ଭୁବନେଶ୍ବର: କଂଗ୍ରେସ ସଂକଳ୍ପ ଯାତ୍ରା ବେଳେ ଆହତ ହୋଇଥିବା ସଭାପତି ଭକ୍ତଚରଣ ଦାସ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ବାମ ହାତରେ ଅସ୍ତ୍ରପୋଚାର କରାଯାଇଛି। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଏହି ଅପରେସନ କରାଯାଇଛି। ବର୍ତ୍ତମାନ ସେ ପୁରା ସୁସ୍ଥ ଅଛନ୍ତି। ଆଉ କିଛିଦିନ ବିଶ୍ରାମ ପରେ ସେ ପୁଣି ଥରେ କାର୍ଯ୍ୟକ୍ଷମ ହେବେ।
ଭକ୍ତ ଦାସ କଂଗ୍ରେସ ସଭାପତି ହେବା ପରେ ସେ ନୂଆଦିଲ୍ଲୀରୁ ଭୁବନେଶ୍ବର ଆସିବା ବେଳେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଭୁବନେଶ୍ବରରୁ ପୁରୀ ପର୍ଯ୍ୟନ୍ତ ଦୀର୍ଘ ତିନିଦିନ ଧରି ସେ ସଂପକଳ୍ପ ଯାତ୍ରା କରିଥିଲେ।
ଏହି ଯାତ୍ରା ସମୟରେ ଭିଡ ଭିତରେ ସେ ପଡିଯାଇଥିଲେ। ଫଳରେ ତାଙ୍କର ବାମ ହାତ ଜଖମ ହୋଇଯାଇଥିଲା। ପରବର୍ତ୍ତି ସମୟରେ ସେ ବ୍ୟାଣ୍ଡଜ କରି ପଦଯାତ୍ରା କରିଥିଲେ। ତାହା ଶେଷ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ହାତରେ ଅପରେସନ କରାଯାଇଛି।