Categories
ଆଞ୍ଚଳିକ

ରେଢ଼ାଖୋଲ: ସୁଶାସନ ସପ୍ତାହ ପାଳନ ଅବସରରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଏବଂ ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀରେ ମୋଟ ୯୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧୫ ଗୋଟି ସାମୂହିକ ରହିଛି। ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଛଡା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ପୋର୍ଟାଲର ରହିଥିବା ବିଭିନ୍ନ ଅଭିଯୋଗ ଗୁଡିକୁ ମଧ୍ୟ ତୁରନ୍ତ ସମାଧାନ କରିବା ଉପରେ ପଦକ୍ଷେପ ନେବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗ ଶୁଣାଣୀ ଆରମ୍ଭ ପୂର୍ବରୁ ପ୍ରଥମେ ଜିଲ୍ଲାପାଳ ହିତାଧିକାରୀଙ୍କୁ ଟ୍ରାଇସାଇକେଲ, ଭତ୍ତା ବଣ୍ଟନ କରିଥିଲେ। ଏହି ଅଭିଯୋଗ ଶୁଣାଣୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର , ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଂଜନ ମହାନ୍ତ, ରେଢ଼ାଖୋଲ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ କୁମାର ମେହେର ସମେତ ନାକଟିଦେଉଳ ବିଡ଼ିଓ କ୍ଷମାନିଧି ଭୋଇ ଏବଂ ବ୍ଲକ ଅଧ୍ୟକ୍ଷା ଉପସ୍ଥିତ ଥିଲେ। ଏହା ସହିତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ମଧ୍ୟରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ, ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ଥବୀର ମହାନନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଚିସ୍ମିତା ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ପ୍ରମୁଖ ସମେତ ଉପଖଣ୍ଡ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଏହା ସହିତ ସୁଶାସନ ସପ୍ତାହ ପାଳନ ଅବସରରେ ଜିଲ୍ଲାସ୍ତରୀୟ କର୍ମଶାଳା ମଧ୍ୟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାପାଳଙ୍କ ବ୍ରହ୍ମପୁରରେ ଯୁଗ୍ମ ଅଭିଯୋଗ ଶୁଣାଣୀ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ବ୍ରହ୍ମପୁରରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଉପସ୍ଥିତ ଥିଲେ।

ଏହି ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୮୮ ଟି ଅଭିଯୋଗ ଆବେଦନ ମଧ୍ୟରୁ ୮୦ ଟି ବ୍ୟକ୍ତିଗତ, ୭ ଟି ସାମୁହିକ ତଥା ଗ୍ରାମ ଭିତ୍ତିକ ଅଭିଯୋଗ ଥିଲା। ମୋଟ ୮୨ ଟି ଅଭିଯୋଗ ଫଇସଲା ବେଳେ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ଦୁଇ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା।

ବିଶେଷକରି ଆଜିର ଶୁଣାଣି ବେଳେ ଭତ୍ତା, ଶିକ୍ଷା, ସାମାଜିକ ସୁରକ୍ଷା, ଜଳସେଚନ, କୃଷି ଜମି ପଟ୍ଟା ବଣ୍ଟନ, ରାସ୍ତାଘାଟର ଉନ୍ନତି, ରାସନ୍ କାର୍ଡ ଓ ଜିନିଷ ବଣ୍ଟନ, ଗୃହ ନିର୍ମାଣ ଓ ମନାରେଗା ବିଷୟରେ ଜନସାଧାରଣଙ୍କ ଅଭିଯୋଗ ଆସିଥିଲା ଓ ଏହି ଯୁଗ୍ମ ଶୁଣାଣିର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।