Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଏକ ଜିପ୍ ‘ଷ୍ଟେସନ ଓ୍ବାଗନ’ର ଆତ୍ମ କାହାଣୀ

ଶୀଳଭଦ୍ର ଶାସ୍ତ୍ରୀ

ମୁଁ ହେଲି ଉଇଲିସ୍ କମ୍ପାନୀ,ଆମେରିକା ଦ୍ବାରା ୧୯୪୬ ମସିହାରେ ଧରା ପୃଷ୍ଠକୁ ଆସିଥିବା ଏକ ମୋଟର ଜାନ,ଆଉ ନାଁ ମୋର ଥିଲା ‘ଷ୍ଟେସନ ଓ୍ବାଗନ’ ! ୧୯୪୦ ଦଶକର ବାଲ୍ୟାବସ୍ଥାରୁ ନେଇ ୧୯୬୪ ପର୍ଯନ୍ତ ଯୁବା ବସ୍ଥାରେ ମୁଁ ଘୁରି ବୁଲୁ ଥିଲି ଆମେରିକାର ଭୁଖଣ୍ଡରେ,ରାସ୍ତାରେ ଗଲା ବେଳେ ଆଛା ଆଛା ବଡ ଲୋକ ମୋତେ ଘଡିଏ ଚାହୁଁ ଥିଲେ ! ଧିରେ ଧିରେ ଗାଡି ମାଲିକଙ୍କ ଭିତରେ ମୋର ଆଦର ବଢ଼ିଲା !ତେଣୁ ମୋର ଆମେରିକୀୟ ଗୋରା,ଡେଙ୍ଗା ମାଲିକ ୧୯୭୦ ରୁ ନେଇ ୧୯୭୭ ପର୍ଯନ୍ତ ମୋତେ ପଠେଇଲେ ଆର୍ଜେଣ୍ଟିନା ଓ ବ୍ରାଜିଲ ଦେଶର ଭୁଖଣ୍ଡରେ ରାଜ୍ କରିବା ପାଇଁ,ସେଠିକାର ଧନିକ ଶ୍ରେଣୀରେ ମୋର ଆଦୃତି ବଢ଼ିଲା !

ସେହି ୭୦ ଦଶକରେ ମୋର ଗୃହ ପ୍ରବେଶ ହେଲା ବିରାଟ ଦେଶ ଭାରତ ବର୍ଷରେ,ଆଉ ତାପରେ ସମସ୍ତ ଗାଡି ମଟରଙ୍କୁ ପଛରେ ପକାଇ ମୁଁ ୪୦୦ ମିଟର ଦୌଡ ପ୍ରତିଯୋଗିତାର ପ୍ରତିଯୋଗି ହୋଇ ବାହାର ଟ୍ରାକ୍ ରେ ଦଉଡି ଚମ୍ପିଆନ ହବାକୁ ଲାଗିଲି,ଏବଂ ଆଗ ଧାଡିର ଧନିକ, ରାଜ ନେତା, ସରକାରୀ ବାବୁ ତଥା ହାକିମ ହୁକୁମାଙ୍କର ପ୍ରଥମ ପସନ୍ଦର ଗାଡି ହବାକୁ ଲାଗିଲି !

ଧିରେ ଧିରେ ମୋର ପ୍ରବେଶ ହେଲା ଓଡିଶାର କଟକ ଓ ଭୁବନେଶ୍ବର ସହରରେ! ସେତେ ବେଳେ ପୁରୁଣା ଭୁବନେଶ୍ବରର ପ୍ରଥମ ମଟର କମ୍ପାନୀର ମାଲିକ ‘ନନ୍ଦ’ ପରିବାରରେ ମୁଁ ସାମିଲ ହେଲି, କିନ୍ତୁ ସେତେ ବେଳକୁ ସରକାର ଘରୋଇ ମଟର କମ୍ପାନୀ ଉପରେ ରୋକ୍ ଲଗେଇବାରୁ, ମୁଁ ଅଧିକାଂଶ ସମୟ ‘ଡାକରା ବିଭିଷଣ’ ମନ୍ଦିର ନିକଟ ଖୋଲା ପଡିଆରେ ଠିଆ ହେଇ ରହିଲି, ଆଉ ‘ନନ୍ଦ’ ପରିବାର ତାଙ୍କ ନୁଆ ତିଆରି କରିଥିବା ପ୍ରଥମ ସିନେମା ହଲ ‘କଳ୍ପନା’କୁ ମଟର କମ୍ପାନୀ ଅପେକ୍ଷା ବେଶି ଗରୁତ୍ବ ଦେଲେ, ତେଣୁ ଭୁବନେଶ୍ବରରେ ମୋର ମୃତ୍ୟୁ ଅବସମ୍ଭାବି ଥିବା ଜାଣି ମୁଁ ସେମିତି ପଡି ରହିଲି !

ଠିକ୍ ଏତିକି ବେଳେ ମୋ ଉପରେ ଶୁଭ ନଜର ପଡିଲା ମହା ନାୟକ ତଥା କଳିଙ୍ଗର ମୁକୁଟ ବିହୀନ ସମ୍ରାଟ ‘ବିଜୟାନନ୍ଦ ପଟ୍ଟନାୟକ’ ଓରଫ୍ ‘ବିଜୁ’ ବାବୁଙ୍କର, ତା ପରେ ମୁଁ ପୁଣି ମୋର କାୟା ବିସ୍ତାର କଲି ଓ ‘ବିଜୁ’ ବାବୁଙ୍କର ସହଚର ‘କଳିଙ୍ଗ ରଥ’ ହୋଇ ଖେଦି ଚାଲିଲି ସାରା ଓଡିଶାରେ,’ଷ୍ଟେସନ ଓ୍ବାଗନ’ କହିଲେ ବୁଝେଇଲା ‘କଳିଙ୍ଗ ରଥ’କୁ !

ଏ ଭିତରେ ଭୁବନେଶ୍ବର ‘ଲୁଇସ୍ ରୋଡ’ରେ ପ୍ରତିଷ୍ଠା ହୋଇ ଥାଏ ନୁଆ କଚେରୀ, ଯାହା ସେତେବେଳେ ନ୍ୟାୟ ପାଳିକା ଓ କାର୍ଯପାଳିକା ଉଭୟଙ୍କ ପାଇଁ ଜଣେ ହାକିମଙ୍କ ଦ୍ବାରା ପରି ଚାଳିତ ହେଉ ଥାଏ! ତେଣୁ ହାକିମ ହୁକୁମାଙ୍କ ପାଇଁ ମୋର ସେବା ଲୋଡା ହେଲା ଏବୁ ମୁଁ ‘ଷ୍ଟେସନ୍ ଓ୍ବାଗନ୍’ ପହଁଚିଲି ଭୁବନେଶ୍ବର କଚେରୀ ହତାରେ! ସେଠି ରହି ଅନେକ୍ ହାକିମଙ୍କ ସେବା କଲି,କିନ୍ତୁ ଭଲ ପାଇବା ପାଉ ଥିଲି ‘ବିଜୁ’ ବାବୁଙ୍କ ଠାରୁ ଆଉ ସରକାରୀ ଗାଡି ଚାଳକଙ୍କ ଠାରୁ!

ପରବର୍ତ୍ତୀ ଅବସ୍ଥାରେ ପୁଣି ନୁଆ ଘରକୁ କଚେରୀ ଉଠି ଗଲା ୧୯୮୦ ଦଶକରେ ଏବଂ ମୁଁ ହୋଇ ଗଲି ସବ୍ କଲେକ୍ଟରଙ୍କ ବାହାନ! ମୋତେ ଯିଏ ଯେମିତି ପାରିଲେ ବ୍ୟବହାର କଲେ, ଧିରେ ଧିରେ ସେବା ନିବୃତ ହେଲି!

ସେବାରୁ ଅବ୍ୟାହତି ନେବା ପରେ ମୋତେ ସବ୍ କଲେକ୍ଟରଙ୍କ ହତାରେ ପିଆଦା ଭଳି ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତୀ କୁ ଜଗିବାକୁ ଠିଆ କରେଇ ଦିଆ ଗଲା, କିନ୍ତୁ ମୁଁ ମୋ ଜାଗାରେ ଥିବାରୁ ଖୁସି ଥିଲି ଏବଂ ମୂକ ସାଖି ହୋଇ ଚୁପ୍ ଚାପ୍ ଲୁହ ଗଡଉ ଥିଲି, ସମସ୍ତଙ୍କୁ ନଜର ରଖୁ ଥିଲି ! ହଠାତ୍ ମୋ ଉପରେ ବଜ୍ର ପଡିଲା ଭଳି ଆସି ଖବର ପହଁଚିଲା ସବ୍ କଲେକ୍ଟରଙ୍କ କୋଠା ଭଙ୍ଗା ହୋଇ ହବ ନବଶ୍ଚୁମ୍ବି କଚେରୀ ଅଟ୍ଟାଳିକା!

୨୦୧୯ ମସିହାରୁ ନୂଆ କୋଠା ତିଆରି ଆରମ୍ଭ ହେଲା ଏବଂ ଗଛ କଟା, ଦୋକାନ ଭଙ୍ଗାରୁ ନେଇ ପୁରୁଣା ‘ସବ୍ ରେଜିଷ୍ଟର’ଙ୍କ କୋଠା ଭଙ୍ଗା ଆରମ୍ଭ ହେଲା,ମୁଁ ଶୁଣିବାକୁ ପାଇଲି ତହସିଲ୍ ଓ ସବ୍ କଲେକ୍ଟରଙ୍କ କୋଠା ବି ଭଙ୍ଗା ହବ ବୋଲି, ତେଣୁ ମୁଁ ବି ଆତଙ୍କରେ ଥାଏ!
ହଠାତ୍ ଦିନେ ମୋର ନିଦ ଭାଙ୍ଗିଲା ବେଳକୁ ଦେଖିଲି ସବ୍କଲେକ୍ଟରଙ୍କ କୋଠା ଭଙ୍ଗା ଆରମ୍ଭ ହୋଇ ଗଲା! ତାପରେ ମୋର ଠିକଣା ବି ବଦଳିଲା, ନିଷ୍ଠୁର ଠିକାଦାର ମୋତେ ଧକ୍କାମାରି ଆଣି ଫିଙ୍ଗି ଦେଲା ଭୁବନେଶ୍ବର ‘ମଦ୍ଧସ୍ତତା କେନ୍ଦ୍ର’ ନିକଟ ବର ଗଛ ତଳେ, ମୁଁ ଭାବିଲି ଯାହା ହଉ ପଛେ ମୁଁ କଚେରୀ ହତାରେ ତ ରହିଲି! ହେଲେ ଏବେ ସବୁ ବର ଗଛ ବି କଟା ହେଇ ଗଲା, ତେଣୁ ମୋ ଛାତର ଅବଶିଷ୍ଟ ଅଂଶ ହେଇ ଗଲା ମଦୁଆ ଓ ଗଞୋଡଙ୍କ ଆଡ୍ଡା ସ୍ଥଳି, ଓଃ କି କଷ୍ଟ ଆଉ ସହି ପାରୁନି!

ତଥାପି ଭାବୁଚି ମୋତେ ନିଷ୍ଠୁର କବାଡି ବାଲା ହାତକୁ ନ ଟେକି, ଯଦି ସେହି ‘ବିଜୁ ବାବୁ’ଙ୍କ ସୁପୁତ୍ର କିମ୍ବା କେହି ଜଣେ ହାକିମ ମୋତେ ମୁକ ସାଖି ଆଦରୀ, ମୋ ଦେହରେ ରଙ୍ଗ ଟିକିଏ ବୋଳି ପୁଣି ସେହି ନୁଆ କଚେରୀ ଆଗରେ ସ୍ଥାନିତ କରନ୍ତେ ,ମୁଁ କଣ ପୁଣି ତୁମ ଶୋଭା ବଢେଇବା ସହ ପୁରୁଣା ସ୍ମୃତିକୁ ସାଇତି ରଖନ୍ତି ନାହିଁ…ହଉ ଆଶା ତ ଅସୁମାରି ଦେଖା ଯାଉ ମୋର ଭାଗ୍ୟ ରେଖା କୁଆଡେ ଯାଉଛି।

( ଲେଖକ ଶୀଳଭଦ୍ର ଶାସ୍ତ୍ରୀ ହେଉଛନ୍ତି ରାଜ୍ୟର ଜଣେ ବରିଷ୍ଠ ଓକିଲ)

Categories
ଜୀବନ ଶୈଳୀ ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଏକ ଜିପ୍ ‘ଷ୍ଟେସନ ଓ୍ବାଗନ’ର ଆତ୍ମ କାହାଣୀ

ଶୀଳଭଦ୍ର ଶାସ୍ତ୍ରୀ

ମୁଁ ହେଲି ଉଇଲିସ୍ କମ୍ପାନୀ,ଆମେରିକା ଦ୍ବାରା ୧୯୪୬ ମସିହାରେ ଧରା ପୃଷ୍ଠକୁ ଆସିଥିବା ଏକ ମୋଟର ଜାନ,ଆଉ ନାଁ ମୋର ଥିଲା ‘ଷ୍ଟେସନ ଓ୍ବାଗନ’ ! ୧୯୪୦ ଦଶକର ବାଲ୍ୟାବସ୍ଥାରୁ ନେଇ ୧୯୬୪ ପର୍ଯନ୍ତ ଯୁବା ବସ୍ଥାରେ ମୁଁ ଘୁରି ବୁଲୁ ଥିଲି ଆମେରିକାର ଭୁଖଣ୍ଡରେ,ରାସ୍ତାରେ ଗଲା ବେଳେ ଆଛା ଆଛା ବଡ ଲୋକ ମୋତେ ଘଡିଏ ଚାହୁଁ ଥିଲେ ! ଧିରେ ଧିରେ ଗାଡି ମାଲିକଙ୍କ ଭିତରେ ମୋର ଆଦର ବଢ଼ିଲା !ତେଣୁ ମୋର ଆମେରିକୀୟ ଗୋରା,ଡେଙ୍ଗା ମାଲିକ ୧୯୭୦ ରୁ ନେଇ ୧୯୭୭ ପର୍ଯନ୍ତ ମୋତେ ପଠେଇଲେ ଆର୍ଜେଣ୍ଟିନା ଓ ବ୍ରାଜିଲ ଦେଶର ଭୁଖଣ୍ଡରେ ରାଜ୍ କରିବା ପାଇଁ,ସେଠିକାର ଧନିକ ଶ୍ରେଣୀରେ ମୋର ଆଦୃତି ବଢ଼ିଲା !

ସେହି ୭୦ ଦଶକରେ ମୋର ଗୃହ ପ୍ରବେଶ ହେଲା ବିରାଟ ଦେଶ ଭାରତ ବର୍ଷରେ,ଆଉ ତାପରେ ସମସ୍ତ ଗାଡି ମଟରଙ୍କୁ ପଛରେ ପକାଇ ମୁଁ ୪୦୦ ମିଟର ଦୌଡ ପ୍ରତିଯୋଗିତାର ପ୍ରତିଯୋଗି ହୋଇ ବାହାର ଟ୍ରାକ୍ ରେ ଦଉଡି ଚମ୍ପିଆନ ହବାକୁ ଲାଗିଲି,ଏବଂ ଆଗ ଧାଡିର ଧନିକ, ରାଜ ନେତା, ସରକାରୀ ବାବୁ ତଥା ହାକିମ ହୁକୁମାଙ୍କର ପ୍ରଥମ ପସନ୍ଦର ଗାଡି ହବାକୁ ଲାଗିଲି !

ଧିରେ ଧିରେ ମୋର ପ୍ରବେଶ ହେଲା ଓଡିଶାର କଟକ ଓ ଭୁବନେଶ୍ବର ସହରରେ! ସେତେ ବେଳେ ପୁରୁଣା ଭୁବନେଶ୍ବରର ପ୍ରଥମ ମଟର କମ୍ପାନୀର ମାଲିକ ‘ନନ୍ଦ’ ପରିବାରରେ ମୁଁ ସାମିଲ ହେଲି, କିନ୍ତୁ ସେତେ ବେଳକୁ ସରକାର ଘରୋଇ ମଟର କମ୍ପାନୀ ଉପରେ ରୋକ୍ ଲଗେଇବାରୁ, ମୁଁ ଅଧିକାଂଶ ସମୟ ‘ଡାକରା ବିଭିଷଣ’ ମନ୍ଦିର ନିକଟ ଖୋଲା ପଡିଆରେ ଠିଆ ହେଇ ରହିଲି, ଆଉ ‘ନନ୍ଦ’ ପରିବାର ତାଙ୍କ ନୁଆ ତିଆରି କରିଥିବା ପ୍ରଥମ ସିନେମା ହଲ ‘କଳ୍ପନା’କୁ ମଟର କମ୍ପାନୀ ଅପେକ୍ଷା ବେଶି ଗରୁତ୍ବ ଦେଲେ, ତେଣୁ ଭୁବନେଶ୍ବରରେ ମୋର ମୃତ୍ୟୁ ଅବସମ୍ଭାବି ଥିବା ଜାଣି ମୁଁ ସେମିତି ପଡି ରହିଲି !

ଠିକ୍ ଏତିକି ବେଳେ ମୋ ଉପରେ ଶୁଭ ନଜର ପଡିଲା ମହା ନାୟକ ତଥା କଳିଙ୍ଗର ମୁକୁଟ ବିହୀନ ସମ୍ରାଟ ‘ବିଜୟାନନ୍ଦ ପଟ୍ଟନାୟକ’ ଓରଫ୍ ‘ବିଜୁ’ ବାବୁଙ୍କର, ତା ପରେ ମୁଁ ପୁଣି ମୋର କାୟା ବିସ୍ତାର କଲି ଓ ‘ବିଜୁ’ ବାବୁଙ୍କର ସହଚର ‘କଳିଙ୍ଗ ରଥ’ ହୋଇ ଖେଦି ଚାଲିଲି ସାରା ଓଡିଶାରେ,’ଷ୍ଟେସନ ଓ୍ବାଗନ’ କହିଲେ ବୁଝେଇଲା ‘କଳିଙ୍ଗ ରଥ’କୁ !

ଏ ଭିତରେ ଭୁବନେଶ୍ବର ‘ଲୁଇସ୍ ରୋଡ’ରେ ପ୍ରତିଷ୍ଠା ହୋଇ ଥାଏ ନୁଆ କଚେରୀ, ଯାହା ସେତେବେଳେ ନ୍ୟାୟ ପାଳିକା ଓ କାର୍ଯପାଳିକା ଉଭୟଙ୍କ ପାଇଁ ଜଣେ ହାକିମଙ୍କ ଦ୍ବାରା ପରି ଚାଳିତ ହେଉ ଥାଏ! ତେଣୁ ହାକିମ ହୁକୁମାଙ୍କ ପାଇଁ ମୋର ସେବା ଲୋଡା ହେଲା ଏବୁ ମୁଁ ‘ଷ୍ଟେସନ୍ ଓ୍ବାଗନ୍’ ପହଁଚିଲି ଭୁବନେଶ୍ବର କଚେରୀ ହତାରେ! ସେଠି ରହି ଅନେକ୍ ହାକିମଙ୍କ ସେବା କଲି,କିନ୍ତୁ ଭଲ ପାଇବା ପାଉ ଥିଲି ‘ବିଜୁ’ ବାବୁଙ୍କ ଠାରୁ ଆଉ ସରକାରୀ ଗାଡି ଚାଳକଙ୍କ ଠାରୁ!

ପରବର୍ତ୍ତୀ ଅବସ୍ଥାରେ ପୁଣି ନୁଆ ଘରକୁ କଚେରୀ ଉଠି ଗଲା ୧୯୮୦ ଦଶକରେ ଏବଂ ମୁଁ ହୋଇ ଗଲି ସବ୍ କଲେକ୍ଟରଙ୍କ ବାହାନ! ମୋତେ ଯିଏ ଯେମିତି ପାରିଲେ ବ୍ୟବହାର କଲେ, ଧିରେ ଧିରେ ସେବା ନିବୃତ ହେଲି!

ସେବାରୁ ଅବ୍ୟାହତି ନେବା ପରେ ମୋତେ ସବ୍ କଲେକ୍ଟରଙ୍କ ହତାରେ ପିଆଦା ଭଳି ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତୀ କୁ ଜଗିବାକୁ ଠିଆ କରେଇ ଦିଆ ଗଲା, କିନ୍ତୁ ମୁଁ ମୋ ଜାଗାରେ ଥିବାରୁ ଖୁସି ଥିଲି ଏବଂ ମୂକ ସାଖି ହୋଇ ଚୁପ୍ ଚାପ୍ ଲୁହ ଗଡଉ ଥିଲି, ସମସ୍ତଙ୍କୁ ନଜର ରଖୁ ଥିଲି ! ହଠାତ୍ ମୋ ଉପରେ ବଜ୍ର ପଡିଲା ଭଳି ଆସି ଖବର ପହଁଚିଲା ସବ୍ କଲେକ୍ଟରଙ୍କ କୋଠା ଭଙ୍ଗା ହୋଇ ହବ ନବଶ୍ଚୁମ୍ବି କଚେରୀ ଅଟ୍ଟାଳିକା!

୨୦୧୯ ମସିହାରୁ ନୂଆ କୋଠା ତିଆରି ଆରମ୍ଭ ହେଲା ଏବଂ ଗଛ କଟା, ଦୋକାନ ଭଙ୍ଗାରୁ ନେଇ ପୁରୁଣା ‘ସବ୍ ରେଜିଷ୍ଟର’ଙ୍କ କୋଠା ଭଙ୍ଗା ଆରମ୍ଭ ହେଲା,ମୁଁ ଶୁଣିବାକୁ ପାଇଲି ତହସିଲ୍ ଓ ସବ୍ କଲେକ୍ଟରଙ୍କ କୋଠା ବି ଭଙ୍ଗା ହବ ବୋଲି, ତେଣୁ ମୁଁ ବି ଆତଙ୍କରେ ଥାଏ!
ହଠାତ୍ ଦିନେ ମୋର ନିଦ ଭାଙ୍ଗିଲା ବେଳକୁ ଦେଖିଲି ସବ୍କଲେକ୍ଟରଙ୍କ କୋଠା ଭଙ୍ଗା ଆରମ୍ଭ ହୋଇ ଗଲା! ତାପରେ ମୋର ଠିକଣା ବି ବଦଳିଲା, ନିଷ୍ଠୁର ଠିକାଦାର ମୋତେ ଧକ୍କାମାରି ଆଣି ଫିଙ୍ଗି ଦେଲା ଭୁବନେଶ୍ବର ‘ମଦ୍ଧସ୍ତତା କେନ୍ଦ୍ର’ ନିକଟ ବର ଗଛ ତଳେ, ମୁଁ ଭାବିଲି ଯାହା ହଉ ପଛେ ମୁଁ କଚେରୀ ହତାରେ ତ ରହିଲି! ହେଲେ ଏବେ ସବୁ ବର ଗଛ ବି କଟା ହେଇ ଗଲା, ତେଣୁ ମୋ ଛାତର ଅବଶିଷ୍ଟ ଅଂଶ ହେଇ ଗଲା ମଦୁଆ ଓ ଗଞୋଡଙ୍କ ଆଡ୍ଡା ସ୍ଥଳି, ଓଃ କି କଷ୍ଟ ଆଉ ସହି ପାରୁନି!

ତଥାପି ଭାବୁଚି ମୋତେ ନିଷ୍ଠୁର କବାଡି ବାଲା ହାତକୁ ନ ଟେକି, ଯଦି ସେହି ‘ବିଜୁ ବାବୁ’ଙ୍କ ସୁପୁତ୍ର କିମ୍ବା କେହି ଜଣେ ହାକିମ ମୋତେ ମୁକ ସାଖି ଆଦରୀ, ମୋ ଦେହରେ ରଙ୍ଗ ଟିକିଏ ବୋଳି ପୁଣି ସେହି ନୁଆ କଚେରୀ ଆଗରେ ସ୍ଥାନିତ କରନ୍ତେ ,ମୁଁ କଣ ପୁଣି ତୁମ ଶୋଭା ବଢେଇବା ସହ ପୁରୁଣା ସ୍ମୃତିକୁ ସାଇତି ରଖନ୍ତି ନାହିଁ…ହଉ ଆଶା ତ ଅସୁମାରି ଦେଖା ଯାଉ ମୋର ଭାଗ୍ୟ ରେଖା କୁଆଡେ ଯାଉଛି।

( ଲେଖକ ଶୀଳଭଦ୍ର ଶାସ୍ତ୍ରୀ ହେଉଛନ୍ତି ରାଜ୍ୟର ଜଣେ ବରିଷ୍ଠ ଓକିଲ)

Categories
ବିଶେଷ ଖବର

ବିଜୁବାବୁଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନର କିଛି ସ୍ମରଣୀୟ ଦୃଷ୍ଟାନ୍ତ

ଦିଲ୍ଲୀପ ହାଲି

ସିକେକ୍ରିଟିକ୍ ପୁରସ୍କାର ପ୍ରଦାନ ସହ ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ଚଳଚ୍ଚିତ୍ର ଜୀବନର ରୌପ୍ୟ ଜୟନ୍ତୀ ପାଳନ କରିବା ଲାଗି ସ୍ଥିର ହେଲା। ସବୁଥର ଭଳି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସଚିବାଳୟ ପ୍ରକୋଷ୍ଠରେ ଭେଟି ନିମନ୍ତ୍ରଣ କରିବାକୁ ସିନେକ୍ରିଟିକ୍ ଆସୋସିଏସନ୍‌ର ସଭାପତି ପ୍ରଦୋଷ ପଟ୍ଟନାୟକ ଓ ମୁଁ ଯାଇଥିଲୁ। ବିଜୁବାବୁ ଚିଠିଟି ପଢ଼ି ତା’ ଉପରେ ଲେଖି ବ୍ୟକ୍ତିଗତ ସଚିବ ଗୌରମୋହନ ଷଡ଼ଙ୍ଗୀଙ୍କ ହାତରେ ଧରାଇ ଦେଲେ। ଆମେ ଖୁସିରେ ତାଙ୍କ ପ୍ରକୋଷ୍ଠରୁ ବାହାରି ଆସୁଛୁ, ହଠାତ୍ ପଛରୁ ଡାକି ପଚାରିଲେ – What is the Prasanta Nanda Silver Night ? Who is Prasanta Nanda ? Why this Silver Night ତା’ପରେ ଆମେ ବିଜୁବାବୁଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଜଣେ ଆଗଧାଡ଼ିର ବ୍ୟକ୍ତିତ୍ୱ ପ୍ରଶାନ୍ତ ନନ୍ଦ ସମ୍ପର୍କରେ ସବୁ ବିଷୟ ଜଣାଇଲୁ।

ତାଙ୍କ ଚଳଚ୍ଚିତ୍ର ଜୀବନରେ ୨୫ ବର୍ଷ ପୂରି ଯାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବାକୁ ଏହି ଉତ୍ସବ ଆୟୋଜିତ ହେଉଛି ବୋଲି ଜଣାଇଲୁ। ଏଥିସହିତ ପ୍ରଦୋଷ ବାବୁ, ଓଡ଼ିଆ ପ୍ରାଣ ମୁଖ୍ୟମନ୍ତ୍ରୀଙ୍କୁ ମହାନ୍ ଓଡ଼ିଆ ବୀର ଖାରବେଳଙ୍କ ଉପରେ ପ୍ରଶାନ୍ତ ନନ୍ଦ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ। ଏହି କଥା ପଦକ ବିଜୁବାବୁଙ୍କୁ ଖୁବ୍ ଆନନ୍ଦ ଦେଇଥିଲା ଏବଂ ଆହୁରି ଖୁସି ହୋଇ ଉତ୍ସବକୁ ଆସିବେ ବୋଲି କହିଥିଲେ। ଆଗକୁ ଆସୁଥିବା ରାଜ୍ୟସଭା ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ଚୟନ ନେଇ ବରିଷ୍ଠ ମନ୍ତ୍ରୀ ଓ ଦଳୀୟ ନେତାମାନଙ୍କ ସହ ବିଜୁବାବୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିମଗ୍ନ ଥିଲେ ଏବଂ ଉତ୍ସବ ବିଷୟ ସେ ପୁରାପୁରି ଭୁଲି ଯାଇଥିଲେ।

ରବୀନ୍ଦ୍ର ମଣ୍ଡପରେ ତାଙ୍କର ପହଞ୍ଚିବାରେ ବିଳମ୍ବ ଦେଖି ତିନିଜଣ କଳାକାରଙ୍କୁ ସଚିବାଳୟ ପଠାଇ ବିଜୁ ବାବୁଙ୍କୁ ଉତ୍ସବ ସ୍ଥଳକୁ ପାଛୋଟି ଆଣିଥିଲୁ। ତା’ପରେ ବିଜୁବାବୁ ହସି ହସି ଦଳୀୟ ସଭାପତି ଅଶୋକ ଦାସଙ୍କୁ ବୈଠକର ଦାୟିତ୍ୱ ନ୍ୟସ୍ତ କରି ଚଳଚ୍ଚିତ୍ର ଉତ୍ସବକୁ ଚାଲିଆସିଲେ। ସେଦିନର ଉତ୍ସବରେ ଜଣେ କଳାକାର ଅନ୍ୟ ଜଣେ କଳାକାରଙ୍କୁ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିବେ ବୋଲି ଆମେ ପୂର୍ବରୁ ସ୍ଥିର କରିଥିବା ଶୁଣି ବିଜୁବାବୁ ବିରକ୍ତ ହୋଇ ନିଜେ ସବୁ ପୁରସ୍କାର ବାଣ୍ଟିବେ ବୋଲି କହିଥିଲେ ଏବଂ ଉତ୍ସବରେ ଦୁଇଘଣ୍ଟା ଧରି ଉପସ୍ଥିତ ଥିଲେ।

ସେଦିନ ଉତ୍ସବରେ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପ୍ରଶାନ୍ତ ନନ୍ଦ ଖାରବେଳଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରୁଥିବା ଜାଣି ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସାରେ ପୋତି ପକାଇ ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ। କଳିଙ୍ଗ ସମ୍ରାଟ୍ ଖାରବେଳଙ୍କ ବୀରତ୍ୱ ଓ ସାହସ ବିଜୁ ପଟ୍ଟନାୟକଙ୍କୁ କିପରି ଉଦ୍‌ବୁଦ୍ଧ ଓ ଅନୁପ୍ରାଣିତ କରିଥିଲା, ସେଦିନ ସେହି ଉତ୍ସବରେ ତାହା ପ୍ରତିଫଳିତ ହୋଇଥିଲା।

ଏକଦା ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ପ୍ରଥମେ ସିନେକ୍ରିଟିକ୍ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ଯେ, ଭାରତର ସଂସଦ ଭବନରେ ବିଜୁବାବୁଙ୍କ ମୃତ୍ୟୁ ପରେ ତାଙ୍କର ଏକ ତୈଳଚିତ୍ର ସ୍ଥାନ ପାଉ। ଏହି ପ୍ରସ୍ତାବଟି ସଂସ୍କୃତି ମନ୍ତ୍ରୀ ତତ୍‌କ୍ଷଣାତ୍ ଗ୍ରହଣ କରି ଏହା କେଉଁ ଶିଳ୍ପୀଙ୍କ ଦ୍ୱାରା କରାଯିବ, ତା’ର ବ୍ୟବସ୍ଥା କରିବାକୁ କହିଲେ। କଟକସ୍ଥିତ ଆନନ୍ଦ ଭକବନରେ ବିଜୁ ପଟ୍ଟନାୟକଙ୍କର ଏକ ଫଟୋଚିତ୍ର ଥିଲା। ତାକୁ ଓଡ଼ିଶାର ତତ୍କାଳୀନ ଓଡ଼ିଶା ଲଳିତକଳା ଏକାଡେମୀର ସଚିବ ଚନ୍ଦ୍ରମଣି ବିଶ୍ୱାଳ ପ୍ରସ୍ତୁତ କରିଥିଲେ। ଏହା ପ୍ରସ୍ତୁତ ହେଲାପରେ ସଂସଦ ଭବନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ଼ଭାନୀ ଏବଂ ସୁଷମା ସ୍ୱରାଜ ପ୍ରମୁଖଙ୍କ ଉପସ୍ଥିତିରେ ଏହା ଉନ୍ମୋଚିତ ହୋଇଥିଲା ଏବଂ ସେଠାରେ ଏହି ତୈଳ ଚିତ୍ରଟିକୁ ପ୍ରସ୍ତୁତ କରିଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ଚନ୍ଦ୍ରମଣି ବିଶ୍ୱାଳଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

୧୯୯୦ ଡିସେମ୍ବର ମାସର ଶୀତ ସନ୍ଧ୍ୟାରେ ଆୟୋଜିତ ଆଉ ଏକ ସିନେକ୍ରିଟିକ୍ ଉତ୍ସବରେ ଗୋଟିଏ କୌତୁହଳଜନକ ଘଟଣା ଘଟିଥିଲା। ଏଥିରେ ମୁଖ୍ୟ ଅତିଥି ବିଜୁବାବୁଙ୍କ ସହ ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତା ଏବଂ ହିନ୍ଦୀ ଧାରାବାହିକର ଲୋକପ୍ରିୟ ଅଭିନେତା ମୋହନ ଗୋଖଲେ (ମିଃ. ଯୋଗୀ ଅଭିନୟ ପାଇଁ ପ୍ରସିଦ୍ଧ) ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଉତ୍ସବର ଅବ୍ୟବହିତ ପୂର୍ବରୁ ଏକ ପ୍ରଳୟଙ୍କରୀ ବାତ୍ୟା ଓ ବନ୍ୟା ବିତ୍ପାତରେ ଗଞ୍ଜାମ ଜିଲ୍ଲା ବହୁତ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଏହି ଉତ୍ସବରେ ବିପୁଳ ଜନସମାଗମକୁ ଲକ୍ଷ୍ୟ କରି ବିଜୁବାବୁ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବିଷୟରେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।

ବିଜୁଙ୍କ ଆବେଗଭରା ଆହ୍ୱାନ ଶୁଣି ଅଭିନେତା ମୋହନ ଗୋଖଲେ ନିଜେ ମଞ୍ଚ ଉପରୁ ଓହ୍ଲାଇ ଏକ ଟିଣ ଡବା ଧରି ଉପସ୍ଥିତ ଦର୍ଶକମଣ୍ଡଳୀଠାରୁ ଦାନ ସଂଗ୍ରହ କରିଥିଲେ । ତାଙ୍କ ଦେଖାଦେଖି ଅନ୍ୟ କଳାକାରମାନେ ମଧ୍ୟ ରବୀନ୍ଦ୍ର ମଣ୍ଡପର ଭରପୁର ପ୍ରେକ୍ଷାଳୟରୁ ଦାନ ସଂଗ୍ରହ ଆରମ୍ଭ କରିଦେଲେ। ମୋଟାମୋଟି ଭାବରେ ଏହି ଉତ୍ସବରେ ସଂଗୃହୀତ ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା। ସେଦିନର ସେହି ଉତ୍ସବରେ କଟକରୁ ଦୁଇ ଚକିଆ ଗାଡ଼ିରେ ଚଢ଼ି ଆସି ଯୋଗ ଦେଇଥିବା ଓଡ଼ିଆ ଚଳଚ୍ଚିତ୍ରର ବିଗତ ଦିନର ଅଗ୍ରଣୀ ବ୍ୟକ୍ତିତ୍ୱ ଗୌରପ୍ରସାଦ, ଘୋଷ, ପୀର ମିଶ୍ର ଓ ନିତାଇ ପାଲିତ୍‌, ସାମୁଏଲ୍ ସାହୁ ବାବି ପ୍ରମୁଖଙ୍କୁ ଦେଖି ଓ ପୁରସ୍କାର ପ୍ରଦାନ କରି ବିଜୁବାବୁ ଅତ୍ୟନ୍ତ ଉତ୍‌ଫୁଲିତ ହୋଇଉଠିଥିଳେ।

ତାଙ୍କଠାରୁ ବୟସରେ ବଡ଼ ଓ ତାଙ୍କ ଜ୍ୟେଷ୍ଠା ଭଗିନୀଙ୍କ ବାନ୍ଧବୀ ଉମା ଗୋଏଙ୍କା (ବାନାର୍ଜୀ) ଯେତେବେଳେ ପୁରସ୍କାର ଗ୍ରହଣ କରିବାକୁ ଆସିଲେ, ସେତେବେଳେ ବିଜୁବାବୁ ଭାବପ୍ରବଣ ହୋଇଉଠିଥିଲେ। ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ‘ଲଳିତା’ର ନାୟିକା ଉମା ମଧ୍ୟ ଖୁବ୍ ଆବେଗରେ ନିଜର କନିଷ୍ଠ ଭ୍ରାତା ସଦୃଶ ବିଜୁଙ୍କ ଗାଲକୁ ଧରି ତାଙ୍କୁ ଆଶୀର୍ବଦା ପ୍ରଦାନ କରିବାର ଦୃଶ୍ୟ ସେତେବେଳେ ସମସ୍ତ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା। ଅଭିନେତା ଉତ୍ତମ ମହାନ୍ତି ଉମା ଗୋଏଙ୍କାଙ୍କୁ ନେଇ ମଞ୍ଚକୁ ଯାଇଥିଲେ।

ସାମଗ୍ରିକ ଭାବରେ ବିଚାର କଲେ ଜଣେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ଓ ମାନବବାଦୀ ଜନନେତା ରୂପେ ସୁପରିଚିତ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱର ଅନ୍ୟ ଦିଗଟି କିପରି କଳା ଓ ସଂସ୍କୃତିପ୍ରାଣତାରେ ଭରପୂର ଥିଲା, ତାହା ଏହି ସମସ୍ତ ଘଟଣା ଓ ଅନୁଭୂତି ସ୍ପଷ୍ଟ ଜଣାପଡ଼େ। ବିଜୁ ପଟ୍ଟନାୟକ ସଦାସର୍ବଦା ସକ୍ରିୟ ରାଜନୀତି ଭିତରେ ବୁଡ଼ି ରହିଥିଲେ ମଧ୍ୟ ତାଙ୍କର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ବିଶେଷକରି ଗଜଲ ପ୍ରତି ସେ ଗଭୀର ଆକର୍ଷଣ ରହିଥିଲେ। ସେ ସମ୍ପର୍କରେ କାହାରି ଧାରଣା ନଥିଲା। ମାତ୍ର ଗୋଟିଏ ଥର ସିନେକ୍ରିଟିକ୍ ଉତ୍ସବରେ ସେ ସମସ୍ତଙ୍କୁ ଚକିତ କରି ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ଦିଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ସେଥିସହିତ ଆମମାନଙ୍କୁ ପରାମର୍ଶ ଦେଇଥିଲେ ଯେ, ମୁମ୍ବାଇରୁ ପଣ୍ଡିତ ହରିପ୍ରସାଦ ଚୌରାସିଆ କିମ୍ବା ସେହିଭଳି ଅନ୍ୟ ଯଶସ୍ୱୀ କଳାକାରଙ୍କୁ ଆଣି ଭୁବନେଶ୍ୱରରେ ଏକ ଗଜଲ ସନ୍ଧ୍ୟା ଆୟୋଜନ କରିବାକୁ। ସେ କେବଳ ସଙ୍ଗୀତକୁ ଭଲ ପାଉନଥିଲେ, ସେ ସମ୍ପର୍କରେ ତାଙ୍କର ଯଥେଷ୍ଟ ଜ୍ଞାନ ଓ ସ୍ପଷ୍ଟ ଧାରଣା ମଧ୍ୟ ରହିଥିଲା। ତାଙ୍କର ମୂଲ୍ୟବାନ ପରାମର୍ଶ ଗ୍ରହଣ କରି ଆମେ ଅଳ୍ପଦିନ ମଧ୍ୟରେ ସୂଚନା ଭବନ (ବର୍ତ୍ତମାନର ଜୟଦେବ ଭବନ) ଠାରେ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଏବଂ ଆମେରିକାରେ ରହୁଥିବା ଓଡ଼ିଆ କଣ୍ଠଶିଳ୍ପୀ ସଙ୍ଗୀତା ମହାପାତ୍ରଙ୍କୁ ନେଇ ଏକ ଚିତ୍ତାକର୍ଷକ ଗଜଲ ସନ୍ଧ୍ୟା ଆୟୋଜନ କରିଥିଲୁ।

ସେଦିନ ସମଗ୍ର ସୂଚନା ଭବନ ଶ୍ରୋତାଙ୍କ ଉପସ୍ଥିତିରେ ଭରପୂର ହୋଇଯାଇଥିଲା। ବିଜୁବାବୁଙ୍କ ସହ ସିନେକ୍ରିଟିକ୍ ଆସୋସିଏସନ୍‌ର ନିବିଡ଼ ସମ୍ପର୍କ ରହିଥିଲେ ମଧ୍ୟ ଏହି ସଂସ୍ଥା କୌଣସି ସମୟରେ ତାଙ୍କଠାରୁ କିଛି ଫାଇଦା ହାସଲ କରିବାକୁ ଉଦ୍ୟମ କରିନଥିଲା। ଏହା ହିଁ ତାଙ୍କୁ ଆମ ଅନୁଷ୍ଠାନ ଆଡ଼କୁ ଅଧିକ ଆକର୍ଷିତ କରିଥିଲା।

ଓଡ଼ିଆ ତଥା ହିନ୍ଦୀ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ବିଜୟା ଜେନା ଓରଫ୍ ଡଳି ଜେନା ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ବିଜୁ ପଟ୍ଟନାୟକଙ୍କ ତାଙ୍କ ବାସଭବନରେ ଭେଟି ଅନୁରୋଧ କରିଥିଲେ। ଏଥିପାଇଁ ଚଳଚ୍ଚିତ୍ର ଉନ୍ନୟନ ନିଗମରୁ ଋଣ ନେଇ ଚଳଚ୍ଚିତ୍ର ନିର୍ମାଣ ପାଇଁ ବିଜୁବାବୁ ତାଙ୍କୁ ସମସ୍ତ ସହାୟତା ଯୋଗାଇ ଦେଇଥିଲେ। ସେତେବେଳର ଶିଳ୍ପମନ୍ତ୍ରୀ ଦିଲ୍ଲୀପ ରାୟ ମଧ୍ୟ ଏଥିପାଇଁ ସାହାଯ୍ୟ କରିଥିଲେ। ତା’ପରେ ଓଡ଼ିଆ ଚଳଚ୍ଚିତ୍ର ‘ତାରା’ ନିର୍ମାଣ ହେଲା, ଯାହାକି ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ‘ତାରା’ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ପୁରସ୍କାର ଲାଭ କରିଥିଲା।

ଓଡ଼ିଆ ସଂସ୍କୃତି ଓ କଳାପ୍ରତି ଏହି ମହାନ୍ ବରପୁତ୍ରଙ୍କର ଯେଉଁ ବିପୁଳ ଅବଦାନ ରହିଥିଲା, ତାକୁ ଏ ଜାତି ଆଦୌ ଭୁଲିପାରିବ ନାହିଁ। ହେଲେ ଆଜି ତାଙ୍କର ଜନ୍ମ ଶତବାର୍ଷିକୀ ବର୍ଷରେ ଏ ସମ୍ପର୍କରେ ବିେଶେଷ ଆଲୋଚନା କରାଯିବାର ପ୍ରାସଙ୍ଗିକତା ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜୁବାବୁଙ୍କ ଶ୍ରାଦ୍ଧୋତ୍ସବରେ ତାଙ୍କ ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଏପରି କଥା

ଭୁବନେଶ୍ବର: ମହିଳା ସଶକ୍ତିକରଣ ବିଜୁବାବୁଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ଥିଲା। ଏ ଦିଗରେ ସେ ଅନେକ ମାଇଲ ଷ୍ଟୋନ ସୃଷ୍ଟି କରିଯାଇଛନ୍ତି । ଆଜି ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ଶ୍ରାଦ୍ଧୋତ୍ସବରେ ଭର୍ଚ୍ୟìଆଲ ପ୍ଲାଟଫର୍ମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କରିଛନ୍ତି।

ବିଜୁ ବାବୁଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନିକଟରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ଓ ନଗରପାଳିକା ନିର୍ବାଚନରେ ମହିଳାମାନେ ବହୁସଂଖ୍ୟାରେ ଭାଗନେଇ ସଫଳତା ହାସଲ କରିବା ତାଙ୍କ ପାଇଁ ବହୁତ ଖୁସିର କଥା। ମା’ମାନେ ହିଁ ହେଉଛନ୍ତି ଆମ ନୂଆ ଓଡିଶାର ସାରଥି ବୋଲି ମତପ୍ରକାଶ କରି ସେ କହିଥିଲେ ଯେ ସେମାନଙ୍କ ଦକ୍ଷତା ଓ ସଫଳତା ହିଁ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ସେ କହିଥିଲେ ଯେ ବିଜୁ ବାବୁ ଥିଲେ ସବୁବେଳେ ଅନନ୍ୟ। ତାଙ୍କର କାମ କରିବାର ତରିକା ମଧ୍ୟ ଥିଲା ଅନନ୍ୟ। ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଓଡିଶା ଓ ଓଡିଆ ଜାତିର ଉନ୍ନତି। ବିକାଶ, ସଶକ୍ତିକରଣ ଓ ଓଡିଆ ସ୍ୱାଭିମାନ ହିଁ ସବୁବେଳେ ତାଙ୍କର ସବୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା। ଏସବୁ ସହିତ ସେ କେବେ ବି ସାଲିସ କରୁ ନ ଥିଲେ। ଜଣେ ରାଜନେତା ନୁହେଁ, ବରଂ ଜଣେ ଜନନାୟକ ଭାବରେ ସେ ସାରା ଭାରତରେ ପ୍ରସିଦ୍ଧ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ମହାନ ଜନନାୟକ ବିଜୁବାବୁଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଲେ ଯେ ଓଡ଼ିଶାର ଅନନ୍ୟ ପରିଚୟ ଥିଲେ ବିଜୁବାବୁ। ଜୀବିତାବସ୍ଥାରେ ସେ ଥିଲେ ଯେତିକି ଚର୍ଚ୍ଚିତ, ଅବର୍ତ୍ତମାନରେ ମଧ୍ୟ ତାଙ୍କ କୃତି ଓ କୃତିତ୍ୱ ପାଇଁ ଏବର ପିଢ଼ି ପାଖରେ ସେ ସେତିକି ଆଦୃତ। ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ଯେତିକି ଉଲ୍ଲେଖନୀୟ ଥିଲା, ସ୍ୱାଧୀନୋତ୍ତର ଭାରତରେ ସେତିକି ପ୍ରେରଣାଦାୟୀ ଥିଲା। ଓଡ଼ିଶାର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସେ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ। ବିଜୁବାବୁଙ୍କ ଅବଦାନ ଚିରକାଳ ପାଇଁ ଅବିସ୍ମରଣୀୟ।

ଭୁବନେଶ୍ୱର ମହାନଗର ନିଗମର ମେୟର ବିଜୁ ପଟ୍ଟନାୟକଙ୍କୁ ଜଣେ କିମ୍ବଦନ୍ତୀ ପୁରୁଷ ବୋଲି ଅଭିହିତ କରି କହିଲେ ଯେ ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ତାଙ୍କ ଦେଶପ୍ରୀତି, ଦୁଃସାହସର କାହାଣୀ ଓ ରାଜ୍ୟର ବିକାଶ ପାଇଁ ନେଇଥିବା ପଦକ୍ଷେପ ତାଙ୍କୁ ଚିରସ୍ମରଣୀୟ କରି ରଖିବ। ମହିଳା ସଶକ୍ତିକରଣ ନିମନ୍ତେ ବିଜୁବାବୁଙ୍କ ଉଦ୍ୟମ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ ଉଲ୍ଲେଖ କରିଥିଲେ। ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ବିଜୁ ପଟ୍ଟନାୟକଙ୍କ ଅମ୍ଳାନ ସ୍ମୃତି ଓ ମହାନ ଜୀବନାଦର୍ଶ ଓଡ଼ିଆ ଜାତିର ଇତିହାସକୁ ଗୌରବମଣ୍ଡିତ କରିବ ବୋଲି ମତବ୍ୟକ୍ତ କରିଥିଲେ।

ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମୁକ୍ତିସଂଗ୍ରାମର ଦୁର୍ଦ୍ଦର୍ଷ ଯୋଦ୍ଧା ବିଜୁବାବୁଙ୍କୁ ଓଡ଼ିଆ ଜାତିର ସର୍ବାଧିକ ଲୋକପି୍ରୟ ରାଜନୀତିଜ୍ଞ ବୋଲି ଉଲ୍ଲେଖ କରିଥିଲେ। ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ତାଙ୍କ ବକ୍ତବ୍ୟରେ ବିଜୁବାବୁଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହ ଶ୍ରମିକଙ୍କ ସ୍ୱାର୍ଥରକ୍ଷାଠାରୁ ଆରମ୍ଭ କରି ନାରୀ ସଶକ୍ତିିକରଣ, ପଞ୍ଚାୟତିରାଜ ବ୍ୟବସ୍ଥା, ଓଡ଼ିଶାରେ ଶିଳ୍ପାୟନ ଆଦି ପ୍ରତ୍ୟେକ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ।

ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭିୟୁର ସଂପାଦକ ଡ. ଲେନିନ୍‌ ମହାନ୍ତି ବିଜୁବାବୁଙ୍କୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶଦାତା ଅସୀତ ତ୍ରିପାଠୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ପ୍ରବାଦପୁରୁଷ ବିଜୁବାବୁ ଥିଲେ ସ୍ୱଦେଶପ୍ରୀତି, ଅନନ୍ୟ ନାୟକତ୍ୱ ଓ ଅସାଧାରଣ ନେତୃତ୍ୱର ପ୍ରତୀକ।

ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ତଥା ବହୁ ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ସୂଚନା ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ

Categories
ବିଶେଷ ଖବର ମନୋରଂଜନ

ମୂଲ୍ୟବୋଧ ବିଜ୍ଞାପନ ପ୍ରଚାରର ଦୁଇଟି ଉଦାହରଣ, ବିଜୁ ପଟ୍ଟନାୟକ ଆଉ ଅକ୍ଷୟ ମହାନ୍ତି

ପ୍ରଦୀପ ମହାନ୍ତି

ଏବେ ଏଇ କିଛି ଦିନ ପୂର୍ବେ ଅମିତାଭ ବଚନ ଗୋଟେ ପାନ ମସଲା (କମଳା ପସନ୍ଦ )ପାଇଁ ଵିଜ୍ଞାପନ କରି ସମାଲୋଚିତ ତଥା ଲୋକହସା ହେବା ପରେ ସେ ସେଥିରୁ ବାଧ୍ୟ୍ୟ ହେଲେ ଓହରି ଯିବାପାଇଁ! ମୋ ଭଳି ଅନେକ ଅମିତାଭ ପ୍ରେମୀ ତାଙ୍କର ଏତାଦୃଶ କାର‌୍ୟ୍ୟ କଳାପ ପାଇଁ ବିରକ୍ତ ଓ ବ୍ୟଥିତ ହେବା ସ୍ୱାଭାବିକ।

ବିଗ-ବି ବୋଲାଉଥିବା ସୁପର ମେଗା ଷ୍ଟାର ଅମିତାଭ ବଚନ ଏମିତି ମର୍ଯ୍ୟଦାହୀନ କାମ କାହିଁକି କରୁଥିଲେ ତାହା ଏକ ସମ୍ବେଦନଶୀଳ ଅଧ୍ୟାୟ। ଏକଥା ସତ କି ବିଗ୍-ବି କମ୍ପାନୀ ପ୍ରତିଷ୍ଠା କରି ଦେବାଳିଆ ହେଲାପରେ ସେ ପୁରାପୁରି ଭାଙ୍ଗି ପଡ଼ିଥିଲେ.. ବିଭିନ୍ନ ବ୍ୟାଙ୍କରୁ ଆଣିଥିବା କୋଟି କୋଟି ଟଙ୍କାର ଋଣ ସୁଝି ନପାରିବାର ଅସହାୟତା ତାଙ୍କ ପାଇଁ ଥିଲା ଏକ ମସ୍ତବଡ଼ ଆହ୍ୱାନ! ଘଟଣାକ୍ରମେ ସେ “କୌନ ବନେଗା କରୋଡ଼ପତି” ଭଳି ରିୟଲିଟି ସୋ’ରେ ଆଙ୍କରିଂ କରି ପୁନଶ୍ଚ କରୋଡ଼ପତି ହେଇଗଲେ!! ତା’ପରଠୁ ତାଙ୍କର ସେକେଣ୍ଡ ଇନିଂସ ଆରମ୍ଭ ହେଇଗଲା ଏବଂ ତା’ ପରଠୁଁ ସେ ଆଉ ପଛକୁ ଫେରି ନାହାନ୍ତି କ୍ଷ

କେବିସିର ରେ ଉପସ୍ଥାପନା ସହିତ ଅନେକ ବଛା ବଛା ସିନେମାରେ ତାଙ୍କର ଔଜଲ୍ୟପୂର୍ଣ୍ଣ ଅଭିନୟ ତାଙ୍କ ଗୌରବାଜ୍ଜଳ ଇମେଜକୁ ବଜାୟ ରଖିପାରିବାରେ ସମର୍ଥ ହେଇପାରିଲା। ତା’ପରଠୁଁ ଭଳିକି ଭଳି ଵିଜ୍ଞାପନ ଫିଲ୍ମରେ ଅଭିନୟ କରି ସେ ପ୍ରଚୁର ଅର୍ଥ ଉପାର୍ଜ୍ଜନ କରି ଚାଲିଛନ୍ତି କ୍ଷ ସିଏ ତେଲ ମାଲିସ ହଉ କି ସୁନା ଗହଣା ବିକା ହେଉ, ଅଧିକାଂଶ ଆଡ୍ ରେ ଅମିତାଭଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳୁଛି।

ଏଇ ଅଣାଅଶୀ ବର୍ଷ ବୟସରେ ତାଙ୍କର ଆକର୍ଷଣ ଓ ଲୋକପ୍ରିୟତା ଅପ୍ରତିହତ ରହିବା କିଛି କମ କଥା ନୁହେଁ!! ଅନ୍ୟ ଷ୍ଟାର ମାନଙ୍କ ପାଖରେ ସେ ନିଶ୍ଚୟ ଇର୍ଷଣୀୟ ହେଇ ପଡିଛନ୍ତି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ମତେ ଲାଗେ ଅନେକ କମ୍ପାନୀର ମାଲିକମାନେ ଅମିତାଭ ବଚ୍ଚନଙ୍କୁ ତାଙ୍କର ବ୍ରାଣ୍ଡ ଅମ୍ବାସାଡ଼ର କରିବାକୁ ଯେମିତି ପ୍ରତିଯୋଗୀତା କରୁଛନ୍ତି ଏବଂ ତାଙ୍କର ବହୁ ଦିନର ଅରମାନ ପୁରା କରୁଛନ୍ତି। ସେଥିପାଇଁ ସେମାନେ ୫-୧୦ କୋଟି ଟଙ୍କା ଯାଏ ଦେବାକୁ କୁଣ୍ଠାବୋଧ କରୁନାହାନ୍ତି!

ଏଇ ଘଟଣାରେ ସବୁଠୁଁ କ୍ଷୋଭ ଓ ପରିତାପର ବିଷୟ ହେଉଛି ତାଙ୍କର ଏଇ ସ୍ୱାସ୍ଥ୍ୟହାନୀ କାରକ ପାନ ମସାଲାର ଵିଜ୍ଞାପନ କରିବା!! ଯେଉଁଠି ତାଙ୍କ ଶୁଭେଛୁ ତଥା ପ୍ରଶଂସକ ମାନେ ତାଙ୍କୁ ଭାରତରତ୍ନ ଅବା ରାଷ୍ଟ୍ରପତି ଆସନରେ ଦେଖିବାକୁ ଭାବୁଛନ୍ତି, ସେଠି ଲଜ୍ଜାହୀନ ଲୋଭ ଦ୍ୱାରା ବଶବର୍ତ୍ତୀ ହେଇ ଅମିତାଭ ଏମିତି ନାଁ ପକା କାମ କରି ନିନ୍ଦିତ ହେବାଟା ଆଦୌ ସ୍ପୃହଣୀୟ ନୁହେଁ! ଯଦିଓ ସେ ଅପଯଶ ହେବା ଭୟରେ ଏଇ ଶସ୍ତା ଵିଜ୍ଞାପନରୁ ଓହରି ଯାଇଛନ୍ତି, ତଥାପି ତାଙ୍କ ଭଳି ଜଣେ ଲିଭିଙ୍ଗ ଲିଜେଣ୍ଡ ଏମିତି କରିବାର ନଥିଲା।

ଏଇ ପରିପ୍ରେକ୍ଷୀରେ ମୁଁ ଉତ୍ଥାପନ କରୁଛି ଆଉ ଦୁଇଜଣ ଦିବଂଗତ କିମ୍ବଦନ୍ତୀ ପୁରୁଷଙ୍କ କଥା.. ସେମାନେ ହେଲେ ଆମ ଅକ୍ଷୟ ମହାନ୍ତି ଓ ବିଜୁ ପଟ୍ଟନାୟକ।

୧୯୮୩-୮୪ ମସିହା କଥା.. ସେତେବେଳେ ଓଡ଼ିଶାରେ ପ୍ରଥମ ଵିଜ୍ଞାପନ ଫିଲ୍ମ ନିର୍ମାତା (ଉଇଙ୍କ ଫିଲ୍ମ ମେକର )ଭାବେ ଆମେ ଅନେକ ଆଡ୍ ଫିଲ୍ମ କରୁଥାଉ ଏବଂ ଓଡ଼ିଶାର ଅଧିକାଂଶ ପ୍ରସିଦ୍ଧ ଅଭିନେତା ଅଭିନେତ୍ରୀ ମାନେ ବିଭିନ୍ନ ପ୍ରଡକ୍ଟ ପାଇଁ ଅଭିନୟ କରୁଥାନ୍ତି ଏବଂ ସେସବୁ ସେତେବେଳେ ବିଭିନ୍ନ ସିନେମା ହଲରେ ରିଲିଜ ହେଉଥାଏ। ଥରେ ଓଡ଼ିଶା ବିଖ୍ୟାତ ଆକବର ଖାଁ ଗୁଡ଼ାଖୁ ପାଇଁ ଗୋଟେ ମିନିଟିକିଆ ଆଡ଼ ଫିଲ୍ମ କରିବାକୁ ଅଫର ଆସିଲା ଏବଂ ସେଥିପାଇଁ ମୁଁ ଅକ୍ଷୟ ମହାନ୍ତିଙ୍କୁ ପ୍ରଥମ ଥର ପାଇଁ ଏଇ ଅଡ଼ିଓ ଭିଜୁଆଲ ମିଡ଼ିଆରେ ଅଭିନୟ ପାଇଁ ପ୍ରସ୍ତାବ ଦେଲି, କାରଣ ଖୋକା ଭାଇ ଗୁଡ଼ାଖୁ ଘଷୁଥିଲେ ଏବଂ ଗୁଡ଼ାଖୁ ଘଷିବା ପରର ମିଞ୍ଜାସ ତାଙ୍କର ପୁରା ବିନ୍ଦାସ ହେଇଯାଉଥିଲା!!

ସେଇ ସମୟରେ ଗୀତ ଲେଖା, ସ୍ୱର ସଂଯୋଜନା ପୁରା ମାତିକି କରୁଥିଲେ! ମାନେ ପାନ ଖିଲେ କି ଟେଳାଏ ଗୁଡ଼ାଖୁରେ ସେ ଚଉଦ ଭୁବନ ଦେଖିପାରୁଥିଲେ କହିଲେ ଅତ୍ୟୁକ୍ତି ହେବନି!

ମୁଁ ସେଇ ତାଙ୍କର ଜୀବନଚର୍ଯ୍ୟା ମାନେ ଲାଇଫ ଷ୍ଟାଇଲକୁ ମୁଣ୍ଡରେ ରଖି ଗୋଟେ ରଫ ସ୍କ୍ରିପ୍ଟ କରିଦେଇ ପାର୍ଟିକୁ ଶୁଣାଇ ଦେଲି। ଆକବର ଖାଁ ପୁରା ଖୁସ୍ ହେଇଗଲେ ଏମିତିକା ଆଇଡ଼ିଆ ଶୁଣି…ପୁଣି ସୁପ୍ରସିଦ୍ଧ ସଂଗୀତଜ୍ଞ ଅକ୍ଷୟ ମହାନ୍ତି ଗୀତ ଗାଇବା ସହ ଏଥିରେ ଅଭିନୟ କରିବେ, ୟାଠୁଁ ବଳି ସୁଯୋଗ ଓ ଆକର୍ଷଣ ଆଉ କଣ ହେଇପାରେ?

ମୁଁ ଗୁଡ଼ାଖୁ କମ୍ପାନୀରୁ ସବୁଜ ସଂକେତ ପାଇ ଧାଇଁ ଗଲି ଖୋକା ଭାଇଙ୍କ ପାଖକୁ ଏ ବିଷୟରେ କଥା ପକ୍କା କରିବାକୁ ଏବଂ ସେ ସାଙ୍ଗେ ସାଙ୍ଗେ ରାଜି ହେଇଗଲେ କରିବାକୁ। ଗୀତ, ସଂଗୀତ, କଣ୍ଠ ପୁଣି ଅଭିନୟ ସବୁ ଏକାକାର ହେଇଯିବ ଗୋଟେ ମାଡ଼ରେ!!! ଏଇ ପ୍ରଡକ୍ସନ ନିମନ୍ତେ ଆମେ ୩୦ହଜାର ଟଙ୍କା ପାଇବାକୁ କମ୍ପାନୀ ସହିତ କଥା ଛିଣ୍ଡିଥିଲା ଏବଂ ମୁଁ ଖୋକାଇଙ୍କୁ ଏ ବାବଦରେ ୫୦୦୦ ଟଙ୍କା ଦେବାକୁ କହିଦେଲି। ମୁଁ ଜାଣିଥିଲି ସେ ବହୁତ ଖୁସି ହେଇଯିବେ ଏବଂ ହେଲେ ମଧ୍ୟ.. କାରଣ ସେ ସମୟରେ ଗୋଟେ ଓଡ଼ିଆ ଫିଲ୍ମରେ ମୁଖ୍ୟ ଅଭିନେତା, ଅଭିନେତ୍ରୀ ମାନେ ୩-୪ ହଜାର ଟଙ୍କା ଯାଏ ପାଉଥିଲା ବେଳେ ଅକ୍ଷୟ ମହାନ୍ତିଙ୍କ ପରି ଆଗ ଧାଡ଼ିର ମ୍ୟୁଜିକ ଡାଇରେକ୍ଟର ମାନେ ବି ପାଖାପାଖି ସେତିକି ପାଉଥିଲେ।

ଗୋଟେ ରଙ୍ଗୀନ ଓଡ଼ିଆ ଫିଲ୍ମର ବଜେଟ ସେତେବେଳେ ସମୁଦାୟ ୫-୬ଲକ୍ଷ ଭିତରେ ଥିଲା। ଏମିତିକା ସୁଆଦିଆ ଅଫର ପାଇ ଖୋକା ଭାଇ ତ ରାଜି ହେଇଯାଇଥିଲେ, ହେଲେ କିଛି ଦିନ ପରେ ମୁଁ ଯେତେବେଳେ ତାଙ୍କ ସହ ଫାଇନାଲ ସ୍କ୍ରିପ୍ଟ ଡିସ୍କସନ ପାଇଁ ଗଲି, ସେ ମୋ ସହ କେମିତି ଗୋଟେ ଦୋ ଦୋ ପାଞ୍ଚିଆ ହେଇ କଥା ବାର୍ତ୍ତା କଲେ.. ” ଶଳା ମୁଁ ଆକବର ଖାଁ ଗୁଡ଼ାଖୁ ପାଇଁ ଵିଜ୍ଞାପନ କଲେ ଲୋକମାନେ କଣ କହିବେ… ମୋ ପ୍ରେଷ୍ଟିଜ ରହିବ?? ନିତେଇଦା (ନିର୍ଦ୍ଦେଶକ ନିତାଇ ପାଲିତ ), ପ୍ରଶାନ୍ତ ନନ୍ଦ, ଦେବଦାସ ଏମାନେ ସବୁ ମତେ କମେଣ୍ଟ କରିବେନି.. ମୁଁ କଣ ସତରେ କରିବି ତୁ କହୁଚୁ….. ” ଖୋକାଇଙ୍କ ଏମନ୍ତ ରଙ୍ଗ ବଦଳା କଥା ଶୁଣି ମୁଁ ଟିକେ ଥତମତ ହେଇଗଲି ଓ କହିଲି, ” ତମେ ତ ସବୁଦିନ ଗୁଡ଼ାଖୁ ଘଷୁଛ ପୁଣି ଦି ତିନ ଥର ଲେଖାଁ, ଆଉ ଗୁଡ଼ାଖୁ ଵିଜ୍ଞାପନ ପାଇଁ ଡରୁଚ କିପାଇଁ ?”

ମୁଁ ଦେଖିଲି ଖୋକା ଭାଇକୁ ନ ମନେଇଲେ ଏତେ ଭଲ ବଜେଟର କାମଟା ହାତଛଡା ହେଇଯିବ କ୍ଷ ମୁଁ ଏଥର ଭାଉଜଙ୍କୁ ପଟେଇବାକୁ ଚେଷ୍ଟା କଲି.. ସେ କିନ୍ତୁ ତାଙ୍କର ଚିରାଚରିତ ମୁର୍କୀ ହସ ଫୁଟାଇ ଖୋକାଇଙ୍କ ଆଡ଼କୁ ଚାହିଁଲେ। ଖୋକାଇ କହିଲେ, ” ହଉ ତୁ ଯା.. କାଲି ଆଡ଼କୁ କଥା ହେବା.. ” ମୁଁ ସେଦିନ ଟିକେ ମନ ଊଣା କରି ପଳେଇ ଆସିଲି କ୍ଷ ଆସିଲା ବେଳେ ମନେ ମନେ ଭାବୁଥାଏ, ଦି ଚାରିଦିନ ମାତ୍ର କାମ କରି ପାଞ୍ଚ ହଜାର ପାଇବ, ସେଥିରେ ଏତେ କୁଂଥୁ କୁଂଥୁ କଣ ପାଇଁ କେଜାଣି!!

ତା’ର ଦି ଦିନ ପରେ ଫେର ଆସି ସକାଳୁ ସକାଳୁ ଖୋକାଭାଇଙ୍କ ଘରେ ହାଜର ହେଲି, ସେ ମତେ ଦେଖି ଦେଇ କହିଲେ, ” ନାଇଁ ପ୍ରଦୀପ ମୁଁ ଏ ଗୁଡ଼ାଖୁ ଆଡ୍ କରିବି ନାହିଁ.. ତୁ ଆଉ କାହାକୁ ନେଇଯା.. ମତେ ଆମର ବନ୍ଧୁ ବାନ୍ଧବ ମାନେ, ମୋ ଫ୍ୟାନ ମାନେ ଖରାପ ଭାବିବେ.. ତୁ କହିଲେ ମୁଁ ତା’ପାଇଁ ଗୀତ ଜିଙ୍ଗଲ କମ୍ପୋଜ କରିଦେବି, କିନ୍ତୁ ଆକ୍ଟିଙ୍ଗ କରିବି ନାହିଁ… ”

ଖୋକା ଭାଇଙ୍କର ଏମିତି ନାସ୍ତିବାଚକ କଥା ଶୁଣି ମୁଁ କିଛି ସମୟ ଭକୁଆ ବନିଗଲି ଓ କମ୍ପାନୀକୁ କଣ କହି ବୁଝେଇବି ମୋ ଅକଲ ଗୁଡ଼ୁମ ହେଇଗଲା! ସେତେବେଳେ ମୁଁ ଜାଣିବାରେ ଖୋକାଭାଇଙ୍କର ଆର୍ଥିକ ପରିସ୍ଥିତି ଠିକ୍ ନଥିଲା…୫୦୦ ଟଙ୍କାର ଟେଲିଫୋନ ବିଲ ଦେଇ ନପାରିଥିବାରୁ ତାଙ୍କ ଫୋନ ଲାଇନ କାଟି ଦିଆଯାଇଥିଲା, ସେଥିପାଇଁ ଥରେ ସେ ରାଗିକି ତାଙ୍କର ସେ କଳା ରଙ୍ଗର ଫୋନ ସେଟକୁ ତଳେ କଚାଡି ଭାଙ୍ଗି ଦେଇଥିଲେ!! ଏଭଳିଆ ଅଭାବ ଅନାଟନ ସତ୍ତ୍ୱେ ବି ସେ ନିଜର ମାନ ମର୍ଯ୍ୟଦା, ସ୍ୱାଭିମାନ ଛାଡୁନଥିଲେ। ଲୋଭରେ ପଡ଼ି କେବେବି ସେ ତାଙ୍କର ଭାବମୂର୍ତ୍ତିକୁ ବିକଳ କରିବାକୁ ଚାହୁଁ ନଥିଲେ। ନହେଲେ ୫୦୦ ଟଙ୍କା ଟେଲିଫୋନ ଦେୟ ଦେଇ ପାରୁନଥିବା ଜଣେ ମଣିଷ ୫୦୦୦ ଟଙ୍କା ରୋଜଗାରକୁ ଏଡ଼ାଇ ଯାଇନଥାନ୍ତେ!

ଏବେ ଆସନ୍ତୁ ଫେରିବା ୧୯୬୩-୬୪ ମସିହାକୁ… ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଖବର କାଗଜ “କଳିଙ୍ଗ” ସେତେବେଳେ ଘୋର ସଙ୍କଟ ଭିତର ଦେଇ ଗତି କରୁଥାଏକ୍ଷ ବିଜୁ ପଟ୍ଟନାୟକ ମାତ୍ର ଅଢ଼େଇ ବର୍ଷରୁ କମ୍ ସମୟ ମୁଖ୍ୟମନ୍ତ୍ରୀ ହେଇ ଇସ୍ତଫା ଦେଇସାରିଥାନ୍ତି। ନା ଅଛି କ୍ଷମତା ନା ଅଛି ଆର୍ଥିକ ସ୍ଵଛଳତା କ୍ଷ ସ୍ଵର୍ଗତ ସୁରେନ୍ଦ୍ର ମହାନ୍ତି ଥାଆନ୍ତି ସେତେବେଳେ କଳିଙ୍ଗର ସମ୍ପାଦକ।

ତାଙ୍କ ଆତ୍ମ ଜୀବନୀ “ପଥ ଓ ପୃଥିବୀ”ରେ ସେ ଲେଖିଛନ୍ତି ଏମିତି କିଛି ଅଜଣା ରୋଚକ କଥା… ଖବର କାଗଜ ପ୍ରକାଶନ ହେଉ କି ପତ୍ରପତ୍ରିକା, ଏସବୁକୁ ନିୟମିତ ରୂପେ ପ୍ରକାଶନ ଜାରି ରଖିବା ଏତେ ସହଜସାଧ୍ୟ ନୁହେଁ! କାଗଜ ବିକ୍ରୀ ଟଙ୍କାରେ ଲାଭ ନଥାଏ, ସେଥିପାଇଁ ଵିଜ୍ଞାପନ ଅର୍ଥ ଉପରେ ସବୁବେଳେ ନିର୍ଭରଶୀଳ ସବୁ ଖବରକାଗଜ। ସେତେବେଳେ ସମାଜ ଏକ ନମ୍ବର କାଗଜ ଭାବରେ ଗୁରୁତ୍ୱ ରଖୁଥାଏ ଏବଂ ପ୍ରାୟ ଵିଜ୍ଞାପନ ସମାଜକୁ ମିଳିଥାଏ। ତେବେ ସମାଜ କୌଣସି ଅରୁଚିକର ଅଥବା ତମାଖୁ ମାଦକଦ୍ରବ୍ୟ ଇତ୍ୟାଦିର ଵିଜ୍ଞାପନ ଗ୍ରହଣ କରୁନଥିଲା।

କଳିଙ୍ଗରେ ସଙ୍କଟ ଚାଲିଥିଲାବେଳେ ଆକସ୍ମିକ ଭାବେ ଆସିଲା ଗୋଟେ ସୁବର୍ଣ୍ଣ ସୁଯୋଗ… ମାକଡୁଏଲ ମଦ କମ୍ପାନୀ ତରଫରୁ ଚାରିଟା ଚଉଠ ପୃଷ୍ଠାର ଵିଜ୍ଞାପନ ଅର୍ଡର ଆସି ପହଁଚିଲା କଳିଙ୍ଗ ରେ ଚାରି ଥର ବାହାରିବାପାଇଁ କ୍ଷ ପ୍ରାୟ ୧୦ହଜାର ଟଙ୍କାର ଆୟ.. କିଛି କମ୍ କଥା ନୁହେଁ କ୍ଷ ମରୁଡ଼ିଆ ଅବସ୍ଥା ଭିତରେ ଧିମେଇ ଯାଇଥିବା କଳିଙ୍ଗ ପ୍ରେସରେ କେବେ କାଗଜ ଥିଲେ କାଳି ନାହିଁ,କେବେ କର୍ମଚାରୀ ମାନଙ୍କୁ ନିୟମିତ ଦରମା ଦେଇ ହେଉନି!!! ଏମିତି ଅଭାବନୀୟ ଅବସ୍ଥାରେ ଏଇ ମଦ ଵିଜ୍ଞାପନର ଅର୍ଡର ମରୁଭୂମିରେ ଓଏସିସ ପରି ଅନୁଭୁତ ହେଉଥିଲା କର୍ମଚାରୀଙ୍କ ମହଲରେ। ଯଥା ସମୟରେ ଏଇ ଖୁସି ଖବର ବିଜୁ ପଟ୍ଟନାୟକଙ୍କ କାନକୁ ଗଲା.. ସେ ବି ଖୁସି ହେଲେ ଏତେଦିନ ପରେ ଏତେ ବଡ଼ ଅର୍ଡର ଆସିଥିବାରୁ, ହେଲେ ପୁଣି ଆସିଲା ଧର୍ମସଙ୍କଟ.. ବିଜୁବାବୁ ଏଇ ମଦ ଵିଜ୍ଞାପନକୁ ଛାପିବେ ନା ନାହିଁ ଚିନ୍ତାରେ ପଡିଗଲେ।

ଏପଟେ ଅର୍ଥାଭାବର ଦୁରାବସ୍ଥା, ସେପଟେ ଵିଜ୍ଞାପନର ମୋଟା ଅର୍ଥର ଆକର୍ଷଣ କ୍ଷ ବାସ୍ତବ ଅବସ୍ଥା ଦୃଷ୍ଟିରୁ ସମସ୍ତେ ଚାହୁଁଥିଲେ ଏଇ ଵିଜ୍ଞାପନ ପ୍ରକାଶିତ ହେଉ, କିଛିଟା ତ ଉଶ୍ୱାସ ହେଇଯିବ ଅବସ୍ଥା। ଶେଷରେ କିନ୍ତୁ ବିଜୁବାବୁ ମନା କରିଦେଲେ ଏଇ ସରୋଗେଟ ମଦ ଵିଜ୍ଞାପନ ଛାପିବାକୁ!! ଜନହିତରେ ବା ଲୋକ କଲ୍ୟାଣ ବିପକ୍ଷରେ ଏହା ଯାଉଥିବାରୁ ବିଜୁ ପଟ୍ଟନାୟକ ରୋକଠୋକ ରିଫ୍ୟୁଜ କରିଦେଲେ। ଇଏ ହେଉଛି ମର୍ଯ୍ୟଦାର କଥା.. ମୂଲ୍ୟବୋଧର ଗାଥା.. ଏମିତି ଆଦର୍ଶକୁ ବଜାୟ ରଖିବା ଏକ ଅନନ୍ୟ ମହାନତା।

( ଲେଖକ ହେଉଛନ୍ତି ଜଣେ ବିଜ୍ଞାପନ ଚଳଚିତ୍ର ଜଗତର ପରିଚିତ ବ୍ୟକ୍ତିତ୍ବ, ଏହି ଲେଖାଟି ତାଙ୍କର ଫେସବୁକ ପୋଷ୍ଟିଂରୁ ଗ୍ରହଣ କରାଯାଇଛି। ତାଙ୍କର ଯୋଗାଯୋଗ ନମ୍ବର ହେଲା -୯୪୩୮୦୧୭୦୨୯ )

Categories
ବିଶେଷ ଖବର ରାଜ୍ୟ ଖବର

କଳାହାଣ୍ଡି ଜନସମାବେଶରେ ବିଜୁବାବୁଙ୍କ ଉପରେ ଏକ ବଡ କଥା କହିଲେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ

ଭୁବନେଶ୍ବର, ବହୁଦିନ ପରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ କଳାହାଣ୍ଡି ଗସ୍ତ କରିଥିଲେ। କରୋନା ପାଇଁ ମୁଖ୍ୟମନ୍ତ୍ରୀ କେବଳ ଭୁବନେଶ୍ବର ପୁରୀ ଭିତରେ ତାଙ୍କର ଗସ୍ତକୁ ସୀମିତ ରଖିଥିଲେ। ଯାହା ସବୁ କାର୍ଯ୍ୟ ଭିଡିଓ କନଫ୍ରେସିଂ ମାଧ୍ୟମରେ କରୁଥିଲେ। କଳାହାଣ୍ଡି ଗସ୍ତ କରି ଦୁଇ ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ସହିତ ଜନସମାବେଶକୁ ଉଦବୋଧନ ଦେଇଥିଲେ। ତେବେ ଏହି ଉଦବୋଧନ ଦେବା ବେଳେ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ କଳାହାଣ୍ଡି ଗସ୍ତ ବେଳେ ଏକ ବଡ ଘଟଣାକୁ ମନେ ପକାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁ ୯୦ ଦଶକରେ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ଭବାନୀପାଟଣା ଗସ୍ତ ସମୟରେ କିଛି ପିଲା ତାଙ୍କ ଉପରକୁ ପଥର ମାଡ କରିଥିଲେ। ବିଜୁ ବାବୁ ତାଙ୍କ ବିଶାଳ ହୃଦୟରେ ସେହି ପିଲାମାନଙ୍କୁ କ୍ଷମା କରିଥିଲେ। ପରେ ତାଙ୍କ ପୁଅ ଭାବରେ ମୁଁ ଯେତେବେଳେ ଏ ବିଷୟରେ ତାଙ୍କୁ ପଚାରି ଥିଲି,  ସେତେବେଳେ ବିଜୁବାବୁ କହିଥିଲେ “Nothing to be worried.”  । କଳାହାଣ୍ଡିବାସୀ ମୋତେ ବହୁତ ଭଲ ପାଆନ୍ତି । ମୁଁ ମଧ୍ୟ କଳାହାଣ୍ଡିକୁ ବହୁତ ଭଲ ପାଏ। କଳାହାଣ୍ଡି ମାଟିରେ ମୋର ଯେତିରି ବିନ୍ଦୁ ରକ୍ତ ପଡିଛି, କଳାହାଣ୍ଡିର ବିକାଶ ପାଇଁ ମୁଁ ତାର ୧୦ ଗୁଣ ଅଧିକ ପରିଶ୍ରମ କରିବି ।’

୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ସମୟର ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ମା’ର ସେବା ପାଇଁ ମୁଁ ଯେତେବେଳେ ସୁଯୋଗ ପାଇଲି, ସେତେବେଳେ ବିଜୁ ବାବୁଙ୍କର ଏହି କଥା ମୋ ମନକୁ ବାରମ୍ବାର ଆସୁଥିଲା ଏବଂ କଳାହାଣ୍ଡିର ବିକାଶ ପାଇଁ ମୋତେ ମାର୍ଗ ଦେଖାଉଥିଲା। ଏ ଭିତରେ କଳାହାଣ୍ଡିର ଛବି ଉଜ୍ଜଳ ହୋଇଛି । ନୂଆ ଓଡିଶା ପାଇଁ ବାଟ ଦେଖାଇଛି।