Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ସାବଧାନ, ସକାଳୁ ଉଠିଲେ ଦୟାକରି ଏହି ଜିନିଷ ଦେଖନ୍ତୁ ନାହିଁ, ହୋଇପାରେ ଅସୁବିଧା

ନୂଆଦିଲ୍ଲୀ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,  ସକାଳୁ ଉଠିବା ପରେ କୌଣସି ଖରାପ ଜିନିଷ ଦେଖିବା ଉଚିତ୍ ନୁହେଁ। ଅନ୍ୟଥା, ଦିନସାରା ଆପଣଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ଜାରି ରହିବ। ଏହା ଆପଣଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ଶୁଭ କାର୍ଯ୍ୟ କରିବା ଏବଂ ସକାଳେ ଭଲ ଜିନିଷ ଦେଖିବାର ପରମ୍ପରା ଆମର ରହିଛି। ଆପଣ ସକାଳୁ ଉଠିବା ପରେ ଅଶୁଭ ଜିନିଷ ଦେଖିବା ଠାରୁ ଦୂରେଇ ରହିବା ଉଚିତ୍। ବିଶ୍ୱାସ ଅନୁଯାୟୀ, ସକାଳୁ ଉଠିବା ପରେ ପ୍ରଥମେ ଦର୍ପଣ ଦେଖିବା ଅଶୁଭ ବୋଲି ବିବେଚନା କରାଯାଏ। ସେଥିପାଇଁ,ବାସ୍ତୁ ଅନୁଯାୟୀ, ଶୟନ କକ୍ଷରେ ଦର୍ପଣ ସ୍ଥାପନ କରିବା ନିଷେଧ ରହିଛି। ସକାଳେ ଦର୍ପଣକୁ ଦେଖିବା ଦ୍ୱାରା ଚିନ୍ତାଧାରାରେ ନକାରାତ୍ମକତା ବଢିପାରେ। ଯଦି ବିଛଣା ସାମ୍ନାରେ ଏକ ଦର୍ପଣ ରହିଛି, ତେବେ ଶୋଇବା ପୂର୍ବରୁ ଏହାକୁ ଘୋଡାଇବା ଉଚିତ।

ସକାଳେ ଉଠିବା ପରେ କାହାର ଛାଇ ଦେଖିବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍। ନିଜର କିମ୍ବା ଅନ୍ୟମାନଙ୍କ ଛାଇ ଦେଖିଲେ ଦୁର୍ଭାଗ୍ୟ ଆସିଯାଏ ବୋଲି ବିଶ୍ବାସ ରହିଛି। ଆପଣ ସକାଳେ ଉଠିବା ପରେ ପଶୁମାନଙ୍କର ଫଟୋ ଦେଖିବାଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍। କୌଣସି ପଶୁଙ୍କ ଫଟୋ ସକାଳୁ ଦେଖିଲେ ଦିନସାରା ବିବାଦ ଏବଂ ଟେନସନ ସୃଷ୍ଟି କରିବ ବୋଲି କୁହାଯାଏ।

Categories
ଧର୍ମ ବିଶେଷ ଖବର

ସକାଳୁ ଉଠି କଣ ଦେଖିଲେ କିମ୍ବା ଶୁଣିଲେ ଆପଣଙ୍କର ଶୁଭ ହେବ ଜାଣଛନ୍ତି କି ?

ନୂଆଦିଲ୍ଲୀ, ସାଧାରଣତଃ ସକାଳୁ ଯଦି କିଛି ଭଲ ହୁଏ ତେବେ ଭାବିନେବା ଉଚିତ ଯେ, ଦିନ ସାରା ଭଲ ହେବ। ସକାଳୁ ଉଠିବା ପରେ ଯଦି କିଏ ଖରାପ ଖବର ପାଏ ତେବେ ସେ ଭାବି ନିଏଯେ ଆଜି ଦିନ ତମାମ ଖରାପ ରହିବ। ତେବେ ଏହକ କେତେକ ବିଶ୍ବାସ କରୁଥିବା ବେଳେ ଅନେକ ଅନ୍ଧବିଶ୍ବାସ ବୋଲି ଭାବନ୍ତି। ତେବେ ପ୍ରାଚୀନ ଗ୍ରନ୍ଥରେ ଏହା ଉପରେ ଅନେକ ମତ ଉଲ୍ଲେଖ କରାଯାଇଛି। କେତେକ ଜିନିଷ ଅଛି ଯାହା ସକାଳୁ ଦେଖିଲେ କିମ୍ବା ଶୁଣିଲେ ଦିନସାରା ଭଲ କିମ୍ବା ଖରାପ ହୋଇଥାଏ। ସେହି ଭଳି କିଛି ତଥ୍ୟ ଆମେ ଆପଣଙ୍କ ଅବଗତି ପାଇଁ ଉଲ୍ଲେଖ କରୁଛୁ।

  1. ଯଦି ଆପଣ ସକାଳୁ ଉଠିବା ମାତ୍ରେ ମନ୍ଦିରର ଘଣ୍ଟି କିମ୍ବା ଶଙ୍ଖ ଶଦ୍ଦ ଶୁଣନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ। ଏହା କେବଳ ଆପଣଙ୍କ ଦିନକୁ ଭଲରେ କରେ ନାହିଁ ବରଂ ଏହା ଜୀବନରେ ଆସୁଥିବା ସମସ୍ୟାଗୁଡ଼ିକ ଉପରେ ଆପଣଙ୍କର ବିଜୟକୁ ସୂଚିତ କରେ ।
  2. ଯଦି ସକାଳୁ ଉଠୁଉଠୁ କ୍ଷୀରରେ ଭର୍ତ୍ତି ଏକ ପାତ୍ର ଉପରେ ଆମର ପ୍ରଥମ ନଜର ପଡେ ତେବେ ଏହା ମଧ୍ୟ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ। ଏହା ଆମ ଜୀବନରେ ସୁଖ ଏବଂ ସମୃଦ୍ଧିର ସଙ୍କେତ ଅଟେ।
  3. କିଛି ଜିନିଷ ରହିଛି ଯାହା ସକାଳୁ ଦେଖିଲେ ବହୁତ ଶୁଭ ବୋଲି ବିବେଚନା କରାଯାଏ, ଯେପରିକି ନଡିଆ, ଶଙ୍ଖ, ମୟୂର, ଗୁଆ, ଫୁଲ ଇତ୍ୟାଦି। ଏହି ଜିନିଷଗୁଡ଼ିକ ସକାଳେ ଦେଖିଲେ, ଆପଣଙ୍କ ପାଇଁ ଭଲ ଏବଂ ଅନେକ ସୁଖ ଆଣିଥାଏ।
  4. ଆଖି ଖୋଲିବାବେଳେ, ସବୁଜ ରଂଗକୁ ଦେଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ। ସେହିପରି ଏକ ବିଶ୍ୱାସ ଅଛି ଯେ ଯଦି ଜଣେ ବ୍ୟକ୍ତି ସକାଳେ ଆଖୁ ଦେଖନ୍ତି, ତେବେ ସେ ନିକଟ ଭବିଷ୍ୟତରେ ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପାଇପାରିବେ।
  5. ଯେତେବେଳେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଯାଉଛୁ ଏବଂ ରାସ୍ତାରେ ଆମେ ଗାଈ ଦେଖୁ ତେବେ ତାହା ଶୁଭ ସଙ୍କେତ ଏବଂ ତାହା କାର୍ଯ୍ୟ ସିଦ୍ଧି ହୋଇଥାଏ। ଯଦି ଗାଈଟି ଧଳା ତେବେ ତାହା ଆହୁରି ଶୁଭଦାୟକ।
  1. ଯଦି ଘରୁ ବାହାରିବା ମାତ୍ରେ କେହି ସଫେଇ କରୁଥିବାର ଦେଖାଯାଏ ତେବେ ଏହା ମଧ୍ୟ ଶୁଭ ସଙ୍କେତ ଅଟେ ।