Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

୨୨ ଏପ୍ରିଲ୍‌ରେ ଆୟୁଷ୍ମାନ ଭାରତ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳା: ୧୭,୦୦୦ ପିଏମ୍‌ଜେଏୱାଇ ଗୋଲ୍‌ଡେନ କାର୍ଡ ଜାରି

ଦିଲ୍ଲୀ: ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ଗୁଡିକର ସହଯୋଗରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୧୬ ଏପ୍ରିଲ୍‌ରୁ ୨୨ ଏପ୍ରିଲ୍‌, ୨୦୨୨ ପର୍ଯ୍ୟନ୍ତ ଆଜାଦୀର ମହୋତ୍ସବ ଚାଲିଥିବା ଅବସରରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି – ଏଚ୍‌ଡବ୍ଲ୍ୟୁସି) ଗୁଡିକର ଚତୁର୍ଥ ବାର୍ଷିକୋତ୍ସବ ପାଳନ କରୁଛି। ସମଗ୍ର ଦେଶରେ ପୂର୍ଣ୍ଣ ଉତ୍ସାହ ଏବଂ ଆଗ୍ରହର ସହିତ ଏହି ସମାରୋହର ଆୟୋଜନ କରାଯାଉଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ  ଗୁଡିକର ସ୍ୱାସ୍ଥ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ ଗୁଡିକର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ/ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ  ଗୁଡିକର ସ୍ୱାସ୍ଥ୍ୟ ସଚିବ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ପ୍ରତିନିଧି ଏବଂ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଏବି – ଏଚ୍‌ଡବ୍ଲ୍ୟୁସିକୁ ପରିଦର୍ଶନରେ ଯାଉଛନ୍ତି ଏବଂ ଶସ୍ତା ଏବଂ ସୁଲଭ ସ୍ୱାସ୍ଥ୍ୟ ଚିକିତ୍ସା ପ୍ରଦାନ କରିବା କ୍ଷେତ୍ରରେ ଏବି – ଏଚ୍‌ଡବ୍ଲ୍ୟୁସିର ମହତ୍ୱ ପ୍ରତି ଲୋକ ମାନଙ୍କର ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିଛନ୍ତି।

୧୮ ରୁ ୨୨ ଏପ୍ରିଲ୍ ୨୦୨୨ ପର୍ଯ୍ୟନ୍ତ ସାରା ଦେଶରେ ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ ଗୁଡିକର ପ୍ରତ୍ୟେକ ଜିଲ୍ଲାର ଅତି କମ୍‌ରେ ଗୋଟିଏ ବ୍ଲକ୍‌ରେ, ଏକ ଲକ୍ଷରୁ ଅଧିକ ଏବି – ଏଚ୍‌ଡବ୍ଲ୍ୟୁସିରେ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳାର ଆୟୋଜନ କରାଯାଇଛି। ପ୍ରତ୍ୟେକ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳାର ଆୟୋଜନ ଗୋଟିଏ ଦିନ ପାଇଁ ହେବ ଏବଂ ଏହା ଅନୁସାରେ ରାଜ୍ୟ/ କେନ୍ଦ୍ରଶାସିତ ପ୍ରଦେଶ ଗୁଡିକର ପ୍ରତ୍ୟେକ ବ୍ଲକ୍‌କୁ ପରିସରଭୁକ୍ତ କରାଯିବ।

ସ୍ୱାସ୍ଥ୍ୟ ମେଳାର ପଂଚମ ଦିବସରେ, ସାରା ଦେଶରେ ୪ ଳକ୍ଷ ୫୩ ହଜାରରୁ ଅଧିକ ଲୋକ ଏଥିରେ ଭାଗ ନେଇଛନ୍ତି ଏବଂ ପାଖାପାଖି ୪୯୬ଟି ବ୍ଲକ୍ ଏହି ସ୍ୱାସ୍ଥ୍ୟ ମେଳାର ଆୟୋଜନ କରିଛନ୍ତି। ଏହା ବ୍ୟତୀତ, ୫୯,୦୦୦ରୁ ଅଧିକ ଆଭା ସ୍ୱାସ୍ଥ୍ୟ ପରିଚୟ ପତ୍ର ପ୍ରସ୍ତୁତ କରାଯାଇଛି ଏବଂ ୧୭,୦୦୦ ପିଏମ୍‌ଜେଏୱାଇ ଗୋଲଡେନ୍ କାର୍ଡ ଜାରି କରାଯାଇଛି, ଏହା ସହିତ ଉଚ୍ଚ ରକ୍ତଚାପ, ମଧୁମେହ, ଯକ୍ଷ୍ମା ଆଦି ରୋଗର ଯାଂଚ ପାଇଁ ହଜାର ହଜାର ଲୋକଙ୍କର ପରୀକ୍ଷଣ କରା ଯାଇଛି।

୧୬ ଏପ୍ରିଲ୍ ୨୦୨୨ରେ ଆୟୁଷ୍ମାନ୍ ଭାରତ – ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି – ଏଚ୍‌ଡବ୍ଲ୍ୟୁସି)ରେ ଗୋଟିଏ ଦିନରେ ଇ- ସଞ୍ଜୀବନୀ ପ୍ଲାଟଫର୍ମ (ମଂଚ) ମାଧ୍ୟମରେ ରେକର୍ଡ ପରିମାଣର ୩ ଲକ୍ଷ ଟେଲି – ପରାମର୍ଶ (ଟେଲିକନସେଲଟେସନ୍‌) ଦିଆଯାଇଛି। ଏହା ଗୋଟିଏ ଦିନରେ ଏବି – ଏଚ୍‌ଡବ୍ଲ୍ୟୁସିରେ ହୋଇଥିବା ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଟେଲିକନସଲ୍‌ଟେସନ୍ (ଟେଲି – ପରାମର୍ଶ) ଅଟେ ଏବଂ ଏହା ପୂର୍ବରୁ ରହିଥିବା ରେକର୍ଡ, ଗୋଟିଏ ଦିନରେ ଏବି – ଏଚ୍‌ଡବ୍ଲ୍ୟୁସିରେ ଦୈନିକ  ୧.୮ ଲକ୍ଷ ଟେଲି – ପରାମର୍ଶର ରେକର୍ଡକୁ ଅତିକ୍ରମ କରିଯାଇଛି। ୨୨ ଏପ୍ରିଲ୍ ୨୦୨୨ରେ ସମଗ୍ର ଦେଶରେ ୨୮,୦୦୦ରୁ ଅଧିକ ଟେଲି – ପରାମର୍ଶ କରାଯାଇଛି।

୨୨.୦୪.୨୦୨୨ର ସ୍ଥିତି ଅନୁସାରେ ସାରା ଦେଶରେ ବ୍ଲକ୍ ସ୍ୱାସ୍ଥ୍ୟ ମେଳାର ରିପୋର୍ଟ ଏହି ପ୍ରକାରର ଅଟେ। (ପିଆଇବି)