Categories
ଅପରାଧ ଆଜିର ଖବର ଜାତୀୟ ଖବର

ସଡ଼କ ଦୁର୍ଘଟଣା ମାମଲା: ଗିରଫ ହେଲେ ଚଳଚ୍ଚିତ୍ର ଅଭିନେତା

ବେଙ୍ଗାଲୁରୁ: ସଡ଼କ ଦୁର୍ଘଟଣା ମାମଲାରେ କନ୍ନଡ ଚଳଚ୍ଚିତ୍ର ଅଭିନେତା ନାଗଭୂଷଣ ଏସଏସ ଙ୍କୁ ଗିରଫ କରାଯାଇଛି। ଏହି ଅଭିନେତା ଦ୍ରୁତ ଗତିରେ କାରରେ ଆସି ଦମ୍ପତିଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି ଯେଉଁଥିରେ ୪୮ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ତାଙ୍କ ୫୮ ବର୍ଷିୟ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ସୂଚନା ମିଳିଛି।

ସେପ୍ଟେମ୍ବର ୩୦ ତାରିଖରେ ବସନ୍ତପୁରା ମୁଖ୍ୟ ରାସ୍ତାରେ ଏହି ଘଟଣା ଘଟିଥିଲା। ପୋଲିସର ସୂଚନାନୁସାରେ, ପ୍ରେମା ଏସ (୪୮) ଏବଂ କୃଷ୍ଣ ବି (୫୮) ଫୁଟପାଥରେ ଯାଉଥିବାବେଳେ ଉତ୍ତରହଲ୍ଲୀରୁ କୋନାନକୁଣ୍ଟେ କ୍ରସ ଅଭିମୁଖେ ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ବେପରୁଆ ଭାବେ କାର ଚଳାଇ ଦମ୍ପତିଙ୍କୁ ଧକ୍କା ଦେଇଥିଲେ।

ଗୁରୁତର ଆହତ ଦମ୍ପତିଙ୍କୁ ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା, ମହିଳା ଜଣକ ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ବରଣ କରିଥିବାବେଳେ ତାଙ୍କ ସ୍ୱାମୀ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା କୁମାରସ୍ୱାମୀ ଲେଆଉଟ୍ ଟ୍ରାଫିକ୍ ପୋଲିସ୍ ସୀମାରେ ଘଟିଥିଲା ​​ଏବଂ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନାଗଭୂଷଣଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ ଅଭିନେତା ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ପୋଲିସ କହିଛି ଯେ, ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ପାଇଁ କାର ଜବତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କାଳିଆ ଦର୍ଶନ କରି ଫେରୁଥିବା ବେଳେ ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ୨ ମୃତ

କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତା ୧୫ ନମ୍ବର ରାଜ୍ୟ ରାଜପଥ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଛନ୍ଦା ରୋମିତ୍ ଗ୍ରାମର ଜିତେନ୍ ପାଲ (୫୨), ଅନ୍ୟ ଜଣେ ପାଟୁଲିପଙ୍କ ଗ୍ରାମର ପ୍ରଭାକର ଭୋଳ(୫୬)।

ସୂଚନା ମୁତାବକ, କଟକ ପାରାଦ୍ଵୀପ ରାଜ୍ୟ ରାଜପଥରେ ଗୁରୁବାର ସକାଳ ୭ ଟାରେ ଏକ ବାଇକ ନମ୍ବର୍ (ଓଡି – ୨୧ -୩୦୩୧)ରେ ଜିତେନ ଓ ସହଯୋଗୀ ପ୍ରଭାକର ପୁରୀରୁ କାଳିଆ ଦର୍ଶନ କରି ଫେରୁଥିଲେ। ଏତିକି ବେଳେ ରାଜ୍ୟ ରାଜପଥ ର ପନ୍ଦର ନମ୍ବର ଠାରେ ପାରାଦ୍ଵୀପ ଆଡୁ ଆସୁଥିବା ଏକ ଟ୍ରକ୍ ଓଡ଼ି – ୨୧ – ଏଲ୍- ୯୮୦୯ ଗାଡ଼ି ବାଇକକୁ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକ ଆରୋହୀ ଟ୍ରକର ଚକା ତଳେ ପଡ଼ି ଯାଇଥିଲେ। ଘଟଣା ସ୍ଥଳରେ ଦୁଇ ବାଇକ୍ ଆରୋହି ଙ୍କର ପ୍ରାଣହାନି ଘଟିଥିଲା।ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ଥିବା ଟ୍ରକ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା।

ସୂଚନା ପାଇ ଦୁର୍ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ଟିମ, ଅଗ୍ନିଶମ ବାହିନୀ ଓ ଦେବଦୁତ୍ତ ବାହିନୀ ପହଞ୍ଚି ଉଭୟଙ୍କୁ କୁଜଙ୍ଗ ଡାକ୍ତରଖାନାକୁ ଆଣିଥିଲେ। ପରେ ମୃତକ ମାନଙ୍କ ପରିବାର ମେଡିକାଲ ରେ ପହଞ୍ଚିଥିଲେ। ପୋଲିସ ମୃତ ଦେହ ଉଭୟ ପରିବାର ଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଏହି ଘଟଣା ହେତୁ କଟକ ପାରାଦ୍ଵୀପ ରାସ୍ତା କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। କୁଜଙ୍ଗ ପୋଲିସ ଦୁର୍ଘଟଣା ଘଟାଇ ଥିବା ଟ୍ରକ ଓ ମୃତକ ଙ୍କ ବାଇକ୍ କୁ ଜବତ୍ କରି ଏକ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ମାଲକାନାଗିରି-ଭୁବନେଶ୍ଵର ରିଲାଏନ୍ସ ବସ ଦୁର୍ଘଟଣାଗ୍ରସ୍ତ, ହେଲପର ଗୁରୁତର, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡ ବରଡି ଛକ ଠାରେ ସଡକ ଦୁର୍ଘଟଣା ଘଟିଛି। ଟ୍ରକ ପଛକୁ ପିଟିଲା ରିଲାଏନ୍ସ ବସ। ଅଳ୍ପକେ ବର୍ତ୍ତିଲେ ୪୦ଜଣ ଯାତ୍ରୀ। ଏଥିରେ ୨ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଛନ୍ତି। ହେଲପର ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ନାଚୁଣି ପୋଲିସ ପହଞ୍ଚି ଆହତ ବ୍ୟକ୍ତି ମାନଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଛି।

ମାଲକାନାଗିରିରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ରିଲାଏନ୍ସ ବସ୍ ଏକ ଟ୍ରକକୁ ଓଭରଟେକ କରି ଆଗକୁ ଯାଉଥିବା ବେଳେ ହଠାତ ବରଡି ଛକ ଠାରେ ଦୁର୍ଘଟଣା ଗ୍ରସ୍ତ ହେଇଛି। ରାସ୍ତାର ଗୋଟିଏ ପାର୍ଶ୍ଵରେ ଉଭୟ ଟ୍ରକ ଏବଂ ବସ୍ ଚାଲୁଥୁବା ଅବସ୍ଥାରେ ଟ୍ରକ ପଛକୁ ଧକ୍କା ଦେଇଥିଲା ବସ୍। ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଦୁଇଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। କିନ୍ତୁ ବସର ହେଲ୍ପର ଗୁରୁତର ଆହାତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ପୋଲିସ ଉଦ୍ଧାର କରି ଅନ୍ୟ ଏକ ବସରେ ଛାଡିଥିବା ସୂଚନା ମିଳିଛି। ଆହତ ବ୍ୟକ୍ତିମାନଙ୍କୁ ବାଲୁଗାଁ ଡାକ୍ତର ଖାନାକୁ ଚିକିତ୍ସା ନିମନ୍ତେ ପୋଲିସ ପଠାଇଛି।

Categories
ଆଞ୍ଚଳିକ

ବାଲୁଗାଁ ବାଇପାସରେ ସଡକ ଦୁର୍ଘଟଣା: ବିଲ ଭିତରକୁ ପସିଲା ଯାତ୍ରୀବାହି ଭ୍ୟାନ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ବାଲୁଗାଁ ବାଇପାସ ନିକଟସ୍ଥ ଧୂଆଁଳ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି, ଯେଉଁଥିରେ ଏକ ଯାତ୍ରୀବାହି ଭ୍ୟାନ ରାସ୍ତା କଡ଼ରେ ଲେଉଟି ପଡ଼ିଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଏକ ଯାତ୍ରୀବାହି ଭ୍ୟାନ ଯାଉଥିବା ବେଳେ ଧୂଆଁଳ ଛକ ନିକଟରେ ଭ୍ୟାନଟି ଭରସାମ୍ୟ ହରାଇ ଲେଉଟିପଡିଥିଲା ଏବଂ ରାସ୍ତା କଡ଼ରେ ଥିବା ବିଲ ଭିତରକୁ ଚାଲିଯାଇଥିଲା। ଭ୍ୟାନ ମଧ୍ୟରେ ଦୁଇ ଜଣ ଯାତ୍ରୀ ଥିବା ବେଳେ ତାଙ୍କୁ ସ୍ଥାନୀୟ ବ୍ୟକ୍ତି ଉଦ୍ଧାର କରିଥିଲେ।

ତେବେ ଉକ୍ତ ଦୁଇ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଭ୍ୟାନ ଟି ଅଦ୍ୟାବଧି ରାସ୍ତା କଡରେ ପଡି ରହିଛି।

Categories
ଆଞ୍ଚଳିକ

ବାଣପୁର ବାଇପାସରେ ସଡ଼କ ଦୁର୍ଘଟଣା: କାରକୁ ପଛପଟୁ ଧକ୍କା ଦେଲା ପିକ ଅପ ଗାଡି

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାଣପୁର ବାଇପାସରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି।

ସୂଚନା ମୁତାବକ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଆଗ ପଛ ହୋଇ ଏକ କାର ଏବଂ ପିକ ଅପ ଭ୍ୟାନ ଯାଉଥିବା ବେଳେ ବାଣପୁର ବାଇପାସ ଠାରେ କାର କୁ ପିକ ଅପ ଗାଡି ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକ ସଙ୍ଗେସଙ୍ଗେ ଆହତଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ପିକ ଅପ ଭ୍ୟାନ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। କାରର ପଛ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଜିର ଖବର ଜାତୀୟ ଖବର

ତିରୁପଥୁରରେ ସଡକ ଦୁର୍ଘଟଣାରେ ହୋଇଥିବା ଜୀବନହାନୀ ପାଇଁ ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ତାମିଲନାଡୁର ତିରୁପାଥୁରରେ ସଡକ ଦୁର୍ଘଟଣା ଯୋଗୁଁ ହୋଇଥିବା ଜୀବନହାନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ମଧ୍ୟ ପିଏମଏନଆରଏଫ ରୁ ପ୍ରତ୍ୟେକ ମୃତକଙ୍କ ନିକଟତମ ପରିଜନଙ୍କୁ ଦୁଇ ଲକ୍ଷ ଟଙ୍କା ଓ ଆହତମାନଙ୍କୁ 50,000 ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ବିଟର ରେ ପୋଷ୍ଟ କରାଯାଇଛି;

“ତାମିଲନାଡୁର ତିରୁପାଥୁରରେ ସଡ଼କ ଦୁର୍ଘଟଣା ଯୋଗୁଁ ହୋଇଥିବା ଜୀବନହାନୀ ପାଇଁ ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା। ମୁଁ ପ୍ରାର୍ଥନା କରୁଛି ଯେ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ। ପ୍ରତ୍ୟେକ ମୃତକଙ୍କ ନିକଟତମ ପରିଜନଙ୍କୁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ଆହତମାନଙ୍କୁ 50 ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ PM @narendramodi ”

Categories
ଆଞ୍ଚଳିକ

ନାଚୁଣୀ: ବରଡ଼ି ଢ଼ାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ଚାଳକ ଗୁରୁତର

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବରଡ଼ି ଢ଼ାବା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି, ଯେଉଁଥିରେ ଜଣେ ଗୁରତର ଅଛନ୍ତି।

ସୂଚନା ମୁତାବକ ଆଜି ସକାଳୁ ଆନ୍ଧ୍ରରୁ ଭୁବେନେଶ୍ୱର ଅଭିମୁଖେ ଏକ ଟ୍ରକ ଓ ଟ୍ରଲର ଆଗ ପଛ ହୋଇ ଯାଉଥିଲା। ତେବେ ନାଚୁଣୀ ବରଡ଼ି ଢ଼ାବା ନିକଟରେ ଅଦା ବୋଝେଇ ଟ୍ରକର ଚକା ଫାଟିଯିବାରୁ ଆଗରେ ଯାଉଥିବା ଟ୍ରଲରକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଅଦା ବୋଝେଇ ଟ୍ରକର ସମ୍ମୁଖ ପାର୍ଶ୍ୱ ନଷ୍ଟ ହୋଇଯାଇଥିବା ବେଳେ ଟ୍ରକ ଚାଳକ କ୍ୟାବିନରେ ଚାପି ହୋଇଯାଇଥିଲେ।

ଖବର ପାଇ ନାଚୁଣୀ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଟ୍ରକରୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଟାଙ୍ଗୀ ମେଡିକାଲଙ୍କୁ ପଠାଯାଇଥିବା ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାର ପୂର୍ବତନ କଂଗ୍ରେସ ଉପ ସଭାପତି ଭାସ୍କର ପତିଙ୍କ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଭଞ୍ଜନଗର: ଭଞ୍ଜନଗର ଅଂଚଳର ଜଣା ଶୁଣା ବ୍ୟବସାୟୀ, କଂଗ୍ରେସର ଜଣେ ବରିଷ୍ଠ ନେତା, ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ତଥା ଗଞ୍ଜାମ ଜିଲ୍ଲାର ପୂର୍ବତନ ଉପ ସଭାପତି ଭାସ୍କର ପତିଙ୍କ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ହୋଇଯାଇଛି।

ଖବର ମୁତାବକ ଗତ କାଲି ସନ୍ଧ୍ୟା ସମୟରେ ସେ ନିଜ ଚାଷ ଜମି ସାମ୍ନାରେ ନିଜ ମୋଟର ସାଇକେଲ ଉପରେ ବସି ଚାଷ ଜମିରେ କାମ କରୁଥିବା ଶ୍ରମିକମାନଙ୍କ କାର୍ଯ୍ୟକୁ ଅନୁସନ୍ଧାନ କରୁଥିଲେ। ଠିକ୍ ସେତିକି ବେଳେ ଅପର ପାର୍ଶ୍ଵରୁ ଏକ କାର ଆସି ତାଙ୍କୁ ଶାକ୍ତ ଧକ୍କା ଦେଇ ଥିଲା। ଯେଉଁଥିରେ ତାଙ୍କର ପ୍ରାଣହାନୀ ଘଟିଥିଲା।

ଭଞ୍ଜନଗର ଥାନା ଅଧିକାରୀଙ୍କ ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା କୌଣସି ଏତଲା ହୋଇ ନଥିବା ବେଳେ, କାର ଟି ଥାନାରେ ଅଟକ ରହିଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଭଞ୍ଜନଗର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Categories
ଆଞ୍ଚଳିକ

ବାଲୁଗାଁ-ବାଣପୁର ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ଗୁରୁତର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଲୁଗାଁ-ବାଣପୁର ବାଇପାସ ବେଲପଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଖବର ମୁତାବକ ଆଜି ଅପରାହ୍ନରେ ଏକ କୁକୁଡ଼ା ବୋଝେଇ ଗାଡି ଯାଉଥିବା ବେଳେ ପଛ ପାର୍ଶ୍ୱରୁ ଏକ ଧାନ ବୋଝେଇ ପିକଅପ ଧକ୍କା ଦେଇଥିଲା। ଯାହାଫଳରେ ପିକଅପରରେ ବସିଥିବା ଭୀମପୁର ଗ୍ରାମର ନାରାୟଣ ସାହୁଙ୍କ ପୁଅ ଅକ୍ଷୟ କୁମାର ସାହୁ (୫୦) ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ରଶ୍ମି ରେଖା ଜେନା କହିଛନ୍ତି। ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ନେପାଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୬ ଭାରତୀୟ ତୀର୍ଥଯାତ୍ରୀଙ୍କ ସମେତ ୭ ମୃତ, ୧୭ ଆହତ

ନୂଆଦିଲ୍ଲୀ: ଆଜି ନେପାଳର ବାରା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୬ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୯ ଜଣ ଆହତ ହୋଇଛନ୍ତି। ନେପାଳ ପୋଲିସ ଏହି ସୂଚନା ଦେଇଛି।

ଗଣମାଧ୍ୟମ ଅନୁଯାୟୀ, କାଠମାଣ୍ଡୁରୁ ଜନକପୁରକୁ ଯାଉଥିବା ତୀର୍ଥଯାତ୍ରୀ ବସ୍ ଆଜି ଭୋର ୨ ଟା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ନେପାଳର ବାରାର ଜିତପୁର ସିମାରା ଉପ-ମହାନଗର -୨୨ ର ଚୁରିୟାମାଇ ମନ୍ଦିର ନିକଟରେ ଏକ ବସ୍ ଦୁର୍ଘଟଣା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୨୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ସୂଚନା ଅନୁଯାୟୀ, ଏହି ବସ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତରୁ ଆସିଥିଲେ।

ଏହି ଦୁର୍ଘଟଣାରେ ୬ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଆହତମାନେ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆହତ ମାନଙ୍କ ମଧ୍ୟରେ ୧୪ ଜଣ ଭାରତୀୟ ନାଗରିକ ଥିବା ଜଣାପଡିଛି। ସେମାନେ ସମସ୍ତେ କାଠମାଣ୍ଡୁର ପଶୁପତୀନାଥ ମନ୍ଦିର ଦର୍ଶନ କରିବା ପରେ ଜନକପୁର ଯାଉଥିଲେ।

ଏହି ଘଟଣାରେ ନିହତ ହୋଇଥିବା ଲୋକଙ୍କୁ ମକୱାନପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଚିହ୍ନଟ କରିଛି। ମୃତକଙ୍କମଧ୍ୟରେ ୪୧ ବର୍ଷୀୟ ବିଜୟ ଲାଲ ପଣ୍ଡିତ, ୬୭ ବର୍ଷିୟ ବାହାଦୂର ସିଂ, ୬୫ ବର୍ଷିୟା ମୀରା ଦେବୀ ସିଂ, ୬୦ ବର୍ଷିୟା ସତ୍ୟବତୀ ସିଂ, ୭୦ ବର୍ଷିୟ ରାଜେନ୍ଦ୍ର ଚତୁର୍ବେଦୀ, ୬୫ ବର୍ଷିୟ ଶ୍ରୀକାନ୍ତ ଚତୁର୍ବେଦୀ ଏବଂ ୬୭ ବର୍ଷିୟା ବୈଜୟନ୍ତି ଦେବୀ ଅଛନ୍ତି। ଏହି ସମସ୍ତ ଲୋକ ରାଜସ୍ଥାନର ବାସିନ୍ଦା ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବୋଲବମ୍ ଭକ୍ତଙ୍କ ଉପରେ ଚଢିଗଲା ଗାଡି: ଦୁଇ ମୃତ, ୧୭ ଆହତ, ଡାକ୍ତରଖାନାରେ ବିଧାୟକ ଶ୍ରୀକାନ୍ତ ସାହୁ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତକାଲି ରାତିରେ ଏକ ବୋଲବମ୍ ଭକ୍ତ ଗଣ ଆସ୍କା ରୁଷିକୁଲ୍ୟା ନଦୀରୁ ପାଣି ନେଇ ନିଜ ଗ୍ରାମ ବୁଗୁଡ଼ା ବ୍ଳକ ଅନ୍ତର୍ଗତ ଅରଖପୁରକୁ ଫେରୁଥିବା ବେଳେ ଭେଟନଇ ନିକଟରେ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଅନୀତା ସ୍ବାଇଁ ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଡ଼ାକ୍ତରଖାନାରେ ମୁକୁନା ବେହେରା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଅନ୍ୟ ଗୁରୁତର ଆହତ ଭକ୍ତମାନେ ବ୍ରହ୍ମପୁର ବଡଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଆସ୍କା ଡାକ୍ତରଖାନାକୁ ଯାଇ ଦିବଙ୍ଗତ ଅଙ୍ଗନବାଡି କର୍ମୀଙ୍କର ଶେଷ ଦର୍ଶନ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଅନ୍ୟ ମୃତ ବ୍ୟକ୍ତି ମୁକୁନାଙ୍କ ଅରଖପୁର ସ୍ଥିତ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଶ୍ରୀ ସାହୁ ସମବେଦନା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୋଲସରା: ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

କୈଳାଶ ଚନ୍ଦର ଚୌଧୁରୀ

ବ୍ରହ୍ମପୁର: ପୋଲସରା ରାଣୀପଡା ଅଞ୍ଚଳର ବସନ୍ତ ଗୌଡ଼ ନାମକ ଜଣେ ଯୁବକ କୌଣସି କାମରେ ନିଜ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଏକ କାର୍ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏତଦବ୍ୟତୀତ ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ଓ ପରିବାର ଲୋକଙ୍କୁ ସମବେଦନା ଜ୍ଞାପନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ବାଭଲା-ବାଗୋଦରା ରାଜପଥରେ ସଡ଼କ ଦୁର୍ଘଟଣାରେ ଜୀବନହାନି ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଗୁଜରାଟ ଅହମ୍ମଦାବାଦର ବାଭଲା-ବାଗୋଦରା ରାଜପଥରେ ସଡ଼କ ଦୁର୍ଘଟଣାରେ ଜୀବନ ହାନି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ପିଏମଏନଆରଏଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଏବଂ ଆହତ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି ଯେ, ‘ଅହମ୍ମଦାବାଦ ଜିଲ୍ଲାର ବାଭଲା-ବାଗୋଦରା ରାଜପଥରେ ସଡ଼କ ଦୁର୍ଘଟଣା ଯୋଗୁ ଗଭୀର ଦୁଃଖିତ। ଶୋକସନ୍ତପ୍ତ ପରିବାରକୁ ସମବେଦନା। ପୀଡ଼ିତଙ୍କୁ ସମସ୍ତ ସହାୟତା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସମ୍ଭାବ୍ୟ ବ୍ୟବସ୍ଥା କରାଯାଉଛି।’

Categories
ଆଞ୍ଚଳିକ

ନାଚୁଣୀ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ କଉଡିଖୁଣି ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଆଜି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ଯେଉଁଥିରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ କଉଡିଖୁଣି ଛକ ଠାରେ ବାଇକ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣା ଏଭଳି ହୋଇଥିଲା ଯେ, ଟ୍ରକ ଚକା ତଳକୁ ବାଇକ ଆରୋହୀ ଆସିଯାଇଥିଲେ। ଯାହାଦ୍ୱାରା ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ।

ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମାବାସୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ସେଠାରେ ଏକ ଅଣ୍ଡର ପାସ ପାଇଁ ଦାବି ହୋଇ ଆସୁଛି। କିନ୍ତୁ ଏହା ପ୍ରତି ସରକାରଙ୍କ କୌଣସି ଧ୍ୟାନ ଦିଆଯାଉନାହିଁ। ଏଠାରେ ତୁରନ୍ତ ଅଣ୍ଡର ପାସ ନିର୍ମାଣ କରାନଗଲେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି।

Categories
ଆଞ୍ଚଳିକ

ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ରଣପୁର: ଗତକାଲି ସନ୍ଧ୍ୟାରେ ରଣପୁର ନିକଟସ୍ଥ ନରସିଂହପୁର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ସଡ଼କ ଦୁର୍ଘଟଣାରେ ଅମରେନ୍ଦ୍ର ସାମନ୍ତରାୟଙ୍କ ମୃତ୍ୟୁ ଘଟି ଥିବା ଜଣା ପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ସେ ଖୋର୍ଦ୍ଧା ଜିଲ୍ଲା ନିଧିପୁର ଯେଗେଶ୍ବରୀ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ।

ମୃତ ଶିକ୍ଷକଙ୍କ ଘର ନୟାଗଡ ଜିଲ୍ଲା ରଣପୁର ବ୍ଲକ ତାରିଆ ଗ୍ରାମ ବୋଲି ଜଣା ପଡିଛି। ସେ ଏକାଧାରରେ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ଥିଲେ ବୋଲି ଗ୍ରାମବାସୀ କହିଛନ୍ତି।  ସେ ରଣପୁର ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ତରିଆ ଗ୍ରାମ ସମେତ ସମଗ୍ର ରଣପୁର ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୬ ମୃତ୍ୟୁ, ୨୦ ରୁ ଅଧିକ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ରର ବୁଲଢାନାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ରାତି ପ୍ରାୟ ୨.୩୦ ସମୟରେ ମଲକାପୁରର ନାନ୍ଦୁର ନାକା ଫ୍ଲାଏ ଓଭର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେଉଁଠାରେ ସେମାନେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ସମ୍ପର୍କୀୟଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଜାତୀୟ ରାଜପଥରେ ଭୟାବହ ସଡକ ଦୁର୍ଘଟଣା, ୧୦ ରୁ ଅଧିକ ଗୋରୁ ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଓଭର ବ୍ରିଜ ଉପରେ ଭୟାବହ ଦୁର୍ଘଟଣା ଘଟିଯାଇଛି। ଶୋଇଥିବା ବେଳେ ଗୋରୁ ପଲ ଉପରେ ଟ୍ରକ୍ ଚଢିଯାଇଛି। ଯାହା ଫଳରେ ୧୦ ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ରୁ ଅଧିକ ଗୋରୁ ଗୁରୁତର ହୋଇଥିବା ଜଣା ପଡିଛି।

ଗତ କାଲି ବିଳମ୍ବିତ ରାତିରେ ଚଣ୍ଡେଶ୍ୱର ଓଭର ବ୍ରିଜ୍ ଉପରେ ଗୋରୁ ପଲ ଶୋଇଥିବା ବେଳେ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ଏକ.ମାଲ ବାହୀ ଟ୍ରକ୍ ଗୋରୁ ପଲ ଉପରେ ଚଢି ଯାଇଥିଲା। ଫଳରେ ୧୦ ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଥିଲା ଏବଂ ୫ ରୁ ଅଧିକ ଗୋରୁ ଗୁରୁତର ହୋଇଥିଲେ। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହୀନୀ ସହ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଗୋମାତାଙ୍କୁ ଉଦ୍ଧାର କରିଥିଲେ। ଟାଙ୍ଗୀର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ମଦର ଟେରେସା ସେବା ସଂଘର କର୍ମକର୍ତ୍ତା ମାନେ ମଧ୍ୟ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ କରିଥିଲେ। ରାତି ପ୍ରାୟ ୧୨ ଟା ସମୟରୁ ରାତି ୨ ଟା ପର୍ଯ୍ୟନ୍ତ  ଊଦ୍ଧାର କାର୍ଯ୍ୟ ଚାଲିଥିଲା।

ଦୁର୍ଘଟଣା ଫଳରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବ୍ୟାହତ ହୋଇଥିଲା। ଉଦ୍ଧାର କାର୍ଯ୍ୟ ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା। ପୋଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ସଡକ ଦୁର୍ଘଟଣାରେ ବରିଷ୍ଠ ବିଜେପି ନେତାଙ୍କ ଦେହାନ୍ତ, ଦଳର ଶୋକ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଶ୍ରୀ ମହେଶ୍ୱର ପ୍ରଧାନ ଆଜି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଜଣେ ସୁସଂଗଠକ ଭାବେ ପରିଚିତ ସ୍ୱର୍ଗତଃ ପ୍ରଧାନ ପୁରୀ ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୁରୀ ଜିଲ୍ଲା ସତ୍ୟବାଦୀ ମଣ୍ଡଳ ସଭାପତି ଭାବେ ଦାୟୀତ୍ୱକୁ ସୂଚାରୁ ରୂପେ ନିର୍ବାହ କରିବା ପରେ ଜିଲ୍ଲା ସାଧାରଣ ସଂପାଦକ ଦାୟୀତ୍ୱକୁ ମଧ୍ୟ ସୂଚାରୁ ରୂପେ ନିର୍ବାହ କରିଥିଲେ ।

ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ସ୍ୱର୍ଗତଃ ପ୍ରଧାନ ନିଜ ଅଂଚଳର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ । ଗୋସୁରକ୍ଷା ପାଇଁ କାର୍ଯ୍ୟରତ ସ୍ୱର୍ଗତଃ ପ୍ରଧାନ ନିଜ ଉଦ୍ୟମରେ ସତ୍ୟବାଦୀ ନିକଟରେ ଏକ ଗୋଶାଳା ପ୍ରତିଷ୍ଠା କରିଛନ୍ତି । ଜନସାଧାରଣଙ୍କ ପାଇଁ ସ୍ୱର୍ଗତଃ ପ୍ରଧାନଙ୍କ ଜନକଲ୍ୟାଣ କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇରହିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ।

ସ୍ୱର୍ଗତଃ ଶ୍ରୀ ପ୍ରଧାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଶ୍ରୀ ସାମଲ ଓ ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।

Categories
ଆଞ୍ଚଳିକ

ନାଚୁଣୀ ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ରୋଗୀଙ୍କ ସମେତ ୩ ଗୁରୁତର

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ନାଚୁଣୀ ଓଭରବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ରୋଗୀଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ଖବର ମୁତାବକ ବାଣପୁର ଥାନା ଚିଆଁଙ୍କ ସାହି ଅଞ୍ଚଳର ଜଣେ ପକ୍ଷାଘାତ ରୋଗୀଙ୍କୁ ନେଇ ୩ ଜଣ ଆଜି ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ।  ତେବେ ଚିକିତ୍ସା ସାରି ବାଣପୁର ଫେରିବା ସମୟରେ ଅପରାହ୍ନ ପାଖାପାଖି ପାଞ୍ଚ ଘଟିକା ସମୟରେ କାରଟି ନାଚୁଣୀ ଓଭରବ୍ରିଜ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାର ଚାଳକ ଭାରସାମ୍ୟ ହରାଇ କାରକୁ ଡିଭାଇଡରରେ ପିଟି ଦେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।  ଫଳରେ କାରର ଚକାଟି ଫାଟିଯାଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଗାଡ଼ି ଚାଳକ ସମେତ ଗାଡ଼ିରେ ଉପସ୍ଥିତ ଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଛି।  ତେବେ ସୌଭାଗ୍ୟବଶତଃ ଗାଡ଼ିରେ ଉପସ୍ଥିତ ଥିବା ବାଣପୁର ଭଗବତୀ ସାହିର ଜନୈକ ଯୁବକ ସୁରକ୍ଷିତ ଅଛନ୍ତି। ଗାଡିଟି ଏଯାବତ ଓଭରବ୍ରିଜ ଉପରେ ଛିଡା ହୋଇଥିବାର ଦେଖିବାକୁ ମିଳିଛି।

Categories
ଆଜିର ଖବର ଜାତୀୟ ଖବର

ଗୁଆହାଟୀରେ ସଡକ ଦୁର୍ଘଟଣା: ୭ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

ଗୁଆହାଟୀ: ଆଜି ଗୁଆହାଟୀରେ ଏକ ସଡ଼କ ଦୁର୍ଘଟଣାରେ ଆସାମ ଇଞ୍ଜିନିୟରିଂ କଲେଜର ୭ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ପୋଲିସ ଏହି ସୂଚନା ଦେଇଛି। ଜଣେ ତୃତୀୟ ବର୍ଷର ଦଶ ଜଣ ଛାତ୍ର ଆଜି ସକାଳେ ଏକ କାରରେ କଲେଜ କ୍ୟାମ୍ପସରୁ ବାହାରିଥିଲେ ଏବଂ ସେମାନଙ୍କର ଦ୍ରୁତ ଗତିରେ ଯାଉଥିବା ଗାଡି ଜାଲୁକବରୀ ଅଞ୍ଚଳରେ ଏକ ରୋଡ୍ ଡିଭାଇଡର୍ ଏବଂ ପରେ ଏକ ଭ୍ୟାନ୍ କୁ ଧକ୍କା ଦେଇଥିଲା।

ପୋଲିସ କହିଛି ଯେ, “ଘଟଣାସ୍ଥଳରେ ୭ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ଅନ୍ୟ ତିନି ଜଣଙ୍କୁ ଗୁଆହାଟୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ”ଅଧିକାରୀ କହିଛନ୍ତି ଯେ ଡ୍ରାଇଭର ସମେତ ଭ୍ୟାନରେ ଥିବା ତିନି ଜଣ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ହିଞ୍ଜିଳିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବାଇକ ଆରୋହୀ ମୃତ, ଅନ୍ୟଜଣେ ଗୁରୁତର ଆହତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇଜଣ ବାଇକ ଆରୋହୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ,  ସାରୁ ଛକରୁ ଏଚପି ପେଟ୍ରୋଲ ପମ୍ପରୁ ଦୁଇ ଜଣ ଯୁବକ ରୋସନ ବେହେରା ଓ ମନୋଜ ଦାସ ନିଜ ଗାଡିରେ ତେଲ ପକାଇ ବାହାରକୁ ଆସିବା ବେଳେ ବ୍ରହ୍ମପୁରରୁ ହିଞ୍ଜିଳିକାଟୁ ଯାଉଥିବା ସଙ୍କଟ ତାରିଣୀ ବସ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ରୋସନ୍ ଙ୍କ ମୃତ୍ୟୁ ଘଟିଥିଲା। ଏବ ମନୋଜ ଦାସ ଗୁରୁତର ଆହତ ହୋଇଥିଲେ। ମନୋଜଙ୍କୁ ୧୦୮ ଆମ୍ବୁଲାନ୍ସ ଜରିଆରେ ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଥିଲେ। ଦୁର୍ଘଟଣାଗ୍ରସ୍ତ ବସ୍ ଓ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।