜିଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଲଗାଁରେ ଏହି ଅଘଟଣ ଘଟିଛି। ଶରଣକୁକ ଥାନା ଗୋଲଗାଁରେ ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ଘଟି ଦମ୍ପତି ଗୁରୁତର ଆହତ ହୋଇଛନ୍ତି, ଆହତ ମାନେ ହେଲେ ନିଶାମଣି ସେଠୀ ଓ ସଂସାରୀ ସେଠ। ଘରବାରି ପଟେ ବେଆଇନ ଭାବେ ବାଣ ତିଆରି କରୁଥିବା ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ନିଶାମଣିଙ୍କ ଦୁଇ ହାତ ପୋଡ଼ି ଯାଇଥିବା ବେଳେ ସଂସାରୀଙ୍କର ଦେହ ପୋଡ଼ି ଯାଇଛି, ଉଭୟଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ତେବେ ବାଣ ବିସ୍ଫୋରଣ ନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ଶରଣକୁଳ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଗକୁ କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ବାଣ ବ୍ୟବସାୟ ପାଇଁ ଉଭୟ ଦମ୍ପତି ବେଆଇନ ଭାବେ ବାଣ ତିଆରି କରୁଥିବା ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ବାଣ ବିସ୍ଫୋରଣରେ ୪ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଦୀପାବଳୀ ଅମାବାସ୍ୟା ପୁର୍ବରୁ ଅଘଟଣ ଘଟିଛି। ଯାହାକି ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୪ ନାବାଳକ ଗୁରୁତର ଆହତ ହୋଇ ବର୍ତ୍ତମାନ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ, ଉକ୍ତ ଗ୍ରାମର ବାବୁଲା ଗୌଡ, ବାଦଲ ଗୌଡ଼, ସମୀର ଦିହୁଡି ଓ ଅନ୍ୟ ଜଣେ ନାବାଳକ ମିଶି ଆଗାମୀ ଦୀପାବଳି ଅମାବାସ୍ୟା ଉପଲକ୍ଷେ ବାଣ ତିଆରି କରୁଥିବାବେଳେ ଅସାବଧାନତା ବଶତଃ ବିସ୍ପୋରଣ ଘଟି ଏହି ଭଳି ଅଘଟଣ ଘଟିଛି। ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀରେ ବାଣ ବିସ୍ଫୋରଣ ମାମଲା: ୩ ମୃତ, ଗୁରୁତରଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ଯିବେ ହସ୍ପିଟାଲ

ଭୁବନେଶ୍ଵର: ପୁରୀ ନରେନ୍ଦ୍ରପୋଖରୀରେ ଚାପ ଖେଳ ବେଳେ ବାଣ ବିସ୍ଫୋରଣରେ ଘଟି ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଛି। ଆହତ ସଂଖ୍ୟା ୨୫ ରହିଛି। ଆହତମାନଙ୍କୁ ଭୁବନେଶ୍ବର ଘରୋଇ ହସ୍ପିଟାଲ ଏବଂ କଟକ ଏସସିବି ରେ ଚିକିତ୍ସା କରାଯାଉଛି। ତେବେ ଆହତମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲ ଯିବେ ବୋଲି ସୂଚନା ରହିଛି। ସକାଳ ୧୧ ଟା ବେଳେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର ଘରୋଇ ହସ୍ପିଟାଲ ଯାଇ ସେଠାରେ ଗୁରୁତରଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବେ।

ଉଲ୍ଲେଖ ଯୋଗ୍ୟ ଯେ, ଚନ୍ଦନ ଯାତ୍ରା ଉପଲକ୍ଷେ ପୁରୀ ନରେନ୍ଦ୍ରପୋଖରୀରେ ଚାପ ଖେଳ ଚାଲିଥିବା ବେଳେ ହଠାତ ବାଣ ବିସ୍ଫୋରଣ ଘଟିଥିଲା। ଜନଗହଳିରେ ବାଣ ବିସ୍ଫୋରଣ ଯୋଗୁଁ ଅନେକ ଲୋକ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ପୁରୀ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇ ଗୁରୁତରଙ୍କୁ ଭୁବନେଶ୍ଵର ଏବଂ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଅଭାବନୀୟ ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ଘଟି ଯୁବକଙ୍କ ମୃତ୍ୟୁ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଜଗତି ସାହିରେ ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ଘଟି ଜଣେ ଯୁବକଙ୍କ ମୃତ ସୂଚନା। ସୂଚନା ମୁତାବକ ମୃତକ ଜଣଙ୍କ ହେଲେ ଉକ୍ତ ସାହିର ଜିତୁ ପ୍ରଧାନ (୩୩)। ବେଗୁନିଆପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ବିସ୍ପୋରଣ ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁଷଣ୍ଡପୁର ବାଣ ବିସ୍ଫୋରଣ ପରେ ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ: ୧୭ଟି ସ୍ଥାନରେ ଚଢାଉ

ଖୋର୍ଦ୍ଧା: ଭୁଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବେ ଆକ୍ସନ ମୋଡକୁ ଆସିଛି। ଏନେଇ  ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ।

ବୈଠକରେ ସାମିଲ ହୋଇଛନ୍ତି ଖୋର୍ଦ୍ଧା ଏସପିଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ଏସ.ପି., ଏସ.ଡି.ପି.ଓ, ତହସିଲଦାର, ବିଡ଼ିଓ ଓ ବିଭିନ୍ନ ଥାନା ଅଧିକାରୀ। ଆଗକୁ ଦୋଳ ଉତ୍ସବ ଥିବାବେଳେ  ବିଭିନ୍ନ ଦୋଳ ମେଳଣରେ ବାଣ ଫୁଟାଇବା ଓ ବେଆଇନ ବାଣ ତିଆରି ଉପରେ ରୋକ୍ ଲଗାଇବାକୁ ନେଇ ବୈଠକରେ ବିଷଦ ଆଲୋଚନା ହୋଇଛି।

ଭୁଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ଅଦ୍ୟାବଧି ଜିଲ୍ଲାର ୧୭ଟି ସ୍ଥାନରେ ଚଢାଉ କରି ୬୨କିଲୋଗ୍ରାମ ବିସ୍ଫୋରକ ଜବତ କରିଥିବା ବେଳେ ମୋଟ୍ ୬ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛି ପୋଲିସ୍।