Categories
ଆଜିର ଖବର ଜାତୀୟ ଖବର

କରୋନାକୁ ମାତ୍‌ ଦେଲେ ଶତାୟୁ ମହିଳା

କର୍ଣ୍ଣାଟକ : ଭାରତରେ କରୋନାର ସ୍ଥିତି ବେଶ୍‌ ଗମ୍ଭୀର ଥିବାବେଳେ ଆଶ୍ବସ୍ତିକର ମାମଲା ଶୁଣିବାକୁ ମିଳିଛି । ଯଦିଓ ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ପ୍ରସାର ଲାଭ କରିଛି । ତେବେ ସୁସ୍ଥ ହାର ମଧ୍ୟ ବେଶ୍‌ ଭଲ ରହିଛି । କରୋନା ପରି ମହାମାରୀକୁ ମାତ୍‌ ଦେଇଛନ୍ତି ଜଣେ 100 ବର୍ଷର ମହିଳା । କରୋନାକୁ ଜିତି ସମସ୍ତଙ୍କ ମନରେ ଆଶା ଓ ଆଶ୍ବାସନା ଭରି ଦେଇଛନ୍ତି ଏହି ମହିଳା ଜଣକ । ବୃଦ୍ଧା ଜଣକ କର୍ଣ୍ଣାଟକ ବେଲାରୀ ଜିଲ୍ଲାର ବୋଲି ସୂଚନା ରହିଛି । ସୁସ୍ଥ ହେବା ପରେ କରୋନାକୁ ସାମାନ୍ୟ ଥଣ୍ଡା ରୋଗ ବୋଲି କହିଛନ୍ତି ବୃ୍ଦ୍ଧା ଜଣକ । ବୃଦ୍ଧାଙ୍କ ପରିବାର ସଦସ୍ୟ ମଧ୍ୟ କରୋନା ସଂକ୍ରମିତ ହୋଇଥିବାର ସୂଚନା  ରହିଛି । (ଏଜେନ୍ସି)