Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମନ କି ବାତ୍ ରେ ଓଡିଶାର ରାମଜିତ୍ ଟୁଡୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଧନ୍ୟବାଦ ଦେଲେ ମନମୋହନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ ଆଜି ୧୦ ବର୍ଷ ପୂରଣ କରିଛି। ମୋଦିଜୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ ଏବେ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିଛି। ସାଧାରଣ ଲୋକଙ୍କ ଅସାଧାରଣ କାର୍ଯ୍ୟ ଓ ସାମର୍ଥ୍ୟକୁ ଲୋକଲୋଚନକୁ ଆଣିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ ତାଙ୍କ ୧୧୪ ତମ “ମନ୍ କି ବାତ” ସଂସ୍କରଣରେ ସାନ୍ତାଳୀ ଭାଷାର ପ୍ରଚାର ଓ ପ୍ରସାର ପାଇଁ ମୟୂରଭଞ୍ଜର ଯୁବକ ରାମଜିତ୍ ଟୁଡୁଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଶ୍ରୀ ସାମଲ ନିଜ ମାତୃଭାଷା ସାନ୍ତାଳୀ ଭାଷାକୁ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ପାଖକୁ ଆଣିଥିବା ରାମଜିତ୍ ଟୁଡୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଦିବାସୀଙ୍କ କଲ୍ୟାଣ ପାଇଁ ମୋଦୀ ସରକାର ବଦ୍ଧପରିକର ବୋଲି କହିଛନ୍ତି। ଭୁବନେଶ୍ୱରସ୍ଥିତ ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଶୁଣିଥିଲେ।

“ମାଁ ପାଇଁ ଗଛଟିଏ” ଅଭିଯାନ ପରିପ୍ରେକ୍ଷୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ ବୃକ୍ଷରୋପଣ କରିଥିଲେ। ଏହି ଅବସରରେ ରାଜ୍ୟ ମୁଖପାତ୍ର ଡ.ତପନ ଚାନ୍ଦଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ଓଡ଼ିଶାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ନିରନ୍ତର ପ୍ରୟାସ ଜାରୀ ରଖିଛନ୍ତି। ତାଙ୍କ ଉଦ୍ୟମ ଯୋଗୁ ଦେଶ ତଥା ଆମ ରାଜ୍ୟର ଐତିହ୍ୟ, ସଂସ୍କୃତି, ପରମ୍ପରା, ଅସ୍ମିତା ବିଶ୍ୱ ଦରବାରରେ ପହଁଚିବାରେ ସହାୟକ ହୋଇଛି । ଏହା ଲୋକଙ୍କ ମନରେ ଅଧିକ ଆତ୍ମବିଶ୍ୱାସ ଆଣିଦେଇଛି।

ମୋଦିଜୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆଜି ଜନଆନ୍ଦୋଳନରେ ପରିଣତ ହୋଇଛି। ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଏନେଇ ସଚେତନତା ସୃଷ୍ଟି ହୋଇଛି। ଆମେରିକାରୁ ୩୦୦ ପ୍ରାଚୀନ ଓ ଦୁର୍ଲଭ କଳାକୃତି ଫେରାଇ ଆଣିବା ଆମ ସମସ୍ତଙ୍କ ପାଇଁ ଖୁସି ଓ ଗର୍ବର ବିଷୟ। ଶ୍ରୀ ସାମଲ ଏନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀଙ୍କୁ ଆନ୍ତରିକ ଧନ୍ୟବାଦ୍ ଜଣାଇଛନ୍ତି।

ଆଜି ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ଓ ବୁଥ୍‌ରେ ଦଳର ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତା ଉପସ୍ଥିତ ରହି ଏହି “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଥିଲେ। ଏଥି ସହ ପାର୍ଟିର ସାଂଗଠନିକ ମହାପର୍ବ “ସଦସ୍ୟତା ଅଭିଯାନ – ୨୦୨୪” ସାମିଲ ହୋଇ ନୂତନ ସଦସ୍ୟ ସଂଗ୍ରହ ଓ ପଂଜୀକରଣ କରିଥିଲେ।