Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ଆସୁଛି ଏକ ଲଘୁଚାପ, ବାତ୍ୟା ଆଡକୁ ଦେଉଛି ସଙ୍କେତ

ଭୁବନେଶ୍ବର: ବଙ୍ଗୋପ ସାଗରରେ ଆସୁଛି ଏକ ଲଘୁଚାପ। ଏହା ପୂର୍ବରୁ ସେଠାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ତେବେ ଏହାକୁ ନେଇ ପାଣିପାଗ ଗବେଷକମାନେ ଚିନ୍ତାରେ ଅଛନ୍ତି। କାରଣ ମେ ମାସରେ ବଙ୍ଗୋପ ସାଗରରେ ଲଘୁଚାପ ହେଲେ ତାହା ବାତ୍ୟା ସମ୍ଭାବନା ଥାଏ। ସେଥିପାଇଁ ଏହି ଲଘୁଚାପ ବାତ୍ୟା ରୂପ ନେବ କି କଣ ତାହା ଆଶଙ୍କା ସୃଷ୍ଟି କରିଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି। ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତି କାଳରେ ଏହା ଲଘୁଚାପ ହେବ ବୋଲି ଆଶଙ୍କା କରାଯାଇଛି।