Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରର ସ୍ଥାନୀୟ ନାଗରିକଙ୍କୁ ମୋବାଇଲ ନମ୍ବର ଦେଲେ ଅମିତ ଶାହା, ଫୋନ କରିବାକୁ କହିଲେ

ଶ୍ରୀନଗର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତିନି ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି। ଧାରା ୩୭୦ ରଦ୍ଦ ହେବା ପରେ ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ଜମ୍ମୁ କାଶ୍ମୀର ଗସ୍ତ କରିଛନ୍ତି। ଅମିତ ଶାହଙ୍କ ଯାତ୍ରା ପୂର୍ବରୁ ସମଗ୍ର କାଶ୍ମୀରରେ ସୁରକ୍ଷା ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଶାହା ନିଜର ଏକ ଫୋନ୍ ନମ୍ବର ମକୱାଲର ସ୍ଥାନୀୟ ବାସିନ୍ଦାଙ୍କ ସହ ସେୟାର କରିଛନ୍ତି। ତାଙ୍କ ନମ୍ବର ଦେଇ ସେ ବାସିନ୍ଦାଙ୍କୁ କହିଛନ୍ତି ଯେ, ସେ ଯେତେବେଳେ ଚାହିଁବେ ତାଙ୍କ ସହିତ ଯୋଗାଯୋଗ କରିପାରିବେ।

ଉଲ୍ଲେଖ ଯୋଗ୍ୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ରବିବାର ଜମ୍ମୁରେ ଥିବା ମକୱାଲ ସୀମାରେ ପହଞ୍ଚିଥିଲେ। ଏଠାରେ ସେ ଯବାନମାନଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ସେମାନଙ୍କ ପରିବାରର ଯତ୍ନ ନେବେ। ଏହା ପରେ ସେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ତାଙ୍କ ନମ୍ବର ମଧ୍ୟ ଦେଇଥିଲେ।