Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୪୪,୫୪୨ଟି ମାମଲାର ଚୂଡ଼ାନ୍ତ ଫଇସଲା

ଭୁବନେଶ୍ୱର: ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଓ ଦୌରାଜଜ୍‌-ତଥା-ଅଧ୍ୟକ୍ଷ, ଜିଲ୍ଲା ଆଇନସେବା ପ୍ରାଧିକରଣ ଶ୍ରୀ ନିଶିଥ୍‌ ନିଶାଙ୍କଙ୍କ ନିର୍ଦ୍ଦେଶମତେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା, ଟାଙ୍ଗି ବିଚାର ବିଭାଗୀୟ ଅଦାଲତ ପରିସରରେ ଜମିଜମା, ଫୌାଜଦାରୀ, ଚେକ୍‌ ବାଉନ୍ସ, ଗାଡ଼ିମୋଟର ଦୁର୍ଘଟଣା, ବ୍ୟାଙ୍କ ଋଣ, ଶ୍ରମ, ବିଦୁ୍ୟତ, ବୈବାହିକ ମାମଲା, ଜମି ଅଧିଗ୍ରହଣ, ରାଜସ୍ୱ ମାମଲା, ଖାଉଟି ମାମଲା ପରି ପ୍ରାୟ ସମସ୍ତ ପ୍ରକାର ମାମଲାର ବିଚାର ହୋଇଥିଲା।

ବିଭିନ୍ନ ଅଦାଲତରେ ଆଗତ ୭୧ ହଜାର ୯୪୬ ଗୋଟି ବିଭିନ୍ନ ପ୍ରକାର ମାମଲା ମଧ୍ୟରୁ ୪୪ ହଜାର ୫୪୨ଟି ମାମଲାର ଚୂଡ଼ାନ୍ତ ଫଇସଲା କରାଯାଇ ସମୁଦାୟ ୧୧ କୋଟି ୫୬ ଲକ୍ଷ ୧୯ ହଜାର ୬୯୫ ଟଙ୍କା ଜରିମାନା/ ରାଜସ୍ୱ ଆଦାୟ ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା।

ଏହି ଲୋକ ଅଦାଲତରେ ବିଭାଗୀୟ ଅଦାଲତର ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ, ଅଦାଲତ କର୍ମଚାରୀମାନେ ଉପସ୍ଥିତ ଥିଲେ। ରେଜିଷ୍ଟାର, ସିଭିଲ୍‌ କୋର୍ଟ, କୋର୍ଟ ମ୍ୟାନେଜର, ଭୁବନେଶ୍ୱର ପ୍ରମୁଖ ଅଦାଲତ ପରିଚାଳନାରେ ସହାୟତା କରିଥିଲେ।

ଶେଷରେ ଲୋକ ଅଦାଲତର ସାମୁଦାୟିକ ସଫଳତା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସୌଦାମିନୀ ସିଂ, ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ, ଆଇନଜୀବୀ, ବ୍ୟାଙ୍କ ପରିଚାଳକ, ଟେଲିଯୋଗାଯୋଗ, ବିଦୁ୍ୟତ, ଖାଉଟି ବିଭାଗର ପଦାଧିକାରୀମାନଙ୍କୁ ଧନ୍ୟବାଦ ଦେଇଥିଲେ। ଚଳିତ ବର୍ଷର ଅନ୍ତିମ ଲୋକ ଅଦାଲତ ଚଳିତ ବର୍ଷ ଡିସେମ୍ବର ୯ ତାରିଖ (ଦ୍ୱିତୀୟ ଶନିବାର) ଦିନ ଅନୁଷ୍ଠିତ ହେବ ଏବଂ ଜନସାଧାରଣ ଏହାର ସୁଯୋଗ ନେବାକୁ ସେ ଅନୁରୋଧ ଓ ପରାମର୍ଶ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ: ସମାଧାନ ହେଲା ୪୮,୨୪୪ ଟି ମାମଲା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରା ଜଜ ନିଶିଥ ନିଶାକଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଯଥା ଖୋର୍ଦ୍ଧା, ବାଣପୁର, ଚିଲିକା, ଜଟଣୀ ପରିସରରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ମୋଟ ୫୩,୪୫୨ ଟି ମାମଲା ସମସ୍ତ ବିଚାର ବିଭାଗୀୟ ଅଦାଲତଙ୍କ ପକ୍ଷରୁ ଆଗତ ପୂର୍ବକ ସେଥିମଧ୍ୟରୁ ମୋଟ ୪୮,୨୪୪ ଟି ମାମଲାର ଫଇସଲା କରାଯାଇ ସମୁଦାୟ ୩ କୋଟି ୮୬ ଲକ୍ଷ ୬୫ ହଜାର ୧୨ ଟଙ୍କା (ବୀମା, ରାଜସ୍ଵ  ଖାଉଟି ସମସ୍ୟା ସମ୍ପର୍କିତ ରାଜିନାମା) ସ୍ଵାକ୍ଷରିତ ହୋଇଥିଲା। ତନ୍ମଧ୍ୟରେ ଗାଡ଼ି ମୋଟର ଦୁର୍ଘଟଣା ସମ୍ପର୍କିତ ୧୬୦ ଟି ମାମଲା ମଧ୍ୟରୁ ୮ ଟି ର ଫଇସଲା କରାଯାଇ ୬୧ ଲକ୍ଷ ୯୦ ହଜାର ଟଙ୍କା ଦୁର୍ଘଟଣା କ୍ଷତିପୂରଣ ରାଶି ପୀଡିତମାନଙ୍କୁ ପ୍ରଦାନ ପାଇଁ ସମ୍ପୃକ୍ତ ବୀମା କମ୍ପାନୀମାନଙ୍କୁ ଅଦାଲତଙ୍କ ପକ୍ଷରୁ ଆଦେଶ ଦିଆଯାଇଛି।

ସେହିପରି ୧୪ଟି ଖାଉଟି ମାମଲା ଆଗତ ପୂର୍ବକ ସେଥିରୁ ଗୋଟିଏ ମାମଲାର ଫଇସଲା କରାଯାଇ ୪୩,୨୬୮ ଟଙ୍କା, ୪୩ ଟି ଜମି ଅଧିଗ୍ରହଣ ମାମଲା ରୁ ୧ ଟି, ୨୬୪ ଟି ପାରିବାରିକ ମାମଲାରୁ  ୩୪ଟି, ୫୨,୯୭୦ ଟି ରାଜସ୍ଵ  ମାମଲାରୁ ୪୮,୨୦୦ଟି ମାମଲାର ଫଇସଲା କରାଯାଇ ୩,୨୪,୩୧ ,୭୪୪ ଟଙ୍କା ରାଜସ୍ଵ ସଂଗ୍ରହ କରାଯାଇଥିଲା। ଏହି ଲୋକ ଅଦାଲତରେ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୌଦାମିନୀ ସିଂ, ଉପସ୍ଥିତ ରହି ଲୋକ ଅଦାଲତର ସଫଳତା ପାଇଁ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ରାଜସ୍ଵ  ଅଧିକାରୀ, କୋର୍ଟ କର୍ମଚାରୀ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ପରବର୍ତ୍ତୀ ଜାତୀୟ ଲୋକ ଅଦାଲତ ଆଗାମୀ ୧୩ ମଇ ୨୦୨୩ ରେ ଅନୁଷ୍ଠିତ ହେବା ସମ୍ପର୍କରେ ସୂଚନା ଦେଇ ଜନସାଧାରଣ ଏହାର ସୁବିଧା ନେବାକୁ ପରାମର୍ଶ ଦେଇଛନ୍ତି।

Categories
ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରୀୟ ଲୋକ ଅଦାଲତରେ ୫୯,୧୯୬ ମାମଲାର ଫଇସଲା

ଭୁବନେଶ୍ୱର: ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଏବଂ ଓଡିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ,କଟକଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କ ପକ୍ଷରୁ ଗତକାଲି ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା ବିଚାର ବିଭାଗୀୟ ଅଦାଲତ ପରିସରରେ ସର୍ବମୋଟ ୮୩ ,୧୭୨ ଟି ଜମିଜମା, ଫୌଜଦାରୀ, ରାଜସ୍ୱ ମାମଲା ଆଗତ କରାଯାଇ ରେକର୍ଡ ସଂଖ୍ୟକ ୫୯,୧୯୬ଟି ମାମଲାର ପଇସଲା କରାଯାଇ ସର୍ବମୋଟ ୬୯,୪୬,୩୭,୫୬୮ ଟଙ୍କା ଜୋରିମାନା ଏବଂ ବନ୍ଦୋବସ୍ତ(ସେଟେଲମେଣ୍ଟ) କରାଯାଇଥିଲା ।

ଏହି ଲୋକ ଅଦାଲତ ଭାରପ୍ରାପ୍ତ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷା, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ,ଭୁବନେଶ୍ୱର ସସ୍ମିତା ପରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇବିଭିନ୍ନ ବିଚାର ବିଭାଗୀୟ ଅଦାଲତମାନେ ବହୁ ସଂଖ୍ୟକ ମାମଲାର ଫଇସଲା କରାଇବାରେ ସଫଳ ହୋଇଥିଲେ । ଶେଷରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସୌଦାମିନି ସିଂ ଏହି ଲୋକ ଅଦାଲତର ସଫଳତା ପାଇଁ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ରାଜସ୍ୱ ଅଧିକାରୀ, ଆଇନଜୀବୀ, ବ୍ୟାଙ୍କ, ଟେଲିକମ୍,ବିଚାର ବିଭାଗୀୟ ଅଦାଲତ କର୍ମଚାରୀ, ପୁଲିସ୍, କୋର୍ଟ ମ୍ୟାନେଜର, ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ପରବର୍ତ୍ତୀ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ମଇ ମାସ ୧୩ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରି ଜନସାଧାରଣ ଏହାର ସୁଫଳ ନେବାକୁ ପରାମର୍ଶ ଦେଇଥିଲେ ।