Categories
ଆଜିର ଖବର ଜାତୀୟ ଖବର

ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଭାରତର ସର୍ବବୃହତ ମୋବିଲିଟି ଏକ୍ସପୋ ‘ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ -୨୦୨୫’କୁ ଉଦଘାଟନ କରିଛନ୍ତି। ସଭାକୁ ସମ୍ବୋଧିତ କରି ସେ କ୍ରମାଗତଭାବେ ତୃତୀୟଥର ପାଇଁ ସରକାର ଗଠନ ଲାଗି ନିର୍ବାଚିତ ହୋଇଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚଳିତ ବର୍ଷ ଜାତୀୟ ରାଜଧାନୀ ଅଞ୍ଚଳର ଆଉ ଦୁଇଟି ସ୍ଥାନକୁ ଏହି ପ୍ରଦର୍ଶନୀର କାୟା ବିସ୍ତାର ହୋଇଥିବା ଉଲ୍ଲେଖ କରି ସେ ଏହି ବର୍ଷର ମୋବିଲିଟି ଏକ୍ସପୋକୁ ବହୁତ ବଡ଼ ଆକାର ନେଇଥିବା କହିଛନ୍ତି।

ଗତବର୍ଷ ଏହି ପ୍ରଦର୍ଶନୀରେ  ୮୦୦ରୁ ଅଧିକ ପ୍ରଦର୍ଶକ ଏବଂ ଦେଢ଼ ଲକ୍ଷରୁ ଅଧିକ ଦର୍ଶକ ଆସିଥିଲେ। ଏଥର ଏଠାରେ ଦର୍ଶକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଇଛି। ଚଳିତ ପ୍ରଦର୍ଶନୀ ସମୟରେ ଅର୍ଥାତ ଆସନ୍ତା ୫ ଦିନ ମଧ୍ୟରେ ଅନେକ ନୂଆ ଯାନ ଏଠାରେ ଉନ୍ମୋଚନ କରାଯିବ ଏବଂ ଏଥିରେ ବହୁ ପ୍ରତିନିଧି ଯୋଗ ଦେବେ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି। ଏହି ଅବିବୃଦ୍ଧି ଭାରତରେ ଯାତାୟାତ କ୍ଷେତ୍ରର ଭବିଷ୍ୟତ ସହ ଜଡ଼ିତ ବହୁତ ସକାରାତ୍ମକ ଦିଗକୁ ଦର୍ଶାଉଛି ବୋଲି ସେ ମତ ରଖିଛନ୍ତି। କାର୍ଯ୍ୟକ୍ରମ ସ୍ଥଳରେ ପ୍ରଦର୍ଶନୀ ପରିଦର୍ଶନ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଭାରତର ଅଟୋମୋବାଇଲ ଶିଳ୍ପ ଚମତ୍କାର ସୃଷ୍ଟି ସହ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିଛି। ସେ ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏହି ଭବ୍ୟ କାର୍ଯ୍ୟକ୍ରମ ଅବସରରେ ରତନ ଟାଟା ଏବଂ ଓସାମୁ ସୁଜୁକିଙ୍କୁ ମନେ ପକାଇଥିଲେ। ଭାରତୀୟ ଅଟୋ କ୍ଷେତ୍ରର ଅଭିବୃଦ୍ଧି ତଥା ଭାରତର ମଧ୍ୟବିତ୍ତ ପରିବାରର ସ୍ୱପ୍ନକୁ ସାକାର କରିବାରେ ଉଭୟ ବିଶିଷ୍ଟ ବ୍ୟକ୍ତିଙ୍କ ଅବଦାନ ଅତୁଳନୀୟ ବୋଲି ସେ ମନ୍ତବ୍ୟ ଦେଇଥିଲେ। ତାଙ୍କର ଐତିହ୍ୟ ଭାରତର ସମଗ୍ର ଯାତାୟାତ କ୍ଷେତ୍ରକୁ ପ୍ରେରଣା ଯୋଗାଇବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

“ଲୋକଙ୍କ ଆକାଂକ୍ଷା ଏବଂ ଯୁବବର୍ଗଙ୍କ ଶକ୍ତି ଦ୍ୱାରା ପରିଚାଳିତ ଭାରତର ଅଟୋମୋବାଇଲ କ୍ଷେତ୍ରରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳୁଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ ଏକ ବର୍ଷ ମଧ୍ୟରେ ଭାରତୀୟ ଅଟୋ ଶିଳ୍ପ ପ୍ରାୟ ୧୨% ବୃଦ୍ଧି ପାଇଛି। ମେକ୍ ଇନ୍ ଇଣ୍ଡିଆ ଓ ମେକ୍ ଫର୍ ଦି ୱାର୍ଲ୍ଡ ମନ୍ତ୍ର ଯୋଗୁଁ ଏହି କ୍ଷେତ୍ରର ରପ୍ତାନି ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଭାରତରେ ବାର୍ଷିକ ବିକ୍ରି ହେଉଥିବା କାର୍ ସଂଖ୍ୟା ଅନେକ ଦେଶର ଜନସଂଖ୍ୟାକୁ ଟପିଯାଇଛି। ବର୍ଷକୁ ପାଖାପାଖି ୨.୫ କୋଟି କାର୍ ବିକ୍ରି  ଏ କ୍ଷେତ୍ରର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଚାହିଦାକୁ ଦର୍ଶାଉଛି ବୋଲି ସେ କହିଛନ୍ତି।  ଏଥିଯୋଗୁ ଯାତାୟାତ କ୍ଷେତ୍ରର ଭବିଷ୍ୟତକୁ ନେଇ ଭାରତକୁ ଏତେ ଉଚ୍ଚ ଆଶାରେ ଦେଖାଯାଉଛି ବୋଲି ସେ କହିଥିଲେ।

“ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଏବଂ ତୃତୀୟ ବୃହତ୍ତମ ଯାତ୍ରୀବାହୀ ଯାନ ବଜାର’ ଭାବେ ପରିଚିତ ହେଉଛି। ଏହା ବିଶ୍ୱର ଶ୍ରଷ୍ଠ ତିନି ଅଟୋ ବଜାର ଆଡ଼କୁ ମୁହାଁଇଛି। ଯେତେବେଳେ ଏହି ଯାତ୍ରାରେ ଦେଶ ଅଗ୍ରସର ହେବ, ଭାରତର ଅଟୋମୋବାଇଲ ବଜାରରେ ଅଭୂତପୂର୍ବ ପରିବର୍ତନ ଓ ସମ୍ପ୍ରସାରଣ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ବୃହତ ଯୁବ ଜନସଂଖ୍ୟା, ବିସ୍ତାରିତ ମଧ୍ୟବିତ୍ତ ଶ୍ରେଣୀ, ଦ୍ରୁତ ସହରୀକରଣ, ଆଧୁନିକ ଭିତ୍ତିଭୂମି ବିକାଶ ଏବଂ ସୁଲଭ ଯାନ ସମେତ ଭାରତରେ ଯାତାୟାତର ଭବିଷ୍ୟତକୁ ଅନେକ ଭାବେ ପ୍ରୋତ୍ସାହିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଅଟୋ ଶିଳ୍ପର ଅଭିବୃଦ୍ଧି ପାଇଁ ଉଭୟ ଆବଶ୍ୟକତା ଏବଂ ଆକାଂକ୍ଷାକୁ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଉଭୟ ରହିଛି। ଆସନ୍ତା ଅନେକ ଦଶନ୍ଧି ଯାଏ ଭାରତ ପୃଥିବୀର ଯୁବା ଦେଶ ଭାବେ ପରିଚିତ ହେବ। ଆଟୋ ମୋବାଇଲ୍‍ କ୍ଷେତ୍ରଲାଗି ଯୁବକ ସବୁଠାରୁ ବଡ଼ ଗ୍ରାହ ହୋଇଥିବାରୁ  ଏହି କ୍ଷେତ୍ରର ଭବିଷ୍ୟତ ଦେଶରେ ବହୁତ ଉଜ୍ଜଳ ବୋଲି କସେ କହିଛନ୍ତି। ଏହି ବୃହତ ଯୁବ ଜନସଂଖ୍ୟା ଯଥେଷ୍ଟ ଚାହିଦା ସୃଷ୍ଟି କରିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଅନ୍ୟ ଏକ ପ୍ରମୁଖ ଗ୍ରାହକ ହେଉଛନ୍ତି ଭାରତର ମଧ୍ୟବିତ୍ତ ଏବଂ ଗତ ଦଶନ୍ଧି ମଧ୍ୟରେ ୨୫ କୋଟି ଭାରତୀୟ ଦାରିଦ୍ର୍ୟରୁ ମୁକୁଳି ଏକ ନବ-ମଧ୍ୟବିତ୍ତ ଶ୍ରେଣୀ ଗଠନ କରିଛନ୍ତି ଯେଉମାନେ ସେମାନଙ୍କର ପ୍ରଥମ ଗାଡ଼ି କିଣୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିକାଶଧାରାରେ ଏହି ଗୋଷ୍ଠୀ ନିଜର ଗାଡ଼ି ବଦଳରେ ଆଗକୁ ଅନ୍ୟ ଉନ୍ନତ ଗାଡ଼ି, ଯାହା ଦ୍ୱାରା ଅଟୋ ସେକ୍ଟର ଲାଭବାନ ହେବ।

ଏକଦା ଭାରତରେ କାର୍ ନ କିଣିବା ପଛରେ ଭଲ ଓ ପ୍ରଶସ୍ତ ରାସ୍ତାର ଅଭାବ ଏକ କାରଣ ଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପରିସ୍ଥିତି ବଦଳୁଛି ଏବଂ “ଯାତାୟାତରେ ସହଜତା ଆଣିବା, ଭଲ ରାସ୍ତା ତିଆରି କରିବା ବର୍ତ୍ତମାନ ଭାରତ ପାଇଁ ଏକ ପ୍ରମୁଖ ପ୍ରାଥମିକତା” ହୋଇଛି। ଗତବର୍ଷ ବଜେଟରେ ଭିତ୍ତିଭୂମି ବିକାଶ ପାଇଁ ୧୧ ଲକ୍ଷ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଥିଲା ବୋଲି ସେ ଉଲ୍ଲେଖ କରିଥିଲେ। ସମଗ୍ର ଭାରତରେ ବହୁ ଲେନ୍ ରାଜପଥ ଏବଂ ଏକ୍ସପ୍ରେସ୍ ୱେ ନିର୍ମାଣ କରାଯାଉଛି। ପୁଣି ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ବହୁବିଧ ସଂଯୋଗକୁ ତ୍ୱରାନ୍ୱିତ କରିଛି ଏବଂ ପରିବହନ ଖର୍ଚ୍ଚ ହ୍ରାସ କରିଛି ବୋଲି  ପ୍ରଧାନମନ୍ତ୍ରୀ  କହିଛନ୍ତି।  ଜାତୀୟ ଲଜିଷ୍ଟିକ୍ ନୀତି ଭାରତକୁ ବିଶ୍ୱସ୍ତରରେ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଖର୍ଚ୍ଚ ପରିବହନ ପାଇଁ ସୁଯୋଗ ସୃଷ୍ଟି କରିବ।  ଏହି ନୀତି ଅଟୋମୋବାଇଲ ଶିଳ୍ପ ପାଇଁ ଅନେକ ନୂତନ ସୁଯୋଗ ଖୋଲିଛି ଏବଂ ଦେଶରେ ଗାଡ଼ିର ଚାହିଦା ବୃଦ୍ଧି ପଛରେ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ସେ ଉଲ୍ଲେଖ କରିଛନ୍ତି।

ଉତ୍ତମ ଭିତ୍ତିଭୂମି ସହିତ ନୂତନ ଜ୍ଞାନକୌଶଳକୁ ମଧ୍ୟ ସମନ୍ୱିତ କରାଯାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ଫାସ୍ଟ୍ୟାଗ୍ ଭାରତରେ ଡ୍ରାଇଭିଂ ଅଭିଜ୍ଞତାକୁ ଅଧିକ ସହଜ କରିଛି ବୋଲି ସେ ମନ୍ତବ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଜାତୀୟ କମନ୍ ମୋବିଲିଟି କାର୍ଡ ଭାରତରେ ନିରବଚ୍ଛିନ୍ନ ଯାତ୍ରା ବ୍ୟବସ୍ଥାକୁ ଆହୁରି ସରଳ ଓ ସୁଦୃଢ଼ କରୁଛି। ସଂଯୋଜିତ ଯାନ ଏବଂ ସ୍ୱୟଂଚାଳିତ ଡ୍ରାଇଭିଂରେ ଦ୍ରୁତ ଅଗ୍ରଗତି ଦ୍ୱାରା ଭାରତ ବର୍ତ୍ତମାନ ସ୍ମାର୍ଟ ମୋବିଲିଟି ଆଡକୁ ଅଗ୍ରସର ହେଉଛି ବୋଲି ସେ ଉଲ୍ଲେଖ କରିଥିଲେ।

ଭାରତର ଅଟୋ ଶିଳ୍ପର ଅଭିବୃଦ୍ଧି ସମ୍ଭାବନାରେ ‘ମେକ୍ ଇନ୍ ଇଣ୍ଡିଆ ଅଭିଯାନ’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।  ପ୍ରଧାନମନ୍ତ୍ରୀ କହିଥିଲେ ଯେ ପିଏଲଆଇ ଯୋଜନା ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ତ୍ୱରାନ୍ୱିତ କରିଛି, ଯାହା ୨.୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ ବିକ୍ରିରେ ସହାୟକ ହୋଇଛି। ଏହି ଯୋଜନା ଦେଢ଼ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିଛି ବୋଲି ସେ ସୂଚନା ଦେଇଛନ୍ତି। ଅଟୋମୋବାଇଲ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ଅନ୍ୟ କ୍ଷେତ୍ରଉପରେ ବହୁଗୁଣିତ ପ୍ରଭାବ ପକାଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏମଏସଏମଇ କ୍ଷେତ୍ର ଦ୍ୱାରା ବହୁ ସଂଖ୍ୟକ ଅଟୋ ପାର୍ଟସ ଉତ୍ପାଦନ କରାଯାଉଛି ବୋଲି ସେ କହିଥିଲେ। ଅଟୋମୋବାଇଲ୍‍ କ୍ଷେତ୍ରରେ ଅଭିବୃଦ୍ଧି ସହିତ ଏମଏସଏମଇ, ପରିବହନ, ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ନୂତନ ନିଯୁକ୍ତି ସୃଷ୍ଟି ହେଉଛି ବୋଲି ସେ କହିଥିଲେ।

ଅଟୋ କ୍ଷେତ୍ରକୁ ପ୍ରତ୍ୟେକ ସ୍ତରରେ ସରକାର ପ୍ରଦାନ କରୁଥିବା ବ୍ୟାପକ ସହାୟତା ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ଶିଳ୍ପରେ ଏଫଡିଆଇ, ପ୍ରଯୁକ୍ତି ହସ୍ତାନ୍ତର ଏବଂ ବୈଶ୍ୱିକ ଭାଗିଦାରୀ ପାଇଁ ନୂତନ ମାର୍ଗ ସ୍ଥାପିତ ହୋଇଛି। କେବଳ ଗତ ଚାରି ବର୍ଷ ମଧ୍ୟରେ ଏହି କ୍ଷେତ୍ର୩୬ ବିଲିୟନ ଡଲାରରୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ଆକୃଷ୍ଟ କରିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ବହୁଗୁଣିତ ହେବ ବୋଲି ଆଶା କରାଯାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଭାରତ ରେ ଅଟୋ ଉତ୍ପାଦନ ପାଇଁ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ ବିକଶିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।

“ଯାତାୟାତ ବ୍ୟବସ୍ଥାରେ ସୁଧାର ପାଇଁ ସେଭେନ୍ ସି”:  କମନ, କନେକ୍ଟେଡ୍‍, କନେକ୍ଟିଭିନିଏଣ୍ଟ, କଂଞ୍ଜେସନ୍‍ ଫ୍ରୀ, ଚାର୍ଜଡ, କ୍ଲିନ ଏବଂ କଟିଂ ଏଜ୍‍  (ସାଧାରଣ, ସଂଯୋଜିତ, ସୁବିଧାଜନକ, ଭିଡ଼ ମୁକ୍ତ, ଚାର୍ଜ, ସ୍ୱଚ୍ଛ ଏବଂ ଅତ୍ୟାଧୁନିକ) ବିଷୟରେ ତାଙ୍କର ଦୃଷ୍ଟିକୋଣକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁଜ ଯାତାୟାତ ଉପରେ ଧ୍ୟାନ ଦେବା ଏହି ଦୃଷ୍ଟିକୋଣର ଏକ ଅଂଶ ଅଟେ। ସେ ମନ୍ତବ୍ୟ ଦେଇଥିଲେ ଯେ ଭାରତ ଏକ ଯାତାୟାତ ବ୍ୟବସ୍ଥା ନିର୍ମାଣ କରୁଛି ଯାହା ଉଭୟ ଅର୍ଥନୀତି ଏବଂ ପରିବେଶକୁ ସମର୍ଥନ କରେ ଏବଂ ଜୀବାଶ୍ମ ଇନ୍ଧନ ଆମଦାନୀ ଖର୍ଚ୍ଚ ହ୍ରାସ କରେ। ସବୁଜ ପ୍ରଯୁକ୍ତିବିଦ୍ୟା, ଇଭି, ହାଇଡ୍ରୋଜେନ ଇନ୍ଧନ ଏବଂ ଜୈବ ଇନ୍ଧନର ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ଦିଆଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ। ଏହି ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ଜାତୀୟ ଇଲେକ୍ଟ୍ରିକ୍ ମୋବିଲିଟି ମିଶନ ଏବଂ ସବୁଜ ହାଇଡ୍ରୋଜେନ ମିଶନ ଭଳି ପଦକ୍ଷେପ ଆରମ୍ଭ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ।

ବିଗତ କିଛି ବର୍ଷ ମଧ୍ୟରେ ଭାରତରେ ଇଲେକ୍ଟ୍ରିକ୍ ମୋବିଲିଟିର ଦ୍ରୁତ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ଇଲେକ୍ଟ୍ରିକ୍ ଯାନର ବିକ୍ରି ୬୪୦ ଗୁଣ ବୃଦ୍ଧି ପାଇଛି। ୧୦ ବର୍ଷ ପୂର୍ବେ ବାର୍ଷିକ ମାତ୍ର ୨୬୦୦ ଇଲେକ୍ଟ୍ରିକ୍ ଯାନ ବିକ୍ରି ହେଉଥିବା ବେଳେ ୨୦୨୪ରେ ୧୬.୮୦ ଲକ୍ଷରୁ ଅଧିକ ଇଲେକ୍ଟ୍ରିକ୍ ଯାନ ବିକ୍ରି ହୋଇଛି। ଆଜି ଗୋଟିଏ ଦିନରେ ଯେତିକି ଇଲେକ୍ଟ୍ରିକ୍ ଯାନ ବିକ୍ରି ହୋଇଛି, ତାହା ଏକ ଦଶନ୍ଧି ପୂର୍ବେ ସମଗ୍ର ବର୍ଷରେ ବିକ୍ରି ହୋଇଥିବା ସଂଖ୍ୟାଠାରୁ ଦୁଇଗୁଣ ଅଧିକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ଦଶନ୍ଧି ଶେଷ ସୁଦ୍ଧା ଭାରତରେ ଇଲେକ୍ଟ୍ରିକ୍ ଯାନ ସଂଖ୍ୟା ଆଠ ଗୁଣ ବୃଦ୍ଧି ପାଇବ, ଯାହା ଏହି କ୍ଷେତ୍ରରେ ପ୍ରଚୁର ସମ୍ଭାବନାକୁ ସ୍ପଷ୍ଟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।।

ଦେଶରେ ଇଲେକ୍ଟ୍ରିକ୍ ଯାନ ଦ୍ୱାରା ଯାତାୟାତ ସମ୍ପ୍ରସାରଣ ପାଇଁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ନିରନ୍ତର ସହାୟତା ଓ ନୀତିଗତ ନିଷ୍ପତ୍ତି ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଫେମ୍ -୨ ଯୋଜନାରେ ୮ ହଜାର କୋଟି ଟଙ୍କାରୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା। ୫ ହଜାରରୁ ଅଧିକ ଇଲେକ୍ଟ୍ରିକ୍ ବସ୍ ସମେତ ୧୬ ଲକ୍ଷରୁ ଅଧିକ ଇଭିକୁ ସହାୟତା କରି ଇଲେକ୍ଟ୍ରିକ୍ ଯାନ କ୍ରୟ ଏବଂ ଚାର୍ଜିଂ ଭିତ୍ତିଭୂମି ନିର୍ମାଣରେ ଏହି ଅର୍ଥ ବ୍ୟବହୃତ ହୋଇଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ୧୨୦୦ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ ଦିଲ୍ଲୀରେ ଚଳାଚଳ କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ତୃତୀୟ ପାଳିରେ ପିଏମ ଇ-ଡ୍ରାଇଭ ଯୋଜନା ଆରମ୍ଭ ଉପରେ ଆଲୋକପାତ କରିଥିଲେ, ଯାହା ଦୁଇ ଚକିଆ ଯାନ, ତିନି ଚକିଆ ଯାନ, ଇ-ଆମ୍ବୁଲାନ୍ସ ଏବଂ ଇ-ଟ୍ରକ୍ ସମେତ ପାଖାପାଖି ୨୮ ଲକ୍ଷ ଇଭି କିଣିବାରେ ସହାୟତା କରିବ। ପ୍ରାୟ ୧୪ ହଜାର ଇଲେକ୍ଟ୍ରିକ୍ ବସ୍ କିଣାଯିବ ଏବଂ ବିଭିନ୍ନ ଯାନ ପାଇଁ ସାରା ଦେଶରେ ୭୦ ହଜାରରୁ ଅଧିକ ଫାଷ୍ଟ ଚାର୍ଜର ଲଗାଯିବ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଦେଶର ଛୋଟ ସହରଗୁଡିକରେ ପାଖାପାଖି ୩୮ହଜାର ଇ-ବସ୍ ଚଳାଚଳକୁ ସହାୟତା କରିବା ପାଇଁ ତୃତୀୟ ପାଳିରେ ପିଏମ ଇ-ବସ୍ ସେବା ଆରମ୍ଭ କରାଯାଇଛି । ଇଭି ଉତ୍ପାଦନ ପାଇଁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ନିରନ୍ତର ସହାୟତା ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଭାରତରେ ଇଭି କାର୍ ଉତ୍ପାଦନରେ ଆଗ୍ରହୀ ବିଶ୍ୱ ନିବେଶକଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯାଇଛି। ଏହାଦ୍ୱାରା ଭାରତରେ ଗୁଣାତ୍ମକ ଇଭି ଉତ୍ପାଦନ ଇକୋସିଷ୍ଟମକୁ ସମ୍ପ୍ରସାରଣ କରିବା ଏବଂ ମୂଲ୍ୟ ଶୃଙ୍ଖଳା ନିର୍ମାଣକରିବାରେ ସହାୟକ ହେବ ବୋଲି ସେ କହିଥିଲେ।

ଗ୍ଲୋବାଲ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଆହ୍ୱାନର ମୁକାବିଲା ପାଇଁ ସୌର ଶକ୍ତି ଏବଂ ବିକଳ୍ପ ଇନ୍ଧନକୁ ନିରନ୍ତର ପ୍ରୋତ୍ସାହନ ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ସବୁଜ ଭବିଷ୍ୟତ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଭାରତରେ ଉଭୟ ଇଭି ଏବଂ ସୌର ଶକ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଉଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର – ମାଗଣା ବିଦ୍ୟୁତ ଯୋଜନାରେ  ଛାତ ଉପରେ ସୌର ପ୍ରକଳ୍ପ ନିର୍ମାଣ କରି ଲୋକେ ବିଜୁଳି ବିଲ୍‍ରୁ ମୁକ୍ତି ପାଇପାରୁଛନ୍ତି। ଏହା ଏକ ମିଶନରେ ପରିଣତ ହୋଇଚି ଏବଂ ଏହି ମିଶନ ଦ୍ୱାରା ବ୍ୟାଟେରୀ ଏବଂ ଷ୍ଟୋରେଜ୍ ସିଷ୍ଟମର ବଢ଼ୁଥିବା ଚାହିଦା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଉନ୍ନତ ରସାୟନ ବିଜ୍ଞାନ ସେଲ ବ୍ୟାଟେରୀ ଷ୍ଟୋରେଜକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ୧୮,୦୦୦ କୋଟି ଟଙ୍କାର ପିଏଲଆଇ ଯୋଜନା ଆରମ୍ଭ କରିଛନ୍ତି। ଏହି କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶ ପାଇଁ ଏହା ଉପଯୁକ୍ତ ସମୟ ବୋଲି ଶ୍ରୀ ମୋଦୀ କହିଥିଲେ। ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ସେ ଦେଶର ଯୁବକମାନଙ୍କୁ ଅନୁରୋଧ କରିଥିଲେ। ଭାରତରେ ଉପଲବ୍ଧ ସାମଗ୍ରୀ ବ୍ୟବହାର କରି ବ୍ୟାଟେରୀ ଏବଂ ଷ୍ଟୋରେଜ୍ ସିଷ୍ଟମ ତିଆରି କରିପାରୁଥିବା ଉଦ୍ଭାବନ ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ ଏହି କ୍ଷେତ୍ରରେ ଯଥେଷ୍ଟ କାର୍ଯ୍ୟ ହୋଇସାରିଛି, କିନ୍ତୁ ଏହାକୁ ମିଶନ ମୋଡରେ ଆଗେଇ ନେବା ଜରୁରୀ।

କେନ୍ଦ୍ର ସରକାରଙ୍କ ସ୍ପଷ୍ଟ ଉଦ୍ଦେଶ୍ୟ ଓ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ନୂଆ ନୀତି ପ୍ରଣୟନ ହେଉ କିମ୍ବା ସଂସ୍କାର କାର୍ଯ୍ୟକାରୀ ହେଉ, ସରକାରଙ୍କ ପ୍ରୟାସ ଜାରି ରହିଛି। ନିର୍ମାତାଙ୍କୁ ଗାଡ଼ି ସ୍କ୍ରାପିଂ ନୀତିର ଫାଇଦା ନେବାକୁ ଅନୁରୋଧ କରି ସେ ପରାମର୍ଶ ଦେଇଛନ୍ତି ଯେ ଅଧିକରୁ ଅଧିକ ଲୋକଙ୍କୁ ପୁରୁଣା ଗାଡି ସ୍କ୍ରାପ୍ କରିବାକୁ ପ୍ରୋତ୍ସାହିତ କରିବା ପାଇଁ କଂପାନିଗୁଡ଼ିକ ନିଜସ୍ୱ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିପାରିବେ। ଏହି ପ୍ରେରଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଦେଶର ପରିବେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସେବା ହେବ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ।

ଅଟୋମୋବାଇଲ ଶିଳ୍ପ ଉଦ୍ଭାବନ ଏବଂ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପରିଚାଳିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆସୁଥିବା ସମୟ ପୂର୍ବ ଦେଶ, ଏସିଆ ଓ ଭାରତର ବୋଲି ସେ କହିଥିଲେ। ଯାତାୟତ କ୍ଷେତ୍ରରେ ନିଜର ଭବିଷ୍ୟତ ଦେଖିବାକୁ ଚାହୁଁଥିବା ପ୍ରତ୍ୟେକ ନିବେଶକଙ୍କ ପାଇଁ ଭାରତ ଏକ ଉତ୍କୃଷ୍ଟ ଗନ୍ତବ୍ୟସ୍ଥଳ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ନିଜର ଅଭିଭାଷଣ ଶେଷ କରି ଶ୍ରୀ ମୋଦୀ ସମସ୍ତଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସରକାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଏଣୁ “ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ” ମନ୍ତ୍ର ସହିତ ଆଗକୁ ବଢ଼ିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ, କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ, କେନ୍ଦ୍ର ଭାରୀ ଶିଳ୍ପ ଏବଂ ଇସ୍ପାତ ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ, କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଜିତନ ରାମ ମାଝୀ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ ଜାନୁଆରୀ ୧୭ରୁ ୨୨ ପର୍ଯ୍ୟନ୍ତ  ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି। ସେଗୁଡ଼ିକ ହେଲା ନୂଆଦିଲ୍ଲୀର ଭାରତ ମଣ୍ଡପମ୍, ଯଶୋଭୂମି ଏବଂ ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ସେଣ୍ଟର ଆଣ୍ଡ ମାର୍ଟ। ଏକ୍ସପୋରେ ୯ଟି ସୋ, ୨୦ରୁ ଅଧିକ କନଫରେନ୍ସ ଓ ପ୍ୟାଭିଲିୟନ ଆୟୋଜନ କରାଯାଇଛି। ଏହାବ୍ୟତୀତ ଏହି ଏକ୍ସପୋରେ ଶିଳ୍ପ ଓ ଆଞ୍ଚଳିକ ସ୍ତର ମଧ୍ୟରେ ସହଯୋଗକୁ ସକ୍ଷମ କରିବା ପାଇଁ ଯାତାୟାତ କ୍ଷେତ୍ରରେ ନୀତି ଏବଂ ପଦକ୍ଷେପ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ଅଧିବେଶନ ମଧ୍ୟ ରହିବ।

ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ର ଲକ୍ଷ୍ୟ ସମଗ୍ର ଗମନାଗମନ ମୂଲ୍ୟ ଶୃଙ୍ଖଳକୁ ଗୋଟିଏ ଛତା ତଳେ ଏକାଠି କରିବା । ଚଳିତ ବର୍ଷର ଏକ୍ସପୋରେ ପ୍ରଦର୍ଶକ ଏବଂ ଆଗନ୍ତୁକ ଭାବରେ ସମଗ୍ର ବିଶ୍ୱରୁ ଅଂଶଗ୍ରହଣ ସହିତ ବିଶ୍ୱସ୍ତରୀୟ ମହତ୍ତ୍ୱ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହା ଏକ ଶିଳ୍ପ-ନେତୃତ୍ୱାଧୀନ ଏବଂ ସରକାରଙ୍କ ସମର୍ଥିତ ପଦକ୍ଷେପ ଏବଂ ଭାରତର ଇଞ୍ଜିନିୟରିଂ ରପ୍ତାନୀ ପ୍ରୋତ୍ସାହନ ପରିଷଦ ଦ୍ୱାରା ବିଭିନ୍ନ ଶିଳ୍ପ ସଂସ୍ଥା ଏବଂ ଅଂଶୀଦାର ସଂଗଠନର ମିଳିତ ସହଯୋଗରେ ଆୟୋଜିତ ହେଉଛି।

Categories
ଆଜିର ଖବର ଜାତୀୟ ଖବର

ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କମ୍ପ୍ୟୁଟିଂ ଏବଂ ପ୍ରଯୁକ୍ତିବିଦ୍ୟାର ବିକାଶ ପ୍ରମୁଖ ଆଧାର: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ପୁଣେର ସି-ଡ୍ୟାକ୍ କ୍ୟାମ୍ପସରେ ସି-ଡ୍ୟାକ୍ ଦ୍ୱାରା ଡିଜାଇନ ଏବଂ ବିକଶିତ ହୋଇଥିବା ଗୋଟିଏ ଭିଇଜିଏ ଆଧାରିତ ଏସ.ଓ.ସି ଏ.ଏସ୍.ଆଇ.ସି. ଏବଂ ଦୁଇଟି ଡି.ଆଇ.ଆର୍. ଭି.ଭି.ଇ.ଜି.ଏ. ପ୍ରୋସେସର ଆଧାରିତ ଡେଭଲପମେଣ୍ଟ ବୋର୍ଡର ଶୁଭାରମ୍ଭ କରିଛନ୍ତି। ଏରିଜ୍ ଇକୋ ଏବଂ ଏରିଜ୍ ନୋଭା ବିକାଶ ବୋର୍ଡ ଏବଂ ସ୍ୱଦେଶୀ 64-ବିଟ ଏସସି ତେଜସ64କୁ ଆଜି ଉନ୍ମୋଚନ କରାଯାଇଛି। ଏରିଜ୍ ଇକୋ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୋଗୀ, ଯାହା ସେନ୍ସର୍ ଫ୍ୟୁଜନ୍, ସ୍ମାର୍ଟ ମିଟର ଏବଂ ପରିଧାନଯୋଗ୍ୟ ଉପକରଣ ଭଳି ପ୍ରୟୋଗଗୁଡ଼ିକ ସହିତ ପରୀକ୍ଷା କରିବା ପାଇଁ ଏକ ହ୍ୟାଣ୍ଡ୍-ଅନ୍ ପ୍ଲାଟଫର୍ମ ପ୍ରଦାନ କରିଥାଏ। ଏରିଜ୍ ନୋଭା ଶିକ୍ଷା, ଗବେଷଣା ଏବଂ ବିକାଶ ପାଇଁ ଦ୍ରୁତ ଗତିରେ ବିକଶିତ ହେଉଥିବା ସମନ୍ୱିତ ବ୍ୟବସ୍ଥା କ୍ଷେତ୍ରରେ ଏକ ସହଜରେ ଉପଲବ୍ଧ ପ୍ଲାଟଫର୍ମ ପ୍ରଦାନ କରିଥାଏ। ତେଜସ୍64 ହେଉଛି ପ୍ରଥମ ସମ୍ପୂର୍ଣ୍ଣ ସ୍ୱଦେଶୀ 64-ବିଟ୍ ଭିଇଜିଏ ଆଧାରିତ ସିଷ୍ଟମ୍-ଅନ୍-ଚିପ୍ (ଏସ୍ଓସି) ଯାହା ଶକ୍ତିଶାଳୀ ଏବଂ ସୁରକ୍ଷିତ ଏମବେଡେଡ୍ ଆପ୍ଲିକେସନ୍ ପାଇଁ ଡିଜାଇନ୍ ହୋଇଛି।

ଭାରତ ସରକାରଙ୍କ ଡିଜିଟାଲ୍ ଇଣ୍ଡିଆ ଆର୍.ଆଇ.ଏସ୍.ସି.-ଭି. (ଡି.ଆଇ.ଆର୍.-ଭି.) କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ, ସି-ଡାକ୍ ସଫଳତାର ସହ ମାଇକ୍ରୋ ପ୍ରୋସେସର ଗୁଡ଼ିକର ଭିଇଜିଏ ଶୃଙ୍ଖଳାର ଡିଜାଇନ୍ ଏବଂ ବିକାଶକୁ ସମ୍ପୂର୍ଣ୍ଣ କରିଛି, ଯେଉଁଥିରେ ଭାରତର ପ୍ରଥମ ସ୍ୱଦେଶୀ 64-ବିଟ୍ ମଲ୍ଟି-କୋର୍ ଆର୍.ଆଇ.ଏସ୍.ସି.-ଭି. ଆଧାରିତ ସୁପରସ୍କେଲାର୍ ଆଉଟ-ଅଫ୍-ଅର୍ଡର ପ୍ରୋସେସର ସାମିଲ ରହିଛି। ଭିଇଜିଏ ଶୃଙ୍ଖଳାରେ ଆର୍.ଆଇ.ଏସ୍.ସି.-ଭି. ଇନଷ୍ଟ୍ରକ୍ସନ୍ ସେଟ୍ ଆର୍କିଟେକଚର୍ ଉପରେ ଆଧାରିତ 32/64-ବିଟ ସିଙ୍ଗଲ୍/ଡୁଆଲ୍/କ୍ୱାଡ୍ କୋର୍ ସୁପରସ୍କେଲାର୍ ଆଉଟ-ଅଫ୍-ଅର୍ଡର ହାଇ ପରଫର୍ମାନ୍ସ ପ୍ରୋସେସର କୋର ରହିଛି। ଓପନ ସୋର୍ସ ଆର୍.ଆଇ.ଏସ୍.ସି.-ଭି. ଢାଞ୍ଚା ନମନୀୟତା ଏବଂ ନବସୃଜନକୁ ସକ୍ଷମ କରିଥାଏ ଏବଂ ଅନ୍ତର୍ନିର୍ମିତ ପ୍ରଣାଳୀରେ ଶିକ୍ଷଣ ଏବଂ ବିକାଶକୁ ପ୍ରୋତ୍ସାହିତ କରିଥାଏ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ସି-ଡ୍ୟାକ୍ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ଏହା ପରେ ସି-ଡ୍ୟାକ୍ ବୈଜ୍ଞାନିକ ଓ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ହୋଇଥିଲା। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ ହେବା ଲାଗି କମ୍ପ୍ୟୁଟିଂ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ହେଉଛି ଏକ ପ୍ରମୁଖ ଆଧାର ଏବଂ ଏଥିରେ ସି-ଡ୍ୟାକ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଶ୍ରୀ ବୈଷ୍ଣବ କହିଥିଲେ ଯେ ଆଇଆଇଟି ମାଡ୍ରାସ, ଆଇଆଇଏସସି ବେଙ୍ଗାଲୁରୁ, ଆଇଆଇଟି ଗାନ୍ଧୀନଗର ଭଳି ଶିକ୍ଷାନୁଷ୍ଠାନଗୁଡ଼ିକରେ ସେମି-କଣ୍ଡକ୍ଟର ଏବଂ କମ୍ପ୍ୟୁଟିଂ କ୍ଷେତ୍ରରେ ଅନେକ ଗବେଷଣା କାର୍ଯ୍ୟ କରାଯାଉଛି। ଆଗକୁ ବଢ଼ିବା ପାଇଁ ଏକ ସମନ୍ୱିତ ଉପାୟ ସୃଷ୍ଟି କରିବା ପାଇଁ ସମସ୍ତ ଗବେଷଣା କାର୍ଯ୍ୟକୁ କିପରି ଏକାଠି କରାଯିବ ସେ ନେଇ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା । ଶ୍ରୀ ବୈଷ୍ଣବ କହିଥିଲେ ଯେ ଆଜି ସାରା ଦେଶରେ ପାଖାପାଖି ୨୪୦ଟି ଅନୁଷ୍ଠାନ ପାଖରେ ଅତି ଉନ୍ନତ ଉପକରଣ ରହିଛି, ଯାହାକୁ ସେମି କଣ୍ଡକ୍ଟର ଚିପ୍ ଡିଜାଇନ କରିବାରେ ଉପଯୋଗ କରାଯାଇଥାଏ। ସି-ଡ୍ୟାକ ଏହି ଗବେଷଣା ଉପକରଣଗୁଡ଼ିକର ତଦାରଖ, ସେଗୁଡ଼ିକୁ ସକ୍ଷମ କରିବା ଏବଂ ଲାଇସେନ୍ସ କ୍ରୟ କରି ଏହି ସମଗ୍ର କାର୍ଯ୍ୟକ୍ରମର ଆଧାର ଭାବରେ କାର୍ଯ୍ୟ କରେ।

ଫଳସ୍ୱରୂପ, ଗବେଷଣା କାର୍ଯ୍ୟକ୍ରମ ସହିତ ଜଡିତ ଛାତ୍ରମାନେ, ଯେଉଁମାନେ ପୂର୍ବରୁ କେବଳ ପାଠ୍ୟପୁସ୍ତକରୁ ସେମି-କଣ୍ଡକ୍ଟର ବିଷୟରେ ଶିଖୁଥିଲେ, ବର୍ତ୍ତମାନ ଉନ୍ନତ ଉପକରଣଗୁଡ଼ିକୁ ପାଇପାରୁଛନ୍ତି। ଏହାଦ୍ବାରା ସେମାନଙ୍କର ଚିନ୍ତାଧାରାକୁ ନେଇ ପ୍ରୟୋଗ କରୁଛନ୍ତି ଏବଂ ଉତ୍ପାଦ ଧାରଣା ବିକଶିତ କରୁଛନ୍ତି। ଶ୍ରୀ ବୈଷ୍ଣବ ଆହୁରି କହିଥିଲେ ଯେ ସେମି କଣ୍ଡକ୍ଟର ଡିଜାଇନ୍ ଉପକରଣ ସହିତ କାର୍ଯ୍ୟ କରୁଥିବା ଏହି ଛାତ୍ରଛାତ୍ରୀମାନେ ସେମି କଣ୍ଡକ୍ଟର ଉଦ୍ୟୋଗରେ ସାମିଲ ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଷ୍ଟାର୍ଟଅପ୍ ଏବଂ ବାସ୍ତବରେ କମ୍ପ୍ୟୁଟର ଚିପ୍ ଡିଜାଇନ୍ କରିବାର କ୍ଷମତା ବିକଶିତ କରିବା ପାଇଁ ଆଭ୍ୟନ୍ତରୀଣ ଶକ୍ତି ମଧ୍ୟ ସଂଗ୍ରହ କରୁଛନ୍ତି।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ ସେମି-କଣ୍ଡକ୍ଟର ଡିଜାଇନ୍ ଉପକରଣ ବ୍ୟବହାର କରିବା ଶିଖିଥିବା ଛାତ୍ରମାନଙ୍କ ମଧ୍ୟରେ ସି-ଡ୍ୟାକ୍ ଏକ ଚ୍ୟାଲେଞ୍ଜ ପ୍ରତିଯୋଗିତା ଆୟୋଜନ କରିବ, ଯାହା ପରେ ସେମାନଙ୍କୁ ଶିଳ୍ପ କ୍ଷେତ୍ରରେ ସର୍ବୋତ୍ତମ ସୁଯୋଗ ଦେବ। ସି-ଡ୍ୟାକ ଏହି ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସାର୍ଟିଫିକେଟ୍ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରିବ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଶ୍ରୀ ଏସ୍. କ୍ରିଷ୍ଣନ, ମନ୍ତ୍ରଣାଳୟର ଗ୍ରୁପ୍ ସଂଯୋଜକ (ଗବେଷଣା ଏବଂ ବିକାଶ), ଶ୍ରୀମତୀ ସୁନୀତା ବର୍ମା, ସି-ଡ୍ୟାକର ମହାନିର୍ଦ୍ଦେଶକ ଶ୍ରୀ ଇ. ମଗେଶ ଏବଂ ସି-ଡ୍ୟାକ ପୁଣେର କେନ୍ଦ୍ର ମୁଖ୍ୟ ଶ୍ରୀ ସଞ୍ଜୟ ୱାନ୍ଧେକର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସି-ଡ୍ୟାକ୍ ହେଉଛି ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ପ୍ରମୁଖ ଗବେଷଣା ଓ ବିକାଶ ସଙ୍ଗଠନ, ଯାହା ଆଇ.ଟି., ଇଲେକ୍ଟ୍ରୋନିକ୍ସ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଗବେଷଣା ଓ ବିକାଶ କାର୍ଯ୍ୟ ସମ୍ପାଦନ କରିଥାଏ।

Categories
ଆଜିର ଖବର ଜାତୀୟ ଖବର

ଆଜିଠାରୁ ୧୨ ଯାଏଁ ଆୟୋଜିତ ହେବ ବିକଶିତ ଭାରତ ଯୁବ ନେତୃତ୍ୱ ବର୍ତ୍ତାଳାପ ୨୦୨୫

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ଓ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱରେ ଯୁବ ବ୍ୟାପାର ବିଭାଗ ପକ୍ଷରୁ ୧୦ରୁ ୧୨ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ବିକଶିତ ଭାରତ ଯୁବ ନେତୃତ୍ୱ ବର୍ତ୍ତାଳାପ ଆୟୋଜନ କରାଯାଉଛି। ଜାତୀୟ ଯୁବ ମହୋତ୍ସବର ପୁନଃକଳ୍ପନାରେ ପରିଣତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କୁ ବିକଶିତ ଭାରତ ପାଇଁ ଅଭିନବ ସମାଧାନ ଉପସ୍ଥାପନ କରିବା ପାଇଁ ଏକ ଅନନ୍ୟ ପ୍ଲାଟଫର୍ମ ପ୍ରଦାନ କରିବା। ଏହା ଯୁବ ନେତୃତ୍ୱମାନଙ୍କୁ ଦେଶର ଭବିଷ୍ୟତ ଗଠନ ପାଇଁ ସେମାନଙ୍କର ଚିନ୍ତାଧାରାରେ ଯୋଗଦାନ କରିବା ସହିତ ନୀତି ନିର୍ଦ୍ଧାରକ, ଜାତୀୟ ଏବଂ ବିଶ୍ୱସ୍ତରୀୟ ବିଶେଷଜ୍ଞ ମାନଙ୍କ ସହ ସିଧାସଳଖ ଯୋଗାଯୋଗ କରିବାର ସୁଯୋଗ ପ୍ରଦାନ କରିବ। ଦେଶର ଯୁବ ନେତୃତ୍ୱମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପାଖାପାଖି ୩୦ ଲକ୍ଷ ଯୁବକଯୁବତୀଙ୍କ ଭାଗିଦାରୀରେ ବିକଶିତ ଭାରତ ବିଷୟରେ ନିଜର ଧାରଣା ଉପସ୍ଥାପନ କରିଛନ୍ତି।

ସମଗ୍ର ଦେଶର ସବୁଠାରୁ ଆଶାଜନକ ମତଗୁଡ଼ିକୁ ଚିହ୍ନଟ କରିବା ଏବଂ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଯୋଗ୍ୟତା ଭିତ୍ତିକ, ବହୁସ୍ତରୀୟ ଚୟନ ପ୍ରକ୍ରିୟା ଅନୁସରଣ କରି ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପରେ ଅଂଶଗ୍ରହଣ କରିବା ପାଇଁ ସମୁଦାୟ ୩୦୦୦ ଦକ୍ଷ ଏବଂ ଉତ୍ସାହୀ ଯୁବକଙ୍କୁ ଚୟନ କରାଯାଇଛି। ଚୟନ ପ୍ରକ୍ରିୟାରେ ତିନୋଟି ପର୍ଯ୍ୟାୟ ରହିଥିଲା। ପ୍ରଥମ ପର୍ଯ୍ୟାୟ, ବିକଶିତ ଭାରତ କୁଇଜ୍, ଏକ ଦେଶବ୍ୟାପୀ ଅନଲାଇନ୍ ପଦକ୍ଷେପ ଥିଲା ଯାହା ଗତ ଦଶନ୍ଧି ମଧ୍ୟରେ ଭାରତର ସଫଳତା ବିଷୟରେ ଅଂଶଗ୍ରହଣକାରୀଙ୍କ ଜ୍ଞାନ ଏବଂ ସଚେତନତା ପରୀକ୍ଷା କରିଥିଲା। ଅନ୍ତର୍ଭୁକ୍ତୀକରଣକୁ ସୁନିଶ୍ଚିତ କରିବା ପାଇଁ ୧୨ଟି ଭାଷାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଖାପାଖି ୩୦ ଲକ୍ଷ ଯୁବକ ଅଂଶଗ୍ରହଣ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ, ବିକଶିତ ଭାରତ ପ୍ରବନ୍ଧରେ ଯୋଗ୍ୟ ପ୍ରତିଯୋଗୀମାନେ “ବିକଶିତ ଭାରତର ଦୃଷ୍ଟିକୋଣ” ସହିତ ସମନ୍ୱିତ ୧୦ଟି ବଛା ବଛା ମୁଖ୍ୟ ବିଷୟବସ୍ତୁ ଉପରେ ସେମାନଙ୍କର ଧାରଣା ପ୍ରକାଶ କରିଥିଲେ। ରାଜ୍ୟ ଏଜେନ୍ସିଦ୍ୱାରା ନିଯୁକ୍ତ ଶିକ୍ଷାବିତ୍ ଏବଂ ପେସାଦାରମାନଙ୍କ ଦ୍ୱାରା ୨ ଲକ୍ଷରୁ ଅଧିକ ପ୍ରବନ୍ଧ ଦାଖଲ ଏବଂ ମୂଲ୍ୟାଙ୍କନ କରାଯାଇଥିଲା। ଶେଷରେ ତୃତୀୟ ପର୍ଯ୍ୟାୟରେ ବିକଶିତ ଭାରତ ଷ୍ଟେଟ୍ ଭିଜନ ଡେକ୍ ଚ୍ୟାଲେଞ୍ଜ, ଅଂଶଗ୍ରହଣକାରୀମାନଙ୍କୁ ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ସେମାନଙ୍କର ପ୍ରବନ୍ଧ ଉପସ୍ଥାପନ କରିବାକୁ ଅନୁମତି ମିଳିଥିଲା, ନେତୃତ୍ୱ ସଂଚାଳକଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯାଇଥିଲା, ଯେଉଁମାନେ ନେତୃତ୍ୱ ନେବା ଏବଂ ସହଯୋଗ କରିବାର କ୍ଷମତାର ମୂଲ୍ୟାଙ୍କନ କରିଥିଲେ।

ମନୋନୀତ ୩୦୦୦ ପ୍ରତିଯୋଗୀଙ୍କ ମଧ୍ୟରେ ରାଜ୍ୟ ଚାମ୍ପିୟନଶିପର ଶ୍ରେଷ୍ଠ ୫୦୦ ଦଳକୁ ପ୍ରତିନିଧିତ୍ୱ କରୁଥିବା ବିକଶିତ ଭାରତ ଟ୍ରାକରୁ ୧୫୦୦ ପ୍ରତିଯୋଗୀ ଅଛନ୍ତି; ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଏବଂ ଯୁବ ଉଦ୍ଭାବକମାନଙ୍କ ଦ୍ୱାରା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଉଦ୍ଭାବନ ବିଷୟବସ୍ତୁ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀ ମାଧ୍ୟମରେ ଚୟନ କରାଯାଇଥିବା ପାରମ୍ପରିକ ଟ୍ରାକକୁ ୧୦୦୦; ଏବଂ ୫୦୦ ପାଥ୍ବ୍ରେକରମାନଙ୍କୁ ଦଶଟି ବିଷୟଗତ ଟ୍ରାକରେ ସେମାନଙ୍କର ଅଭୂତପୂର୍ବ ଅବଦାନ ପାଇଁ ଆମନ୍ତ୍ରିତ କରାଯାଇଛି। ଅଂଶଗ୍ରହଣକାରୀମାନେ ନିଜ ନିଜ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଦ୍ୱାରା ଭବ୍ୟ ବିଦାୟ ଗ୍ରହଣ କରି ଭାରତ ମଣ୍ଡପମରେ ସେମାନଙ୍କର ଅଭିନବ ଚିନ୍ତାଧାରା ପ୍ରଦର୍ଶନ କରିବାକୁ ଯାଉଛନ୍ତି, ଯାହା ଯୁବ ନେତୃତ୍ୱର ଏକ ଐତିହାସିକ ସମନ୍ୱୟ ଏବଂ ଏକ ବିକଶିତ ଭାରତ ପାଇଁ ଏକ ଦୃଷ୍ଟିକୋଣକୁ ଚିହ୍ନିତ କରିବ।

ପ୍ରତି ଦିନର ପ୍ରମୁଖ ଆକର୍ଷଣ

ଜାନୁଆରୀ ୧୦, ୨୦୨୫ – ବିଷୟଗତ ଉପସ୍ଥାପନା, ଭ୍ରମଣ ଏବଂ ସାଂସ୍କୃତିକ ଅନୁଭୂତି ସହିତ ସଂଳାପ ଯାତ୍ରାର ଶୁଭାରମ୍ଭ

୨୦୨୫ ଜାନୁଆରୀ ୧୦ ତାରିଖରେ ଏକ ରୋମାଞ୍ଚକର କାର୍ଯ୍ୟକ୍ରମ ସହ ଆରମ୍ଭ ହେବ ବିକ୍ଷିତ ଭାରତ ଯୁବ ନେତୃତ୍ୱ ସଂଳାପ ୨୦୨୫। ପ୍ରତିଯୋଗୀମାନେ ୧୦ଟି ଚିହ୍ନିତ ବିଷୟବସ୍ତୁ ଉପରେ ଧ୍ୟାନ କେନ୍ଦ୍ରିତ କରି ବିଷୟଗତ ଉପସ୍ଥାପନା ଏବଂ ପ୍ରତିଯୋଗିତାରେ ନିୟୋଜିତ ହେବେ:

– ବିକଶିତ ଭାରତ ପାଇଁ ବୈଷୟିକ ଜ୍ଞାନକୌଶଳ
– ବିକାଶ ବି ବିରାଶତ ଭି
– ବିକଶିତ ଭାରତ ପାଇଁ ଯୁବବର୍ଗଙ୍କୁ ସଶକ୍ତ କରିବା
– କୃଷିକ୍ଷେତ୍ରରେ ଉତ୍ପାଦକତା ବୃଦ୍ଧି
– ଭାରତକୁ ବିଶ୍ୱର ଷ୍ଟାର୍ଟଅପ୍ ରାଜଧାନୀରେ ପରିଣତ କରିବା
– ଭାରତକୁ ଏକ କ୍ରୀଡ଼ା ଓ ଫିଟ୍ ରାଷ୍ଟ୍ର ରେ ପରିଣତ କରିବା
– ଭାରତକୁ ବିଶ୍ୱ ଉତ୍ପାଦନ ଶକ୍ତି ରେ ପରିଣତ କରିବା
– ଭାରତକୁ ଏକ ସ୍ଥାୟୀ ଭବିଷ୍ୟତ ଆଡକୁ ଆଗେଇ ନେଉଛି
– ଭବିଷ୍ୟତ ପାଇଁ ଭିତ୍ତିଭୂମି ନିର୍ମାଣ କରିବା
– ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ସୂଚକାଙ୍କରେ ଉନ୍ନତି ଆଣିବା।

ଅପରାହ୍ନରେ ଚିତ୍ରାଙ୍କନ, କାହାଣୀ ଲିଖନ, ସଙ୍ଗୀତ, ନୃତ୍ୟ, ବକ୍ତୃତା ଓ କବିତା ସମେତ ବିଭିନ୍ନ ସୃଜନଶୀଳ ପ୍ରତିଯୋଗିତା ଅନୁଷ୍ଠିତ ହେବ, ଯେଉଁଥିରେ ପ୍ରତିଯୋଗୀମାନେ ବିକଶିତ ଭାରତ ପାଇଁ ନିଜର ଦୃଷ୍ଟିଭଙ୍ଗୀ ପ୍ରକାଶ କରିପାରିବେ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭଳି ଐତିହାସିକ ସ୍ଥାନକୁ ଭାରତର ଇତିହାସ ଓ ଶାସନ ସହିତ ଗଭୀର ସମ୍ପର୍କ ସ୍ଥାପନ କରି ସମୃଦ୍ଧ ଭ୍ରମଣ ଆରମ୍ଭ କରିବେ।

କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ସନ୍ଧ୍ୟାର କାର୍ଯ୍ୟକ୍ରମ ଶେଷ ହେବ। ଏହି ଅନନ୍ୟ ସୁଯୋଗ ଅଂଶଗ୍ରହଣକାରୀମାନଙ୍କୁ ଏକ ସହଜ, ଅନୌପଚାରିକ ପରିବେଶରେ ନୀତି ନିର୍ଦ୍ଧାରଣକାରୀଙ୍କ ସହ ସିଧାସଳଖ ବାର୍ତ୍ତାଳାପ କରିବାକୁ ସକ୍ଷମ କରିବ, ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରସଙ୍ଗଉପରେ ଅର୍ଥପୂର୍ଣ୍ଣ ଆଲୋଚନା ଏବଂ ସହଯୋଗକୁ ଉତ୍ସାହିତ କରିବ । ଏହି ବ୍ୟକ୍ତିଗତ ଭାବ ବିନିମୟ ଯୁବକମାନଙ୍କ ଆକାଂକ୍ଷା ଏବଂ ସରକାରୀ କାର୍ଯ୍ୟମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବ, ଯାହା ଭାରତର ପ୍ରଗତି ଏବଂ ଅଭିବୃଦ୍ଧିରେ ଯୋଗଦାନ କରୁଥିବା ପ୍ରଭାବଶାଳୀ ବାର୍ତ୍ତାଳାପକୁ ପ୍ରୋତ୍ସାହିତ କରିବ।

ଜାନୁଆରୀ ୧୧, ୨୦୨୫ – ବୌଦ୍ଧିକ ନିୟୋଜନ ଏବଂ ସାଂସ୍କୃତିକ ଉତ୍ସବର ଦିବସ
କେନ୍ଦ୍ର ଶ୍ରମ ଓ ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଏବଂ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ଼ସେଙ୍କ ନେତୃତ୍ବରେ ଅନୁଷ୍ଠିତ ଉଦଘାଟନୀ ଅଧିବେଶନରେ ମନ୍ତ୍ରଣାଳୟର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବେ। ଏହାପରେ ପ୍ଲେନାରି ଅଧିବେଶନ ଆରମ୍ଭ ହେବ ଯେଉଁଥିରେ ଆନନ୍ଦ ମହିନ୍ଦ୍ରା (ଅଧ୍ୟକ୍ଷ, ମହିନ୍ଦ୍ରା ଗ୍ରୁପ୍) ଏବଂ ଶ୍ରୀ ଜଣ୍ଟି ରୋଡ୍ସ (ଅନ୍ତର୍ଜାତୀୟ କ୍ରିକେଟର) ଙ୍କ ଭଳି ବିଶିଷ୍ଟ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିବେ। ଏହି ଭବ୍ୟ ଉଦଘାଟନ କାର୍ଯ୍ୟକ୍ରମ ପାଇଁ ବିଷୟ ନିର୍ଦ୍ଧାରଣ କରିବ, ଅଂଶଗ୍ରହଣକାରୀମାନଙ୍କୁ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହ ସିଧାସଳଖ ଯୋଡ଼ିହେବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ, ଯେଉଁମାନେ ସେମାନଙ୍କୁ ସମଗ୍ର କାର୍ଯ୍ୟକ୍ରମରେ ପ୍ରେରଣା ଏବଂ ଦିଗ୍‍ଦର୍ଶନ ଦେବେ।

ପ୍ଲେନାରୀ ଅଧିବେଶନ ପରେ ପ୍ରତିଯୋଗୀମାନେ ୧୦ଟି ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବେ ଯେଉଁଠାରେ ୧୦ଟି ଚିହ୍ନିତ ବିଷୟବସ୍ତୁ ଉପରେ ଆଲୋଚନା କରାଯିବ। ଏସ୍ ସୋମନାଥ, ପୱନ ଗୋଏଙ୍କା, ଅମିତାଭ କାନ୍ତ, ସଚିନ ବଂଶଲ, ରୋନି ସ୍କ୍ରୁଭାଲା, ଆନନ୍ଦ କୁମାର, ରିତେଶ ଅଗ୍ରଓ୍ଵାଲ, ବାଇଚୁଙ୍ଗ ଭୁତିଆ, ସୁଚାଭି ରାଜାୱତ, କଳ୍ପନା ସରୋଜଙ୍କ ପରି ପରାମର୍ଶଦାତା ଏବଂ କ୍ଷେତ୍ର ବିଶେଷଜ୍ଞଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆଲୋଚନାରେ ସ୍ଥାୟୀତା, କୃଷି, ଉତ୍ପାଦନ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ।

ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୁନ୍ଦର ଭାବରେ ପ୍ରଦର୍ଶିତ କରୁଥିବା ଏକ ଜୀବନ୍ତ ଉତ୍ସବ ‘କଲର୍ସ ଅଫ୍ ବିକଶିତ ଭାରତ’ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ହେବ। ଏହି ଭବ୍ୟ କାର୍ଯ୍ୟକ୍ରମରେ ଭାରତର ବିବିଧ ସାଂସ୍କୃତିକ ନୃତ୍ୟକୁ ପ୍ରଦର୍ଶିତ କରି ପାରମ୍ପରିକ ଏବଂ ଆଧୁନିକ ପରିବେଷଣର ଏକ ଆଶ୍ଚର୍ଯ୍ୟଜନକ ମିଶ୍ରଣ ଦେଖିବାକୁ ମିଳିବ। ଦେଶର ସାଂସ୍କୃତିକ ବିବିଧତା, ଏକତା ଏବଂ ପ୍ରଗତି ଉପରେ ଆଲୋକପାତ କରି ଭାରତର ପରିଚୟକୁ ନିର୍ଦ୍ଧାରଣ କରୁଥିବା ଜୀବନ୍ତ ପରମ୍ପରା, କଳା ଶୈଳୀ ଏବଂ ମୂଲ୍ୟବୋଧର ଏକ ଉଜ୍ଜ୍ୱଳ ଝଲକ ପ୍ରଦାନ ସହିତ ଏହି କାର୍ଯ୍ୟକ୍ରମ “ଏକ ଭାରତ, ଶ୍ରେଷ୍ଠ ଭାରତ”ର ସାରକୁ ସୂଚିତ କରିବ। ଲୋକନୃତ୍ୟ ଓ ଶାସ୍ତ୍ରୀୟ ସଙ୍ଗୀତଠାରୁ ଆରମ୍ଭ କରି ଅତ୍ୟାଧୁନିକ ଭିଜୁଆଲ ଇଫେକ୍ଟ ପର୍ଯ୍ୟନ୍ତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିବ ଏବଂ ଭାରତର ଐତିହାସିକ ପରମ୍ପରାର ଭବିଷ୍ୟତ ଆକାଂକ୍ଷା ସହିତ ଏକ ବିକଶିତ ଭାରତ ହେବାର ଆକାଂକ୍ଷାର ନିରବଚ୍ଛିନ୍ନ ସମନ୍ୱୟର ପ୍ରତୀକ ହେବ।

ଏହାବ୍ୟତୀତ ଜାନୁଆରୀ ୧୧ ଓ ୧୨ ତାରିଖରେ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟର ଯୁବ-କେନ୍ଦ୍ରୀୟ ପଦକ୍ଷେପକୁ ପ୍ରଦର୍ଶିତ କରି ବିକଶିତ ଭାରତ ପ୍ରଦର୍ଶନୀ ପ୍ରଦର୍ଶିତ ହେବ। ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟୋଗ ଏବଂ ସଂସ୍କୃତି କ୍ଷେତ୍ରରେ ସୁଯୋଗ ଥିବା ଅଂଶଗ୍ରହଣକାରୀମାନଙ୍କୁ ନିୟୋଜିତ କରିବା ପାଇଁ ଏହା ଅଭିଜ୍ଞତା ପ୍ରଦାନ କରିବ। ଏହି ରାଜ୍ୟ ପ୍ରଦର୍ଶନୀରେ ପ୍ରତ୍ୟେକ ରାଜ୍ୟର ପଦକ୍ଷେପ ପ୍ରଦର୍ଶିତ ହେବ ଏବଂ ମନ୍ତ୍ରଣାଳୟ ପ୍ରଦର୍ଶନୀରେ ଯୁବ ବିକାଶ, ନେତୃତ୍ୱ, ନବସୃଜନ ଏବଂ ପ୍ରଶାସନିକ ଅଂଶଗ୍ରହଣକୁ ସମର୍ଥନ କରୁଥିବା ସରକାରୀ ଯୋଜନାଗୁଡ଼ିକ ଉପରେ ଆଲୋକପାତ କରାଯିବ।

ଜାନୁଆରୀ ୧୨, ୨୦୨୫ – ଆସନ୍ତାକାଲିର ରୂପ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭାରତର ଭବିଷ୍ୟତ ପାଇଁ ଯୁବକମାନେ ଶିଳାନ୍ୟାସ ଚିନ୍ତାଧାରା ଏବଂ ଦୃଷ୍ଟିକୋଣ ଉନ୍ମୋଚନ କରିବେ

ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଏବଂ ଯୁବ ସଶକ୍ତୀକରଣର ତାଙ୍କ ସ୍ଥାୟୀ ପରମ୍ପରାକୁ ସମ୍ମାନ ଜଣାଇ ଜାନୁଆରୀ ୧୨ ତାରିଖକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଥିବା ଅନ୍ତିମ ଦିନ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କ ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ହେବ। ଏହି ଦିବସରେ କାର୍ଯ୍ୟକ୍ରମର ବହୁ ପ୍ରତୀକ୍ଷିତ ଭାଗ ଦେଖିବାକୁ ମିଳିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କଫି ଟେବୁଲ ପୁସ୍ତକକୁ ଉଦଘାଟନ କରିବେ, ଯେଉଁଥିରେ ଚିହ୍ନଟ ହୋଇଥିବା ୧୦ଟି ବିଷୟବସ୍ତୁରୁ ଶ୍ରେଷ୍ଠ ପ୍ରବନ୍ଧଗୁଡ଼ିକର ସଂକଳନ ରହିବ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଜାତୀୟ ପ୍ରଗତି ଓ ବିକାଶର ଏକ ସାଧାରଣ ଦୃଷ୍ଟିକୋଣ ଅଧୀନରେ ଭାରତର ଯୁବକମାନଙ୍କୁ ପ୍ରେରଣା ଓ ଏକଜୁଟ କରିବା ପାଇଁ ନିର୍ମିତ ଏକ ଶକ୍ତିଶାଳୀ ସଙ୍ଗୀତ ପୁସ୍ତକ ଯୁବ ସଂଗୀତର ମଧ୍ୟ ଶୁଭାରମ୍ଭ କରିବେ।

ଏହି ଦିବସରେ ୧୦ଟି ପ୍ରଭାବଶାଳୀ ଉପସ୍ଥାପନା ପ୍ରଦର୍ଶିତ ହେବ, ଯେଉଁଥିରେ ଭାରତର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ୧୦ଟି ପ୍ରମୁଖ ବିଷୟଗତ କ୍ଷେତ୍ର ମଧ୍ୟରୁ ଗୋଟିଏକୁ ପ୍ରତିନିଧିତ୍ୱ କରାଯିବ, ଯାହା ଭାରତର ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପିତ ହେବ।

ଅଂଶଗ୍ରହଣକାରୀମାନଙ୍କୁ ଦେଶର ସର୍ବୋଚ୍ଚ ନେତାଙ୍କ ସହ ବ୍ୟକ୍ତିଗତ ବାର୍ତ୍ତାଳାପ କରିବାର ଏକ ଉତ୍ତମ ସୁଯୋଗ ପ୍ରଦାନ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ସହ ଅଂଶଗ୍ରହଣକାରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ମଧ୍ୟ ବ୍ୟବସ୍ଥା କରାଯିବ। ଏହି ଅନ୍ତରଙ୍ଗ ପରିବେଶ ଯୁବପିଢ଼ିଙ୍କୁ ଏକ ବିକଶିତ ଭାରତ ପାଇଁ ସେମାନଙ୍କର ଚିନ୍ତାଧାରା ଏବଂ ଆକାଂକ୍ଷା ବିଷୟରେ ଆଲୋଚନା କରିବାକୁ ଅନୁମତି ଦେବ, ଯାହା କି ଯୁବକମାନଙ୍କ ମଧ୍ୟରେ ନେତୃତ୍ୱ ଏବଂ ଦାୟିତ୍ୱବୋଧର ଭାବନାକୁ ପ୍ରୋତ୍ସାହିତ କରିବ।

ମଧ୍ୟାହ୍ନ ଭୋଜନ ପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହେବାକୁ ଥିବା ଗ୍ରାଣ୍ଡ ପ୍ଲେନାରୀ ଅଧିବେଶନ ଏହି ଦିନର କେନ୍ଦ୍ରବିନ୍ଦୁ ହେବ। ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ ଏବଂ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଏକାଠି ହୋଇଥିବା ଯୁବକମାନଙ୍କୁ ଉତ୍ସାହିତ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ଯୁବ ଉତ୍ସବରେ ଭାଗ ନେଉଥିବା ଓଡ଼ିଶା ରାଜ୍ୟ ଯୁବ ପ୍ରତିନିଧି ଦଳର ସଫଳତା କାମନା କଲେ ରାଜ୍ୟପାଳ

ଭୁବନେଶ୍ୱର: ଚଳିତ ଜାନୁଆରୀ ମାସରେ ନୂଆ ଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ଯୁବ ଉତ୍ସବରେ ଅଂଶ ଗ୍ରହଣ କରୁଥିବା ୭୫ ଜଣିଆ ଓଡ଼ିଶା ଯୁବ ପ୍ରତିନିଧି ଦଳର ସଫଳତା କାମନା କରିଛନ୍ତି ରାଜ୍ୟପାଳ ଡ଼ ହରି ବାବୁ କମ୍ଭମ୍‌ପାଟି। ଜାନୁଆରୀ ୭ ତାରିଖ ମଙ୍ଗଳବାର ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଯୁବ ପ୍ରତିନିଧି ଦଳକୁ ସମ୍ବୋଧିତ କରି ସେମାନେ ଗର୍ବ ସହକାରେ ଦୃଢ଼ ମନୋବଳ ନେଇ ଜାତୀୟ ଯୁବ ଉତ୍ସବରେ ଅଂଶ ଗ୍ରହଣ କରି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିବାକୁ ରାଜ୍ୟପାଳ ଅନୁପ୍ରେରିତ କରିଥିଲେ।

ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ବିକଶିତ ଭାରତ ଏକ ପରିକଳ୍ପନା ନୁହେଁ, ବଂର ଏହା ଏକ ସାମୁହିକ ଅଭିଯାନ। ଭାରତ ସ୍ୱାଧିନତାର ୧୦୦ ବର୍ଷ ପୂରଣ ପରିପ୍ରେକ୍ଷୀରେ ୨୦୪୭ ମସିହା ସୁଦ୍ଧା ଆମେ ବିକଶିତ ଭାରତ ଆଡ଼କୁ ଗତି କରୁଛୁ। ଏକ ବିକଶିତ ଭାରତ ପାଇଁ ଯୁବ ସମୁଦାୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯୁବକମାନେ ହେଉଛନ୍ତି ଭବିଷ୍ୟତର ନିର୍ମାତା। ଏ କ୍ଷେତ୍ରରେ ଯୁବବର୍ଗର ଅଂଶ ଗ୍ରହଣ ଓଡ଼ିଶାକୁ ଗର୍ବିତ କରିବା ସହିତ ଜାତୀୟ ଅଭ୍ୟୁଦୟକୁ ସୁଦୃଢ଼ କରିବ ବୋଲି ରାଜ୍ୟପାଳ କହିଥିଲେ।

ଭାରତର ଭବିଷ୍ୟତ ନିର୍ମାଣରେ ଯୁବ ବର୍ଗର ସଂପୃକ୍ତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟିଭଙ୍ଗୀ ସହିତ ଜାତୀୟ ଯୁବ ଉତ୍ସବର ପ୍ରାସଙ୍ଗିକତା ରହିଛି। ଓଡ଼ିଶାର ଯୁବକମାନେ ନିଜର ପ୍ରତିଭା, ସୃଜନଶୀଳତା ଏବଂ ଦୃଢ଼ ଇଚ୍ଛାଶକ୍ତି ପାଇଁ ଅନ୍ୟମାନଙ୍କୁ ସବୁବେଳେ ଅନୁପ୍ରାଣିତ କରିଆସୁଛନ୍ତି। ଏଣୁ ଜାତୀୟ ଯୁବ ଉତ୍ସବରେ ଓଡ଼ିଶାର ଯୁବପ୍ରତିନିଧି ଦଳ ଭଲ ପ୍ରଦର୍ଶନ କରିବା ସହିତ ଦେଶର ଅନ୍ୟ ରାଜ୍ୟରୁ ଆସିଥିବା ପ୍ରତିନିଧିଙ୍କ ସହ ବନ୍ଧୁତ୍ୱ ବୃଦ୍ଧି କରି ଉତ୍ସବରେ ସ୍ୱତନ୍ତ୍ର ଛାପ ଛାଡ଼ି ଆସିବେ ବୋଲି ରାଜ୍ୟପାଳ ଆଶା ପୋଷଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବକ୍ତବ୍ୟ ପ୍ରଦାନ କରି ଯୁବ ପ୍ରତିନିଧି ଦଳକୁ ଉତ୍ସାହିତ କରିଥିଲେ। କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାଷ୍କର ଜ୍ୟୋତି ଶର୍ମା ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦକ୍ଷତା ଓ ଉତ୍ତରଦାୟିତ୍ଵକୁ ନେଇ ସହରାଞ୍ଚଳ ଶାସନ ଉପରେ ରିଫ୍ରେସର ତାଲିମ ଆରମ୍ଭ

ଭୁବନେଶ୍ବର: ରାଜ୍ୟ ସହରାଞ୍ଚଳ ବିକାଶ ଏଜେନ୍ସି (SUDA) ଓଡିଶାର ସମସ୍ତ ୧୧୫ ପୌର ସଂସ୍ଥା (ULBs)ରେ କାର୍ଯ୍ୟ କରୁଥିବା କମ୍ୟୁନିଟି ସଂଗଠକ, ଏମ୍.ଆଇ. ଏସ୍ ପ୍ରଫେସନାଲ / କନସଲଟାଣ୍ଟ ଏବଂ ଆକାଉଣ୍ଟାଣ୍ଟଙ୍କ ପାଇଁ “ସହରୀ ଶାସନ” ଉପରେ ଏକ ରିଫ୍ରେସର ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ତୃଣମୂଳ ସ୍ତରରେ ସହରୀ ଶାସନ ଏବଂ ଦକ୍ଷତା ବୃଦ୍ଧି ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରତିବଦ୍ଧତା ଅଧୀନରେ ଏହି ତାଲିମ ଏକ ପ୍ରମୁଖ ପଦକ୍ଷେପ।

ଅଂଶଗ୍ରହଣକାରୀମାନଙ୍କ ସହିତ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଆଲୋଚନା ପ୍ରସଙ୍ଗରେ ବିକଶିତ ଓଡ଼ିଶା @ ୨୦୩୬ ଏବଂ ବିକଶିତ ଭାରତ @ ୨୦୪୭ ର ଦୂରଦୃଷ୍ଟି ହାସଲ କରିବାରେ ସାମୂହିକ ଉଦ୍ୟମ ତଥା ଉତ୍ସର୍ଗୀକୃତତାର ମୁଖ୍ୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ନାଗରିକ-କେନ୍ଦ୍ରିକ ପଦକ୍ଷେପ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ।

ପୌର ସଂସ୍ଥା ଗୁଡିକର କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବାରେ କାର୍ଯ୍ୟରତ ଗୋଷ୍ଠୀ ସଂଗଠକ ଓ ବୈଷୟିକ କର୍ମଚାରୀ ମାନଙ୍କର ଭୂମିକାକୁ ଶ୍ରୀମତୀ ପାଢ଼ୀ ପ୍ରଶଂସା କରିଥିଲେ। ସହରାଞ୍ଚଳ ଭିତ୍ତିଭୂମିରେ ଉନ୍ନତି ଆଣିବା, ସ୍ୱଚ୍ଛତା ବୃଦ୍ଧି ଏବଂ ଓଡ଼ିଶାର ସହର ଏବଂ ସହରଗୁଡ଼ିକରେ ଅନ୍ତର୍ଭୂକ୍ତ ଅଭିବୃଦ୍ଧି ସୁନିଶ୍ଚିତ କରିବାରେ ଦିଗରେ ଅଂଶଗ୍ରହଣକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସହରୀ ଶାସନ କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସ, ପରିଚାଳନା ସୂଚନା ପ୍ରଣାଳୀର ପ୍ରଭାବଶାଳୀ ବ୍ୟବହାର, ଆର୍ଥିକ ପରିଚାଳନା ଏବଂ ସମ୍ପ୍ରଦାୟର ଅଂଶଗ୍ରହଣ ଉପରେ ଅଧିବେଶନରେ ବିଶେଷ ଭାବରେ ଆଲୋଚନା କରିଥିଲେ।

ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ଆତ୍ମନିର୍ଭରଶୀଳ ହେବା ଏବଂ ସମସ୍ତ ସହରୀ ବାସିନ୍ଦାଙ୍କ ପାଇଁ ଏକ ଉଚ୍ଚ ମାନର ଜୀବନ ସୁନିଶ୍ଚିତ କରିବା ପାଇଁ ପୌରାଞ୍ଚଳ ଗୁଡିକୁ ସଶକ୍ତ କରିବାର ଲକ୍ଷ୍ୟ ସହିତ ସମାନ ଅଟେ। ଓଡିଶାର ବିକାଶ ପଥରେ ମୂଳଦୁଆ ଭାବରେ ସହରୀ ଶାସନରେ ନବସୃଜନ, ଦକ୍ଷତା ଏବଂ ଉତ୍ତରଦାୟିତ୍ୱ ଚଳାଇବା ପାଇଁ ବିଭାଗ ପ୍ରତିବଦ୍ଧ ରହିଛି।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ତଥା ପିଡି, ସୁଡା ରବିନ୍ଦ୍ର ସାହୁ, ଅତିରିକ୍ତ ଶାସନ ସଚିବ ସୌରିନ୍ଧ୍ର ରାଉତରାୟ, ଯୁଗ୍ମ ଶାସନ ସଚିବ ସରୋଜ କୁମାର ଦାସ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

୨୦୨୫ରେ ଆମେ ବିକଶିତ ଭାରତର ସ୍ୱପ୍ନ ସାକାର କରିବା ପାଇଁ ଦୃଢ଼ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ରେ ହାସଲ ହୋଇଥିବା ସଫଳତା ଉପରେ ଖୁସି ପ୍ରକାଶ କରି କହିଛନ୍ତି ଯେ, ସରକାର ୨୦୨୫ରେ ଆହୁରି ଅଧିକ କଠିନ ପରିଶ୍ରମ କରିବାକୁ ଏବଂ ବିକଶିତ ଭାରତର ସ୍ୱପ୍ନ ସାକାର କରିବାକୁ ଦୃଢ଼ ସଂକଳ୍ପବଦ୍ଧ।

ମାଇଗଭ୍‌ଇଣ୍ଡିଆ ଦ୍ୱାରା ଏକ୍ସରେ ପୋଷ୍ଟ କରାଯାଇଥିବା ଏକ ଭିଡିଓ ଉପରେ ପ୍ରତିକ୍ରିୟ।। ଦେଇ ଶ୍ରୀ ମୋଦୀ କହିଛନ୍ତି:

“ସାମୂହିକ ପ୍ରୟାସ ଓ ପରିବର୍ତ୍ତନଶୀଳ ଫଳାଫଳ!

୨୦୨୪ରେ ଅନେକ ଉପଲବ୍ଧି ହାସଲ କରାଯାଇଛି, ଯାହାକୁ ଏହି ଭିଡିଓରେ ଅତି ଚମତ୍କାର ଭାବରେ ଦର୍ଶାଯାଇଛି। ୨୦୨୫ରେ ଆମେ ଆହୁରି ଅଧିକ କଠିନ ପରିଶ୍ରମ କରିବାକୁ ଏବଂ ବିକଶିତ ଭାରତର ଆମର ସ୍ୱପ୍ନ ସାକାର କରିବାକୁ ଦୃଢ଼ ସଂକଳ୍ପବଦ୍ଧ।”

Categories
ଆଜିର ଖବର ଜାତୀୟ ଖବର

‘ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗ’ର ୨୦ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ  

ନୂଆଦିଲ୍ଲୀ/ଭୁବନେଶ୍ୱର: ଏକବିଂଶ ଶତାବ୍ଦୀରେ ଭାରତ ଜ୍ଞାନ ଭିତ୍ତିକ ଅର୍ଥନୀତିର ନେତୃତ୍ୱ ନେବ। ଯେତେବେଳେ ‘ବିକଶିତ ଭାରତ’ର ସ୍ୱପ୍ନ ସାକାର ହେବ, ଏହା କୌଣସି ଗୋଟିଏ ଜାତି କିମ୍ବା ଧର୍ମ ଆଧାରରେ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ପ୍ରଚେଷ୍ଟା ଦ୍ୱାରା ସମ୍ଭବ ହେବ ବୋଲି ବୁଧବାର ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗ (ଏନସିଏମ୍ଇଆଇ) ର ୨୦ତମ ପ୍ରତିଷ୍ଠା ଦିବସ ଓ ସଂଖ୍ୟାଲଘୁ ଅଧିକାର ଦିବସ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି ଯେ, ଆମ ଦେଶର ସମ୍ବିଧାନର ଗୌରବମୟ ୭୫ ବର୍ଷ ପୂର୍ତ୍ତି ହୋଇଛି। ସମ୍ବିଧାନ ହିଁ ଦେଶର ସଂଖ୍ୟାଲଘୁମାନଙ୍କୁ ସମ୍ମାନର ସହ ଜୀବନ ଯାପନ କରିବାର ଅଧିକାର ଦେଇଛି। ଶିକ୍ଷା ମାଧ୍ୟମରେ ସଂଖ୍ୟାଲଘୁମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗ ଗଠନ କରାଯାଇଥିଲା। ଗତ ସାଢ଼େ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ବିନା କୌଣସି ଭେଦଭାବରେ ‘ସବକା ସାଥ-ସବକା ବିକାଶ’ର ମନ୍ତ୍ରୀରେ ପ୍ରତ୍ୟେକ ବଞ୍ଚିତଙ୍କୁ ଆବାସ, ବ୍ୟାଙ୍କ ଆକାଉଣ୍ଟ, ଗ୍ୟାସ ସିଲିଣ୍ଡର, ମାଗଣା ରାସନ ଭଳି ମୌଳିକ ସୁବିଧା ପ୍ରଦାନ କରୁଛନ୍ତି। ଆମ ପାଇଁ କୌଣସି ଜାତି କିମ୍ବା ଧର୍ମ ନାହିଁ ବରଂ ୪ଟି ବର୍ଗ ଗୁରୁତ୍ୱପୂର୍ଣ୍ଣ। ଏହିମାନେ ହେଉଛନ୍ତି ଗରିବ, କୃଷକ, ମହିଳା ଓ ଯୁବକ । ସେମାନଙ୍କର ସମୁଚିତ ବିକାଶ ହିଁ ଆମର ଲକ୍ଷ୍ୟ।

ଜାତୀୟ ଶିକ୍ଷା ନୀତିକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ସମୟର ଆବଶ୍ୟକତା । ଜାତୀୟ ଶିକ୍ଷା ନୀତିର ଦ୍ରୁତ କ୍ରିୟାନ୍ୱୟନ, ଏହି ନୀତି ଅଧୀନରେ ଏନସିଆରଏଫ୍ ଭଳି ଆଧୁନିକ ବିଷୟବସ୍ତୁକୁ ଲାଗୁ କରିବା ପାଇଁ ସଂଖ୍ୟାଲଘୁ ଅନୁଷ୍ଠାନଗୁଡିକୁ ଅଧିକ ସହଯୋଗ କରିବାକୁ ହେବ ।  ଯେତେବେଳେ ଆମେ ପ୍ରତିଭା ବା ଦକ୍ଷତାକୁ ଏକାଡେମିକ୍ କ୍ରେଡିଟରେ ପରିଣତ କରିବୁ, ସେତେବେଳେ ସମସ୍ତଙ୍କ ବିକାଶର ମାର୍ଗ ଫିଟିବ । ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗଙ୍କୁ ସେମାନଙ୍କ ପ୍ରୟାସ ପାଇଁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ସେମାନଙ୍କ ସାଙ୍ଗରେ ଅଛନ୍ତି ବୋଲି ସେ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ସଂସ୍କାର, ପ୍ରଦର୍ଶନ, ରୂପାନ୍ତରଣ ଏବଂ ସୂଚନା ଦେବାକୁ ଗୁରୁତ୍ୱ ଦିଅ: ମୁଖ୍ୟ ସଚିବମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ସଚିବଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ତିନି ଦିନିଆ ସମ୍ମିଳନୀ ୨୦୨୪ ଡିସେମ୍ବର ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ, ଏହି ସମ୍ମିଳନୀର ବଡ଼ ଫାଇଦା ଏହାଯେ ଟିମ୍ ଇଣ୍ଡିଆ ଖୋଲା ମନରେ ଏକ ବିକଶିତ ଭାରତ ପାଇଁ ଏକାଠି ଆଲୋଚନା ଓ କାମ କରିବାକୁ ଆଗେଇ ଆସିଥିଲେ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ, ଜନ ସମର୍ଥନ ସକ୍ରିୟ ଉତ୍ତମ ପ୍ରଶାସନ (ପି୨ଜି୨) ଆମ କାମର ମୂଳଭିତ୍ତି, ଯଦ୍ୱାରା ବିକଶିତ ଭାରତ ଦୃଷ୍ଟିକୋଣ ହାସଲ ହୋଇପାରିବ।

ସମ୍ମିଳନୀରେ ‘ଉଦ୍ୟମିତାକୁ ଗୁରୁତ୍ୱ,ନିଯୁକ୍ତି ଏବଂ କୌଶଳ-ଜନସାଂଖ୍ୟିକ ଲାଭାଂଶର ଲାଭ ଉଠାଇବା’ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ବିଶେଷ କରି ଟାୟର ୨/୩ ସହର ଗୁଡ଼ିକରେ ଷ୍ଟାର୍ଟଅପ୍‌ର ବୃଦ୍ଧିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଏହି ନବପ୍ରବର୍ତ୍ତନକୁ ପ୍ରୋତ୍ସାହିତ କରିବା ସହ ଷ୍ଟାର୍ଟଅପ୍ ପ୍ରତିଷ୍ଠା ସକାଶେ ଉପଯୁକ୍ତ ପରିବେଶ ସୃଷ୍ଟି ପାଇଁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀ କହିଥିଲେ। ଛୋଟ ସହରରେ ଉଦ୍ୟୋଗ ପାଇଁ ସ୍ଥାନ ଚିହ୍ନଟ କରିବା ସହ ସେଗୁଡ଼ିକୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ସଂଯୋଗ କରି ପରିବହନ ସୁବିଧା ଉପଲବ୍ଧ କରାଇବାକୁ ସେ ଗୁରୁତ୍ୱ ଦେଇଥିଲେ।

ଅନେକ ସମୟରେ ନାଗରିକଙ୍କୁ ଉତ୍ପୀଡ଼ନ କରୁଥିବା ବ୍ୟବସ୍ଥାର ଅନୁପାଳନକୁ ସରଳ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ସେ ଅନୁରୋଧ କରିଥିଲେ, ରାଜ୍ୟ ଗୁଡ଼ିକ ପ୍ରଶାସନିକ ମଡେଲରେ ଏପରି ସୁଧାର ଆଣିବା ଉଚିତ, ଯେପରିକି ଜନ ଭାଗିଦାରୀରେ ଅଂଶ ଗ୍ରହଣ ସକାଶେ ଲୋକମାନେ ପ୍ରୋତ୍ସାହିତ ହେବେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ, ସଂସ୍କାର, ପ୍ରଦର୍ଶନ, ରୂପାନ୍ତରଣ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଲୋକଙ୍କୁ ସୂଚନା ଦେବା ଆଦିକୁ ଗୁରୁତ୍ୱ ଦେବା ଜରୁରୀ।

ଚକ୍ରୀୟ ଅର୍ଥବ୍ୟବସ୍ଥା ବାବଦରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଗୋବର୍ଦ୍ଧନ କାର୍ଯ୍ୟକ୍ରମ ଏବେ ବୃହତ ଶକ୍ତି ସମ୍ବଳ ହୋଇଥିବା କହିଥିଲେ। ସେ ଉଲ୍ଲେଖ କରିଥିଲେ, ଏହି ପଦକ୍ଷେପ ବର୍ଜ୍ୟକୁ ସମ୍ପତ୍ତିରେ ପରିଣତ କରିଥିବା ବେଳେ ବୟସ୍କ ଗୋରୁଗାଈଙ୍କୁ ବୋଝ ପରିବର୍ତ୍ତେ ସମ୍ପଦରେ ରୂପାନ୍ତର କରିଛି।

ଇ-ବର୍ଜ୍ୟର ପୁନଃପ୍ରକ୍ରିୟାକରଣ କ୍ଷେତ୍ରରେ ବ୍ୟବହାର୍ଯ୍ୟତା ଗ୍ୟାପ୍ ଫଣ୍ଡିଙ୍ଗର ଅବଧାରଣା ଅନ୍ୱେଷଣ ପାଇଁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ,  ସମାଜରେ ଡାଟା ଏବଂ ପ୍ରଯୁକ୍ତିର ବ୍ୟବହାର ବୃଦ୍ଧି ଯୋଗୁ ଇ-ବର୍ଜ୍ୟ ମଧ୍ୟ ବଢ଼ିବ । ଇ-ବର୍ଜ୍ୟକୁ ଉପଯୋଗୀ ସମ୍ବଳରେ ରୂପାନ୍ତର କରିପାରିଲେ ଏଭଳି ଦ୍ରବ୍ୟର ଆମଦାନୀ ଉପରେ ମଧ୍ୟ ଆମର ନିର୍ଭରଶୀଳତା ହ୍ରାସ ପାଇବ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ, ଭାରତରେ ଫିଟ୍ ଇଣ୍ଡିଆ ଅଭିଯାନରେ ମୋଟାପ୍ପାକୁ ଏକ ଆହ୍ୱାନ ଭାବେ ବିବେଚନା କରାଯାଉ। ସେ କହିଥିଲେ କେବଳ ଏକ ଫିଟ୍ ଏବଂ ହେଲଦି ଇଣ୍ଡିଆ ବିକଶିତ ଭାରତ ହୋଇପାରିବ। ୨୦୨୫ ଶେଷ ସୁଦ୍ଧ ଭାରତ ଯକ୍ଷ୍ମାମୁକ୍ତ ହୋଇପାରିବ ବୋଲି ସେ କହିଥିଲେ। ଏହି ଲକ୍ଷ୍ୟ ହାସଲ ଦିଗରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ପୁରୁଣା ପାଣ୍ଡୁଲିପି ଭାରତର ସମ୍ପତ୍ତି ଏବଂ ଟେକ୍ନୋଲୋଜି ସହାୟତାରେ ଏହାର ଡିଜିଟାଲୀକରଣ କରାଯିବା ଉଚିତ। ରାଜ୍ୟ ଗୁଡ଼ିକ ଏ ଦିଗରେପ ଦକ୍ଷେପ ନେବା ଆବଶ୍ୟକ। ପିଏମ ଗତିଶକ୍ତିକୁ ପ୍ରଶଂସା ଅବସରରେ ଏହା ଉତ୍ତମ ପ୍ରଶାସନର ଆଧାର ହୋଇଛି ବୋଲି ସେ କହିଥିଲେ। ନିୟମିତ ଏହାର ସମୀକ୍ଷା ହେବା ଉଚିତ ଏବଂ ପର୍ଯ୍ୟାବରଣୀୟ ପ୍ରଭାବର ସଙ୍କେତକ ହେବା ଆବଶ୍ୟକ, ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ସ୍ଥାନ ଏହାର ଅନ୍ତର୍ଭୁକ୍ତ ହେବା ଉଚିତ ବୋଲି ମଧ୍ୟ ସେ କହିଥିଲେ।

ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ କାର୍ଯ୍ୟକ୍ରମ ସମ୍ପର୍କରେ ସେ କହିଥିଲେ, ଏସବୁ ବ୍ଳକ ଓ ଜିଲ୍ଲା ଗୁଡ଼ିକରେ ସୁଦକ୍ଷ ଅଫସର ମୁତୟନ ହେଲେ ତଳସ୍ତରରେ ବ୍ୟାପକ ପରିବର୍ତ୍ତନ ଆଣିପାରିବେ। ଏହା ମଧ୍ୟ ସାମାଜିକ-ଅର୍ଥନୈତିକ ଲାଭ ଦିଗକୁ ଅଗ୍ରସର କରାଇବ।

ସହର ଗୁଡ଼ିକର ବିକାଶ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଦୃଢ଼ ଭାବେ ମାନବ ସମ୍ବଳର ବିକାଶ ଉପରେ ଜୋର୍ ଦେଇଥିଲେ, ଆର୍ଥିକ ଅଭିବୃଦ୍ଧିର କେନ୍ଦ୍ର ଭାବେ ସହର ଗୁଡ଼ିକର ବିକାଶ କରିବ। ବିଶେଷ କରି ସହରାଞ୍ଚଳର ପ୍ରଶାସନ, ଜଳ ଓ ପରିବେଶ ପରିଚାଳନା ଦିଗରେ ସ୍ୱତନ୍ତ୍ର ଭାବେ ଇନଷ୍ଟିଚ୍ୟୁଟଗୁଡ଼ିକର ବିକାଶ ପାଇଁ ସେ ଗୁରୁତ୍ୱ ଦେଇଥିଲେ। ସହରାଞ୍ଚଳ ଗତିଶୀଳତା ବୃଦ୍ଧି ପାଉଥିବାରୁ ଯଥେଷ୍ଟ ସହରାଞ୍ଚଳ ଆବାସୀକରଣ ସୃଷ୍ଟିକୁ ସେ ଗୁରୁତ୍ୱ ଦେଇଥିଲେ। ଏହା ନିର୍ମାଣ କ୍ଷେତ୍ର ଏବଂ ନୂତନ ଔଦ୍ୟୋଗିକ ହବ୍‌ରେ ଉତ୍ପାଦକତା ବୃଦ୍ଧି ଦିଗରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କ ପ୍ରେରଣାର ପ୍ରତୀକ ଭାବେ ବର୍ଣ୍ଣନା କରି ତାଙ୍କୁ ପ୍ରଧାନମନ୍ତ୍ରୀ ସାଲ୍ୟୁଟ କରିଥିଲେ। ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକୀ ଏବଂ ଜଳିତ ବର୍ଷ ତାଙ୍କର ୧୫୦ତମ ଜନ୍ମ ବାର୍ଷିକୀ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, ପରବର୍ତ୍ତୀ ଦୁଇ ବର୍ଷ ଏଥିପାଇଁ ଉତ୍ସବ ମନାଯିବା ଉଚିତ ଏବଂ ତାଙ୍କର ସ୍ୱପ୍ନର ଭାରତ ହାସଲ କରିବା ଦିଗରେ ଆମେ କାମ କରିବା ଆବଶ୍ୟକ।

ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ଦିଗରେ ସମସ୍ତ ଲୋକଙ୍କୁ ସକ୍ରିୟ ଭାଗୀଦାର କରିବା ପାଇଁ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ଉଦାହରଣ ଭାବେ ନେବାକୁ ସେ କହିଥିଲେ। ସ୍ୱାଧୀନତା ସଂଗ୍ରାମରେ ଯେଉଁପରି ସମସ୍ତ କ୍ଷେତ୍ରର ପୁରୁଷ, ମହିଳା ଏବଂ ପିଲାମାନେ ଭାଗ ନେଇଥିଲେ, ସେହିପରି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଭିନ୍ନ ଭିନ୍ନ ପରିସ୍ଥିତି, ବିଚାରଗତ ବିଭେଦତା ସତ୍ତ୍ୱେ ସମସ୍ତ ଭାରତୀୟ କାମ କରିବା ଉଚିତ। ସେ ସମୟର ବୃହତ ଜନଆନ୍ଦୋଳନ ଭାବେ ପରିଚିତ ଦାଣ୍ଡିମାର୍ଚ୍ଚର ୨୫ ବର୍ଷ ପରେ ଭାରତ ସ୍ୱାଧୀନ ହୋଇଥିଲା  ବୋଲି ଉଲ୍ଳେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ସେହିପରି ଆମେ ଯଦି ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ପଣ କରିବା ତେବେ ନିଶ୍ଚିତ ଏହା ହାସଲ କରିପାରିବା।

ସମ୍ମିଳନୀରେ ହୋଇଥିବା ଆଲୋଚନା

ଉଦ୍ୟମିତାକୁ ପ୍ରୋତ୍ସାହନ, ଦକ୍ଷତା ବିକାଶକୁ ବଢ଼ାଇବା, ଭାରତକୁ ମଧ୍ୟମ ଆୟ ବର୍ଗରୁ ଉଚ୍ଚ ଆୟ ବର୍ଗ ଦେଶରେ ରୂପାନ୍ତରିତ କରିବା ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କ ପାଇଁ ସ୍ଥିର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆଦି ପ୍ରସଙ୍ଗ ଉପରେ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଆଲୋଚନା ହୋଇଥିଲା। ଏହିସବୁ ପଦକ୍ଷେପ ମହିଳା କୈନ୍ଦ୍ରିକ ବିକାଶକୁ ମୂଳଭିତ୍ତି କରି ଅର୍ଥନୀତିର ଡ୍ରାଇଭିଂ ହ୍ୱିଲ ଭାବେ ସାବ୍ୟସ୍ତ ହୋଇପାରିବ।

ଭାରତରେ ବିଶେଷ କରି ଛୋଟ ସହରଗୁଡ଼ିକରେ ସେବା କ୍ଷେତ୍ରରେ ଥିବା ସମ୍ଭାବନାକୁ ବ୍ୟବହାର ଦିଗରେ ବହୁମୁଖୀ ଆଭିମୁଖ୍ୟ ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହୋଇଥିଲା। ଏହା ମଧ୍ୟରେ ନୀତିଗତ ହସ୍ତକ୍ଷେପ, ଢାଞ୍ଚାଗତ ବିକାଶ, ଦକ୍ଷତା ବୃଦ୍ଧି ଏବଂ ବ୍ୟାବସାୟିକ ଅନୁକୂଳ ପରିବେଶ ସୃଷ୍ଟି ଆଦି ଅନ୍ତର୍ଭୁକ୍ତ। ଅଣସାଙ୍ଗଠନିକ କ୍ଷେତ୍ରର କୌଶଳୀ ଓ ଔପଚାରୀକରଣ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ସେହିପରି ଗ୍ରାମାଞ୍ଚଳ ଅଣ-କୃଷି କ୍ଷେତ୍ର ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯେପରିକି ସ୍ୱତନ୍ତ୍ର କୌଶଳ ବିକାଶ କୋର୍ସ ଦ୍ୱାରା ଗ୍ରାମାଞ୍ଚଳ ଉଦ୍ୟୋଗକୁ ପୋତ୍ସାହନ। ଏହା ମଧ୍ୟ ଅନୁଭବ ହୋଇଥିଲା ଯେ, ସ୍ୱତନ୍ତ୍ର ପଦକ୍ଷେପ ଦ୍ୱାରା ଅଣ-କୃଷି କ୍ଷେତ୍ରରେ ମହିଳା ଓ ଅବହେଳିତ ଗୋଷ୍ଠୀଙ୍କ ନିଯୁକ୍ତିକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ।

ପ୍ରଗତି ପ୍ଲାଟଫର୍ମ ପ୍ରସଙ୍ଗରେ ମଧ୍ୟ ସମ୍ମିଳନୀରେ ଆଲୋଚନା ହୋଇଥିଲା। ଯାହାର କି ଅନ୍ତିମ ଲକ୍ଷ୍ୟ ନିୟମିତ କଠୋର ସମୀକ୍ଷା ମାଧ୍ୟମରେ ବୁନିଆଦୀ ଢାଞ୍ଚା ପରିଯୋଜନାକୁ ଶେଷ କରିବା ଏବଂ ସୁବ୍ୟବସ୍ଥିତ ଭାବେ ପରିବର୍ତ୍ତନ ଆଣିବା।

ଫ୍ରଣ୍ଟିୟର ଟେକ୍ନୋଲୋଜି ବାବଦରେ ମଧ୍ୟ ସମ୍ମିଳନୀରେ ଏକ ସ୍ୱତନ୍ତ୍ର ଅଧିବେଶନ ହୋଇଥିଲା, ଯାହାକି ବିଭିନ୍ନ କ୍ଷେତ୍ରର ଅଭିସରଣ ଏବଂ ବୈଶ୍ୱିକ ଆହ୍ୱାନର ସମାଧାନ ଦିଗରେ ସହାୟକ ହୋଇଥାଏ। ଏହା ମଧ୍ୟ ଭାରତକୁ ଏହି କ୍ଷେତ୍ରରେ ନେତୃତ୍ୱର ସୁଯୋଗ ଦେଇପାରିବ ଏବଂ ସମାବେଶୀ ଓ ସ୍ଥିର ବିକାଶ ଦେଇପାରିବ। କର୍ମଯୋଗୀ ଉପରେ ମଧ୍ୟ ଏକ ସ୍ୱତନ୍ତ୍ର ଅଧିବେଶନ ହୋଇଥିଲା। ଏହା ଲକ୍ଷ୍ୟ କରାଯାଇଥିଲା କି, ଏହା ରାଜ୍ୟ ଗୁଡ଼ିକୁ ଦକ୍ଷତା ଗଠନ ଇକୋ-ସିଷ୍ଟମକୁ ସୁଦୃଢ଼ କରିବା ପାଇଁ ଶିକ୍ଷାର ଗଣତାନ୍ତ୍ରୀକରଣ ଓ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମ ଦିଗରେ ସହାୟତା କରିପାରିବ।

ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେପନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ବରିଷ୍ଠ ଅଧିକାରୀଗଣ, ଡୋମେନ ଏକ୍ସପର୍ଟ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

Categories
ଆଜିର ଖବର

ନିବେଶରେ ୧୬ ଗୁଣ ବୃଦ୍ଧି; ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଦିଗରେ ସରକାରଙ୍କ ପ୍ରଚେଷ୍ଟା ଜାରି

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ମନୋହର ଲାଲ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସହରାଞ୍ଚଳ କ୍ଷେତ୍ରର ପୁଞ୍ଜିନିବେଶରେ ଉଲ୍ଲେଖନୀୟ ବୃଦ୍ଧି ଉପରେ ଆଲୋକପାତ କରିଛନ୍ତି। ୨୦୦୪-୧୪ ମଧ୍ୟରେ ନିବେଶ ପ୍ରାୟ ୧,୭୮,୦୫୩ କୋଟି ଟଙ୍କା ଥିବା ଏହା ୧୬ ଗୁଣ ବୃଦ୍ଧି ପାଇ ୨୦୧୪ ରେ ୨୮,୫୨,୫୨୭ କୋଟି ଟଙ୍କାରେ ପହଞ୍ଚିଛି। ଏହି ବୃଦ୍ଧି ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

ମନୋହର ଲାଲ ଗୁରୁତ୍ୱାରୋପ କରିଥିଲେ ଯେ ସହରୀକରଣର ଦ୍ରୁତ ହାର ସହରୀ ବିକାଶକୁ ଭାରତର ଅଭିବୃଦ୍ଧି ରଣନୀତିର ମୂଳଦୁଆରେ ପରିଣତ କରିଛି। ଗତ ୬ ମାସ ମଧ୍ୟରେ ସହରାଞ୍ଚଳ ଉନ୍ନୟନ ଯୋଜନାଗୁଡ଼ିକୁ ଅଧିକ ଦ୍ରୁତ ଓ ଦକ୍ଷତାର ସହ ସମ୍ପ୍ରସାରଣ କରାଯାଇ କାର୍ଯ୍ୟକାରୀ କରାଯାଇଛି।

ଅମୃତ ଅଧୀନରେ ଉପଲବ୍ଧି

କେନ୍ଦ୍ରମନ୍ତ୍ରୀ ଅଟଳ ମିଶନ ଫର ରିଜୁଭେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ (ଅମୃତ) ଅଧୀନରେ ବିଭିନ୍ନ ସଫଳତା ସମେତ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ବିଷୟରେ ଆଲୋକପାତ କରିଥିଲେ:

୪,୬୪୯ ଏମଏଲଡି ଜଳ ବିଶୋଧନ କ୍ଷମତା।

୪,୪୨୯ ଏମଏଲଡି ନର୍ଦ୍ଦମା ବିଶୋଧନ କ୍ଷମତା।

ଅମୃତ ୨.୦ ଅଧୀନରେ ସରକାର ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଷ୍ଟର୍ମୱାଟର ଡ୍ରେନେଜ୍ ବ୍ୟବସ୍ଥାକୁ ପ୍ରାଥମିକତା ଦେବା ସହିତ ପାନୀୟ ଜଳ ଉପଲବ୍ଧତା ଏବଂ ସ୍ୱେରେଜ୍ ବ୍ୟବସ୍ଥା ବୃଦ୍ଧି ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। (ଅନୁଚ୍ଛେଦ ୧- ଅମୃତ)

ସ୍ମାର୍ଟ ସିଟି ଓ ନ୍ୟୁ ସିଟି ଯୋଜନା

ମନୋହର ଲାଲ ଘୋଷଣା କରିଥିଲେ ଯେ ସ୍ମାର୍ଟ ସିଟି ମିଶନର ସଫଳ ସମାପନ ପରେ ଦ୍ରୁତ ସହରୀକରଣର ଚାପକୁ ପରିଚାଳନା କରିବା ପାଇଁ ଏକ ନୂତନ ସହର ଯୋଜନାର ପରିକଳ୍ପନା କରାଯାଇଛି।

ସହରାଞ୍ଚଳ ଗତିଶୀଳତା ଏବଂ ସ୍ଥାୟୀତ୍ବ ପଦକ୍ଷେପ

ମନ୍ତ୍ରୀ ଏହି ଭଳି ପଦକ୍ଷେପ ମାଧ୍ୟମରେ ସହରାଞ୍ଚଳ ଗତିଶୀଳତାରେ ଉନ୍ନତି ଆଣିବା ଉପରେ ସରକାରଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ:

ଆଞ୍ଚଳିକ ଦ୍ରୁତ ପରିବହନ ପ୍ରଣାଳୀ (ଆରଆରଟିଏସ୍)ର ସମ୍ପ୍ରସାରଣ।

ପ୍ରଦୂଷଣ ହ୍ରାସ ଏବଂ ପରିବେଶ ସମସ୍ୟାର ସମାଧାନ ପାଇଁ ସହରଗୁଡ଼ିକରେ ଇ-ମୋବିଲିଟି ଏବଂ ଚାଲିବା ଯୋଗ୍ୟ ରାସ୍ତାଗୁଡ଼ିକୁ ପ୍ରୋତ୍ସାହିତ କରିବା।

ସହରାଞ୍ଚଳ ଗୃହ ନିର୍ମାଣ ଏବଂ ପିଏମଏୱାଇ ୨.୦

ସହରାଞ୍ଚଳ ଗୃହ ନିର୍ମାଣ ସମ୍ପର୍କରେ ଆଲୋଚନା କରି ଶ୍ରୀ ମନୋହର ଲାଲ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ୨.୦ ଅଧୀନରେ ଏକ ନୂତନ ରେଣ୍ଟାଲ ହାଉସିଂ ଭର୍ଟିକାଲ୍ ଆରମ୍ଭ କରାଯାଇଛି, ଯାହା ପ୍ରବାସୀ ଜନତାଙ୍କୁ ଉପକୃତ କରିବ । ପ୍ରମୁଖ ଅପଡେଟ୍ ଗୁଡିକ ମଧ୍ୟରେ ଅନ୍ତର୍ଭୁକ୍ତ:

ବର୍ତ୍ତମାନର ସରକାରୀ ଅନୁଦାନପ୍ରାପ୍ତ ଖାଲି ଥିବା ଘରଗୁଡ଼ିକୁ ପିପିପି ମୋଡ୍ ମାଧ୍ୟମରେ କିମ୍ବା ସାର୍ବଜନୀନ ଏଜେନ୍ସିଗୁଡିକ ଦ୍ୱାରା ଏଆରଏଚରେ ପରିଣତ କରିବା।

ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ରାଜ୍ୟଗୁଡ଼ିକର ଜନସଂଖ୍ୟା ଆଧାରରେ ପରିକଳ୍ପିତ ୧ କୋଟି ସହରାଞ୍ଚଳ ଗୃହ ମଧ୍ୟରୁ ପ୍ରାୟ ୭% ପାଇଁ ଅସ୍ଥାୟୀ କଟକଣା, ଠିକ୍ ସମୟରେ ଆବଣ୍ଟନ ସୁନିଶ୍ଚିତ କରିବା ଏବଂ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା।

କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ମାର୍ଚ୍ଚ ୩୧ ସୁଦ୍ଧା ମିଳିଥିବା ଚାହିଦା ଆଧାରରେ ରାଜ୍ୟଗୁଡ଼ିକୁ ମଞ୍ଜୁରୀ ଚୂଡ଼ାନ୍ତ କରାଯିବ, ଯେଉଁଥିରେ ବାର୍ଷିକ ଗୃହ ଆବଣ୍ଟନ ଉପରେ ସ୍ପଷ୍ଟତା ପ୍ରଦାନ କରାଯିବ।

ନୂଆ ଏନୟୁଏଲ୍ଏମ୍ ମିଶନର ଶୁଭାରମ୍ଭ

ବର୍ତ୍ତମାନ ୨୫ଟି ସହରରେ ଚାଲିଥିବା ଏକ ପାଇଲଟ୍ ପ୍ରକଳ୍ପର ଫଳାଫଳ ରୁ ସୂଚନା ମିଳିଛି ଯେ ଖୁବ୍ ଶୀଘ୍ର ଏକ ନୂତନ ଜାତୀୟ ସହରାଞ୍ଚଳ ଜୀବିକା ମିଶନ (ଏନୟୁଏଲଏମ) ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି।
(ଅନୁଚ୍ଛେଦ ୬ – ଏନୟୁଏଲଏମ)

ନଗର ଉନ୍ନୟନକୁ ପ୍ରୋତ୍ସାହିତ କରିବା ପାଇଁ ବଜେଟ୍ ସହାୟତା, କର୍ମନିଯୁକ୍ତି ପ୍ରଶିକ୍ଷଣ ଏବଂ ଉନ୍ନତ ଜ୍ଞାନକୌଶଳ ପ୍ରଦାନ କରି ରାଜ୍ୟ ସରକାରଙ୍କ ସହ ଭାଗିଦାରୀରେ କାର୍ଯ୍ୟ କରିବାକୁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ମନ୍ତ୍ରୀ ଦୋହରାଇଥିଲେ।

ପିଏମ ସ୍ୱନିଧି ଯୋଜନାରେ ମୋଟ ୧୩,୪୨୨ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି।

ସ୍ୱଚ୍ଛ ଭାରତ ମିଶନ ଅଧୀନରେ ୨୦୨୪ ଜୁନ୍ ୯ ତାରିଖରୁ କେନ୍ଦ୍ର ସରକାର ୧୧୨୩ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ଜୁନ୍ ୯ ତାରିଖରୁ ଗତ ୬ ମାସ ମଧ୍ୟରେ ଅହମ୍ମଦାବାଦ ଏବଂ ହାଇଦ୍ରାବାଦର ଦୁଇଟି ପ୍ରମୁଖ ଡମ୍ପସାଇଟ୍ ସମ୍ପୂର୍ଣ୍ଣ ରୂପେ ପୁନରୁଦ୍ଧାର କରାଯାଇଛି, ଯାହା ପ୍ରାୟ ୨.୫ ଲକ୍ଷ ମେଟ୍ରିକ୍ ଟନ୍ ଐତିହାସିକ ବର୍ଜ୍ୟବସ୍ତୁକୁ ସଫଳତାର ସହ ସମାଧାନ କରିଛି।

Categories
ଆଜିର ଖବର ଜାତୀୟ ଖବର

‘ହମାରା ସମ୍ବିଧାନ ହମାରା ସ୍ୱାଭିମାନ’ ପଦଯାତ୍ରାର ଶୁଭାରମ୍ଭ କଲେ ଡ. ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ: ୭୫ତମ ସମ୍ବିଧାନ ଦିବସ ପାଳନ ଅବସରରେ ସୋମବାର ନୂଆଦିଲ୍ଲୀରେ ମାଇଁ ଭାରତ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଆୟୋଜିତ ୬ କିଲୋମିଟର ଲମ୍ବା ପଦଯାତ୍ରାରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ତଥା ଶ୍ରମ ଓ ନିଯୁକ୍ତି  ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଯୋଗ ଦେଇଥିଲେ। ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ‘ହମାରା ସମ୍ବିଧାନ ମାରା ସ୍ୱାଭିମାନ ଶୀର୍ଷକ ଏହି ପଦଯାତ୍ରା କର୍ତ୍ତବ୍ୟ ପଥ ଓ ଇଣ୍ଡିଆ ଗେଟ୍ ଦେଇ ଯାଇଥିଲା। ଏହି ପଦଯାତ୍ରାରେ ୧୦,୦୦୦ ରୁ ଅଧିକ ମାଇଁ ଭାରତ ଯୁବ ସ୍ୱେଚ୍ଛାସେବୀଙ୍କ ସମେତ ବିଶିଷ୍ଟ ଯୁବ ନେତା, କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ ମାନେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମ ‘ଏକ ପେଡ୍ ମା କେ ନାମ’ ଅଭିଯାନରେ ଆରମ୍ଭ ହୋଇଥିଲା, ଯେଉଁଥିରେ ଡ. ମନସୁଖ ମାଣ୍ଡଭିୟ ତାଙ୍କ ସଂସଦୀୟ ସହଯୋଗୀଙ୍କ ସହ ମିଶି ଏକ ବୃକ୍ଷରୋପଣ କରିଥିଲେ। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ଗଜେନ୍ଦ୍ର ସିଂ ଶେଖାୱତ, କିରଣ ରିଜିଜୁ, ଅର୍ଜୁନ ରାମ ମେଘୱାଲ, ରକ୍ଷା ନିଖିଲ ଖଡ଼ସେ ପଦଯାତ୍ରାରେ ସାମିଲ୍ ହେବା ସହିତ ସହ ଅନ୍ୟ ସାଂସଦମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଯୋଗେଶ୍ୱର ଦତ୍ତ, ମୀରାବାଇ ଚାନୁ, ରବି ଦହିଆ, ଯୋଗେଶ କାଥୁନିଆଙ୍କ ଭଳି ବିଶିଷ୍ଟ ଯୁବ ଆଇକନ୍ ଏବଂ ଅଲିମ୍ପିକ୍ସ ପଦକ ବିଜେତା ମଧ୍ୟ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ପଦଯାତ୍ରା ସମୟରେ ଗଣମାଧ୍ୟମକୁ ସମ୍ବୋଧିତ କରି ଡ. ମାଣ୍ଡଭିୟ ୧୦,୦୦ରୁ ଅଧିକ ମାଇଁ ଭାରତଯୁବ ସ୍ବେଚ୍ଛାସେବୀଙ୍କ ଅଂଶଗ୍ରହଣରେ ଆନନ୍ଦ ପ୍ରକାଶ କରିଥିଲେ। ସେ ଏହା ମଧ୍ୟ ଆଲୋକପାତକରିଥିଲେ ଯେ ଦେଶର ଯୁବକମାନେ କେବଳ ସମ୍ବିଧାନର ପ୍ରସ୍ତାବନା ପଢ଼ିନାହାନ୍ତି ବରଂ ଏହା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଇଛନ୍ତି। ନୂଆ ଭାରତର ଯୁବପିଢ଼ି ‘ବିକଶିତ ଭାରତନିର୍ମାଣ ଦିଗରେ ଅଗ୍ରଗତି କରୁଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରାରମ୍ଭରେ ଏକ ବିସ୍ତୃତ ପ୍ରଦର୍ଶନୀ ଭାରତୀୟ ସମ୍ବିଧାନର ଯାତ୍ରାକୁ ପ୍ରଦର୍ଶିତ କରିବା ସହ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଅବଦାନ ଉପରେ ଆଲୋକପାତ କରିଥିଲା। ଯୁବକମାନେ ଡ. ବିଆର୍ ଆମ୍ବେଦକର ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭଳି ନେତାଙ୍କୁ ଚିତ୍ରିତ କରି ଇତିହାସକୁ ଜୀବନ୍ତ କରିଥିଲେ। ଏହି ପଦଯାତ୍ରାରେ ବିଭିନ୍ନ ସ୍ଥାନରେ ଜୀବନ୍ତ ସାଂସ୍କୃତିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ପ୍ରତିଯୋଗୀମାନେ ପାରମ୍ପରିକ ଗୁଜରାଟୀ ନୃତ୍ୟ, ରାଜସ୍ଥାନୀ ଲୋକନୃତ୍ୟ ଏବଂ ପଞ୍ଜାବୀ ଭାଙ୍ଗଡ଼ା ସମେତ ଆକର୍ଷଣୀୟ ସାଂସ୍କୃତିକ ପରିବେଷଣର ମଜା ନେଇଥିଲେ।

ଯୁବବର୍ଗଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପଦଯାତ୍ରାରେ ଇଣ୍ଡିଆ ଗେଟ୍ ଠାରେ ଏକ ସ୍ୱତନ୍ତ୍ର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଯୁବକମାନେ ମିଳିତ ଭାବେ ପ୍ରସ୍ତାବନା ପାଠ କରିଥିଲେ। ଏହି କାର୍ଯ୍ୟକଳାପ ଭାରତର ସମ୍ବିଧାନର ଭିତ୍ତିଭୂମି ଭାବରେ ପ୍ରସ୍ତାବନାର ଭୂମିକା ଏବଂ ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭାଇଚାରାର ମୂଳ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲା। କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ ଉପସ୍ଥିତ ଥିବା ଏହି କାର୍ଯ୍ୟକ୍ରମରେ ଭାରତୀୟ ଗଣତନ୍ତ୍ରରେ ଏହି ନୀତିର ମହତ୍ତ୍ୱ ଉପରେ ଆଲୋକପାତ କରାଯାଇଥିଲା। ଜାତୀୟ ଏକତାର ପ୍ରତୀକ ଇଣ୍ଡିଆ ଗେଟ୍ ର ଅବସ୍ଥିତି ସମାରୋହର ପ୍ରଭାବକୁ ଆହୁରି ବଢ଼ାଇ ଦେଇଥିଲା।  ପ୍ରସ୍ତାବନା ପଢ଼ିବା ପରେ ଡ. ମାଣ୍ଡଭିୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହ ତାଙ୍କ ସଂସଦୀୟ ସହଯୋଗୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ଥିଲା ଯୁବ ସଂପୃକ୍ତି, ସମଗ୍ର କାର୍ଯ୍ୟକ୍ରମରେ ମାଇଁ ଭାରତ ପଞ୍ଜୀକରଣ ଅଭିଯାନ ଅନୁଷ୍ଠିତ ହୋଇଥିଲାପ୍ରତିଯୋଗୀମାନେ ପ୍ରସ୍ତାବନା ଥିମ୍ ବିଶିଷ୍ଟ ସେଲ୍ଫି ପଏଣ୍ଟ ସହିତ ଦିନଟିକୁ ସ୍ମରଣୀୟ କରିପାରିବେ। ଏହି ରାସ୍ତାରେ ମାଇଁ ଭାରତ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣକାରୀଙ୍କ ପାଇଁ ରିଫ୍ରେସମେଣ୍ଟ ଷ୍ଟଲ ସ୍ଥାପନ କରି ଏବଂ ସ୍ୱଚ୍ଛ ଭାରତ ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ପଦଯାତ୍ରାର ମାର୍ଗରେ ସ୍ୱଚ୍ଛତା ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ।

ଏହି ପଦଯାତ୍ରାରେ ଏନସିଆର ଅଞ୍ଚଳର ୧୨୫ରୁ ଅଧିକ କଲେଜ ଏବଂ ଏନୱାଇକେଏସ, ଏନଏସଏସ, ଏନସିସି ଏବଂ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ ସମେତ ବିଭିନ୍ନ ସଂଗଠନର ଯୁବ ପ୍ରତିଯୋଗୀମାନଙ୍କୁ ସଫଳତାର ସହ ନିୟୋଜିତ କରାଯାଇଥିଲା। ଏହା ସମ୍ବିଧାନର ୭୫ତମ ବାର୍ଷିକୀ ପାଳନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ କାର୍ଯ୍ୟ କରିଥିଲା। ଏହି କାର୍ଯ୍ୟକ୍ରମରେ ବିକଶିତ ଭାରତର ସାମ୍ବିଧାନିକ ମୂଲ୍ୟବୋଧ ସଂରକ୍ଷଣ ଓ ପ୍ରୋତ୍ସାହନ ଦିଗରେ ଯୁବବର୍ଗଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପୁନଃକଳ୍ପିତ ଜାତୀୟ ଯୁବ ମହୋତ୍ସବ ୨୦୨୫ ସମ୍ପର୍କରେ ଘୋଷଣା କଲେ ଡ. ମନସୁଖ ମାଣ୍ଡଭୀୟ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ଜାତୀୟ ଯୁବ ମହୋତ୍ସବ (ଏନୱାଇଏଫ) ୨୦୨୫ର ଏକ ରୂପାନ୍ତରିତ ପୁନଃକଳ୍ପନା ସମ୍ପର୍କରେ ଘୋଷଣା କରିଛନ୍ତି। ଭାରତର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସମର୍ଥନ କରି ଏହି ପୁନଃପରିକଳ୍ପିତ ମହୋତ୍ସବକୁ “ବିକଶିତ ଭାରତ ଯୁବ ନେତା ବିତର୍କ” ନାମ ଦିଆଯାଇଛି। ଏହି ପ୍ରଭାବଶାଳୀ ମଞ୍ଚ ଯୁବ ଭାରତୀୟମାନଙ୍କୁ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ସେମାନଙ୍କର ବିଚାର ଏବଂ ଦୃଷ୍ଟିକୋଣକୁ ଯୋଗଦାନ କରିବାକୁ ସଶକ୍ତ କରିବ।

ବିକଶିତ ଭାରତ ଯୁବ ନେତା ବିତର୍କର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ କହିଛନ୍ତି ଯେ ଏହି ଉତ୍ସବର ଉଦ୍ଦେଶ୍ୟ ଯୁବ ପ୍ରତିଭାଙ୍କୁ ଚିହ୍ନଟ କରିବା ଏବଂ ପ୍ରୋତ୍ସାହିତ କରିବା ତଥା ସେମାନଙ୍କୁ ବିକଶିତ ଭାରତ ପାଇଁ ସେମାନଙ୍କର ବିଚାର ବ୍ୟକ୍ତ କରିବା ନିମନ୍ତେ ଏକ ମଞ୍ଚ ପ୍ରଦାନ କରିବା। ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବା ଏବଂ ଭାରତର ଭବିଷ୍ୟତ ପାଇଁ ସେମାନଙ୍କ ବିଚାର ଉପସ୍ଥାପନ କରିବାର ସୁଯୋଗ ଯୁବପିଢ଼ିଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ହେବ, ଯାହା ଦ୍ୱାରା ରାଜନୀତି ଏବଂ ନାଗରିକ ଜୀବନରେ ଯୁବପିଢ଼ିଙ୍କ ସଂପୃକ୍ତି ବୃଦ୍ଧି ପାଇବ।”

କେନ୍ଦ୍ରମନ୍ତ୍ରୀ ଚଳିତ ବର୍ଷର ବିକଶିତ ଭାରତ ଯୁବ ନେତା ବିତର୍କର ମୂଳ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ, ଚଳିତ ବର୍ଷର ମହୋତ୍ସବ ଦୁଇଟି ପ୍ରମୁଖ ଲକ୍ଷ୍ୟକୁ ନେଇ ଅନେକ ବିଚାରବିମର୍ଶ ପରେ ଗଠିତ ହୋଇଛି। ପ୍ରଥମତଃ, ସ୍ୱାଧୀନତା ଦିବସ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଅନୁସାରେ ରାଜନୀତିରେ ନୂଆ ଯୁବ ନେତାଙ୍କୁ ଆଣିବା, ଅଣରାଜନୈତିକ ପୃଷ୍ଠଭୂମି ଥିବା ୧ ଲକ୍ଷ ଯୁବକଙ୍କୁ ଏହି କ୍ଷେତ୍ରରେ ସାମିଲ କରିବା। ନେତୃତ୍ୱ ନେବାର ସମ୍ଭାବନା ଥିବା ଯୁବ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଏକ ବିକଶିତ ଭାରତ ପାଇଁ ବିଚାର ଓ ଦୃଷ୍ଟିକୋଣକୁ ସିଧାସଳଖ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ ପାଇଁ ଏକ ମଞ୍ଚ ପ୍ରଦାନ କରିବା ନିମନ୍ତେ ଜାତୀୟ ଯୁବ ମହୋତ୍ସବର ପରିକଳ୍ପନା କରାଯାଇଛି।

ଦ୍ବିତୀୟତଃ, ସ୍ୱଚ୍ଛ ଓ ଗଣତାନ୍ତ୍ରିକ, ଯୋଗ୍ୟତା ଭିତ୍ତିକ ଚୟନ ବ୍ୟବସ୍ଥା ମାଧ୍ୟମରେ ଏକ ବିକଶିତ ଭାରତ ଦିଗରେ ଯୁବବର୍ଗଙ୍କ ଅର୍ଥପୂର୍ଣ୍ଣ ଅବଦାନ ସୁନିଶ୍ଚିତ କରିବା । ଭାରତର ପ୍ରଗତି ଓ ବିକାଶକୁ ଆଗକୁ ବଢ଼ାଇବା ପାଇଁ ପରବର୍ତ୍ତୀ ପିଢ଼ିକୁ ସଶକ୍ତ କରିବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ଦର୍ଶାଉଛି।

ଏହି ଐତିହାସିକ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସମସ୍ତ ଯୋଗ୍ୟ ଯୁବକଯୁବତୀଙ୍କୁ ଡ. ମାଣ୍ଡଭୀୟ ଆହ୍ୱାନ କରିବା ସହ ଏକ ବିକଶିତ ଭାରତ ଗଠନ ପାଇଁ ଯୁବ ଶକ୍ତିର ସାମର୍ଥ୍ୟକୁ ଉପଯୋଗ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ବିକଶିତ ଭାରତ ଚ୍ୟାଲେଞ୍ଜ: ଏକ ଚାରି ସ୍ତର ବିଶିଷ୍ଟ ପ୍ରତିଯୋଗିତା

ଜାତୀୟ ଯୁବ ମହୋତ୍ସବର ପୁନଃପରିକଳ୍ପନା କରୁଥିବା ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍’ରେ ଭାରତର ଭବିଷ୍ୟତ ଗଢ଼ିବା ରେ ଯୁବଗୋଷ୍ଠୀଙ୍କୁ ପ୍ରେରଣା ଦେବା ପାଇଁ ଏକ ଚାରି ସ୍ତରୀୟ ପ୍ରତିଯୋଗିତା ‘ବିକଶିତ ଭାରତ ଚ୍ୟାଲେଞ୍ଜ ‘ ରହିଛି। ଚ୍ୟାଲେଞ୍ଜ ନିମ୍ନଲିଖିତ ଭାବରେ ଆଗକୁ ବଢିବ :

ପ୍ରଥମ ପର୍ଯ୍ୟାୟ: ବିକଶିତ ଭାରତ ପ୍ରଶ୍ନୋତ୍ତର

୧୫ ରୁ ୨୯ ବର୍ଷ ବୟସର ବ୍ୟକ୍ତି ୨୫ ନଭେମ୍ବର ୨୦୨୪ରୁ ଡିସେମ୍ବର ୫, ୨୦୨୪ ମଧ୍ୟରେ ମେରା ଯୁବ ଭାରତ (ମାଇଁ ଭାରତ) ପ୍ଲାଟଫର୍ମରେ ଆୟୋଜିତ ଡିଜିଟାଲ କୁଇଜ୍ ରେ ଅଂଶଗ୍ରହଣ କରିପାରିବେ, ଯାହା ଭାରତର ଐତିହାସିକ ଉପଲବ୍ଧି ବିଷୟରେ ଅଂଶଗ୍ରହଣକାରୀଙ୍କ ଜ୍ଞାନ ଏବଂ ସଚେତନତା ପରୀକ୍ଷା କରିବ।

ଦ୍ବିତୀୟ ପର୍ଯ୍ୟାୟ : ପ୍ରବନ୍ଧ/ବ୍ଲଗ ଲିଖନ

ପୂର୍ବ ପର୍ଯ୍ୟାୟର ବିଜେତାମାନେ ‘ ବିକଶିତ ଭାରତ ପାଇଁ ଟେକ୍ନୋଲୋଜି’, ‘ବିକଶିତ ଭାରତର ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା’ ଭଳି ପ୍ରାୟ ୧୦ଟି ଚିହ୍ନିତ ବିଷୟବସ୍ତୁ ଉପରେ ପ୍ରବନ୍ଧ ପରିବେଷଣ କରି ଜାତୀୟ ବିକାଶ ପାଇଁ ସେମାନଙ୍କର ଚିନ୍ତାଧାରା ପ୍ରଦର୍ଶନ କରିବେ। ଏହି ପ୍ରତିଯୋଗିତା ମାଇଁ ଭାରତ ପ୍ଲାଟଫର୍ମରେ ମଧ୍ୟ ଆୟୋଜନ କରାଯିବ ।

ତୃତୀୟ ପର୍ଯ୍ୟାୟ: ବିକଶିତ ଭାରତ ଭିଜନ ପିଚ୍ ଡେକ୍ରାଜ୍ୟସ୍ତରୀୟ ଉପସ୍ଥାପନା

ଦ୍ବିତୀୟ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରରେ ସେମାନଙ୍କ ମନୋନୀତ ବିଷୟବସ୍ତୁ ଉପରେ ସେମାନଙ୍କର ଧାରଣା ଉପସ୍ଥାପନ କରିବେ। ଏହି ଉପସ୍ଥାପନା ମାଧ୍ୟମରେ ପ୍ରତ୍ୟେକ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରତିଯୋଗୀ ଚୟନ କରିବା ପାଇଁ ପ୍ରତିଯୋଗିତା ଆୟୋଜନ କରି ଚିହ୍ନଟ ହୋଇଥିବା ବିଷୟବସ୍ତୁ ଉପରେ ବିଭିନ୍ନ ଦଳ ଗଠନ କରିବେ।

ଚତୁର୍ଥ ପର୍ଯ୍ୟାୟ : ଭାରତ ମଣ୍ଡପମ୍ ରେ ବିକଶିତ ଭାରତ ଜାତୀୟ ଚାମ୍ପିୟନଶିପ୍

ଜାନୁଆରୀ ୧୧ ରୁ ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ଯୁବ ମହୋତ୍ସବରେ ବିଭିନ୍ନ ବିଷୟବସ୍ତୁ ଭିତ୍ତିକ ରାଜ୍ୟସ୍ତରୀୟ ଦଳ ଅଂଶଗ୍ରହଣ କରିବେ ଏବଂ ବିଜେତା ଦଳମାନେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ବିକଶିତ ଭାରତ ପାଇଁ ସେମାନଙ୍କର ଦୃଷ୍ଟିକୋଣ ଏବଂ ବିଚାର ଉପସ୍ଥାପନ କରିବେ ।

ବିକଶିତ ଭାରତ ଯୁବ ନେତା ବିତର୍କ – ଜାତୀୟ ଯୁବ ମହୋତ୍ସବ ୨୦୨୫ରେ ତିନୋଟି ଭିନ୍ନ ଭିନ୍ନ କ୍ଷେତ୍ରରୁ ମନୋନୀତ ଯୁବକ ମାନଙ୍କର ଏକ ବିଶେଷ  ସମାବେଶ ଅନୁଷ୍ଠିତ ହେବ । ପ୍ରଥମ ଗୋଷ୍ଠୀରେ ନବଘୋଷିତ ବିକଶିତ ଭାରତ ଚ୍ୟାଲେଞ୍ଜର ପ୍ରତିଯୋଗୀ ରହିବେ। ଦ୍ବିତୀୟ ଗୋଷ୍ଠୀରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ଯୁବ ମହୋତ୍ସବରୁ ସଫଳ ହୋଇଥିବା ପ୍ରତିଭାବାନ ଯୁବକଯୁବତୀମାନେ ଚିତ୍ରାଙ୍କନ, ବିଜ୍ଞାନ ପ୍ରଦର୍ଶନୀ, ସାଂସ୍କୃତିକ ପ୍ରଦର୍ଶନ, ଭାଷଣ ପ୍ରତିଯୋଗିତା ଆଦି ବିଭିନ୍ନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ତୃତୀୟ ଗୋଷ୍ଠୀରେ ଉଦ୍ୟୋଗ, କ୍ରୀଡ଼ା, କୃଷି ଓ ବୈଷୟିକ ଜ୍ଞାନକୌଶଳ ସମେତ ବିଭିନ୍ନ କ୍ଷେତ୍ରର ଉଲ୍ଲେଖନୀୟ ପଥପ୍ରଦର୍ଶକ ଓ ସଫଳ ଯୁବକ ସାମିଲ ହେବେ।

୧୧-୧୨ ଜାନୁଆରୀ ୨୦୨୫ରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆୟୋଜିତ ଏହି ଜାତୀୟ କାର୍ଯ୍ୟକ୍ରମ ପାଇଁ ସମୁଦାୟ ୩,୦୦୦ ଯୁବକଙ୍କୁ ଚୟନ କରାଯିବ।

ବିକଶିତ ଭାରତ ଯୁବ ନେତା ସଂଳାପ ଜାତୀୟ ଯୁବ ମହୋତ୍ସବ ୨୦୨୫ ଅନ୍ୟ ପ୍ରମୁଖ ଆକର୍ଷଣ

ବିକଶିତ ଭାରତ ଯୁବ ନେତା ସଂଳାପରେ ବିକଶିତ ଭାରତ ଚ୍ୟାଲେଞ୍ଜ ସହିତ ଅନେକ ଉଲ୍ଲେଖନୀୟ ଆକର୍ଷଣ ରହିବ:

ବିକଶିତ ଭାରତ ପ୍ରଦର୍ଶନୀ: ଏଥିରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ମନ୍ତ୍ରଣାଳୟର ଯୁବ-କେନ୍ଦ୍ରିତ ପଦକ୍ଷେପଗୁଡିକ ପ୍ରଦର୍ଶିତ ହେବ, ଯାହା ଯୁବ ଅଂଶଗ୍ରହଣକାରୀ ମାନଙ୍କୁ ଭାରତର ବିକାଶ ଦୃଷ୍ଟିକୋଣ ସହିତ ଜଡ଼ିତ ହେବା ପାଇଁ ଏକ ଭାବବିନିମୟ ପ୍ଲାଟଫର୍ମ ପ୍ରଦାନ କରିବ । ଏଥିରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ କ୍ଷେତ୍ରରେ ଯୁବ-କେନ୍ଦ୍ରିତ ପ୍ରକଳ୍ପଗୁଡ଼ିକ ଉପରେ ଆଲୋକପାତ କରୁଥିବା ରାଜ୍ୟ ପ୍ରଦର୍ଶନୀ ଏବଂ ମନ୍ତ୍ରଣାଳୟ ପ୍ରଦର୍ଶନୀ ସାମିଲ ହେବ, ଯେଉଁଠାରେ ମନ୍ତ୍ରଣାଳୟଗୁଡ଼ିକ ନେତୃତ୍ୱ, ସାମାଜିକ ପ୍ରଭାବ ଏବଂ ସୃଜନଶୀଳତା କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ପ୍ରମୁଖ କାର୍ଯ୍ୟକ୍ରମ ଏବଂ ସୁଯୋଗ ପ୍ରଦର୍ଶିତ କରିବେ।

ପୂର୍ଣ୍ଣାଙ୍ଗ ଅଧିବେଶନଏଥିରେ ବିଶିଷ୍ଟ ଜାତୀୟ ଓ ବିଶ୍ୱସ୍ତରୀୟ ଆଇକନ୍ ମାନେ ଯୁବବର୍ଗଙ୍କ ସହ ଭାବବିନିମୟ ସଂଳାପ ଏବଂ କର୍ମଶାଳାରେ ନିୟୋଜିତ ହେବେ, ଯାହା ସେମାନଙ୍କୁ ଚିନ୍ତାଧାରା ଆଦାନପ୍ରଦାନ କରିବା, ଜ୍ଞାନ ହାସଲ କରିବା ଏବଂ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କଠାରୁ ସିଧାସଳଖ ଶିଖିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ।

ଭାରତୀୟ ଐତିହ୍ୟର ଉତ୍ସବ: ଏହି ଉତ୍ସବରେ ଏକ ସାଂସ୍କୃତିକ ଉପାଦାନ ମଧ୍ୟ ସାମିଲ ହେବ, ଯେଉଁଥିରେ ଭାରତର ସମୃଦ୍ଧ ଐତିହ୍ୟକୁ ” ବିକାଶ ଭି, ବିରାସତ ଭି ” (ବିକାଶ ସହିତ ଐତିହ୍ୟ) ର ବ୍ୟାପକ ଦୃଷ୍ଟିକୋଣର ଅଂଶବିଶେଷ ଭାବରେ ପାଳନ କରାଯିବ । ଭାରତର ପରମ୍ପରାର ବିଶେଷତାକୁ ଆକର୍ଷିତ କରୁଥିବା ପ୍ରଦର୍ଶନ ମାଧ୍ୟମରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ପ୍ରଗତି ଉପରେ ଗୁରୁତ୍ୱ ଦେବ। ଏହି କାର୍ଯ୍ୟକ୍ରମ ଭାରତୀୟ ରାଜ୍ୟଗୁଡ଼ିକରେ ପ୍ରସାରିତ ହେବ ଏବଂ ଦେଶବ୍ୟାପୀ ଅଂଶଗ୍ରହଣ ଏବଂ ଉତ୍ସବକୁ ପ୍ରୋତ୍ସାହିତ କରିବ।

ଏକ ବିକଶିତ ଭାରତ ପାଇଁ ଭାରତର ଯୁବବର୍ଗଙ୍କ ସଶକ୍ତିକରଣ

ବିକଶିତ ଭାରତ ଯୁବ ନେତା ବିତର୍କ ଏକ ଉତ୍ସବ ଠାରୁ ଅଧିକ – ଏହା ଦେଶର ବିକାଶ ଯାତ୍ରାରେ ସକ୍ରିୟ ଯୋଗଦାନକାରୀ ଭାବରେ ଭାରତର ଯୁବକମାନଙ୍କୁ ସଶକ୍ତ କରିବା ପାଇଁ ଏକ ଆନ୍ଦୋଳନ । ବିକଶିତ ଭାରତ ଚ୍ୟାଲେଞ୍ଜ ଭଳି ପଦକ୍ଷେପ ମାଧ୍ୟମରେ ଏହା ଯୁବମନକୁ ସେମାନଙ୍କର ଚିନ୍ତାଧାରା ପ୍ରଦର୍ଶନ କରିବା, ବିଚାରଶୀଳ ନେତୃତ୍ଵଙ୍କ ସହ ଜଡ଼ିତ ହେବା ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ସହଯୋଗ କରିବା ପାଇଁ ଏକ ପରିବର୍ତ୍ତନଶୀଳ ପ୍ଲାଟଫର୍ମ ପ୍ରଦାନ କରିଥାଏ।

ବିକଶିତ ଭାରତ ଯୁବ ନେତା ବିତର୍କ – ଜାତୀୟ ଯୁବ ମହୋତ୍ସବ ୨୦୨୫ ସମ୍ବନ୍ଧୀୟ ସମସ୍ତ ବିବରଣୀ ମାଇଁ ଭାରତ ପ୍ଲାଟଫର୍ମ (https://mybharat.gov.in/) ରେ ଉପଲବ୍ଧ ହେବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

‘ବିକଶିତ ଓଡ଼ିଶା @୨୦୩୬’ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ଗଠନ ହେଲା କମିଟ, ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ

ଭୁବନେଶ୍ବର: ୨୦୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ଏବଂ ଭାରତର ବିକାଶ ଯାତ୍ରାରେ ନିଜର ସ୍ୱତନ୍ତ୍ର ପରିଚୟ ଓ ଅବଦାନର ଏକ ଶତାବ୍ଦୀ ପାଳନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବିକଶିତ ଓଡ଼ିଶା ‘ବିକଶିତ ଓଡ଼ିଶା @୨୦୩୬’ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ଗଠନ ହେଲା କମିଟ। ମୁଖ୍ୟ ଶାସନ ସଚିବ ଏହାର ଅଧ୍ୟକ୍ଷ ଅଛନ୍ତି।

ରାଜ୍ୟର ଅନନ୍ୟ ଅନ୍ତର୍ନିହିତ ଶକ୍ତିକୁ ପୁଞ୍ଜି କରି ଆଗାମୀ ଦିନରେ ସମୁଖୀନ ହେବାକୁ ଥିବା ଆହ୍ୱାନ ଗୁଡିକର ମୁକାବିଲା ପାଇଁ “ବିକଶିତ ଭାରତ@୨୦୪୭ ପାଇଁ ବିକଶିତ ଓଡ଼ିଶା @୨୦୩୬” ଶୀର୍ଷକ ଦସ୍ତାବିଜ ପ୍ରସ୍ତୁତି ନିମନ୍ତେ ଏକ ଦୂରଦୃଷ୍ଟି ସମ୍ପନ୍ନ କାର‌୍ୟ୍ୟଧାରା (ଭିଜନିଂ ଏକ୍ସରସାଇଜ) ହାତକୁ ନିଆଯାଉଛି ।

ବିକଶିତ ଓଡ଼ିଶା @ ୨୦୩୬ ପାଇଁ ପ୍ରସ୍ତୁତ ହେବାକୁ ଥିବା ଏହି ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶିକା ବିକଶିତ ଭାରତ @ ୨୦୪୭ ର ଜାତୀୟ ଆକାଂକ୍ଷା ସହିତ ସଂଯୋଜିତ ହେବ । ବିକଶିତ ଭାରତ@୨୦୪୭ ର ମୂଳ ଦୃଷ୍ଟିକୋଣ ହେଉଛି ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା, ଯାହା ନିରନ୍ତର ଅଭିବୃଦ୍ଧି, ବୈଷୟିକ ବିକାଶ ତଥା ସାମାଜିକ ଅନ୍ତର୍ଭୂକ୍ତି ଦ୍ୱାରା ହିଁ ସମ୍ଭବ ହୋଇପାରିବ । ଏହି ପରିପ୍ରେକ୍ଷୀରେ “ବିକଶିତ ଭାରତ @୨୦୪୭ ପାଇଁ ବିକଶିତ ଓଡ଼ିଶା ଅ୨୦୩୬” ଶୀର୍ଷକ ଏକ ଭିଜନ ଡକ୍ୟୁମେଣ୍ଟ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଆବଶ୍ୟକୀୟ ଢାଞ୍ଚା ପ୍ରସ୍ତୁତ କରିବ ।

ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ବିକାଶର ରାସ୍ତାରେ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ସଙ୍ଗେ ସଙ୍ଗେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ସ୍ୱପ୍ନ ରଖି ପ୍ରତିବଦ୍ଧତାର ସହ କାର‌୍ୟ୍ୟ କରିବାକୁ ଓଡ଼ିଶା ସରକାର ସଂକଳ୍ପବଦ୍ଧ ।

ଏହି ପ୍ରକ୍ରିୟାକୁ ଆଗକୁ ନେବାପାଇଁ ଓଡ଼ିଶାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ଗଠନ କରାଯାଇଛି । ଏଥିରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିଥିବା ବେଳେ ସଦସ୍ୟ ଭାବରେ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସମ୍ପଦ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇସ୍ପାତ ଏବଂ ଖଣି ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପର‌୍ୟ୍ୟଟନ ବିଭାଗଙ୍କ ସହିତ ଶିଳ୍ପ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବୃନ୍ଦ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର କମିଶନର-ତଥା-ସଚିବମାନେ ସଦସ୍ୟ ରହିଛନ୍ତି । ଏହି କମିଟିରେ ଯୋଜନା ଓ ସଂଯୋଜନ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ସଦସ୍ୟ ଆବାହକ ରହିଛନ୍ତି ।

ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ ପରିଚାଳନା କମିଟି ମାର୍ଗଦର୍ଶନ ପ୍ରଦାନ କରିବେ । କମିଟି ନିଜସ୍ୱ କାର‌୍ୟ୍ୟ ପ୍ରଣାଳୀ ପ୍ରସ୍ତୁତ କରିବା ସହ ନିୟମିତ ବ୍ୟବଧାନରେ ବୈଠକ କରିବା ସହ ଆବଶ୍ୟକତା ଅନୁଯାୟୀ ବିଶିଷ୍ଟ ନାଗରିକ, ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ, ପ୍ରବାସୀ ଓଡ଼ିଆ ଏବଂ ବିଶେଷଜ୍ଞଙ୍କୁ ଏହି ବୈଠକରେ ଯୋଗଦେବାକୁ କମିଟି ନିମନ୍ତ୍ରଣ କରିପାରିବେ ।

“ବିକଶିତ ଭାରତ @୨୦୪୭ ପାଇଁ ବିକଶିତ ଓଡ଼ିଶା @୨୦୩୬” ଶୀର୍ଷକ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ (ସେକ୍ଟରାଲ ଗୃପ) ବିଭିନ୍ନ ତଥ୍ୟ ଭିତ୍ତିକ ବିଶ୍ଳେଷଣ ଓ ପ୍ରମାଣ ଦ୍ବାରା ବିଭିନ୍ନ କ୍ଷେତ୍ରରେ ରହିଥିବା ସୁବିଧା ସୁଯୋଗର ସୁବିନିଯୋଗ ଓ ଆହ୍ୱାନ ସମୂହର ମୁକାବିଲା ପାଇଁ ପରିଚାଳନା କମିଟିକୁ ଆବଶ୍ୟକ ପରାମର୍ଶ ଦେବେ ।

ଏଥିପାଇଁ ୬ଟି ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ କାର‌୍ୟ୍ୟକରିବ । ସେଗୁଡ଼ିକ ହେଲା- ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ- (୧) ‘ଅର୍ଥନୀତି, ଶିଳ୍ପ ଏବଂ ଭିତ୍ତିଭୂମି’ ସମ୍ବନ୍ଧୀୟ (୨) ‘ସାମାଜିକ ଏବଂ ମାନବ ବିକାଶ’ (୩) ‘ସଂସ୍କୃତି ଓ ଐତିହ୍ୟ’(୪) ‘ପ୍ରଯୁକ୍ତି ଏବଂ ନବସୃଜନ’ (୫) ‘ସୁଶାସନ’ ଏବଂ (୬ ) ‘ଗ୍ରାମୀଣ ରୂପାନ୍ତରଣ ।

ଏହି ସମସ୍ତ କ୍ଷେତ୍ରୀୟ ଗୋଷ୍ଠୀ ନିଜ କ୍ଷେତ୍ରରେ ଥିବା ଆହ୍ୱାନଗୁଡିକର ବିଶ୍ଳେଷଣ କରିବେ ଏବଂ ଭିଜନ ଡକ୍ୟୁମେଣ୍ଟରେ ପରିକଳ୍ପିତ ଲକ୍ଷ୍ୟ ହାସଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ । ତତ୍ ସହିତ ପ୍ରତ୍ୟେକ କ୍ଷେତ୍ରୀୟ ଗୋଷ୍ଠୀ ନିଜ ନିଜର ନିର୍ଦ୍ଦିଷ୍ଟ କ୍ଷେତ୍ର ନିମନ୍ତେ ପ୍ରସ୍ତାବିତ ପରିକଳ୍ପିତ ଲକ୍ଷ୍ୟ ହାସଲ ପାଇଁ ଏକ ମାର୍ଗଦର୍ଶିକା ( ରୋଡ୍ ମ୍ୟାପ୍ ) ପ୍ରସ୍ତୁତ କରିବେ। ପ୍ରତ୍ୟେକ କ୍ଷେତ୍ରୀୟ ଗୋଷ୍ଠୀ ନିଜ ନିଜ କ୍ଷେତ୍ରର ପ୍ରସ୍ତୁତି ପ୍ରକ୍ରିୟା ଶେଷ କରି ସେମାନଙ୍କର ବିବରଣୀକୁ ଏହି ସଂକଳ୍ପ ଜାରି ହେବାର ୪ ମାସ ମଧ୍ୟରେ ଦାଖଲ କରିବେ।

ଯୋଜନା ଏବଂ ସଂଯୋଜନ ବିଭାଗ, ଗଠିତ ପରିଚାଳନା କମିଟି ଏବଂ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀମାନଙ୍କୁ ଆବଶ୍ୟକୀୟ କାର୍ଯ୍ୟକାରିତା ସହଯୋଗ ପ୍ରଦାନ କରିବ ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ସହର ଓ କଳାହାଣ୍ଡି ଲାଞ୍ଜିଗଡ଼ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଦିବାସୀ ବହୁଳ ଜିଲ୍ଲାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଆଜି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗୋପାଳପଲ୍ଲୀ ଠାରେ ବିକଶିତ ଭାରତର ସଂକଳ୍ପ ଯାତ୍ରା ରଥ ଅଟକିଥିଲା। ସଚେତନତା ବାହନରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନରେ ମୋଦୀ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ପ୍ରସାରଣ କରାଯାଇଥିଲା। ଯାତ୍ରା ରହଣୀସ୍ଥଳରେ ହିତାଧିକାରୀମାନେ ସେମାନଙ୍କର  ପଞ୍ଜୀକରଣ କରିବା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଗୁଣ୍ଡରି ପଞ୍ଚାୟତଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ଯୋଜନାର ହିତାଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଯାତ୍ରାରେ ସ୍ଥାନୀୟ ଜନସମୁଦାୟ ବେଶ୍‌ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସଂକଳ୍ପ ଯାତ୍ରାର ସଚେତନତା ରଥ ପହଞ୍ଚିବା ପରେ ସ୍ଥାନୀୟ ମହିଳାମାନେ ପୂଜାର୍ଚ୍ଚନା କରି ଏହାକୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଥିଲେ।

ଏହି ଅବସରରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ପ୍ରଚାରପ୍ରସାର କରାଯାଇଥିଲା। ଏଥିରେ ବିଭିନ୍ନ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିବା ବେଳେ ପୁରୁଣା ହିତାଧିକାରୀମାନେ କେନ୍ଦ୍ରୀୟ ଯୋଜନାର ସୁଫଳକୁ ନେଇ ନିଜର ଅନୁଭୂତି ବଖାଣିଥିଲେ। ବିଶେଷ କରି ମାଗଣା ଗ୍ୟାସ ସଂଯୋଗ ପାଇଥିବା ଉଜ୍ଜ୍ୱଳା ଯୋଜନାର ମହିଳା ହିତାଧିକାରୀମାନେ ସେମାନଙ୍କ ଅନୁଭୂତି ପ୍ରକାଶ କରିବା ସହିତ ଏଥିପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଯାତ୍ରା ରହଣୀ ସ୍ଥଳରେ ସ୍ବାସ୍ଥ୍ୟ ଶିବିର ଏବଂ କେନ୍ଦ୍ରୀୟ ଯୋଜନାର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲା ଓ ଗ୍ରାମାଞ୍ଚଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ନେଇ ଗତ ନଭେମ୍ବର ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ବିଭିନ୍ନ ଗ୍ରାମାଞ୍ଚଳରେ ପୁନର୍ବାର ଜାରି ରହିଛି। ବିଭିନ୍ନ ସ୍ଥାନରେ ଯାତ୍ରାକୁ ବିପୁଳ ସ୍ୱାଗତ କରାଯାଉଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସଚେତନ ଓ ପଞ୍ଜୀକରଣ କରାଯାଉଛି । ଶନିବାର ଏହି ଯାତ୍ରା କଳାହାଣ୍ଡି ଜିଲ୍ଲା ଜଗନ୍ନାଥପୁର ଗ୍ରାମରେ ଆୟୋଜିତ ହୋଇଯାଇଛି । ଏଥିରେ ଯୋଗ ଦେଇଥିବା ହିତାଧିକାରୀ ଓ ଜନପ୍ରତିନିଧିମାନେ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଅବଗତ ହେବା ସହିତ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନ ପାଇଁ ସଂକଳ୍ପ ନେଇଥିଲେ।

ଅନ୍ୟପକ୍ଷରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, କଳାହାଣ୍ଡି, କୋରାପୁଟ, ମାଲକାନଗିରି, କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ପହଞ୍ଚି କେନ୍ଦ୍ରୀୟ ଯୋଜନାର ସଚେତନତା ବାର୍ତ୍ତା ବାଣ୍ଟିଛି । ବିଶେଷକରି ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ଲୋକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାରେ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଛି।

ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ନଭେମ୍ବର ୧୫ ତାରିଖ, ଜନଜାତୀୟ ଗୌରବ ଦିବସ  ଉପଲକ୍ଷେ ଆରମ୍ଭ କରିଥିଲେ । ଏହି ଯାତ୍ରା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପୁନର୍ବାର ଆଦିବାସୀ ଓ ଗ୍ରାମାଞ୍ଚଳରେ କେନ୍ଦ୍ରୀୟ ଯୋଜନାର ୧୦୦ ପ୍ରତିଶତ ବିସ୍ତାର ଲକ୍ଷ୍ୟ ନେଇ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି ।

Categories
ଆଜିର ଖବର ଜାତୀୟ ଖବର

ପୋଲିସ ମହାନିର୍ଦ୍ଦେଶକ/ପୋଲିସ ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୬ ଏବଂ ୭, ୨୦୨୪ ରେ ଜୟପୁରସ୍ଥିତ ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ପୋଲିସ ମହାନିର୍ଦ୍ଦେଶକ / ଇନ୍ସପେକ୍ଟର ଜେନେରାଲମାନଙ୍କର ୫୮ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ ।

ନୂତନ ଫୌଜଦାରୀ ଆଇନ ପ୍ରଣୟନ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଆଇନଗୁଡ଼ିକର ପ୍ରଣୟନ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ଆଦର୍ଶ ପରିବର୍ତ୍ତନ।  ସେ ଗୁରୁତ୍ୱାରୋପ କରିଥିଲେ ଯେ ନୂତନ ଅପରାଧିକ ଆଇନଗୁଡ଼ିକ ‘ସିଟିଜେନ୍ ଫାଷ୍ଟ, ଡିଗ୍ନିଟି ଫର୍ଷ୍ଟ ଆଣ୍ଡ ଜଷ୍ଟିସ୍ ଫର୍ଷ୍ଟ’ର ଭାବନା ରେ ପ୍ରସ୍ତୁତ କରାଯାଇଥିଲା ଏବଂ ‘ଡଣ୍ଡା’ ସହିତ କାର୍ଯ୍ୟ କରିବା ପରିବର୍ତ୍ତେ ପୋଲିସକୁ ବର୍ତ୍ତମାନ ‘ଡାଟା’ ସହିତ କାମ କରିବା ର ଆବଶ୍ୟକତା ରହିଛି। ନୂତନ ଭାବେ ପ୍ରଣୟନ ହୋଇଥିବା ଆଇନ ପଛରେ ଥିବା ଭାବନାତ୍ମକ ଭାବନାକୁ ସମାଜର ବିଭିନ୍ନ ବର୍ଗରେ ପହଞ୍ଚାଇବା ପାଇଁ କଳ୍ପନାତ୍ମକ ଭାବରେ ଚିନ୍ତା କରିବାକୁ ପ୍ରଧାନମନ୍ତ୍ରୀ ପୋଲିସ ମୁଖ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ । ନୂଆ ଅପରାଧିକ ଆଇନ ଅଧୀନରେ ମହିଳା ଓ ବାଳିକାମାନଙ୍କୁ ପ୍ରଦାନ କରାଯାଉଥିବା ଅଧିକାର ଏବଂ ସୁରକ୍ଷା ବିଷୟରେ ସଚେତନ କରିବା ଉପରେ ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ୱାରୋପ କରିଥିଲେ । ମହିଳାମାନେ ଯେପରି ନିର୍ଭୟରେ ‘କଭି ଭି ଓ କହିଁ ଭି’ (ଯେକୌଣସି ସମୟରେ ଯେକୌଣସି ସ୍ଥାନରେ) କାମ କରିପାରିବେ, ସେଥିପାଇଁ ମହିଳା ସୁରକ୍ଷା ଉପରେ ଧ୍ୟାନ ଦେବାକୁ ସେ ପୁଲିସକୁ ଅନୁରୋଧ କରିଛନ୍ତି।

ନାଗରିକମାନଙ୍କ ମଧ୍ୟରେ ପୋଲିସର ସକାରାତ୍ମକ ଭାବମୂର୍ତ୍ତିକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ନାଗରିକଙ୍କ ହିତ ପାଇଁ ସକାରାତ୍ମକ ସୂଚନା ଏବଂ ବାର୍ତ୍ତା ପ୍ରସାରଣ ପାଇଁ ଥାନା ସ୍ତରରେ ସୋସିଆଲ ମିଡିଆର ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ପ୍ରାକୃତିକ ବିପର୍ଯ୍ୟୟ ଏବଂ ବିପର୍ଯ୍ୟୟ ମୁକାବିଲା ସମ୍ପର୍କରେ ଆଗୁଆ ସୂଚନା ପ୍ରସାରଣ ପାଇଁ ସୋସିଆଲ ମିଡିଆର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ନାଗରିକ-ପୁଲିସ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ସୀମାବର୍ତ୍ତୀ ଗ୍ରାମଗୁଡ଼ିକ ଭାରତର ‘ପ୍ରଥମ ଗାଁ’ ହୋଇଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ସହ ଉତ୍ତମ ‘ସଂଯୋଗ’ ସ୍ଥାପନ କରିବା ପାଇଁ ସୀମାନ୍ତ ଗ୍ରାମଗୁଡିକରେ ରହିବାକୁ ସେ ସରକାରୀ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି।

ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ-୧ର ସଫଳତା ଏବଂ ଭାରତୀୟ ନୌସେନା ଦ୍ୱାରା ଆରବ ସାଗରରେ ଅପହରଣ ହୋଇଥିବା ଜାହାଜରୁ ୨୧ ଜଣ କ୍ରୁ ମେମ୍ବରଙ୍କୁ ତୁରନ୍ତ ଉଦ୍ଧାର କରିବା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି ସଫଳତା ଦର୍ଶାଉଛି ଯେ ଭାରତ ବିଶ୍ୱରେ ଏକ ପ୍ରମୁଖ ଶକ୍ତି ଭାବରେ ଉଭା ହେଉଛି । ସେ କହିଛନ୍ତି ଯେ ଆଦିତ୍ୟ-ଏଲ୍-୧ ର ସଫଳତା ଚନ୍ଦ୍ରଯାନ-୩ ମିଶନର ସଫଳତା ସହ ସମାନ। ସେ ମଧ୍ୟ ଭାରତୀୟ ନୌସେନାର ସଫଳ ଅପରେସନ ପାଇଁ ଗର୍ବ ପ୍ରକାଶ କରିଛନ୍ତି। ଦେଶର ଉନ୍ନତ ବୈଶ୍ୱିକ ପ୍ରୋଫାଇଲ୍ ଏବଂ ବଢୁଥିବା ଜାତୀୟ ଶକ୍ତି କୁ ଦୃଷ୍ଟିରେ ରଖି ଭାରତୀୟ ପୋଲିସ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ନିଜକୁ ଏକ ଆଧୁନିକ ଏବଂ ବିଶ୍ୱସ୍ତରୀୟ ପୋଲିସ ବାହିନୀରେ ପରିଣତ କରିବା ଉଚିତ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ବିତରଣ କରିଥିଲେ ଏବଂ ଜୟପୁରରେ ତିନି ଦିନିଆ ଡିଜିଏସପି /ଆଇଜିଏସପି ସମ୍ମିଳନୀ ଉଦ୍‌ଯାପନ କରିଥିଲେ ।

ଏହି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, ଗୃହ ରାଷ୍ଟ୍ରମନ୍ତ୍ରୀ, କେନ୍ଦ୍ର ଗୃହ ସଚିବ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଡିଜିଏସପି/ଆଇଜିଏସପି ଏବଂ କେନ୍ଦ୍ରୀୟ ପୁଲିସ ସଂଗଠନ/କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ମୁଖ୍ୟମାନେ ଉପସ୍ଥିତ ଥିଲେ। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେଶର ବିଭିନ୍ନ ସ୍ଥାନରୁ ବିଭିନ୍ନ ପାହ୍ୟାର ୫୦୦ରୁ ଅଧିକ ପୁଲିସ ଅଧିକାରୀ ଯୋଗ ଦେଇ ହାଇବ୍ରିଡ୍ ମୋଡରେ ଏହି ସମ୍ମିଳନୀ ଆୟୋଜନ କରିଥିଲେ। ଏହି ସମ୍ମିଳନୀରେ ଜାତୀୟ ନିରାପତ୍ତାର ଗୁରୁତ୍ବପୂର୍ଣ୍ଣ ଉପାଦାନ ଯଥା ନୂତନ ଭାବେ ପ୍ରଣୟନ କରାଯାଇଥିବା ପ୍ରମୁଖ ଅପରାଧିକ ଆଇନ, ଆତଙ୍କବାଦ ମୁକାବିଲା ରଣନୀତି, ବାମପନ୍ଥୀ ଉଗ୍ରବାଦ, ଉଦୀୟମାନ ସାଇବର ବିପଦ, ବିଶ୍ୱବ୍ୟାପୀ ଆତଙ୍କବାଦ ବିରୋଧୀ ପଦକ୍ଷେପ ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କଲା ବିକଶିତ ଭାରତ ସଂକଳ୍ପ ଯାତ୍ରା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ଶତ ପ୍ରତିଶତ ଲାଭ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଏବଂ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜୋର ଧରିଛି। ୨୦୨୩ ନଭେମ୍ବର ୧୫ ତାରିଖରେ ଝାଡ଼ଖଣ୍ଡର ଖୁଣ୍ଟି ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ସ୍ଥାନରୁ ଏକକାଳୀନ ଏକାଧିକ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ଭ୍ୟାନ୍ ଯୋଗେ ଏହି ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ୨୦୨୪ ଜାନୁଆରୀ ୨୫ ସୁଦ୍ଧା ସାରା ଦେଶରେ ୨.୬୦ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତ ଏବଂ ୪୦୦୦ ରୁ ଅଧିକ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ଯାତ୍ରା ସହ ଯୋଡ଼ିବା ଲକ୍ଷ୍ୟ ରଖାଯାଇଛି।

ସମଗ୍ର ଭାରତରେ ସଚେତନତା ସୃଷ୍ଟି କରୁଛି ବିକଶିତ ଭାରତ ସଂକଳ୍ପ ଯାତ୍ରା 

ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରି ଏହି ଯାତ୍ରା ଦେଶର ସୁଦୂର ଅଂଚଳର କୋଣଅନୁକୋଣରେ ପହଞ୍ଚିଛି। ଏହି ପଦକ୍ଷେପ ଏହା ସୁନିଶ୍ଚିତ କରେ, ଯେପରି ଏହି ସାମାଜିକ କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ, ଏପରିକି ଅତି ଦୁର୍ଗମ ଅଂଚଳର ଲୋକ ମାନଙ୍କ ପାଖରେ ମଧ୍ୟ ପହଞ୍ଚି ପାରିବ।

ଏହି ଯାତ୍ରାରେ ପିଏମ୍ ଉଜ୍ଜ୍ୱଳା ଯୋଜନା ପଞ୍ଜୀକରଣ, ମାଇଁ ଭାରତ ସ୍ୱେଚ୍ଛାସେବୀ ପଞ୍ଜୀକରଣ, ଆୟୁଷ୍ମାନ କାର୍ଡ ବଣ୍ଟନ ଭଳି ସେବା ଯୋଗାଇ ଦିଆଯାଉଛି। ଏହା ଯାତ୍ରା ସମୟରେ ବହୁ ସଂଖ୍ୟକ ନାଗରିକ ବିଭିନ୍ନ ସରକାରୀ ଯୋଜନାରେ ପଞ୍ଜୀକୃତ ହେଉଛନ୍ତି। ଏହି ଯାତ୍ରାରେ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଅଧିକାର ପରିସରରେ ଆସୁଥିବା ସୁବିଧାକୁ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯାଉଛି।

ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ଅଧୀନରେ ୯.୪୭ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ୱଚ୍ଛ ରୋଷେଇ ଇନ୍ଧନ ସଂଯୋଗ ଯୋଗାଇ ଦିଆଯାଇଛି, ଯାହା ଫଳରେ ସେମାନଙ୍କ ପରିବାରକୁ ଧୂଆଁ ଭର୍ତ୍ତି ରୋଷେଇ ଘରରୁ ମୁକ୍ତି ମିଳିବ। ୧.୬୪ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ ସୁନିଶ୍ଚିତ କରୁଛି ଯେ ନାଗରିକ ମାନଙ୍କୁ ପ୍ରତି ବର୍ଷ ପରିବାର ପିଛା ୫ ଲକ୍ଷ ଟଙ୍କାର ବ୍ୟାପକ ସ୍ୱାସ୍ଥ୍ୟ ବୀମା ମିଳିବ।

ଯାତ୍ରାର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସ୍‌ବିୱାଇ) ୧୮.୧୫ ଲକ୍ଷରୁ ଅଧିକ ନାଗରିକଙ୍କ ପାଇଁ ଦୁର୍ଘଟଣା ବୀମା ପ୍ରଦାନ କରିଛି । ଜୀବନ ବୀମା ପ୍ରଦାନ କରୁଥିବା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ) ର ଲାଭ ୧୦.୮୬ ଲକ୍ଷରୁ ଅଧିକ ଲୋକ ପାଇଛନ୍ତି। ଏହି ଦୁଇଟି ଯୋଜନା ସମଗ୍ର ଭାରତରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆଗକୁ ବଢ଼ାଉଛି।

ଏହା ସହିତ, ସଙ୍କଳ୍ପ ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି (ପିଏମ୍ ସ୍ୱନିଧି) ଅଧୀନରେ ୬.୭୯ ଲକ୍ଷରୁ ଅଧିକ ବୁଲା ବିକାଳିଙ୍କୁ କାର୍ଯ୍ୟକାରୀ ପୁଞ୍ଜି ଋଣ ପ୍ରଦାନ କରାଯାଇଛି। ‘ମାଇଁ ଭାରତ’ କୁ ଗ୍ରହଣ କରି ୨୭.୩୧ ଲକ୍ଷରୁ ଅଧିକ ଯୁବକ ନାମ ପଞ୍ଜୀକରଣ କରିଛନ୍ତି, ଯାହା ବିକଶିତ ଭାରତ ସଂକଳ୍ପ ଯାତ୍ରା ପରିସରରେ ଏକ ନୂତନ ଉନ୍ମାଦନା ସୃଷ୍ଟି କରିଛି।

Categories
ଜାତୀୟ ଖବର ରାଜ୍ୟ ଖବର

ସମ୍ବଲପୁରରେ ୩ଟି କୌଶଳ ରଥର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: ଇଂରାଜୀ ନବବର୍ଷର ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଯୁବବର୍ଗଙ୍କୁ ମାଗଣାରେ ଡିଜିଟାଲ ଶିକ୍ଷା ସହ ସେମାନଙ୍କୁ ଦକ୍ଷତା ବଢାଇବା ଲକ୍ଷ୍ୟରେ ରବିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଗୋଶାଳା ଛକରୁ ଏନଏସଡିସି ଦ୍ୱାରା ୩ଟି ଅତ୍ୟାଧୁନିକ କୌଶଳ ରଥ (Skills on Wheels)ର ଶୁଭାରମ୍ଭ କରିଛନ୍ତି। ଏ ରଥ ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଡ଼ିବ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ଦେଖିଥିବା ବେଳେ ଦେଶ ପ୍ରଗତିର ପଥରେ ଅଗ୍ରସର ହେଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ ଲର୍ଣ୍ଣିଂର ଚାହିଦା ବଢୁଛି। ମୋଦି ସରକାରରେ ଦେଶରେ ଡିଜିଟାଲ କାରବାରର ନୂଆ ରୂପରେଖ ପରିବର୍ତ୍ତନ ହୋଇଛି। ବିଶ୍ୱର ଉତ୍ପାଦନର କାରଖାନା ଭାରତ ହେବା ପାଇଁ ଯାଉଛି। ଭାରତର ଯୁବଶକ୍ତିଙ୍କ ଆବଶ୍ୟକତାକୁ ଦେଖି ସେମାନଙ୍କୁ ଦକ୍ଷ କରିବା ପାଇଁ ପଡିବ। ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଶୁଭାରମ୍ଭ ହୋଇଥିବା ରଥ ସମ୍ବଲପୁର ସମେତ ଅନୁଗୋଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ଯିବ। ନିର୍ଦ୍ଦିଷ୍ଟ ସମୟ ଅବଧିରେ ପଞ୍ଜିକରଣ କରିଥିବା ଯୁବକ ଯୁବତୀ ମାନଙ୍କୁ ଟ୍ରେନିଂ ଦିଆଯିବ। ଆତ୍ମନିର୍ଭର ହେବା ପାଇଁ ଉଦ୍ୟମିତାର ପ୍ରଶିକ୍ଷଣ ଦିଆଯିବ। ଗାଁ ବିଶେଷ ଭାବରେ ଗରିବ ଯୁବକ ଯୁବତୀ ମାନଙ୍କ ଦକ୍ଷତା ବଢାଇବା ଦିଗରେ ଏହି ରଥ କାମ କରିବ।

ଆଗାମୀ ଦିନର ପରିବର୍ତ୍ତିତ ଦୁନିଆରେ ନୂତନ ଟେକ୍ନୋଲୋଜି ଓ ସ୍କିଲ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଅତ୍ୟାଧୁନିକ ଉପକରଣରେ ସୁସଜ୍ଜିତ ଏହି ସ୍କିଲ୍ ରଥ ଯୁବବର୍ଗଙ୍କୁ ବହୁତ ଲାଭ ଦେବ। କମ ସମୟ ମଧ୍ୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନାରେ ସ୍କିଲ୍ ଇଣ୍ଡିଆ ମିଶନକୁ ବଡ ଗତି ଦେବ। ଯେଉଁ ସମୟରେ ୨ କୋଟି ଲକ୍ଷପତି ଓ ନମୋ ଡ୍ରୋନ୍ ଦିଦି ଦେଶରେ ମହିଳାଙ୍କୁ ସଶକ୍ତିକରଣ କରିବାର ନୂଆ ପଥ ଦେଖାଇଛି, ସେହି ସମୟରେ ଏହି ରଥ ସ୍ଥାନୀୟ ଗ୍ରାମୀଣ ଯୁବକ ଯୁବତୀ, ବିଶେଷ କରି ଝିଅ ଓ ମହିଳାମାନଙ୍କୁ ଡିଜିଟାଲ ଦକ୍ଷତା ତାଲିମ୍ ଦେଇ ସଶକ୍ତ କରିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦି ହୈ ତ ମୁମକିନ୍ ହୈ। ଏହି ଦକ୍ଷତା ରଥ ଆମ ଯୁବପିଢ଼ିଙ୍କୁ କୁଶଳ କରିବା ଭଳି ସମସ୍ତ ସୂଚନା ପ୍ରଦାନ କରିବ। ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ମାନଙ୍କୁ ଏହି ଅତ୍ୟାଧୁନିକ କୌଶଳ ରଥ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ। ଏହା ଯୁବବର୍ଗଙ୍କ ପାଇଁ ଆର୍ଥିକ ସାକ୍ଷରତା, ଡିଜିଟାଲ ସାକ୍ଷରତା, ରିଟେଲ ଦକ୍ଷତା ଏବଂ ଉଦ୍ୟମିତା ଆଦିର ଏକ ବଡ଼ ପ୍ଲାଟଫର୍ମ ଭାବେ କାମ କରିବ। ଏହି କୌଶଳ ରଥ ଉପକ୍ରମ ଯୁବ ସଶକ୍ତୀକରଣ ପ୍ରତି ମୋଦି ଗ୍ୟାରେଣ୍ଟିର ସବୁଠୁ ବଡ଼ ପ୍ରମାଣ। ଆଗାମୀ ଦିନରେ ଗାଁ ଗାଁରେ ଏଭଳି ରଥ ଚଳାଇବାର ଯୋଜନା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ଛକରେ ଜି.ଚିନି ରାଓ ବାବୁଙ୍କ ଦୋକାନରେ ଚା’ ପିଇବା ସହ ଡିଜିଟାଲ କାରବାରକୁ କଲେ ପ୍ରଶଂସା କରିଥିଲେ। ମୋଦି ସରକାରରେ ଭାରତ ଡିଜିଟାଲ କାରବାରରେ ସ୍ୱତନ୍ତ୍ର ପରିଚୟ ତିଆରି କରିବା ସହ ଜୀବନଶୈଳୀ ସହଜ କରିଥିବା ସେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଟି ଜମ୍ମୁରେ ‘ବିକଶିତ ଭାରତ’ ନେଇ ଥିବା କଳ୍ପନା ଏବଂ ବୁଦ୍ଧିମତା ଉପରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ଜମ୍ମୁ: ଜମ୍ମୁ-କାଶ୍ମୀରରେ ସ୍କୁଲ ଶିକ୍ଷା ସହ ଉଚ୍ଚ ଶିକ୍ଷା ଭିତ୍ତିଭୂମିକୁ ମଜବୁତ୍ କରାଯାଉଛି। ନୂଆ ନୂଆ ଶିକ୍ଷାନୁଷ୍ଠାନ ଖୋଲାଯିବା ସହ ପିଏମ ଶ୍ରୀ ସ୍କୁଲ ବିକଶିତ କରାଯାଉଛି। ୩୭୦ ଧାରା ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ଅଞ୍ଚଳରେ ବିକାଶର ଧାରା ତ୍ୱରାନ୍ୱିତ ହେଉଛି ବୋଲି ଦିନିକିଆ ଜମ୍ମୁ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗୁରୁବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ମାତା ବୈଷ୍ଣ ଦେବୀ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ସମାରୋହରେ ଯୋଗଦେବା ସହ ଆଇଆଇଟି ଜମ୍ମୁରେ ‘ବିକଶିତ ଭାରତ’ ନେଇ ଥିବା କଳ୍ପନା ଏବଂ ବୁଦ୍ଧିମତା ଉପରେ ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ପ୍ରଧାନ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ, ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକ ମାନଙ୍କୁ ପ୍ରାଥମିକତା ଉପରେ ଆଲୋଚନା କରିଥିଲେ । ଏହା ସହ ସବକା ସାଥ୍- ସବକା ବିକାଶ, ସବକା ପ୍ରୟାସ-ସବକା ବିକାଶର ମଡେଲ ଉପରେ ଆଲୋକପାତ କରିବା ସହ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯିବା, ଭାରତୀୟତାରୁ ପ୍ରେରିତ ହେବା ଓ ଆତ୍ମବିଶ୍ୱାସ ବଢାଇବା ଉପରେ ମତ ରଖିଥିଲେ । ୨୦୧୪ ପରେ ବ୍ୟାପକ ସଂସ୍କାର କାରଣରୁ ପଲିସି ପାରାଲେସିସର ଯୁଗରୁ ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବେ ପରିଣତ ହୋଇଛି ।  ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ମଡେଲ ସମସ୍ତଙ୍କ ପାଇଁ ଏକ ଅଧ୍ୟୟନର ବିଷୟ । ଜମ୍ମୁ କାଶ୍ମୀରରେ ଥିବା ଅପାର ସମ୍ଭାବନା ଏବଂ ସ୍ୱତନ୍ତ୍ରତା ଉପରେ ଦୀର୍ଘ ସମୟ ଧରି ଗବେଷଣା କରିବା ପାଇଁ ଆଇଆଇଟି ଜମ୍ମୁକୁ ପରାମର୍ଶ ଦେଇଥିଲେ । ଆଗାମୀ ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମସ୍ତଙ୍କ ସହଯୋଗ ବଳରେ ହିଁ ଆମେ ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିପାରିବା ।

ଶ୍ରୀ ପ୍ରଧାନ  ମାତା ବୈଷ୍ଣ ଦେବୀ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଆଜି ଯେତେବେଳେ ବିଦ୍ୟାର୍ଥୀମାନେ ସମାଜ ଜୀବନରେ ଦାୟିତ୍ୱ ନେବେ, ସେମାନେ ଜାମ୍ମୁ କାଶ୍ମୀରର ଐତିହ୍ୟକୁ ସାଙ୍ଗରେ ନେଇ ଆଗକୁ ବଢିବେ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜମ୍ମୁର ଉପରାଜ୍ୟପାଳ ମନୋଜ ସିହ୍ନା ଉପସ୍ଥିତ ଥିଲେ । ଉଲ୍ଲେଖନୀୟ, ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ଜମ୍ମୁ ସ୍ଥିତ ବୈଷ୍ଣ ଦେବୀ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏନଏସଡିସି, ଏଆଇସିଟିଇ ଓ ବଜାଜ ଫାଇନାନ୍ସ ମଧ୍ୟରେ ଏମଓୟୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆମେ ଏପରି ଏକ ଦୁନିଆରେ ରହୁଛୁ ଯେଉଁଠାରେ କେବଳ ଡିଗ୍ରୀ ରହିବା ଯଥେଷ୍ଟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମକୁ ଭାରତରେ ଜ୍ଞାନ ଓ ଦକ୍ଷତାର ଏକ ସୁପର ହାଇୱେ ନିର୍ମାଣ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ  ଆର୍ଥିକ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଦେବା ପାଇଁ ସ୍ନାତକ ଯୁବପିଢିଙ୍କୁ ପ୍ରସ୍ତୁତ କରାଇବା ଦିଗରେ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ସହ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଏବଂ ବଜାଜ ଫାଇନାନ୍ସ କମ୍ପାନୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ବ୍ୟାଙ୍କିଂ, ଫାଇନାନ୍ସ ଓ ବୀମା କ୍ଷେତ୍ରରେ ଏକ ସାର୍ଟିଫିକେଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଆଜିର ଏମଓୟୁ ଶିକ୍ଷାନୁଷ୍ଠାନ-ଶିଳ୍ପାନୁଷ୍ଠାନ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ । ଯୁବବର୍ଗଙ୍କୁ ସଶକ୍ତ କରିବ। ବିଶ୍ୱସ୍ତରୀୟ ଦକ୍ଷତା ଦେଇ ଭବିଷ୍ୟତ ପାଇଁ ଯୁବକ ଯୁବତୀଙ୍କୁ ପ୍ରସ୍ତୁତ କରାଇବା ସହ ଆର୍ଥିକ କ୍ଷେତ୍ରରେ ବ୍ୟାପକ ଦକ୍ଷତା ସୃଷ୍ଟି କରିବ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିକଶିତ ଭାରତ ପାଇଁ ଥିବା ଦୂରଦୃଷ୍ଟି ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ।

ସେ କହିଛନ୍ତି ଲୋକଙ୍କର ଦକ୍ଷତା ବଢାଇବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ ସହ ଯୋଡିଲେ ହିଁ ଦେଶ ଆଗକୁ ବଢିବ। ଆଜି ଦେଶରେ ଡିପିଆଇ ବା ଡିଜିଟାଲ ପବ୍ଲିକ ଇନଟ୍ରେଷ୍ଟ କାରଣରୁ ଦେଶ ଆଗକୁ ବଢୁଛି। ଭାରତର ଆର୍ଥିକ କ୍ଷେତ୍ର ମଜଭୂତ୍ ହେଉଛି। ଏକ ବିକଶିତ ଭାରତ ପାଇଁ ଯୁବବର୍ଗଙ୍କ ସୃଜନଶୀଳ ଚିନ୍ତାଧାରା ସହ ବିକଶିତ ଭାରତ ଗଠନରେ ଦକ୍ଷତା ବିକାଶ ଓ ଆର୍ଥିକ କ୍ଷେତ୍ରର ଯୋଗଦାନକୁ ଏକାଠି କରିବା ପାଇଁ ହେବ।  ବିଶ୍ୱସ୍ତରୀୟ ଦକ୍ଷତା ସହ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦେଶର ଯୁବବର୍ଗ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜଭବନରେ ବିକଶିତ ଭାରତ- ୨୦୪୭: “ଭଏସ୍ ଅଫ୍ ୟୁଥ୍‌’ କର୍ମଶାଳା

ଭୁବନେଶ୍ୱର: ଆଗାମୀ ୨୫ ବର୍ଷ ଭାରତର ବିକାଶ ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ ସମୟ। ଏହି ଅମୃତ କାଳରେ ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ପାଇଁ ପ୍ରତ୍ୟେକ ସଂକଳ୍ପିତ ହେବା ଦରକାର। ଭାରତର ପ୍ରଚୁର ଶକ୍ତି ଓ ସାମର୍ଥ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସଂପନ୍ନ ପ୍ରେରଣାଦାୟୀ ନେତୃତ୍ୱ ବଳରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି।

ସେବା, ସୁଶାସନ, ଗରିବ କଲ୍ୟାଣ; ସବ୍‌କା ସାଥ୍ ଓ ସବ୍‌କା ପ୍ରୟାସର ଭାବଧାରା ଦେଶକୁ ନୂଆ ଦିଶା ଦେଇଛି। ବିକଶିତ ଭାରତର ସ୍ୱପ୍ନ ୧୪୦କୋଟି ଭାରତୀୟଙ୍କର ଏବଂ ଏହାକୁ ସାକାର କରିବାକୁ ସମସ୍ତେ ନିଜ ନିଜ କ୍ଷେତ୍ରରେ ଉଦ୍ୟମ କରିବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି।

ଆଜି ରାଜଭବନରେ ବିକଶିତ ଭାରତ-୨୦୪୭: “ଭଏସ୍ ଅଫ୍ ୟୁଥ୍‌’ ଶୀର୍ଷକ କର୍ମଶାଳାରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ବିକଶିତ ଭାରତର ସ୍ୱପ୍ନ ଓ ଆକାଂକ୍ଷାକୁ ଆଗେଇ ନେବାକୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଗୋଟିଏ ଟିମ୍ ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ଭାରତ ହେଉଛି ଏକ ଯୁବ ଦେଶ। ପ୍ରତିଭାରେ ପରିପୂର୍ଣ୍ଣ ଦେଶ। ଯୁବ ଶକ୍ତିର ସଫଳ ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଜାତୀୟ ଶିକ୍ଷା ନୀତି ୨୦୨୦ ଭାରତ ପାଇଁ ବିଶେଷ ଉପଯୋଗୀ। ଏହା ପରଂପରା ଓ ଆଧୁନିକ ପ୍ରଗତିକୁ ପ୍ରୋତ୍ସାହିତ କରିବ। ଭାରତୀୟ ଜ୍ଞାନ ପରଂପରା ଓ ଆଧୁନିକ ଜ୍ଞାନଧାରା ମଧ୍ୟରେ ସମନ୍ୱୟ ଓ ସଂହତି ସ୍ଥାପନ କରିବା ସହିତ ମାତୃଭାଷାରେ ଶିକ୍ଷାଦାନର ସୁଯୋଗ ସୃଷ୍ଟି କରିବ। ସଂପ୍ରତି ନାରୀ ସଶକ୍ତିକରଣ, କୃଷକ ସଶକ୍ତିକରଣ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଗତିର ନୂତନ ଉତ୍ତରଣ ହୋଇଛି। ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ଭାରତ ବିଶ୍ୱର ଉପଯୁକ୍ତ ଠିକଣା ହୋଇଛି। ଏହି ସକାରାତ୍ମକ ଭାବ, ଭାବନା ଓ ସ୍ଥିତିର ବିନିଯୋଗ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି।

ଭାରତର ବିଶାଳ ଅର୍ଥ ବ୍ୟବସ୍ଥା ପୃଥିବୀରେ ପଂଚମ। ୨୦୨୮ ମସିହା ମଧ୍ୟରେ ଏହା ତୃତୀୟସ୍ଥାନକୁ ଯିବ। ଭାରତ ବିଶ୍ୱଗୁରୁ ଥିଲା ଓ ଆଗାମୀ ଦିନରେ ବିଶ୍ୱଗୁରୁ ଆସନରେ ଆସୀନ ହେବ ବୋଲି ରାଜ୍ୟପାଳ ଦୃଢ଼ ଭାବରେ କହିଛନ୍ତି।

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କର୍ମଶାଳାକୁ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଅଭିନବ ଚିନ୍ତା ଓ ଚେତନାକୁ ପ୍ରୋତ୍ସାହିତ କରିବା ସହ ତାଙ୍କୁ ସଂକଳିତ କରି ପ୍ରେରଣ କରିବାକୁ ପରାମର୍ଶ ଦେଇଥିଲେ।

ପ୍ରାରମ୍ଭରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍‌ଲାଇନ୍ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ମାର୍ଗଦର୍ଶନ କରାଇଥିଲେ । କର୍ମଶାଳାରେ ରାଜ୍ୟର ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତି, ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପିକା, ବୈଷୟିକ ଓ ସ୍ୱାସ୍ଥ୍ୟ ଶିକ୍ଷା ସଂସ୍ଥାର ମୁଖ୍ୟମାନେ ଯୋଗ ଦେଇ ନିଜର ମତ ମନ୍ତବ୍ୟ, ପ୍ରସ୍ତାବ, ବିଚାର ଓ ପରାମର୍ଶ ଉପସ୍ଥାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରର ମାଲଗୁଣ୍ଡ ଠାରେ “ବିକଶିତ ଭାରତ ସଂକଳ୍ପ ଯାତ୍ରା”ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ମାଲଗୁଣ୍ଡ/ସମ୍ବଲପୁର: ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୫ ବର୍ଷରେ ‘ବିକଶିତ ଭାରତ’ ଗଠନ ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ବିକଶିତ ଭାରତ ଗଢିବା ପାଇଁ ହେଲେ ଆମେ ସମସ୍ତେ ନିଜ ନିଜର ସାମର୍ଥ୍ୟ ଅନୁସାରେ ଯୋଗଦାନ ରଖିବା। ନିଜ ନିଜ କ୍ଷେତ୍ରରେ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବା ତଥା ସମସ୍ତଙ୍କୁ ଏହି ଆହ୍ୱାନରେ ଯୋଡି ବିକଶିତ ଭାରତର ସଂକଳ୍ପକୁ ସାକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ତବଲା ପଞ୍ଚାୟତର ମାଲଗୁଣ୍ଡ ଠାରେ “ବିକଶିତ ଭାରତ ସଂକଳ୍ପ ଯାତ୍ରା”ରେ ସାମିଲ ହେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଅମୃତ କାଳର ଚାରିଟି ଅମୃତ ସ୍ତମ୍ଭ ଅର୍ଥାତ୍ ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବ ଓ ମଧ୍ୟବିତ୍ତଙ୍କ ଶକ୍ତି ଭାରତକୁ ଶିଖରକୁ ନେବା ସହ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ। ମୋଦିଙ୍କ ଗ୍ୟାରେଣ୍ଟି ଜନତାଙ୍କ ଆସ୍ଥାଭାଜନ ହୋଇଥିବା ବେଳେ ଆମେ ସମସ୍ତେ ନିଜ ନିଜ କ୍ଷେତ୍ରରେ ‘ବିକଶିତ ଭାରତ’ ପାଇଁ ଯୋଗଦାନ ରଖିବା ଦରକାର। ସମସ୍ତଙ୍କୁ ସାଙ୍ଗରେ ନେଇ ଗାଁରୁ ପଞ୍ଚାୟତ ପର୍ଯ୍ୟନ୍ତ, ବ୍ଲକରୁ ସହର ପର୍ଯ୍ୟନ୍ତ ତଥା ସହରରୁ ଜିଲ୍ଲା ଏବଂ ରାଜ୍ୟ ସହ ଦେଶକୁ ସାମଗ୍ରିକ ଭାବରେ ମଜଭୂତ କରିବାକୁ ହେବ।

ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ ମୋଦି ଗ୍ୟାରେଣ୍ଟି ଗାଡି ଭାରତବର୍ଷର ଅନେକ ପଞ୍ଚାୟତରେ ପହଞ୍ଚିଲାଣି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୨୦୨୯ ପର୍ଯ୍ୟନ୍ତ ମାଗଣା ଚାଉଳ, ସୌଭାଗ୍ୟ ଯୋଜନାରେ ପ୍ରତି ଘରକୁ ବିଜୁଳି, ଜନଧନ ଜରିଆରେ ବ୍ୟାଙ୍କଖାତାକୁ ଟଙ୍କା ଦେବାର ଗ୍ୟାରେଣ୍ଟି ମୋଦି ଦେଇଛନ୍ତି। ସମସ୍ତ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକୁ ଉପଲବ୍ଧ କରାଇବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛି।

ସମସ୍ତଙ୍କୁ ସାଙ୍ଗରେ ନେଇ ସମସ୍ତ ବର୍ଗର ଲୋକଙ୍କୁ ସ୍ୱାବଲମ୍ବୀ କରିବା ସହ ସ୍ୱାଭିମାନ ସହକାରେ ବଞ୍ଚିବାର ସ୍ୱପ୍ନକୁ ସାକାର କରିବା। ଏହା ସହ କେନ୍ଦ୍ରମନ୍ତ୍ରୀ ଲୋକମାନଙ୍କୁ ନମୋ ଆପ୍, ମାଇ ଭାରତ ସଂଗଠନରେ ଯୋଡିହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ। ସେହିପରି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମବେତ ଜନତାଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସଂକଳ୍ପ କରାଇଥିଲେ। ମୋଦି ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାର ଲାଭାର୍ଥୀଙ୍କୁ ଭେଟି ଆଲୋଚନା କରିଥିଲେ।