Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏହି ରାଜ୍ୟରେ ଚିନ୍ତାର କାରଣ ପାଲଟିଛି କରୋନା, ଦେଶର ସଂକ୍ରମଣ ହାର ଠାରୁ ପ୍ରାୟ ୧୫ ଗୁଣ ଅଧିକ

ନୂଆଦିଲ୍ଲୀ: ଉତ୍ତର ପୂର୍ବ ରାଜ୍ୟ ମିଜୋରାମରେ କରୋନା ମାମଲା ଥମିବାରେ ନାଁ ନେଉନାହିଁ। ଗୋଟିଏ ଦିନରେ ରାଜ୍ୟରେ ୧୭୧ ଟି ନୂଆ ମାମଲା ଚିହ୍ନଟ ହେବା ପରେ କରୋନା ଜୀବାଣୁ ସଂକ୍ରମଣ ହାର ୧୫.୯୦ ରେକର୍ଡ କରାଯାଇଛି।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ହାର ୧.୧୨ ପ୍ରତିଶତ ରହିଛି। ଏହାର ଅର୍ଥ ହେଉଛି ମିଜୋରାମରେ ହାରାହାରି କରୋନା ସଂକ୍ରମଣ ଭାରତର ପ୍ରାୟ ୧୫ ଗୁଣ ଅଟେ। ସୋମବାର ଜଣେ ଅଧିକାରୀ କହିଛନ୍ତି ଯେ, ମିଜୋରାମରେ ଗତ ୨୪ ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ୧ ହଜାର ୭୬ ନମୁନାରୁ ୧୭୧ ଜଣ ପଜିଟିଭ ହୋଇଛନ୍ତି। ରବିବାର ଦିନ ମୋଟ ୩୯୫ ଆକ୍ରାନ୍ତ ଏହି ରୋଗରୁ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଛି। ଯାହାଫଳରେ ମୃତ୍ୟୁ ସଂଖ୍ୟା ୪୬୨ କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ରାଜ୍ୟରେ ୫ ହଜାର ୪୨୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି, ଯାହା ମୋଟ ରୋଗର ୪.୨୧ ପ୍ରତିଶତ ଅଟେ। ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୧,୨୨,୮୮୯ ଲୋକ କୋଭିଡ -୧୯ ରୁ ଉଦ୍ଧାର ହୋଇଛନ୍ତି ଏବଂ ପୁନରୁଦ୍ଧାର ହାର ୯୫.୪୨ ପ୍ରତିଶତ ଅଟେ।