Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡିଶାର ପ୍ରତିଷ୍ଠିତ ସଂସ୍କୃତି ଗବେଷକ ମଙ୍ଗଳା ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର: ଓଡିଶାର ଜଣେ ପରିଚିତ ସଂସ୍କୃତି ଗବେଷକ ମଙ୍ଗଳା ମହାନ୍ତିଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଶେଷରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ସେ ପୂର୍ବରୁ ରେଡକ୍ରସର ଜଣେ ଅବୈତନିକ ସଂପାଦକ ଭାବେ କାର୍ଯ୍ୟ କରୁଥିଲେ। ଏଥିସହିତ ପ୍ରାରମ୍ଭରେ ସେ ଦୈନିକ ସମାଜର ନୂଆଦିଲ୍ଲୀ ପ୍ରତିନିଧି ଭାବେ ସ୍ବଳ୍ପ ସମୟ ପାଇଁ କାର୍ଯ୍ୟ କରିଥିଲେ। ସେ କଂଗ୍ରେସ ନେତା ମଣିଶଙ୍କର ଆୟାରଙ୍କ ମଧ୍ୟ ବେଶ ନିକଟତର ଥିଲେ। ସେ ଜେଏନୟୁ ର ଜଣେ ଛାତ୍ର ଥିଲେ।

ସେତେବେଳେ ସେ ରାଜୀବ ଗାନ୍ଧୀ ଫାଉଣ୍ଡସନରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହାପରେ ସେ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ଓଏସଡି ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ କିଛିଦିନ କାର୍ଯ୍ୟ ମଧ୍ୟ କରିଛନ୍ତି। ତାଙ୍କ ଅକାଳ ବିୟୋଗରେ ସଂସ୍କୃତି ପ୍ରେମୀ ତଥା ଜେଏନୟୁର ପୂର୍ବତନ ଛାତ୍ର ମହଲରେ ଶୋକର ଛାୟା ଖେଳିଯାଇଛି।