Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, ପୁଷ୍ପେନ୍ଦ୍ର ସିଂହଦେଓ ହେଲେ ସଭାପତି

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ବିଜୁ ଜନତା ଦଳ ଧିରେ ଧିରେ ତାହାର ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ବିଭିନ୍ନ ସମୟରେ ଜିଲ୍ଲା କମିଟ ତଥା ନିର୍ବାଚନ ମଣ୍ଡଳୀ କମିଟ ଗଠନ କରି ନୂଆ ନେତାଙ୍କୁ ଦାୟିତ୍ବ ଦେଉଛି।

ଏହି ପରିପ୍ରେକ୍ଷୀରେ ଦଳ କଳାହାଣ୍ଡି ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଯେଉଁଥିରେ ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହଦେଓ ଜିଲ୍ଲା ସଭାପତି ଅଛନ୍ତି।

ସେହିପରି ଏହି ତାଲିକାରେ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ଦିଆଯାଇଛି। ଏହି ତାଲିକାରେ ଜିଲ୍ଲାର ପାଞ୍ଚୋଟି ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ପାଞ୍ଚ ଜଣଙ୍କୁ ସଭାପତି କରାଯାଇଛି। ସେହିପରି ଏହି ଜିଲ୍ଲାପାଇଁ ସାତ ଜଣ ଉପସଭାପତି ରହିଛନ୍ତି।

ଜିଲ୍ଲା ପାଇଁ ଦଳ ଆଠ ଜଣଙ୍କୁ ସାଧାରଣ ସଂପାଦକ ଏବଂ ବାର ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ଦେଇଛି। ଏହି ନୂଆ ତାଲିକା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ଜନତା ଦଳ ଦୁଇଟି ଜିଲ୍ଲାର ନୂତନ କର୍ମକର୍ତ୍ତାଙ୍କ ନାମ କଲା ଘୋଷଣା, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

ଭୁବନେଶ୍ବର, ବିଜୁ ଜନତା ଦଳ ଆଜି ଦୁଇଟି ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଛି। ସେହି ଦୁଇଟି ଜିଲ୍ଲା ହେଲା କଳାହାଣ୍ଡି ଏବଂ ଅନୁଗୁଳ। କଳାହାଣ୍ଡି ପାଇଁ ଦିବ୍ୟଶଙ୍କର ମିଶ୍ର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ସାତ ଜଣଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଅନୁଗୁଳ ଜିଲ୍ଲା ପାଇଁ ପ୍ରିୟଦର୍ଶୀ ପଟ୍ଟନାୟକଙ୍କୁ ସାଧାରଣ ସଂପାଦକ ସହ 5 ଉପସଭାପତି  ନିଯୁକ୍ତି ଦିଆଯାଇଛି।