Categories
PanchayatElection ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ମହାନଗର ମେୟର ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସର ମଧୁସ୍ମିତା

ଭୁବନେଶ୍ବର: କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥିପତ୍ର ଦାଖଲ କରିଛନ୍ତି। ଏହା ପୂର୍ବରୁ ସେ କଂଗ୍ରେସ ଭବନରୁ ଦିବା ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ ଅଫିସ ଯାଇଥିଲେ।

ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ପିସିସି ଉପ ସଭାପତି ଶ୍ରୀ ଶିବାନନ୍ଦ ରାୟ,ପିସିସି ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ, ଏକାମ୍ର ବିଧାୟିକା ପାର୍ଥିନି ଶ୍ରୀମତୀ ରଶ୍ମି ମହାପାତ୍ର, ପିସିସି ସମ୍ପାଦକ ଶ୍ରୀ ସୁବ୍ରତ ମହାପାତ୍ର ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ପାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରାରେ ଯୋଗଦେଇଥିଲେ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସ ଘୋଷଣା କଲା ଭୁବନେଶ୍ବରର ମେୟର ପ୍ରାର୍ଥୀ, କିଏ ସେହି ମହିଳା, ଶୁଣନ୍ତୁ କଣ କହୁଛନ୍ତି

ଭୁବନେଶ୍ବର: ଆଜି କଂଗ୍ରେସ ଭୁବନେଶ୍ବରର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେ ହେଉଛନ୍ତି ମଧୁସ୍ମିତା ଆଚାର୍ଯ୍ୟ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଅନ୍ୟ ଦୁଇଦଳ କୌଣସି ପ୍ରାର୍ଥୀ ଘୋଷଣା କରି ନ ଥିବା ବେଳେ କଂଗ୍ରେସ ପ୍ରଥମେ ଏହି ପଦକ୍ଷେପ ଗ୍ରହଣ କରିଛି।

ତେବେ ତାଙ୍କ ନାମ ଘୋଷଣା ହେବା ପରେ ସେ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି ଯେ, କଂଗ୍ରେସ ଏହି ସୁଯୋଗ ଦେଇଥିବାରୁ ସୋନିଆ ଗାନ୍ଧି, ରାହୁଳ ଗାନ୍ଧି, ଓଡିଶା ପ୍ରଦେଶ ସଭାପତିଙ୍କୁ ଧନ୍ୟବାଦ। ମୋତେ ଏପରି ସୁଯୋଗ ଦେଇଥିବାରୁ ଏହାକୁ ସଫଳତାର ସହ କାର୍ଯ୍ୟ କରିବି ବୋଲି ମଧୁସ୍ମିତା କହିଛନ୍ତି।

ତେବେ ରାଜନୀତିରେ ନୂଆ ଥିବା ଏହି ମଧୁସ୍ମିତାଙ୍କୁ ନେଇ ବର୍ତ୍ତମାନ ଚାରିଆଡେ ଚାଲିଛି। କିଏ ଏହି ମହିଳା ଯିଏ କି ଏକ ଜାତୀୟ ଦଳର ମେୟର ପଦବୀ ହାତେଇବାରେ ସଫଳ ହୋଇଛନ୍ତି। ମଧୁସ୍ମିତା ହେଉଛିନ୍ତି ଧର୍ମଶାଳାରେ ପୂର୍ବତନ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡାଙ୍କ ବୋହୂ। ସେ ହେଉଛନ୍ତି ଜଣେ ଉଦ୍ୟୋଗପତି।

ମଧୁସ୍ମିତୀ କଲେଜ ଜୀବନରୁ ଛାତ୍ର ରାଜନୀତି ସହିତ ଜଡିତ ଅଛନ୍ତି। ସେ ଭୁବନେଶ୍ବରର କମଳା ନେହୁର କଲେଜର ସଭାପତି ଥିଲେ। ସେ ହେଉଛନ୍ତି ଜଣେ ଏନସିସି କ୍ୟାଡେଟ। ନୂଆଦିଲ୍ଲୀର ଆୟୋଜିତ ଗଣତନ୍ତ୍ର ଦିବସରେ ସେ ଶ୍ରେଷ୍ଠ କ୍ୟାଡେଟ ଭାବେ ପୁରସ୍କୃତ ହୋଇଛନ୍ତି।

ସେହିପରି ସେ କ୍ରୀଡା କ୍ଷେତ୍ରରେ ମଧ୍ୟ ବେଶ ନୂପୁଣା। ସେ ହେଉଛନ୍ତି ଜଣେ ଭଲ ବ୍ୟାଡମିଣ୍ଟନ ଖେଳାଳୀ। ଏପରିକି ସେ ବ୍ୟାଡମିଣ୍ଟନ ଆସୋସିଏସନରେ ସେ ପ୍ରଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତେବେ ସେ ରାଜ୍ୟ ରାଜନୀତିରେ ସେପରି ପରିଚିତ ବ୍ୟକ୍ତିତ୍ବ ନୁହଁନ୍ତି। ହେଲେ ତାଙ୍କୁ କିପରି ମେୟର ଟିକେଟ ମିଳିଲା ସେ ନେଇ ଚର୍ଚ୍ଚା ଚାଲିଛି।