Categories
ବିଶେଷ ଖବର ରାଜ୍ୟ ଖବର

ଆସିଲା ବିଜେଡିର ନୂଆ ଜିଲ୍ଲା ପ୍ରଭାରୀ ତାଲିକା, ଧର୍ମେନ୍ଦ୍ରଙ୍କୁ ଚେକ୍ ଦେବେ ବବି ଦାସ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ନୂଆ ଜିଲ୍ଲା ପ୍ରଭାରୀ ତାଲିକା ପ୍ରକାଶ କରିଛି। ପୂର୍ବରୁ ଯେଉଁ ପ୍ରଭାରୀ ତାଲିକା କରାଯାଇଥିଲା ତାହାକୁ ବାତିଲ କରାଯାଇଛି। ଏ ନେଇ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେହି ଅନୁସାରେ ତିରିଶିଟି ଜିଲ୍ଲା ପାଇଁ ଯେଉଁମାନେ ନିଯୁକ୍ତି ହେଲେ ସେମାନେ ହେଲେ..

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଚାରୋଟି ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ସେଗୁଡିକ ହେଲା ଅନୁଗୁଳ, ଢେଙ୍କାନାଳ, କେଉଁଝର ଏବଂ ସମ୍ବଲପୁର।  ତେବେ ଏହି ଚାରୋଟି ଜିଲ୍ଲା ମଧ୍ୟରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଦୁଇଟି ଜିଲ୍ଲା ଅନୁଗୁଳ ଓ ଢେଙ୍କାନାଳରେ ପତିୟାରା ରହିଛି।

ସେହି ଦୁଇଟି ଜିଲ୍ଲା ପ୍ରଭାରୀ ଦାୟିତ୍ବ ଦଳର ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କୁ ଦିଆଯାଇଛି। ଫଳରେ ଧର୍ମେନ୍ଦ୍ରଙ୍କ ପତିୟାରାକୁ ବବି ସେଠାରେ ଚେକ ଦେବାକୁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଏ ନେଇ ବିଜେଡି ନେତାଙ୍କ ମଧ୍ୟରେ ବେଶ୍ କିଛି ଆଲୋଚନା ପରେ ଶେଷରେ ବବିଙ୍କ ହାତରେ ଏହି ଗୁରୁ ଦାୟିତ୍ବ ପ୍ରଦାନ କରାଯାଇଛି। କାରଣ ବବିଙ୍କ ବ୍ୟତିରକେ ଅନ୍ୟ କେହି ଧର୍ମେନ୍ଦ୍ରଙ୍କୁ ରୋକିବାରେ ସକ୍ଷମ ହେବେ ନାହିଁ।

ସେହିପରି ଏହି ତାଲିକାରେ ଅତନୁ ସବ୍ୟସାଚୀ ନାୟକଙ୍କୁ ଦୁଇଟି ଜିଲ୍ଲା ଦାୟିତ୍ବ ଦିଆଯାଇଛି। ସେଗୁଡିକ ହେଲା ଗଜପତି ଏବଂ ରାୟଗଡା। ଦଳର ଅନ୍ୟତମ ପାୱାରଫୁଲ ନେତା ହେଉଛନ୍ତି ସୁଶାନ୍ତ କୁମାର ସିଂଙ୍କୁ ଏଥର ବଲାଙ୍ଗିର ଦାୟିତ୍ବ ଦିଆଯାଇଛି। କ୍ୟାପେଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ବଲାଙ୍ଗିର ଦାୟିତ୍ବ ଦିଆଯାଇଛି।

ତେବେ ଏହି ତାଲିକାରେ ଯୋଡି ହୋଇଛନ୍ତି ପୂର୍ବତନ ସାଂସଦ ରବିନ୍ଦ୍ର ଜେନା। ବେଶ କିଛିଦିନ ଧରି ସେ ରାଜନୀତିରୁ ଏକ ପ୍ରକାର ନିଷ୍କ୍ରିୟ ଥିବା ରବିନ୍ଦ୍ରଙ୍କୁ ଦଳ ତାଙ୍କୁ ଖୋର୍ଦ୍ଧା ପରି ଗୁରୁତପୂର୍ଣ୍ଣ ଜିଲ୍ଲାର ପ୍ରଭାରୀ କରିଛି। ସେହିପରି ପ୍ରତାପ ଦେବଙ୍କ ବାଲେଶ୍ବର ଏବଂ ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡା ପ୍ରଭାରୀ କରାଯାଇଛି।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଓସିଏ ସଭାପତି ନିର୍ବାଚନରେ ପ୍ରାର୍ଥୀ ହେବେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ଓସିଏ ସଭାପତି ନିର୍ବାଚନରେ ଅବତୀର୍ଣ୍ଣ ହେବେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ। ସର୍ବସମ୍ମତ କ୍ରମେ ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ। ସେହିପରି ସଂଜୟ ବେହେରା ସଂପାଦକ ଓ ପଙ୍କଜ ଲୋଚନ ମହାନ୍ତି ଉପସଭାପତି ପ୍ରାର୍ଥୀ ହେବେ।

ଅନ୍ୟପକ୍ଷରେ ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ ଗୋଟିଏ କାଉନସିଲ ପଦ ପାଇଁ ନାମ ଚୁଡାନ୍ତ କରିବାକୁ ଦାୟିତ୍ବ ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କ ଉପରେ ଛଡାଯାଇଛି।ଏ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ ନିର୍ବାଚନ ନେଇ ପୁରୀରେ ଶେଷ ବୈଠକ ହୋଇଛି। ସେଥିରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି ବୈଠକରେ ବିଭିନ୍ନ ଜିଲ୍ଲା କ୍ରିକେଟ ଆସୋସିଏସନର ସଦସ୍ୟ ମାନେ ଯୋଗ ଦେଇଥିଲେ।

ନିୟମ ଅନୁସାରେ ଯଦି ଆବଶ୍ୟକ ହୁଏ ତେବେ ଆସନ୍ତା ୨୮ ତାରିଖରେ ଓସିଏ ନିର୍ବାଚନ ହେବ। ସେଥିପାଇଁ ଆସନ୍ତା ୨୧ରେ ନିର୍ବାଚନ ନେଇ ନାମାଙ୍କନ ଦାଖଲ କରାଯିବ। ୨୨ରେ ଯାଞ୍ଚ ଓ ଅଭିଯୋଗ ଗ୍ରହଣ କରାଯିବା ସହିତ ନାମ ପ୍ରକାଶ କରାଯିବ। ୨୩ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସହ ଚୁଡାନ୍ତ ତାଲିକା ପ୍ରକାଶ କରାଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କ ଜନ୍ମଦିବସରେ ବିଜେଡିର ମୋ ପରିବାର କଣ କରିବ, ବୈଠକରେ ହେଲା ନିଷ୍ପତି

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଓଡ଼ିଶା ମୋ ପରିବାରର ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ଦିନରେ ଓଡ଼ିଶା-ମୋ ପରିବାର ଦ୍ୱାରା ସଂପାଦନା ହୋଇଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟାବଳୀ ଉପରେ ଆଲୋଚନା କରାଯାଇଥିଲା।

ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟର ରକ୍ତଭଣ୍ଡାର ଗୁଡ଼ିକରେ ରକ୍କ ଯୋଗାଉଥିବା ପ୍ରମୁଖ ସାମାଜିକ କାର୍ଯ୍ୟକ୍ରମ ଜୀବନବିନ୍ଦୁ ଓଡ଼ିଶା-ମୋ ପରିବାର ପରିସର ଭୁକ୍ତ ହେବାଠାରୁ ମାତ୍ର ୨୦ ମାସରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ରକ୍ତ ସଂଗ୍ରହ କରି ସାରିଛି। ତେବେ ରକ୍ତ ଚାହିଦା ଓ ଯୋଗାଣକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏଥିପାଇଁ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକମାନଙ୍କ ବ୍ୟତିତ ପ୍ରତ୍ୟକ ବ୍ଲକ ସ୍ତରରେ ସଂଯୋଜକମାନଙ୍କୁ ନିଯୁକ୍ତ କରାଯିବା ପାଇଁ ପ୍ରସ୍ତାବ ଉପସ୍ଥାପନା ହୋଇଥିଲା।

ସେହିପରି ରାଜ୍ୟର ପ୍ରମୁଖ ୯ଟା ଡାକ୍ତରଖାନାରେ ଓଡ଼ିଶା-ମୋ ପରିବାର ଦ୍ୱାରା ହେଲ୍ପଡେସ୍କ ସ୍ଥାପନ କରାଯାଇ ରୋଗୀମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ଏହାର ଚାହିଦାକୁ ଦୃଷ୍ଟିରେ ରଖି ଅନ୍ୟ ଡାକ୍ତରଖାନା ଗୁଡ଼ିକରେ ମଧ୍ୟ ଖୁବ୍ ଶୀଘ୍ର ହେଲ୍ପଡେସ୍କ ସ୍ଥାପନା କରାଯିବ ବୋଲି ଆଲୋଚନା କରାଯାଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରେ ବିପନ୍ନ ପ୍ରବାସୀ ଓଡ଼ିଆ ମାନଙ୍କୁ ସହାୟତା କ୍ଷେତ୍ରରେ ଉପୁଜୁଥିବା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉପୁଜୁଥିବା ଅସୁବିଧାକୁ ସୂଚାର ରୂପେ ସମାଧାନ କରିବାପାଇଁ ଓଡ଼ିଶା-ମୋ ପରିବାର ଆଗାମୀ ଦିନରେ ଗ୍ରହଣ କରିବାକୁ ଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଶେଷରେ ଚଳିତ ମାସ ଅକ୍ଟୋବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ଓଡ଼ିଶା-ମୋ ପରିବାର ଦ୍ୱାରା ବିଭିନ୍ନ ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ବୈଠକରେ ଉପସ୍ଥିତ ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ପ୍ରକାଶ କରିଥିଲେ।

ଆବାହକ ଶ୍ରୀ ଅରୁପ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ସାଂସଦ ଶ୍ରୀ ପିନାକି ମିଶ୍ର, ବଡ଼ମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଧର୍ମଶାଳା ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଓଡ଼ିଶା ମୋ ପରିବାର ସଦସ୍ୟା ଶ୍ରୀମତି ଭାରତୀ ସିଂହ, ଓଡ଼ିଶା-ମୋ ପରିବାର ସହ ଆବାହକ ଶ୍ରୀ ନଳିନୀକାନ୍ତ ପ୍ରଧାନ, ସଂପାଦକ ଶ୍ରୀ ଦୁର୍ଗା ସାମନ୍ତରାୟ ଓ ସୁବାଷ ପାତ୍ର ଯୋଗଦେଇଥିଲେ।

ସେହିପରି ଯୁଗ୍ମ ସଂପାଦକ ଶ୍ରୀ ରୁଦ୍ର ସାମନ୍ତରାୟ ଓ ଶ୍ରୀ ରଞ୍ଜିତ ରାୟ, ଆଇନ ଉପଦେଷ୍ଟା ଶ୍ରୀ ଅବନୀ ସାହୁ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡଃ. ସତ୍ୟଜିତ ଦାଶ, ରାଜ୍ୟ ସଂଯୋଜକ ଶ୍ରୀ ମିହିର ରାୟ ପ୍ରମୁଖ ଉପସ୍ଥିତ ଥିବାବେଳେ ଅନ୍ ଲାଇନ୍ ମାଧ୍ୟମରେ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ମାନେ ଯୋଡ଼ି ହୋଇ ଏହି ସମୀକ୍ଷା ବୈଠକରେ ନିଜ ନିଜର ମନ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଷ୍ଣୁ ସେଠୀଙ୍କ ପରଲୋକରେ ବିଜେଡିର ସାଙ୍ଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ଦାସଙ୍କ ଶୋକ

ଭୁବନେଶ୍ବର: ଆଜି ବିରୋଧୀ ଦଳର ଉପନେତା ତଥା ବିଜେପିର ବରିଷ୍ଠ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ ଘଟିଛି। ସେ ମାତ୍ର ୬୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟପାଳ, ବିଧାନସଭା ବାଚସ୍ପତି, ମୁଖ୍ୟମନ୍ତ୍ରୀ ସମେତ ସମସ୍ତେ ଶୋକ ବ୍ୟକ୍ତ କରିଛନ୍ତି।

ସେହିପରି ବିଜେଡି ସାଂଗଠନକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଶୋକ କରିଛନ୍ତି। ଏକ ଟୁଇଟ କରି ସେ କହିଛନ୍ତି ଯେ, ” ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଗଭୀର ମର୍ମାହତ। ଜଣେ ଦକ୍ଷ ଓ ଲୋକପ୍ରିୟ ବିଧାୟକଭାବେ ଲୋକଙ୍କ କଲ୍ୟାଣ ପାଇଁ ସେ କରିଥିବା କାର୍ଯ୍ୟ ସବୁବେଳେ ମନେରହିବ। ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।”

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିରେ ସାମିଲ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଦଳର କେତେ ହେବ ଲାଭ !

ନବରଂଗପୁର: ଶେଷରେ ବିଜେଡିରେ ସାମିଲ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ନବରଂଗପୁରରେ ଏକ ମିଶ୍ରଣ ପର୍ବରେ ସେ ଏବଂ ତାଙ୍କର ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କୁ ଦଳର ସାଂଗଠନିକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ଦଳୀୟ ଉତ୍ତରୀୟ ପିନ୍ଧାଇ ପ୍ରଦୀପ ଦଳରେ ସାମିଲ ହେଲେ ବୋଲି ଘୋଷଣା କରିଥିଲେ। ଏହି ଉତ୍ସବରେ ତାଙ୍କର ପ୍ରତିଦ୍ବନ୍ଦୀ ତଥା ସାଂସଦ ରମେଶ ମାଝୀ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଦୀପ ଓ ତାଙ୍କ ସମର୍ଥକମାନେ ନବରଙ୍ଗପୁର ସହର ଚାଉଁରିଆଗୁଡା ଛକଠାରୁ ଏକ ବିଶାଳ ରାଲିରେ ନବରଙ୍ଗପୁର ସହର ପରିକ୍ରମା କରି ମାଝୀଗୁଡାଠାରେ ପହଞ୍ଚିଥିଲେ ।ଏହା ପୂର୍ବରୁ ପ୍ରଦୀପ ନବରଂଗପୁରରେ ଏକ ବିଶାଳ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ସେତେବେଳେ ସେହି ସଭାରେ ସେ ବିଜେଡିରେ ଯୋଗଦେବେ ବୋଲି ଘୋଷଣା ମଧ୍ୟ କରିଥିଲେ।

ନିକଟରେ ପ୍ରଦୀପ କଂଗ୍ରେସ ଉପରେ ଅସନ୍ତୁଷ୍ଠ ହୋଇ ଇସ୍ତଫା ପ୍ରଦାନ କରିଥିଲେ। ସେ ସୋନିଆ ଗାନ୍ଧୀଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇଥିଲେ। ସେଥିରେ ସେ ଅଭିମାନ ଭରା କଣ୍ଠେ କଂଗ୍ରେସ ଛାଡୁଛି ବୋଲି କହିଥିଲେ। ମୁଖ୍ୟତଃ କଂଗ୍ରେସରେ ବର୍ତ୍ତମାନ ସେବା କରିବାର ସୁଯୋଗ ନାହିଁ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ। ସେ ଇସ୍ତଫା ଦେବା ପରେ ବିଜେଡିରେ ସାମିଲ ହେବେ ବୋଲି କଳ୍ପନ ଜଳ୍ପନା ପ୍ରକାଶ ପାଇଥିଲା।

ପ୍ରଦୀପ ବିଜେଡିରେ ସାମିଲ ହେବା ପରେ ଆସନ୍ତା ବର୍ଷ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ଦଳ ତରଫରୁ କୁଆଡେ ପ୍ରତିଶୃତି ଦିଆଯାଇଛି। କାରଣ ଆସନ୍ତା ବର୍ଷ ତିନୋଟି ରାଜ୍ୟସଭା ସଦସ୍ୟ ପଦବୀ ଖାଲିପଡୁଛି। ପ୍ରଦୀପଙ୍କର ସାଂସଦରେ ବେଶ ଭଲ ଅଭିଜ୍ଞତା ଥିବାରୁ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ଦଳ ନିଷ୍ପତି କରିଛି ବୋଲି ଜଣାପଡିଛି।

ପ୍ରଦୀପ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ ବୋଲି ପ୍ରଚାର ହେବା ପରେ ନବରଂଗପୁର ବିଜେଡିରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଥିଲେ। ଏପରିକି ସାଂସଦ ରମେଶ ମାଝୀ ମଧ୍ୟ ଏହାକୁ ନେଇ କୁଆଡେ ଦଳର ମଙ୍ଗୁଆଳମାନଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ସେସବୁକୁ ପ୍ରଣବ ପ୍ରକାଶ ପରିଚାଳନା କରିବାରେ ସଫଳ ହୋଇଛନ୍ତି। ଯାହା ଫଳରେ ଅସନ୍ତୋଷ ବିଜେଡି ନେତାମାନେ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ।

ତେବେ ପ୍ରଶ୍ନ ଉଠୁଛି ଯେ, ପ୍ରଦୀପ ମାଝିଙ୍କ ବିଜେଡି ସାମିଲ ହେବା ପରେ ଦଳ କେତେ ଦୂର ଲାଭବାନ ହୋଇପାରିବ। କାରଣ ଏମିତିରେ ନବରଂଗପୁରରେ ବିଜେଡିର ସୁଦୃଢ ସଂଗଠନ ରହିଛି। 2014 ମସିହାରୁ ପ୍ରଦୀପ ଆଉ ପାୱାରରେ ନାହାଁନ୍ତି। କେବଳ ସଂଗଠନକୁ ବଞ୍ଚାଇ ରଖିବା ଛଡା ଆଉ କିଛି କରିପାରି ନାହାଁନ୍ତି। ତେବେ ତାଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେବ ସେଠାକାର ପୁରୁଣା ବିଜେଡି କର୍ମିଙ୍କୁ ସାଥୀରେ ନେଇ କାମ କରିବା।

ବିଜେଡିର କେତେ ଲାଭ ହେବ ତାହା ଆଗକୁ ଜଣାପଡିବ, ହେଲେ କଂଗ୍ରେସର ନିଶ୍ଚିତ କ୍ଷତି ହେବ ଏଥିରେ ସନ୍ଦେହ ନାହିଁ। କାରଣ ଦକ୍ଷିଣ ଓଡିଶାରେ ଧିରେଧିରେ କଂଗ୍ରେସ ଗଡ ଭୁସୁଡିବାରେ ଲାଗିଛି। ଜଣଙ୍କ ପରେ ଜଣେ କଂଗ୍ରେସ ନେତା ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି। ଫଳରେ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ପାଇଁ ଏହା ବଡ ମହଙ୍ଗା ପଡିବ।

Categories
ଆଜିର ଖବର ରାଜ୍ୟ ଖବର

ବାରିପଦାରେ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେଲା ରକ୍ତଦାନ ଶିବିର, ଯୋଗଦେଲେ ବିଧାୟକ ପ୍ରଣବ ପ୍ରକାଶ ଦାସ

ବାରିପଦା: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳ ତରଫରୁ ଜାରି ରହିବ ବିଭିନ୍ନ ସମାଜ ସେବା କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ମୟୁରଭଞ୍ଜ ଜିଲ୍ଲା ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରିପଦା ସହର ରେ ବିଜୁ ଯୁବ ଛାତ୍ର ଜନତା ଦଳ ଦ୍ବାରା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।
ଏହି ଶିବିରରେ ମୁଖ୍ୟ ଅତିଥି ଭାଭେ ବିଜୁ ଜନତା ଦଳ ର ରାଜ୍ୟ ସାଂଗଠାନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଏବଂ ରାଜସ୍ବ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରାଣ୍ଡି ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିର ରେ ୧୩୭ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।