Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ସ୍ବାସ୍ଥ୍ୟ

ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ – ସଦ୍ଭାବନା ଓ ସୁସ୍ଥତା ଲାଗି ବିଶ୍ବକୁ ଭାରତର ବାର୍ତ୍ତା

ନୂଆଦିଲ୍ଲୀ: ପ୍ରାଚୀନ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର ଯୋଗ ଆଜି ମନୁଷ୍ୟର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବିକାଶ ପାଇଁ ଏକ ସର୍ବୋତ୍ତମ ମାଧ୍ୟମ ପାଲଟିଛି। ‘ଯୋଗ’ ଶବ୍ଦ ସଂସ୍କୃତ ମୂଳ ଧାତୁ ‘ଯୁଜ’ ରୁ ଆସିଛି ଯାହାର ଅର୍ଥ ‘ଯୋଗ କରିବା’ କିମ୍ବା ‘ଏକୀକରଣ’। ଏହା ଶରୀର ଏବଂ ମନ, ବିଚାର ଏବଂ କାର୍ଯ୍ୟ, ମଣିଷ ଏବଂ ପ୍ରକୃତି ଏବଂ ଏକ ସାମଗ୍ରିକ ସ୍ୱାସ୍ଥ୍ୟ ଆଭିମୁଖ୍ୟ ମଧ୍ୟରେ ସନ୍ତୁଳନର ପ୍ରତୀକ ପାଲଟିଛି।

ଯୋଗର ବିଶ୍ୱସ୍ତରୀୟ ଲୋକପ୍ରିୟତାକୁ ସ୍ୱୀକାର କରି, ଜାତିସଂଘ ୧୧ ଡିସେମ୍ବର ୨୦୧୪ ରେ ୨୧ ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ଘୋଷଣା କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୭ ସେପ୍ଟେମ୍ବର ୨୦୧୪ରେ ଜାତିସଂଘ ସାଧାରଣ ସଭାରେ ଏହି ପ୍ରସ୍ତାବ ଆଗତ କରିଥିଲେ ଏବଂ ଏହାକୁ ୧୭୫ଟି ଦେଶ ଦ୍ୱାରା ଅନୁମୋଦନ କରାଯାଇଥିଲା। ୨୧ ଜୁନକୁ ବଛାଯାଇଥିଲା କାରଣ ଏହା ଉତ୍ତର ଗୋଲାର୍ଦ୍ଧର ସବୁଠାରୁ ଲମ୍ବା ଦିନ। ପୁଣି ବିଭିନ୍ନ ସଂସ୍କୃତିରେ ମହତ୍ତ୍ବ ରଖୁଥିବା ଏହି ଦିନଟି ପ୍ରକୃତି ଓ ମାନବ ସୁସ୍ଥତାର ଏକ ପ୍ରତୀକ।

୨୦୧୫ ମସିହାରେ ଏହାର ପ୍ରଥମ ସଂସ୍କରଣ ଠାରୁ, ଆୟୁଷ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ତଥା ବିଭିନ୍ନ ରାଜ୍ୟ ସରକାର, ବିଦେଶରେ ଥିବା ଭାରତୀୟ ମିଶନ ଏବଂ ଜାତିସଂଘ ଏଜେନ୍ସିଗୁଡ଼ିକର ସକ୍ରିୟ ସମର୍ଥନ ସହିତ ଭାରତ ସାରାବିଶ୍ବରେ ଏହି ଉତ୍ସବର ନେତୃତ୍ୱ ନେଇ ଆସୁଛନ୍ତି।

ଲୋଗୋର ମହତ୍ତ୍ବ

ନମସ୍କାର ଭଙ୍ଗୀ ସଂଯୋଗର ପ୍ରତୀକ-ବ୍ୟକ୍ତିଗତ ଚେତନା ଓ ଜାଗତିକ ଚେତନା ମଧ୍ୟରେ ସଂଯୋଗ, ମନ ଓ ଶରୀର, ମଣିଷ ଓ ପ୍ରକୃତି ମଧ୍ୟରେ ଚମତ୍କାର ସମନ୍ବୟ, ସ୍ବାସ୍ଥ୍ୟ ଓ ସୁସ୍ଥତା ଲାଗି ଏକ ସାମଗ୍ରିକ ପ୍ରୟାସ। ବାଦାମୀ ପତ୍ରଗୁଡ଼ିକ ପୃଥିବୀ ଉପାଦାନର ପ୍ରତୀକ, ସବୁଜ ପତ୍ରଗୁଡ଼ିକ ପ୍ରକୃତିର ପ୍ରତୀକ, ନୀଳ ରଙ୍ଗ ଜଳ ଉପାଦାନର ପ୍ରତୀକ, ଉଜ୍ଜ୍ୱଳତା ଅଗ୍ନି ଉପାଦାନର ପ୍ରତୀକ ଏବଂ ସୂର୍ଯ୍ୟ ଶକ୍ତି ଏବଂ ପ୍ରେରଣାର ଉତ୍ସ। ଏହି ଲୋଗୋ ମାନବତା ପାଇଁ ସଦ୍ଭାବ ଏବଂ ଶାନ୍ତିକୁ ପ୍ରତିଫଳିତ କରେ, ଯାହା ଯୋଗର ସାରତତ୍ତ୍ବ।

ଅନ୍ତର୍ଜାତୀୟ ଯୋଗ ଦିବସର ପ୍ରଭାବ

ବିଶ୍ବବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ଲାଗି ଉତ୍ସାହ ବଢିଚାଲିଛି। ୨୦୧୮ରେ ବିଶ୍ବବ୍ୟାପୀ ୯.୫୯ କୋଟି ଲୋକ ଏଥିରେ ଅଂଶଗ୍ରହଣ କରିଥିବାବେଳେ ୨୦୨୪ ରେ ମୋଟ ୨୪.୫୩ କୋଟି ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ, ଯାହା ଦର୍ଶାଉଛି ଯେ ଯୋଗ ସାରା ବିଶ୍ବରେ ସୁସ୍ଥତାର ଏକ ଆନ୍ଦୋଳନରେ ପରିଣତ ହୋଇଛି।

ଏବର୍ଷ ଲାଗି ଅନ୍ତର୍ଜାତୀୟ ଯୋଗ ଦିବସର ଶୀର୍ଷ ହେଉଛି “ଏକ ବିଶ୍ବ, ଏକ ସ୍ବାସ୍ଥ୍ୟ ପାଇଁ ଯୋଗ”। ଏହା ଭାରତର ଜି-୨୦ ସଭାପତିତ୍ବ ସମୟରେ ଥିବା ଶୀର୍ଷକ ‘ଏକ ବିଶ୍ବ-ଏକ ପରିବାର-ଏକ ଭବିଷ୍ୟତ’ ସହ ମେଳ ଖାଉଛି।

ଗତ ଦଶନ୍ଧି ମଧ୍ୟରେ, ଅନ୍ତର୍ଜାତୀୟ ଯୋଗ ଦିବସ ଏକ ପରିବର୍ତ୍ତନକାରୀ ଶକ୍ତିରେ ପରିଣତ ହୋଇଛି, ଯାହା ସଂସ୍କୃତି ଏବଂ ସମ୍ପ୍ରଦାୟ ମଧ୍ୟରେ ସାମଗ୍ରିକ ସ୍ୱାସ୍ଥ୍ୟ, ସଚେତନତା ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରୁଛି। ଏହି ଦଶନ୍ଧି ଧରି ଚାଲିଥିବା ଯାତ୍ରାକୁ ସ୍ମରଣୀୟ କରିବା ପାଇଁ, ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ରେ ଦଶଟି ସିଗନେଚର ଇଭେଣ୍ଟ ପ୍ରଦର୍ଶିତ ହେବ, ଯାହା ଯୋଗର ଲୋକପ୍ରିୟତା ଓ ପ୍ରସାରକୁ ଆହୁରି ବୃଦ୍ଧି କରିବ। ଏହି ୧୦ଟି ସିଗନେଚର ଇଭେଣ୍ଟ ହେଲା ଯୋଗ ସଂଗମ, ଯୋଗ ବନ୍ଧନ, ଯୋଗ ପାର୍କ, ଯୋଗ ସମାବେଶ, ଯୋଗ ପ୍ରଭାବ, ଯୋଗ କନେକ୍ଟ, ହରିତ ଯୋଗ, ଯୋଗ ଅନପ୍ଲଗଡ୍, ଯୋଗ ମହାକୁମ୍ଭ ଓ ସମୟୋଗ।

ଯୋଗ ସଂଗମ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ର ମୁଖ୍ୟ କାର୍ଯ୍ୟକ୍ରମ ଯାହାକି ଜୁନ ୨୧ ସକାଳ ୬.୩୦ରୁ ସକାଳ ୭.୪୫ ପର୍ଯ୍ୟନ୍ତ ସାରା ଭାରତରେ ୧ ଲକ୍ଷରୁ ଅଧିକ ସ୍ଥାନରେ ଅନୁଷ୍ଠିତ ହେବ। ଏସବୁ ଯୋଗାଭ୍ୟାସ ଶିବିର ସାଧାରଣ ଯୋଗ ପ୍ରୋଟୋକଲ (ସିଓ୍ବାଇପି) ଉପରେ ଆଧାରିତ ହେବ। ମୁଖ୍ୟ କାର୍ଯ୍ୟକ୍ରମ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ। ଏହି ସାମୂହିକ ଉତ୍ସବର ଲକ୍ଷ୍ୟ ଯୋଗର କାଳଜୟୀ ଅଭ୍ୟାସ ଏବଂ ଆଜିର ବିଶ୍ୱରେ ଏହାର ସ୍ଥାୟୀ ପ୍ରାସଙ୍ଗିକତା ପ୍ରତି ଆମର ସମାନ ପ୍ରତିବଦ୍ଧତାକୁ ଦର୍ଶାଇବା। ସାଧାରଣ ଯୋଗ ପ୍ରୋଟୋକଲ ହେଉଛି ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପ୍ରମୁଖ ଯୋଗ ବିଶେଷଜ୍ଞ ଏବଂ ପ୍ରତିଷ୍ଠାନମାନଙ୍କ ସହିତ ପରାମର୍ଶ କରି ବିକଶିତ ଏକ ମାନକୀକୃତ ଯୋଗ ଅଭ୍ୟାସ। ଏହା ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗାଭ୍ୟାସ ପାଇଁ ଡିଜାଇନ୍ କରାଯାଇଛି ଏବଂ ସମସ୍ତ ବୟସ ଗୋଷ୍ଠୀ ଏବଂ ଫିଟନେସ୍ ସ୍ତରର ଲୋକଙ୍କ ପାଇଁ ଏହା ଉପଯୁକ୍ତ।

ଅନ୍ତର୍ଜାତୀୟ ଯୋଗ ଦିବସରେ ଲୋକମାନଙ୍କ ସର୍ବାଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି। ସେଗୁଡ଼ିକୁ ହେଉଛି ୧୦୦ ଦିନ କାଉଣ୍ଟଡାଉନ ଇଭେଣ୍ଟ, ୭୫ ଦିନ କାଉଣ୍ଟଡାଉନ ଇଭେଣ୍ଟ, ୫୦ ଦିନ କାଉଣ୍ଟଡାଉନ ଇଭେଣ୍ଟ ଓ ୨୫ ଦିନ କାଉଣ୍ଟଡାଉନ ଇଭେଣ୍ଟ।

ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର ୨୦୨୫

ଯୋଗକୁ ପ୍ରୋତ୍ସାହିତ ଏବଂ ଯୋଗାଭ୍ୟାସ କ୍ଷେତ୍ରରେ ଉତ୍କର୍ଷତାକୁ ସ୍ୱୀକୃତି ଦେବାପାଇଁ ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର ଉଦ୍ଦିଷ୍ଟ। ମୋଟ ୪ଟି ପୁରସ୍କାର ଥିବାବେଳେ ସେଥିମଧ୍ୟରୁ ୨ଟି ଅନ୍ତର୍ଜାତୀୟ ଓ ୨ଟି ଜାତୀୟ। ପ୍ରତ୍ୟେକ ବିଜେତା ବ୍ୟକ୍ତି ଏବଂ ସଂଗଠନ ୨୫ ଲକ୍ଷ ଟଙ୍କା, ଏକ ଟ୍ରଫି ଏବଂ ଏକ ପ୍ରମାଣପତ୍ର ପାଆନ୍ତି। ୨୦୨୫ ପାଇଁ ଆବେଦନ ବନ୍ଦ ହୋଇଯାଇଛି; ବିଜେତାମାନଙ୍କୁ ୨୧ ଜୁନ୍ ୨୦୨୫ ରେ ଘୋଷଣା କରାଯିବ।

ଉପସଂହାର

୨୦୨୫ ମସିହାର ଅନ୍ତର୍ଜାତୀୟ ଯୋଗ ଦିବସ କେବଳ ଏକ ଦିନିକିଆ ସମାରୋହ ନୁହେଁ, ବରଂ ଏହା ସାମଗ୍ରିକ ସ୍ୱାସ୍ଥ୍ୟ, ପରିବେଶ ସହ ସମନ୍ୱୟ ଏବଂ ବିଶ୍ୱ କଲ୍ୟାଣ ପ୍ରତି ଭାରତର ସ୍ଥାୟୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। “ଏକ ପୃଥିବୀ-ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ”କୁ ଏହାର ମାର୍ଗଦର୍ଶକ ନୀତି ଭାବରେ ଗ୍ରହଣ କରି, ଭାରତ ଶାରୀରିକ ସୁସ୍ଥତା ସହ ସଚେତନ ଜୀବନଯାପନକୁ ସଂଯୋଗ କରିବାରେ ବିଶ୍ୱର ନେତୃତ୍ୱ ନେଇ ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଏବେ ଏହି ମନ୍ଦିରଗୁଡିକରେ ଲାଗୁ ହେଲା ଡ୍ରେସ୍ କୋଡ୍, ଏଭଳି ଲୋକଙ୍କୁ ମିଳିବନି ପ୍ରବେଶ ଅନୁମତି

ନୂଆଦିଲ୍ଲୀ: ବର୍ତ୍ତମାନଠାରୁ ମଥୁରା-ଆଗ୍ରାର ଅନେକ ମନ୍ଦିରରେ ଛୋଟ ପୋଷାକ ପିନ୍ଧିବା ଉପରେ ବାରଣ କରାଯାଇଛି। ଏହା ସହିତ ଭକ୍ତମାନଙ୍କୁ ମନ୍ଦିରରେ ଭାରତୀୟ ପରମ୍ପରା ଅନୁଯାୟୀ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗ୍ରାସ୍ଥିତ କୈଳାଶ ମହାଦେବ ମନ୍ଦିର ସମେତ ଅନେକ ମନ୍ଦିରରେ ଛୋଟ ପୋଷାକରେ ମନ୍ଦିର ପରିଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆଗ୍ରା ପରି ମଥୁରାର ରାଧା ବଲ୍ଲଭ ସମେତ ଅନେକ ମନ୍ଦିରରେ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି।

ଭକ୍ତମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଯଦି ସେମାନେ ମନ୍ଦିରକୁ ଆସନ୍ତି, ତେବେ ସେମାନେ ଭାରତୀୟ ପରମ୍ପରା ଅନୁଯାୟୀ ପୋଷାକ ପିନ୍ଧିବା ଉଚିତ୍, ନଚେତ୍ ସେମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯିବ ନାହିଁ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କଠୋର ନିୟମ କରାଯାଇଛି। ଏହା ସହିତ ମନ୍ଦିର ବାହାରେ ଏକ ସମ୍ପର୍କିତ ଏକ ବୋର୍ଡ ମଧ୍ୟ ରଖାଯାଇଛି ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଛୋଟ ପୋଷାକ ପିନ୍ଧି ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହିଁ।

ଆଗ୍ରା କୈଳାଶ ମହାଦେବ ମନ୍ଦିରର ମହନ୍ତ ପଙ୍କଜ ଗିରି ଏହା ବିଷୟରେ କହିଛନ୍ତି ଯେ, ହିନ୍ଦୁ ସଂସ୍କୃତି ଅନୁଯାୟୀ ପୋଷାକ ପିନ୍ଧି ପାରମ୍ପାରିକ ମନ୍ଦିରକୁ ଆସିବା ଉଚିତ୍। ଯାହାଦ୍ୱାରା କାହାର ଧାର୍ମିକ ଭାବନା କ୍ଷତିଗ୍ରସ୍ତ ହେବ ନାହିଁ। ଏହାକୁ ଦୃଷ୍ଟିରେ ରଖି ମନ୍ଦିରରେ ଛୋଟ ପୋଷାକ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥି ସହିତ ମଥୁରାର ମନକାମେଶ୍ୱର ମହାଦେବ ମନ୍ଦିରର ମହନ୍ତ ଯୋଗେଶ ପୁରୀ ମଧ୍ୟ ତାଙ୍କ କଥାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ପୋଷାକ ମନ୍ଦିରରେ ପ୍ରବେଶ କରିବା ପାଇଁ ଆଦର୍ଶ ବୋଲି ବିବେଚନା କରାଯାଇଛି, ତେଣୁ ଭକ୍ତମାନେ କେବଳ ଭାରତୀୟ ପୋଷାକ ପିନ୍ଧି ମନ୍ଦିରରେ ପ୍ରବେଶ କରିବା ଆବଶ୍ୟକ।

ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ମଥୁରାର ରାଧା ବଲ୍ଲଭ, ରାଧା ଦାମୋଦର ମନ୍ଦିରରେ ମଧ୍ୟ ଛୋଟ ପୋଷାକ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ ନିଷେଧ କରାଯାଇଥିଲା। ବାଙ୍କ ବିହାରୀ ମନ୍ଦିର ପରିଚାଳନା ମଧ୍ୟ ଏହାକୁ ସମର୍ଥନ କରିଛି ମନ୍ଦିର ପ୍ରଶାସନ କହିଛି ଯେ, ଅମର୍ଯ୍ୟଦା ପୋଷାକ ପିନ୍ଧି ଆସିବା ଦ୍ୱାରା ଲୋକଙ୍କ ଭାବନା କ୍ଷତିଗ୍ରସ୍ତ ହୁଏ, ଏହା ଅନନ୍ତ ସଂସ୍କୃତି ଓ ପରମ୍ପରା ବିରୁଦ୍ଧ ଅଟେ। ସେଥିପାଇଁ ଏହା ହେବା ଉଚିତ୍ ନୁହେଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହସ୍ତତନ୍ତ ବସ୍ତ୍ରର ଅପରୂପ ସୌନ୍ଦର୍ଯ୍ୟ ଓ ବିବିଧତା: ଏକ ବାସ୍ତବ ଭାରତୀୟ ପରମ୍ପରା

ଡକ୍ଟର ବି କେ ବେହେରା

ହସ୍ତତନ୍ତ ଏକ ସୁନ୍ଦର ବୟନକଳା ଏବଂ ଏଥିପାଇଁ ଏହାର ବିଶେଷତ୍ୱ ରହିଛି ଯେ ଦୁଇଟି ବୁଣାବସ୍ତ୍ର ମଧ୍ୟରେ ସମାନତା ରହିନଥାଏ। ଅବଶ୍ୟ ଏହି ଉତ୍ପାଦ ବୁଣାକାରର କଳା, କୁଶଳତା ଏବଂ ପାରଦର୍ଶିତା ଉପରେ ନିର୍ଭର କରିଥାଏ। ଏଭଳି ପେଶାଦାରୀ କଳଚାତୁରୀ ସହିତ, ବିଶ୍ୱାସ କରାଯାଏ ଯେ ଅତି ସୂକ୍ଷ୍ମ ସୂତାବସ୍ତ୍ର ଯାହାକି ହସ୍ତତନ୍ତ ସାହାଯ୍ୟରେ ବୁଣାଯାଇଥାଏ। ତାହା ଜଣେ ବୁଣାକାରର ମାନସିକତା ଉପରେ ନିର୍ଭର କରିଥାଏ।

ଗୋଟିଏ ଶାଢ଼ୀର ମସୃଣତା କି ପ୍ରକାର ହେବ ଏବଂ ଏହାର ବଡ଼ି ଉପରେ କି ପ୍ରକାର ଚିତ୍ର ବୁଣାଯିବ ତାହା ଜଣେ ବୁଣାକାରର ମନର ସ୍ଥିତି ଉପରେ ହିଁ ବିଶେଷ ଭାବେ ନିର୍ଭରଶୀଳ। ତେଣୁ ପ୍ରତ୍ୟେକ ଶାଢ଼ୀର ନିଜସ୍ୱ ସ୍ୱାତନ୍ତ୍ର‌୍ୟ ରହିଛି ଏବଂ ଏହା ବର୍ତ୍ତମାନ ସୁଦ୍ଧା ଏକ ଅନାବିଷ୍କୃତି ପ୍ରସଙ୍ଗ ଭାବେ ବିବେଚିତ। ହସ୍ତଶିଳ୍ପର ନିଜସ୍ୱ ବୈଶିଷ୍ଟ୍ୟର ସାମର୍ଥ୍ୟକୁ ଯଦି ଆମେ ଗୁରୁତ୍ୱର ସହ ବିଶ୍ଳେଷଣ କରିବା, ତେବେ ଜାଣିପାରିବା ଯେ ଯେହେତୁ ଏହି ଶାଢ଼ୀକୁ ହାତରେ ପ୍ରସ୍ତୁତ କରାଯାଇଥାଏ, ସେଥିରେ ଅନେକ ପ୍ରକାର ମୂଲ୍ୟକୁ ଆମେ ସାମିଲ କରିବାର ସମ୍ଭାବନା ରହିଛି, ଯାହାକି ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ ଦ୍ୱାରା ହାସଲ କରିବା ଅସମ୍ଭବ। ତାହା ଶାଢ଼ୀଟିର ଅତି ସୂକ୍ଷ୍ମ ଡିଜାଇନ୍ ହୋଇଥାଉ କିମ୍ବା ଏହାର ବିସ୍ମୟକର କାର‌୍ୟ୍ୟକୁଶଳତା।

ଗୋଟିଏ ହସ୍ତତନ୍ତ ବୁଣା ଶାଢ଼ୀର ଉପଯୋଗିତା ସାମର୍ଥ୍ୟ ଯଥା ହାତବୁଣା ଶାଢ଼ିର ଉପଯୋଗିତା ଯଥା ଏହାର ଆବରଣ, ମସୃଣତା, ଦୃଢ଼ତା, ପୁଞ୍ଚ ପ୍ରତିରୋଧୀଶକ୍ତି ଏବଂ ମୋଟେଇ ଉପାଦାନକୁ ଅତି ସୂକ୍ଷ୍ମ ଓ ସରଳ ଭାବେ କାରୁକାର‌୍ୟ୍ୟଯୁକ୍ତ କରାଯାଇପାରିବ ଏବଂ ସେଥିରେ ଉପଯୁକ୍ତ ଡିଜାଇନ୍, ନିର୍ଦ୍ଦିଷ୍ଟ ଶୈଳୀ ଓ ସୌନ୍ଦର‌୍ୟ୍ୟବର୍ଦ୍ଧକ ଚିତ୍ର, ସୂତାର ଗଣତି ଓ ମୋଡ଼ର ଉପଯୋଗ, ସୂତାର ମୋଟେଇ, ବୁଣା ଶୈଳୀ, ଫେସନର ପ୍ରଭାରଭେଦ ଓ ଚିତ୍ରଛାପର ଉପଯୋଗକୁ ମଧ୍ୟ ସହଜରେ ପ୍ରୟୋଗ କରାଯାଇପାରିବ ।

ହାତବୁଣା ଶାଢ଼ୀର ଉପକାରିତାଟି ହେଲା ଏହା ଯେ ତାହ ଅଧିକ କୋମଳ ଓ ମସୃଣ ଏବଂ ଆରାମଦାୟକ ପରିଧାନ ଭାବେ ବିବେଚିତ ତଥା ଏହାର ଦୀର୍ଘସ୍ଥାୟିତ୍ୱ ମଧ୍ୟ ପରୀକ୍ଷିତ । ଏହାର କାରଣଟି ହେଉଛି ଏପରି ଶାଢ଼ୀବୁଣାରେ ବ୍ୟବହୃତ ସୂତା ହାତ ତିଆରି ଏବଂ ଏହା ହସ୍ତତନ୍ତ ସାହାଯ୍ୟରେ ବୁଣା ଯାଇଥାଏ ଯେଉଁଥିରେ ଉଭୟ ସୂତା ଓ ଶାଢ଼ୀ ଉପରେ କମ୍ ପ୍ରତିକୂଳ ପ୍ରଭାବ ପଡ଼ିଥାଏ କିମ୍ବା କ୍ଷତି ଘଟିଥାଏ । ହାତ ତିଆରି ଶାଢୀ ମଧ୍ୟ ମିଲବୁଣା ଶାଢ଼ୀ ତୁଳନାରେ ଅଧିକ ପ୍ରଶ୍ୱାସଯୁକ୍ତ ଏବଂ ସ୍ପର୍ଶାନୁଭବୀ ବୋଲି କୁହାଯାଏ ।

ଯେହେତୁ ହସ୍ତତନ୍ତବୁଣା ଶାଢ଼ୀର ସୂତା ଅଧିକ ଶକ୍ତ ସେହି ଧରଣର ଶାଢ଼ୀ ଅଧିକ ବାୟୁ ପ୍ରଚଳନକ୍ଷମ ଯାହାକି ଏହାକୁ ଶୀତଳ, କୋମଳ ଓ ନୂମ ତଥା ଆର୍ଦ୍ରତା ଅବଶୋଷକ ଭାବେ ରଖିଥାଏ । ଏହିସବୁ ସ୍ୱାଭାବିକ ବୈଶିଷ୍ଟ୍ୟ ହସ୍ତତନ୍ତବୁଣା ଶାଢ଼ୀ କିମ୍ବା କପଡ଼ାର ପୋଷାକ ପିନ୍ଧିଥିବା ବ୍ୟକ୍ତିଙ୍କ ଶରୀରକୁ ଖରାଦିନେ ଅଧିକ ଶୀତଳ ଏବଂ ଶୀତଦିନେ ଅଧିକ ଉଷ୍ମ ରଖିଥାଏ ।

ହସ୍ତତନ୍ତ ବୁଣା କପଡ଼ା ପରିଧାନ ଶରୀର ପାଇଁ ଅଧିକ ଉପଯୁକ୍ତ ଏବଂ ଏଥିରେ ବିବିଧ ରଙ୍ଗର ଅସଂଖ୍ୟ ଡିଜାଇନ୍ କରାଯାଇପାରିବ, ବିଶେଷ କରି ଭରତି ଅଥବା ତନ୍ତର ଲମ୍ବା ବୁଣାସୂତାରେ ଦିଗ ନିର୍ଦ୍ଧାରଣରେ। ଏହାର ଏକ ଉଦାହରଣ ଭାବେ କାଶ୍ମୀରର କାନି ଜମାୱାର ଶାଲକୁ ନିଆଯାଇପାରେ ଯେଉଁଥିରେ ଏକଶହରୁ ଅଧିକ ଭରତି ରଙ୍ଗ ଏକାସଙ୍ଗେ ବ୍ୟବହାର କରାଯାଇଥାଏ ଏବଂ ସେସବୁକୁ ବାରମ୍ବାର ବଦଳାଇବାରେ ମଧ୍ୟ କୌଣସି ସମସ୍ୟା ହୋଇନଥାଏ।

ଆଧୁନିକ ଇଲେକ୍ଟ୍ରୋନିକ୍ ଭରତିଚୟନ ମେକାନିଜିମରେ ଏଭଳି ଡିଜାଇନ୍ ଚୟନ ବାସ୍ତବତା ଦୃଷ୍ଟିରୁ ଅସମ୍ଭବ। ପୁଣି ହସ୍ତତନ୍ତରେ ଅତିରିକ୍ତ ଭରତି ଖଞ୍ଜାଯାଇ ଅତି ସୂକ୍ଷ୍ମ ଡିଜାଇନମାନ ପ୍ରସ୍ତୁତ କରାଯାଇଥାଏ ଯାହାକି ବୁଣାକାରଙ୍କ କଳାକୌଶଳର ଏକ ଅନନ୍ୟ ଉଦାହରଣ। ଅନେକ ପାରମ୍ପରିକ ଡିଜାଇନରେ ଏହି ପଦ୍ଧତି ଉପଯୋଗ କରାଯାଇ ଆସୁଛି।

ବିଶ୍ୱକୁ ଉପହାର ଦେବା ଲାଗି ଭାରତରେ ଅନେକ କିଛି ମହଜୁଦ ରହିଛି ଯାହା ଚିନ୍ତା କଲେ ଯେକୌଣସି ବ୍ୟକ୍ତି ବିସ୍ମିତ ହେବା ସ୍ୱାଭାବିକ। ଅସଂଖ୍ୟ ସ୍ୱାଦିଷ୍ଠ ଖାଦ୍ୟପଦାର୍ଥ ଠାରୁ ନେଇ ଅତି ବିସ୍ମୟକର ସାଂସ୍କୃତିକ ଧାରା, ପରମ୍ପରା ଓ ଉତ୍ସବାନୁଷ୍ଠାନ ଯାହାକି ଆମେମାନେ ବର୍ଷର ବିଭିନ୍ନ ସମୟରେ ପାଳନ କରିଥାଉ। ପ୍ରତି ରାଜ୍ୟର ନିଜସ୍ୱ ଓ ସ୍ୱତନ୍ତ୍ର ସାଂସ୍କୃତିକ ପରିଚିତି ରହିଛି ଏବଂ ତାହାର ଗୋଟିଏ ବଡ଼ ବୈଶିଷ୍ଟ୍ୟ ହେଲା ଲୋକମାନଙ୍କ ପରିଧାନ । କେବଳ ଲୋକମାନଙ୍କ ପରିହିତ ବସ୍ତ୍ରରୁ ତାହା ଆପଣ ଜାଣିବେନାହିଁ, ଅପରନ୍ତୁ କେଉଁ ସୂତାରେ ସେସବୁ ବସ୍ତ୍ର ପ୍ରସ୍ତୁତ କରାଯାଇଛି ସେଥିରେ ସୁଦ୍ଧା ଭାରତର ପ୍ରତିଟି ରାଜ୍ୟର ବିଶେଷତା ରହିଛି ।

କାଶ୍ମୀର ଠାରୁ କନ୍ୟାକୁମାରୀ ପର‌୍ୟ୍ୟନ୍ତ ପ୍ରତି କ୍ଷେତ୍ରର ନିଜସ୍ୱ ହସ୍ତତନ୍ତ ବୁଣାର ସ୍ୱତନ୍ତ୍ର କୌଶଳ ଅଛି ଏବଂ ସେହିସବୁ କୋଶଳ ଆପଣାଇ ସେମାନେ ବିଭିନ୍ନ ପ୍ରକାରର ଅଦ୍ୱିତୀୟ ଶାଢ଼ୀ ଓ ଅନ୍ୟାନ୍ୟ ବସ୍ତ୍ର ପ୍ରସ୍ତୁତ କରିଥାନ୍ତି । ଯେପରି ଅରୁଣାଚଳ ପ୍ରଦେଶର ଅପତାନି, ଆମର ମୁଗା ସିଲ୍କରେ ପ୍ରସ୍ତୁତ ମେଖଳା ଚାଦର, ବିହାରର ଭାଗଲପୁରୀ ସିଲ୍କ ଶାଢ଼ୀ, ଛତିଶଗଡ଼ର କୋଷା ସିଲ୍କ ଶାଢ଼ୀ, ଗୋଆର କୁନବୀ, ଗୁଜରାଟର ବନ୍ଧନୀ, ହରିଆଣାର ବଞ୍ଜା ଦରୀ, ହିମାଚଳର କୁଲ୍ଲୁ ଶାଲ୍ ରହିଛି।

ସେହିପରି ଝାଡ଼ଖଣ୍ଡର କୁଚାଇ ସିଲ୍କ ବୁଣା ବସ୍ତ୍ର, କର୍ଣ୍ଣାଟକର ମହୀଶୂର ସିଲ୍କ, କେରଳର କସାଭୁ , ମଧ୍ୟ ପ୍ରଦେଶର ଚାନ୍ଦୋରୀ ବସ୍ତ୍ର, ମହାରାଷ୍ଟ୍ରର ପୈଠାନୀ, ମଣିପୁରର ଫାନେକ ପରିଧାନ, ମେଘାଳୟର ଅତି ସୁନ୍ଦର ଓ ମସୃଣ ଏରି ସିଲ୍କ, ପଞ୍ଜାବର ଫୁଲକାରୀ, ରାଜସ୍ଥାନର ଶିଶା ହାତ ସିଲେଇ ବସ୍ତ୍ର, ସିକିମର ଲେପଚା ବସ୍ତ୍ର, ତାମିଲନାଡ଼ୁର କାଞ୍ଜିବରମ୍ ସିଲ୍କ ଶାଢ଼ୀ, ତେଲଙ୍ଗାନାର ପୋଚମପଲ୍ଲୀ ଇକାତ୍ ବସ୍ତ୍ର, ତ୍ରିପୁରାର ପାଚରା ପରିଧାନ ଇତ୍ୟାଦି ରଙ୍ଗ, କଳା କାରୁକାର‌୍ୟ୍ୟ, ଡିଜାଇନ୍ ଏବଂ ଦେଶର ବିଭିନ୍ନ କ୍ଷେତ୍ରରେ ଉପଲବ୍ଧ ମୌଳିକ ଉପାଦାନ ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଉଥିବା ବିପୁଳ ବସ୍ତ୍ର ବିଭବର ଲମ୍ବା ତାଲିକାରୁ କତିପୟ ମାତ୍ର।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭବଟି ଯାହା ଆମ ନିକଟରେ ମହଜୁଦ ରହିଛି ତାହା ହେଲା ବିପୁଳ ପରିମାଣର ପ୍ରାକୃତିକ କାର୍ପାସ ସୂତା ଏବଂ ତାଲିମପ୍ରାପ୍ତ ବୁଣାକାର ଯାହାକି ସବୁ ରାଜ୍ୟରେ ଉପଲବ୍ଧ। ଏହିସବୁ ପ୍ରାଚୁର‌୍ୟ୍ୟ ସତ୍ତ୍ୱେ, ଏହି କ୍ଷେତ୍ରରେ ଆହୁରି ଅନେକ ସମସ୍ୟା ରହିଛି। ସେଥି ମଧ୍ୟରୁ କେତେଗୋଟି ପ୍ରସଙ୍ଗ ଉପରେ ଏଠାରେ ଆଲୋଚନା କରାଯାଇପାରେ। ତନ୍ମଧ୍ୟରୁ ଏହି ବହୁବର୍ଷ ଧରି ପାରମ୍ପରିକ କଳାକୁ ଆଧୁନିକୀକରଣ ସହିତ ସଂଯୋଗ କରାଯିବାର ଅଭାବ, ଗବେଷଣା ଓ ବିକାଶ ଜନିତ ଇନପୁଟର ଅଭାବ, କୌଣସି ପ୍ରକାର ଡାଟା ବେସ୍ ନଥିବା ଯାହାକି ନିର୍ଦ୍ଦିଷ୍ଟ ଉତ୍ପାଦକୁ ଚିହ୍ନଟ ଏବଂ ଉତ୍ପାଦର ଗୁଣାତ୍ମକ ମାନକୁ ସାବ୍ୟସ୍ତ କରିବାରେ ସହାୟକ ହେବ।

ଏ ପର୍ଯ୍ୟନ୍ତ ହାସଲ କରାଯାଇନଥିବା ରପ୍ତାନି ବଜାର, ବୁଣାକାରମାନଙ୍କ ନିମନ୍ତେ ପ୍ରଯୁକ୍ତିଗତ ଇନପୁଟର ସମ୍ପୂର୍ଣ୍ଣ ଅଭାବ, ହସ୍ତତନ୍ତ କ୍ଷେତ୍ରରେ ଟେକ୍ନିକାଲ ଟେକ୍ସଟାଇ୍ ବ୍ୟବସ୍ଥାର ପ୍ରବର୍ତ୍ତନ, ସୂତାର ଗୁଣାତ୍ମକ ମାନ ଓ ସୂତାର ପ୍ରସ୍ତୁତି ଇନପୁଟ୍ ଯାହାକି ଉଚ୍ଚ ଗୁଣାତ୍ମକ ଶାଢ଼ୀ ବୁଣିବାରେ ସହାୟକ ହୋଇପାରିବ ସେ ଦିଗରେ ଚିନ୍ତା କରାଯିବା, ଉତ୍ପାଦ ବିବିଧିକରଣର ଅଭାବ ଇତ୍ୟାଦି କେତେଗୋଟି ପ୍ରସଙ୍ଗ ଯାହା ଉପରେ ତୁରନ୍ତ ଦୃଷ୍ଟି ପ୍ରଦାନ କରାଯିବା ଆବଶ୍ୟକ।

ଏଥିସହିତ ପାରମ୍ପରିକ ବୁଣାକାରମାନଙ୍କ ମାନସିକତା ଓ ଦୃଷ୍ଟିଭଙ୍ଗୀରେ ମଧ୍ୟ ପରିବର୍ତ୍ତନ ଘଟାଯିବା ଜରୁରି । ତୃଣମୂଳ ସ୍ତରରୁ ସେମାନଙ୍କ ପାରମ୍ପରିକ କୌଳିକ ବୃତ୍ତିର ସମ୍ପ୍ରସାରଣ/ଏକ ଆଧୁନିକ ପଦ୍ଧତି କାର‌୍ୟ୍ୟକ୍ରମ ଯଦ୍ୱାରା ସେମାନଙ୍କର କୌଶଳ, ଜ୍ଞାନ ବୃଦ୍ଧି ପାଇବ ଏବଂ ଉତ୍ପାଦର ଗୁଣାତ୍ମକ ମାନ ବୃଦ୍ଧି ସକାଶେ ପ୍ରଯୁକ୍ତିର ଉପଯୋଗ, କାର‌୍ୟ୍ୟଦକ୍ଷତା ବୃଦ୍ଧି ଓ ଉତ୍ପାଦିକା ସ୍ତରର ସମ୍ପ୍ରସାରଣ ସମ୍ପର୍କରେ ମଧ୍ୟ ସେମାନଙ୍କୁ ସଚେତନ କରାଯିବା ବାଂଛନୀୟ।

ହସ୍ତତନ୍ତ ଦ୍ୱାରା ଉତ୍ପାଦିତ ସାମଗ୍ରୀ ସକାଶେ ବ୍ରାଣ୍ଡିଂ ବ୍ୟବସ୍ଥାର ପ୍ରବର୍ତ୍ତନ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟପନ୍ଥା ଯାହା ଗ୍ରହଣ କରାଗଲେ ସେମାନଙ୍କର ଉତ୍ପାଦର ବଜାର ଗ୍ରହଣୀୟତା ବୃଦ୍ଧି ପାଇପାରିବ। ତେଣୁ ଜାତୀୟ ସ୍ତରରେ ଏକ ହସ୍ତତନ୍ତ ଗବେଷଣା କେନ୍ଦ୍ର ସ୍ଥାପନ କରାଯିବା ଆବଶ୍ୟକ ଯାହାକି ଉପଭୋକ୍ତାମାନେ କେଉଁ ଧରଣର ଡିଜାଇନ୍ ଅଧିକ ପସନ୍ଦ କରନ୍ତି, ବୁଣା ପ୍ରଯୁକ୍ତି, କଞ୍ଚାମାଲ ଆଦି ବିଷୟରେ ଉପଯୁକ୍ତ ଗବେଷଣା କରିପାରିବ।

ଯଦି ଉପରୋକ୍ତ ବ୍ୟବସ୍ଥାଗୁଡ଼ିକ ଉପଯୁକ୍ତ ଭାବେ ପ୍ରବର୍ତ୍ତନ କରାଯିବ ତେବେ ତାହା ହସ୍ତତନ୍ତ ଶିଳ୍ପକୁ ନିଶ୍ଚିତ ରୂପେ ସହାୟକ ହୋଇପାରିବ। ଭାରତୀୟ ହସ୍ତତନ୍ତ ଶିଳ୍ପର ଏକ ବିଶାଳ ଭବିଷ୍ୟତ ରହିଛି ଏବଂ ଏହାକୁ ଉପଯୁକ୍ତ ଭାବେ ସୁସଂଗଠିତ କରାଯିବା ସହିତ ଆବଶ୍ୟକସ୍ଥଳେ ପରବର୍ତ୍ତନକୁ ଗ୍ରହଣ କରିବା ଦିଗରେ ପ୍ରୋତ୍ସାହନ ଯୋଗାଇ ଦିଆଯିବା ଦରକାର। ଏଥିପାଇଁ ଉତ୍କର୍ଷ କେନ୍ଦ୍ର (ସିଓଇ) ଏହି ଆହରଣ ପ୍ରକ୍ରିୟାକୁ ସ୍ୱାଭାବିକ ଭାବେ ଉନ୍ନତ କରିବ ଯାହାକି ହସ୍ତତନ୍ତ ଶିଳ୍ପ କ୍ଷେତ୍ରର ସମଗ୍ର ଉତ୍ପାଦ ଯୋଗାଣ ଚେନକୁ ସୁଦୃଢ଼ କରିବ।

ଏହା ପାରମ୍ପରିକ ହସ୍ତତନ୍ତର ରପ୍ତାନି ବଜାରକୁ ଉନ୍ନତ କରିବା ସହିତ ପର‌୍ୟ୍ୟାପ୍ତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିପାରିବ। ଏହା ଆମମାନଙ୍କୁ ଆମର ଐତିହ୍ୟର ସଂରକ୍ଷଣ ନିମନ୍ତେ ମଧ୍ୟ ପ୍ରୋତ୍ସାହନ ଯୋଗାଇବ ଏବଂ ଆଧୁନିକ ବିକାଶଧାରାକୁ ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କ ଜୀବନଜୀବିକାକୁ ଉନ୍ନତ କରିବାରେ ସହାୟକ ହେବ।

ଏହି ଉତ୍କର୍ଷ କେନ୍ଦ୍ର ନବସୃଜନକୁ ମଧ୍ୟ ହସ୍ତତନ୍ତ କ୍ଷେତ୍ରକୁ ଆଗକୁ ଆଗେଇନେବ ଏବଂ ତାହା ପାରମ୍ପରିକ ବୁଣାକାରମାନଙ୍କ ଜୀବନଜୀବିକା ନିମନ୍ତେ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ “ମେକ୍ ଇନ୍ ଇଣ୍ଡିଆ” ପ୍ରୟାସର ଉଦ୍ଦେଶ୍ୟକୁ ସାକାର କରିପାରିବ। ଏହି ଲେଖକ ବିଶ୍ୱାସୀ ଯେ ହସ୍ତତନ୍ତ କ୍ଷେତ୍ରରେ ଏକ ସ୍ୱ-ପୋଷଣୀୟ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବା ଏକାନ୍ତ ଜରୁରି। ହସ୍ତତନ୍ତର ବିକାଶ ପାରମ୍ପରିକ କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇବ ଏବଂ ଆମର ସୃଜନ କଳାକୌଶଳକୁ ଟେକ୍ନିକାଲ ଟେକ୍ସାଇଲ୍ ସମେତ ସମଗ୍ର ବୟନ ଶିଳ୍ପ କ୍ଷେତ୍ରକୁ ସହାୟକ ହେବ।

ଏଠାରେ ଉଲ୍ଲେଖ କରିବା ସମୀଚୀନ ହେବ ଯେ ଆମର ପାରମ୍ପରିକ କଣ୍ଡାଚଲା ତନ୍ତ ବୁଣା ପଦ୍ଧତିକୁ ଏବେ କପଡ଼ା ଉତ୍ପାଦନ କ୍ଷେତ୍ରରେ ବିଶେଷ ଗୁଣଯୁକ୍ତ ବସ୍ତ୍ର ପ୍ରସ୍ତୁତ ସକାଶେ ପ୍ରଯୁକ୍ତିଗତ ପ୍ରୟୋଗ କରାଯାଉଛି। ତେଣୁ ଏଭଳି ଉତ୍କର୍ଷ କେନ୍ଦ୍ର ଆମର ଅବକ୍ଷୟମୁଖୀ ହସ୍ତତନ୍ତ ଶିଳ୍ପ ଦିଗବଳୟକୁ ପୁଣି ଥରେ ସମ୍ପ୍ରସାରିତ କରିବା ସହିତ ପାରମ୍ପରିକ ଡିଜାଇନ୍ ଚିନ୍ତାଧାରା ସହିତ ଏଥିରେ କେତେଗୁଡ଼ିଏ ବହୁଳ ଉପଯୋଗଧର୍ମୀ ଉପାଦାନକୁ ଯୋଡ଼ିପାରିବ ଯଦ୍ୱାରା ଉତ୍ପାଦନ ବୃଦ୍ଧି ପାଇବ ଏବଂ ହସ୍ତତନ୍ତ ଶିଳ୍ପ ଏକ ବ୍ୟାପକ ଶିଳ୍ପରେ ପରିଣତ ହୋଇପାରିବ।

ଏହି କ୍ଷେତ୍ରରେ ଟେକ୍ନିକାଲ ଟେକ୍ସଟାଇଲ୍ ପ୍ରବର୍ତ୍ତନ କରାଯିବା ଅତୀବ ଜରୁରି ଅଟେ। ଏହା ଏଭଳି ଏକ କ୍ଷେତ୍ର ଯେଉଁଠାରେ ଆମେ ବିପୁଳ ଜ୍ଞାନ ଏବଂ ବିଶେଷ କଳାକୌଶଳ ଥିବାର ଲକ୍ଷ୍ୟ କରିଆସିଛୁ। ଭାରତର ବୁଣାକାରମାନଙ୍କ ଧମନୀରେ ହସ୍ତତନ୍ତ କଳା ରକ୍ତ ଭାବେ ପ୍ରବାହିତ । ସମୟର ଆବଶ୍ୟକତା ଯେ ପୁରୁଣା ଡିଜାଇନ୍ ସହିତ ନୂତନ ପ୍ରଯୁକ୍ତିର ମିଶ୍ରଣ ଘଟାଯିବା ଆବଶ୍ୟକ ଏବଂ ତାହାକୁ ସଂପୂର୍ଣ୍ଣ ରୂପେ ନୂତନ ଓ ମୌଳିକ ଉତ୍ପାଦ ଭାବେ ସୃଷ୍ଟି କରାଯିବା ଜରୁରି।

ହସ୍ତତନ୍ତ ବୁଣା ଏକ କଳା ଯେଉଁଥିରେ ନିରବଚ୍ଛିନ୍ନ ପ୍ରୟାସ ଆବଶ୍ୟକ ପଡ଼ିଥାଏ। ଏହା ବ୍ୟତୀତ ଏଥିପାଇଁ ବ୍ୟାପକ କଳା ଓ ପ୍ରୟାସ ମଧ୍ୟ ଦରକାର। ସମଗ୍ର ଭାରତରେ ହସ୍ତତନ୍ତ ସହିତ ଏଭଳି ବିସ୍ମୟକର କଳାଚାତୁରୀ ଜଡ଼ିତ ରହିଆସିଛି।

(ଲେଖକ ହେଉଛନ୍ତି ବୟନ ଓ ଫାଇବର ଇଞ୍ଜିନିଅରିଂ ବିଭାଗ, ଇଣ୍ଡିଆନ୍ ଇନଷ୍ଟିଚୁଟ୍ ଅଫ୍ ଟେକ୍ନୋଲୋଜି, ଦିଲ୍ଲୀର ପ୍ରଫେସର)

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ବିବାହ ପୂର୍ବରୁ କରନ୍ତୁ ଏହି ସବୁ ପରୀକ୍ଷା, ନଚେତ୍ ସାମ୍ନା କରିବାକୁ ପଡିବ ଅନେକ ସମସ୍ୟା

ନୂଆଦିଲ୍ଲୀ: ଭାରତୀୟ ପରମ୍ପରା ଅନୁଯାୟୀ, ବିବାହ ପାଇଁ ପୁଅ ଏବଂ ଝିଅର ରାଶି ମେଳ କରାଯାଇଥାଏ। ଯଦି ଜାତକ ମେଳ ହୁଏ ନାହିଁ, ତେବେ ବିବାହ ପ୍ରସ୍ତାବ ମଧ୍ୟ ଭାଙ୍ଗିଯାଏ। କିନ୍ତୁ ଅଧିକାଂଶ ଲୋକଙ୍କ ଜାତକ ମେଳ ଥିଲେ ମଧ୍ୟ ସମ୍ପର୍କ ମଧ୍ୟରେ ମତଭେଦ ଦେଖାଦେଇଥାଏ। ବର୍ତ୍ତମାନ ବିବାହ ପାଇଁ ରାଶିଫଳ ସହିତ ମେଳ ଖାଇବା ଜରୁରୀ ନୁହେଁ, କିନ୍ତୁ ବିବାହ ପାଇଁ ପରସ୍ପର ପାଇଁ ଫିଟ୍ ହେବା ଆବଶ୍ୟକ ଏବଂ ଶାରୀରିକ ଭାବରେ ଫିଟ୍ ହେବା ଆବଶ୍ୟକ ଯାହା ଦ୍ଵାରା ବିବାହ ପରେ କୌଣସି ପ୍ରକାରର ସମସ୍ୟା ହେବ ନାହିଁ।

ଯଦି ଯୁବକ ଯୁବତୀ ବିବାହ ପୂର୍ବରୁ ପରସ୍ପର ବିଷୟରେ ସବୁକିଛି ଜାଣଛନ୍ତି, ତେବେ ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଅତି ସହଜ ହୋଇଯାଏ। ଏବଂ ଉଭୟଙ୍କର ଅଭାବକୁ ପରସ୍ପର ଗ୍ରହଣ କରିବାକୁ ସକ୍ଷମ ହୋଇଥାନ୍ତି। ଏପରି ସମ୍ପର୍କ ଅତ୍ୟନ୍ତ ଦୃଢ ହୋଇଯାଏ। ତେଣୁ ବିବାହ ପୂର୍ବରୁ ଏହି ଡାକ୍ତରୀ ପରୀକ୍ଷା କରିବାକୁ ବର ଏବଂ କନ୍ୟା ଦ୍ୱିଧା କରିବା ଉଚିତ୍ ନୁହେଁ।

ଆସନ୍ତୁ ଜାଣିବା ଏହି ଡାକ୍ତରୀ ପରୀକ୍ଷା କ’ଣ ଏବଂ ଏହା କରିବା କାହିଁକି ଗୁରୁତ୍ୱପୂର୍ଣ୍ଣ?:

୧- ଏଚ୍.ଆଇ.ଭି ପରୀକ୍ଷା- ଯଦି କୌଣସି ଯୁବକ କିମ୍ବା ଝିଅର ଏଚ୍.ଆଇ.ଭି ସଂକ୍ରମଣ ଅଛି, ତେବେ ଜୀବନ ସଂପୂର୍ଣ୍ଣ ନଷ୍ଟ ହୋଇଯିବ। ସେଥିପାଇଁ ବିବାହ ପୂର୍ବରୁ ଏହି ପରୀକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

୨- ବୟସ ପରୀକ୍ଷା- ବେଳେବେଳେ ବିବାହ କରିବାକୁ ବହୁତ ଡେରି ହୁଏ ଏବଂ ଯଦି ଆପଣ ଜଣେ ମହିଳା ଏବଂ ଆପଣଙ୍କର ବୟସ ଅଧିକ, ତେବେ ନିଶ୍ଚିତ ଭାବରେ ଆପଣଙ୍କର ଡିମ୍ବାଣୁ ଯାଞ୍ଚ କରନ୍ତୁ। ବୟସ ହେତୁ ଝିଅମାନଙ୍କରେ ଅଣ୍ଡା ଉତ୍ପାଦନ କମିଯାଏ ଏବଂ ସନ୍ତାନ ପ୍ରସବ କରିବାରେ ଅସୁବିଧା ହୋଇପାରେ।

୩- ବନ୍ଧ୍ୟାକରଣ ପରୀକ୍ଷା- ପୁରୁଷମାନଙ୍କରେ ଶୁକ୍ରାଣୁର ସ୍ଥିତି କ’ଣ, ଶୁକ୍ରାଣୁ ଗଣନା କ’ଣ? ଏହା ସହ ଜଡିତ ଜିନିଷଗୁଡିକ ବିଷୟରେ ଜାଣିବା ପାଇଁ, ଏକ ବନ୍ଧ୍ୟାକରଣ ପରୀକ୍ଷା କରିବା ଆବଶ୍ୟକ। ଯେହେତୁ ଶରୀର ବନ୍ଧ୍ୟାକରଣ ସହିତ ଜଡିତ କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଏ ନାହିଁ। ତେଣୁ, ପରୀକ୍ଷା କରିବା ଆବଶ୍ୟକ ଯାହା ଦ୍ଵାରା ଭବିଷ୍ୟତରେ ପରିବାର ଯୋଜନା ଏବଂ ଗର୍ଭଧାରଣରେ କୌଣସି ଅସୁବିଧା ହେବ ନାହିଁ। ଯଦି ଆପଣ ଏହା ବିଷୟରେ ଆଗରୁ ଜାଣିଥିବେ, ତେବେ ଆପଣ ସଠିକ୍ ଚିକିତ୍ସା ପାଇପାରିବେ।

୪- ଜେନେଟିକ୍ ପରୀକ୍ଷା- ବିବାହ ପୂର୍ବରୁ, ଉଭୟ ସାଥୀ ଏକ ଜେନେଟିକ୍ ପରୀକ୍ଷା କରିବା ଆବଶ୍ୟକ। ଏହି ପରୀକ୍ଷା କରି, ଏହା ଜଣା ପଡିବ ଯେ ଆପଣଙ୍କର ଭବିଷ୍ୟତ ସାଥୀରେ କୌଣସି ଜେନେଟିକ୍ ରୋଗ ନାହିଁ। ଯଦି ପରୀକ୍ଷଣରେ କୌଣସି ରୋଗ ଚିହ୍ନଟ ହୁଏ, ତେବେ ଏହାକୁ ଠିକ ସମୟରେ ଚିକିତ୍ସା କରାଯାଇପାରିବ।

୫- ଏସିଡିଟି ପରୀକ୍ଷା- ଏହି ପରୀକ୍ଷା ଉଭୟ ସାଥିଙ୍କ ଦ୍ଵାରା କରାଯିବା ଆବଶ୍ୟକ, ଯାହା ଦ୍ଵାରା ଉଭୟ ବିବାହ ପରେ ଯୌନ ସଂକ୍ରମଣର ଶିକାର ହୁଅନ୍ତି ନାହିଁ। କାରଣ ଯଦି ଏହା ଉଭୟଙ୍କ ସହିତ ଘଟେ, ତେବେ ଏହା ଅନ୍ୟ ସହିତ ମଧ୍ୟ ହୋଇପାରେ। ଯାହା ଅତ୍ୟନ୍ତ ବିପଜ୍ଜନକ ବୋଲି ପ୍ରମାଣିତ ହୋଇପାରେ।

୬- ବ୍ଲଡ଼ ଗୃପ ସୁସଙ୍ଗତତା ପରୀକ୍ଷା- ଯଦି ଉଭୟ ସ୍ୱାମୀ ଏବଂ ସ୍ତ୍ରୀର ବ୍ଲଡ଼ ଗୃପ ପରସ୍ପର ସହିତ ସୁସଙ୍ଗତ ନୁହଁନ୍ତି, ତେବେ ଗର୍ଭାବସ୍ଥାରେ ସମସ୍ୟା ଉପୁଜିପାରେ। ତେଣୁ, ଉଭୟ ଅଂଶୀଦାରଙ୍କ ପାଇଁ ସମାନ ଆରଏଚ ଫ୍ୟାକ୍ଟର୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ, ବିବାହ ପୂର୍ବରୁ, ବ୍ଲଡ଼ ଗୃପର ଏକ ସୁସଙ୍ଗତତା ପରୀକ୍ଷା କରନ୍ତୁ।

୭- ରକ୍ତ ବ୍ୟାଧି ପରୀକ୍ଷା- ମହିଳାମାନେ ବିବାହ ପୂର୍ବରୁ ଏହି ପରୀକ୍ଷା କରିବା ଜରୁରୀ। କାରଣ ଏହା ଦର୍ଶାଏ ଯେ, ଆପଣ ରକ୍ତ ହେମୋଫିଲିଆ କିମ୍ବା ଥାଲାସେମିଆରେ ପୀଡିତ ଅଛନ୍ତି କି? କାରଣ ଏହା ଆପଣଙ୍କ ପିଲା ଏବଂ ଦାମ୍ପତ୍ୟ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯୋଗ ହେଉଛି ମହାନ ଭାରତୀୟ ପରମ୍ପରାର ବିଶ୍ୱକୁ ଗୌରବମୟ ଅବଦାନ: ଏମ୍ସ ନିର୍ଦ୍ଦେଶକ

ଭୁବନେଶ୍ୱର: ଯୋଗ ହେଉଛି ମହାନ ଭାରତୀୟ ପରମ୍ପରାର ବିଶ୍ୱକୁ ଗୌରବମୟ ଅବଦାନ।  ଏହା ସମଗ୍ର ବିଶ୍ୱରେ ପ୍ରାଚୀନ ସନାତନ ସଂସ୍କୃତିର ପ୍ରଚାର କରୁଛି, ଯାହାକି ଭାରତର ବିଶ୍ୱଗୁରୁ ଗାରିମାକୁ ପ୍ରତିପାଦିତ କରୁଛି। ଆଜି ଏମ୍ସ ପରିସରରେ ଆୟୁଷ ବିଭାଗ ପକ୍ଷରୁ ଆୟୋଜିତ ଅଷ୍ଟମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି ଏମ୍ସ ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ।
ଏହି ଅବସରରେ ମେଡିକାଲ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି, ଡିନ ଡାକ୍ତର ଦେବାଶିଷ ହୋତା, ଆୟୁଷ ବିଭାଗ ନୋଡାଲ ଅଧିକାରୀ ମେଜର ଏମ ସି ସାହୁ, ଉତ୍କଳ ବିଶ୍ଵବିଦ୍ୟାଳୟର ଯୋଗ ଅଧ୍ୟାପକ ଅଜୟ ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଡାକ୍ତର, ନର୍ସିଂ ଅଧିକାରୀ, ମେଡିକାଲ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଏମ୍ସ ଭୁବନେଶ୍ୱର ପକ୍ଷରୁ ପ୍ରତିବର୍ଷ ଯୋଗ ଦିବସ ପାଳନ କରାଯାଇଆସୁଛି। ଏମ୍ସରେ ଆୟୁର୍ବେଦ, ହୋମିଓପ୍ୟାଥିକ ଆଦିର ପ୍ରସାର ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ସେହିପରି କାର୍ଯ୍ୟକ୍ଷେତ୍ରରେ ହେଉଥିବା ମାନସିକ ଚାପରୁ ମୁକ୍ତି ପାଇଁ କାର୍ଯ୍ୟସ୍ଥଳରେ ଯୋଗ କରାଯିବାର ବ୍ୟବସ୍ଥା ହାତକୁ ନିଆଯାଇଛି।
ଆୟୁଷ ବିଭାଗର ବରିଷ୍ଠ ଅଧ୍ୟାପକ ଡାକ୍ତର ପ୍ରଶାନ୍ତ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଯୋଗ ପ୍ରଶିକ୍ଷକ ସନ୍ତୋଷ ସାହୁ ଯୋଗାଭ୍ୟାସ କରାଇଥିଲେ। ଆୟୁଷ (ହୋମିଓପ୍ୟାଥିକ) ଡାକ୍ତର ଶୁଭାଶିଷ ସରକାର ଧନ୍ୟବାଦ ଅର୍ପଣ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ବରିଷ୍ଠ ଚିକିତ୍ସକ, ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗର ଗୁରୁତ୍ୱ ସମ୍ପର୍କରେ ମତ ରଖିବା ସହିତ କୋଭିଡ କାଳରେ ଯୋଗର ମହତ୍ତ୍ୱ ପ୍ରତିପାଦିତ ହୋଇସାରିଥିବା ପ୍ରକାଶ କରିଥିଲେ। ତେଣୁ ସମସ୍ତେ ଦୈନିକ କିଛି ସମୟ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେବା ସହିତ ଏହାକୁ ଜୀବନର ଏକ ଅଭିନ୍ନ ଅଂଶ ଭାବେ ସାମିଲ କରିବାକୁ ଆହ୍ବାନ ଦେଇଥିଲେ।
Categories
ଆଜିର ଖବର ଜୀବନ ଶୈଳୀ

ବିବାହ ପୂର୍ବରୁ ଏହି ୭ ଟି ପରୀକ୍ଷା କରିବା ଜରୁରୀ, ନଚେତ୍ ସାମ୍ନା କରିବାକୁ ପଡିବ ଅନେକ ସମସ୍ୟା

ନୂଆଦିଲ୍ଲୀ: ଭାରତୀୟ ପରମ୍ପରା ଅନୁଯାୟୀ, ବିବାହ ପାଇଁ ପୁଅ ଏବଂ ଝିଅର ରାଶି ମେଳ କରାଯାଇଥାଏ। ଯଦି ଜାତକ ମେଳ ହୁଏ ନାହିଁ, ତେବେ ବିବାହ ପ୍ରସ୍ତାବ ମଧ୍ୟ ଭାଙ୍ଗିଯାଏ। କିନ୍ତୁ ଅଧିକାଂଶ ଲୋକଙ୍କ ଜାତକ ମେଳ ଥିଲେ ମଧ୍ୟ ସମ୍ପର୍କ ମଧ୍ୟରେ ମତଭେଦ ଦେଖାଦେଇଥାଏ। ବର୍ତ୍ତମାନ ବିବାହ ପାଇଁ ରାଶିଫଳ ସହିତ ମେଳ ଖାଇବା ଜରୁରୀ ନୁହେଁ, କିନ୍ତୁ ବିବାହ ପାଇଁ ପରସ୍ପର ପାଇଁ ଫିଟ୍ ହେବା ଆବଶ୍ୟକ ଏବଂ ଶାରୀରିକ ଭାବରେ ଫିଟ୍ ହେବା ଆବଶ୍ୟକ ଯାହା ଦ୍ଵାରା ବିବାହ ପରେ କୌଣସି ପ୍ରକାରର ସମସ୍ୟା ହେବ ନାହିଁ।

ଯଦି ଯୁବକ ଯୁବତୀ ବିବାହ ପୂର୍ବରୁ ପରସ୍ପର ବିଷୟରେ ସବୁକିଛି ଜାଣଛନ୍ତି, ତେବେ ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଅତି ସହଜ ହୋଇଯାଏ। ଏବଂ ଉଭୟଙ୍କର ଅଭାବକୁ ପରସ୍ପର ଗ୍ରହଣ କରିବାକୁ ସକ୍ଷମ ହୋଇଥାନ୍ତି। ଏପରି ସମ୍ପର୍କ ଅତ୍ୟନ୍ତ ଦୃଢ ହୋଇଯାଏ। ତେଣୁ ବିବାହ ପୂର୍ବରୁ ଏହି ଡାକ୍ତରୀ ପରୀକ୍ଷା କରିବାକୁ ବର ଏବଂ କନ୍ୟା ଦ୍ୱିଧା କରିବା ଉଚିତ୍ ନୁହେଁ।

ଆସନ୍ତୁ ଜାଣିବା ଏହି ଡାକ୍ତରୀ ପରୀକ୍ଷା କ’ଣ ଏବଂ ଏହା କରିବା କାହିଁକି ଗୁରୁତ୍ୱପୂର୍ଣ୍ଣ?:

୧- ଏଚ୍.ଆଇ.ଭି ପରୀକ୍ଷା- ଯଦି କୌଣସି ଯୁବକ କିମ୍ବା ଝିଅର ଏଚ୍.ଆଇ.ଭି ସଂକ୍ରମଣ ଅଛି, ତେବେ ଜୀବନ ସଂପୂର୍ଣ୍ଣ ନଷ୍ଟ ହୋଇଯିବ। ସେଥିପାଇଁ ବିବାହ ପୂର୍ବରୁ ଏହି ପରୀକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

୨- ବୟସ ପରୀକ୍ଷା- ବେଳେବେଳେ ବିବାହ କରିବାକୁ ବହୁତ ଡେରି ହୁଏ ଏବଂ ଯଦି ଆପଣ ଜଣେ ମହିଳା ଏବଂ ଆପଣଙ୍କର ବୟସ ଅଧିକ, ତେବେ ନିଶ୍ଚିତ ଭାବରେ ଆପଣଙ୍କର ଡିମ୍ବାଣୁ ଯାଞ୍ଚ କରନ୍ତୁ। ବୟସ ହେତୁ ଝିଅମାନଙ୍କରେ ଅଣ୍ଡା ଉତ୍ପାଦନ କମିଯାଏ ଏବଂ ସନ୍ତାନ ପ୍ରସବ କରିବାରେ ଅସୁବିଧା ହୋଇପାରେ।

୩- ବନ୍ଧ୍ୟାକରଣ ପରୀକ୍ଷା- ପୁରୁଷମାନଙ୍କରେ ଶୁକ୍ରାଣୁର ସ୍ଥିତି କ’ଣ, ଶୁକ୍ରାଣୁ ଗଣନା କ’ଣ? ଏହା ସହ ଜଡିତ ଜିନିଷଗୁଡିକ ବିଷୟରେ ଜାଣିବା ପାଇଁ, ଏକ ବନ୍ଧ୍ୟାକରଣ ପରୀକ୍ଷା କରିବା ଆବଶ୍ୟକ। ଯେହେତୁ ଶରୀର ବନ୍ଧ୍ୟାକରଣ ସହିତ ଜଡିତ କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଏ ନାହିଁ। ତେଣୁ, ପରୀକ୍ଷା କରିବା ଆବଶ୍ୟକ ଯାହା ଦ୍ଵାରା ଭବିଷ୍ୟତରେ ପରିବାର ଯୋଜନା ଏବଂ ଗର୍ଭଧାରଣରେ କୌଣସି ଅସୁବିଧା ହେବ ନାହିଁ। ଯଦି ଆପଣ ଏହା ବିଷୟରେ ଆଗରୁ ଜାଣିଥିବେ, ତେବେ ଆପଣ ସଠିକ୍ ଚିକିତ୍ସା ପାଇପାରିବେ।

୪- ଜେନେଟିକ୍ ପରୀକ୍ଷା- ବିବାହ ପୂର୍ବରୁ, ଉଭୟ ସାଥୀ ଏକ ଜେନେଟିକ୍ ପରୀକ୍ଷା କରିବା ଆବଶ୍ୟକ। ଏହି ପରୀକ୍ଷା କରି, ଏହା ଜଣା ପଡିବ ଯେ ଆପଣଙ୍କର ଭବିଷ୍ୟତ ସାଥୀରେ କୌଣସି ଜେନେଟିକ୍ ରୋଗ ନାହିଁ। ଯଦି ପରୀକ୍ଷଣରେ କୌଣସି ରୋଗ ଚିହ୍ନଟ ହୁଏ, ତେବେ ଏହାକୁ ଠିକ ସମୟରେ ଚିକିତ୍ସା କରାଯାଇପାରିବ।

୫- ଏସିଡିଟି ପରୀକ୍ଷା- ଏହି ପରୀକ୍ଷା ଉଭୟ ସାଥିଙ୍କ ଦ୍ଵାରା କରାଯିବା ଆବଶ୍ୟକ, ଯାହା ଦ୍ଵାରା ଉଭୟ ବିବାହ ପରେ ଯୌନ ସଂକ୍ରମଣର ଶିକାର ହୁଅନ୍ତି ନାହିଁ। କାରଣ ଯଦି ଏହା ଉଭୟଙ୍କ ସହିତ ଘଟେ, ତେବେ ଏହା ଅନ୍ୟ ସହିତ ମଧ୍ୟ ହୋଇପାରେ। ଯାହା ଅତ୍ୟନ୍ତ ବିପଜ୍ଜନକ ବୋଲି ପ୍ରମାଣିତ ହୋଇପାରେ।

୬- ବ୍ଲଡ଼ ଗୃପ ସୁସଙ୍ଗତତା ପରୀକ୍ଷା- ଯଦି ଉଭୟ ସ୍ୱାମୀ ଏବଂ ସ୍ତ୍ରୀର ବ୍ଲଡ଼ ଗୃପ ପରସ୍ପର ସହିତ ସୁସଙ୍ଗତ ନୁହଁନ୍ତି, ତେବେ ଗର୍ଭାବସ୍ଥାରେ ସମସ୍ୟା ଉପୁଜିପାରେ। ତେଣୁ, ଉଭୟ ଅଂଶୀଦାରଙ୍କ ପାଇଁ ସମାନ ଆରଏଚ ଫ୍ୟାକ୍ଟର୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ, ବିବାହ ପୂର୍ବରୁ, ବ୍ଲଡ଼ ଗୃପର ଏକ ସୁସଙ୍ଗତତା ପରୀକ୍ଷା କରନ୍ତୁ।

୭- ରକ୍ତ ବ୍ୟାଧି ପରୀକ୍ଷା- ମହିଳାମାନେ ବିବାହ ପୂର୍ବରୁ ଏହି ପରୀକ୍ଷା କରିବା ଜରୁରୀ। କାରଣ ଏହା ଦର୍ଶାଏ ଯେ, ଆପଣ ରକ୍ତ ହେମୋଫିଲିଆ କିମ୍ବା ଥାଲାସେମିଆରେ ପୀଡିତ ଅଛନ୍ତି କି? କାରଣ ଏହା ଆପଣଙ୍କ ପିଲା ଏବଂ ଦାମ୍ପତ୍ୟ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ