Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଦିନିକିଆ ଧର୍ମଘଟ ଡାକରା ଦେଲା ବ୍ୟାଙ୍କ କର୍ମଚାରୀ ସଂଘ, ବନ୍ଦ ରହିବ ଓଡିଶାର ସବୁ ବ୍ୟାଙ୍କ

ଭୁବନେଶ୍ୱର: ସର୍ବ ଭାରତୀୟ ବ୍ୟାଙ୍କ ଧର୍ମଘଟର ଆହ୍ୱାନ ଦେଇଛି ଦେଶର ବୃହତ୍ ବ୍ୟାଙ୍କ କର୍ମଚାରୀ ସଙ୍ଗଠନ ଏଆଇବିଇଏ। ଏହି ଧର୍ମଘଟ ଦେଶର ସମସ୍ତ ବ୍ୟାଙ୍କରେ ହେବ ବୋଲି ଏଆଇବିଇଏର ସାଧାରଣ ସମ୍ପାଦକ ସି.ଏଚ. ଭେଙ୍କଟାଚଳମ୍ ଜଣାଇଛନ୍ତି। ଏହି ଧର୍ମଘଟକୁ ବ୍ୟାଙ୍କ ଶିଳ୍ପରେ ଥିବା ଅନ୍ୟାନ୍ୟ ଅଫିସର ଓ କର୍ମଚାରୀ ସଙ୍ଗଠନ ଏଆଇବିଓସି, ଏନସିବିଇ, ଏଆଇବିଓଏ, ବିଇଏଫଆଇ, ଆଇଏନବିଇଏଫ, ଆଇଏନବିଓସି ସମର୍ଥନ ଜଣାଇଛନ୍ତି। ସେହି ଅନୁସାରେ ଆସନ୍ତା ଅଗଷ୍ଟ ୨୮ ତାରିଖ ବୁଧବାରରେ ଏହି ବନ୍ଦ କରାଯିବ।

ଏଆଇବିଇଏ ଏବଂ ଏହାର ସଙ୍ଗଠନ ଉପରେ ରାଜନୈତିକ ଚାପରେ ହେଉଥିବା ଆକ୍ରମଣକୁ ବନ୍ଦ କରିବା, ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ୟୁନିୟନ କେରଳର କର୍ମକର୍ତ୍ତାଙ୍କ ଉପରୁ ପ୍ରତିଶୋଧ ମୂଳକ ଚାର୍ଜସିଟ୍‌ର ପ୍ରତ୍ୟାହାର, ରାଜନୈତିକ ଉଦ୍ଦେଶ୍ୟ ରଖି ମିଥ୍ୟା ଓ ମନଗଢ଼ା ଅଭିଯୋଗରେ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କାର୍ଯ୍ୟରତ ପ୍ରାକ୍ତନ ୩ଜଣ କାର୍ଗିଲ ଯୋଦ୍ଧାଙ୍କୁ ହଇରାଣ ହରକତ ବନ୍ଦ କରିବା, ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ସମ୍ମାନ ହାନି କରି ଗଣମାଧ୍ୟମରେ ମିଛ ପ୍ରଚାର କରିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏହି ଧର୍ମଘଟର ଡାକରା ଦିଆଯାଇଛି।

ଏହି ଧର୍ମଘଟକୁ ସଫଳ କରିବା ପାଇଁ ଏଓବିଇଏର ସଭାପତି ସଞ୍ଜିବ ପତି ଓ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଓଡ଼ିଶାର ବ୍ୟାଙ୍କ କର୍ମଚାରୀମାନଙ୍କୁ ନିବେଦନ କରିଛନ୍ତି । ବ୍ୟାଙ୍କ ଶିଳ୍ପର ଅନ୍ୟାନ୍ୟ ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଙ୍ଗଠନମାନେ ଧର୍ମଘଟ ପ୍ରତି ସମର୍ଥନ ଜଣାଇଥିବାରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ!: ଦେଖନ୍ତୁ ସମ୍ପୂର୍ଣ୍ଣ ଛୁଟି ତାଲିକା

ନୂଆଦିଲ୍ଲୀ: କିଛି ଦିନ ମଧ୍ୟରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ଏପ୍ରିଲ ମାସର ଆରମ୍ଭ ସହିତ, ନୂତନ ଆର୍ଥିକ ବର୍ଷ ୨୦୨୨-୨୩ ଆରମ୍ଭ ହେବ। ଏପ୍ରିଲ ମାସରେ ବ୍ୟାଙ୍କରେ ଅନେକ ଦିନ ଛୁଟି ହେବାକୁ ଯାଉଛି। ଆସନ୍ତା ମାସରେ, ଦ୍ୱିତୀୟ ଶନିବାର ଏବଂ ରବିବାର ସମେତ ଆମ୍ବେଦକର ଜୟନ୍ତୀ, ବୈଶାଖୀ, ବାବୁ ଜଗଜୀବନ ରାମଙ୍କ ଜନ୍ମ ବାର୍ଷିକୀ, ଗୁଡ ଫ୍ରାଇଡେ, ବିହୁ ଇତ୍ୟାଦି ଉତ୍ସବ ଯୋଗୁଁ ବ୍ୟାଙ୍କ ଛୁଟି ହେବ।

ପ୍ରତ୍ୟେକ ରାଜ୍ୟର ପର୍ବ ଅନୁଯାୟୀ ଛୁଟିଦିନ ଉପଲବ୍ଧ ହେବ:

ଏପ୍ରିଲ୍ ମାସରେ, ବିଭିନ୍ନ ରାଜ୍ୟରେ ବ୍ୟାଙ୍କଗୁଡିକ ମୋଟ ୧୫ ଦିନ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନକୁ ମିଶାଇ ବ୍ୟାଙ୍କରେ ମୋଟ ୧୫ ଦିନ ଛୁଟି ହେବ। ପ୍ରତ୍ୟେକ ରାଜ୍ୟରେ ଛୁଟିଦିନର ତାଲିକା ଅଲଗା ହେବ। ପ୍ରତ୍ୟେକ ରାଜ୍ୟରେ ଛୁଟିଦିନର ତାଲିକା ଭିନ୍ନ ଅଟେ। ପ୍ରତ୍ୟେକ ରାଜ୍ୟରେ ଛୁଟିଦିନର ତାଲିକା ସେହି ରାଜ୍ୟର ପର୍ବ ଅନୁଯାୟୀ ସ୍ଥିର ହୋଇଛି, ତେଣୁ ଆସନ୍ତୁ ଆପଣଙ୍କୁ ସମସ୍ତ ରାଜ୍ୟରେ ଏପ୍ରିଲ୍ ମାସରେ ବିଭିନ୍ନ ଛୁଟିଦିନର ତାଲିକା ବିଷୟରେ କହିବା-

ଏପ୍ରିଲ୍ ବ୍ୟାଙ୍କ ଛୁଟି ତାଲିକା:

ଏପ୍ରିଲ୍ ୧ ତାରିଖ- ବ୍ୟାଙ୍କର ବାର୍ଷିକ କ୍ଳୋଜିଙ୍ଗ ଯୋଗୁଁ ସମସ୍ତ ବ୍ୟାଙ୍କରେ ଗ୍ରାହକଙ୍କୁ ସେବା ଯୋଗାଇ ଦିଆଯିବ ନାହିଁ। (ଗ୍ରାହକଙ୍କ ପାଇଁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ)।

ଏପ୍ରିଲ୍ ୨ ତାରିଖ- ଗୁଡି ପଡୱା/ ଚୈତ୍ର ନବରାତ୍ରି / ସଜିବୁ ନୋଙ୍ଗମ୍ପମ୍ବା / ତେଲୁଗୁ ନୂଆ ବର୍ଷର ପ୍ରଥମ ଦିନ (ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ମୁମ୍ବାଇ, ନାଗପୁର, ଗୋଆ, ଜମ୍ମୁ, ଶ୍ରୀନଗର, ଇମ୍ଫାଲ, ବେଲାପୁର)।

ଏପ୍ରିଲ୍ ୩ ତାରିଖ- ପ୍ରଥମ ରବିବାର।

ଏପ୍ରିଲ୍ ୪ ତାରିଖ- ସରହୁଲ୍ (ରାଞ୍ଚିରେ ଛୁଟିଦିନ)।

ଏପ୍ରିଲ୍ ୫ ତାରିଖ- ବାବୁ ଜଗଜୀବନ ରାମ ଜୟନ୍ତୀ (ହାଇଦ୍ରାବାଦରେ ଛୁଟିଦିନ)।

ଏପ୍ରିଲ୍ ୯ ତାରିଖ- ଦ୍ୱିତୀୟ ଶନିବାର।

ଏପ୍ରିଲ୍ ୧୦ ତାରିଖ- ରବିବାର।

ଏପ୍ରିଲ୍ ୧୪ ତାରିଖ- ଡକ୍ଟର ବାବାସାହେବ ଆମ୍ବେଦକର ଜୟନ୍ତୀ/ବୈଶାଖୀ/ ବିହୁ / ଚେରୋବାମାହାବୀର୍ ଜୟନ୍ତୀ (ଶିମଲା ଏବଂ ଶିଲଙ୍ଗ ବ୍ୟତୀତ ସମସ୍ତ ସ୍ଥାନରେ ବ୍ୟାଙ୍କ ଛୁଟି)।

ଏପ୍ରିଲ୍ ୧୫ ତାରିଖ- ଗୁଡ ଫ୍ରାଇଡେ/ ହିମାଚଳ ଦିବସ / ବୋହାଗ ବିହୁ / ବଙ୍ଗାଳୀ ନୂଆ ବର୍ଷ (ଜମ୍ମୁ, ଶ୍ରୀନଗର ଏବଂ ଜୟପୁର ବ୍ୟତୀତ ସବୁ ସ୍ଥାନରେ ବ୍ୟାଙ୍କ ଛୁଟି ପାଳନ କରାଯିବ)।

ଏପ୍ରିଲ୍ ୧୬ ତାରିଖ- ବୋହାଗ ବିହୁ (ଗୁଆହାଟିରେ ଛୁଟିଦିନ)।

ଏପ୍ରିଲ୍ ୧୭ ତାରିଖ- ରବିବାର।

ଏପ୍ରିଲ୍ ୨୧ ତାରିଖ- ଗୁଡିୟା ପୂଜା (ଅଗରତାଲାରେ ଛୁଟିଦିନ)।

ଏପ୍ରିଲ୍ ୨୩ ତାରିଖ- ଚତୁର୍ଥ ଶନିବାର।

ଏପ୍ରିଲ ୨୫ ତାରିଖ- ରବିବାର।

ଏପ୍ରିଲ୍ ୨୯ ତାରିଖ- ଜମାତ୍-ଉଲ୍-ବିଦା/ଶବ-ଇ-କଦ୍ର (ଜମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ)।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜରୁରୀ କାମ ଥିଲେ ଧ୍ୟାନ ଦିଅନ୍ତୁ: ୨୭ ତାରିଖଠାରୁ ୪ ଏପ୍ରିଲ୍ ଯାଏଁ ୭ ଦିନ ବ୍ୟାଙ୍କ ରହିବ ବନ୍ଦ

ନୂଆଦିଲ୍ଲୀ: କେବଳ ୯ ଦିନ ମଧ୍ୟରୁ ୭ ଦିନ ବ୍ୟାଙ୍କ ବନ୍ଦ ରହିବ। ଆସନ୍ତା ୨୭ ତାରିଖଠାରୁ ୪ ଏପ୍ରିଲ ମଧ୍ୟରେ ସାତ ଦିନ ବ୍ୟାଙ୍କ ବନ୍ଦ ରହିବ। ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ କ୍ରମାଗତ ୩ ଦିନ ବ୍ୟାଙ୍କ ଛୁଟି ରହିବ। ସେଥିପାଇଁ ଏହା ଭିତରେ ଯଦି ବ୍ୟାଙ୍କରେ କିଛି ଜରୁରୀ କାମ ଅଛି, ତେବେ ୨୭ ତାରିଖ ପୂର୍ବରୁ କାମ ଶେଷ କରିଦିଅନ୍ତୁ।

ଜାଣନ୍ତୁ କେଉଁ ତାରିଖରେ କଣ ପାଇଁ ବନ୍ଦ ରହିବ ବ୍ୟାଙ୍କ:

୧- ୨୭ ତାରିଖ- ମାସର ଚତୁର୍ଥ ଶନିବାର

୨- ୨୮ ତାରିଖ- ରବିବାର

୩- ୨୯ ତାରିଖ- ହୋଲି

୪- ୩୦ ତାରିଖ- କେବଳ ବିହାରରେ ହୋଲି ଉପଲକ୍ଷେ ବନ୍ଦ ରହିବ, ବାକି ସବୁ ସ୍ଥାନରେ ଖୋଲା ରହିବ।

୫- ୩୧ ତାରିଖ- ଆର୍ଥିକ ବର୍ଷର ଶେଷ ଦିନ

୬- ୧ ଏପ୍ରିଲ- କ୍ଳୋଜିଙ୍ଗ ଅଫ ଆକାଉଣ୍ଟସ୍ ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଛୁଟି ଘୋଷଣା

୭- ୨ ଏପ୍ରିଲ- ଗୁଡ଼ ଫ୍ରାଇ ଡେ

୮- ୪ ଏପ୍ରିଲ- ରବିବାର।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

Bank Strike: ଆଜିଠାରୁ ଦୁଇ ଦିନ ପାଇଁ ବ୍ୟାଙ୍କ ବନ୍ଦ, ଆରମ୍ଭ ହେଲା କର୍ମଚାରୀଙ୍କ ଧର୍ମଘଟ

ଭୁବନେଶ୍ବର, ଆଜିଠାରୁ ଦୁଇଦିନ ପାଇଁ ସର୍ବଭାରତୀୟ ସ୍ତରରେ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହୋଇଛି। ଏହି ଧର୍ମଘଟରେ ଓଡିଶାର ସମସ୍ତ ବ୍ୟାଙ୍କ ସାମିଲ ହୋଇଛନ୍ତି। ସରକାରୀ ବ୍ୟାଙ୍କ ସହିତ ଗ୍ରାମ୍ୟ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି।

ମୁଖ୍ୟତଃ ବ୍ୟାଙ୍କଗୁଡିକ ଘରୋଇକରଣ ବିରୋଧରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ବ୍ୟାଙ୍କ କର୍ମଚାରୀମାନେ କାମ କରୁ ନ ଥିବାରୁ ଆଜି ଅନଲାଇନ ସେବା ଏବଂ ଏଟିଏମ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି।

ଓଡିଶାରେ ଥିବା ପ୍ରାୟ 5 ହଜାର 5ଶହ ବ୍ୟାଙ୍କ 30 ହଜାର କର୍ମଚାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ଆସନ୍ତା ବୁଧବାର ଦିନ ବ୍ୟାଙ୍କ ଖୋଲା ରହିବ ବୋଲି କର୍ମଚାରୀ ସଂଘ ତରଫରୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଆଜିଠାରୁ 4 ଦିନ ପାଇଁ ସବୁ ବ୍ୟାଙ୍କ ବନ୍ଦ ରହିବ, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ, ଆଜିଠାରୁ 4 ଦିନ ପାଇଁ ବ୍ୟାଙ୍କଗୁଡିକ ବନ୍ଦ ରହିବ। କାରଣ ହେଲା ଆଜି ହେଉଛି ଚଳିତ ମାସର ଦ୍ବିତୀୟ ଶନିବାର। ସେଥିପାଇଁ ବ୍ୟାଙ୍କ ସ୍ବାଭାବିକ ଭାବେ ବନ୍ଦ ରହିବ। ଏହାପରେ ରବିବାର ମଧ୍ୟ ବନ୍ଦ ରହିବ। ସୋମବାର ଏବଂ ମଙ୍ଗଳବାର ଦୁଇ ଦିନ ପାଇଁ ବ୍ୟାଙ୍କ ୟୁନିୟନ ଧର୍ମଘଟ ଡାକରା ଦେଇଛି। ଏହି ଦୁଇଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରଖିବା ପାଇଁ ସଂଘ ଘୋଷଣା କରିଛି। ଫଳରେ ଲଗାତର ଭାବେ ମୋଟ ଚାରିଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ।