Categories
PIB_NEWS ଆଜିର ଖବର ଜାତୀୟ ଖବର

ଶିକ୍ଷା ସଚିବ ଅନୀତା କରୱାଲ ସ୍କୁଲ କର୍ମଚାରୀଙ୍କ ଟିକାକରଣ ନେଇ ରାଜ୍ୟ ସହିତ କଲେ ବୈଠକ

ନୂଆଦିଲ୍ଲୀ,  ଶିକ୍ଷା ଏବଂ ସାକ୍ଷରତା ମନ୍ତ୍ରଣାଳୟର ସଚିବ ଅନୀତା କରୱାଲ ଆଜି ଭିଡିଓ କନଫରେନ୍ସ ଜରିଆରେ ସ୍କୁଲ ସୁରକ୍ଷା ଉପରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ- NDMA ର ନିର୍ଦ୍ଦେଶାବଳୀ ଉପରେ ବୈଠକ ପରିଚାଳନା କରିଥିଲେ।

ବିଦ୍ୟାଳୟରେ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଟୀକାକରଣ ସହ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ସଚିବ ଅନୀତା କରୱାଲ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ 2021 ମସିହା ସେପ୍ଟେମ୍ବର ମାସରେ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ଟିକା ଦେବା ପାଇଁ ପରାମର୍ଶ ଦେଇଥିଲେ।

ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଟିକାକରଣ ପାଇଁ ଜିଲ୍ଲା ସ୍ତରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସଚିବମାନଙ୍କୁ କହିଛନ୍ତି।