Categories
ବିଶେଷ ଖବର ରାଜ୍ୟ ଖବର

ପ୍ରସ୍ତାବିତ ମାଲକାନଗିରି – ଭଦ୍ରାଚଲମ୍ ରେଳ ଲାଇନ୍ ପ୍ରକଳ୍ପର ସମୀକ୍ଷା କଲେ ରେଳ ମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ରେଳବାଇ ଏବଂ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମାଲକାନଗିରି ଗସ୍ତ ସମୟରେ ରେଳବାଇ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ସହିତ ପ୍ରସ୍ତାବିତ ମାଲକାନଗିରି – ଭଦ୍ରାଚଲମ୍ ରେଳ ଲାଇନ୍ ପ୍ରକଳ୍ପ ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି।

173.416 KM ଲମ୍ବା ମାଲକାନଗିରି – ଭଦ୍ରାଚଲାମ ପ୍ରସ୍ତାବିତ ରେଳ ଲାଇନ ପ୍ରକଳ୍ପକୁ 9 ସେପ୍ଟେମ୍ବର, 2021 ରେ ରେଳବାଇ ବୋର୍ଡ ଦ୍ୱାରା ସ୍ୱୀକୃତି ଦିଆଯାଇଅଛି ଯାହାର ଆନୁମାନିକ ମୂଲ୍ୟ 2800 କୋଟି ଟଙ୍କା। ଏହି ପ୍ରକଳ୍ପରେ 48 ଟି ଗୁରୁତ୍ୱପୂର୍ଣ୍ଣ ଏବଂ 165 ଟି ଛୋଟ ବ୍ରିଜ୍ ସହିତ 213 ଟି ସେତୁ ରହିବ।

ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକରେ ଓଡ଼ିଶାର ୬ଟି ଷ୍ଟେସନ୍ ମାଲକାନଗିରି, ବାଦଲି, କୋୱାସିଗୁଡା, ରାଜଙ୍ଗୁଡା, ମହାରାଜାପଲ୍ଲୀ ଓ ଲୁଣୀମାନଗୁଡା ଥିବାବେଳେ ତେଲେଙ୍ଗାନାର କନ୍ନପୁରମ୍, କୁଟୁଗୁଟା, ପାଲୁ, ନନ୍ଦିଗାମ, ଭଦ୍ରାଚଲମ୍ ଏବଂ ପାଣ୍ଡୁରଙ୍ଗାପୁରମ୍ ଠାରେ ଷ୍ଟେସନ୍ ନିର୍ମାଣ କରାଯିବ।

ସର୍ଭେ (FLS) ପାଇଁ ଆନୁମାନିକ ମୂଲ୍ୟ 307.64 ଲକ୍ଷ ଟଙ୍କା ଜାନୁୟାରୀ 2022 ରେ ମଞ୍ଜୁର ହୋଇଛି। 231 ଲକ୍ଷ ଟଙ୍କା ସର୍ଭେ ପାଇଁ ୨୭ ଫେବୃୟାରୀ ରେ ଟେଣ୍ଡର ଆୱାର୍ଡ କରାଯାଇଅଛି। ଏହି ପ୍ରକଳ୍ପର ବିଭିନ୍ନ ଦିଗକୁ ଅଧ୍ୟୟନ ପରେ ଆଲାଇନମେଣ୍ଟ ଚୂଡାନ୍ତ କରାଯାଇଅଛି। ଜୁନ୍ 2022 ସୁଦ୍ଧା ସର୍ଭେ କାର୍ଯ୍ୟ ସମାପ୍ତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ମାଲକାନଗିରି-ଭଦ୍ରାଚଲମ୍ ରେଳ ଲାଇନ୍ ପ୍ରକଳ୍ପ ସମ୍ୱନ୍ଧରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମୀକ୍ଷା

ଭୁବନେଶ୍ବର: କେନ୍ଦ୍ର ରେଳବାଇ ଏବଂ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମାଲକାନଗିରି ଗସ୍ତ ସମୟରେ ରେଳବାଇ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ସହିତ ପ୍ରସ୍ତାବିତ ମାଲକାନଗିରି – ଭଦ୍ରାଚଲମ୍ ରେଳ ଲାଇନ୍ ପ୍ରକଳ୍ପ ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି।

୧୭୩.୪୧୬ କିମି ଲମ୍ବା ମାଲକାନଗିରି – ଭଦ୍ରାଚଲାମ ପ୍ରସ୍ତାବିତ ରେଳ ଲାଇନ ପ୍ରକଳ୍ପକୁ ସେପ୍ଟେମ୍ବର ୯ ତାରିଖ ୨୦୨୧ ରେ ରେଳବାଇ ବୋର୍ଡ ଦ୍ୱାରା ସ୍ୱୀକୃତି ଦିଆଯାଇଅଛି। ଯାହାର ଆନୁମାନିକ ମୂଲ୍ୟ ୨୮୦୦ କୋଟି ଟଙ୍କା। ଏହି ପ୍ରକଳ୍ପରେ ୪୮ ଟି ଗୁରୁତ୍ୱପୂର୍ଣ୍ଣ ଏବଂ ୧୬୫ ଟି ଛୋଟ ବ୍ରିଜ୍ ସହିତ ୨୧୩ ଟି ସେତୁ ରହିବ।

ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକରେ ଓଡ଼ିଶାର ୬ଟି ଷ୍ଟେସନ୍ ମାଲକାନଗିରି, ବାଦଲି, କୋୱାସିଗୁଡା, ରାଜଙ୍ଗୁଡା, ମହାରାଜାପଲ୍ଲୀ ଓ ଲୁଣୀମାନଗୁଡା ଥିବାବେଳେ ତେଲେଙ୍ଗାନାର କନ୍ନପୁରମ୍, କୁଟୁଗୁଟା, ପାଲୁ, ନନ୍ଦିଗାମ, ଭଦ୍ରାଚଲମ୍ ଏବଂ ପାଣ୍ଡୁରଙ୍ଗାପୁରମ୍ ଠାରେ ଷ୍ଟେସନ୍ ନିର୍ମାଣ କରାଯିବ।

ସର୍ଭେ (FLS) ପାଇଁ ଆନୁମାନିକ ମୂଲ୍ୟ ୩୦୭.୬୪ ଲକ୍ଷ ଟଙ୍କା ଜାନୁୟାରୀ ୨୦୨୨ ରେ ମଞ୍ଜୁର ହୋଇଛି। ୨୩୧ ଲକ୍ଷ ଟଙ୍କା ସର୍ଭେ ପାଇଁ ୨୭ ଫେବୃୟାରୀ ରେ ଟେଣ୍ଡର ଆୱାର୍ଡ କରାଯାଇଅଛି। ଏହି ପ୍ରକଳ୍ପର ବିଭିନ୍ନ ଦିଗକୁ ଅଧ୍ୟୟନ ପରେ ଆଲାଇନମେଣ୍ଟ ଚୂଡାନ୍ତ କରାଯାଇଅଛି। ଜୁନ୍ ୨୦୨୨ ସୁଦ୍ଧା ସର୍ଭେ କାର୍ଯ୍ୟ ସମାପ୍ତ ହେବ।