Categories
ଆଞ୍ଚଳିକ

ରାଜସୁନାଖଳା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରରେ ବନ ମହୋତ୍ସବ ସଚେତନତା ସପ୍ତାହ ପାଳିତ

ରଣପୁର: ନୟାଗଡ ଜିଲ୍ଲାର ରାଜସୁନାଖଳା ଠାରେ ଥିବା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରରେ ବନ ମହୋତ୍ସବ ସଚେତନତା ସପ୍ତାହ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଫରେଷ୍ଟର ଅବିନାଶ ଖୁଣ୍ଟିଆ, ଫରେଷ୍ଟର ରଞ୍ଜିତ ବେହେରା, ଫରେଷ୍ଟ ଗାର୍ଡ ଅନିଲ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶିକ୍ଷକ ପ୍ରଶିକ୍ଷକ ଦୀପକ କୁମାର ପ୍ରଧାନ, ମନୋରଞ୍ଜନ ଦାଶ, ପ୍ରତାପ କୁମାର ମହାପାତ୍ର, ବଟକୃଷ୍ଣ ସାହୁ, ମାନସ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।  ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଗୁରୁ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷର ଉପକାରିତା, ବର୍ତ୍ତମାନ ପରିସ୍ଥିତିରେ ବୃକ୍ଷର ଆବଶ୍ୟକତା ସମ୍ବନ୍ଧରେ ବୁଝାଇ ଥିଲେ।  ଲଗାଯାଇଥିବା ବୃକ୍ଷର କିପରି ରକ୍ଷଣା ବେକ୍ଷଣା କରାଯିବ ସେ ସମ୍ବନ୍ଧରେ ମଧ୍ୟ ବୁଝାଇଥିଲେ। ଗୁରୁ ଛାତ୍ର ସାଗର ବେହେରାଙ୍କ ଅଭିଭାଷଣକୁ ସମସ୍ତେ ପ୍ରଂଶସା କରିଥିଲେ।

ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, ବନ ବିଭାଗ କର୍ମଚାରୀ ତପନ ପ୍ରଧାନ, ସୂର୍ଯ୍ୟକାନ୍ତ ସାମନ୍ତରାୟ, କୈଳାଶ ଚନ୍ଦ୍ର ପାଣି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏହି ଅବସରରେ ପ୍ରାୟ ୧୦୦ ଆମ୍ବ, ପଣସ, ଅଁଳା, ଲେମ୍ବୁ, ପେସ୍ତା ବାଦାମ ଆଦି ଗଛ ଲଗାଯାଇଥିଲା। ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ବୃକ୍ଷରୋପଣରେ ସହଯୋଗ କରିଥିଲେ।