Categories
ବିଶେଷ ଖବର ରାଜ୍ୟ ଖବର

ସେତେବେଳେ ଅଶ୍ବିନୀ ବୈଷ୍ଣବଙ୍କୁ ଯାଚିକି ଦେଇଥିଲ, ଏବେ ସେମାନେ ମମତା ମହାନ୍ତଙ୍କୁ ଭିଡିକି ନେଲେ…

ଭୁବନେଶ୍ବର: ବିଜେପିରୁ ମମତା ମହାନ୍ତ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ। ହେବାର ଥିଲା। କାରଣ ସେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ, ଆଉ ତାଙ୍କର ସଂଖ୍ୟା ମଧ୍ୟ ଥିଲା। ସେ ବିଜେଡିରୁ ଇସ୍ତଫା ଦେଲେ ବିଜେପିରେ ମିଶିଲେ ଆଉ ସେ ତାଙ୍କର ସେହି ରାଜ୍ୟସଭା ପଦକୁ ବଜାଇ ରଖିଲେ। କେବେଳ ପରିବର୍ତ୍ତନ ହେଲା ଦଳ। ମମତାଙ୍କ ଏପରି ୟୁଟର୍ଣ୍ଣକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇ ଉଠିଛି।

ତେବେ ମମତା ଯେ ହଠାତ ବିଜେଡି ଆଉ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ତାହା କେବେ ହୋଇ ନ ଥିବ। ଏହା କେବେ ବି ଦିନେ ଦୁଇ ଦିନର କଥା ହୋଇ ନ ଥିବ। ନିଶ୍ଚିତ ଭାବେ କେନ୍ଦ୍ରୀୟ ବିଜେପି ନେତାମାନେ ମମତାଙ୍କ ସହିତ ପୂର୍ବରୁ କଥା ହୋଇ ତାଙ୍କୁ ବୁଝାଇ ସୁଝାଇ ଏହିପରି ଏକ ବଡ ପଦକ୍ଷେପ ନେବା ପାଇଁ ରାଜି କରାଇଥିବେ।ତେଣୁ ଏଥିରେ ନିଃସନ୍ଦେହରେ କୁହାଯିବ ଯେ, ବିଜେପି ଗୋଟିଏ ରାଜ୍ୟସଭା ଆସନ ବିଜେଡି ହାତରୁ କଳେବଳେ କୌଶଳେ ଭିଡିକି ବା ଛଡେଇକି ନେଇଗଲା।

ବର୍ତ୍ତମାନ ମମତା ମହାନ୍ତ ଜିତିବା ପରେ ଅଶ୍ବିନୀ ବୈଷ୍ଣବଙ୍କ କଥା ନିଶ୍ଚିତ ଚିନ୍ତା କରିବାର ଆବଶ୍ୟକ ରହିଛି। କାରଣ ସେହି ଅଶ୍ବିନୀ ବୈଷ୍ଣବ ଯିଏ କି ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜେଡି ଦୁଇଥର ତାଙ୍କୁ ଅଯାଚିତ ସମର୍ଥନ ପ୍ରଦାନ କରିଛି।

2019 ମସିହାରେ ପ୍ରଥମେ ବିଜେପି ପ୍ରାର୍ଥୀ ଅଶ୍ବିନୀଙ୍କୁ ବିଜେଡି ସମର୍ଥନ କରି  ରାଜ୍ୟସଭାକୁ ପଠାଇଥିଲା। ସେତେବେଳେ ସାରା ରାଜ୍ୟରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ସେତିକି ନୁହେଁ, ବିଜେଡିର ଏପରି କାର୍ଯ୍ୟକୁ ନେଇ ସମସ୍ତେ ସନ୍ଦେହ ଚକ୍ଷୁରେ ମଧ୍ୟ ଦେଖିଲେ। ହେଲେ ବିଜେଡି କହିଲା ରାଜ୍ୟର ବୃହତର ସ୍ବାର୍ଥ ପାଇଁ ତାଙ୍କୁ ସମର୍ଥନ କରାଗଲା। କିନ୍ତୁ ପ୍ରକୃତ କଥା ଥିଲା କେନ୍ଦ୍ରୀୟ ଚାପରେ ବିଜେଡି ବଙ୍କା ହୋଇ ଅଶ୍ବିନୀଙ୍କୁ ସମର୍ଥନ କରିବାକୁ ବାଧ୍ୟ ହୋଇଥିଲା।

ଏହାପରେ ପୁଣି 2024 ରେ ସେହି ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରି ରାଜ୍ୟସଭାକୁ ପଠାଇଲା। ଏହା ଥିଲା ରାଜ୍ୟ ରାଜନୀତିରେ ଏକ ବଡ ଆଶ୍ଚର୍ଯ୍ୟ ଘଟଣା। କାରଣ ଓଡିଶାର ବିଧାନସଭା ନିର୍ବାଚନକୁ ଆଉ ମାସେ ଦୁଇ ମାସ ବାକି ଥିବା ବେଳେ ଜଣେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରି ରାଜ୍ୟସଭାକୁ ପଠାଇବା କେହି ବିଶ୍ବାସ କରିପାରୁ ନ ଥିଲେ। ନିର୍ବାଚନ ସମୟରେ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ଦଳ ଉପରେ ଏକ କୁପ୍ରଭାବ ପଡିଲା।

ବିଜେଡି ଭଲ ଭାବରେ ବିଜେପିର ରାଜନୈତିକ ରଣନୀତି ସଂପର୍କରେ ଜାଣିଥିଲେ ମଧ୍ୟ କାହିଁକି ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ କରାଗଲା ତାହାର ରହସ୍ୟ ଏ ପର୍ଯ୍ୟନ୍ତ କେହି ବୁଝିପାରୁ ନାହାଁନ୍ତି। ଶକ୍ତିଶାଳି ଶାସକ ବିଜେଡି ନିଜ କଟ୍ଟର ବିରୋଧୀ ବିଜେପି ଦଳ ପାଖରେ କାହିଁକି ଏପରି ଦୁର୍ବଳତା ପ୍ରକାଶ କଲା ତାହା ଓଡିଶା ରାଜନୈତିକ ଇତିହାସରେ ଏକ ଆଶ୍ଚର୍ଯ୍ୟ ଘଟଣା ହୋଇ ରହିଗଲା।

ପୂର୍ବର ବହୁ ଭୁଲ ନିଷ୍ପତି ପାଇଁ ବିଜେଡିକୁ ବର୍ତ୍ତମାନ ଭୋଗିବାକୁ ପଡୁଛି। ଏକଦା ବିଜେଡି ଲୋକସଭା, ରାଜ୍ୟସଭା ଓ ବିଧାନସଭାରେ ନିଜର ପତିୟାରା ଜାହିର କରି ରହିଥିଲା। ବର୍ତ୍ତମାନ ପରିସ୍ଥିତି ଏପରି ହେଲା ଯେ, ତାଙ୍କର ସେ ସବୁ ପତିୟାରା ଛିଣ୍ଡି ଖିନଭିନ ହୋଇଗଲା। ବର୍ତ୍ତମାନ ରାଜ୍ୟସଭାରେ ଯାହା କିଛି ବିଜେଡିର ପତିୟାରା ରହିଛି ତାହାକୁ ମଧ୍ୟ ବିଜେପିର ଶୀର୍ଷ ନେତୃତ୍ୟ ଲୋଲୁପ ଦୃଷ୍ଟିରେ ଅନେଇ ରହିଛନ୍ତି। କେତେବେଳେ କଣ ହେବ କିଛି କହି ହେବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭା ଉପନିର୍ବାଚନ ପାଇଁ ଦୁଇଜଣଙ୍କ ପ୍ରାର୍ଥୀପତ୍ର କାୟମ, ଜଗନ୍ନାଥ ଲଢିବେ ନା ଛାଡିବେ ?

ଭୁବନେଶ୍ବର: ଆଜି ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚର ଶେଷଦିନ ଥିଲା। ଗତକାଲି ପ୍ରାର୍ଥପତ୍ର ଦାଖଲ ଶେଷ ତାରିଖରେ ଦୁଇଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ। ସେମାନେ ହେଲେ ବିଜେପିରୁ ମମତା ମହାନ୍ତ ଏବଂ ସ୍ବାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ତେବେ ଆଜି ପ୍ରାର୍ଥପତ୍ର ଯାଞ୍ଚ ପରେ ଉଭୟଙ୍କ ନାମାଙ୍କନ କାୟମ ରହିଛି।

ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି ୨୭ ତାରିଖ। ଏହି ଶେଷ ତାରିଖ ସୁଦ୍ଧା ଜଗନ୍ନାଥ ପ୍ରାର୍ଥୀପତ୍ର ପ୍ରତ୍ୟାହାକ କରିବେ ନା ନାହିଁ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଯଦି କୌଣସି କାରଣରୁ ଜଗନ୍ନାଥ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରନ୍ତି ତେବେ ଭୋଟିଂ ହେବା ନିଶ୍ଚିତ। ବର୍ତ୍ତମାନ ଏହାକୁ ନେଇ ଓଡିଶା ରାଜନୀତି ବେଶ ସରଗରମ ହୋଇଉଠିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପିର ମମତା ମହାନ୍ତ

ଭୁବନେଶ୍ବର: ଆଜି ବିଧାନସଭାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ମମତା ମହାନ୍ତ। ପ୍ରାର୍ଥିପତ୍ର ଦାଖଲ ବେଳେ ତାଙ୍କ ସାଥିରେ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀଙ୍କ ସହିତ ବରିଷ୍ଠ ମନ୍ତ୍ରୀଗଣ। ଗତକାଲି ମମତା ମହାନ୍ତ ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଥିଲା। ସେହି ଅନୁସାରେ ମମତା ଦୁଇ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ଥିଲା ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଏହାପରେ ଆସନ୍ତାକାଲି ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ଏହା ସରିବା ପରେ ୨୭ ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଧାର୍ଯ୍ୟ କରାଯାଇଛି।

ନିୟମ ଅନୁସାରେ ଯଦି ଆଉ କେହି ପ୍ରାର୍ଥୀପତ୍ର ଦାଖଲ କରେ ଏବଂ ତାହା କାମୟ ରହେ ତେବେ ସେପ୍ଟମ୍ବର ୩ ତାରିଖରେ ଉପନିର୍ବାଚନ ହେବ। ତେବେ ସଂଖ୍ୟା ଦୃଷ୍ଟିରୁ ବିଜେପି ପ୍ରାର୍ଥୀ ଜିତିବା ନିଶ୍ଚିତ। ଆସନ୍ତା ୨୭ ତାରିଖରେ ପ୍ରାର୍ଥୀ ପ୍ରତ୍ୟାହାର ସମୟ ଶେଷ ହେଲେ ମମତା ବିଜୟୀ ବୋଲି ଘୋଷଣା କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁଣି ରାଜ୍ୟସଭା ଯିବେ ମମତା ମହାନ୍ତ ! ଖେଳ କରିଦେଲା ବିଜେପି

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିବାରୁ କିଏ ପ୍ରାର୍ଥୀ ହେବ ସେ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗିରହିଛି। ଏହା ଭିତରେ ଏକ ବଡ ଖବର ଆସିଛି। ତାହା ହେଲା ଯେ ମମତା ମହାନ୍ତ ପୁଣି ଥରେ ରାଜ୍ୟସଭା ଯିବେ। ଏହି ସୂଚନା ବିଜେପି ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର ଦେଇଛନ୍ତି ବୋଲି କୁହାଯାଇଛି। ସେ କହିଛନ୍ତି ଯେ, ଆଉ ଦିନେ ଦୁଇ ଦିନ ଭିତରେ ତାଙ୍କର ନାମ ଘୋଷଣା ହେବ।

ତେବେ ଏଥିରୁ ସ୍ପଷ୍ଟ ହେଲା ଯେ, ମମତା ମହାନ୍ତଙ୍କୁ ନେଇ ବିଜେପି ବଡ ଖେଳ କରିଦେଲା। କାରଣ ମମତାଙ୍କୁ ବିଜେପି ପ୍ରାର୍ଥୀ କଲେ ତାଙ୍କର ସେହି ସଦସ୍ୟତା ବଜାଇ ରହିବା ସହିତ ସରକାରୀ ଦଳରେ ସାମିଲ ହେଲେ। ଏପରିକି ତାଙ୍କୁ ଭବିଷ୍ୟତରେ କୌଣସି ଗୁରୁ ଦାୟିତ୍ବ ମଧ୍ୟ କେନ୍ଦ୍ର ସରକାର ପ୍ରଦାନ କରିପାରନ୍ତି। ସଂଖ୍ୟା ଦୃଷ୍ଟିରୁ ବିଜେପିରୁ ଯେ କେହି ଛିଡା ହେଲେ ସେ ଜିତିବା ନିଷ୍ଚିତ। ସେହି ହିସାବରେ ବର୍ତ୍ତମାନ ରାଜ୍ୟସଭାରେ ବିଜେପି ଦୁଇଟି ଆସନ ଦଖଲ କରିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରୁ କିଏ ଯିବ ରାଜ୍ୟସଭା, ଏହାକୁ ନେଇ ଆରମ୍ଭ ହେଲା କଳ୍ପନା ଜଳ୍ପନା

ଭୁବନେଶ୍ବର: ଓଡିଶାର ଖାଲିପଡିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ ବୋଲି ଘୋଷଣା ହୋଇସାରିଛି। ସେହି ଅନୁସାରେ ଆସନ୍ତା ସେପ୍ଟେମ୍ବର ୩ ତାରିଖ ଉପନିର୍ବାଚନ ହେବ। ଏଥିପାଇଁ ଅଗଷ୍ଟ ୧୪ରେ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବ। ଅଗଷ୍ଟ ୨୧ ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ୨୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ।

ବିଜେଡି ନେତ୍ରୀ ମମତା ମହାନ୍ତ ହଠାତ ରାଜ୍ୟସଭା ସାଂସଦ ପଦରୁ ଏବଂ ଦଳରୁ ଇସ୍ତଫା ପ୍ରଦାନ କରି ବିଜେପିରେ ସାମିଲ ହୋଇଛନ୍ତି। ସେ ରାଜ୍ୟସଭା ପଦରୁ ଇସ୍ତଫା ଦେବା ପରେ ସେହି ଆସନଟି ଖାଲି ପଡିଛି। ତେବେ ବର୍ତ୍ତମାନ ଏହାର ଉପନିର୍ବାଚନ ହେଲେ ବିଜେପି ପ୍ରାର୍ଥୀ ଜିତିବା ନିଶ୍ଚିତ। ସେଥିପାଇଁ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

ତେବେ ଦିଲ୍ଲୀ ସୁତ୍ର ଅନୁସାରେ ପୁଣି ଥରେ ମମତା ମହାନ୍ତ ବିଜେପି ପ୍ରାର୍ଥୀ ହେବେ। ସେଥିପାଇଁ କୁଆଡେ ତାଙ୍କୁ ପ୍ରତିଶୃତି ଦିଆଯାଇଛି ବୋଲି କୁହାଯାଉଛି। ସେ ବିଜେପିର ସାଂସଦ ଭାବେ କାର୍ଯ୍ୟ କରିବେ। ତେବେ ଅନ୍ୟ ଏକ ସୁତ୍ର ଅନୁସାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାମ ସର୍ବାଗ୍ରେ ରହିଛି। ତାଙ୍କ ନେତୃତ୍ବରେ ବିଜେପି ଓଡିଶାରେ ଭଲ ପ୍ରଦର୍ଶନ କରିଛି। ସେଥିପାଇଁ ତାଙ୍କୁ ରାଜ୍ୟସଭା ପଠାଯାଇ ପୁରସ୍କୃତ କରାଯିବ ବୋଲି ଜଣାପଡିଛି।

ତେବେ ଏହି ଦୁଇ ଜଣ ପରେ ଆଉ ଯାହା ନାମ ଆସୁଛି ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ବିଶେଶ୍ବର ଟୁଡୁ। କାରଣ ହେଲା ଦଳ ଏଥର ବିଶେଶ୍ବରଙ୍କୁ ଟିକେଟ ଦେଲା ନାହିଁ। ତଥାପି ସେ ଦଳତ୍ୟାଗ ନ କରି ନିର୍ବାଚନ ପ୍ରଚାରରେ ନିଜକୁ ସାମିଲ କରିଛନ୍ତି। ସେଥିପାଇଁ ତାଙ୍କୁ ପୁରସ୍କାର ସ୍ବରୂପ ରାଜ୍ୟସଭାକୁ ପଠାଯିବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ତେବେ ଭିତିରଆ ସୁତ୍ର ଅନୁସାରେ ମନମୋହନ ସାମଲଙ୍କୁ ଦିଲ୍ଲୀର ଏକ ଶକ୍ତିଶାଳି ଗୋଷ୍ଟୀ ପ୍ରବଳ ବିରୋଧ କରୁଛନ୍ତି। ସେ ଯେପରି କେନ୍ଦ୍ର ରାଜନୀତିକୁ ନ ଆସନ୍ତୁ ସେଥିପାଇଁ ସବୁପ୍ରକାରର ପ୍ରଚେଷ୍ଠା ଜାରୀ ରହିଛି। ଏହି ଗୋଷ୍ଠୀ ଯଦି ସଫଳ ହୁଅନ୍ତି ତେବେ ମନମୋହନଙ୍କ ରାଜ୍ୟସଭା ସାଂସଦ ଆଶା ମଉଳିଯିବ। ଶେଷରେ ସେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭା ନିର୍ବାଚନ: ୫୬ ଟି ସିଟ୍ ମଧ୍ୟରୁ ନିର୍ଦ୍ବନ୍ଦରେ ଜିତିଲେ ୪୧ ପ୍ରାର୍ଥୀ, ୧୫ ଟି ଆସନ ପାଇଁ ୨୭ ରେ ଭୋଟ୍

ନୂଆଦିଲ୍ଲୀ: ଫେବୃଆରୀ ୨୭ ତାରିଖରେ ୫୬ ଟି ରାଜ୍ୟସଭା ଆସନ ପାଇଁ ମତଦାନ ହେବ। ବିଶେଷ କଥା ହେଉଛି ନାମ ପ୍ରତ୍ୟାହାରର ଶେଷ ତାରିଖ ପୂର୍ବରୁ ମଧ୍ୟ ୪୧ ଟି ଆସନର ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି। ସରଳ ଶବ୍ଦରେ କହିବାକୁ ଗଲେ, ପ୍ରାର୍ଥୀମାନେ ରାଜ୍ୟସଭାର ୪୧ ଟି ଆସନରେ ନିର୍ଦ୍ବନ୍ଦରେ ଜିତିଛନ୍ତି, ବର୍ତ୍ତମାନ କେବଳ ୧୫ ଟି ସିଟ୍ ବାକି ଅଛି ଯେଉଁଥିରେ ନିର୍ବାଚନ ହେବାକୁ ଯାଉଛି। ପ୍ରକାଶଯୋଗ୍ୟ ଯେ, ବିଭିନ୍ନ ରାଜ୍ୟରେ ୪୧ ଟି ସିଟ୍ ପାଇଁ କେବଳ ୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା, ଯାହାଙ୍କର ରାଜ୍ୟସଭାରେ ପହଞ୍ଚିବାର ରାସ୍ତା ସଫା ହୋଇଯାଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ଦ୍ବନ୍ଦରେ ଜିତିଲେ ଓଡିଶାର ତିନି ରାଜ୍ୟସଭା ପ୍ରାର୍ଥୀ, ଖୁବଶିଘ୍ର ନେବେ ଶପଥ

ଭୁବନେଶ୍ବର: ନିର୍ଦ୍ବନ୍ଦରେ ବିଜୟ ଲାଭ କରିଛନ୍ତି ତିନି ରାଜ୍ୟସଭା ପ୍ରାର୍ଥୀ। ସେମାନେ ହେଲେ ବିଜେଡିର ଦେବାଶୀଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆଏବଂ ବିଜେପିର ଅଶ୍ବିନୀ ବୈଷ୍ଣବ। ଆଜି ଥିଲା ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ। କେହି ନାମାଙ୍କନ ପତ୍ର ଦାଖଲ ନ କରିବା ଏବଂ ତିନି ଆସକୁ ତିନି ପ୍ରାର୍ଥୀ ଥିବା ଯୋଗୁଁ ବର୍ତ୍ତମାନ ଏମାନଙ୍କୁ ବିଜୟ ଘୋଷଣା କରାଯାଇଛି।

ଏହାପରେ ଏହି ବିଜୟ ପ୍ରାର୍ଥୀଙ୍କୁ ବିଧାନସଭା ତରଫରୁ ପ୍ରମାଣ ପତ୍ର ପ୍ରଦାନ କରାଯିବ। ସେମାନେ ରାଜ୍ୟସଭାରେ ପ୍ରମାଣପତ୍ର ଦାଖଲ କରିବା ପରେ ଶପଥ ଗ୍ରହଣ କରିବେ। ଖୁବ ଶିଘ୍ର ଓଡିଶାର ତିନି ସଦସ୍ୟ ଶପଥ ନେବେ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ରାଜ୍ୟସଭା ନିର୍ବାଚନରେ ବାପଠାରୁ ପୁଅ ଆଗରେ, ଯାହା ବିଜୁବାବୁ କରିପାରି ନ ଥିଲେ ତାହା ନବୀନ କଲେ

ଭୁବନେଶ୍ୱର: ରାଜ୍ୟ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଦଳୀୟ ସ୍ୱାର୍ଥକୁ ଭୁଲି ଯାଇଥିବା ନେତାମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରେ ଅଛନ୍ତି।

୧୯୯୪ ମସିହାରେ ଯେତେବେଳେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କା ରାଜ୍ୟସଭାରୁ ଅବସର ନେଲେ ତାଙ୍କୁ ଆଉଥରେ ରାଜ୍ୟସଭାକୁ ପଠାଇବା ସହିତ ରେଳ ବିଭାଗର ମନ୍ତ୍ରୀ କରିବାକୁ ସେତେବେଳର ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ଚେଷ୍ଠା କରିଥିଲେ।

କାରଣ କାହ୍ନୁଚରଣ ଲେଙ୍କା ସେତେବେଳେ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ଦିଗରେ ଅନେକ ପଦକ୍ଷେପ ନେଇଥିଲେ, ଯାହାକି ବିଜୁବାବୁଙ୍କୁ ଆକୃଷ୍ଟ କରିଥିଲା। କିନ୍ତୁ କଂଗ୍ରେସ ହାଇକମାଣ୍ଡ ବିଜୁବାବୁଙ୍କ କଥାରେ ରାଜି ହୋଇନଥିଲେ।

ଏବେ ପୁଅର ପାଳି। ୨୦୧୯ରେ ସେ ଯେତେବେଳେ ବିଜେପି ପକ୍ଷରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ହେଲେ, ସେତେବେଳେ ବିଜେପିର ସଂଖ୍ୟାବଳ ନ ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ହୃଦୟ ଦେଖାଇ ତାଙ୍କୁ ରାଜ୍ୟସଭାକୁ ସମର୍ଥନ ଦେଇ ନିର୍ବାଚିତ କରାଇଥିଲେ। ଅଶ୍ୱିନୀ ମଧ୍ୟ ଏହି ସହାୟତା ଋଣ ପରିଶୋଧ କରିବାକୁ ଯଥାସାଧ୍ୟ ଉଦ୍ୟମ କରିଛନ୍ତି।

୨୦୨୧ ଜୁଲାଇରେ ସେ ରେଳ ମନ୍ତ୍ରୀ ହେବା ପରେ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ଓ ନୂତନ ରେଳ ଚଳାଚଳ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନେବା ସହିତ ଅନୁଦାନ ରାଶି ଆଶାତୀତ ଭାବରେ ପ୍ରଦାନ କରିଛନ୍ତି। ଚଳିତ ବର୍ଷ କାମଚଳା ବଜେଟରେ ଓଡ଼ିଶାକୁ ୧୦,୫୩୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୫୨୪ କୋଟି ଅଧିକ ଅନୁଦାନ ମିଳିଛି।

ଅଶ୍ୱିନୀଙ୍କର ଏପରି କାମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହିତ ପୁଣିଥରେ ତାଙ୍କୁ ସଂସଦର ଉଚ୍ଚ ସଦନକୁ ପଠାଇବା ପାଇଁ ଦଳୀୟ ସ୍ୱାର୍ଥକୁ ରାଜ୍ୟ ସ୍ୱାର୍ଥ ଆଗରେ ତ୍ୟାଗ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି। ନବୀନଙ୍କର ଏଭଳି କାର୍ଯ୍ୟକୁ ଓଡ଼ିଶାବାସୀ ପ୍ରଶଂସା କରିବା ସହିତ ବାପଠାରୁ ପୁଅ ଦୁଇପାଦ ଆଗରେ ବୋଲି ଆଲୋଚନା କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବହୁ ଚର୍ଚ୍ଚା ପରେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ବହୁ ବାଦ ବିବାଦ, ବହୁ ଚର୍ଚ୍ଚା ପରେ ଆଜି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ବିଜେପିର ପ୍ରାର୍ଥୀ ଭାବେ ସେ ଏହି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଆଜି ସକାଳେ ଅଶ୍ବିନୀ ବିଜେପି ସଭାପତି ମନମୋହନ ସାମଲ, ବିରୋଧୀ ଦଳର ମୁଖ୍ୟସଚେତକ ମୋହନ ମାଝି ଓ ବହୁ ବିଧାୟକ ତାଙ୍କ ସାଥିରେ ଥିଲେ।

ସେ ବିଧାନସଭାରେ ରିଟର୍ଣ୍ଣି ଅଫିସରଙ୍କୁ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାଙ୍କ ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରୁଥିଲେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ ବେଳେ କେହି ତାଙ୍କ ସାଥିରେ ନ ଥିଲେ। ଆଜି ନାମାଙ୍କନ ଦାଖଲର ଶେଷ ତାରିଖ। ଓଡିଶାର ତିନୋଟି ଆସନ ଖାଲି ରହୁଥିବାରୁ ବର୍ତ୍ତମାନ ତିନିଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେଣୁ ଏହି ତିନି ନିଶ୍ଚିତ ନିର୍ବାଚିତ ହେବେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମନମୋହନ ସାମଲ କହିଲେ ଆମେ କାହାରି ସମର୍ଥନ ମାଗି ନାହୁଁ, ଯିଏ ଦେବ ଭଲ କଥା

ଭୁବନେଶ୍ବର: ବିଜେଡି ସମର୍ଥନରେ ବିଜେପିର ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାକୁ ପୁଣି ଯିବେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ହଟଚମଟ ଲାଗି ରହିଛି। ଏଥିରେ କେଉଁଦଳର କ୍ଷତି ହେବ କାହାର ଲାଭ ହେବ ଚାଲିଛି ହିସାବ ନିକାସ। ତେବେ ଏହି ଘଟଣା ପରେ ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ, ଆମେ କାହାର ସମର୍ଥନ ମାଗି ନାହୁଁ। ଯଦି ନିର୍ବାଚନରେ କେହି ସମର୍ଥନ ଦେଲା ଭଲ କଥା।

ସେ ଆହୁରି କହିଥିଲେ ଯେ, ଆମେ ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେଇଛୁ। ଆଉ ଯଦି କେହି ପ୍ରାର୍ଥୀ ଦେବ ସେଥିରେ କାହାର କିଛି କହିବାର ନାହିଁ। ନିର୍ବାଚନରେ ଛିଡା ହେଲେ ସମସ୍ତଙ୍କର ସମର୍ଥନ ଆବଶ୍ୟକ। ସେହି ଆଶା କରି ବିଜେପି ପ୍ରାର୍ଥୀ ଦେଇଛି। ଆସନ୍ତାକାଲି ଆମେ ନାମାଙ୍କନ ପତ୍ର ଦାଖଲ କରିବୁ। ତେବେ ଆଗାମୀ ଦିନରେ ବିଜେଡି ବିଜେପି ମେଣ୍ଟ ହେବ କି କଣ ପଚାରା ଯିବାରୁ ସେ ଏହାକୁ ଖଣ୍ଡନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେଡି କଲା ଘୋଷଣା, ରାଜ୍ୟସଭା ନିର୍ବାଚନରେ ଅଶ୍ବିନୀ ବୈଷ୍ଣବଙ୍କୁ କରିବ ସମର୍ଥନ

ଭୁବନେଶ୍ବର: ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ବିନୀ ବୈଷ୍ଣବଙ୍କ ନାମ ବିଜେପି ଘୋଷଣା କରିବା ପରେ ବିଜେଡି ତାହାକୁ ସମର୍ଥନ କରିଛି। ଆଜି ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରୁଛି।

ପୂର୍ବରୁ ଏହି ଆଶଙ୍କା ସୃଷ୍ଟି ହୋଇଥିଲା। କାରଣ ବିଜେଡି ତିନୋଟି ରାଜ୍ୟସଭା ଆସନରେ ଜିତିବାକୁ ଥିଲେ ମଧ୍ୟ ଦୁଇଟି ଆସନରେ ପ୍ରାର୍ଥୀ ଦେଇଥିଲା। ଫଳରେ ଅନ୍ୟ ଆସନଟି ପୂର୍ବପରି ଅଶ୍ବିନୀ ବୈଷ୍ଣବଙ୍କୁ ଦିଆଯିବ ବୋଲି ଚର୍ଚ୍ଚା ଚାଲିଥିଲା। ଯାହା ସତ ବୋଲି ପ୍ରମାଣିତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କିଏ ହେବ ରାଜ୍ୟସଭାର ତୃତୀୟ ପ୍ରାର୍ଥୀ, ଆସନ୍ତାକାଲି ଓଡିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ଖାଲିପଡିଥିବା ତିନୋଟି ରାଜ୍ୟସଭା ଆସନରେ ବର୍ତ୍ତମାନ ବିଜେଡି ଦୁଇଜଣଙ୍କ ନାମ ଘୋଷଣା କରିସାରିଛି। ସେମାନେ ପ୍ରାର୍ଥିପତ୍ର ମଧ୍ୟ ଦାଖଲ କରିସାରିଛନ୍ତି। ହେଲେ ତୃତୀୟ ପ୍ରାର୍ଥୀ କିଏ ହେବ ଏ ପର୍ଯ୍ୟନ୍ତ ବିଜେଡି ଘୋଷଣା କରି ନାହିଁ।

ତିନୋଟି ଆସନ ବିଜେଡି ଜିତିବାର କ୍ଷମତା ଥିଲେ ମଧ୍ୟ କଣ ପାଇଁ ଗୋଟିଏ ଆସନ ସସପେନସ ରଖାଗଲା ତାହା ଜଣାପଡି ନାହିଁ।

ଅନ୍ୟପଟେ ଓଡିଶା ଗସ୍ତରେ ବୁଧବାର ଦିନ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ କେତେକ ରେଳ ପ୍ରକଳ୍ପର ସମୀକ୍ଷା ସହିତ ଟେଲି ଯୋଗାଯୋଗର ବୈଠକ ଅଛି। ଏଥିସହିତ ସେ ବିଜେପି ପାର୍ଟି ଅଫିସ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ତାଙ୍କର ଏହି ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଦୁଇଦିନ ଓଡିଶାରେ ରହିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟସଭା ନାମାଙ୍କନ ସମୟ ଦୁଇ ଦିନରେ ଅର୍ଥାତ 15 ତାରିଖରେ ଶେଷ ହେବ।

ତେବେ ପୁଣି ଥରେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଅଶ୍ବନୀ ବୈଷ୍ଣବ ଯିବେ ବୋଲି ସମ୍ଭାବନା ଦେଖାଦେଲାଣି।  ତେବେ ସେ ଓଡିଶା ପହଞ୍ଚିବା ପରେ ତାଙ୍କର ପ୍ରତିକ୍ରିୟା କଣ ରଖୁଛନ୍ତି ତାହାକୁ ଅପେକ୍ଷା।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ କଲେ ଦୁଇ ବିଜେଡି ନେତା, ତଥାପି ସସପେନସରେ ତୃତୀୟ ଆସନ

ଭୁବନେଶ୍ବର: ଆଜି ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ। ଆଜି ଦଳିୟ ନେତାଙ୍କ ଗହଣରେ ବିଧାନସଭା ଯାଇ ଉଭୟ ନାମାଙ୍କନ ଦାଖଲ କରିଛନ୍ତି।

ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ଅରୁଣ ସାହୁ, ପ୍ରତାପ ଜେନା ଏବଂ ଉମା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ବିଜେଡି ତୃତୀୟ ପ୍ରାର୍ଥୀଙ୍କୁ ଜିତାଇବାରେ ସକ୍ଷମ ଥିବା ବେଳେ ଏ ପର୍ଯ୍ୟନ୍ତ ତାଙ୍କ ନାମ ଘୋଷଣା ହୋଇ ନାହିଁ। ଦୁଇ ଜଣଙ୍କ ନାମ ଘୋଷଣା ହେବା ପରେ କଣ ପାଇଁ ଦଳ ତୃତୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ ସେ ନେଇ ସସପେନସ ଜାରୀ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭା ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ, ବାହାରିଲା ବିଜ୍ଞପ୍ତି

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି। ସେହି ଅନୁସାରେ ଆଜିଠାରୁ ଫେବ୍ରୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ। ଏହାପରେ ଫେବୃଆରୀ ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ସେହିପରି ୨୦ ଫେବୃଆରୀ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିପାରିବେ।

୨୭ ଫେବୃଆରୀ ସକାଳ ୯ଟା ରୁ ୪ଟା ଯାଏ ଭୋଟ ଗ୍ରହଣ ହେବ। ସେହିଦିନ ଅପରାହ୍ନ ୫ ଟାରୁ ଭୋଟ ଗଣତି କରାଯିବ। ଓଡ଼ିଶାର ତିନି ରାଜ୍ୟ ସଭା ସିଟ ପାଇଁ ନିର୍ବାଚନ ହେବ। ଆସନ୍ତା ଏପ୍ରିଲ ୩ରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ଶେଷ ହେଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଘୋଷଣା ହେଲା ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ, ଓଡିଶାର ରହିଛି ତିନୋଟି ଆସନ

ଭୁବନେଶ୍ବର: ଆଜି ନିର୍ବାଚନ କମିଶନର ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ଆସନ୍ତା ଫେବୃୟାରୀ ୨୭ ତାରିଖରେ ହେବ ଏହି ନିର୍ବାଚନ। ସେହିପରି ନାମାଙ୍କନ ପତ୍ର ଦାଖଲ ସମୟ ହେଉଛି ଫେବୃୟାରୀ ୧୫ ତାରିଖ, ପ୍ରାର୍ଥୀପତ୍ର ଯାଞ୍ଚ ୧୬ ତାରିଖରେ ହେବ। ଫେବୃୟାରୀ ୨୦ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ତାରିଖ ରହିଛି।

ଏଥିରେ ମୋଟ ୧୫ଟି ରାଜ୍ୟର ୫୬ ଆସନରେ ନିର୍ବାଚନ ହେବ। ସେଥିମଧ୍ୟରୁ ଓଡିଶାର ୩ଟି ଆସନରେ ମଧ୍ୟ ନିର୍ବାଚନ ହେବ। ଯେଉଁ ସାଂସଦଙ୍କ ଆସନ ଖାଲି ହେଉଛି ସେମାନେ ହେଲ ଅଶ୍ବନୀ ବୈଷ୍ଣବ, ଅମର ପଟ୍ଟନାୟକ ଏବଂ ପ୍ରଶାନ୍ତ ନନ୍ଦ। ଉତ୍ତର ପ୍ରଦେଶରେ ସର୍ବାଧିକ ୧୦ଟି ଆସନ ଖାଲି ହେଉଥିବା ବେଳେ ବିହାର ଓ ମହାରାଷ୍ଟ୍ରରେ ୬ ଟି ଲେଖାଏଁ ଆସନ ଖାଲି ହେଉଛି।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି, ପଶ୍ଚିମବଙ୍ଗର ୭ ଟି ଆସନରେ ହେବ ମତଦାନ

ନୂଆଦିଲ୍ଲୀ: ଆଜି ତୃଣମୂଳ କଂଗ୍ରେସ (ଟିଏମସି) ଦଳ ପଶ୍ଚିମବଙ୍ଗରୁ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଟିଏମସି ଟୁଇଟ୍ କରି ଲେଖିଛି ଯେ, ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ଅତ୍ୟନ୍ତ ଆନନ୍ଦଦାୟକ। ଏହା ସହିତ ସମସ୍ତ ପ୍ରାର୍ଥୀଙ୍କୁ ମଧ୍ୟ ଦଳ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।

ଟିଏମସି ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ଡେରେକ ଓ’ ବ୍ରାଇନ୍, ଡୋଲା ସେନ୍, ସୁଖେନ୍ଦୁ ଶେଖର ରୟ, ସମୀରୁଲ ଇସଲାମ, ପ୍ରକାଶ ଚିକ୍ ବଡାଇକ୍ ଏବଂ ସାକେତ ଗୋଖଲେଙ୍କ ନାମ ଉପରେ ଦଳ ମୋହର ଲଗାଇଛି। ପଶ୍ଚିମବଙ୍ଗରୁ ମୋଟ ୭ ଜଣ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ, ଯେଉଁଥିପାଇଁ ଗତ ଗୁରୁବାରରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଲୋକଙ୍କ ସେବା ପାଇଁ ପ୍ରକୃତ ଭକ୍ତି ସହ କାର୍ଯ୍ୟ କରିବାକୁ ଟିଏମସି ଦଳ ବଙ୍ଗଳାର ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କୁ କହିଛି। ଦଳ ସମସ୍ତ ପ୍ରାର୍ଥୀଙ୍କୁ ଲୋକମାନଙ୍କ ପ୍ରତି ଉତ୍ସର୍ଗୀକୃତ ହେବାକୁ କହିଥିଲେ। ଟୁଇଟ୍ କରି ଟିଏମସି ଲେଖିଛି ଯେ ତ୍ରିନାମୁଲର ଅବିସ୍ମରଣୀୟ ଆତ୍ମା ​​ଏବଂ ପ୍ରତ୍ୟେକ ଭାରତୀୟଙ୍କ ଅଧିକାର ପାଇଁ ଓକିଲାତି କରିବାର ସ୍ଥାୟୀ ଉତ୍ତରାଧିକାରୀ ବଜାୟ ରଖନ୍ତୁ।

Categories
ଆଜିର ଖବର ଜାତୀୟ ଖବର

ଅଯୋଗ୍ୟ ଘୋଷିତ ହେବେ ନାହିଁ ଜ୍ୟୋତିରାଦିତ୍ୟ ସିନ୍ଧିଆ!, ସୁପ୍ରିମକୋର୍ଟଙ୍କ ଠାରୁ ବଡ ଆଶ୍ଵସ୍ତି

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ଵସ୍ତି ପାଇଛନ୍ତି। ସିନ୍ଧିଆଙ୍କ ରାଜ୍ୟସଭା ନିର୍ବାଚନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।

ଏହି ଆବେଦନରେ ମଧ୍ୟପ୍ରଦେଶର କଂଗ୍ରେସ ନେତା ଗୋବିନ୍ଦ ସିଂ କହିଛନ୍ତି ଯେ, ୨୦୧୮ରେ ଭୋପାଳର ଶ୍ୟାମାଲା ହିଲ୍ସ ପୋଲିସ ଷ୍ଟେସନରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା, କିନ୍ତୁ ସେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାବେଳେ ସେ ଏହା ବିଷୟରେ ସୂଚନା ଦେଇନାହାଁନ୍ତି।

Categories
ବିଶେଷ ଖବର

ମହା ବିକାଶ ଆଘାଡିରେ ବଡ ଫାଟ, ବର୍ତ୍ତମାନ ଶିବସେନାରେ ଯୋଗ ଦେଲେ ଅନେକ କଂଗ୍ରେସ ନେତା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମହା ବିକାଶ ଆଘାଡିରେ ମତଭେଦ ବୃଦ୍ଧି ପାଇବାରେ ଲାଗିଛି। ରାଷ୍ଟ୍ରପତି ନିର୍ବାଚନରେ ​​ମହା ବିକାଶ ଆଘାଡି (MVA) ର ଦଳ ବିଭିନ୍ନ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାବେଳେ ମହାରାଷ୍ଟ୍ର ବିଧାନ ପରିଷଦରେ ବିରୋଧୀଦଳର ନେତା ଚୟନକୁ ନେଇ ଏହି ଦଳମାନେ ମଧ୍ୟ ଭିନ୍ନ ଭିନ୍ନ ରାସ୍ତା ନେଇଥିଲେ। ଏବେ ମହାରାଷ୍ଟ୍ର କଂଗ୍ରେସରେ ଶିବସେନା ଏକ ଫାଟ ସୃଷ୍ଟି କରିଛି। ମହାରାଷ୍ଟ୍ରର ସିନ୍ଧୁଦୂର୍ଗ ଜିଲ୍ଲାର ବହୁ କଂଗ୍ରେସ ନେତା ଉଦ୍ଧବ ଠାକରେଙ୍କ ହାତରେ ଶିବ ବନ୍ଧନ ବାନ୍ଧି ଶିବସେନା (ଉଦ୍ଧବ ଠାକରେ ଦଳ) ରେ ଯୋଗ ଦେଇଥିଲେ।

କଂଗ୍ରେସରୁ ଶିବସେନାରେ ଯୋଗ ଦେଇଥିବା ନେତାଙ୍କ ମଧ୍ୟରେ ସିନ୍ଧୁଦୂର୍ଗ କଂଗ୍ରେସ ଜିଲ୍ଲା ସଭାପତି ବାଲା ଗାୱଡେ, ପରିବେଶ ବିଭାଗର ରାଜ୍ୟ ସଚିବ ସଚ୍ଚିତାନନ୍ଦ ବୁଗଡେ, ଏନଏସୟୁ ଜିଲ୍ଲା ସଭାପତି କୌସ୍ତୁବ ଗାୱଡେ, ବିଭାଗୀୟ ସଚିବ ସନ୍ଦୀପ କୋଠୱାଲେ, କିରଣ ଗାୱଡେ, ବୈଭବ ସୂତାର ଏବଂ ବହୁ ପଦାଧିକାରୀ ଅଛନ୍ତି। ସମସ୍ତେ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଶିବସେନାରେ ଯୋଗ ଦେଇଥିଲେ। ଏହି ଅବସରରେ ଶିବସେନା ସାଂସଦ ବିନାୟକ ରାଉତ ଏବଂ ଶିବସେନାର ଅନ୍ୟ ପାଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ରାଜ୍ୟସଭା ନିର୍ବାଚନ ପରେ ମହା ବିକାଶ ଆଘାଡିଙ୍କ ସହଯୋଗୀଙ୍କ ମଧ୍ୟରେ ମତଭେଦ ହୋଇଥିଲା। ରାଜ୍ୟସଭା ନିର୍ବାଚନ ସମୟରେ ଏହି ସହଯୋଗୀ ଦଳର ନେତାମାନେ ବିଜେପି ପ୍ରାର୍ଥୀ ପାଇଁ ଭୋଟ୍ ଦେଇଥିଲେ। ଏଥି ସହିତ ଶିବସେନାରେ ବିଦ୍ରୋହ ପରେ ମହା ବିକାଶ ଆଘାଡିଙ୍କ ସରକାର ମଧ୍ୟ ପତନ ହୋଇଥିଲା। ଶିବସେନାର ଅନେକ ବିଦ୍ରୋହୀ ନେତା ମଧ୍ୟ ଶିବସେନାରେ ବିଭାଜନ ସୃଷ୍ଟି କରୁଥିବା ଏନସିପି ଏବଂ କଂଗ୍ରେସକୁ ଅଭିଯୋଗ କରିଥିଲେ।

ନିକଟରେ ଉଦ୍ଧବ ଠାକରେଙ୍କ ଶିବସେନା ରାଜ୍ୟ ବିଧାନ ପରିଷଦରେ ବିରୋଧୀଦଳର ନେତା ପଦବୀ ପାଇଁ ଦାବି କରିଥିଲେ। ଏହି ପଦବୀ ପାଇଁ କଂଗ୍ରେସ ଏବଂ ଏନସିପି ମଧ୍ୟ ଦୌଡରେ ଥିଲେ। ଅନ୍ୟପକ୍ଷରେ ମହାବିକାଶ ଆଘାଡି (ଏମଭିଏ) ଦଳଗୁଡ଼ିକ ରାଷ୍ଟ୍ରପତି ନିର୍ବାଚନରେ ​​ଅଲଗା ହୋଇଯାଇଥିଲେ। ରାଷ୍ଟ୍ରପତି ନିର୍ବାଚନରେ ​​କଂଗ୍ରେସ ଏବଂ ଏନସିପି ମିଳିତ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରୁଥିବାବେଳେ ଶିବସେନା ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିଲେ।

Categories
ବିଶେଷ ଖବର

ରାଜ୍ୟସଭା ନିର୍ବାଚନରେ ​​କଂଗ୍ରେସର ଖେଳ ବିଗାଡ଼ିଥିବା କୁଲଦୀପ ବିଷ୍ନୋଇ ବିଜେପିରେ ହୋଇପାରନ୍ତି ସାମିଲ

ହରିୟାଣା: ହରିୟାଣା ରାଜ୍ୟସଭା ନିର୍ବାଚନରେ ​​କଂଗ୍ରେସର ଖେଳକୁ ନଷ୍ଟ କରିଥିବା କୁଲଦୀପ ବିଷ୍ନୋଇ ବିଜେପି ଯାଇପାରନ୍ତି। ଗୃହମନ୍ତ୍ରୀ ଅମିତ ଶାହା ବିଜେପି ସଭାପତି ଜେପି ନାଡାଙ୍କୁ କୁଲଦୀପ ଭେଟିବା ପରେ ଏହି ଆଲୋଚନା ଆରମ୍ଭ ହୋଇଛି। ଆପଣଙ୍କୁ କହିରଖୁଛୁ ଯେ ରାଜ୍ୟସଭା ନିର୍ବାଚନରେ ​​ଦଳ ବିରୋଧରେ ଲଢିଥିବା କୁଲଦୀପ ବିଷ୍ନୋଇଙ୍କୁ ବିଜେପିରେ ଯୋଗଦେବା ପାଇଁ ଦୀର୍ଘ ସମୟ ଧରି ଆଲୋଚନା ହେଉଛି। ଏହି ସମୟରେ ଦିଲ୍ଲୀରେ ସେ ବିଜେପିର ବରିଷ୍ଠ ନେତାଙ୍କୁ ଭେଟି କଳ୍ପନା ଜଳ୍ପନାକୁ ଆହୁରି ବଢେଇ ଦେଇଛନ୍ତି।

ପ୍ରକାଶ ଯୋଗ୍ୟ ଯେ, କୁଲଦୀପ ବିଷ୍ନୋଇ ନିଜେ ଟୁଇଟ୍ କରି ଉଭୟ ନେତାଙ୍କୁ ଭେଟିବା ବିଷୟରେ ସୂଚନା ସେୟାର କରିଛନ୍ତି। ଅମିତ ଶାହାଙ୍କୁ ଭେଟିବାର ଚିତ୍ର ଟ୍ୱିଟ୍ କରି କୁଲଦୀପ ଲେଖିଛନ୍ତି ଯେ, “ଅମିତ ଶାହାଙ୍କୁ ଭେଟିବା ପ୍ରକୃତ ଗୌରବର ବିଷୟ। ଭାରତ ପ୍ରତି ତାଙ୍କର ଦୃଷ୍ଟିକୋଣ ଆଶ୍ଚର୍ଯ୍ୟଜନକ।”

ଏଥି ସହିତ ଉଭୟ ନେତାଙ୍କୁ ଭେଟିବା ପରେ ସେ ନିଜ ଟୁଇଟର ଆକାଉଣ୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଛବି ହଟାଇ ଦେଇଛନ୍ତି। ସେହିଭଳି ବାୟୋରେ ସେ ନିଜକୁ ପୂର୍ବତନ ସାଂସଦ ତଥା ବର୍ତ୍ତମାନର ବିଧାୟକ ବୋଲି ବର୍ଣ୍ଣନା କରିଛନ୍ତି। କିନ୍ତୁ ଦଳ ବିଷୟରେ ଉଲ୍ଲେଖ କରାଯାଇ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭା ନିର୍ବାଚନ: ମହାରାଷ୍ଟ୍ରରେ ବିଜେପିକୁ ବଡ ବିଜୟ, ରାଜସ୍ଥାନରେ କଂଗ୍ରେସ ଜିତିଲା ୩ ଟି ଆସନ

ନୂଆଦିଲ୍ଲୀ: ୪ ଟି ରାଜ୍ୟରେ ୧୬ ଟି ରାଜ୍ୟସଭା ଆସନ ପାଇଁ ଶୁକ୍ରବାର ଦିନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭୋଟ ଗଣତି ଅପରାହ୍ନ ୫ ଟା ପରେ ହେବାର ଥିଲା। କିନ୍ତୁ ହରିୟାଣା ଏବଂ ମହାରାଷ୍ଟ୍ରରେ ନିୟମ ଉଲ୍ଲଂଘନ ଅଭିଯୋଗ ହେତୁ ଭୋଟ୍ ଗଣନାରେ ପ୍ରାୟ ଆଠ ଘଣ୍ଟା ବିଳମ୍ବ ହୋଇଥିଲା। ତେବେ ରାଜସ୍ଥାନ ଏବଂ କର୍ଣ୍ଣାଟକ ପାଇଁ ଫଳାଫଳ ପୂର୍ବରୁ ହୋଇସାରିଛି। କିନ୍ତୁ ହରିୟାଣା ଏବଂ ମହାରାଷ୍ଟ୍ରରେ ଭୋଟ୍ ଗଣନାକୁ ମଧ୍ୟରାତ୍ରିରେ ନିର୍ବାଚନ ଆୟୋଗ ଅନୁମୋଦନ କରିଛନ୍ତି। ରାଜସ୍ଥାନରେ ଚାରୋଟି ଆସନ ମଧ୍ୟରୁ ତିନିଟି କଂଗ୍ରେସ ଏବଂ ଗୋଟିଏ ଆସନ ବିଜେପି ଜିତିଛି। ଏଥି ସହ କର୍ଣ୍ଣାଟକରେ ବିଜେପି ୩ ଟି ସିଟ୍ ଏବଂ କଂଗ୍ରେସ ଗୋଟିଏ ସିଟ୍ ପାଇଛି। ଯେଡିଏସକୁ କୌଣସି ଆସନ ମିଳିନାହିଁ।

ମହାରାଷ୍ଟ୍ରର ୬ ଟି ଆସନ ଉପରେ ନିଷ୍ପତ୍ତି ଅନୁଯାୟୀ ମହାବିକାସ୍ ଅଗାଡିର ୩ ଜଣ ପ୍ରାର୍ଥୀ ଏବଂ ବିଜେପିର ୩ ଜଣ ପ୍ରାର୍ଥୀ ଜିତିଛନ୍ତି। ଷଷ୍ଠ ଆସନ ପାଇଁ ମହାବିକାସ ଅଗାଡିଙ୍କୁ ଏକ ଝଟକା ମିଳିଥିଲା। ଏହି ଆସନରେ ବିଜେପିର ଧନଞ୍ଜୟ ମହାଡିକ ଶିବସେନାର ସଞ୍ଜୟ ପାୱାରଙ୍କୁ ପରାସ୍ତ କରିଛନ୍ତି। ଧନଞ୍ଜୟ ମହାଦିକ ୪୧.୫୮ ଭୋଟ୍ ଏବଂ ସଞ୍ଜୟ ପାୱାର ୩୯.୨୬ ଭୋଟ୍ ପାଇଛନ୍ତି।

ଶିବସେନାର ସଞ୍ଜୟ ରାଉତଙ୍କୁ ୪୧ ଭୋଟ, କଂଗ୍ରେସର ଇମ୍ରାନ ପ୍ରତାପଗଡିଙ୍କୁ ୪୪ ଭୋଟ ଏବଂ ଏନସିପିର ପ୍ରଫୁଲ୍ଲ ପଟେଲ ୪୩ ଭୋଟ ପାଇଥିଲେ। ଅନ୍ୟପକ୍ଷରେ ବିଜେପିର ପୀୟୁଷ ଗୋୟଲ ୪୮ ଟି ଏବଂ ଅନିଲ ବୋଣ୍ଡେ ୪୮ ଭୋଟ୍ ପାଇଛନ୍ତି।

ରାଜସ୍ଥାନରେ ତିନିଜଣ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି। ଆଉ ଗୋଟିଏ ଆସନ ବିଜେପିର ଅଂଶରେ ଆସିଛି। ତେବେ ବିଜେପି ସମର୍ଥିତ ସୁଭାଷ ଚନ୍ଦ୍ର ହାରିଯାଇଛନ୍ତି।

ଶୁକ୍ରବାର ଦିନ ରାଜସ୍ଥାନରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ​​କଂଗ୍ରେସ ତିନୋଟି ଆସନରେ ସହଜ ବିଜୟ ପଞ୍ଜିକରଣ କରିଛି। ଏହାର ତିନି ପ୍ରାର୍ଥୀ ମୁକୁଲ ୱାସନିକ, ରଣଦୀପ ସୁରଜେୱାଲା ଏବଂ ପ୍ରମୋଦ ତିୱାରୀ ଜିତିଥିଲେ। ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ଗେହଲୋଟ୍ କହିଛନ୍ତି ଯେ ଏହି ବିଜୟ ରାଜସ୍ଥାନରେ କଂଗ୍ରେସର ଏକତାର ବାର୍ତ୍ତା ଅଟେ।

Categories
ବିଶେଷ ଖବର

ରାଜ୍ୟସଭା ନିର୍ବାଚନ: କାର୍ତ୍ତିକେୟ ଶର୍ମାଙ୍କ ଠାରୁ ଅଧିକ ଭୋଟ୍ ପାଇବା ପରେ ମଧ୍ୟ ହାରିଲେ କଂଗ୍ରେସର ଅଜୟ ମାକେନ୍

ଚଣ୍ଡିଗଡ଼: ହରିୟାଣାରେ ଦୁଇଟି ରାଜ୍ୟସଭା ଆସନ ପାଇଁ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଆଜି ଆସିଛି। ପ୍ରାୟ ଆଠ ଘଣ୍ଟା ବିଳମ୍ବରେ ଗଣନା ଆରମ୍ଭ ହେବା ପରେ ବିଜେପି ପ୍ରାର୍ଥୀ କୃଷ୍ଣ ଲାଲ ପଂୱାର ଏବଂ ବିଜେପି ସମର୍ଥିତ ସ୍ଵାଧୀନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମାଙ୍କୁ ବିଜେତା ଘୋଷିତ କରାଯାଇଛି। କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନ୍ ୨୯ ଭୋଟ ପାଇବା ପରେ ମଧ୍ୟ ନିର୍ବାଚନରେ ​​ହାରିଯାଇଛନ୍ତି। ନିର୍ବାଚନ ଫଳାଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ମନୋହର ଲାଲ ଖଟ୍ଟର ଟୁଇଟ୍ କରି ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, “ହରିୟାଣାର ନୂତନ ନିର୍ବାଚିତ ରାଜ୍ୟସଭା ସାଂସଦ କ୍ରିଷ୍ଣ ଲାଲ ପାନୱାର ଏବଂ କାର୍ତ୍ତିକେୟ ଶର୍ମାଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ପ୍ରାର୍ଥୀଙ୍କ ସଫଳତା ହେଉଛି ଗଣତନ୍ତ୍ରର ବିଜୟ। ଆମର ମହାନ ଦେଶର ବିକାଶରେ ସେମାନଙ୍କର ନୂତନ ଦାୟିତ୍ଵ ପାଇଁ ମୋର ଶୁଭେଚ୍ଛା।

ପ୍ରକାଶ ଯୋଗ୍ୟ ଯେ, ଶୁକ୍ରବାର ଦିନ ହୋଇଥିବା ଭୋଟିଂରେ ବିଜେପି ପ୍ରାର୍ଥୀ ୩୧ ଭୋଟ, ସ୍ୱାଧୀନ ପ୍ରାର୍ଥୀ ୨୮ ଏବଂ କଂଗ୍ରେସ ପ୍ରାର୍ଥୀ ୨୯ ଭୋଟ ପାଇଥିଲେ। ତଥାପି ଭୋଟର ଗଣିତ ଏପରି ହେଲା ଯେ, କାର୍ତ୍ତିକେୟଙ୍କୁ ବିଜେତା ଘୋଷିତ କରାଯାଇଥିଲା। ବାସ୍ତବରେ, ହରିୟାଣାର ମୋଟ ୯୦ ବିଧାୟକଙ୍କ ମଧ୍ୟରୁ ଜଣେ ସ୍ଵାଧୀନ ଭୋଟ୍ ଦେଇ ନାହାଁନ୍ତି ଏବଂ ଗୋଟିଏ ଭୋଟ୍ ପ୍ରତ୍ୟାଖ୍ୟାନ ହୋଇ ୮୮ ଟି ଭୋଟ୍ ବୈଧ ହୋଇଛି। ପ୍ରତ୍ୟେକ ପ୍ରାର୍ଥୀ ଜିତିବା ପାଇଁ ୨୯.୩୪ ଭୋଟ୍ ଆବଶ୍ୟକ କରନ୍ତି। ଯେହେତୁ ପଂୱାରଙ୍କୁ ୩୧ ଭୋଟ ମିଳିଥିଲା, କାର୍ତ୍ତିକେୟ ଦ୍ୱିତୀୟ ସର୍ବାଧିକ ଭୋଟ ପ୍ରାର୍ଥୀ ହୋଇଥିବାରୁ ତାଙ୍କର ୧.୬୬ ଭୋଟ୍ ବିଜେପି ସମର୍ଥିତ ଶର୍ମାଙ୍କ ନିକଟକୁ ଯାଇଥିଲା।

ଏଭଳି ପରିସ୍ଥିତିରେ କାର୍ତ୍ତିକେୟଙ୍କୁ ୨୯.୬୬ ଭୋଟ୍ (୨୮+ ୧.୬୬) ମିଳିଥିଲା, ଯେଉଁଥିପାଇଁ ସେ ଜିତିଥିଲେ। ଏଠାରେ, ମାକେନ୍ ୨୯ ଭୋଟରେ ରହିଯାଇଥିଲେ। ଉଭୟ ଦଳ ଭୋଟ୍ ଦେବାରେ ବିଧାୟକଙ୍କ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହେବା ପରେ ଶୁକ୍ରବାର ବିଳମ୍ବିତ ରାତିରେ ନିର୍ବାଚନ ଆୟୋଗ ଭୋଟ୍ ଗଣିବା ଆରମ୍ଭ କରିଥିଲେ। ଏଥି ସହିତ, ଶନିବାର ଭୋର ୩.୧୦ ରେ ଫଳାଫଳ ଘୋଷଣା କରାଯାଇଥିଲା। ବାସ୍ତବରେ, ବିଜେପି ତଥା ସ୍ଵାଧୀନ ପ୍ରାର୍ଥୀମାନେ କଂଗ୍ରେସ ବିଧାୟକ କିରଣ ଚୌଧୁରୀ ଏବଂ ବିବି ବତ୍ରାଙ୍କୁ ନିଜର ବାଲାଟ କାଗଜପତ୍ର ଦେଖାଇଥିବା ଅଭିଯୋଗ କରିଛନ୍ତି।

ଏଠାରେ କଂଗ୍ରେସ ମଧ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି ଏବଂ ତୁରନ୍ତ ଫଳାଫଳ ଘୋଷଣା କରିବାକୁ ଦାବି କରିଛି।