Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର କୋରାପୁଟକୁ ଆରମ୍ଭ ହେଲା ନୂଆ ଭଲଭୋ ବସ ସେବା, ଜାଣନ୍ତୁ ଟିକେଟ ମୂଲ୍ୟ

ଭୁବନେଶ୍ବର: ଆସନ୍ତାକାଲି 21 ତାରିଖରେ ଓଡିଶା ରାଜ୍ୟ ସଡକ ପରିବହନ ନିଗମ ଆରମ୍ଭ କରୁଛି ଏକ ନୂଆ ସେବା। ତାହା ହେଲା ଆସନ୍ତାକାଲିଠାରୁ ଭୁବନେଶ୍ବର କୋରାପୁଟ ଏବଂ କୋରାପଟୁ ଭୁବନେଶ୍ବର ଭଲଭୋ ବସ ସେବା। ଏହି ଉନ୍ନତମାନର ସୁବିଧା ଥିବା ବସଟି ଭାୟା ରାୟଗଡା, ଦାମନଯୋଡି ଦେଇ କୋରାପୁଟରେ ପହଞ୍ଚିବ।

ନିଗମ ତରଫରୁ ଆସନ୍ତାକାଲି ଏହି ସେବା ଆରମ୍ଭ ହେଉଥିବାରୁ ଏଥିପାଇଁ 15 ପ୍ରତିଶତ ରିହାତି ରଖାଯାଇଛି। ଏହି ଟିକେଟ ଆପଣମାନେ ସିଧା କାଉଣ୍ଟରରୁ, ଅନଲାଇନ କିମ୍ବା ମୋବାଇଲ ଆପ୍ ମାଧ୍ୟମରେ କିଣିପାରିବେ। ବର୍ତ୍ତମାନ ଏହି ରାସ୍ତା ପାଇଁ ଟିକେଟ ମୂଲ୍ୟ ଜଣଙ୍କ ପିଛି 1030 ଟଙ୍କା ରଖାଯାଇଛି।