Categories
ଆଜିର ଖବର ଜାତୀୟ ଖବର

ଦେବଭୂମି ପ୍ରୟାଗରାଜରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଲା ୭୬ତମ ସାଧାରଣତନ୍ତ୍ର ଦିବସ

୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ବିଶ୍ୱାସ ଓ ଭକ୍ତିର ଏହି ଅନନ୍ୟ ମେଳାରେ ସଙ୍ଗମରେ ବୁଡ ପକାଇବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ତେବେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମହାକୁମ୍ଭ ଯାତ୍ରା ପଡିଆ ଓ ଆଖଡାରେ ଜାତୀୟତାବୋଧ  ଛାଇଯାଇଥିଲା। ସାଧୁ ସନ୍ଥଙ୍କ ଆଖଡା, ଶ୍ରଦ୍ଧାଳୁଙ୍କ କ୍ୟାମ୍ପ, ବିଭିନ୍ନ ସରକାରୀ ଅସ୍ଥାୟୀ ଶିବିରରେ ଜାତୀୟ ପତାକା ଉତୋଳନ ଉତ୍ସବ ପାଳିତ ହୋଇଥିଲା।

ସାଧାରଣତନ୍ତ୍ର ଦିବସରେ ମହାକୁମ୍ଭରେ ବରିଷ୍ଠମାନଙ୍କ ଯୋଗଦାନ ଏହାକୁ ଅଧିକ ଉଚ୍ଚକିତ କରିଥିଲା। ସ୍ୱତନ୍ତ୍ର କ୍ୟାମ୍ପ ଓ ବୃଦ୍ଧାଶ୍ରମରେ ବି ଅନୁରୂପ ଆୟୋଜନ କରାଯାଇଥିଲା। ସଙ୍ଗମରେ ବୁଡ ପକାଇ ଏହି ଅସ୍ଥାୟୀ ଶିବିରରେ ବରିଷ୍ଠ ନାଗରିକମାନେ ଆରାମ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ମହାକୁମ୍ଭର ପଡିଥିବା ସାମାଜିକ ସଶକ୍ତିକରଣ କ୍ୟାମ୍ପରେ ଏକ ଅନନ୍ୟ କଥା ଦୃଷ୍ଟି ଗୋଚର ହୋଇଥିଲା। ମୀର୍ଜାପୁର ବୃଦ୍ଧାଶ୍ରମରୁ ଆସିଥିବା ୭୦ ବର୍ଷୀୟ ଜନୈକ ମୁନ୍ନି ଦେବୀ ପତାକା ଉତୋଳନ କରିଥିଲେ। ମହାକୁମ୍ଭ କେବଳ ବିଶ୍ୱାସ ଓ ଆସ୍ଥାର ପ୍ରତୀକ ନୁହେଁ ବରଂ ଏହା ସମାଜର ବିଭିନ୍ନବର୍ଗର ଲୋକଙ୍କ ଏକ ଅନନ୍ୟ ଉତ୍ସବ ବୋଲି ପ୍ରତୀତ ହୋଇଥିଲା। ମୁନ୍ନି ଦେବୀଙ୍କ ପରି ଜଣେ ବୟୋବୃଦ୍ଧ ମହିଳାଙ୍କ ଉପସ୍ଥିତି ଏହା ପ୍ରତିପାଦିତ କରିଥିଲା।

ବୃଦ୍ଧାଶ୍ରମରେ ରହୁଥିବା ଲୋକଙ୍କ ପାଇଁ ଉତରପ୍ରଦେଶ ସରକାରଙ୍କ ଦ୍ୱାରା ମହାକୁମ୍ଭରେ ଶହେ ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ ଶିବିର ବି ଆୟୋଜନ କରାଯାଇଛି। ସଙ୍ଗମରେ ବୁଡ ପକାଇବା କିମ୍ବା ଯାତ୍ରା ବେଳେ କୌଣସି ସମସ୍ୟାରେ ପଡୁଥିବା ବୟୋବୃଦ୍ଧଙ୍କ ବିଶ୍ରାମ ପାଇଁ ଏହା ନିର୍ମାଣ କରାଯାଇଥିବା କୁହାଯାଇଛି। ତେବେ ଆଜିଯାଏ ସାରା ରାଜ୍ୟରୁ ପ୍ରାୟ ୪୫୦ ବୟୋବୃଦ୍ଧ ସଙ୍ଗମରେ ବୁଡ ପକାଇଥିବା ସୂଚନା ମିଳିଛି।

ଏହି ଅବସରରେ ବିଭିନ୍ନ ଆଖଡା, ସରକାରୀ ଓ ସାମାଜିକ ସଙ୍ଗଠନ କ୍ୟାମ୍ପରେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା। ଏହାଛଡା ଏହି ଅବସରରେ ବି ଯୋଗ ଶିବିର ଆୟୋଜନ କରାଯାଇଥିଲା। ମହାକୁମ୍ଭରେ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଏହି ଯୋଗ ଶିବିର ଯଥେଷ୍ଟ ଉପାଦାନ ଯୋଗାଇଥିଲା।

ମହାକୁମ୍ଭରେ ସାଧାରଣତନ୍ତ୍ର ଦିବସ ପାଳନ କେବଳ ଜାତୀୟତାବୋଧ  ଉଦ୍ରେକ କରିନାହିଁ ବରଂ ସାମାଜର ସବୁବର୍ଗର ଲୋକଙ୍କୁ ଏକାଠି କରିବାରେ ଏହା ପ୍ରମୁଖ ସହାୟକ ହୋଇ ପାରିଛି। ଏହି କାର୍ଯ୍ୟକ୍ରମ କେବଳ ସାମ୍ୟତାର ବାର୍ତା ପ୍ରଚାର କରିନାହିଁ ବରଂ ବରିଷ୍ଠଙ୍କୁ ସମ୍ମାନ ଦେବା କ୍ଷେତ୍ରରେ ଏକ ଅନନ୍ୟ ଉତ୍ସବରେ ପରିଣତ ହୋଇପାରିଛି।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ମହାକୁମ୍ଭ ନଗରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ, ଧର୍ମ ଏବଂ ଜାତୀୟତାବାଦର ମହାସଂଗମ

ନୂଆଦିଲ୍ଲୀ: ଦେବଭୂମି ପ୍ରୟାଗରାଜରେ ଆନନ୍ଦ ଉଲ୍ଲାସର ସହ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ବିଶ୍ୱାସ ଓ ଭକ୍ତିର ଏହି ଅନନ୍ୟ ମେଳାରେ ସଙ୍ଗମରେ ବୁଡ ପକାଇବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ତେବେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମହାକୁମ୍ଭ ଯାତ୍ରା ପଡିଆ ଓ ଆଖଡାରେ ଜାତୀୟତାବୋଧ ଛାଇଯାଇଥିଲା। ସାଧୁ ସନ୍ଥଙ୍କ ଆଖଡା, ଶ୍ରଦ୍ଧାଳୁଙ୍କ କ୍ୟାମ୍ପ, ବିଭିନ୍ନ ସରକାରୀ ଅସ୍ଥାୟୀ ଶିବିରରେ ଜାତୀୟ ପତାକା ଉତୋଳନ ଉତ୍ସବ ପାଳିତ ହୋଇଥିଲା।

ସାଧାରଣତନ୍ତ୍ର ଦିବସରେ ମହାକୁମ୍ଭରେ ବରିଷ୍ଠମାନଙ୍କ ଯୋଗଦାନ ଏହାକୁ ଅଧିକ ଉଚ୍ଚକିତ କରିଥିଲା। ସ୍ୱତନ୍ତ୍ର କ୍ୟାମ୍ପ ଓ ବୃଦ୍ଧାଶ୍ରମରେ ବି ଅନୁରୂପ ଆୟୋଜନ କରାଯାଇଥିଲା। ସଙ୍ଗମରେ ବୁଡ ପକାଇ ଏହି ଅସ୍ଥାୟୀ ଶିବିରରେ ବରିଷ୍ଠ ନାଗରିକମାନେ ଆରାମ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ମହାକୁମ୍ଭର ପଡିଥିବା ସାମାଜିକ ସଶକ୍ତିକରଣ କ୍ୟାମ୍ପରେ ଏକ ଅନନ୍ୟ କଥା ଦୃଷ୍ଟି ଗୋଚର ହୋଇଥିଲା। ମୀର୍ଜାପୁର ବୃଦ୍ଧାଶ୍ରମରୁ ଆସିଥିବା ୭୦ ବର୍ଷୀୟ ଜନୈକ ମୁନ୍ନି ଦେବୀ ପତାକା ଉତୋଳନ କରିଥିଲେ । ମହାକୁମ୍ଭ କେବଳ ବିଶ୍ୱାସ ଓ ଆସ୍ଥାର ପ୍ରତୀକ ନୁହେଁ ବରଂ ଏହା ସମାଜର ବିଭିନ୍ନବର୍ଗର ଲୋକଙ୍କ ଏକ ଅନନ୍ୟ ଉତ୍ସବ ବୋଲି ପ୍ରତୀତ ହୋଇଥିଲା। ମୁନ୍ନି ଦେବୀଙ୍କ ପରି ଜଣେ ବୟୋବୃଦ୍ଧ ମହିଳାଙ୍କ ଉପସ୍ଥିତି ଏହା ପ୍ରତିପାଦିତ କରିଥିଲା।

ବୃଦ୍ଧାଶ୍ରମରେ ରହୁଥିବା ଲୋକଙ୍କ ପାଇଁ ଉତରପ୍ରଦେଶ ସରକାରଙ୍କ ଦ୍ୱାରା ମହାକୁମ୍ଭରେ ଶହେ ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ ଶିବିର ବି ଆୟୋଜନ କରାଯାଇଛି । ସଙ୍ଗମରେ ବୁଡ ପକାଇବା କିମ୍ବା ଯାତ୍ରା ବେଳେ କୌଣସି ସମସ୍ୟାରେ ପଡୁଥିବା ବୟୋବୃଦ୍ଧଙ୍କ ବିଶ୍ରାମ ପାଇଁ ଏହା ନିର୍ମାଣ କରାଯାଇଥିବା କୁହାଯାଇଛି। ତେବେ ଆଜିଯାଏ ସାରା ରାଜ୍ୟରୁ ପ୍ରାୟ ୪୫୦ ବୟୋବୃଦ୍ଧ ସଙ୍ଗମରେ ବୁଡ ପକାଇଥିବା ସୂଚନା ମିଳିଛି।

ଏହି ଅବସରରେ ବିଭିନ୍ନ ଆଖଡା, ସରକାରୀ ଓ ସାମାଜିକ ସଙ୍ଗଠନ କ୍ୟାମ୍ପରେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା। ଏହାଛଡା ଏହି ଅବସରରେ ବି ଯୋଗ ଶିବିର ଆୟୋଜନ କରାଯାଇଥିଲା। ମହାକୁମ୍ଭରେ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଏହି ଯୋଗ ଶିବିର ଯଥେଷ୍ଟ ଉପାଦାନ ଯୋଗାଇଥିଲା।

ମହାକୁମ୍ଭରେ ସାଧାରଣତନ୍ତ୍ର ଦିବସ ପାଳନ କେବଳ ଜାତୀୟତାବୋଧ  ଉଦ୍ରେକ କରିନାହିଁ ବରଂ ସାମାଜର ସବୁବର୍ଗର ଲୋକଙ୍କୁ ଏକାଠି କରିବାରେ ଏହା ପ୍ରମୁଖ ସହାୟକ ହୋଇ ପାରିଛି । ଏହି କାର୍ଯ୍ୟକ୍ରମ କେବଳ ସାମ୍ୟତାର ବାର୍ତା ପ୍ରଚାର କରିନାହିଁ ବରଂ ବରିଷ୍ଠଙ୍କୁ ସମ୍ମାନ ଦେବା କ୍ଷେତ୍ରରେ ଏକ ଅନନ୍ୟ ଉତ୍ସବରେ ପରିଣତ ହୋଇପାରିଛି।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ନଗରରେ ସରକାରଙ୍କ ସଫଳତା, ଯୋଜନା, ନୀତି ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ସଂପର୍କରେ ପ୍ରଦର୍ଶନୀ

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ତ୍ରିବେଣୀ ରୋଡ୍ ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ଡିଜିଟାଲ ପ୍ରଦର୍ଶନୀ ମଣ୍ଡପ ସ୍ଥାପନ କରିଛି। ଭାରତ ସରକାରଙ୍କ ସଫଳତା, ଯୋଜନା, ନୀତି ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ କରାଯାଇଛି ଏହି ଡିଜିଟାଲ ପ୍ରଦର୍ଶନୀ ମଣ୍ଡପ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ପ୍ରକାଶନ ବିଭାଗ ପକ୍ଷରୁ ମଧ୍ୟ ମଣ୍ଡପ କରାଯାଇଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଡିଜିଟାଲ ପ୍ରଦର୍ଶନୀରେ ଏନାମର୍ଫିକ କାନ୍ଥ, ଏଲଇଡି ଟିଭି ସ୍କ୍ରିନ, ଏଲଇଡି କାନ୍ଥ ଓ ହୋଲୋଗ୍ରାଫିକ ସିଲିଣ୍ଡର ଜରିଆରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଦର୍ଶିତ ହୋଇଛି।

ଏହି ଡିଜିଟାଲ ପ୍ରଦର୍ଶନୀରେ ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା, ବିଭିନ୍ନ କମ୍ପାନୀ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ କେମିତି ଛାତ୍ରଛାତ୍ରୀମାନେ ଏହି ଇଣ୍ଟର୍ନସିପ୍ ପାଇବେ, ସେ ସଂପର୍କରେ ସାଧାରଣ ଲୋକଙ୍କୁ ସୂଚନା ପ୍ରଦାନ କରାଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଛି ବନ୍ୟା, ଅଗ୍ନିକାଣ୍ଡ, ଭୂମିକମ୍ପ, ପ୍ରବଳ ଶୀତ, ଜଙ୍ଗଲୀ ନିଆଁ ପରି ପ୍ରାକୃତିକ ବିପର୍ଯ୍ୟୟ ଓ ମଣିଷକୃତ୍ୟ ବିପତ୍ତିକୁ ରୋକିବାକୁ କଣ ସବୁ ପଦକ୍ଷେପ ନିଆଯାଉଛି। ଡିଜିଟାଲ ମାଧ୍ୟମରେ ଏସବୁ ପ୍ରଦର୍ଶିତ ହୋଇଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗର ଷ୍ଟଲରେ ସ୍ଥାନ ପାଇଛି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଲେଖା ଯାଇଥିବା ବହି ଓ ମହାପୁରୁଷଙ୍କ ଜୀବନୀ ଉପରେ ଲେଖା ଯାଇଥିବା ପୁସ୍ତକ।

କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଷ୍ଟଲରେ ମିଳୁଛି ବିଭିନ୍ନ ପ୍ରକାର ମାଣ୍ଡିଆ ଜାତୀୟ ଖାଦ୍ୟ ସାମଗ୍ରୀ ଓ ପନିପରିବା ବିହନ।

ମହାକୁମ୍ଭକୁ ଆସୁଥିବା ହଜାର ହଜାର ଲୋକ ଏହି ସବୁ ଜିନିଷ ଓ ଅନ୍ୟ ଷ୍ଟଲ ବୁଲି ଦେଖୁଛନ୍ତି। ବିଭିନ୍ନ ପ୍ରକାର ଚିତ୍ର, ଫିଲ୍ମ ଜରିଆରେ ଲୋକଙ୍କୁ ଯେଉଁ ସୂଚନା ପ୍ରଦାନ କରାଯାଉଛି, ତାକୁ ସେମାନେ ପ୍ରଶଂସା କରୁଛନ୍ତି। ସେମାନେ କହୁଛନ୍ତି, ଏହି ଡିଜିଟାଲ ପ୍ରଦର୍ଶନୀ ବହୁତ ସୂଚନା ଦେଉଛି ଓ ଏହା ଶିକ୍ଷଣୀୟ ମଧ୍ୟ।

ମହାକୁମ୍ଭ ନଗର ତ୍ରିବେଣୀ ମାର୍ଗର ପ୍ରଦର୍ଶନୀ କଂପ୍ଲେକ୍ସ ରେ ଆୟୋଜିତ ହୋଇଥିବା ଏହି ପ୍ରଦର୍ଶନୀ ଲୋକେ ମାଗଣାରେ ଦେଖିପାରିବେ। ଏହା ୨୬ ଫେବ୍ରୁଆରି ୨୦୨୫ ଯାଏ ଖୋଲା ରହିବ।