Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହଠାତ୍ ରାତି ଅଧରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ କାହିଁକି, ବିଜେଡି ବନ୍ଦ ଡାକରାକୁ କଣ ଡରିଗଲେ କି ସରକାର ?

ଭୁବନେଶ୍ବର: ଭରତପୁର ଥାନା ଘଟଣା ନେଇ ବର୍ତ୍ତମାନ ସାରା ରାଜ୍ୟ ପଡୁଛି ଉଠୁଛି। ବିଭିନ୍ନ ମହଲରେ ଏହାର ସଠିକ ତଦନ୍ତ ହେଉ ବୋଲି ଦାବୀ ହେଉଛି। ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ଏକ ବିଚାର ବିଭାଗୀୟ ତଦନ୍ତ କରାଯାଉ ବୋଲି ଦାବୀ କରିଥିଲେ। ହେଲେ ରାଜ୍ୟ ସରକାର ତାଙ୍କ କଥାକୁ କୌଣସି ଖାତିର କଲେ ନାହିଁ। କେବଳ କ୍ରାଇମବ୍ରାଞ୍ଚ ତଦନ୍ତରେ ସରକାର ଅଟକି ରହିଲେ।

ହେଲେ ରବିବାର ଦିନ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ଭୁବନେଶ୍ବର ବନ୍ଦ ଡାକରା ପାଇଁ ଆହ୍ୱାନ ଦେଲା। ଦଳର ବରିଷ୍ଠ ନେତାମାନେ ଏହି ସାମ୍ବାଦିକ ସମ୍ମିଳନୀ କରି ପୁରା ଛଅ ଘଣ୍ଟା ପାଇଁ ଭୁବନେଶ୍ବର ବନ୍ଦ କରିବାକୁ ଘୋଷଣା କଲେ। ଫଳରେ ବିଜେପି ସରକାର ପାଇଁ ତାହା ଚିନ୍ତାର କାରଣ ପାଲଟିଲା।

ଏପରି ପରିସ୍ଥିତିରେ ରବିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ବର ବାହାରେ ଥିଲେ। ଫଳରେ କଣ କରାଯିବ ସେ ନେଇ କୌଣସି ନିଷ୍ପତି କେହି ନେଇପାରିଲୋ ନାହିଁ।ହେଲେ କଣ ହେଲା କେଜାଣି ମୁଖ୍ୟମନ୍ତ୍ରୀ ରାତାରାତି ଆସି ଭୁବନେଶ୍ବରରେ ପହଞ୍ଚିଲେ।  ସେ ଆସିବା ପରେ ସେହି ରାତିରେ ଲୋକସଭା ଭବନରେ ବୈଠକ ପାଇଁ ସମସ୍ତଙ୍କୁ ଡକାଗଲା।

ପ୍ରଥମତଃ ରବିବାର ଛୁଟି ଏବଂ ରାତି ଅଧରେ ଲୋକସଭା ଭବନ ଖାଲି ରହିବା ସ୍ବାଭାବିକ। ହେଲେ ମୁଖ୍ୟମନ୍ତ୍ରୀ ଅଫିସରୁ ଜରୁରୀ ଖବର ଦିଆଗଲା ଯେ, ସମସ୍ତେ ଆସି ଉପସ୍ଥିତ ରୁହନ୍ତୁ। ଫଳରେ ଦୁଇ ମନ୍ତ୍ରୀ, ଏଜି, ମୁଖ୍ୟଶାସନ ସଚିବ, ଗୃୃହ ସଚିବ ବିଭାଗୀୟ ଅଧିକାରୀମାନେ ସମସ୍ତେ ସେହି ରାତିରେ ଆସି ପହଞ୍ଚିଲେ। ଆଉ ବୈଠକରେ ନିଷ୍ପତି କଲେ ବିଚାର ବିଭାଗୀୟ ତଦନ୍ତ ହେବ। ବୈଠକ ସରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ନେଇ ଗଣମାଧ୍ୟମକୁ ରାତି 12 ଟା 17 ମିନିଟରେ ଖବର ଦିଆଗଲା।

ଏପରି ରାତି ଅଧିଆ ନିଷ୍ପତିକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ବଢିବାରେ ଲାଗିଛି। କାରଣ ବିଜେଡି ରବିବାର ଦିନ ଘୋଷଣା କରିଥିଲା ଯେ, ମଙ୍ଗଳବାରରେ ଭୁବନେଶ୍ବର ବନ୍ଦ ହେବ। ତେଣୁ ସରକାରଙ୍କ ପାଖରେ ସୋମବାର ଦିନ ତମାମ ହାତରେ ଥିଲା। ସୋମବାରରେ ବୈଠକ କରି ବିଚାରବିଭାଗୀୟ ତଦନ୍ତ ପାଇଁ ଘୋଷଣା କରିପାରି ଥାଆନ୍ତେ। ହେଲେ କଣ ଏପରି ଅଜଣା ଘଟଣା ଘଟିଲା ଯେ, ରାତି ଅଧରେ ବୈଠକ କରି ଏହି ନିଷ୍ପତି ଗ୍ରହଣ କରିବାକୁ ସରକାର ବାଧ୍ୟ ହେଲେ।

Categories
ଆଜିର ଖବର ରାଜ୍ୟ ଖବର

ଭରତପୁର ଥାନା ନିର୍ଯ୍ୟାତନା ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପିଡିତା ଏବଂ ତାଙ୍କ ପରିବାର

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିଛନ୍ତି ଭରତପୁର ଥାନାରେ ନିର୍ଯ୍ୟାତନା ଅଭିଯୋଗ ହୋଇଥିବା ପିଡିତା ଏବଂ ତାଙ୍କ ପରିବାର। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ପିଡିତା ନିଜେ, ତାଙ୍କ ବାପା ଏବଂ ଅବସରପ୍ରାପ୍ତ ସାମରିକ ଅଧିକାରୀ ଥିଲେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଏବଂ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।

ଏଥିରେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଅବଗତ କରାଇଥିଲେ। ଏଥିସହିତ ତାଙ୍କୁ ସମସ୍ତ ପ୍ରକାରର ନ୍ୟାୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ସରକାରଙ୍କ ପଦକ୍ଷେପକୁ ନେଇ ପିଡିତା ସନ୍ତୁଷ୍ଠ ଅଛନ୍ତି ଏବଂ ନ୍ୟାୟ ମିଳିବ ବୋଲି ସେ ଆଶା କରିଛନ୍ତି।