Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭଞ୍ଜନଗର ପୋଲିସ ଦ୍ଵାରା ଅପରାଧୀ ସାବାଡ ଅଭିଯାନ ଜୋରଦାର: ୯ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନର ଅପରାଧୀ ମାନଙ୍କୁ ସାବାଡ୍ କରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଜୋରଦାର ଚାଲିଛି। ବିଶେଷ କରି ଭଞ୍ଜନଗର ଥାନା ଅଧିକାରୀ ଭାବେ ଜୀବନାନନ୍ଦ ଯେନା ଯୋଗ ଦେବା ପରେ ନିଜ ଥାନାର କର୍ମଚାରୀଙ୍କ ସହଯୋଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବହୁ ଅପରାଧୀ ସହ ବହୁ ମାରଣାସ୍ତ୍ର ଜବତ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ଅତିରିକ୍ତ ପୋଲିସ ଏସ୍ ପି ଭଞ୍ଜନଗର ଏସ୍ ଡି ପି ଓ ଓ ଥାନା ଅଧିକାରୀ ଙ୍କ ଉପସ୍ଥିତି ରେ ଏକ ସାମ୍ବାଦିକ ସମ୍ମୀଳନୀରେ ବିବୃତ୍ତି ରଖିଛନ୍ତି ଯେ, ଭଞ୍ଜନଗର ଥାନା ଅଧିକାରୀ ଓ କର୍ମଚାରୀଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଫଳରେ ପୁର୍ବରୁ ବିଭିନ୍ନ ସଙ୍ଗୀନ ଅପରାଧରେ ଜଡ଼ିତ ଥିବା ଅଭିଯୁକ୍ତ ଯଥା ଦୁର୍ଗା କାଉଁର୍, ସଂଗ୍ରାମ ଭୁୟାଁ, ବ୍ରଜମୋହନ ସାହୁ, ଟୁକୁନା ପାତ୍ର, ବାଦଲ୍ ସାହୁ, ସୁନୀଲ ସାବତ, ଅନୀଲ ବେହେରା, ସନାତନ ପ୍ରଧାନ ଓ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ସରୋଜ ଦାସ ପ୍ରମୁଖଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଥାନା ରେ ରଖି ଜେରା କରିବା ସହ ସେମାନଙ୍କଠାରୁ ୫ ଟି ବନ୍ଧୁକ,୨ ଟି ଖେଳନା ବନ୍ଧୁକ,୧୫ଟି ଜିବନ୍ତ ଗୁଳି ସହ ଗୋଟିଏ କାତି ଓ ଖଣ୍ଡା ଜବତ କରିଛନ୍ତି।

ଧରାପଡ଼ିଥିବା ଅପରାଧୀ ମାନେ ନିଶାଦ୍ରବ୍ୟ କାରବାର, ଜମି ହଡ଼ପ,ଚୋରା ଗଞ୍ଜେଇ,ମଦ ଓ ଲୁଟ୍ ତରାଜ ଭଳି ବହୁ ଅସାମାଜିକ କାର୍ଯ୍ୟକ୍ରମ ସମ୍ପୃକ୍ତ ରହିଛନ୍ତି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ ହୋଇ