ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ ନେତା ସ୍ଵପନ ମାଝିଙ୍କୁ ଆଜି ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ଦକ୍ଷିଣ ୨୪ ପରଗାନାରୁ ଆସିଛି। ଏଥିରେ ଟିଏମସି ନେତାଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗୁଳି କରାଯାଇଛି।
ସ୍ଥାନୀୟ ଟିଏମସି ନେତା ସ୍ଵପନ୍ ମାଝି ତାଙ୍କ ଦୁଇ ସାଥୀଙ୍କ ସହ ବାଇକ୍ ଯୋଗେ କୌଣସି ସ୍ଥାନକୁ ଯାଉଥିଲେ। ତା’ପରେ କିଛି ଲୋକ ବାଇକକୁ ଅଟକାଇ ତିନିଜଣଙ୍କ ଉପରେ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ବହୁ ସଂଖ୍ୟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁଳି ଓ ବୋମା ଉଦ୍ଧାର କରିଛନ୍ତି।