Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକ ଆକ୍ରମଣ ଘଟଣା: ଗଞ୍ଜାମ ଜିଲ୍ଲାକୁ ବଦଳି ହେଲେ ଅବକାରୀ ସବ ଇନ୍ସପେକ୍ଟର

ଭୁବନେଶ୍ବର: ନୟାଗଡ ଜିଲ୍ଲାରେ ୨ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଅବକାରୀ ସବ ଇନ୍ସପେକ୍ଟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଅବକାରୀ ସବ ଇନ୍ସପେକ୍ଟର ଧନଞ୍ଜୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ନୟାଗଡ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାକୁ ବଦଳି ଆଦେଶ ହୋଇଛି। ଧନଞ୍ଜୟଙ୍କୁ ତୁରନ୍ତ ରିଲିଭ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ ଅବକାରୀ ସୁପରିଣ୍ଟେଣ୍ଡ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକ ଆକ୍ରମଣ ଘଟଣାରେ ଉତ୍କଳ ସମ୍ବାଦିକ ସଂଘ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର: ଯଦୁପୁରଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ନୟାଗଡ଼ ମୂଖ୍ୟ ଚିକିତ୍ସାଳୟ ଠାରେ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଆକ୍ରମଣର ଶିକାର ହୋଇଥିବା ନନ୍ଦିଘୋଷ ଟିଭିର ସାମ୍ବାଦିକ ମାନଙ୍କୁ ଭେଟିଛନ୍ତି। କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କ ଉପରେ ହୋଇଥିବା ଏହି ସଂଘବଦ୍ଧ ଆକ୍ରମଣ ଘଟଣାରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲା ଏସ୍ ପି ଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି। ଏହି ଅବସରରେ ସମ୍ବାଦିକ ମାନଙ୍କ ଉପରେ ହେଉଥିବା ଘନଘନ ଆକ୍ରମଣ ଘଟଣାକୁ ଦୃଷ୍ଟିରେ ରଖି ,ସରକାର ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।

ଏହି ପ୍ରତିନିଧି ମଣ୍ଡଳରେ ସଂଘର ଜାତୀୟ ପରିଷଦ ସଦସ୍ୟ ବୈଷ୍ଣବ ଚରଣ ଜେନା, ସୁବାଷ ଚନ୍ଦ୍ର ମହାପାତ୍ର, ନୃସିଂହ ନାରାୟଣ ଦାସ, ଚିତ୍ତ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ର, କାର୍ଯ୍ୟାଳୟ ସମ୍ପାଦକ ଭରତ ବେହେରା ପ୍ରମୂଖ ଯୋଗଦେଇ ଥିଲେ।

ସୂଚନାଯୋଗ୍ୟ, ନୟାଗଡ଼ ଯଦୁପୁରରେ ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ନୟାଗଡ଼ ସଦର ଥାନା ପୋଲିସ। ଉଭୟଙ୍କ ନାଁରେ ସଂଗୀନ୍ ଦଫା ଲାଗିଛି।