Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶାରେ ଭିତ୍ତିଭୂମି ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ଦେବା ସହ ଦେଶକୁ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ଓଡିଶାର ରେଳ ଭିତ୍ତିଭୂମି ବୃଦ୍ଧି ପାଇଁ ଏକ ଐତିହାସିକ ପଦକ୍ଷେପରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭୁବନେଶ୍ୱରରୁ ରାଜ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ଦେଶକୁ ଉତ୍ସର୍ଗୀକୃତ କରିବେ। ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ସହଯୋଗ କରିବା କରିବା ପାଇଁ ରେଳ ସଂଯୋଗକୁ ବୃଦ୍ଧି କରାଇବା ସହ ପ୍ରମୁଖ ରେଳ ମାର୍ଗଗୁଡିକ ପାଇଁ 2871 କୋଟି ମୂଲ୍ୟର ରେଳ ପ୍ରକଳ୍ପକୁ ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର କରାଯିବ। ଏହି ପଦକ୍ଷେପଗୁଡ଼ିକ ଶିଳ୍ପ, ସମ୍ବଳ ସମୃଦ୍ଧ ଏବଂ ଓଡିଶାର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ରେଳ ନେଟୱାର୍କକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି।

ପ୍ରଧାନମନ୍ତ୍ରୀ ଚାରୋଟି ପ୍ରମୁଖ ରେଳ ସେକ୍ସନକୁ ଦେଶକୁ ଉତ୍ସର୍ଗ କରିବେ। ଏଗୁଡିକ ହେଉଛି … ବିଜୟନଗରମ-ଟିଟିଲାଗଡ ତୃତୀୟ ଲାଇନ ପ୍ରକଳ୍ପର 25.394 ଲମ୍ବା ଲାଞ୍ଜିଗଡ ରୋଡ୍-ଆମ୍ବାଡୋଲା-ଡୋଇକାଲୁ ରେଳ ସେକ୍ସନ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 432 କୋଟି।  ଏହି ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନ ବ୍ୟସ୍ତବହୁଳ ବିଜୟନଗରାମ-ଟିଟିଲାଗଡ ମାର୍ଗରେ କ୍ଷମତା ବୃଦ୍ଧି କରିବ ଏବଂ ପଶ୍ଚିମ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ସଂଯୋଗକୁ ବୃଦ୍ଧି କରାଇବ।  ବର୍ଦ୍ଧିତ ସଂଯୋଗୀକରଣ ଯାତ୍ରୀ ଯାତାୟାତ ପାଇଁ ଲାଭଦାୟକ ହେବ ଏବଂ ସୁଗମ ମାଲ ପରିବହନକୁ ସୁଗମ କରିବ। କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର 22.94 କିମି ଲମ୍ବା ଲକ୍ଷ୍ମୀପୁର ରୋଡ୍-ସିଙ୍ଗରମ-ଟିକିରି ରେଳ ସେକ୍ସନ ପ୍ରାୟ 260 କୋଟି ଟଙ୍କା ମୂଲ୍ୟରେ ନିର୍ମାଣ କରାଯାଇଛି। ଦକ୍ଷିଣ ଓଡ଼ିଶାରେ ଟ୍ରେନ୍ ଚଳାଚଳ କ୍ଷମତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଥିବା ଏହି ପ୍ରକଳ୍ପ ସମୃଦ୍ଧ ଅଞ୍ଚଳରୁ ପ୍ରମୁଖ ବଜାର ପର୍ଯ୍ୟନ୍ତ ମାଲ ପରିବହନକୁ ସହଜ କରିବ। ବୁଢାପଙ୍କ-ସଳଗାଁ ତୃତୀୟ ଏବଂ ଚତୁର୍ଥ ଲାଇନ ପ୍ରକଳ୍ପର 40.62 କିମି ଲମ୍ବା ଢେଙ୍କାନାଳ-ସଦାଶିବପୁର-ହିନ୍ଦୋଳ ରୋଡ଼ ସେକ୍ସନ ପ୍ରାୟ ₹ 540 କୋଟି ବିନିମୟରେ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ଜଟିଳ ଶିଳ୍ପ ମାର୍ଗରେ କ୍ଷମତାକୁ ଆହୁରି ବୃଦ୍ଧି କରିବ, ଦ୍ରବ୍ୟର ସୁଗମ ଏବଂ ଶୀଘ୍ର ପରିବହନକୁ ସୁନିଶ୍ଚିତ କରିବ। ସେହିଭଳି, ବଣ୍ଡାମୁଣ୍ଡା-ରାଞ୍ଚି ଦୋହରୀକରଣ ପ୍ରକଳ୍ପର 12.5 କିମି ଲମ୍ବା ବାଙ୍ଗୁରେକେଲା-ନୋଗାଓଁ ରେଳ ସେକ୍ସନ କୁ ପ୍ରାୟ 239 କୋଟି ବିନିମୟରେ ନିର୍ମାଣ କରାଯାଇଅଛି। ଏହି ଲାଇନର ଦୋହରୀକରଣ ହେବ ଦ୍ୱାରା ଯାତାୟାତ ଯଥେଷ୍ଟ ବୃଦ୍ଧି ପାଇବ ଏବଂ ଓଡିଶା ଏବଂ ଝାଡଖଣ୍ଡ ମଧ୍ୟରେ ସଂଯୋଗ ବୃଦ୍ଧି ହେବ।

ଏହି ଉତ୍ସର୍ଗୀକୃତ ବ୍ୟତୀତ ପ୍ରଧାନମନ୍ତ୍ରୀ ନିମ୍ନଲିଖିତ ଚାରିଟି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ, ଯାହାକି ନୂତନ ରେଳ ବିକାଶର ଆରମ୍ଭ ହେବ ବୋଲି ଚିହ୍ନିତ କରିବ। ଏହି ପ୍ରକଳ୍ପଗୁଡ଼ିକ ହେଉଛି… ସିଜୁ ଏବଂ ପାରାଦୀପ କୋଚିଂ ୟାର୍ଡ ମଧ୍ୟରେ 7 କିଲୋମିଟର ଲମ୍ବା ଫ୍ଲାଏଓଭରନିର୍ମାଣ କରାଯିବାକୁ ପ୍ରାୟ 200 କୋଟି ତାଙ୍କ ମଞ୍ଜୁର କରାଯାଇଅଛି ଭୂପୃଷ୍ଠ କ୍ରସିଂକୁ ଦୂର କରିବ, ଭାରତର ପ୍ରମୁଖ ବାଣିଜ୍ୟ ହବ ମଧ୍ୟରୁ ପାରାଦୀପ ବନ୍ଦରରେ ସୁଗମ ଏବଂ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବ। ଏହା ବ୍ୟତୀତ 18.51 କିମି ଲମ୍ବା ପାରାଦୀପ-ବଡ଼ବନ୍ଧ ତୃତୀୟ ଏବଂ ଚତୁର୍ଥ ଲାଇନ, ଯାହାକୁ ପ୍ରାୟ ₹ 300 କୋଟି ଟଙ୍କାରେ ନିର୍ମାଣ କରାଯିବ। ଏହା ସ୍ୱର ଉଭୟ ମାଲ ପରିବହନ ଏବଂ ଯାତ୍ରୀ ଯାତାୟାତ ପାଇଁ କ୍ଷମତା ବୃଦ୍ଧି କରିବା ସହିତ ପାରାଦୀପ ବନ୍ଦର ସହିତ ସଂଯୋଗ ବୃଦ୍ଧି କରିବ।

ସେହିଭଳି, 10.93 କିମି ଲମ୍ବା MCRL ଆଭ୍ୟନ୍ତରୀଣ କରିଡର ଫେଜ -1 ର ଦୋହରୀକରଣକୁ ପ୍ରାୟ ₹152 କୋଟି ମୂଲ୍ୟରେ ନିର୍ମାଣ କରାଯିବ ଯାହାଦ୍ୱାରା ଅଧିକ କୋଇଲା ଲୋଡିଂ ପାଇଁ ସୁବିଧା ପ୍ରଦାନ କରିବ। ବହୁ ପ୍ରତୀକ୍ଷିତ 41.9 କିମି ଲମ୍ବା ଜୟପୁର-ନବରଙ୍ଗପୁର ନୂତନ ଲାଇନକୁ ପ୍ରାୟ ₹748 କୋଟି ମୂଲ୍ୟରେ ନିର୍ମାଣ କରାଯିବ ଯାହା ଜୟପୁର ଏବଂ ନବରଙ୍ଗପୁରର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳକୁ ସଂଯୋଗ କରିବ, ଅର୍ଥନୈତିକ ଅଭିବୃଦ୍ଧି ତଥା ବଜାର ଏବଂ ସମ୍ବଳକୁ ଉନ୍ନତ ସୁବିଧା ଯୋଗାଇବ। ଏହା ସହିତ ନିଯୁକ୍ତି, ବାଣିଜ୍ୟ ଏବଂ ଗତିଶୀଳତାକୁ ପ୍ରୋତ୍ସାହିତ କରି ଏହି କ୍ଷେତ୍ରର ଅର୍ଥନୈତିକ ଉନ୍ନତିରେ ଏକ ନୂତନ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।

ଏହି ପ୍ରକଳ୍ପଗୁଡ଼ିକ ଓଡିଶାର ରେଳ ନେଟୱର୍କକୁ ମଜବୁତ କରିବା ସହିତ ଉନ୍ନତ ସଂଯୋଗ ସୁନିଶ୍ଚିତ କରିବ ଏବଂ ସାରା ରାଜ୍ୟରେ ପଣ୍ୟ ଏବଂ ଯାତ୍ରୀବାହୀ ଟ୍ରେନ ଚଳାଚଳକୁ ସୁଗମ କରିବା ପାଇଁ ସରକାରଙ୍କ ବୃହତ ଦୃଷ୍ଟିକୋଣର ଏକ ଅଂଶ ଭାବରେ ଦଣ୍ଡାୟମାନ ହେବ।  ଯାତାୟାତ ବୃଦ୍ଧି କରାଇ ବିଭିନ୍ନ ଶିଳ୍ପ ହବ୍ ସହିତ ସଂଯୋଗକୁ ଉନ୍ନତ କରି ଏବଂ ପ୍ରମୁଖ ରେଳ ମାର୍ଗର କ୍ଷମତା ବୃଦ୍ଧି କରାଇବା ପଦକ୍ଷେପଗୁଡିକ କେବଳ ସ୍ଥାନୀୟ ଅର୍ଥନୀତିକୁ ସମୃଦ୍ଧ କରିବ ନାହିଁ ବରଂ ଜାତୀୟ ଅର୍ଥନୀତିରେ ମଧ୍ୟ ସହାୟକ ହେବ।

ବିକାଶ ପାଇଁ ଏକ ଜୀବନରେଖା ଭାବରେ ଭାରତୀୟ ରେଳ, ବାଣିଜ୍ୟ, ଶିଳ୍ପ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରୁଥିବା ଭିତ୍ତିଭୂମି ପ୍ରକଳ୍ପଗୁଡିକୁ ଆଗେଇ ନେଇଛି ଏବଂ ଓଡିଶା ସହିତ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ଏକୀଭୂତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ସଡ଼କ, ରେଳ ଏବଂ ସହରାଞ୍ଚଳ ପରିବହନ ପ୍ରକଳ୍ପର ସମୀକ୍ଷା କଲା ଏନପିଜି

ନୂଆଦିଲ୍ଲୀ: ଶିଳ୍ପ ଓ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ଅତିରିକ୍ତ ସଚିବ ରାଜୀବ ସିଂହ ଠାକୁରଙ୍କ ଅଧ୍ୟକ୍ଷତାରେ ପିଏମ୍ ଗତିଶକ୍ତି ଅଧୀନରେ ନେଟୱର୍କ ପ୍ଲାନିଂ ଗ୍ରୁପ୍ (ଏନପିଜି)ର ୭୪ତମ ବୈଠକ ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ହୋଇଯାଇଛି। ରେଳ ମନ୍ତ୍ରଣାଳୟ (ଏମଓଆର), ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (ଏମଓଆରଟିଏଚ) ଏବଂ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ)ର ୫ଟି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ପିଏମ୍ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ୍ (ଏନଏମପି)ରେ ଦର୍ଶାଯାଇଥିବା ସମନ୍ୱିତ ଯୋଜନାର ସିଦ୍ଧାନ୍ତ ସହ ସମନ୍ୱୟ ପାଇଁ ଏହି ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥିଲା।

ଓଡ଼ିଶାରେ ବଳରାମ – ତେନ୍ତୁଲୋଇ ନୂଆ ରେଳ ଲାଇନ (ଏମସିଆରଏଲ୍ ଫେଜ୍ ୨)

ଏହି ନୂତନ ପ୍ରକଳ୍ପରେ ଅନୁଗୁଳ ଜିଲ୍ଲାରେ ୧୪୦୪ କୋଟି ଟଙ୍କା ବ୍ୟୟରେ ୪୯.୫୮ କିଲୋମିଟର ରେଳ ଲାଇନ ନିର୍ମାଣ କରାଯାଇ ୧୧ଟି କୋଇଲା ବ୍ଲକ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଥମ -ମାଇଲ ରେଳ ସଂଯୋଗ ପ୍ରଦାନ କରାଯିବ। ଶିଳ୍ପଗୁଡ଼ିକ ପାଇଁ ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ଏବଂ ନିଯୁକ୍ତି ସୃଷ୍ଟି କରିବା ଏହାର ଲକ୍ଷ୍ୟ, ଯାହା ଆଞ୍ଚଳିକ ବିକାଶରେ ସହାୟକ ହେବ। ଏହି ପ୍ରକଳ୍ପ ଦ୍ୱାରା କୋଇଲା ପରିବହନ ଦକ୍ଷତା ଯଥେଷ୍ଟ ବୃଦ୍ଧି ପାଇବ ଏବଂ ଉଭୟ ସ୍ଥାନୀୟ ଅର୍ଥନୀତି ଏବଂ ଓଡ଼ିଶା ରାଜ୍ୟର ବ୍ୟାପକ ଶିଳ୍ପ କ୍ଷେତ୍ର ଉପକୃତ ହେବ ବୋଲି ଆଶା କରାଯାଉଛି।

ଓଡ଼ିଶାର ବୁଢ଼ାପଙ୍କ – ଲୁବୁରୀ ନୂଆ ରେଳ ଲାଇନ (ଏମସିଆରଏଲ୍ ବାହାର କରିଡର)

୧୦୬ କିଲୋମିଟର ପରିବ୍ୟାପ୍ତ ଏହି ଗ୍ରୀନଫିଲ୍ଡ ରେଳ ଲାଇନ ୩୪୭୮ କୋଟି ଟଙ୍କା ବ୍ୟୟରେ ମହାନଦୀ ଅବବାହିକାରୁ ଦକ୍ଷ ଭାବେ କୋଇଲା ନିଷ୍କାସନରେ ସହାୟକ ହେବ। ପ୍ରସ୍ତାବିତ ଆଲାଇନମେଣ୍ଟ ଦ୍ୱାରା ତାଳଚେର କୋଇଲା କ୍ଷେତ୍ରରୁ କୋଇଲା ପରିବହନ ସୁବିଧା ହେବ, ୨୧ଟି କୋଇଲା ବ୍ଲକକୁ ପ୍ରଥମ – ମାଇଲ ରେଳ ସଂଯୋଗ ପ୍ରଦାନ କରାଯିବ, ରେଳ ଷ୍ଟେସନର ହାରାହାରି ଦୂରତା ୪୩ କିଲୋମିଟରରୁ ୪.୨ କିଲୋମିଟରକୁ ହ୍ରାସ ପାଇବ ଏବଂ ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି ପାଇବ ତଥା ଲୁହା ଓ ଇସ୍ପାତ ଭଳି ପ୍ରମୁଖ ଶିଳ୍ପ ପାଇଁ ଖର୍ଚ୍ଚ ହ୍ରାସ ପାଇବ।

ଉତ୍ତରପ୍ରଦେଶରେ ଲକ୍ଷ୍ନୌ ମେଟ୍ରୋ ରେଳ ପ୍ରକଳ୍ପ ଆଇ – ବି ପୂର୍ବ- ପଶ୍ଚିମ କରିଡର (ଚାରବାଗରୁ ବସନ୍ତ କୁଞ୍ଜ)

ଏହି ପ୍ରକଳ୍ପରେ ସହରର ବୃଦ୍ଧି ପାଉଥିବା ପରିବହନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଲକ୍ଷ୍ନୌ ମେଟ୍ରୋ କରିଡରକୁ ୧୧.୧୬୫ କିଲୋମିଟର ବୃଦ୍ଧି କରିବା ଅନ୍ତର୍ଭୁକ୍ତ। ବର୍ତ୍ତମାନର ମେଟ୍ରୋ ଲାଇନ୍ ଦୈନିକ ଯାତ୍ରୀ ସଂଖ୍ୟା (ପିପିଡି) ହିସାବରେ ୮୦,୦୦୦ ଯାତ୍ରୀଙ୍କୁ ସେବା ଯୋଗାଉ ଥିବା ବେଳେ ଏହି ଅତିରିକ୍ତ ନୂତନ ଲାଇନ୍ ଅତିରିକ୍ତ ୨,୦୦,୦୦୦ ପିପିଡି ପୂରଣ କରିବ ବୋଲି ଆଶା କରାଯାଉଛି।

ଏହି ପ୍ରସ୍ତାବିତ ନୂତନ କରିଡର ଅମିନାବାଦ, ଆଲମବାଗ, ଫୈଜାବାଦ ଏବଂ ଚାରବାଗ ଅଞ୍ଚଳ ସମେତ ସହରର ସବୁଠାରୁ ଘନ ଜନବସତି ବିଶିଷ୍ଟ କେନ୍ଦ୍ରୀୟ ବ୍ୟବସାୟ ଜିଲ୍ଲା (ସିବିଡି)କୁ ସେବା ଯୋଗାଇବ। ଫୁଟ୍ ଓଭରବ୍ରିଜ୍ (ଏଫ୍‌ଓବି) ଏବଂ ଅଣ୍ଡରପାସ୍ ମାଧ୍ୟମରେ ଇଣ୍ଟରଚେଞ୍ଜର ପଏଣ୍ଟଗୁଡ଼ିକୁ ନିରବଚ୍ଛିନ୍ନ ଭାବରେ ସଂଯୋଗ କରିବା ପାଇଁ ଏହି ଷ୍ଟେସନଗୁଡ଼ିକ କୌଶଳପୂର୍ଣ୍ଣ ଭାବରେ ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରକଳ୍ପ ପାଇଁ ୫,୮୦୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି ଏବଂ ଏକ ସମନ୍ୱିତ ନେଟୱର୍କ ମାଧ୍ୟମରେ ଭିଡ଼, ଯାନବାହନ ପ୍ରଦୂଷଣ ହ୍ରାସ କରିବା ଏବଂ ସାର୍ବଜନୀନ ପରିବହନ ଉପଲବ୍ଧତା ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ପାରମ୍ପରିକ ଶକ୍ତି ବ୍ୟବହାର ହ୍ରାସ କରିବା ପାଇଁ ଛାତ ଉପରେ ଅକ୍ଷୟ ଶକ୍ତି ଉତ୍ପାଦନ ବ୍ୟବସ୍ଥା ବ୍ୟବହାର ଉପରେ ଏହି ବିକାଶ ଯୋଜନା ଗୁରୁତ୍ୱାରୋପ କରିଛି।

ଗୁଜରାଟରେ ଜାତୀୟ ରାଜପଥ- ୪୭ର ଏଲିଭେଟେଡ୍ କରିଡର (ନାରୋଲ ଜଙ୍କସନରୁ ସର୍ଖେଜ ଜଙ୍କସନ୍‌) ସମେତ ବର୍ତ୍ତମାନର ୬ ଲେନ୍ ବିଶିଷ୍ଟ ସଡ଼କର ଉନ୍ନତିକରଣ

ଏହି ବ୍ରାଉନଫିଲ୍ଡ ପ୍ରକଳ୍ପରେ ଅହମ୍ମଦାବାଦର ଦକ୍ଷିଣ ଭାଗରେ ପ୍ରମୁଖ ରାଜପଥ ଏବଂ ଏକ୍ସପ୍ରେସୱେ ଗୁଡ଼ିକୁ ସଂଯୋଗ କରୁଥିବା ଟ୍ରାଫିକ ଭିଡ଼ର ସମାଧାନ ପାଇଁ ୧,୨୯୫ କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ- ୪୭ର ୧୦.୬୩ କିଲୋମିଟର ଅଂଶର ଉନ୍ନତିକରଣ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ସୁଗମ ଏବଂ ସୁରକ୍ଷିତ ଟ୍ରାଫିକ୍ ପ୍ରବାହକୁ ବୃଦ୍ଧି କରିବା, ଯାହା ଦ୍ୱାରା ସେବା ସ୍ତରରେ ଉନ୍ନତି ଆସିବ। ଜାତୀୟ ରାଜପଥ- ୪୭ର ଏହି ଗୁରୁତ୍ୱପୂର୍ଣ୍ଣ ଅଂଶର ଉନ୍ନତିକରଣ ଦ୍ୱାରା ଦ୍ରବ୍ୟ ଓ ଲୋକ ମାନଙ୍କର ଅଧିକ ଦକ୍ଷ ପରିବହନ ସହଜ ହେବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ଜୀବନୀ ଶକ୍ତି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ମହାରାଷ୍ଟ୍ରର ଚୋକକରୁ ସାଙ୍ଗଲି (ଅଙ୍କଲି) ପର୍ଯ୍ୟନ୍ତ ଜାତୀୟ ରାଜପଥ- ୧୬୬ର ଭାଗକୁ ୪-ଲେନ୍ ବିଶିଷ୍ଟ କରିବା

ଏହି ପ୍ରକଳ୍ପରେ ଜାତୀୟ ରାଜପଥ- ୧୬୬ର ୩୩.୬ କିଲୋମିଟର ଅଂଶକୁ ଚାରି ଲେନ୍ ବିଶିଷ୍ଟ କରିବା, ଅର୍ଥାତ୍ ମହାରାଷ୍ଟ୍ର ରାଜ୍ୟର କୋହ୍ଲାପୁର ଏବଂ ସାଙ୍ଗଲି ମଧ୍ୟରେ ୮୬୪ କୋଟି ଟଙ୍କା ବ୍ୟୟ ଅଟକଳରେ ଯୋଗାଯୋଗ ବୃଦ୍ଧି କରିବା ଅନ୍ତର୍ଭୁକ୍ତ। ଏହି ବିକାଶ ଦ୍ୱାରା ଯାତ୍ରା ସମୟ ୫୦% ଏବଂ ଦୂରତା ପ୍ରାୟ ୫.୪ କିଲୋମିଟର ହ୍ରାସ ପାଇବ। ଏହା ପରିବେଶର ଗୁଣାବଳୀ ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ। ଏହି ରାସ୍ତାର ଉନ୍ନତି ଫଳରେ ଇନ୍ଧନ ଓ ସମୟ ସଞ୍ଚୟ ହେବା ସହ ଯାନବାହନରୁ ନିର୍ଗତ ହେଉଥିବା ଧୂଆଁ ଜନିତ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ।

ନେଟୱର୍କ ପ୍ଲାନିଂ ଗ୍ରୁପ୍ (ଏନପିଜି) ପିଏମ୍ ଗତିଶକ୍ତିର ନୀତି, ଅର୍ଥାତ୍ ବହୁମୁଖି ଭିତ୍ତିଭୂମି ବିକାଶର ସମନ୍ୱିତ ବିକାଶ, ଅର୍ଥନୈତିକ ଏବଂ ସାମାଜିକ ସ୍ତରକୁ ଶେଷ ମାଇଲ ସଂଯୋଗ, ଆନ୍ତଃମୋଡାଲ ସଂଯୋଗ ଏବଂ ପ୍ରକଳ୍ପ ଗୁଡ଼ିକର ସମ୍ଭାବ୍ୟ ସମନ୍ୱିତ କାର୍ଯ୍ୟକାରିତା ଦୃଷ୍ଟିକୋଣରୁ ସମସ୍ତ ପ୍ରକଳ୍ପର ମୂଲ୍ୟାଙ୍କନ କରିଥିଲା। ଏହି ପ୍ରକଳ୍ପଗୁଡ଼ିକ ରାଷ୍ଟ୍ର ନିର୍ମାଣ, ପରିବହନର ବିଭିନ୍ନ ମାଧ୍ୟମକୁ ସମନ୍ୱିତ କରିବା ଏବଂ ଯଥେଷ୍ଟ ସାମାଜିକ – ଆର୍ଥିକ ଲାଭ ଏବଂ ସହଜ ଜୀବନଧାରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି, ଯାହା ଦ୍ୱାରା ସମ୍ପୃକ୍ତ ଅଞ୍ଚଳ ଗୁଡ଼ିକର ସାମଗ୍ରିକ ବିକାଶରେ ଏସବୁ ସହାୟକ ହେବ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନ ଏନ୍‌ପିିଜି ପକ୍ଷରୁ ଛ’ଟି ଭିତ୍ତିଭୂମି ପ୍ରକଳ୍ପ ପାଇଁ ସୁପାରିସ

ନୂଆଦିଲ୍ଲୀ: ଡିପିଆଇଆଇଟିର ସ୍ୱତନ୍ତ୍ର ସଚିବ ସୁମିତ୍ରା ଦୱରାଙ୍କ ଅଧ୍ୟକ୍ଷତାରେ ଚଳିତମାସ ୧୨ତାରିଖରେ ନୂଆଦିଲ୍ଲୀଠାରେ ୫୫ତମ ନେଟୱାର୍କର୍ ପ୍ଲାନିଂ ଗ୍ରୁପ (ଏନ୍‌ପିିଜି)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଡକ ପରିବହନ, ବେସାମରିକ ଉଡାଣ, ରେଳବାଇ, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ, ଶକ୍ତି ଓ ଅକ୍ଷୟ ଶକ୍ତି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଟେଲିଯୋଗାଯୋଗ ବିଭାଗ ଓ ନୀତି ଆୟୋଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ଏଥିରେ ଶ୍ରୀମତୀ ଦୱରା କହିଥିଲେ ଯେ ପ୍ରକଳ୍ପ ଯୋଜନା ପ୍ରସ୍ତୁତିରେ ସରକାର ସାମୁହିକ ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି ଏବଂ ଏଥିରେ ସବୁ ମନ୍ତ୍ରଣାଳୟ ଓ ବିଭାଗ ସବୁମନ୍ତେ ସାହାଯ୍ୟ ସହଯୋଗ ଯୋଗାଉଛନ୍ତି । ଏହା ଫଳରେ ପ୍ରକଳ୍ପ ପ୍ରସ୍ତୁତି ବା ପ୍ରୋଜେକ୍ଟ ପ୍ଲାନିଂ ଏବଂ ଏହାର କାର୍ଯ୍ୟକାରିତାରେ ନୂଆ ଦିଶା ମିଳିଛି। ସବୁ ମନ୍ତ୍ରଣାଳୟ ଓ ବିଭାଗର ସହଯୋଗରେ ପିଏମ୍ ଗତିଶକ୍ତି ଯୋଜନାର କାର୍ଯ୍ୟକାରିତା ତ୍ୱରାନ୍ୱିତ ହେଉଛି । ଏହି ବୈଠକ ଅବସରରେ ପିଏମ୍ ଗତିଶକ୍ତି ଯୋଜନାର ବିଭିନ୍ନ ଲାଭ ସମ୍ପର୍କରେ ତଥ୍ୟାବଳୀ ଉପସ୍ଥାପିତ ହୋଇଥିଲା। ଏଥିରେ ଏନ୍‌ଏସ୍‌ପିର ଡିଜିଟାଲ ସର୍ଭେ, ଡିପିଆର ପ୍ରସ୍ତୁତି ବାବଦ ସମୟ ହ୍ରାସ, ଟେକ୍‌ନୋଲୋଜି ସହାୟତାରେ ଦକ୍ଷ ପ୍ରକଳ୍ପର ପ୍ରଶାସନ ବ୍ୟବସ୍ଥା ତଥା ସାମାଜିକ କ୍ଷେତ୍ର ପାଇଁ ସୃଷ୍ଟି ହୋଇଥିବା ସମ୍ବଳ ଆଦି ସ୍ଥାନ ପାଇଥିଲା।

ବୈଠକରେ ଛ’ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇ ତାହାର କାର୍ଯ୍ୟକାରିତା ନିମନ୍ତେ ସରକାରଙ୍କୁ ସୁପାରିସ କରାଯାଇଛି । ଏଥିରେ ରହିଛି ତିନିଟି ରେଳବାଇ ଓ ତିନିଟି ସଡକ ପ୍ରକଳ୍ପ । ଏଥିରେ ଓଡିଶାରେ ଏକ ନୂଆ ରେଳପଥ ନିର୍ମାଣ ସହିତ ଓଡିଶା ଦେଇ ପଶ୍ଚିମବଙ୍ଗ ଓ ଝାଡଖଣ୍ଡକୁ ସଂଯୁକ୍ତ କରିବା ପାଇଁ ଏକ ନୂଆ ରେଳପଥ ନିର୍ମାଣ ହେବ ।  ଏହାକୁ ମିଶାଇ ଏନ୍‌ପିଜି ଦ୍ୱାରା ଏଯାଏ ମୋଟ ୧୦୬ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ସୁପାରିସ କରାଯାଇଥିବାବେଳେ ଏ ବାବଦରେ ମୋଟ ଖର୍ଚ୍ଚ ଆକଳନ ହୋଇଛି ୧୧ଲକ୍ଷ କୋଟି ଟଙ୍କା ।

ଯେଉଁ ତିନିଟି ରେଳ ପ୍ରକଳ୍ପକୁ ଏନ୍‌ପିଜି ସୁପାରିସ କରିଛି ସେଗୁଡିକ ହେଲା ଓଡିଶା, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଦେଇ ଏକ ସମ୍ପୂର୍ଣ୍ଣ ନୂଆ ରେଳପଥ ନିର୍ମାଣ, କେବଳ ଓଡିଶାରେ ଏକ ସ୍ୱତନ୍ତ୍ର ରେଳପ୍ରକଳ୍ପ ନିର୍ମାଣ ଯାହା ବର୍ତ୍ତମାନର ରେଳପଥର ଭିଡ ହ୍ରାସ କରିବାକୁ ଉଦ୍ଧିଷ୍ଟ ଏବଂ ତୃତୀୟଟି ଗୁଜରାଟରେ ନିର୍ମିତ ହେବାକୁ ଥିବା ଏକ ରେଳ ପ୍ରକଳ୍ପ । ଏସବୁ ନୂଆ ରେଳପ୍ରକଳ୍ପ ଇସ୍ପାତ, ସିମେଣ୍ଟ ଓ ଶକ୍ତି ଉଦ୍ୟୋଗକୁ ଲାଭନ୍ୱିତ କରିବ । ଏହା ଦ୍ୱାରା କୋଇଲା, ଚୂନପଥର, ଲୁହାପଥର ଓ ଅନ୍ୟାନ୍ୟ ଉତ୍ପାଦିତ ସାମଗ୍ରୀ ପରିବହନ ସୁଗମ ହେବ । ଏହାଛଡା ଏହି ନୂଆ ରେଳପଥ ଯାତ୍ରୀ ପରିବହନ ବ୍ୟବସ୍ଥାରେ ମଧ୍ୟ ସହାୟକ ହେବ । ଏସବୁ ରେଳପ୍ରକଳ୍ପ ଖଣି ଓ ଶିଳ୍ପାଞ୍ଚଳ ମଧ୍ୟରେ ଦୂରତ୍ୱ ହ୍ରାସ କରିବା ସହ ବର୍ତ୍ତମାନର ରେଳପଥ ଉପରୁ ଚାପ କମାଇବ । ଏହି ତିନି ପ୍ରକଳ୍ପ ପାଇଁ ୫୩୭୪.୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ହିସାବ କରାଯାଇଛି । ରେଳବାଇ ଏହି ଅର୍ଥ ଖର୍ଚ୍ଚ କରିବ ।

ସେହିଭଳି ତିନିଟି ସଡକ ପ୍ରକଳ୍ପ ପାଇଁ ୮୭୦୬କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ସଡକ ଓ ରାଜମାର୍ଗ ମନ୍ତ୍ରଣାଳୟ ଏହାକୁ କାର୍ଯ୍ୟକାରୀ କରିବ । ଏହି ତିନିଟି ପ୍ରକଳ୍ପ ହେଲା ଧ୍ରୁବୀ ବ୍ରିଜ-ଗୋଏରାଗ୍ରେ, ଖଡଗପୁର-ମୋରେଗ୍ରାମ୍ ଓ ଦେଓଘର ବାଇପାସ୍ । ପ୍ରଥମ ପ୍ରକଳ୍ପଟି  ଏହା ଏବେ ନିର୍ମାଣଧୀନ ୪ଲେନ ବିଶିଷ୍ଟ ଧ୍ରୁବ୍ରୀ-ଫୁଲବାଡି ସେତୁକୁ ସଂଯୋଗ କରି  ପୂର୍ବ-ପଶ୍ଚିମ ରୋଡ କରିଡର ସହିତ ସଂଯୁକ୍ତ ହେବ । ଏହା ଫଳରେ ଉତ୍ତର ପୂର୍ବାଞ୍ଚଳ ସହିତ ଦେଶର ମୁକ୍ୟ ଭୂଖଣ୍ଡକୁ ଉତ୍ତମ ସଡ ସଂଯୋଗ ସ୍ଥାପିତ ହୋଇପାରିବ । ଭାରତ ସରକାର ଏହା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି । ଏହା ମଧ୍ୟ ଭାରତ-ବାଂଲାଦେଶ ମଧ୍ୟରେ ବାଣିଜ୍ୟ କାରବାରକୁ ସୁଗମ କରିବ । ଦୁଇ ଦେଶର ସୀମାବର୍ତ୍ତୀ ଅଞ୍ଚଳର ଲୋକେ ଏହା ଦ୍ୱାରା ବିଶେଷ ଉପକୃତ ହେବେ।

ସେହିଭଳି ଖଡଗପୁର ଓ ମୋରେଗ୍ରାମ ମଧ୍ୟରେ ଏକ ନୂଆ ରାଜପଥ ନିର୍ମାଣ ହେବ  ।ଏହା ଖଡଗପୁର-ସିଲିଗୁଡି ରାଜପଥର ଅଂଶ ବିଶେଷ ପାଲଟିବ । ଏହାଫଳରେ ଖଡଗପୁର ଓ ସିଲିଗୁଡି ମଧ୍ୟରେ ଦୂରତ୍ୱ ୧୧୨କିଲୋମିଟର ଓ ଯାତ୍ରା ସମୟ ସାତଘଣ୍ଟା ହ୍ରାସ ପାଇବ । ଏହି ପ୍ରକଳ୍ପ ଦ୍ୱାରା ଏକାଧିକ ଆକାଂକ୍ଷୀ ଜିଲ୍ଲା  ଏବଂ ମାସ ଅଧୁଷିତ ପଶ୍ଚିମ ମେଦିନୀପୁର ଜିଲ୍ଲାକୁ ଲାଭ ମିଳିବ । ଏହି ନୂଆ ସଡକପଥ ମଧ୍ୟ କୋଲକାତା- ହଳଦିଆ ମଧ୍ୟରେ ଆର୍ନ୍ତଜାତିକ ବାଣିଜ୍ୟ କାରବାରକୁ ସୁଗମ ହେବ । ଏହି ସଡକ ପ୍ରକଳ୍ପ ଦ୍ୱାରା ଏକାଧିକ ଅ

ତୃତୀୟ ସଡକ ପ୍ରକଳ୍ପଟି ଝାଡଖଣ୍ଡର ଦେଓଘର ଦେଇ ନିର୍ମିତ ହେବ । ଏହା ମୁଖ୍ୟତଃ ଏକ ବାଇପାସ୍ ସଡକ ହେବ  ଏବଂ ଦେଓଘର ସହର ନିକଟ ଦେଇ ଯିବ । ଏହା ଦ୍ୱାରା ସେହି ସହରର ଟ୍ରାଫିକ ବୋଝ ହ୍ରାସ ପାଇବା ସହ ସ୍ଥାନୀୟ ଶିଳ୍ପ ସଂସ୍ଥା ଓ ଉଦ୍ୟୋଗ ଲାଭ ପାଇବେ ।

ଏସବୁ ପ୍ରକଳ୍ପ ସମ୍ପୃକ୍ତ ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶ ପାଇଁ ମଲ୍‌ଟି ମୋଡାଲ ସଂଯୋଗ ବ୍ୟବସ୍ଥା ଯୋଗାଇବ ।

Categories
ଜାତୀୟ ଖବର ବିଶେଷ ଖବର

ପିଏମ୍‍ ଗତିଶକ୍ତି ଅଧୀନରେ ଏନପିଜି ଏହାର ୪୬ ତମ ଅଧିବେଶନରେ ୪ ଭିତ୍ତିଭୂମି ପ୍ରକଳ୍ପକୁ ସୁପାରିଶ

ନୂଆଦିଲ୍ଲୀ: ପିଏମ୍‍ ଗତିଶକ୍ତି ଅଧୀନରେ ଥିବା ନେଟୱାର୍କ ପ୍ଲାନିଂ ଗ୍ରୁପ୍‍ (ଏନପିଜି) ଏହାର ୪୬ ତମ ଅଧିବେଶନରେ ୪ ଟି ଭିତ୍ତିଭୂମି ପ୍ରକଳ୍ପ ଯାଞ୍ଚ ଏବଂ ସୁପାରିଶ କରିଛି। ଏହି ବୈଠକରେ ଲଜିଷ୍ଟିକ୍ ଡିଭିଜନ୍‌, ଡିପିଆଇଆଇଟିର ସ୍ୱତନ୍ତ୍ର ସଚିବ ସୁମିତା ଦାୱରା ଅଧ୍ୟକ୍ଷତା କରିଥିଲେ ଏବଂ ଟେଲି ଯୋଗାଯୋଗ ବିଭାଗ (ଡିଓଟି), ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଶକ୍ତି ମନ୍ତ୍ରଣାଳୟ, ନୀତି ଆୟୋଗ, ସଡକ ପରିବହନ ଏବ ରାଜପଥ ମନ୍ତ୍ରଣାଳୟ, ପ୍ରେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଏବଂ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ପ୍ରମୁଖ ସଦସ୍ୟ ଏବଂ ବିଭାଗର ବରିଷ୍ଠ ଅଧିକାରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ବୈଠକ ସମୟରେ ରେଳ ମନ୍ତ୍ରଣାଳୟର ୪ ଟି ପ୍ରକଳ୍ପ ଏନପିଜି ଦ୍ୱାରା ଯାଞ୍ଚ କରାଯାଇ ସୁପାରିଶ କରାଯାଇଥିଲା। ସମନ୍ୱିତ ଏବଂ ପ୍ରଗତିଶୀଳ ଚିନ୍ତାଧାରା ବ୍ୟବହାର କରି ପିଏମ ଶକ୍ତିଶକ୍ତି ନିୟମ ସହିତ ଏହି ପ୍ରକଳ୍ପଗୁଡିକ ବିକଶିତ ହେବ  ଏହି ପ୍ରକଳ୍ପଗୁଡିକ ବହୁମୁଖୀ ସଂଯୋଗୀକରଣ, ନିରବଚ୍ଛିନ୍ନ ମାଲ ଏବଂ ଯାତ୍ରୀ ପରିବହନ ଯୋଗାଇବା ସହିତ ସମଗ୍ର ଦେଶରେ ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି କରିବ।

ଓଡ଼ିଶାର ଜୁନାଗଡରୁ ନବରଙ୍ଗପୁର ଷ୍ଟେସନ ମଧ୍ୟରେ ନୂତନ ବ୍ରଡ-ଗଜ ଲାଇନ ର୍ନିମାଣ ପାଇଁ ରେଳ ମନ୍ତ୍ରଣାଳୟର ଏକ ପ୍ରକଳ୍ପ ଏନପିଜି ଦ୍ୱାରା ଯାଞ୍ଚ କରାଯାଇଥିଲା। ପ୍ରସ୍ତାବିତ ପ୍ରକଳ୍ପ ଜୁନାଗଡରୁ ନବରଙ୍ଗପୁର ପର୍ଯ୍ୟନ୍ତ ପ୍ରାୟ ୧୧୬ କିଲୋମିଟର ରହିଛି। ଏହି ନୂତନ ଲାଇନର ର୍ନିମାଣ ବଇଲାଡିଲା ଲୁହାପଥର ଖଣିରୁ ରାୟପୁର ଅଞ୍ଚଳର ବିଭିନ୍ନ ଇସ୍ପାତ କାରଖାନା ପର୍ଯ୍ୟନ୍ତ ଦୂରତାକୁ ୧୩୧ କିଲୋମିଟର ହ୍ରାସ କରିବ ବୋଲି ଆଶା କରାଯାଉଛି। ଏହା ସହିତ, ଆଶା କରାଯାଏ ଯେ ଏହି ପ୍ରକଳ୍ପ ଇସ୍ପାତ କାରଖାନାର ମାଲ ପରିବହନକୁ ସୁଗମ କରିବ ଏବଂ ଜୁନାଗଡ ରୋଡ୍‌, ଜୟପୁର, କୋରାପୁଟ ଏବଂ ଆରଭି ଲାଇନରେ ଥିବା ଅନ୍ୟାନ୍ୟ ମାଲ୍‍ ସେଡ୍‌, ଯାହା ମଲ୍ଟି ମୋଡାଲ୍ ଲଜିଷ୍ଟିକ ପଏଣ୍ଟ ଅଟେ। ଏହି ନୂତନ ଲାଇନ ବିଶାଖାପାଟନମ୍‌, ଗଙ୍ଗାଭରମ, ଏବଂ କାକିନାଡା ବନ୍ଦରରୁ ରାୟପୁର ଅଞ୍ଚଳର ବିଭିନ୍ନ ଇସ୍ପାତ କାରଖାନାକୁ କୋଇଲା ପହଞ୍ଚାଇବା ପାଇଁ ଏକ ବିକଳ୍ପ ମାର୍ଗ ପ୍ରଦାନ କରିବ। ସଡକ-ରେଳ ଇଣ୍ଟରମୋଡାଲ ଲଜିଷ୍ଟିକର ବ୍ୟବସ୍ଥା ଜୟପୁର, ଜୁନାଗଡ ରୋଡ ଏବଂ ନବରଙ୍ଗପୁରରେ ବିଭିନ୍ନ ସେଡକୁ ମାଲପରିବହନ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

ରାଜସ୍ଥାନର ସାୱାଇ ମାଧୋପୁର ଏବଂ ଜୟପୁର ମଧ୍ୟରେ ବ୍ରଡ-ଗଜ ଡବଲ ଲାଇନ ର୍ନିମାଣ ପାଇଁ ରେଳ ମନ୍ତ୍ରଣାଳୟର ଏକ ପ୍ରକଳ୍ପ ଏନପିଜି ଦ୍ୱାରା ଯାଞ୍ଚ କରାଯାଇଥିଲା। ଏହି ପ୍ରକଳ୍ପ ସାୱାଇ ମାଧୋପୁର ଠାରୁ ଜୟପୁର ପର୍ଯ୍ୟନ୍ତ ପ୍ରାୟ ୧୩୧ କିଲୋମିଟର ବ୍ୟାପିଛି ଏବଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପଦକ୍ଷେପ ବୋଲି ବିବେଚନା କରାଯାଏ। ସମାପ୍ତ ହେବା ପରେ ଏହି ପ୍ରକଳ୍ପ ୨୦୨୬-୨୭ ବର୍ଷ ସୁଦ୍ଧା ଲାଇନ କ୍ଷମତାକୁ ୭୧% (ରକ୍ଷଣାବେକ୍ଷଣ ବ୍ଲକ ବିନା) ଏବଂ ୮୦% (ରକ୍ଷଣାବେକ୍ଷଣ ବ୍ଲକ ସହିତ) କୁ ଉନ୍ନତ କରିବ ବୋଲି ଆଶା କରାଯାଉଛି। ଜୟପୁର-ସାୱାଇ ମାଧୋପୁର ମାର୍ଗ ଦିଲ୍ଲୀ-ମୁମ୍ବାଇ ମାର୍ଗରେ ଏକ ଫିଡର ଭାବରେ କାର୍ଯ୍ୟ କରେ ଏବଂ ଏହା ଜୟପୁର, ଏହାର ଆଖପାଖ ଏବଂ ମୁମ୍ବାଇ, ଭାରତର ଦକ୍ଷିଣ ଏବଂ ପୂର୍ବ ଭାଗକୁ ସଂଯୋଗ କରୁଥିବା ପ୍ରାରମ୍ଭିକ ନାଳକୁ ପ୍ରତିନିଧିତ୍ୱ କରିଥାଏ। ପ୍ରସ୍ତାବିତ ପ୍ରକଳ୍ପ ବିଦ୍ୟମାନ ସିଙ୍ଗଲ୍ ଲାଇନ୍ ନେଟୱାର୍କରେ ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ, ଫଳସ୍ୱରୂପ ବାଧାରହିତ ଭାବେ ରେଳ ଚଳାଚଳ କରିବ।

ଅଧିକନ୍ତୁ, ନେସନାଲ ପ୍ଲାନିଂ ଗ୍ରୁପ୍‍ (ଏନପିଜି) ଉତ୍ତରପ୍ରଦେଶର ଉତ୍ତର-ପୂର୍ବ ରେଳପଥରେ ମହାରାଜଗଞ୍ଜ ଦେଇ ଆନନ୍ଦନଗର ଘୁଗୁଲି ମଧ୍ୟରେ ଏକ ନୂତନ ବ୍ରଡ-ଗଜ ଲାଇନ ର୍ନିମାଣ ପାଇଁ ରେଳ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତାବିତ ଏକ ପ୍ରକଳ୍ପର ମୂଲ୍ୟାଙ୍କନ କରିଛି। ପ୍ରସ୍ତାବିତ ପ୍ରକଳ୍ପ ଅନନ୍ଦ ନଗର ଠାରୁ ପ୍ରାୟ ୫୩ କିଲୋମିଟର ବ୍ୟାପିଛି ଏବଂ ଏହା ଏକ ବ୍ରଡ୍ ଗଜ୍ (ବିଜି) ଲାଇନ ଭାବରେ ର୍ନିମାଣ ହେବ। ପ୍ରକଳ୍ପ ଅଞ୍ଚଳକୁ ସିଧାସଳଖ ବି.ଜି ମାର୍ଗ ଯୋଗୁଁ ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ନୂତନ ଲାଇନ ଗୋରଖପୁର ଜଙ୍କସନରେ ଅଟକି ନ ଯାଇ ବାଲ୍ମିକୀନଗରରୁ ଗୋଣ୍ଡାକୁ ମହାରାଜଗଞ୍ଜ ଦେଇ ଯାତ୍ରା କରୁଥିବା ଟ୍ରେନଗୁଡିକ ପାଇଁ ଏକ ବିକଳ୍ପ ଏବଂ କମ୍‍ ଦୂରତାର ମାର୍ଗ ଭାବରେ କାର୍ଯ୍ୟ କରିବ। ଯାତ୍ରୀମାନେ ଏହି ନୂତନ ଲାଇନରୁ ଉପକୃତ ହେବେ କାରଣ ବର୍ତ୍ତମାନ ଏହି ସେକ୍ସନରେ ଉପଲବ୍ଧ ଏକମାତ୍ର ପରିବହନ ହେଉଛି ସଡକ। ଏହା ସହିତ ଏହି ରେଳ ଲାଇନ ସିମେଣ୍ଟ, ସାର, କୋଇଲା ଏବଂ ଖାଦ୍ୟ ଶସ୍ୟର ପରିବହନକୁ ସହଜ କରିବ ବୋଲି ଆଶା କରାଯାଏ, ଯାହାଦ୍ୱାରା ସମ୍ପୃକ୍ତ ଶିଳ୍ପଗୁଡିକ ପାଇଁ ଲାଭ ମିଳିବ।  ଏହାଛଡା ଏହି ରେଳ ଲାଇନ ନେପାଳକୁ ମାଲ ପରିବହନ ସହଜ କରିବ।

ରେଳ ମନ୍ତ୍ରଣାଳୟ ଦେଇଥିବା ଶେଷ ପ୍ରକଳ୍ପ ପ୍ରସ୍ତାବ ପଶ୍ଚିମ ରେଳବାଇରେ ଅଧିକ ମାଲ ପରିବହନ ପାଇଁ ନେଟୱାର୍କରେ ସ୍ୱୟଂଚାଳିତ ବ୍ଲକ ସିଗନାଲ୍ ଅଧିକ ବ୍ୟବହାର ପାଇଁ ଥିଲା। ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ମହାରାଷ୍ଟ୍ର ଏବଂ ଗୁଜରାଟରେ ଥିବା ପଶ୍ଚିମ ରେଳବାଇର ଚାରିଟି ପ୍ରମୁଖ ସେକ୍ସନ ଏବଂ ୮୯୫ ଆରକେଏମ୍‍କୁ ସାମିଲ କରିବା। ଏହି ପ୍ରକଳ୍ପଟି ଅଧିକ ମାଲ ପରିବହନ ହାଇ ଡେନସିଟି ନେଟୱାର୍କ (ଏଚୟୁଏନ୍‍) ମାର୍ଗକୁ ଏବିଏସ୍‍ ଆଭିମୁଖ୍ୟରେ ଆଣିବ, ଯେହେତୁ ଏବିଏମ୍‍ ପଶ୍ଚିମ ରେଳବାଇର ହାଇ ଡେନସିଟି ନେଟୱାର୍କ (ଏଚୟୁଏନ୍‍) ମାର୍ଗ ମଞ୍ଜୁର ହୋଇସାରିଛି କିମ୍ବା ବିଦ୍ୟମାନ ଅଛି। ଏହି ପ୍ରକଳ୍ପର ଲାଭ ମଧ୍ୟରେ ରେଳର ବେଗ ୧୧୦ କିଲୋମିଟରରୁ ୧୩୦ କିଲୋମିଟରକୁ ବୃଦ୍ଧି ପାଇବ ଯାହା ରେଳବାଇର ଖର୍ଚ୍ଚ ହ୍ରାସ ଏବଂ ସାମଗ୍ରିକ ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ଟ୍ରେନ୍‌ର ଅଟକି ରହିବା ଏବଂ ଯାତ୍ରା ସମୟ ହ୍ରାସ ହେବ, ବିଶେଷକରି ଉଧନା – ଜଲଗାଓଁ, ଅହମ୍ମଦାବାଦ – ପାଲାନପୁର, ଅହମ୍ମଦାବାଦ- ବୀରାମଗାମ- ସମଖିଆଲି, ଏବଂ ବୀରାମଗାମ- ରାଜକୋଟ ସେକ୍ସନରେ ଏହି ଲାଭ ମିଳିବ। ଅତିରିକ୍ତ ଲାଭ ମଧ୍ୟରେ ସଡକ ଯାତାୟାତରେ ଭିଡ ହ୍ରାସ ପାଇବ ଏବଂ ଅଙ୍ଗାରକାମ୍ଳ ମାତ୍ରା ହ୍ରାସ କରି ପରିବେଶ ଉପରେ ସକରାତ୍ମକ ପ୍ରଭାବ ପକାଇବ।

ନେଟୱାର୍କ ପ୍ଲାନିଂ ଗ୍ରୁପ୍ (ଏନପିଜି) ର ୪୬ ତମ ଅଧିବେଶନ ୦୩.୦୪.୨୦୨୩ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା।

Categories
ବିଶେଷ ଖବର

୧୩ ଟି ରାଜ୍ୟରେ ଥିବା ନଅଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହ ଜଡିତ ସକ୍ରିୟ ପ୍ରଶାସନ ଏବଂ ସଠିକ୍ ସମୟରେ କାର୍ଯ୍ୟକାରିତା ପାଇଁ ଆଇସିଟି ଆଧାରିତ ମଲ୍ଟି ମୋଡାଲ୍ ପ୍ଲାଟଫର୍ମ ପ୍ରଗତି ର ୪୧ ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ନଅଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ଏହି ନଅଟି ପ୍ରକଳ୍ପ ମଧ୍ୟରେ ତିନୋଟି ପ୍ରକଳ୍ପ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର, ଦୁଇଟି ପ୍ରକଳ୍ପ ରେଳ ମନ୍ତ୍ରଣାଳୟର ଏବଂ ଗୋଟିଏ କରି ପ୍ରକଳ୍ପ ଶକ୍ତି ମନ୍ତ୍ରଣାଳୟ, କୋଇଲା ମନ୍ତ୍ରଣାଳୟ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର। ଏହି ନଅଟି ପ୍ରକଳ୍ପର ମୂଲ୍ୟ ୪୧,୫୦୦ କୋଟି ଟଙ୍କାରୁ ଅଧିକ ଏବଂ ୧୩ ଟି ରାଜ୍ୟ ଛତିଶଗଡ, ପଞ୍ଜାବ, ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡଖଣ୍ଡ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଅ।ସାମ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ଅରୁଣାଚଳ ପ୍ରଦେଶ ସହିତ ଜଡିତ। ଏହି ବୈଠକରେ ମିଶନ ଅମୃତ ସରୋବର ମଧ୍ୟ ସମୀକ୍ଷା କରାଯାଇଥିଲା।

ଭିତ୍ତିଭୂମି ପ୍ରକଳ୍ପର ଯୋଜନା ପ୍ରସ୍ତୁତିରେ ପିଏମ ଗତିଶକ୍ତି ପୋର୍ଟାଲ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପର ଠିକ ସମୟରେ ସମାପ୍ତି ପାଇଁ ଜମି ଅଧିଗ୍ରହଣ, ସାମଗ୍ରୀ ସ୍ଥାନାନ୍ତର ଏବଂ ଅନ୍ୟାନ୍ୟ ପ୍ରସଙ୍ଗର ଶୀଘ୍ର ସମାଧାନ ପାଇଁ ସେ ଜୋର ଦେଇଥିଲେ। କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସଠିକ୍ ସମନ୍ୱୟ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ “ଅମୃତ ସରୋବର” ର ସମୀକ୍ଷା କରିଥିଲେ। ସେ ଗୁଜୁରାଟର କିଶନଗଞ୍ଜ, ବିହାର ଏବଂ ବୋଟାଡରେ ଡ୍ରୋନ୍ ମାଧ୍ୟମରେ ଅମୃତ ସରୋବର ସାଇଟଗୁଡିକର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। ପ୍ରଧାନମନ୍ତ୍ରୀ ମୌସୁମୀ ଆରମ୍ଭ ପୂର୍ବରୁ ମିଶନ ମୋଡରେ ଅମୃତ ସରୋବର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସମସ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଯୋଜନା ଅନ୍ତର୍ଗତ ୫୦,୦୦୦ ଅମୃତ ସରୋବର ଲକ୍ଷ୍ୟ ଧାର୍ଯ୍ୟ ସମୟରେ ପୂରଣ ପାଇଁ ବ୍ଲକ ସ୍ତରର ମନିଟରିଂ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

“ଅମୃତ ସରୋବର” ର ଅନନ୍ୟ ଧାରଣା ସମଗ୍ର ଦେଶରେ ଜଳଜଳଗୁଡିକୁ ସଜୀବ କରିବା ପାଇଁ କାର୍ଯ୍ୟ କରୁଛି, ଯାହା ଭବିଷ୍ୟତ ପାଇଁ ଜଳ ସଂରକ୍ଷଣ କରିବାରେ ସାହାଯ୍ୟ କରିବ। ମିଶନ ସମାପ୍ତ ହେବା ପରେ, ଜଳ ଧାରଣ କ୍ଷମତା ବୃଦ୍ଧି ପ୍ରାୟ ୫୦ କୋଟି ମିଟର ହେବାର ଆଶା କରାଯାଉଛି, ଆନୁମାନିକ କାର୍ବନ ହ୍ରାସ ବର୍ଷକୁ ପ୍ରାୟ ୩୨,୦୦୦ ଟନ୍ ହେବ ଏବଂ ଭୂତଳ ଜଳ ରିଚାର୍ଜରେ ବୃଦ୍ଧି ୨୨ ମିଲିୟନ୍ ଘନ ମିଟରରୁ ଅଧିକ ହେବ ବୋଲି ଆଶା କରାଯାଉଛି। ଅଧିକନ୍ତୁ, ସଂପୂର୍ଣ୍ଣ ଅମୃତ ସରୋବରଗୁଡିକ ଗୋଷ୍ଠି କାର୍ଯ୍ୟକଳାପ ଏବଂ ଅଂଶଗ୍ରହଣର କେନ୍ଦ୍ର ଭାବରେ ବିକଶିତ ହେଉଛି, ଯାହାଦ୍ୱାରା ଜନ ଭାଗିଦାରୀଙ୍କ ଆବେଗ ବୃଦ୍ଧି ପାଇବ। ସ୍ୱଚ୍ଛତା ରାଲି, ଜଳ ସଂରକ୍ଷଣ ଉପରେ ଜଳ ଶପଥ, ରଙ୍ଗୋଲି ପ୍ରତିଯୋଗିତା ପରି ସ୍କୁଲ ପିଲାମାନଙ୍କର କାର୍ଯ୍ୟକଳାପ, ଛଟ ପୂଜା ପରି ଧାର୍ମିକ ପର୍ବ ପାଳନ କରିବା ଭଳି ଅନେକ ସାମାଜିକ କାର୍ଯ୍ୟକଳାପ ଅମୃତ ସରୋବର ସାଇଟରେ ଆୟୋଜିତ ହେଉଛି।

ପ୍ରଗତି ବୈଠକରେ ବର୍ତ୍ତମାନ ସୁଦ୍ଧା ମୋଟ୍‍ ୧୫.୮୨ ଲକ୍ଷ କୋଟି ମୂଲ୍ୟର ୩୨୮ ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି।