Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଡିସେମ୍ବର ୯ ପର୍ଯ୍ୟନ୍ତ ଚାଲୁ ରହିବ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ, ଅର୍ଥାତ୍‌ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଏବଂ ନୂତନ ଭୋଟର ଭାବେ ପଂଜିକରଣ ନିମନ୍ତେ ଆବେଦନ ପତ୍ର ଡିସେମ୍ବର ୯ ତାରିଖ (ଶନିବାର) ପର୍ଯ୍ୟନ୍ତ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଜଣାଇଛନ୍ତି।

ଗତ ନଭେମ୍ବର ମାସ ୫ ତାରିଖ, ୧୧ ତାରିଖ, ୧୯ ତାରିଖ ଏବଂ ୨୫ ତାରିଖ ରାଜ୍ୟର ସବୁ ବୁଥ୍‌ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ଦିବସଗୁଡ଼ିକରେ ଯଦି କୌଣସି ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ, ଭୋଟର ତାଲିକାରେ ଯୋଗ କିମ୍ବା ଭୋଟର ତାଲିକାରୁ ବାଦ ହେବା ନିମନ୍ତେ ନିର୍ଦ୍ଧାରିତ ଫର୍ମ ଦାଖଲ କରିନାହାନ୍ତି, ତା’ହେଲେ ସେମାନେ ଡିସେମ୍ବର ମାସ ୯ ତାରିଖ (ଶନିବାର) ସୁଦ୍ଧା ଅନ୍‌ଲାଇନ୍‌ ମାଧ୍ୟମରେ voters.eci.gov.in/Voters Help Line App ଦ୍ୱାରା କିମ୍ବା ସଂପୃକ୍ତ ବୁଥ୍‌ସ୍ତରୀୟ ଅଧିଖାରୀଙ୍କ ମାଧ୍ୟମରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆରମ୍ଭ ହେବ ଭୋଟର ସଂଶୋଧନ ପକ୍ରିୟା, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ବର: ଓଡିଶାରେ ଭୋଟର ସଂଶୋଧନ ପକ୍ରିୟା ଆରମ୍ଭ ହେବ। ଏନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଯେଉଁମାନଙ୍କର ବୟସ ଆସନ୍ତା ଜାନୁୟାରୀ 1 ତାରିଖ ସୁଦ୍ଧା 18 ବର୍ଷ କିମ୍ବା ତଦୁର୍ଦ୍ଧ ହେଉଛି ସେମାନେ ନାମ ପଂଜୀକରଣ ପାଇଁ ଆବେଦନ କରିପାରିବେ।

ଏଥିସହିତ ଯେଉଁମାନେ ଠିକଣା ପରିବର୍ତ୍ତନ କରିବାକୁ ଚାହିଁବେ କିମ୍ବା କିଛି ସଂଶୋଧନ କରିବାକୁ ଚାହିଁବେ ସେମାନେ ଏହି ପକ୍ରିୟାରେ ଭାଗ ନେଇପାରିବେ। ତେବେ ଏହି ସଂଶୋଧନ ପକ୍ରିୟା ଆସନ୍ତା ନେଭେମ୍ବ 1 ତାରିଖରୁ ଆରମ୍ଭ ହୋଇ 30 ତାରିଖ ପର୍ଯ୍ୟନ୍ତ ଚାଲିବ।

କେମିତି କରିବେ ଆବେଦନ

ଯେଉଁମାନେ ଭୋଟର ଲିଷ୍ଟକୁ ସଂଶୋଧନ ବା ନାମ ଯୋଗ କରିବାକୁ ଚାହୁଁଛନ୍ତି ସେମାନେ ଏସବୁ ମାଧ୍ୟମରେ ଆବେଦନ କରିପାରିବେ।

1- ଭୋଟର ତାଲିକାରେ ସଂଶୋଧନ କରିବାକୁ ଚାହୁଁଥିଲେ ଆପଣ ମୋବାଇଲ ଆପ ମାଧ୍ୟମରେ କରିପାରିବେ। ଆପଣ ପ୍ଲେ ଷ୍ଟୋରକୁ ଯାଇ ଭୋଟର ହେଲପଲାଇନ ଆପ ଡାଉନଲୋଡ କରି ଆବେଦନ କରିପାରିବେ।

2-ଆପଣ ଅନଲାଇନରେ ମଧ୍ୟ ଏହି ଆବେଦନ କରିପାରିବେ। ସେଥିପାଇଁ www.voterportal.eci.gov.in  କିମ୍ବା www.nvsp.in ରେ ଲଗଅନ କରି ଆବେଦନ କରିପାରିବେ।

3- ଭୋଟର ସହାୟତା କେନ୍ଦ୍ର ମାଧ୍ୟମରେ ମଧ୍ୟ ଆପଣ ଏହି ସଂଶୋଧନ ପାଇଁ ଆବେଦନ କରିପାରିବେ।

ଏ ସଂପର୍କରେ ଅଧିକ ଜାଣିବା ପାଇଁ ଆପଣ ଭୋଟର ହେଲପ ଲାଇନ 1950 କୁ ଫୋନ କରି ମଧ୍ୟ ସମସ୍ତ ତଥ୍ୟ ବୁଝିପାରିବେ।