ବାଣପୁର: ବାଣପୁର ଆଜି ଗୋଦାବରୀଶ ମହାବିଦ୍ୟାଳୟର ଯୁବ ରେଡକ୍ରସ ଓ ରେଡ ରିବନ କ୍ଳବ୍ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାର ରକ୍ତ ଭଣ୍ଡାର ତରଫରୁ ଏହି ଶିବିରରେ ୪୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
ଏହି ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା, ପ୍ରଶାସନିକ ଅଧିକାରୀ ଡ଼ ଏସ ପି ଏନ୍ ଏସ ବର୍ମା, ପ୍ରାଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର, ରେଡକ୍ରସ ଉପଦେଷ୍ଟା ସତ୍ୟାନନ୍ଦ ମହାରଣା ଅନୀତା ସାହୁ , ଆଦିତ୍ୟ ସାରଥୀ ବେଦମତ୍ତା, ଡ ଗୁରୁ କିଶୋର ନାୟକ, ଲକ୍ଷ୍ମୀ ପ୍ରିୟା ପଲେଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଅଧ୍ୟାପକ ସୁଜିତ୍ କୁମାର ପାଣ୍ଡେ, ହିଟଲର ବେହେରା, ନରେଶ କୁମାର ମାଝୀ, ସପିନ୍ କୁମାର ପୃଷ୍ଟି ସତ୍ୟାନନ୍ଦ ମହାରଣା ଓ ଅଧ୍ୟାପିକା ଡ ଅନୀତା ଦଳେଇ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ରେଡକ୍ରସର ସମସ୍ତ ସ୍ବେଚ୍ଛାସେବୀ ଏଥିରେ ସମସ୍ତ ସେବା ଯୋଗାଇ ଦେଇଥିଲେ।